Author: SM Network

ନୂଆଦିଲ୍ଲୀ: ଆନିମେସନ୍ ଫିଲ୍ମ ନିର୍ମାତା ପ୍ରତିଯୋଗିତା ହେଉଛି ଆନିମେସନ୍ କ୍ଷେତ୍ରରେ ଭାରତର କାହାଣୀକାରମାନଙ୍କୁ ସୁଯୋଗ ପ୍ରଦାନ କରିବା ଏବଂ ସଶକ୍ତ କରିବା ଉଦ୍ଦେଶ୍ୟରେ ଏକ ଅଗ୍ରଣୀ ପଦକ୍ଷେପ। ଏହି ଦେଶବ୍ୟାପୀ ପ୍ରତିଯୋଗିତା ଚଳଚ୍ଚିତ୍ର ନିର୍ମାତାଙ୍କୁ ସେମାନଙ୍କର ସୃଜନଶୀଳତା ଏବଂ ଅଭିନବତା ପ୍ରଦର୍ଶନ କରିବାକୁ ଆମନ୍ତ୍ରଣ କରେ, ଯାହା ସେମାନଙ୍କୁ ଦର୍ଶକଙ୍କ ସହ ଅନୁକୂଳ ମୌଳିକ ଆନିମେଟେଡ ଚଳଚ୍ଚିତ୍ର ଉପସ୍ଥାପନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରୁଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହଯୋଗରେ ଆନିମେସନର ଏକ ଅଗ୍ରଣୀ ଅନୁଷ୍ଠାନ ଡ୍ୟାନ୍ସିଂ ଏଟମ୍ସ ସହିତ ମିଶି ବିଶ୍ୱ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ) ର ଏକ ଅଂଶ ଭାବରେ ଏହି ପ୍ରତିଯୋଗିତା ଆରମ୍ଭ କରିଛି। ୱାର୍ଲ୍ଡ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ) ଏହାର ପ୍ରଥମ ସଂସ୍କରଣରେ ଏକ ଅନନ୍ୟ ହବ୍ ଏବଂ ସମଗ୍ର ମିଡିଆ ଏବଂ ମନୋରଞ୍ଜନ (ଏମ୍ ଆଣ୍ଡ ଇ) କ୍ଷେତ୍ରର ସମନ୍ୱୟ ପାଇଁ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗରଠାରେ ‘ଶାଶ୍ୱତ ମିଥିଳା ମହୋତ୍ସବ-୨୦୨୫ “କୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ରାଜ୍ୟସଭା ସଦସ୍ୟ ସଞ୍ଜୟ କୁମାର ଝାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ ଦେଶ ତଥା ବିଶ୍ୱର ଲୋକମାନଙ୍କୁ ସ୍ୱାଗତ କରିବାର ଗୁଜରାଟର ଦୀର୍ଘ ଦିନର ପରମ୍ପରା ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଗୁଜରାଟ ସର୍ବଦା ବିବିଧ ବିଚାରଧାରା ଏବଂ ଜୀବନଶୈଳୀ ଗ୍ରହଣ କରିଛି। ବିହାରର ଲୋକମାନଙ୍କ, ବିଶେଷ କରି ମିଥିଳାଞ୍ଚଳର ଲୋକମାନଙ୍କ ଅବଦାନକୁ ସ୍ୱୀକାର କରି ସେ କହିଥିଲେ ଯେ ସେମାନେ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେମାନେ ସୁରକ୍ଷିତ, ସମ୍ମାନିତ ଏବଂ ଗୁଜରାଟରେ ସର୍ବଦା ସ୍ୱାଗତଯୋଗ୍ୟ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ…

Read More

ମେଷ:– ଆଜି ଜୀବନ-ସାଥୀଙ୍କ ସ୍ନେହପୂର୍ଣ୍ଣ ଆଚରଣ ଆପଣଙ୍କ ଦିନକୁ ଖୁସି କରିବ। ଅଦାଲତ କାର୍ଯ୍ୟଗୁଡିକ ବୁଲାଇବ। ଆଜି ଆପଣଙ୍କ ମନ ଆଧ୍ୟାତ୍ମିକତା ଆଡକୁ ରହିବ। ଭାଇ ଓ ଭଉଣୀମାନେ ଅଲଗା ହୋଇପାରନ୍ତି । ଭାଗ୍ୟ ଆପଣଙ୍କ ସହିତ ଅଛି । ସେୟାର ବଜାରରେ ବିନିଯୋଗ ଶୁଭ ହୋଇପାରେ । ଶକ୍ତି ବଢିବ । ମାନସିକ ପରିସ୍ଥିତି ତିକ୍ତ ହୋଇଥିବାରୁ ପରିବାରରେ ବିବାଦ ହୋଇପାରେ । ଆପଣଙ୍କର ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ । ବୃଷ: – ଆଜି ଆପଣ ଏକାକୀ ଅନୁଭବ କରିବେ । ଜମା ପୁଞ୍ଜି ବୃଦ୍ଧି କରିବା ସମ୍ଭବ ହେବ । ବ୍ୟକ୍ତିଗତ ସମ୍ପର୍କ ସହାୟକ ହେବ । ପ୍ରେମ ପାଇଁ ସମୟ ବହୁତ ଭଲ । ଯଦି ଆପଣ କାହାକୁ ପ୍ରେମ ପ୍ରକାଶ କରିବାକୁ ଚାହୁଁଛନ୍ତି, ତେବେ ସଫଳତାର ଅଧିକ ସମ୍ଭାବନା ରହିଛି । କିନ୍ତୁ ମନେରଖ, ଶୀଘ୍ର କରାଯାଇଥିବା କାର୍ଯ୍ୟ ଖରାପ ହୋଇପାରେ। ଆପଣଙ୍କ ଆଚରଣକୁ ସକାରାତ୍ମକ ରଖନ୍ତୁ…

Read More

ବାଣପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ମାନଙ୍କୁ ଉଦ୍ୟୋଗୀ ହେବାସହ ଲକ୍ଷପତି ଦିଦିହେବାର ସୁଯୋଗ ସୃଷ୍ଟି କରୁଛନ୍ତି। ଏହି ଅବସରରେ ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମ ପଞ୍ଚାୟତର ଲକ୍ଷପତି ଦିଦି ହେବାର ସୁଯୋଗ ପାଇଥିବା ମା ମାନଙ୍କର ଏକ ସମାବେଶ ଶ୍ରୀରାଜ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ସଭାନେତ୍ରୀ ସରୋଜିନୀ ପାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ, ସମ୍ମାନିତ ଅତିଥି ଭାବେ ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ଆଇନଯିବି ରାଜ କିଶୋର ପଣ୍ଡା, ସାମ୍ବାଦିକ ଅରୁଣ ପଣ୍ଡା, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଶାଖା ପରିଚାଳକ ବିମଲେଶ କୁମାର ପାଶ୍ବାନ ଯୋଗ ଦେଇଥିଲେ। ଅତିଥି ମାନେ କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ମାନଙ୍କୁ ଅଗ୍ରାଧିକାର ଦେଇ ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା ଜାରି ରଖିଥିବା ବେଳେ ପ୍ରତ୍ୟେକ ମହିଳା କିପରି ଲକ୍ଷପତି ହୋଇପାରିବେ ସେ ଦିଗରେ…

Read More

ନୂଆଦିଲ୍ଲୀ: ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ୨୦୨୫ ଚମ୍ପିୟାନ୍ସ ଟ୍ରଫିର ଫାଇନାଲ ମ୍ୟାଚରେ ଭାରତ ଇତିହାସ ସୃଷ୍ଟି କରିଛି। ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇ ଭାରତ ଟାଇଟଲ ଜିତିଛି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୫୧ ରନ କରିଥିଲା। ଜବାବରେ ଭାରତ ୬ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୭୬ ରନ କରିଥିଲେ। ସେହିଭଳି ଶ୍ରେୟାସ ଆୟାର ୪୮ ରନ କରିଥିବା ବେଳେ ଅକ୍ସର ପଟେଲ ୨୯ ରନ, କେ ଏଲ ରାହୁଲ ଅପରାଜିତା ୩୪ ରନ କରିଥିଲେ। ଏହିପରି ତୃତୀୟ ଥର ପାଇଁ ଭାରତ ଆଇସିସି ଚାମ୍ପିୟାନ୍ସ ଟ୍ରଫି ଜିତି ବିଶ୍ୱର ସର୍ବାଧିକ ଥର ଚମ୍ପିୟାନ୍ସ ଟ୍ରଫି ଜିତିବାର ରେକର୍ଡ଼ ସୃଷ୍ଟି କରିଛି।

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତକୁ ପରାଧୀନ କରି ରଖିବା ପାଇଁ ଅନେକ ଆକ୍ରମଣକାରୀମାନେ ଆମର ଜ୍ଞାନ ପରମ୍ପରା ପ୍ରତି ସବୁଠୁ ଅଧିକ କ୍ଷତି ପହଞ୍ଚାଇଛନ୍ତି। ଆଜି ଯେତେବେଳେ ଆମେ ଏକବିଂଶ ଶତାବ୍ଦୀରେ ବିକଶିତ ଭାରତ ନିର୍ମାଣ କରିବା ପାଇଁ ଅଗ୍ରସର ହେଉଛୁ, ସେଥିପାଇଁ ଆମକୁ ଆମର ଜ୍ଞାନ ପରମ୍ପରାକୁ ପୁର୍ନଜାଗରଣ କରିବା ସହ ଏହାକୁ ଆଧୁନିକ ବିଜ୍ଞାନ, ଗବଷେଣା ଏବଂ ନବସୃଜନ ସହ ମଧ୍ୟ ଯୋଡିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରବିବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ (ଏବିଆରଏସଏମ) ଦ୍ୱାରା ଆୟୋଜିତ ‘ସ୍ୱଦେଶୀ ଜ୍ଞାନ ପରମ୍ପରା ଏବଂ ସ୍ଥାୟୀ ବିକାଶ’ ଉପରେ ଆୟୋଜିତ ଆନ୍ତର୍ଜାତୀୟ ସମ୍ମିଳନୀର ଉଦଘାଟନ ସମାରୋହକୁ ସମ୍ବୋଧିତ କରି କହଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଭାରତ ଏକ ବହୁଭାଷୀ ରାଷ୍ଟ୍ର । ଆମେ ଆମର ଏକତା ଏବଂ ବିବିଧତାରେ ବିଶ୍ୱାସ ରଖନ୍ତି । ଭାରତକୁ…

Read More

ଭୁବନେଶ୍ୱର: ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲଥ୍‌ (ଏଆଇପିଏଚ) ବିଶ୍ୱବିଦ୍ୟାଳୟ, ଓଡ଼ିଶା, ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ)ର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ 3 ରୁ 9 ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଏଥିରେ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ମହିଳା ସଶକ୍ତିକରଣକୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, ପୁଷ୍ଟିସାର, ଆତ୍ମରକ୍ଷା, ବିଶେଷଜ୍ଞ ଆଲୋଚନା ଏବଂ ଉତ୍ସାହୀ ଛାତ୍ରୀମାନଙ୍କ ଦ୍ୱାରା ଯୋଗ ନୃତ୍ୟ ଉପରେ ଅଧିବେଶନ ଆୟୋଜନ କରାଯାଇଥିଲା। ମାର୍ଚ୍ଚ 6 ତାରିଖରେ ମହିଳା ସୁରକ୍ଷାର ଗୁରୁତ୍ୱ ଉପରେ ଏକ ସ୍ୱତନ୍ତ୍ର ଆତ୍ମରକ୍ଷା ଅଧିବେଶନ ଅନୁଷ୍ଠିତ ହୋଇଥିଲା। କଟକର ଲଖେଶ୍ୱର ମହିଳା ମହାବିଦ୍ୟାଳୟରେ ସାଇକେଲ ଚାଳନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସାଇର ଉପନିର୍ଦ୍ଦେଶକ ତ୍ରୈଲୋକ୍ୟନାଥ ସାହୁ ଅତିଥି ଭାବେ ଯୋଗ ଦେଇ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ। ସାମାଜିକ କର୍ମୀ ପ୍ରମୋଦିନୀ ରାଉଳଙ୍କ ଦ୍ୱାରା ଏକ ପ୍ରେରଣାଦାୟକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଯୋଗ ଫେଡେରେସନ ଅଫ୍…

Read More

ବାଣପୁର: ବାଣପୁର ବ୍ଲକ ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଘାସଡିହଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇଥିବା ବେଳେ ସମାଜସେବୀ ଦୁଷ୍ମନ୍ତ ହରିଚନ୍ଦନ, ଦେଓଗାଁ ଗ୍ରାମର ସରପଞ୍ଚ ରେଣୁବାଳା ଛାଟୋଇ, ସମାଜସେବୀ ଶରତ ଚନ୍ଦ୍ର ଛାଟୋଇ, ପ୍ରଭାତ କୁମାର ସେଠି ସମ୍ମାନିତ ଅଥିତି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର ସେଠୀ ମଞ୍ଚର ସଭାପତିତ୍ୱ କରିବା ସହିତ ବିଦ୍ୟାଳୟ ର ବାର୍ଷିକ ବିବରଣୀପାଠ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିବା ସହ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ଅନୁରୂପ ଭାବେ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମନ୍ତ୍ରୀ। ମନୋରଞ୍ଜନ ଖୁଣ୍ଟିଆ, ବିଭୁତିଭୂଷଣ ଦାସ, ଚିତ୍ତରଞ୍ଜନ ପଟ୍ଟନାୟକ, ପ୍ରମୋଦ କୁମାର ପ୍ରଧାନଙ୍କ ଦ୍ୱାରା ମଞ୍ଚ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ସେଠାରେ ଆନନ୍ଦପୁର ମହାବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଆନନ୍ଦପୁର ଉପଖଣ୍ଡ ପାଇଁ ପ୍ରାୟ ୪୨ କୋଟି ଟଙ୍କାର ୧୬ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିବା ବେଳେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପ୍ରାୟ ୧୧୮ କୋଟି ଟଙ୍କା ବ୍ୟୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆନନ୍ଦପୁର ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ, ମଲ୍ଟି ପର୍ପୋଜ ହଲ ନିର୍ମାଣ, ସେମିନାର ହଲ ନିର୍ମାଣ, ଖେଳପଡିଆର ଉନ୍ନତିକରଣ ନିମନ୍ତେ ୭ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହାକୁ ସ୍ୱାୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଁ ସମସ୍ତ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗାଈ, ମଇଁଷି କିମ୍ବା କୁକୁଡା ଫାର୍ମ କଲେ 1 କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। କେବଳ ସେତିକି ନୁହେଁ, ଚଳିତ ମାସ 1 ତାରିଖରୁ ପଶୁ ଚିକିତ୍ସା ପାଇଁ ଏଣିକି କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି କହିଛନ୍ତି ମତ୍ସ ପ୍ରାଣିସଂପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନ କକ୍ଷରେ ଆୟୋଜିତ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ଓମଫେଡ୍ ପକ୍ଷରୁ ଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହି କଥା କହିଛନ୍ତି। ଓମଫେଡ୍ ହେଉଛି ରାଜ୍ୟ ସରକାରଙ୍କ ପରିଚାଳନାଧିନ ଏକ ସମବାୟ ସଂସ୍ଥା। ଏହା 1980 ମସିହାରେ ଗଠିତ ହୋଇଥିଲା। ଦୀର୍ଘ 45 ବର୍ଷ ହେଲା ଏହି ସଂସ୍ଥା ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କୁ ଲାଭ ଦେଇ ଆସିଛି।…

Read More

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ସୁନାଖଳା ସ୍ଥିତ କୋଟଗଡ଼ ଅନନ୍ତ ଆଶ୍ରମ ଠାରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟର ରାଜ୍ୟ ସ୍ତରୀୟ ଯୁବ ସମ୍ମିଳନୀ -୨୦୨୫ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନୀଜୀବୀ ତଥା ପୁରୀ ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନୀଜୀବୀ ଗିରିଜାକାନ୍ତ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ସୁରେଶ କୁମାର ସ୍ବାଇଁ, ସମାଜସେବୀ ବ୍ରଜ ସୁବୁଦ୍ଧି, ବାସୁଦେବ ସାହୁ, ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ, ଯୁବନେତା ତ୍ରିନାଥ ବିଶ୍ୱାଳ, ଉତ୍କଳୀୟମ ଫାଉଣ୍ଡେସନର ରାଜ୍ୟ ସଂଗଠନର ସାଧାରଣ ସମ୍ପାଦିକା ସୁଚିତ୍ରା ବେହେରା, ରାଜସୁନାଖଳା ସମିତିସଭ୍ୟ ତପନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।  ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ସଭାକାର୍ଯ୍ୟକୁ ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆଇନୀଜୀବୀ ରାଜିବ ଲୋଚନ ପ୍ରଧାନ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ। ଅଞ୍ଚଳ ତଥା…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଫେବୃୟାରୀ ୨୬ ତାରିଖ ଦିନ ଜନୈକା ନାବାଳିକା ନିଖୋଜ ହୋଇଥିବା ନିମଖଣ୍ଡି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ନିମଖଣ୍ଡି ଥାନା ପୋଲିସ୍ ଘଟଣାର ଅନୁସନ୍ଧାନ ଚଳାଇଥିଲା। ବର୍ତ୍ତମାନ ଏହି ମାମଲାରେ ପୋଲିସ ସଫଳତା ପାଇଛି। ଅଭିଯୁକ୍ତ ଯୁବକ ଶଙ୍କର ସାହୁକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ଉଭୟଙ୍କୁ ଡ଼ାକ୍ତରୀ ମାଇନା କରି ନାବାଳିକାର ବୟାନ ରେକର୍ଡ କରାଯାଇଛି। ଘଟଣାରୁ ପ୍ରକାଶ ଯେ, ନାବାଳିକାର ନିଖୋଜ ପରେ ନାବାଳିକାଙ୍କ ପରିବାର ଲୋକେ ଶଙ୍କର ସାହୁ ଉକ୍ତ ନାବାଳିକାକୁ ଅପହରଣ କରିନେଇଥିବା ଅଭିଯୋଗ କରିଥିଲେ ଓ ନାବାଳିକା ଜଣକ ଘରୁ ଗଲା ବେଳେ କିଛି ଟଙ୍କା ଓ ସ୍ବର୍ଣ୍ଣ ଅଳଙ୍କାର ନେଇ ଯାଇଥିବା ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପୋଲିସ ମୋବାଇଲ ଫୋନକୁ ଟ୍ରାକିଂ କରି ଶଙ୍କରଙ୍କୁ କାବୁ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲେ।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅର୍ନ୍ତଗତ ରାଜପୁର ଛକରେ ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ଅଜଣା ଗାଡ଼ି ଧକ୍କାରେ ବାବୁଲା ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ତାକୁ ଦିଗପହଣ୍ଡି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଚାଞ୍ଚଡାପଲୀ ଗ୍ରାମର ବାବୁଲା କୌଣସି କାମରେ ଯାଇ ଘରକୁ ଫେରିଲା ବେଳେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ବାବୁଲା ର ଭାଉଜ ର ଏତଲା କ୍ରମେ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Read More

ନୂଆଦିଲ୍ଲୀ: ଆଜି ୨୦୨୫ ଚାମ୍ପିଅନ୍ସ ଟ୍ରଫିର ମହା ଲଢେଇ ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଜାରି ରହିଛି। ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ସାତ ୱିକେଟ ହରାଇ ୨୫୧ ରନ କରିଛି। ତେବେ ଭାରତକୁ ୨୦୨୫ ଚାମ୍ପିଅନ୍ସ ଟ୍ରଫି ହାସଲ କରିବା ପାଇଁ ୫୦ ଓଭରରେ ୨୫୨ ରନ ଆବଶ୍ୟକ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଡାରେଲ ମିଚେଲ ସର୍ବାଧିକ ୬୩ ରନ କରିଥିବା ବେଳେ ମିଚେଲ ବ୍ରେସୱେଲ ଅପରାଜିତ ୫୩ ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ତେବେ ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ମହମ୍ମଦ ଶାମି ଏବଂ ରବୀନ୍ଦ୍ର ଜାଡ଼େଜା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

Read More

ନୂଆଦିଲ୍ଲୀ: ଆମେରିକାର କାଲିଫର୍ନିଆରେ ଥିବା ମନ୍ଦିରର ଭଙ୍ଗାରୁଜାକୁ ନେଇ ହିନ୍ଦୁ ମହାସଭା ସମେତ ଅନେକ ସଂଗଠନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ହିନ୍ଦୁ ମହାସଭାର ସଭାପତି ସ୍ଵାମୀ ଚକ୍ରପାଣି ମହାରାଜ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମେ ପୂର୍ବରୁ ପାକିସ୍ଥାନ ଏବଂ ବାଂଲାଦେଶ ଭଳି ଦେଶ ବିଷୟରେ କହୁଥିଲୁ, କିନ୍ତୁ ବର୍ତ୍ତମାନ ଇଂଲଣ୍ଡ ଏବଂ ଆମେରିକା ଭଳି ବିକଶିତ ଦେଶରେ ମଧ୍ୟ ଆମର ଧର୍ମ ସୁରକ୍ଷିତ ନୁହେଁ। ଗଣମାଧ୍ୟମକୁ ସୂଚନା ଦେଇ ସ୍ଵାମୀ ଚକ୍ରପାଣି ମହାରାଜ କହିଛନ୍ତି ଯେ, ମୋର ଟ୍ରମ୍ପ ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଏବଂ ମୋର ସମ୍ପୂର୍ଣ୍ଣ ଆଶା ଅଛି ଯେ, ଯେଉଁମାନେ ଏହା କରିଛନ୍ତି ସେମାନଙ୍କୁ ଗିରଫ କରାଯିବ ଏବଂ ହିନ୍ଦୁମାନଙ୍କ ସୁରକ୍ଷା ନିଶ୍ଚିତ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ବିକଶିତ ଦେଶ ଏକାଠି ହେବା ଉଚିତ୍। କେଉଁଠି ନା କେଉଁଠି ଆମେରିକାର ସ୍ଥାନୀୟ…

Read More

ନୂଆଦିଲ୍ଲୀ: ହୋଲି ପୂର୍ବରୁ ମଧ୍ୟ ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ଗ୍ରାହକଙ୍କ ପାଇଁ ଏକ ଜବରଦସ୍ତ ଅଫର ଆଣିଛି, ଯାହା ଏୟାରଟେଲ ଏବଂ ଭିଆଇ ଭଳି ଘରୋଇ କମ୍ପାନୀଗୁଡିକର ଚିନ୍ତା ବଢାଇ ଦେଇଛି। ବାସ୍ତବରେ, BSNL ବର୍ତ୍ତମାନ ଏହାର 425 ଦିନିଆ ଯୋଜନା ଆରମ୍ଭ କରିଛି। ଏହି ଯୋଜନାରେ, ଉପଭୋକ୍ତାମାନେ ମାଗଣା କଲିଂ ସହିତ ଅନେକ ସୁବିଧା ପାଇବେ। BSNL ର ଦୀର୍ଘ ବୈଧତାତା ସହିତ ସର୍ବଦା ଅନେକ ଯୋଜନା ଉପଲବ୍ଧ ଅଛି ଯେଉଁଥିରେ 70 ଦିନ, 150 ଦିନ, 160 ଦିନ, 180 ଦିନ, 336 ଦିନ ଏବଂ 365 ଦିନ ପର୍ଯ୍ୟନ୍ତ ରିଚାର୍ଜ ଅନ୍ତର୍ଭୁକ୍ତ। ବର୍ତ୍ତମାନ ହୋଲି ପୂର୍ବରୁ କମ୍ପାନୀ 425 ଦିନର ବୈଧତା ସହିତ ଗ୍ରାହକଙ୍କ ପାଇଁ ଏକ ଜବରଦସ୍ତ ଯୋଜନା ପ୍ରଣୟନ କରିଛି, ଯାହା ଉପଭୋକ୍ତାମାନଙ୍କୁ ବାରମ୍ବାର ରିଚାର୍ଜ କରିବାର ଅସୁବିଧାରୁ ମୁକ୍ତି ପାଇବାରେ ସାହାଯ୍ୟ କରିବ। BSNL ଏହାର ମହତ୍ତ୍ଵପୂର୍ଣ୍ଣ ଯୋଜନାକୁ ଗ୍ରାହକଙ୍କୁ ମାତ୍ର…

Read More

ଭୁବନେଶ୍ଵର: ଜି ଉଦୟଗିରି ଥାନା ଅନ୍ତର୍ଗତ ଶ୍ରିକଲା ନିକଟରେ ୱାଗନର କାର ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଘଟଣା ସ୍ଥଳରେ ୩ ବାଇକ ଆରୋହୀଙ୍କ ମୃତୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ କଳିଙ୍ଗା ଗ୍ରାମର ଶୁଭମ ନାୟକ, ଗଦିଙ୍ଗିଆ ଗ୍ରାମର ଶଙ୍କର ପ୍ରଧାନ ଓ ଶ୍ରୀହରି ପ୍ରଧାନ ନାମକ ୩ ଜଣ ଯୁବକ କତିଙ୍ଗିଆ ଠାରୁ ବାଇକ୍ ଯୋଗେ ଆସୁଥିବା ବେଳେ ଘୁ.ଉଦୟଗିରି ପଟୁ ରାଇକିଆ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ୱାଗନର କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୩ ଜଣ ବାଇକ୍ ଆରୋହୀ ମୃତ୍ୟୁବରଣ କରିଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ଜି ଉଦୟଗିରି ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ଜଣେ ଯୁବକ କାର୍ ତଳେ ଚାପି ହୋଇ ଥିବାରୁ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ମୃତଦେହକୁ ଉଦ୍ଧାର କରିଛି। କାର୍ ଚାଳକ ଓ ଅନ୍ୟ ଜଣଙ୍କୁ ଜି…

Read More

ନୂଆଦିଲ୍ଲୀ: ଶନିବାର ଖେଳାଯାଇଥିବା ମହିଳା ପ୍ରିମିୟର ଲିଗ୍ ମ୍ୟାଚରେ ୟୁପି ୱାରିୟର୍ସ RCB କୁ 12 ରନରେ ପରାସ୍ତ କରିଛି। ଏହି ପରାଜୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପ୍ଲେ ଅଫ୍ ଦୌଡ଼ରୁ ବାହାର କରିଦେଇଛି। ଏହି ମ୍ୟାଚରେ ୟୁପି ପ୍ରଥମେ ବ୍ୟାଟିଂ କରି 225 ରନ୍ ର ରେକର୍ଡ ସ୍କୋର କରିଥିଲା, ଯାହାକି WPL ଇତିହାସରେ ମଧ୍ୟ ସବୁଠାରୁ ବଡ ସ୍କୋର ଅଟେ। ଏହାର ଜବାବରେ ବେଙ୍ଗାଲୁରୁ ଦଳ 213 ରନରେ ଅଟକିଯାଇଥିଲା। ଯେହେତୁ WPL 2025 ରୁ ଉଭୟ UP ଏବଂ RCB ବାଦ ପଡିଛନ୍ତି, ଏହାପରେ ପ୍ଲେ ଅଫ୍ ରେ କେଉଁ କେଉଁ ଦଳ ଖେଳିବେ, ତାହା ସ୍ପଷ୍ଟ ହୋଇଛି। ମହିଳା ପ୍ରିମିୟର ଲିଗ୍ ର ଫର୍ମାଟ୍ ଅନୁଯାୟୀ, ପଏଣ୍ଟ ଟେବୁଲରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ସମାପ୍ତ କରୁଥିବା ଦଳ ନକ୍ଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରନ୍ତି। ଟେବୁଲ୍ ର ଶୀର୍ଷରେ ଥିବା ଦଳ ଫାଇନାଲରେ ସିଧାସଳଖ…

Read More

ନୟାଗଡ଼: ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ବାବଧାନରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଗ୍ରାମୀଣ ଆଇନ ସଚେତନତା କର୍ମୀମାନଙ୍କୁ ନେଇ ନୟାଗଡ଼, ଓଡ଼ଗାଁ, ରଣପୁର, ଖଣ୍ଡପଡ଼ା, ଭାପୁର, ଦଶପଲ୍ଲା, ନୂଆଗାଁ ଏବଂ ଗଣିଆ ବ୍ଲକ୍‌ର ସହର ବଜାର ଓ ପଞ୍ଚାୟତର ଅଧିକାଂଶ ଗ୍ରାମକୁ ଯାଇ ପ୍ରଚାରପତ୍ର ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ଆସନ୍ତା କାଲି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି ବୋଲି ପ୍ରଚାର କରିଛନ୍ତି। ଗ୍ରାମୀଣ ଆଇନ୍ ସଚେତନତା କର୍ମୀମାନେ ଜନସାଧାରଣଙ୍କ ନିକଟକୁ ଯାଇ ଲୋକ ଅଦାଲତ କ’ଣ ସେ ସମ୍ପର୍କରେ ବୁଝାଇବାକୁ ଯାଇ କହିଛନ୍ତି କୋର୍ଟ କଚୋରୀରେ ବିଚରାଧିନ ରହିଥିବା ମୋକଦ୍ଦମା ଗୁଡ଼ିକର ଆପୋଷ ବୁଝାମଣା ଭିତିରେ ଫଇସଲା କରିବାପାଇଁ ଗଠିତ ଅନୁଷ୍ଠାନ ହେଉଛି ଲୋକ ଅଦାଲତ। ଲୋକ ଅଦାଲତରେ ସାକ୍ଷ୍ୟ, ପ୍ରମାଣ ତଥା ପାରମ୍ପିକ…

Read More

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ସୂଚନାନୁସାରେ, ଗତକାଲି ରାତି ପ୍ରାୟ ୨ ଟା ସମୟରେ ତାଙ୍କୁ ଦିଲ୍ଲୀ AIIMS ରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କ ହୃଦୟରେ ଏକ ଷ୍ଟଣ୍ଟ ଲଗାଯାଇଥିଲା। କୁହାଯାଉଛି ଯେ, ରାତିରେ ଶୋଇବା ସମୟରେ ସେ ଅସ୍ଥିରତା ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ବର୍ତ୍ତମାନ ଏହା AIIMS ଦ୍ୱାରା ନିଶ୍ଚିତ ହୋଇନାହିଁ। ସୂଚନା ଅନୁଯାୟୀ, ହସ୍ପିଟାଲ ସୂତ୍ରରୁ ପ୍ରକାଶ ଯେ ୭୩ ବର୍ଷୀୟ ଉପରାଷ୍ଟ୍ରପତି ଆଜି ସକାଳେ AIIMS ର ହୃଦରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ନଜରରେ ରଖାଯାଇଛି। ଉପରାଷ୍ଟ୍ରପତି AIIMS ର କାର୍ଡିଓଲୋଜି ବିଭାଗର ମୁଖ୍ୟ ଡକ୍ଟର ରାଜୀବ ନାରଙ୍ଗଙ୍କ ତତ୍ତ୍ବାବଧାନରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ କ୍ରିଟିକାଲ୍ କେୟାର ୟୁନିଟ୍ (ସିସିୟୁ) ରେ ରଖାଯାଇଛି। ଡାକ୍ତରଙ୍କ ଟିମ୍ ତାଙ୍କ ଅବସ୍ଥା ଉପରେ ନିରନ୍ତର ନଜର ରଖିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ…

Read More

ନୟାଗଡ଼: ନୟାଗଡ଼ ଜ଼ିଲ୍ଲା ଦଶପଲ୍ଲା ଏନ୍‌ଏସି ଅନ୍ତର୍ଗତ ଗୋବିନ୍ଦ ଭବନଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ’ ଶୀର୍ଷକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ଜିଲ୍ଲା ବିଜେପି ସଭାପତି ତାପସ କୁମାର ମାର୍ଥା, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଭାରତୀୟ ଜନତା ପାର୍ଟିର ସରକାର ଲୋକଙ୍କ ସରକାର, ଜନତାଙ୍କର ଆର୍ଥିକ, ସାମାଜିକ ଓ ପ୍ରୟୋଗାତ୍ମକ ବିକାଶକୁ ଦୃଷ୍ଟିରେ ରଖି ସର୍ବଦା କାର୍ଯ୍ୟ କରିଆସିଛି। ୨୦୨୫-୨୬ ଆର୍ଥିକ ବର୍ଷର କେନ୍ଦ୍ର ଓ ରାଜ୍ୟ ବଜେଟ୍ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କ ବିକାଶକୁ ବିଶେଷ ଧ୍ୟାନଦେଇ…

Read More