Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୟାଗଡ଼: ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର 
ଆଜିର ଖବର

ନୟାଗଡ଼: ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର 

March 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୟାଗଡ଼: ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ବାବଧାନରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଗ୍ରାମୀଣ ଆଇନ ସଚେତନତା କର୍ମୀମାନଙ୍କୁ ନେଇ ନୟାଗଡ଼, ଓଡ଼ଗାଁ, ରଣପୁର, ଖଣ୍ଡପଡ଼ା, ଭାପୁର, ଦଶପଲ୍ଲା, ନୂଆଗାଁ ଏବଂ ଗଣିଆ ବ୍ଲକ୍‌ର ସହର ବଜାର ଓ ପଞ୍ଚାୟତର ଅଧିକାଂଶ ଗ୍ରାମକୁ ଯାଇ ପ୍ରଚାରପତ୍ର ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ଆସନ୍ତା କାଲି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି ବୋଲି ପ୍ରଚାର କରିଛନ୍ତି। ଗ୍ରାମୀଣ ଆଇନ୍ ସଚେତନତା କର୍ମୀମାନେ ଜନସାଧାରଣଙ୍କ ନିକଟକୁ ଯାଇ ଲୋକ ଅଦାଲତ କ’ଣ ସେ ସମ୍ପର୍କରେ ବୁଝାଇବାକୁ ଯାଇ କହିଛନ୍ତି କୋର୍ଟ କଚୋରୀରେ ବିଚରାଧିନ ରହିଥିବା ମୋକଦ୍ଦମା ଗୁଡ଼ିକର ଆପୋଷ ବୁଝାମଣା ଭିତିରେ ଫଇସଲା କରିବାପାଇଁ ଗଠିତ ଅନୁଷ୍ଠାନ ହେଉଛି ଲୋକ ଅଦାଲତ।

ଲୋକ ଅଦାଲତରେ ସାକ୍ଷ୍ୟ, ପ୍ରମାଣ ତଥା ପାରମ୍ପିକ ବିଚାର ପ୍ରକ୍ରିୟାର ଦରକାର ପଡ଼େନାହିଁ। ମଧ୍ୟସ୍ଥି ବା ମିଳାମିଶାକାରୀଙ୍କ ସହାୟତାରେ ଆପୋଷ ବୁଝାମଣା ଭିତିରେ ମୋକଦ୍ଦମାର ଫଇସଲା କରାଯାଏ। ବିବାଦୀୟ ପକ୍ଷ କୌଣସି ମୋକଦ୍ଦମାକୁ ଯିବା ପୂର୍ବରୁ ବିବାଦର ଆଶୁସମାଧାନ ପାଇଁ ମଧ୍ୟ ଏହି ଳୋକ ଅଦାଲତର ସ‌ହାୟତା ଲୋଡ଼ିପାରିବେ।

ଏଠି ଉଲ୍ଲେଖ ଯୋଗ୍ୟ ଯେ,ଯଦି ଲୋକଅଦାଲତ ମାଧ୍ୟମରେ କୌଣସି ମୋକଦ୍ଦମାର ଫଇସଲା ହୁଏ, ତେବେ ମୋକଦ୍ଦମାକାରୀ କୋର୍ଟ ଫି (ମୋକଦ୍ଦମା ଖର୍ଚ୍ଚ) ବାବଦକୁ ପୈଠ କରିଥିବା ଟଙ୍କା ଫେରିପାଇବେ ଏବଂ ଲୋକ ଅଦାଲତଙ୍କ ନିଷ୍ପତି,ରାୟ ବିରୁଦ୍ଧରେ କୌଣସି ପକ୍ଷ ଆଉ ଅପିଲ କରିପାରିବେ ନାହିଁ। ତାଲୁକ ସ୍ତରର ଜିଲ୍ଲା ସ୍ତରରେ ରାଜ୍ୟ ସ୍ତରରେ ଏବଂ ହାଇକୋର୍ଟ ସ୍ତରରେ ଏହି ଲୋକଅଦାଲତର ଆୟୋଜନ କରାଯାଇ ହଜାର ହଜାର ମୋକଦ୍ଦମାର ଫଇସଲା କରାଯାଉଛି ବୋଲି କହିଛନ୍ତି।

ଏହି ପ୍ରଚାର କାର୍ଯ୍ୟରେ ଗ୍ରାମୀଣ ଆଇନ ସଚେତନା କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ଜିନୁ ସାହୁ, ବେବି ବେହେରା, ପ୍ରତୀମା ବେହେରା, ବର୍ଷାରାଣୀ ଚମ୍ପତି, ପୂଜା ନାୟକ, କୃପାସିନ୍ଧୁ ରାଉତ ଏବଂ ଜିଲ୍ଲା ଆଇନ ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ପ୍ରମୁଖ ସାମିଲ ହୋଇଥିଲେ।

ନୟାଗଡ ପ୍ରଚାର ରାଷ୍ଟ୍ରୀୟ ଲୋକ ଅଦାଲତ
Share. Facebook Twitter LinkedIn Email WhatsApp Copy Link

Related Posts

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026
Latest News

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.