Author: SM Network

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍‍ଏସ୍‍) ପକ୍ଷରୁ ଏହାର ଭୁବନେଶ୍ୱର କ୍ୟାମ୍ପସ ଏବଂ ରାଜ୍ୟର ଅନ୍ୟ ଛଅଟି ସ୍ଥାନରେ ଜାତୀୟ ବିଜ୍ଞାନ ଦିବସ ଏବଂ ବିରଳ ରୋଗ ଦିବସ ପାଳନ କରାଯାଇଛି। ୧୯୨୮ ରେ ସାର୍ ସି.ଭି. ରମଣଙ୍କ ଦ୍ୱାରା ରମଣ ପ୍ରଭାବର ଆବିଷ୍କାରକୁ ସ୍ମରଣ କରି ସାରା ଦେଶରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଥାଏ। ଚଳିତ  ବର୍ଷ “ବିକଶିତ ଭାରତ ପାଇଁ ବିଜ୍ଞାନ ଏବଂ ନବସୃଜନ କ୍ଷେତ୍ରରେ ବିଶ୍ୱ ନେତୃତ୍ୱ ପାଇଁ ଭାରତୀୟ ଯୁବପିଢ଼ିଙ୍କ ସଶକ୍ତୀକରଣ” ବିଷୟକୁ  ବିଜ୍ଞାନ ଦିବସର ବିଷୟବସ୍ତୁ ଭାବେ ଗ୍ରହଣ କରାଯାଇଛି। ଦଶ ଜଣ ବୈଜ୍ଞାନିକଙ୍କୁ ନେଇ ଗଠିତ ସାତଟି ଭିନ୍ନ ଭିନ୍ନ ଦଳ, ୫୦ରୁ ଅଧିକ ପିଏଚଡି ସ୍କଲାର, ପୋଷ୍ଟଡକ୍ଟରାଲ୍ ଫେଲୋ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଆଇଏଲ୍‍ଏସ୍‍ ପକ୍ଷରୁ ଏସ୍‍ଜି ମହିଳା ମହାବିଦ୍ୟାଳୟ, ରାଉରକେଲା; ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଏମଏସ୍‍ସିବିଡି ବିଶ୍ୱବିଦ୍ୟାଳୟ, ବାରିପଦା; ଭଦ୍ରକ ସ୍ୱୟଂଶାସିତ କଲେଜ, ରେଭେନ୍ସା ବିଶ୍ୱବିଦ୍ୟାଳୟ…

Read More

ବାଲୁଗାଁ: ଆଗକୁ ଆସୁଛି ଦୋଳ ପର୍ବ।ଗାଁ ଗଣ୍ଡାରେ ଯାନିଯାତ୍ରା। ବାଲୁଗାଁ,ବାଣପୁର ତଥା ଆଖପାଖ ଅଞ୍ଚଳରେ ଚଳଚଞ୍ଚଳ ହୋଇଉଠିଛି ବ୍ୟବସାୟିକ ପ୍ରତିଷ୍ଠାନ। ଏହି ପରିପ୍ରେକ୍ଷୀରେ ବ୍ୟବସାୟିକ ଦୃଷ୍ଟି କୋଣରୁ ତଥା ସୁଲଭ ମୂଲ୍ୟରେ ପୋଷାକପତ୍ର,ଷ୍ଟେସନାରୀ ସାମଗ୍ରୀ ଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ଉପଲବ୍ଧ ରହିଥିବା ମେଗା ସପିଙ୍ଗ ବଜାର ବାଲୁଗାଁ ହନୁମାନ ପରିବା ମାର୍କେଟ ଠାରେ ଉଦଘାଟିତ ହୋଇଯାଇଛି। ଏହି ମେଗା ସପିଙ୍ଗ ବଜାରକୁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର, ଜୟହିନ୍ଦ ଫାଉଣ୍ଡେସନ ସମ୍ପାଦକ ସେକ କୌଶର, ଆଇନଜୀବୀ ବିରଞ୍ଚି ନାୟକ, ଆଇନଜୀବୀ ସନ୍ଦୀପ କୁମାର ମହାପାତ୍ର, ପତ୍ରକାର ମିର ମକୁଦଅଲୀ, ସୟଦ ଲିୟାକତ ଅଲୀ, ସେକ ରୋଶନ, ସପିଙ୍ଗ ବଜାର ଏମଡି ମହମଦ ସାବିର, ପରିଚାଳକ ଅଜୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସପିଙ୍ଗ ବଜାର ଦୀର୍ଘ ଏକ ମାସ ଧରି ଚାଲୁ ରହିବା ସହ ଗ୍ରାହକଙ୍କ ଚାହିଦା ମୁତାବକ…

Read More

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ସନ୍ନି ଦେଓଲଙ୍କ ଫିଲ୍ମ ଲାହୋର ୧୯୪୭ ସହିତ ପରଦାକୁ ଫେରିବାକୁ ପ୍ରସ୍ତୁତ। ସମ୍ପ୍ରତି, ଅଭିନେତ୍ରୀ X ରେ AskMeSession ଚଳାଇଥିଲେ ଯେଉଁଥିରେ ପ୍ରଶଂସକମାନେ ତାଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଥିଲେ। ଏହି ସମୟରେ ଜଣେ ପ୍ରଶଂସକ ରାଜନୀତିରେ ଯୋଗଦେବା ପାଇଁ ଯୋଜନା ବିଷୟରେ ପଚାରିଥିଲେ। ଅଭିନେତ୍ରୀ ଏହାର ଉତ୍ତର ଦେଇ କହିଥିଲେ ଯେ, ସେ ଅନେକ ରାଜନୈତିକ ଦଳର ଅଫର ପାଇଛନ୍ତି। ପ୍ରୀତି ଜିଣ୍ଟା ରାଜନୀତିରେ ଯୋଗଦେବେ କି?: AskMeSession ସମୟରେ, ଜଣେ ପ୍ରଶଂସକ ପ୍ରୀତି ଜିଣ୍ଟାଙ୍କୁ ପଚାରିଲେ ଯେ, ‘ପ୍ରିୟ ପ୍ରୀତି, ଆପଣ ପ୍ରକୃତରେ ଜଣେ ସୈନିକ, ଆପଣଙ୍କୁ ସଲାମ। କେବଳ ଏତିକି ଜାଣିବାକୁ ଚାହୁଁଛି କି ରାଜନୀତିରେ ଯୋଗଦେବା ପାଇଁ କିଛି ଯୋଜନା ଅଛି କି? ଏଥିପାଇଁ ଅଭିନେତ୍ରୀ ଉତ୍ତର ଦେଲେ- ନା! ମୋ ପାଇଁ କୌଣସି ରାଜନୀତି ନାହିଁ। ଗତ କିଛି ବର୍ଷ ମଧ୍ୟରେ ଅନେକ ରାଜନୈତିକ ଦଳ ମୋତେ…

Read More

ଭୁବନେଶ୍ଵର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟରେ ଚାଲିଥିବା ଦୁଇ ଦିନିଆ ଇନ୍‌ଭେଷ୍ଟ କନ୍ଧମାଳ-୨୦୨୫ ଆଜି ଉଦ୍‌ଯାପିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଖବରଦାତା ସମ୍ମିଳନୀରେ କହିଛନ୍ତି, ଦୁଇ ଦିନ ସମ୍ମିଳନୀରେ ପ୍ରାୟ ୯୦ରୁ ଊର୍ଦ୍ଧ୍ୱ ପୁଞ୍ଜି ନିବେଶକାରୀ ଯୋଗଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ୨୯ ଜଣ ପୁଞ୍ଜି ନିବେଶକାରୀ ୫ ଶହ ୪୦ କୋଟି ନିବେଶ କରିବେ ବୋଲି ଜିଲ୍ଲା ପ୍ରଶାସନ ନିକଟରେ ପ୍ରସ୍ତାବ ରଖିଛନ୍ତି। ଯାହାକି ଅଞ୍ଚଳର ବିକାଶ ସହ ଏଥିରେ ପ୍ରାୟ ୪ ହଜାର ନିଯୁକ୍ତି ସୃଷ୍ଟି କରିପାରିବ। ଜିଲ୍ଲାପାଳ କହିଛନ୍ତି, ନିବେଶକାରୀମାନଙ୍କ ସହ ଆଲୋଚନା ସରିଛି, ପ୍ରଶାସନ ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବ ବିଶେଷ କରି ନିବେଶକାରୀମାନେ ୨ ଦିନ ଧରି ଦାରିଙ୍ଗବାଡ଼ି ସମେତ ଅନ୍ୟ ବ୍ଲକଗୁଡିକ ବୁଲି ପ୍ରଶାସନ ଦ୍ୱାରା ଯୋଗାଇଦେବାକୁ ରହିଥିବା ଜମିଗୁଡିକ ବୁଲି ଦେଖିଥିଲେ। ନିବେଶକାରୀ ଯେଉଁ ଜମି ଆବଶ୍ୟକ ତାହା ପ୍ରଶାସନ ପକ୍ଷରୁ ଯୋଗାଇଦେବାକୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା…

Read More

ରାୟଗଡା: ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ ନେଇ ରାୟଗଡା ସ୍ଥିତ ବିଜୁପଟ୍ଟନାୟ ଅଡିଟରୀୟମ ଠାରେ ଭାରତୀୟ ଜନତା ପାର୍ଟି ରାୟଗଡା ତରଫରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାୟଗଡାର ବିଭିନ୍ନ ସଂଗଠନ ସହ କେନ୍ଦ୍ର ଓ ରାଜ୍ୟ ବଜେଟ ଉପରେ ଆଲୋଚନା କରିଛନ୍ତି। କେନ୍ଦ୍ର ବଜେଟ ଦେଶ ବଦଳରେ ଲୋକଙ୍କ ପାଇଁ ଓ ଗରିବ, ଅନ୍ନଦାତା, ମହିଳା, ଯୁବଶକ୍ତିଙ୍କୁ ଅଗ୍ରାଧିକାର ଦେଇଥିବା ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି। ଏହି ସମ୍ମିଳନୀରେ ରାଜ୍ୟ ବିଜେପି ପ୍ରବକ୍ତା ତେଜେଶ୍ୱର ପରିଡା, ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼ ରାମଚନ୍ଦ୍ର ବେହେରା, କାଳିରାମ ମାଝୀ ବସନ୍ତ ଉଲ୍ଲାକା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରଫେସର, ଚାଟାର୍ଡ଼ ଏକାଉଣ୍ଟାଣ୍ଟ, ଓକିଲ, ଶିଳ୍ପଦ୍ୟୋଗୀ,…

Read More

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ତୁମୁରାପୁଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସଡ଼କ ସୁରକ୍ଷା, ଏମଏସିଟି, ଯାନବାହାନ ଅଧିନିୟମ, ବିକଳ୍ପ ବିବାଦ ସମାଧାନ ସୂତ୍ର ଓ ସ୍ଥାୟୀ ଲୋକ ଅଦାଲତ ଆଦି ବିଷୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଇପ୍ସିତା ପ୍ରିୟା ଏକ୍କା, ସରପଞ୍ଚ ଅକ୍ଷୟ ସେଠି,ଫ୍ରଣ୍ଟ ଅଫିସ ରିଟେନର ଦେବି ସାମନ୍ତରାୟ,ଆଇନ ସେବା ସମିତିର ସଦସ୍ୟ ଆଇନଜୀବୀ ଜଗଦୀଶ ପଟ୍ଟନାୟକ ଓ ବିପ୍ଳବ ମୁଦୁଲି ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର ଉପସ୍ଥିତ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା,ଏମଏସିଟି,ଯାନବାହାନ ଅଧିନିୟମ,ବିକଳ୍ପ ବିବାଦ ସମାଧାନ ସୂତ୍ର ଓ ସ୍ଥାୟୀ ଲୋକ ଅଦାଲତ ଆଦି…

Read More

ବଲାଙ୍ଗିର: ବଲାଙ୍ଗିର ବନବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ଅଧିକାରୀଙ୍କ ସହ ରାଜସ୍ବ ଓ ବିପର୍ଯ୍ୟାୟ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ସାଂସଦ ସଂଗିତା ସିଂହଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ସହ ସବୁ ବିଭାଗୀୟ ଅଧିକାରୀ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ଦୁଇ ମାସ ଭିତରେ ଗରୀବଙ୍କୁ ଜମିପଟ୍ଟା ଦିଆଯିବ। ଦୁଇମାସ ଭିତରେ ସରକାରୀ ଜମି ଜବରଦଖଲ କରିଥିଲେ ସରକାରୀ ଖାତାକୁ ଫେରାଇ ଅଣାଯିବ, ଲୋୟର ସୁକ୍ତେଲ ଜଳ ସେଚନ ପ୍ରକଳ୍ପ କ୍ଷତି ଗ୍ରସ୍ତ ଓ ବାସଚ୍ୟୁତ ଙ୍କ ଥାଇଥାନ, ଶିକ୍ଷାନୁଷ୍ଠାନକୁ ଜମି ଯୋଗାଇ ଦିଆଯିବ। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ଆହୁରି ଜମି ଯୋଗାଇ ଦେବାକୁ ରାଜସ୍ବ ମନ୍ତ୍ରୀ କହିଛନ୍ତି। ସେହିପରି ବେଆଇନ ବାଲି ଚୋରାଚାଲାନକୁ ରୋକିବାକୁ ସରକାର ପ୍ରତିଶୃତି ବଦ୍ଧ ବୋଲି କହିଥିଲେ ରାଜସ୍ବ ମନ୍ତ୍ରୀ। ସରକାରୀ କର୍ମଚାରୀ ୪ଘଣ୍ଟାରୁ କମ୍ କାମ କଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

Read More

ଭୁବନେଶ୍ଵର: ପୋଲାଭରମ ପ୍ରକଳ୍ପ ଦ୍ବାରା ମାଲକାନଗିରି ଜିଲ୍ଲାର ଅନେକ ଗ୍ରାମ ଜଳମଗ୍ନ ହେବ ଓ ହଜାର ହଜାର ଆଦିବାସୀ ସେମାନଙ୍କ ଭିଟାମାଟି ହରାଇବେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ପୋଲାଭରମ ପ୍ରକଳ୍ପ ବିରୁଦ୍ଧରେ ବିଜେଡି ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ଓଡିଶା ଓ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦେଶ ପାଳନ କରାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି। ଏଥିପାଇଁ ବିଜେଡି ସର୍ବଦା ମାଲକାନଗିରିବାସୀଙ୍କ ସହ ରହିଛି ବୋଲି କରିଛନ୍ତି। ମାଲକାନଗିରି ଜିଲ୍ଲାର ମୋଟୁଠାରେ ଆଜି ଆୟୋଜିତ ପୋଲାଭରମ ପ୍ରତିବାଦ ମିଳିତ କ୍ରିୟାନୁଷ୍ଠାନ କମିଟିର ବିଶାଳ ଜନସମ୍ମିଳନୀରେ ଆଭାସି ମାଧ୍ୟମରେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମୁନ୍ନା ଖାନ, ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା, ବରିଷ୍ଠ ନେତା ଭୃଗୁ…

Read More

ନୟାଗଡ଼: ନୟାଗଡ଼ ଜିଲା ପରିଷଦର ନବମ ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ନୟାଗଡ ବିଧାୟକ ଡ଼.ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲାପାଳ ଅକ୍ଷୟ ସୁନୀଲ ପରିଷଦ ଅଗ୍ରୱାଲ,ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲା ପରିଷଦ ଉପାଧ୍ୟକ୍ଷ ବିଷ୍ଣୁପ୍ରିୟା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ଶିକ୍ଷା,ସ୍ବାସ୍ଥ୍ୟ,ପୂର୍ତ୍ତ,ଆରଡ଼ବ୍ଲ୍ୟୁଏସ୍ଏସ୍,ଜଳସେଚନ,ଉଠାଜଳ ସେଚନ,କ୍ଷୁଦ୍ରଜଳ ସେଚନ, ଗ୍ରାମ୍ୟ ଉନ୍ନୟନ, ଜଳ ବିଭାଜିକା,କୃଷି, ଉଦ୍ୟାନ କୃଷି ଏବଂ ଜଙ୍ଗଲ ବିଭାଗ ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଥିବା ଅନୁଦାନର କାର୍ଯ୍ୟକାରୀତା ସମ୍ପର୍କରେ ଆଲୋଚନା ହୋଇଥିଲା ।

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଥିବା ସମ୍ପର୍କକୁ ଅଧିକ ନିବିଡ ଓ ମଜଭୂତ୍ କରିବା ଦିଗରେ ଶୁକ୍ରବାର ୟୁରୋପୀୟ ଆୟୋଗର ସାମାଜିକ ଅଧିକାର, ଦକ୍ଷତା, ଗୁଣାତ୍ମକ ଚାକିରି ଏବଂ ପ୍ରସ୍ତୁତି ବିଭାଗର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ରୋକ୍ସାନା ମିଞ୍ଜାତୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ୍ ଆଲୋଚନା ଅବସରରେ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଶିକ୍ଷାଗତ, ଗବେଷଣା ଏବଂ ଦକ୍ଷତା ବିକାଶ ସମ୍ପର୍କକୁ ଅଧିକ ନିବିଡ କରିବା ସହିତ ସମ୍ଭାବ୍ୟ ଭାଗିଦାରୀ ଉପରେ ଫଳପ୍ରଦ ଆଲୋଚନା ହୋଇଛି। ସ୍ଥାୟୀତ୍ୱ, ପ୍ରଯୁକ୍ତିବିଦ୍ୟା ଏବଂ ଏଆଇ ଭଳି ପାରସ୍ପରିକ ଲାଭଦାୟକ କ୍ଷେତ୍ରରେ ଶିକ୍ଷା ଓ ଦକ୍ଷତା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଭାଗିଦାରୀ ସୃଷ୍ଟି କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି ପାଇଁ ଏକ ଢାଞ୍ଚା ସ୍ଥାପନ କରିବା, ଛାତ୍ରଛାତ୍ରୀଙ୍କ ଦ୍ୱିପାକ୍ଷିକ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ଉପରେ ଦୁଇ ନେତୃତ୍ୱ…

Read More

ପୁରୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଓଡ଼ିଶାର ପୁରୀଠାରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଉତ୍ତମ ଏବଂ ଅନୁକରଣଯୋଗ୍ୟ ଅଭ୍ୟାସ ଏବଂ ନବୋନ୍ମେଷ ଉପରେ ନବମ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପୁରୀ ସାଂସଦ ଡ. ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଦୁଇ ଦିନିଆ ଶିଖର ସମ୍ମିଳନୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସେମାନଙ୍କ ଜନସ୍ୱାସ୍ଥ୍ୟ ଆହ୍ୱାନର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ସର୍ବୋତ୍ତମ ଅଭ୍ୟାସ ଓ ନବୋନ୍ମେଷର ପ୍ରଦର୍ଶନ ଏବଂ ଦସ୍ତାବିଜ ପ୍ରସ୍ତୁତ କରାଯିବ। ଏହା ମଧ୍ୟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ ଏବଂ ବିନିମୟ ପାଇଁ ଏକ ସୁଯୋଗ ପ୍ରଦାନ କରିଛି। ଏହି ଅଧିବେଶନକୁ ସମ୍ବୋଧିତ କରି ଜେ. ପି. ନଡ୍ଡା ଉଲ୍ଲେଖ କରିଥିଲେ ଯେ, 2014 ମସିହାରୁ ଭାରତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି…

Read More

ନୂଆଦିଲ୍ଲୀ: ଆଜି ଷ୍ଟକ ମାର୍କେଟରେ ବଡ ଧରଣର ହ୍ରାସ ଘଟିଛି। କହିବାକୁ ଗଲେ ପୁରା ଷ୍ଟକ ମାର୍କେଟ ଆଜି ଭୁଷୁଡି ପଡିଛି। କାରଣ ଆଜି ମାର୍କେଟର ପରିସ୍ଥିତି ଯାହା ତାହା କେବେ ହେବ ବୋଲି କେହି କଳ୍ପନା କରି ନ ଥିଲେ। ଆଜି ସେନକ୍ସ 1414.35 ପଏଣ୍ଟ ହ୍ରାସ ପାଇ 73198 କୁ ଖସିଆସିଛି। ସେହିପରି ନିଫ୍ଟ 420.35 ପଏଣ୍ଟ ହ୍ରାସ ପାଇ 22124. 70 କୁ ଖସି ଆସିଛି। ଗତ ସପ୍ତାହ ଧରି ସେୟାର ମାର୍କେଟର ସ୍ଥିତି ଭଲ ନାହିଁ। ପ୍ରତିଦିନ ମାର୍କେଟ ଦୁର୍ବଳ ହେବାରେ ଲାଗିଛି। ଆଜି ବ୍ୟାଙ୍କ ଏବଂ ଆଇଟି କ୍ଷେତ୍ରରେ ବଡ ହ୍ରାସ ଘଟିଛି। ଏହାର ନିବେଶକମାନେ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବର୍ତ୍ତମାନ ବିଏସଇରେ ନିବେଶକ 5 ଲକ୍ଷ କୋଟି ଟଙ୍କା ହରାଇଛନ୍ତି ବୋଲି ଜଣାପଡିଛି। ମୁଖ୍ୟତଃ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଟାକ୍ସ ଲଗାଇବାକୁ ନେଇ ଭାରତ ସମେତ ଏସିଆ…

Read More

ଭୁବନେଶ୍ବର: ଓଡିଆ ଚଳଚିତ୍ରର ପ୍ରଖ୍ୟାତ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ସାରା ସିନେ ଜଗତ ଶୋକରେ ଡୁବି ରହିଛି। କାରଣ ଓଡିଆ ଚଳଚିତ୍ରକୁ ଲୋକପ୍ରିୟ କରାଇବାରେ ଉତ୍ତମ ମହାନ୍ତିଙ୍କ ଭୂମିକା ଥିଲା ବେଳ ଗୁରୁତ୍ବପୂର୍ଣ୍ଣ। ତାଙ୍କ ବିୟୋଗରେ ନେତା ଅଭିନେତାଙ୍କଠାରୁ ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ମର୍ମାହତ। ଏପରି କ୍ଷେତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ ଏକ ଶୋକ ବାର୍ତ୍ତାରେ କହିଛନ୍ତି ଯେ, “ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତଥା କିମ୍ବଦନ୍ତୀ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। କଳା ଜଗତରେ ଏହା ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଅନେକ ଚଳଚ୍ଚିତ୍ରରେ ସେ ଛାଡ଼ି ଯାଇଥିବା ଛାପ ଲୋକଙ୍କ ହୃଦୟରେ ତାଙ୍କୁ ଚିର ଅମର କରି ରଖିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।”

Read More

ଭୁବନେଶ୍ବର: ଶେଷରେ ଓଡିଆ ଚଳଚିତ୍ର ଜଗତରେ ଉତ୍ତମ ଯୁଗର ଅବସାନ ଘଟିଛି। ଭୁବନେଶ୍ବରର ସତ୍ୟନଗର ମଶାଣୀରେ ପଞ୍ଚଭୂତରେ ବିଲୀନ ହୋଇଛି ଅଭିନେତା ଉତ୍ତମ ମହାନ୍ତିଙ୍କ ପ୍ରାର୍ଥୀବ ଶରୀର। ପୁଅ ବାବୁସାନ ମୁଖାଗ୍ନୀ ଦେବା ପରେ ସବୁଦିନ ପାଇଁ ତାଙ୍କର ଶରୀର ହଜିଗଲା। ଓଡିଆ ଚଳଚିତ୍ରର ଏକ ଯୁଗର ଅବସାନ ଘଟିଲା। ଆଜି ସକାଳେ ଉତ୍ତମ ମହାନ୍ତିଙ୍କ ପ୍ରାର୍ଥବ ଶରୀର ନୂଆଦିଲ୍ଲୀରୁ ଭୁବନେଶ୍ବର ଆସିବା ପରେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ବହୁ ଲୋକଙ୍କର ଭିଡ ଜମିଥିଲା। ଏହାପରେ ତାଙ୍କର ମରଶରୀର ତାଙ୍କ ବରମୁଣ୍ଡାସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ଓଡିଆ ଚଳଚିତ୍ରର ବହୁ କଳକାର, ଚଳଚିତ୍ର ବ୍ୟକ୍ତିତ୍ବ ଏବଂ ତାଙ୍କର ପ୍ରଶଂସକ ତାଙ୍କର ଶେଷ ଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ତାଙ୍କ ବାସଭବନରେ ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ କରିଥିଲେ। ସେହିପରି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ତାଙ୍କର ଶେଷ ଦର୍ଶନ କରିଥିଲେ। ଏହାପରେ ଏକ ଶୋଭାଯାତ୍ରାରରେ…

Read More

ନୁଆଦିଲ୍ଲୀ: ୨୦୨୬ ମସିହାରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ରାଜନୈତିକ ଦଳ ଏ ସମ୍ପର୍କରେ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଏହାପୂର୍ବରୁ ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ମଧ୍ୟରେ ମତଭେଦ ଖବର ସାମ୍ନାକୁ ଆସୁଛି। ଏବେ ପ୍ରଶ୍ନ ହେଉଛି ଦେଶରେ ଗୋଟିଏ ପରିବାରର ନେତା କେଉଁ ଅଲଗା ଅଲଗା ଦଳଗୁଡ଼ିକରେ ଅଛନ୍ତି? ଏହା ବିଷୟରେ ଆସନ୍ତୁ ଜାଣିବା…. ମାମଲା କ’ଣ?: ୨୦୨୬ ମସିହାରେ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳଗୁଡିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଦଳ ଛାଡି ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ଏବେ ପ୍ରଶ୍ନ ହେଉଛି ଏହା ପ୍ରକୃତରେ ଘଟୁଛି କି ନାହିଁ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କେତେଜଣ ନେତା ଅଛନ୍ତି, ଯେଉଁମାନେ ଗୋଟିଏ ପରିବାରର ବିଭିନ୍ନ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅର୍ନ୍ତଗତ ତାକରଡା ଗ୍ରାମ ପନ୍ଦରା ସାହିର ତାରିଣୀ ମାଲିକ ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତାହା ପୁଣି ପୁତ୍ର ଯୁଗଳ ମଲିକଙ୍କ ଟାଙ୍ଗିଆ ମାଡ଼ରେ। ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳିଛି ଯେ, ମୃତ ତାରିଣୀ ସହ ପୁତ୍ର ଯୁଗଳଙ୍କ ପୁର୍ବରୁ ଅଶାନ୍ତ ଲାଗି ରହିଥିଲା। ମଦ ପିଇ ତାରିଣୀ ପୁଅ ଯୁଗଳକୁ ଗାଳିଗୁଲଜ କରିବା ଅଭ୍ୟାସରେ ପରିଣତ ହୋଇଯାଇଥିଲା ଓ ପିତା ପୁତ୍ରଙ୍କ ମଧ୍ୟରେ ଅନେକ ଥର ଝଗଡା ଲାଗି ରହିଥିଲା। ଫଳ ସ୍ଵରୂପ ଗତକାଲି ତାରିଣୀ ଘର ବାରଣ୍ଡାରେ ଶୋଇଥିଲା ବେଳେ ପୁଅ ଯୁଗଳ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଯାହା ଫଳରେ ତାରିଣୀ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ଗାଁ ଲୋକେ ତାଙ୍କୁ ଶେରଗଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଶେରଗଡ଼ ଥାନା ପୋଲିସ୍…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୋଲସରା ଥାନା ଅର୍ନ୍ତଗତ ପୋଲସରା ବସଷ୍ଟାଣ୍ଡ ସାମ୍ନାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ମୃତ ରବିନ୍ଦ୍ରଙ୍କ ଭାଇ ଚିତ୍ତରଞ୍ଜନ ଲଜ୍ ରେ ପହଞ୍ଚି ଭାଇ ରବିନ୍ଦ୍ରଙ୍କୁ ଚିହ୍ନିବା ସହ ତାଙ୍କ ଭାଇଙ୍କ ମୁହଁରେ କ୍ଷତ ଲାଗିଥିବାରୁ ଭାଇଙ୍କୁ କିଏ ହତ୍ୟା କରିଥିବା ସନ୍ଦେହ କରି ପୋଲସରା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ଗ୍ରହଣ କରି ଲଜ୍ ରେ ପହଞ୍ଚି ଶବ ଜବତ କରିଛନ୍ତି ଓ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆସ୍କା ଥାନା ଅର୍ନ୍ତଗତ ପିତଳ କଲେଜ୍ ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ୍ ଚାଳକ ରାମଚନ୍ଦ୍ର ଯେନା ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ସ୍ତ୍ରୀ ରେବତୀ ଯେନା ଓ ଝିଅ ଗୁଡୁଲି ଯେନା ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ଘଟଣାରୁ ଜଣାପଡିଛି ଯେ, ଗତକାଲି ସନ୍ଧ୍ୟାରେ ମୃତ ରାମଚନ୍ଦ୍ର କୌଣସି କାମରେ ବ୍ରହ୍ମପୁର ଆସି ନିଜ ଗ୍ରାମ ଆସ୍କା ଥାନା ଅର୍ନ୍ତଗତ ଚନ୍ଦନ ପେଢୀ ଫେରୁଥିବା ବେଳେ ଆସ୍କାରୁ ବ୍ରହ୍ମପୁର ଆସୁଥିବା ପିକ୍ଅପ୍ ଭ୍ୟାନ ସହ ମୁହାଁମୁହିଁ ଧକ୍କା ଫଳରେ ରାସ୍ତା କଡ଼ରେ ଛିଟିକି ପଡ଼ି ଯାଇଥିଲେ ଘଟଣାସ୍ଥଳରେ ହିଁ ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ମାଁ ଓ ଝିଅ ଉଭୟ ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ଆସ୍କାରୁ ବ୍ରହ୍ମପୁର ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସକୁ ଅଟକାଇ ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ…

Read More

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ରବିବାର ଦୁବାଇରେ ଖେଳାଯିବ। ଖେଳାଳି ଏକାଦଶରେ ପରିବର୍ତ୍ତନ ସହିତ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ପାଇଁ ପଡିଆକୁ ଓହ୍ଳାଇବ। ସୂଚନା ଅନୁଯାୟୀ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇପାରେ। ତାଙ୍କ ଅନୁପସ୍ଥିତିରେ ଶୁବମାନ ଗିଲ ଅଧିନାୟକତ୍ୱ ପାଇପାରନ୍ତି। ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଗିଲ୍। ରୋହିତଙ୍କ ମାଂସପେଶୀରେ ସମସ୍ୟା ରହିଛି। ରୋହିତ କ୍ରମାଗତ ଭାବରେ ଖେଳୁଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ ସମୟରେ ସେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଯେଉଁ କାରଣରୁ ମ୍ୟାଚ୍ ସମୟରେ ସେ ପଡ଼ିଆରୁ ବାହାରକୁ ଯାଇଥିଲେ। ଯଦି ରୋହିତ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି ତେବେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରୁ ବିଶ୍ରାମ ଦିଆଯାଇପାରିବ। ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁଯାୟୀ ରୋହିତଙ୍କ ଅନୁପସ୍ଥିତିରେ ଶୁଭମନ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ପାଇପାରନ୍ତି। ତେବେ ଏ ସମ୍ପର୍କରେ କୌଣସି ଔପଚାରିକ ସୂଚନା ମିଳିପାରି ନାହିଁ। ଭାରତର ଖେଳାଳି ଏକାଦଶରେ କ’ଣ ପରିବର୍ତ୍ତନ ହେବ?: ଯଦି…

Read More

ନୂଆଦିଲ୍ଲୀ: ଉପଭୋକ୍ତାମାନଙ୍କ ପାଇଁ BSNL ଅନେକ ଶସ୍ତା ରିଚାର୍ଜ ଯୋଜନା ପ୍ରଦାନ କରେ। ଯଦିଓ ଏହି ଯୋଜନାଗୁଡିକର ମୂଲ୍ୟ କମ୍, ଏଥିରେ ଉପଲବ୍ଧ ଲାଭ ଆଶ୍ଚର୍ଯ୍ୟଜନକ। ଆଜି ଆମେ ଆପଣଙ୍କୁ ଏପରି ଏକ ଯୋଜନା ବିଷୟରେ କହିବାକୁ ଯାଉଛୁ, ଯାହା ବର୍ଷ ପାଇଁ ପର୍ଯ୍ୟାପ୍ତ ଡାଟା ଦେଇଥାଏ। ଏହି ଯୋଜନା ରିଚାର୍ଜ କରିବା ପରେ, 2026 ପର୍ଯ୍ୟନ୍ତ ବୈଧତା ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏହି ଯୋଜନାର ସମସ୍ତ ଲାଭ ବିଷୟରେ ଆସନ୍ତୁ ଜାଣିବା… BSNL ର 1,515 ଟଙ୍କା ପ୍ୟାକ୍: ଦେଶର ଏକମାତ୍ର ସରକାରୀ କମ୍ପାନୀ 1,515 ଟଙ୍କା ମୂଲ୍ୟର ଡାଟା ପ୍ୟାକ୍ ପ୍ରଦାନ କରୁଛି। ଏହି ପ୍ୟାକ୍ ରେ, ଉପଭୋକ୍ତାମାନେ 365 ଦିନର ବୈଧତା ପ୍ରାପ୍ତ କରୁଛନ୍ତି। ଏହା ସହିତ, ଉପଭୋକ୍ତାମାନେ ପ୍ରତିଦିନ 2GB ଡାଟା ହାଇ ସ୍ପିଡ୍ ଇଣ୍ଟରନେଟ୍ ଉପଭୋଗ କରିପାରିବେ। ଏହାର ଅର୍ଥ ଏହି ପ୍ୟାକ୍ ରେ ସମୁଦାୟ 730 ଜିବି ଡାଟା…

Read More

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଏହା କେବେ ଘଟିଛି କି ଆୟୋଜକ ଦେଶ ଟୁର୍ଣ୍ଣାମେଣ୍ଟର ଗୋଟିଏ ବି ମ୍ୟାଚ୍ ଜିତିବାରେ ସକ୍ଷମ ହୋଇ ନାହିଁ? ବାସ୍ତବରେ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଆୟୋଜକ ଦେଶ ପାକିସ୍ତାନ ଗ୍ରୁପ୍ ପର୍ଯ୍ୟାୟରୁ ବାହାରିଯାଇଛି। ଆହୁରି ଲଜ୍ଜାଜନକ ବିଷୟ ହେଉଛି ଯେ, ସେମାନଙ୍କର ଅଭିଯାନ କୌଣସି ବିଜୟ ବିନା ସମାପ୍ତ ହୋଇଛି। ଗୁରୁବାର ଅନୁଷ୍ଠିତ ପାକିସ୍ତାନ ବନାମ ବାଂଲାଦେଶ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଛି। ୨୦୨୫ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନକୁ ପରାସ୍ତ କରିଥିଲା। ୬୦ ରନ୍ ରେ ପରାଜୟରୁ ପାକିସ୍ତାନ କୌଣସି ଶିକ୍ଷା ଲାଭ କରିପାରିନଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ସେମାନଙ୍କୁ ୬ ୱିକେଟରେ ପରାସ୍ତ କରିଥିଲା। କୌଣସି କ୍ଷେତ୍ରରେ ପାକିସ୍ତାନ ଦଳ ଶକ୍ତିଶାଳୀ ଥିବା ପରି ମନେ ହେଉ ନଥିଲା। ସେମାନେ ଉଭୟ ମ୍ୟାଚ୍ ଲଜ୍ଜାଜନକ ଭାବରେ ପରାସ୍ତ ହୋଇଥିଲେ। ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ସହିତ ଥିବା ପାକିସ୍ତାନର ଶେଷ…

Read More