Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ୟୁରୋପୀୟ ଆୟୋଗର କାର୍ଯ୍ୟନିବାହୀ ଉପାଧ୍ୟକ୍ଷ ରୋକ୍ସାନା ମିଞ୍ଜାତୁ
ଆଜିର ଖବର

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ୟୁରୋପୀୟ ଆୟୋଗର କାର୍ଯ୍ୟନିବାହୀ ଉପାଧ୍ୟକ୍ଷ ରୋକ୍ସାନା ମିଞ୍ଜାତୁ

February 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଥିବା ସମ୍ପର୍କକୁ ଅଧିକ ନିବିଡ ଓ ମଜଭୂତ୍ କରିବା ଦିଗରେ ଶୁକ୍ରବାର ୟୁରୋପୀୟ ଆୟୋଗର ସାମାଜିକ ଅଧିକାର, ଦକ୍ଷତା, ଗୁଣାତ୍ମକ ଚାକିରି ଏବଂ ପ୍ରସ୍ତୁତି ବିଭାଗର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ରୋକ୍ସାନା ମିଞ୍ଜାତୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି।

ଏହି ସାକ୍ଷାତ୍ ଆଲୋଚନା ଅବସରରେ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଶିକ୍ଷାଗତ, ଗବେଷଣା ଏବଂ ଦକ୍ଷତା ବିକାଶ ସମ୍ପର୍କକୁ ଅଧିକ ନିବିଡ କରିବା ସହିତ ସମ୍ଭାବ୍ୟ ଭାଗିଦାରୀ ଉପରେ ଫଳପ୍ରଦ ଆଲୋଚନା ହୋଇଛି। ସ୍ଥାୟୀତ୍ୱ, ପ୍ରଯୁକ୍ତିବିଦ୍ୟା ଏବଂ ଏଆଇ ଭଳି ପାରସ୍ପରିକ ଲାଭଦାୟକ କ୍ଷେତ୍ରରେ ଶିକ୍ଷା ଓ ଦକ୍ଷତା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଭାଗିଦାରୀ ସୃଷ୍ଟି କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି ପାଇଁ ଏକ ଢାଞ୍ଚା ସ୍ଥାପନ କରିବା, ଛାତ୍ରଛାତ୍ରୀଙ୍କ ଦ୍ୱିପାକ୍ଷିକ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ଉପରେ ଦୁଇ ନେତୃତ୍ୱ ବିଚାରବିମର୍ଶ କରିଥିଲେ।

ଅନୁରୂପ ଭାବରେ ଅଧ୍ୟାପକ ବା ଶିକ୍ଷକ ବିନିମୟ, ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ଜଏଣ୍ଟ/ଡୁଆଲ ଡିଗ୍ରୀ ଏବଂ ଟୁଇନିଂ ପ୍ରୋଗ୍ରାମ ସହ ଭାରତରେ ଥିବା ପ୍ରମୁଖ ୟୁରୋପୀୟ ସଂଘ ବିଶ୍ୱବିଦ୍ୟାଳୟଗୁଡିକର ଅଫସୋର କ୍ୟାମ୍ପସର ସମ୍ଭାବନା ଉପରେ ବୈଠକରେ ଚର୍ଚ୍ଚା ହୋଇଥିଲା। ଶିକ୍ଷଣ ଏବଂ ଦକ୍ଷତା ବ୍ୟବଧାନକୁ ଦୂର କରିବା ସହିତ ଲର୍ଣ୍ଣିଂ ଏବଂ ସ୍କିଲିଂ ଇକୋସିଷ୍ଟମରେ ଉନ୍ନତି ଆଣିବା ପାଇଁ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସହଯୋଗକୁ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଛି। ପାରସ୍ପରିକ ଶିକ୍ଷା ଓ ଦକ୍ଷତା ଏଜେଣ୍ଡାକୁ ଆଗକୁ ବଢ଼ାଇବା, ଜ୍ଞାନ ସେତୁକୁ ସୁଦୃଢ଼ କରିବା ଏବଂ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଗଭୀର ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଆଲୋଚନା ପାଇଁ ଏକ ଢାଞ୍ଚା ସୃଷ୍ଟି କରିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ। ଆଜିର ବୈଠକ ଭାରତ-ୟୁରୋପୀୟ ସଂଘର ଶିକ୍ଷା ଏବଂ ଦକ୍ଷତା ବିକାଶ ଭାଗିଦାରୀରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ପାଇଁ ପଥ ପ୍ରଶସ୍ତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଭାରତ-ୟୁରୋପୀୟ ସଂଘ ରଣନୈତିକ ଭାଗିଦାରୀକୁ ଆହୁରି ଶକ୍ତିଶାଳୀ କରିବା ଏବଂ ନୂତନ ମାନଦଣ୍ଡ ସୃଷ୍ଟି କରିବା ଉପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ୟୁରୋପୀୟ ଆୟୋଗର ଉପାଧ୍ୟକ୍ଷଙ୍କ ଚିନ୍ତାଧାରାକୁ ପ୍ରଶଂସା କରିଥିଲେ। ଏହି ଆଲୋଚନା କାଳରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ତଥା ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ।

ଗବେଷଣା ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.