Author: SM Network

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଓଡ଼ିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଏକ ଜରୁରୀକାଳୀନ ବୈଠକ ବ୍ରହ୍ମପୁର ସିଡିଏମ ଓ କାର୍ଯ୍ୟାଳୟର ନୂତନ ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ୧୩୫ ଜଣ କର୍ମଚାରୀଙ୍କ ସମେତ ସଙ୍ଘର ରାଜ୍ୟ ସଭାପତି ପଞ୍ଚାନନ ଦାଶ ଯୋଗଦେଇ ଆଗାମୀ ଦିନରେ ଯଦି ଆମର ଦାବୀ ପୂରଣ ନହୁଏ ତାହେଲେ ଆନ୍ଦୋଳନକୁ କିଭଳି ଜୋରଦାର କରିହେବ ତା ଉପରେ ଆଲୋକପାତ କରିବା ସହିତ ଏକ ପୋଷ୍ଟ କାର୍ଡ ଅଭିଯାନ ର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟମନ୍ତ୍ରୀ, ଭାଜପା ସଭାପତି, ସ୍ଵାସ୍ଥ୍ୟ ସଚିବ ଓ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ପ୍ରମୁଖ ଙ୍କୁ ସଙ୍ଘର ଥିବା ୪୨୦୦ ପୋଷ୍ଟ କାର୍ଡ ପଠେଇ ବାକୁ ବୈଠକ ରେ ରେ ସ୍ଥିର ହୋଇଛି। ଓଡ଼ିଶା ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଦୀର୍ଘ ୨୦ ବର୍ଷ ଧରି କାର୍ଯ୍ୟରତ ପରିଚାଳନା କର୍ମଚାରୀ ମଧ୍ୟରେ ବର୍ତମାନ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୌହାଟୀଠାରେ ‘ଆଡଭାଣ୍ଟେଜ୍ ଆସାମ ୨.୦ ନିବେଶ ଏବଂ ଭିତ୍ତିଭୂମି ସମ୍ମିଳନୀ ୨୦୨୫’ କୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଛନ୍ତି, “ପୂର୍ବ ଭାରତ ଏବଂ ଉତ୍ତର-ପୂର୍ବ ଭାରତ ଆଜି ଭବିଷ୍ୟତର ଏକ ନୂତନ ଯାତ୍ରା ଆରମ୍ଭ କରୁଛନ୍ତି ଏବଂ ଆସାମର ଅବିଶ୍ୱସନୀୟ ସମ୍ଭାବନା ଓ ପ୍ରଗତିକୁ ବିଶ୍ୱ ସହିତ ଯୋଡ଼ିବା ପାଇଁ ଆଡଭାଣ୍ଟେଜ୍ ଆସାମ ଏକ ବୃହତ ପଦକ୍ଷେପ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ସମୃଦ୍ଧିରେ ପୂର୍ବ ଭାରତର ପ୍ରମୁଖ ଭୂମିକା ଇତିହାସର ସାକ୍ଷୀ ଅଟେ। ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରି କହିଥିଲେ, “ଆଜି ଯେତେବେଳେ ଆମେ ବିକଶିତ ଭାରତ ଦିଗରେ ଅଗ୍ରସର ହେଉଛୁ, ସେତେବେଳେ ପୂର୍ବ ଭାରତ ଏବଂ ଉତ୍ତର-ପୂର୍ବ କ୍ଷେତ୍ର ନିଜର ପ୍ରକୃତ ସାମର୍ଥ୍ୟ ପ୍ରଦର୍ଶନ କରିବେ।” ସେ କହିଥିଲେ ଯେ ଆଡଭାଣ୍ଟେଜ୍ ଆସାମ ସେହି ଭାବନାର ପ୍ରତିନିଧିତ୍ୱ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ସବୁଜ ବନାନି ଘେରା ଏବଂ ଘଞ୍ଚ ଜଙ୍ଗଲ ଓ ଉଚ୍ଚ ପର୍ବତ ମାଳାରେ ପର୍ଯ୍ୟବେଶିତ, ଚମ୍ପାଳୀ ନଦୀ କୂଳରେ ଥିବା ପ୍ରସିଦ୍ଧ ଐତିହ୍ୟ ପୀଠ ଭୀମ ମଣ୍ଡଳୀ ରାଜ୍ୟ ସରକାରଙ୍କ ଦ୍ୱାରା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ପ୍ରଥମ କରି ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତ କରିଛନ୍ତି। ଆଜି ପୂର୍ବାହ୍ନରେ ଶ୍ରୀ ପ୍ରଧାନ ଭୀମ ମଣ୍ଡଳୀ ଗସ୍ତକରି ପ୍ରଥମେ ଭୀମମଣ୍ଡଳୀ ଗୁମ୍ଫା ପାର୍ଶ୍ଵରେ ଅବସ୍ଥିତ ଗୁପ୍ତେଶ୍ୱର ଦର୍ଶନପରେ ଭୀମମଣ୍ଡଳୀ ବୁଲି ଦେଖିଥିଲେ। ଗୁମ୍ଫାଗୁଡିକର ପ୍ରସ୍ତର ଦେହରେ ଥିବା ବିଭିନ୍ନ ଶୀଳାଲେଖ ଗୁଡିକ ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ଅଧିବାସୀଙ୍କ ସହ ମିଶିଲେ ଓ କଥା ହେଲେ। ଏଏସଆଇ ଅଧିକାରୀଙ୍କ ସହ ଏହି ଐତିହ୍ୟ ସ୍ଥାନର ଉତ୍ପତି, ଐତିହ୍ୟ ଓ ଇତିହାସ ଉପରେ ଆଲୋଚନା କରିଛନ୍ତି। ଐତିହାସିକଙ୍କ ମତରେ ପାଖାପାଖି ୩୦ ହଜାର ବର୍ଷ ପୂର୍ବରୁ ଭୀମମଣ୍ଡଳୀରେ ମାନବ ସଭ୍ୟତା ଗଢି…

Read More

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ଆଜିବହୁତ ଉତ୍ତେଜନା ଦେଖାଦେଇଛି। ଉପ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ଆମ୍ ଆଦମୀ ପାର୍ଟିର ବିଧାୟକମାନେ ଗୃହରେ ସ୍ଲୋଗାନ ଦେଇଥିଲେ। ଏହା ପରେ ବାଚସ୍ପତି ବିଜୟ ଗୁପ୍ତା ଅମାନତୁଲ୍ଲା ଖାନଙ୍କ ବ୍ୟତୀତ ସମସ୍ତ ଆମ୍ ଆଦମୀ ପାର୍ଟି ବିଧାୟକଙ୍କୁ ନିଲମ୍ବିତ କରିଥିଲେ। ଆଜି ଗୃହରେ ଅମାନତୁଲ୍ଲା ଖାନ ଉପସ୍ଥିତ ନଥିଲେ। କୁହାଯାଉଛି ଯେ, ଅସୁସ୍ଥତା ହେତୁ ସେ ଆଜି ବିଧାନସଭାରେ ଉପସ୍ଥିତ ନଥିଲେ। ତେଣୁ ବାଚସ୍ପତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। ଗୁରୁବାର ଦିନ ସକାଳ ୧୧ ଟାରୁ ଦିଲ୍ଲୀ ବିଧାନସଭାରେ ଅଧିବେଶନ ଆରମ୍ଭ ହେବ, ଯେଉଁଥିରେ CAG ରିପୋର୍ଟ ଉପରେ ଆଲୋଚନା ହେବ। ଆଜି ଦିଲ୍ଲୀ ବିଧାନସଭାରେ CAG ରିପୋର୍ଟ ଉପସ୍ଥାପିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ର ଏକ୍ସାଇଜ୍ ପଲିସି ଯୋଗୁଁ ଦିଲ୍ଲୀ ସରକାର ୨ ହଜାର କୋଟିରୁ ଅଧିକ କ୍ଷତି ସହିଛନ୍ତି। ଏନେଇ ବିଜେପି ବିଧାୟକମାନେ ଆମ୍ ଆଦମୀ ପାର୍ଟି…

Read More

ନୂଆଦିଲ୍ଲୀ: ୫ଜି ଷ୍ଟାଣ୍ଡାଲୋନ (ଏସଏ) ନେଟୱାର୍କ ସ୍ଥାପନରେ ଭାରତ ଆମେରିକା ଓ ୟୁରୋପକୁ ପଛରେ ପକାଇ ଦେଇଛି ଏବଂ ଏଥିରେ ରିଲାଏନ୍ସ ଜିଓ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଟେଲିକମ କ୍ଷେତ୍ରର ଅନୁଶୀଳନକାରୀ ସଂସ୍ଥା ଓକଲାର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୫୨ ପ୍ରତିଶତ ୫ଜି ଷ୍ଟାଣ୍ଡାଲୋନ ଉପଲବ୍ଧତା ସହ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଚୀନ ୮୦ ପ୍ରତିଶତ ଉପଲବ୍ଧତା ଉପଲବ୍ଧତା ସହ ଏହି ତାଲିକାରେ ଶୀର୍ଷରେ ରହିଛି। ୟୁରୋପରେ ଏହି ସଂଖ୍ୟା ମାତ୍ର ଏକ ପ୍ରତିଶତ ରହିଛି, ଯାହା ଭାରତର ଦ୍ରୁତ ଅଗ୍ରଗତିକୁ ଦର୍ଶାଉଛି। ଏହି ରିପୋର୍ଟ ଅନୁଯାୟୀ, ଭାରତରେ ୫ଜି ଷ୍ଟାଣ୍ଡାଲୋନ ନେଟୱାର୍କର ବ୍ୟାପକ ଉପଲବ୍ଧତା ପଛରେ ରହିଛି ଜିଓର ଦ୍ରୁତ ୫ଜି ନେଟୱାର୍କ ସମ୍ପ୍ରସାରଣ ଏବଂ ୭୦୦ ମେଗାହର୍ଜ ସ୍ପେକ୍ଟ୍ରମର ବ୍ୟାପକ ବ୍ୟବହାର। ଏହି ଲୋ-ବ୍ୟାଣ୍ଡ୍ ସ୍ପେକ୍ଟ୍ରମ୍ ସମଗ୍ର ଦେଶରେ ପ୍ରଭାବଶାଳୀ ଏବଂ ନିର୍ଭରଯୋଗ୍ୟ କଭରେଜ୍ ସୁନିଶ୍ଚିତ କରିଛି, ଯାହା ଗ୍ରାମାଞ୍ଚଳ ତଥା ସୁଦୂର ଅଞ୍ଚଳରେ…

Read More

ନୟାଗଡ଼: ନୟାଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜିଲ୍ଲାର ସମସ୍ତ ଅନୁସୁଚିତ ଜାତି ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଶିକ୍ଷୟତ୍ରୀ ଏବଂ ମାଟ୍ରନ ମାନଙ୍କ ପାଇଁ ଶିଶୁ ଯୌନ ନିର୍ଯ୍ୟାତନା ସମ୍ପର୍କରେ ଏକ ଜ଼ିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ନୟାଗଡ଼ ଜ଼ିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ଵ ଆବାସିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଶିଶୁ ସୁରକ୍ଷା ଆଇନ ତଥା ପୋକୋସୋ ଆଇନ ସମ୍ବନ୍ଧରେ ଏବଂ ଆବାସିକ, ହଷ୍ଟେଲରେ ପିଲାମାନଙ୍କ ସୁରକ୍ଷା କିପରି ସୁନିଶ୍ଚିତ କରାଯାଇପାରିବ ସେହି ବିଷୟରେ ଭୁବନେଶ୍ବରରୁ ଆସିଥିବା ରିସୋର୍ସ ପର୍ସନ ପ୍ରଶାନ୍ତି ପାଲଟାସିଂଙ୍କ ଠାରୁ ଅବଗତ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ବେହେରା ସମସ୍ତ ବ୍ଲକରୁ ଆସିଥିବା ଆବାସିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ବିଦ୍ୟାଳୟ ଗୁଡିକରେ କିପରି ପରି ଏହି ସବୁ ନିୟମ ଗୁଡିକ କିପରି କାର୍ଯ୍ୟକାରୀ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅର୍ନ୍ତଗତ ପାଣିଗ୍ରାହୀ ପେଣ୍ଠ ଗଣପତି ନଗର ଅଞ୍ଚଳରେ ଗତ ୨୦୨୧ ମସିହାରେ ଘଟିଥିବା ହତ୍ୟାକାଣ୍ଡରେ ଅଭିଯୁକ୍ତ ପିଣ୍ଟୁ ସାହୁଙ୍କୁ ମାନ୍ୟବର ଜିଲ୍ଲା ଅତିରିକ୍ତ ଦୌରାଜଜ୍ ଇନ୍ଦୁ ଶର୍ମା ଆଜୀବନ କାରାଦଣ୍ଡ ଆଦେଶ ସହ ୧୫ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି ଓ ଜରିମାନା ଅନାଦେୟ ଆଉ ୧୮ ମାସ ଜେଲଦଣ୍ଡ ଶୁଣାଇଛନ୍ତି। ସୁଚନା ଥାଉକି ସାମାନ୍ୟ କଥାକୁ ନେଇ ପୁର୍ବ ଶତୃତାକୁ କେନ୍ଦ୍ର କରି ଉକ୍ତ ସାହିର ପପୁନ୍ ସାହୁ ଓ ପିଣ୍ଟୁ ସାହୁର ମନୋମାଳିନ୍ୟ ଥିବା ବେଳେ ଘଟଣା ଦିନ ଉକ୍ତ ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ପିଣ୍ଟୁ ଗୋଟିଏ ଧାରୁଆ ଛୁରୀରେ ପପୁନ୍ ଶରୀର କୁ ଆକ୍ରମଣ କରିଥିଲା।  ଗୁରୁତର ଅବସ୍ଥାରେ ସେ ପଡିରହିଥିବା ବେଳେ ପିଣ୍ଟୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରିବାର ଲୋକେ ତାକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ…

Read More

ବାଣପୁର: ଗତକାଲି ବାଣପୁର ବ୍ଲକ ନାଚୁଣୀ ପୁରୁଣା ସାହିରେ ଅଗ୍ନିକାଣ୍ଡ ଘଟି ୧୪ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି। ଉକ୍ତ ଅଗ୍ନିକାଣ୍ଡ ଫଳରେ ସ୍ଥାନୀୟ ବାସିନ୍ଦା ତଥା ନାଚୁଣୀ ସମିତି ସଭ୍ୟ ବିରଞ୍ଚିନାରାୟଣ ରାଉତଙ୍କ ୪ ବଖରା ଘର ଓ ସମସ୍ତ ଆସବାବପତ୍ର ମଧ୍ୟ ପୋଡ଼ିଯାଇଛି। ଅନୁରୂପଭାବେ ଜୟକୃଷ୍ଣ ସୁବୁଦ୍ଧିଙ୍କ ୪ ବଖରା ପୋଡ଼ିଯାଇଛି। ନିଆଁକୁ ଆୟତ୍ତ କରିବାପାଇଁ ଗଙ୍ଗାଧରପୁର ଓ ବାଲୁଗାଁ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ ସୁଦ୍ଧା ନିଆଁ ଅଣାୟତ୍ତ ହୋଇପଡ଼ିଥିଲା। ଉକ୍ତ ଅଗ୍ନିକାଣ୍ଡରେ ୧୪ ବଖରା ଚାଳଘର ସମେତ ସମସ୍ତ ଆସବାବପତ୍ର ପୋଡ଼ିପାଉଁଶ ହୋଇଯାଇଥିବା ଜଣାପଡିଛି। ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଉଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଅ। ତେବେ ଉକ୍ତ ଖବର ପାଇ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଗଭୀର ଦୁଃଖ ପ୍ରକାଶ କରିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ପ୍ରତିଶୃତି ଦେଇଛନ୍ତି।

Read More

ସମ୍ବଲପୁର: ପିସି କାରବାରକୁ ବରଦାସ୍ତ କରାଯିବ ନାହିଁ। ଏନେଇ ସମ୍ବଲପୁର ଗସ୍ତରେ ଥିବାବେଳେ ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି। ପିସି କାରବାର କଲେ କଠୋର ଦଣ୍ଡ ଦେବା ପାଇଁ ବ୍ୟବସ୍ଥା ରହିଥିବା ମନ୍ତ୍ରୀ କହିଛନ୍ତି। ଏହାକୁ ରୋକିବା ପାଇଁ ଅନେକ ଗୁଡିଏ ପଦକ୍ଷେପ ନିଆଯାଇଛି। ବିଗତ ଦିନରେ ଜନ ପ୍ରତିନିଧି ଠାରୁ ଆରମ୍ଭ କରି ପ୍ରସାଶନିକ ଅଧିକାରୀଙ୍କୁ ନିଲମ୍ବନ ତଥା ବରଖାସ୍ତ କରାଯାଇଛି। ପଂଚାୟତରାଜ ବିଭାଗ ଗାଁର ବିକାଶ ତଥା ପଂଚାୟତର ବିକାଶ ପାଇଁ ଅଛି। ଯେଉଁଠି ବି ଅବ୍ୟବସ୍ଥା ହୁଏ ସେଠାରେ ଆମେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି।

Read More

ରାୟଗଡା: ଗୁଣି ଗାରେଡ଼ି ସନ୍ଧେହରେ ଆଦିବାସୀ ଯୁବକଙ୍କୁ ଜିଅନ୍ତା ପୋଡି ମାରିବା ଘଟଣାରେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବିଷମକଟକ ଏ.ଡି.ଜି.ଏମ ଅଦାଲତ। ରାୟଗଡା ଜିଲ୍ଲା ବିଷମ କଟକ ଥାନା ସାହାଡା ପଞ୍ଚାୟତ ଅନ୍ତର୍ଗତ କଣ ଗାଁର ଜଗବନ୍ଧୁ କଲାକା ନାମକ ଜଣେ ଆଦିବାସୀ ଯୁବକଙ୍କୁ ୨୦୧୫ ମସିହାରେ ଗୁଣି ଗାରେଡି ସନ୍ଦେହରେ ଉକ୍ତ ଗ୍ରାମର ଦଶଜଣ ବ୍ୟକ୍ତି ନିର୍ମମ ଭାବେ ଜୀବନ୍ତ ପୋଡି ଦେଇଥିବା ଅଭିଯୋଗ ହୋଇଥିଲା। ବିଷମକଟକ ଏ.ଡି.ଜି.ଏମ ଉକ୍ତ କେଶର ରାୟ ପ୍ରକାଶ କରି ଛଅ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ତିନି ଜଣ ନାବାଳକ ହୋଇଥିବାରୁ ତାଙ୍କୁ ପୂର୍ବରୁ ହିଁ ସୁଧାର ଗୃହକୁ ପଠାଯାଇଥିଲା ଏବଂ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଯାଇଛି।

Read More

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି। ଚାମ୍ପିଅନ୍ସ ଟ୍ରଫିସେମିଫାଇନାଲ ମ୍ୟାଚରେ କେଉଁ ଦଳ ସହ ଟିମ୍ ଇଣ୍ଡିଆ ଖେଳିବ ତାହା ଜାଣିବାକୁ ସମସ୍ତେ ଉତ୍ସାହିତ ଅଛନ୍ତି। ଆସନ୍ତୁ ସମ୍ପୂର୍ଣ୍ଣ ସମୀକରଣ ବର୍ଣ୍ଣନା କରିବା ଏବଂ ଭାରତର ସେମିଫାଇନାଲ ମ୍ୟାଚ୍ କେବେ, କେଉଁଠାରେ ଏବଂ କେଉଁ ସମୟରେ ଖେଳାଯିବ ତାହା ଜାଣିବା….. ଚାମ୍ପିଅନ୍ସ ଟ୍ରଫିରେ ଭାରତର ଅଭିଯାନ ବିଷୟରେ କହିବାକୁ ଗଲେ ଦଳ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ ସହିତ ଦଳରେ ଅନ୍ତର୍ଭୁକ୍ତ ହୋଇଛି। ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚରେ ଭାରତ 6 ୱିକେଟରେ ଜିତିଛି। ଏହା ପରେ ପାକିସ୍ତାନ ମଧ୍ୟ 6 ୱିକେଟରେ ପରାଜିତ ହୋଇଛି। ଯଦିଓ ସେମିଫାଇନାଲରେ ଟିମ୍ ଇଣ୍ଡିଆର ସ୍ଥାନ ନିଶ୍ଚିତ ହୋଇସାରିଛି, ତଥାପି ମାର୍ଚ୍ଚ 2 ତାରିଖରେ ନ୍ୟୁଜିଲ୍ୟାଣ୍ଡ ସହିତ ଗ୍ରୁପ୍ ପର୍ଯ୍ୟାୟରେ ଭାରତକୁ ଶେଷ ମ୍ୟାଚ୍ ଖେଳିବାକୁ ପଡିବ। ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍ କେବେ…

Read More

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷା ଏସ. ଲକ୍ଷ୍ମୀ ସେଠି ଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ପାଇଁ ମେଳିବାନ୍ଧିଛନ୍ତି ବିଜେଡି କାଉସିଲର। ଏନେଇ ସୋମବାର ଏନଏସି ଉପାଧ୍ୟକ୍ଷ ବିକ୍ରାନ୍ତ କୁମାର ସାହୁଙ୍କ ସହ ୧୪ ବିଜେଡି କାଉସିଲର ଛତ୍ରପୁର ଆସି ଗଞ୍ଜାମ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କୁ ଭେଟି ସହ ଏକଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। କବିସୂର୍ଯ୍ୟନଗର ଏନଏସି ର ୧୮ୱାର୍ଡ ମଧ୍ୟରୁ ୧୭ଟି ରେ ବିଜେଡି କାଉସିଲର ରହିଥିବା ବେଳେ ଅଧ୍ୟକ୍ଷା ମଧ୍ୟ ବିଜେଡି ର ରହିଛନ୍ତି। ତେବେ ଅଧ୍ୟକ୍ଷା ଏକ ବର୍ଷ ଧରି ଏନଏସି ରେ କୌଣସି ଉନ୍ନତି କାର୍ଯ୍ୟ କରାଇବାକୁ ଦେଉନଥିବା ଓ ସେ ବହୁତ ଦୁର୍ନୀତିରେ ଲିପ୍ତ ରହିଥିବା ଅଭିଯୋଗ ଆଣି କାଉସିଲର ମାନେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।  ଏପରିକି ଅଧ୍ୟକ୍ଷା ସଠିକ ବୈଠକ କରୁନାହାନ୍ତି, ସରକାରୀ ଅର୍ଥ ହରିଲୁଟ ଭଳି ଅଭିଯୋଗ…

Read More

ନୂଆଦିଲ୍ଲୀ: ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଅହୁଜା କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ଖବର ଅଛି ଯେ, ସେମାନଙ୍କ ଦାମ୍ପତ୍ୟ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ। ଗୋବିନ୍ଦାଙ୍କର ଅତିରିକ୍ତ ବୈବାହିକ ସମ୍ପର୍କ ଥିବା ଏବଂ ତାଙ୍କ ଛାଡପତ୍ର ଶେଷ ପର୍ଯ୍ୟାୟରେ ଥିବା ଖବର ରହିଛି। ଖବର ରହିଛି ଯେ, ଗୋବିନ୍ଦା ଜଣେ ୩୦ ବର୍ଷ ବୟସ୍କା ମରାଠୀ ଅଭିନେତ୍ରୀଙ୍କ ସହ ଅତିରିକ୍ତ ବୈବାହିକ ସମ୍ପର୍କ ରଖିଛନ୍ତି। ସୂଚନା ଅନୁଯାୟୀ ଗୋବିନ୍ଦା ଛାଡପତ୍ର ଦେବାକୁ ଯାଉଛନ୍ତି। ନିକଟରେ ହୋଇଥିବା ଅନେକ ସାକ୍ଷାତକାରରେ ସୁନୀତା ଗୋବିନ୍ଦାଙ୍କ ସମ୍ପର୍କ ବିଷୟରେ ସୂଚନା ଦେଇଛନ୍ତି। ଉଭୟେ ଅଲଗା ଘରେ ରୁହନ୍ତି କାରଣ ସେମାନଙ୍କର କାର୍ଯ୍ୟସୂଚୀ ମେଳ ଖାଉ ନାହିଁ। ତେବେ ଛାଡପତ୍ର ଏବଂ ଅତିରିକ୍ତ ବୈବାହିକ ସମ୍ପର୍କକୁ ନେଇ ଗୋବିନ୍ଦା ଏବଂ ସୁନୀତା ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା କରିନାହାଁନ୍ତି। ବର୍ତ୍ତମାନ କେବଳ ଗୋବିନ୍ଦା ଏବଂ ସୁନୀତା କହିପାରିବେ ଯେ, ଏହି…

Read More

ଭୁବନେଶ୍ଵର: ନବରଙ୍ଗପୁର ବ୍ଲକ ଭତରା ସିଉନିରେ ଚାଲିଥିବା ଏକ ବାଲ୍ୟ ବିବାହକୁ ପ୍ରଶାସନ ପକ୍ଷରୁ ରୋକାଯାଇଛି। ଏହାପରେ ଉଭୟଙ୍କୁ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଥିଲା। ବିବାହ ବୟସ ନହେବା ଯାଏ ଝିଅଙ୍କୁ ବାହା ଦେବେନି ବୋଲି ତାଙ୍କ ବାପା ଚୁକ୍ତି କରିଥିଲେ। ବାଲ୍ୟ ବିବାହ ଖବର ପାଇ ସୁପରଭାଇଜର ରଞ୍ଜିତା ସାହୁ, ଟାଉନ ଥାନାପୋଲିସ, ସଖୀକେନ୍ଦ୍ର କେସ ୱାର୍କର ଜସ୍ମିନ ସିଂ, ଚାଇଲ୍ଡ ଲାଇନ ସଂଯୋଜିକା ନିହାରିକା ଟାକରିଙ୍କ ସମେତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ ବୁଝାଇବା ସହ ଏହା ଦଣ୍ଡନୀୟ ଅପରାଧ ବୋଲି ଉଭୟ ପରିବାର ଲୋକଙ୍କୁ କୁହାଯାଇଥିଲା। ଏହାପରେ ଉଭୟ ପରିବାର ଏହି ବିବାହ ରୋକି ବରାଯାତ୍ରୀ ଫେରାଇ ଦେଇଥିଲେ। ଉଭୟ ପରିବାର ଶିଶୁ ମଙ୍ଗଳ କମିଟିରେ ହଜାର ହୋଇଥିଲା। ବିବାହକୁ ବନ୍ଦ କରାଯାଇଥିଲା।

Read More

ନୂଆଦିଲ୍ଲୀ: ସରସ ଆଜୀବିକା ମେଳା ୨୧ ଫେବୃଆରୀରୁ ୧୦ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେଉଛି, ଯାହା ମୁଖ୍ୟତଃ ଗ୍ରାମୀଣ ଭାରତର ହସ୍ତଶିଳ୍ପ ଏବଂ କଳାକୁ ପ୍ରଦର୍ଶନ କରିବ। ୫ମ ଥର ପାଇଁ, ପ୍ରସିଦ୍ଧ ସରସ ଆଜୀବିକା ମେଳା ୨୦୨୫ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ସଂସ୍ଥାନ (ଏନଆଇଆରଡିପିଆର) ସହାୟତାରେ ପରମ୍ପରା, କଳା ଏବଂ ସଂସ୍କୃତି ଏବଂ “ଲଖପତି ଏସଏଚଜି ଦିଦିଙ୍କ ରପ୍ତାନି ସମ୍ଭାବନା ବିକାଶ” ବିଷୟବସ୍ତୁ ସହିତ ଆୟୋଜିତ ହେଉଛି। ଏହି ବିଶେଷ ଅବସରରେ, ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଚନ୍ଦ୍ର ଶେଖର ପେମାସାନି ଏବଂ କମଲେଶ ପାସୱାନ ମଧ୍ୟ ଉପସ୍ଥିତ ରହିବେ। ପରିଦର୍ଶକମାନେ ୩୦ଟି ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଦ୍ୱାରା ନିର୍ମିତ ବିଭିନ୍ନ ଉତ୍ପାଦ ଉପଭୋଗ କରୁଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ନିର୍ମିତ ହସ୍ତତନ୍ତ, ହସ୍ତଶିଳ୍ପ ଏବଂ ପ୍ରାକୃତିକ ଖାଦ୍ୟ ଉତ୍ପାଦ ପ୍ରଦର୍ଶନୀ ଏବଂ ବିକ୍ରୟ ପାଇଁ…

Read More

ନୂଆଦିଲ୍ଲୀ: ୱେଭ୍ସ କମିକ୍ କ୍ରୋନିକଲ୍ସ ସୃଜନଶୀଳତାର ଏକ ବିଶ୍ୱକୁ ଉନ୍ମୋଚନ କରିବାକୁ ପ୍ରସ୍ତୁତ, କାହାଣୀକାରମାନଙ୍କୁ ଏଆଇ-ଚାଳିତ ଉପକରଣ ବ୍ୟବହାର କରି ସେମାନଙ୍କର ଧାରଣାଗୁଡ଼ିକୁ ସ୍ପନ୍ଦନଶୀଳ କମିକ୍ସରେ ରୂପାନ୍ତରିତ କରିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି। ପ୍ରଥମ ୱାର୍ଲଡ୍ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ୍ (ୱେଭ୍ସ) ର ଏକ ଅଂଶ ଭାବରେ, ଏହି ଚ୍ୟାଲେଞ୍ଜ ଅଂଶଗ୍ରହଣକାରୀମାନଙ୍କୁ ଡାଷ୍ଟୁନ୍ ଷ୍ଟୁଡିଓ ମାଧ୍ୟମରେ ଏଆଇ-ଜେନେରେଟେଡ୍ କମିକ୍ସ ତିଆରି ଏବଂ ଉପସ୍ଥାପନ କରିବାକୁ ଆମନ୍ତ୍ରଣ କରେ, ଡାଷ୍ଟୁନ୍ ମୋବାଇଲ୍ ଆପ୍ ରେ ସେମାନଙ୍କର କାହାଣୀଗୁଡ଼ିକୁ ପ୍ରଦର୍ଶନ କରେ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସହିତ ମିଳିତ ଭାବରେ ଇଣ୍ଟରନେଟ୍ ଆଣ୍ଡ  ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଆଇଏଏମଏଆଇ) ଦ୍ୱାରା ଆୟୋଜିତ, ଏହି ପ୍ରତିଯୋଗିତା ୧୫ ଫେବୃଆରୀ ୨୦୨୫ ସୁଦ୍ଧା ଡିଜିଟାଲ୍ ସୃଜନଶୀଳତା ପ୍ରତି ବର୍ଦ୍ଧିତ ଉତ୍ସାହ ସହିତ କରି ୭୭୪ ପଞ୍ଜିକରଣ ହାସଲ କରିସାରିଛି। ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟର ଏବଂ ଜିଓ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ‘ୱତନ କୋ ଜାନୋ’ କାର୍ଯ୍ୟକ୍ରମ ଅଧୀନରେ ଜାମ୍ମୁ ଓ କାଶ୍ମୀରର ୨୫୦ ଜଣ ପିଲାଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହ ସଚିବ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଜମ୍ମୁ ଓ କାଶ୍ମୀରର ଯୁବକ ଏବଂ ପିଲାମାନଙ୍କୁ ଦେଶର ଗତିଶୀଳ ପ୍ରଗତି, ସମୃଦ୍ଧ ସାମାଜିକ ଗଠନ ଏବଂ ସାଂସ୍କୃତିକ ବିବିଧତା ସହିତ ପରିଚିତ କରାଇବା, ଯାହା ସାମାଜିକ, ସାଂସ୍କୃତିକ ଏବଂ ଭାବପ୍ରବଣ ସମ୍ପର୍କର ଏକ ଦୃଢ଼ ଭାବନାକୁ ପ୍ରୋତ୍ସାହିତ କରିବ। ଆଲୋଚନା ସମୟରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ‘ୱତନ କୋ ଜାନୋ’ କାର୍ଯ୍ୟକ୍ରମକୁ ଆମ ଦେଶର ବୁଝାମଣାକୁ ଗଭୀର କରିବା ପାଇଁ ଏକ ପଦକ୍ଷେପ ଭାବରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଆମ ଦେଶ ଆମର ଘର ଏବଂ ଯେପରି ଆମେ…

Read More

ଭୁବନେଶ୍ବର: ଓଡିଶା ରାଜନୀତିରେ ବର୍ତ୍ତମାନ କଂଗ୍ରେସ ଦଳ କିଛି ଦିନ ଧରି ବେଶ ଚର୍ଚ୍ଚାକୁ ଆସିଛି। ତାହାର କାରଣ ହେଲା ଭକ୍ତ ଦାସ କଂଗ୍ରେସ ସଭାପତି ହେବା ପରେ ସେ ବିଭିନ୍ନ ସମୟରେ ଧମକା କରିବାରେ ଲାଗିଛନ୍ତି। ପ୍ରଥମେ ସଭାପତି ହେବା ପରେ ଯେଉଁମାନେ ଦଳରୁ ନିଲମ୍ବନ ବା ବହିସ୍କୃତ ହୋଇଥିଲେ ସେମାନଙ୍କୁ ଦଳକୁ ଆଣିବା ପାଇଁ ଘୋଷଣା କଲେ। ଫଳରେ ବହୁ ବରିଷ୍ଠ ନେତା ପୁଣି କଂଗ୍ରେସ ଭବନରେ ପ୍ରବେଶ କଲେ। ଏବେ ଦଳର ସଂକଳ୍ପ ପଦଯାତ୍ରା ପୁଣି ଥରେ ତାଙ୍କୁ ଚର୍ଚ୍ଚାକୁ ଆଣିଛି। ଭୁବନେଶ୍ବରରୁ ପୁରୀକୁ ତିନିଦିନ ଧରି ପଦଯାତ୍ରା କରିବା ନେଇ କଂଗ୍ରେସ ଟ୍ରାକକୁ ଆସିଲା ବୋଲି ଅନୁଭବ କରି ହେଉଛି। ହେଲେ ପ୍ରଶ୍ନ ଉଠିଛି ଯେ, ଭକ୍ତ ଦାସ କଣ କଂଗ୍ରେସକୁ ସଂଜୀବନି ଦେଇପାରିବେ କି? ଭୁଷୁଡି ପଡିଥିବା ଦଳକୁ କଣ ଉପରକୁ ଉଠାଇ ପାରିବେ କି ? ଦଳ ଭିତରେ ଯେଉଁ ଗୋଷ୍ଠୀ କନ୍ଦଳ…

Read More

ନୂଆଦିଲ୍ଲୀ: କୃଷକ କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ଭାଗଲପୁରରୁ ପିଏମ୍ କିଷାନର ୧୯ତମ କିସ୍ତି ଜାରି କରିଛନ୍ତି। ଏହି ଅବସରରେ ସେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣଙ୍କୁ ଶ୍ରୀ ମୋଦୀ ଆଭାଷୀ ଭାବେ ସ୍ୱାଗତ କରିଥିଲେ। ମହାକୁମ୍ଭର ପବିତ୍ର ସମୟରେ ମନ୍ଦରାଚଳ ମାଟିରେ ପାଦ ରଖିବା ଏକ ବଡ଼ ସୌଭାଗ୍ୟ ବୋଲି ସେ କହିଛନ୍ତି। ଏହି ସ୍ଥାନରେ ଆଧ୍ୟାତ୍ମିକତା, ଐତିହ୍ୟ ସହିତ ବିକଶିତ ଭାରତର ସମ୍ଭାବନା ମଧ୍ୟ ରହିଛି ବୋଲି ସେ କହିଥିଲେ। ଏହା ସହିଦ ତିଲକା ମାଝୀଙ୍କ ଭୂମି ତଥା ରେଶମ ସହର ଭାବେ ପ୍ରସିଦ୍ଧ ବୋଲି ଶ୍ରୀ ମୋଦୀ କହିଥିଲେ। ବାବା ଅଜଗାଇବିନାଥଙ୍କ ପବିତ୍ର ଭୂମିରେ ଆଗାମୀ ମହାଶିବରାତ୍ରି ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ…

Read More

ନୂଆଦିଲ୍ଲୀ: 2025 ଚାମ୍ପିଅନ୍ସ ଟ୍ରଫି ଆୟୋଜକ ପାକିସ୍ତାନ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି। ବାଂଲାଦେଶ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର ବିଜୟ ଆୟୋଜକ ପାକିସ୍ତାନକୁ ଚାମ୍ପିଅନ୍ସ ଟ୍ରଫିରୁ ବିଦା କରିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ପରେ ଭାରତ ମଧ୍ୟ ଦ୍ୱିତୀୟ ମ୍ୟାଚ୍‌ରେ ତାଙ୍କୁ ପରାସ୍ତ କରିଛି। ଏହା ପରେ ପାକିସ୍ତାନ ଦଳର ନଜର ବାଂଲାଦେଶ ଉପରେ ଥିଲା, କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଠାରୁ ବାଂଲାଦେଶ ଦଳର ପରାଜୟ ପରେ, ଏହି ସ୍ଵପ୍ନ ଧୂଳିସାତ ହୋଇଛି। ଏହା ସହ ଉଭୟ ପାକିସ୍ତାନ ଏବଂ ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି। ରାୱଲପିଣ୍ଡିରେ ବାଂଲାଦେଶକୁ ନ୍ୟୁଜିଲ୍ୟାଣ୍ଡ 5 ୱିକେଟରେ ପରାସ୍ତ କରିଛି। ସେମିଫାଇନାଲରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ: ବର୍ତ୍ତମାନ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବାଂଲାଦେଶର ପରାଜୟ ସହିତ ଗ୍ରୁପ୍ ଏ ର ଦୁଇଟି ଦଳ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଗ୍ରୁପ୍-ବିରୁ ଦୁଇଟି ଦଳ ଆସିବେ…

Read More

ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ…

Read More