ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଭୋପାଳ ଠାରେ ବିଶ୍ୱ ନିବେଶକ ସମ୍ମିଳନୀ (ଜିଆଇଏସ) ୨୦୨୫କୁ ଉଦଘାଟନ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ସେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍ଷା ଥିବାରୁ କାର୍ଯ୍ୟକ୍ରମରେ ଯୋଗ ଦେବାରେ ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିବା ସମୟରେ ତାଙ୍କ ଲାଗି ଉଦ୍ଦିଷ୍ଟ ସୁରକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ଅସୁବିଧାରେ ପକାଇଥାନ୍ତା ବୋଲି କହିଥିଲେ । ରାଜା ଭୋଜଙ୍କ ଭୂମିରେ ନିବେଶକ ଓ ବ୍ୟବସାୟୀ ନେତୃବର୍ଗଙ୍କୁ ସ୍ୱାଗତ କରିବା ତାଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ କାରଣ, ବିକଶିତ ଭାରତ ଅଭିମୁଖେ ଯାତ୍ରାରେ ବିକଶିତ ମଧ୍ୟପ୍ରଦେଶ ମଧ୍ୟ ଜରୁରୀ । ଶିଖର ସମ୍ମିଳନୀର ଏକ ଚମତ୍କାର ଆୟୋଜନ ପାଇଁ ସେ ମଧ୍ୟପ୍ରଦେଶ…
Author: SM Network
ସମ୍ବଲପୁର: ସମ୍ବଲପୁର ସିଦ୍ଧେଶ୍ୱରବେର୍ଣ୍ଣା (ଟାଙ୍ଗରପାଲି) ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଉଦଘାଟିତ ହୋଇଥିବା କମ୍ପ୍ୟୁଟର ଲ୍ୟାବ୍ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଟେକ୍ନୋଲୋଜି ସହ ଯୋଡି ସେମାନଙ୍କ ପାଖରେ ଦେଶ ଦୁନିଆର ଖବର ପହଞ୍ଚାଇବା ଦିଗରେ ଏକ ପ୍ରମୁଖ ମାଧ୍ୟମ ହେବ ବୋଲି ଏହାର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସାମାଜିକ ଦାୟିତ୍ୱ ଅନ୍ତର୍ଗତ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି କମ୍ପ୍ୟୁଟର ଲ୍ୟାବ୍ ତିଆରି ହୋଇଛି। ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଏହା ଏକ ସାଧୁ ଉଦ୍ୟମ। ଓଡ଼ିଶାର ପୁଞ୍ଜି ହେଉଛି ଶିକ୍ଷା, ଯାହାକୁ ସୁସମୃଦ୍ଧ କରିବାରେ ବିଦ୍ୟା ଭାରତୀ ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବଡ଼ ଭୂମିକା ଗ୍ରହଣ କରିଛି। ଯେତେବେଳେ ଜାତୀୟ ଶିକ୍ଷା ନୀତିରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ଓ…
ମୁମ୍ବାଇ: ନ୍ୟୁ ଇଣ୍ଡିଆ ସମବାୟ ବ୍ୟାଙ୍କର ଗ୍ରାହକମାନେ ଏକ ବଡ଼ ଆଶ୍ଵସ୍ତି ପାଇଛନ୍ତି। ଆକାଉଣ୍ଟରୁ ୨୫ ହଜାର ଟଙ୍କା ପ୍ରତ୍ୟାହାର କରିବାକୁ ଆରବିଆଇ ଅନୁମତି ଦେଇଛି। ଗ୍ରାହକମାନେ ୨୭ ତାରିଖରୁ ସେମାନଙ୍କର ଟଙ୍କା ପ୍ରତ୍ୟାହାର କରିପାରିବେ। ବ୍ୟାଙ୍କର ୫୦ ପ୍ରତିଶତ ଗ୍ରାହକ ସେମାନଙ୍କର ୧୦୦ ପ୍ରତିଶତ ଜମା ପ୍ରତ୍ୟାହାର କରିବାକୁ ସକ୍ଷମ ହେବେ। ଫେବୃଆରୀ ୧୩ ତାରିଖରେ ଆରବିଆଇ NICB ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହି ପ୍ରତିବନ୍ଧକ ୬ ମାସ ପାଇଁ ଲାଗୁ କରାଯାଇଥିଲା।
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିରେ ଭାରତ ବିପକ୍ଷ ପରାଜୟକୁ ନେଇ ପାକିସ୍ତାନୀ ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି। କେହି କେହି ଟିଭି ଭାଙ୍ଗୁଛନ୍ତି ଏବଂ କେହି କେହି ସୋସିଆଲ ମିଡିଆ ମାଧ୍ୟମରେ ନିରାଶା ପ୍ରକାଶ କରୁଛନ୍ତି। ବର୍ତ୍ତମାନ ଜଣେ ପାକିସ୍ତାନୀ ସାମ୍ବାଦିକ ମଧ୍ୟ ତାଙ୍କ ଦଳର ଖରାପ ପ୍ରଦର୍ଶନକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ବର୍ତ୍ତମାନଠାରୁ ଭାରତ ଏବଂ ପାକିସ୍ତାନକୁ ପୃଥକ ଗ୍ରୁପରେ ରଖିବାକୁ ସେ ଆଇସିସିକୁ ଅନୁରୋଧ କରିଛନ୍ତି, କାରଣ ପାକିସ୍ତାନୀ ପ୍ରଶଂସକମାନେ ସେମାନଙ୍କ ଦଳ ହାରୁଥିବାର ଦେଖି ଦେଖି ଥକି ଯାଇଛନ୍ତି। ପାକିସ୍ତାନୀ ମିଡିଆ ଚ୍ୟାନେଲ ‘ଦ ଡନ୍’ର ସାମ୍ବାଦିକ ଇମ୍ରାନ ସିଦ୍ଦିକି ଆଇସିସିକୁ ଅନୁରୋଧ କରି କହିଛନ୍ତି ଯେ, “ପାକିସ୍ତାନୀ ଦଳର ଜଣେ ପ୍ରଶଂସକ ହୋଇଥିବାରୁ ମୁଁ ବର୍ତ୍ତମାନ ଠାରୁ ଭାରତ ଏବଂ ପାକିସ୍ତାନକୁ ପୃଥକ ଗ୍ରୁପରେ ରଖିବା ପାଇଁ ଆଇସିସିକୁ ଅନୁରୋଧ କରୁଛି। ବର୍ଷକୁ ବର୍ଷ ପରାଜୟକୁ ନେଇ ଆମେ ନିରାଶ ହୋଇପଡିଛୁ। ଯଦି ଏହା ସମ୍ଭବ ନୁହେଁ,…
ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଲକ୍ଷ୍ୟରୁ ଅଧିକ ଧାନ କିଣାଯାଇଛି, ଯାହା ଡବଲ ଇଞ୍ଜିନ ସରକାରର ଚାଷୀଙ୍କ ପ୍ରତି ଥିବା ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ସୋମବାର ସମ୍ବଲପୁର ଠାରେ ପିଏମ୍ କିଷାନ ସମ୍ମାନ ନିଧିର ୬ ବର୍ଷ ପୂର୍ତ୍ତି ଅବସରରେ ‘କିଷାନ ସମ୍ମାନ ସମାରୋହ’ରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ସମ୍ବଲପୁର ଜିଲ୍ଲାର ୧ ଲକ୍ଷ ୨୦ ହଜାର ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଓ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ୧୨୦ କୋଟି ଟଙ୍କା ଲାଭ ପାଇଛନ୍ତି। କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଏମଏସପିରେ ଧାନ ସଂଗ୍ରହ ବାବଦକୁ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୩୨ ଲକ୍ଷ କ୍ୱିଣ୍ଟାଲ ଧାନ ପ୍ରାୟ ୯୭୬ କୋଟି ଟଙ୍କାରେ କିଣାଯାଇଛି। ସେଥିମଧ୍ୟରୁ କେନ୍ଦ୍ର ସରକାର ୭୨୪ କୋଟି ଏବଂ ରାଜ୍ୟ ସରକାର ୨୫୨ କୋଟି ଟଙ୍କା ମୂଲ୍ୟର ଧାନ କିଣିଛନ୍ତି।…
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ନୂତନ ବିଡ଼ିଓ ଭାବେ ଓଏଏସ ଅଧିକାରିଣୀ ପୁନମ ମହାପାତ୍ର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୁର୍ବରୁ ସେ ସୋନପୁର ଜିଲ୍ଲା ବିରମହାରାଜପୁର ତହସିଲଦାର ଭାବେ କାର୍ଯ୍ୟରତ ଥିଲେ।କାର୍ଯ୍ୟରେ ଯୋଗ ଦେବାପରେ ସେ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ବ୍ଲକରେ ପୂର୍ବରୁ ବାକି ଥିବା ସମସ୍ତ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ରାସ୍ତାଘାଟ ଉର୍ଣ୍ଣତିକରଣ, ପାନୀୟ ଜଳଯୋଗାଣ ଓ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ନୂତନ ବିଡ଼ିଓ। ନୂତନ ବିଡ଼ିଓଙ୍କୁ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଏବଂ ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।
ଚିଲିକା: ଖୋର୍ଦ୍ଧା ଜିଲ୍ଲାର ଚିଲିକା ପଞ୍ଚାୟତ ସମିତି ଅନ୍ତର୍ଗତ ଚଣ୍ଡେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି। ମୋଟ ୧୮୮ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୭୫ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୦୭ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୪ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ମୁଖ୍ୟ ମନ୍ତ୍ରୀଙ୍କ ସହାୟତା ପାଣ୍ଠି ରୁ ଆର୍ଥିକ ସହାୟତା ରାଶି ଯଥାକ୍ରମେ ୧୦,୦୦୦ଟଙ୍କା ଏବଂ ୫୦୦୦ ଟଙ୍କା କରି ୨ ଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଆଜିର ମିଳିତ ଜନଶୁଣାଣି ଅବସରରେ, ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଉପ ଜିଲ୍ଲାପାଳ କିଶୋର ପଣ୍ଡା, ତହସିଲଦାର କାନ୍ହୁ ଚରଣ ଘଡେଇ, ବିଡ଼ିଓ ପୁନମ ମହାପାତ୍ର,ସ୍ଥାନୀୟ ସରପଞ୍ଚ, ସି ଡ଼ିଏମ୍ଓ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାରାଣାସୀ ଠାରେ ଆୟୋଜିତ କାଶୀ-ତାମିଲ ସଙ୍ଗମ ୩.୦ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, କାଶୀ-ତାମିଲ୍ ସଙ୍ଗମ ହେଉଛି ଦେଶର ସାଂସ୍କୃତିକ ଐତିହ୍ୟ ଓ ଏକତାର ଅନନ୍ୟ ନିଦର୍ଶନ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ପ୍ରତ୍ୟେକ ଅଞ୍ଚଳର ଭାଷା, ରୀତିନୀତି ଓ ପ୍ରଥା ଅଲଗା ହୋଇପାରେ କିନ୍ତୁ ଆମ ସମସ୍ତଙ୍କର ପାରସ୍ପରିକ ସ୍ନେହ, ସୌହାର୍ଦ୍ଦ୍ୟ ଓ ଆଧ୍ୟାତ୍ମିକ ଚିନ୍ତାଧାରା ସମାନ। ଆମର ଏହି ସାଂସ୍କୃତିକ ଏକତା ଭାରତକୁ ଅନ୍ୟ ସବୁ ରାଷ୍ଟ୍ରମାନଙ୍କ ଠାରୁ ସ୍ୱତନ୍ତ୍ର କରିଛି। ଆମେ ସମସ୍ତେ ମହାଭାରତୀୟ ସାଂସ୍କୃତିକ ଐତିହ୍ୟର ଗୋଟିଏ ଗୋଟିଏ ଅଂଶ। ଆମେ ସମସ୍ତେ ଏହି ମହାଭାରତୀୟ ଚେତନାରେ ବାନ୍ଧି ହୋଇ ରହିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ଭାରତର ସାଂସ୍କୃତିକ ଏକତାକୁ ସୁଦୃଢ଼ କରିବା ପାଇଁ ଓ ଏହାର ପ୍ରଚାର ପ୍ରସାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ରେ କାଶୀ-ତାମିଲ ସଙ୍ଗମ କାର୍ଯ୍ୟକ୍ରମର ଶୁଭାରମ୍ଭ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ପଞ୍ଚାୟତର ବଉଦିଆପଲ୍ଲୀ ଗ୍ରାମରେ ଆଜି ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସରପଞ୍ଚ ପ୍ରତିନିଧି ବିଜେଡି ସଭାପତି ବସନ୍ତ କୁମାର ଜେନାଙ୍କ ତତ୍ତ୍ଵାବଧାନରେ ଢୁଙ୍କାପଡା ଗ୍ରାମର ୨୦୦ ଓ ବଉଦିଆପଲ୍ଲୀ ଗ୍ରାମର ୨୫୦ ପରିବାର ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତ ପରିବାର ବିଜେପିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି। ଉକ୍ତ ମିଶ୍ରଣ ପର୍ବକୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ସମସ୍ତ କର୍ମୀମାନଙ୍କୁ ଦଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏହାସହିତ ଢୁଙ୍କାପଡା ପଞ୍ଚାୟତରେ ହୋଇଥିବା ବିଭିନ୍ନ ଦୁର୍ନୀତି ବିଷୟରେ କହିବା ସହ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଇ ଏହାର ଫାଇଦା ନେବାପାଇଁ…
ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬ ମସିହାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆର୍ଥିକ ସାକ୍ଷରତା ସପ୍ତାହ (ଏଫଏଲଡବ୍ଲୁ) ପାଳନ କରିଆସୁଛି। ଚଳିତ ବର୍ଷ ଆର୍ଥିକ ସାକ୍ଷରତା ସପ୍ତାହ ଫେବ୍ରୁଆରି ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ଯାହା କି ଏହି ଅଭିଯାନର ଦଶମ ସଂସ୍କରଣ ଅଟେ। ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବିଚାରକୁ ନେଇ ଏଫଏଲଡବ୍ଲୁ ୨୦୨୫ ର ବିଷୟବସ୍ତୁ ” ଆର୍ଥିକ ବୁଦ୍ଧିମତା ଯାହାରି, ସେ ସମୃଦ୍ଧ ନାରୀ” ରଖାଯାଇଛି। ଏହି ଅଭିଯାନରେ ଗୃହିଣୀ, କର୍ମଜୀବୀ ମହିଳା ଏବଂ ମହିଳା ଉଦ୍ୟୋଗୀଙ୍କ ଉପରେ ବିଶେଷ ଧ୍ୟାନ ଦେଇ “ଆର୍ଥିକ ଯୋଜନା”, “ସଞ୍ଚୟ ଏବଂ ରିସ୍କ ପରିଚାଳନା” ଏବଂ “ଅଭିବୃଦ୍ଧି ପାଇଁ ଋଣ ନେବା ” ଉପରେ ଗୁରୁତ୍ୱ ଦିଆଯାଇଛି। ଆରବିଆଇ ପ୍ରମୁଖ ଟେଲିଭିଜନ, ରେଡିଓ ଚ୍ୟାନେଲ ଏବଂ ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ଏଫଏଲଡବ୍ଲୁ ୨୦୨୫ ର ବାର୍ତ୍ତା ଉପରେ ଏକ କେନ୍ଦ୍ରୀଭୂତ…
ନୟାଗଡ: ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଜିଲ୍ଲାସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ: “ବିଦ୍ୟାଳୟ ଶିକ୍ଷାର ଆତ୍ମା” ବିଷୟରେ ଚର୍ଚ୍ଚା କରାଯାଇଥିଲା। ଏହି ପାଠଚକ୍ରର ଉଦ୍ଦେଶ୍ୟ ଥିଲା ପ୍ରାଥମିକ ଶିକ୍ଷାର ଗୁଣବତ୍ତା ବୃଦ୍ଧି କରିବା, ଶିଶୁମାନଙ୍କ ଭାଷା ଏବଂ ଗଣିତ ଦକ୍ଷତା ବିକାଶ କରିବା ଏବଂ ସ୍କୁଳ ଶିକ୍ଷାର ଭିତି ସୁଦୃଢ଼ କରିବା। ଏହି ପାଠଚକ୍ରରେ ରାଜସୁନାଖଳା ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡ଼. ଅକ୍ଷୟ କୁମାର ମହାନ୍ତି, ରାୟଗଡା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶରତ କୁମାର ସେଠ, ପିରାମଲ ଫାଉଣ୍ଡେସନର ସଦସ୍ୟ ଅମନ କୁମାର ମିଶ୍ର, ଜିଲ୍ଲା ଶିକ୍ଷା ବିଜ୍ଞାନରେ ସଂଯୋଜିକା କ୍ରିଷ୍ଣା ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବରିଷ୍ଠ ଶିକ୍ଷକ…
ବାଣପୁର: ଦେବୀ ଭଗବତୀଙ୍କ ପିତ୍ରାଳୟଭାବରେ ପରିଚିତ ବାଣପୁରର ପ୍ରାଚୀନ ଶୈବପୀଠ ଶ୍ରୀଶ୍ରୀ ଦକ୍ଷେଶ୍ଵର ମନ୍ଦିର ଯାହା ଦକ୍ଷ ପ୍ରଜାପତି ମନ୍ଦିର ଭାବରେ ମଧ୍ୟ ଜନାଦୃତ। ଭାରତ ବର୍ଷର ପ୍ରଖ୍ୟାତ ଐତିହାସିକ ପ୍ରଫେସର ପାଣ୍ଡୁରଙ୍ଗା ବାମନ କାନିଙ୍କ ଦ୍ଵାରା ସଂକଳିତ “ଧର୍ମଶାସ୍ତ୍ର ଇତିହାସ” ପୁସ୍ତକରେ ବାଣଲିଙ୍ଗ ପ୍ରତିଷ୍ଠା ସମନ୍ଧରେ ଉଲ୍ଲେଖ ଅଛି କି ଶିବ ଭକ୍ତ ବାଣାସୁର ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଚଉଦକୋଟି ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ, ତାହାକୁ ବାଣଲିଙ୍ଗ କୁହାଯାଏ। ଗଙ୍ଗା ନାର୍ମଦା ପରି ପବିତ୍ର ନଦୀ ମାନଙ୍କରୁ ମିଳୁଥିବା ଶ୍ଵେତ ପ୍ରସ୍ତର ଏହି ବାଣଲିଙ୍ଗ ତୁଲ୍ୟ ଅଟେ। ବାଣପୁରର ଏହି ପ୍ରଖ୍ୟାତ ପୀଠରେ ମଧ୍ୟ ବାଣାସୁର ଲିଙ୍ଗ ପ୍ରତିଷ୍ଟା କରି ନିଜର ଅଭିଷ୍ଟପୁରଣ କରିଥିବାରୁ ଏହି ସ୍ଥାନ ଶିବ ଉପାସନାର ଏକ ପ୍ରଖ୍ୟାତ ସ୍ଥଳୀ ଭାବରେ ଖ୍ୟାତି ଅର୍ଜନ କରିଛି। ଏହି ବାଣଲିଙ୍ଗର ସ୍ଥାପନ ଅନୁସାରେ ଏହି ସ୍ଥାନର ନାମକରଣ ବାଣପୁର ହୋଇଛି ବୋଲି ପ୍ରଖ୍ୟାତ ଐତିହାସିକ ଏବଂ…
ବାଣପୁର: ବାଣପୁର ବ୍ଲକର ଦୁଇ ଆଦିବାସୀ ଅଧ୍ୟୁଷିତ ପାଞ୍ଚାୟତ ନୀଳାଦ୍ରିପ୍ରସାଦ ଓ ଦାମିଆ ବରବରାରେ ଅନେକ ଦିନ ହେବ ସନ୍ଧ୍ୟା ୬ ଟା ସମୟରୁ ସକାଳ ୬ ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟକୁ ନେଇ ଦୁଇ ପାଞ୍ଚାୟତର ଅଧିବାସୀ ମାନେ ଆଜି ବିଦ୍ୟୁତ ବିଭାଗର କର୍ମଚାରୀ ଓ ଗାଡିକୁ ନୀଳାଦ୍ରିପ୍ରସାଦ ଠାରେ ଅଟକ ରଖିଛନ୍ତି। ପ୍ରକାଶ ଥାଉ କି ଅନେକ ଦିନ ହେବ ଏହି ଦୁଇ ପାଞ୍ଚାୟତ ବିଦ୍ୟୁତ ସମସ୍ୟା ଭୋଗୁଥିବାର ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଶୁଣୁନଥିବାରୁ ଆଜି ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ସମେତ କର୍ମଚାରୀ ମାନଙ୍କୁ ଅଟକ ରାଖି ନିଜର ସମସ୍ୟା ବିଷୟରେ ପ୍ରତିବାଦ କରିଛନ୍ତି। ଉପସ୍ଥିତ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି କି ଏ ଅଞ୍ଚଳରେ ଅନେକ ଦିନ ହେବ ହାତୀ ଯାତାୟାତ କରୁଛନ୍ତି ଏଣୁ ଜଙ୍ଗଲ ବିଭାଗ ଓ ବିଦ୍ୟୁତ ବିଭାଗର ଏକ ବୈଠକରେ ଜଙ୍ଗଲ ବିଭାଗ ବିଦ୍ୟୁତ ବିଭାଗକୁ ନିର୍ଦ୍ଧେଶ…
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟକୁ ବିଭିନ୍ନ ବିକାଶ ମୂଳକ କାମ ପାଇଁ ୪ କୋଟି ଟଙ୍କା ସରକାରୀ ଅନୁଦାନ ମିଳିଛି। ନୂତନ ସରକାର ଦାୟିତ୍ଵ ନେବାପରେ ଜୁଲାଇ ମାସ ୨୬ ତାରିଖରେ ମହାବିଦ୍ୟାଳୟର ୬୧ ତମ ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବରେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ବାଣପୁରର ବରପୁତ୍ର ପୃଥ୍ୱୀରାଜ ହରିଚନ୍ଦନ ଓ ଉଚ୍ଚଶିକ୍ଷା ତଥା ଯୁବ ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ମହାବିଦ୍ୟାଳୟର କ୍ରୀଡା ଭିତ୍ତିଭୂମୀ, ଛାତ୍ରୀନିବାସ, ପାଠାଗାର ଇତ୍ୟାଦିର ନିର୍ମାଣ ପାଇଁ ଯେଉଁ ଅନୁଦାନ ଘୋଷଣା କରିଥିଲେ ଆଜି ତଦନୁଯାୟୀ ମହାବିଦ୍ୟାଳୟକୁ ଏହି ଅର୍ଥରାଶି ପ୍ରଦାନ କରାଯାଇଛି। ଏଥି ନିମନ୍ତେ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଭାପତି ଜିତେନ୍ଦ୍ର କୁମାର ଭୋଳ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତାଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ।ମାନ୍ୟବର ମନ୍ତ୍ରୀ ମହାବିଦ୍ୟାଳୟର ଅଭାବ…
ଚ଼ିଲିକା: ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀରେ ଚ଼ାଲୁଥିବା ବିଭିନ୍ନ ରାସ୍ତା ନିର୍ମାଣ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା ବୈଠକରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ପ୍ରକଳ୍ପ ଗୁଡ଼ିକ ବିଷୟରେ ମୁଖ୍ୟଯନ୍ତ୍ରୀ (ରାସ୍ତା) ବଶିଷ୍ଠ ପଟ୍ଟନାୟକ, ଖୋର୍ଦ୍ଧା ଆରଆଣ୍ଡବି ବିଭାଜନର ମୁଖ୍ୟ ଯନ୍ତ୍ରୀ ଶିବଲାଲ୍ ସାହୁଙ୍କ ସହ ଅନ୍ୟ ଅଧିକାରୀ ମାନଙ୍କ ସହ ବିସ୍ତୃତ ଭାବେ ଆଲୋଚ଼ନା କରିଥିଲେ। ଉକ୍ତ ବୈଠକରେ ଏନଏଚ-୫ ଠାରୁ ବାଲୁଗାଁ ବାଇପାସ୍ ରୋଡ଼ ର ଉନ୍ନତିକରଣ,ବାଣପୁର ଠାରୁ ଆୟତପୁର ରୋଡ଼ର ପ୍ରଶସ୍ତିକରଣ ଓ ଉନ୍ନତିକରଣ,ବାଲୁଗାଁ ରୋଡ଼ ଠାରୁ ପ୍ରତାପ ରୋଡ଼ର ପ୍ରଶସ୍ତିକରଣ ଓ ଉନ୍ନତିକରଣ, ଏନଏଚ-୧୬ ରୁ କାଳୁପଡ଼ାଘାଟ ରାସ୍ତାର ପ୍ରଶସ୍ତିକରଣ, ମା’ ଭଗବତୀ ମନ୍ଦିରର ରାସ୍ତାର ଉନ୍ନତିକରଣ, ଶ୍ରୀ ଚ଼ଣ୍ଡେଶ୍ବର ମନ୍ଦିରର ଉନ୍ନତିକରଣ ବିଷୟରେ ଆଲୋଚ଼ନା କରିଥିଲେ। ଆବଶ୍ୟକ ଗୁଣବତ୍ତା ବଜାୟ ରଖି କାର୍ଯ୍ୟର ଅଗ୍ରଗତିକୁ ତ୍ବରାନ୍ବିତ କରିବା ଏବଂ ସମସ୍ତ ପ୍ରକଳ୍ପ ଗୁଡିକୁ ଠିକ୍ ସମୟରେ ସମାପ୍ତ…
ନୂଆଦିଲ୍ଲୀ: ଭାରତରେ ବ୍ୟବହୃତ ହେଉଥିବା ସାଧାରଣ କାର୍ଡ ହେଉଛି ଆଧାର କାର୍ଡ। ଦେଶର ପ୍ରାୟ 90 ପ୍ରତିଶତ ଜନସଂଖ୍ୟାର ଆଧାର କାର୍ଡ ରହିଛି। ଏହା ଅନେକ ଉଦ୍ଦେଶ୍ୟ ପାଇଁ ଆବଶ୍ୟକ। ତେଣୁ ସମସ୍ତଙ୍କ ପାଇଁ ଆଧାର କାର୍ଡ ରହିବା ଆବଶ୍ୟକ। ବିଦ୍ୟାଳୟ-କଲେଜରେ ଆଡମିଶନ ନେବା ଠାରୁ ଆରମ୍ଭ କରି ସରକାରୀ ଯୋଜନାରେ ଲାଭ ପାଇବା ପର୍ଯ୍ୟନ୍ତ ଆପଣଙ୍କୁ ଆଧାର କାର୍ଡ ଦରକାର। ଏହା ବିନା ଅନେକ କାର୍ଯ୍ୟ ଅଟକି ଯାଇପାରେ। UIDAI ଆଧାର କାର୍ଡ ପ୍ରଦାନ କରେ। କିନ୍ତୁ ଅନେକ ଥର ଆଧାର କାର୍ଡ ଆପଣଙ୍କ ସାଙ୍ଗରେ ନେବା ସମ୍ଭବ ନୁହେଁ। ଅନେକ ଥର ଲୋକଙ୍କ ଆଧାର କାର୍ଡ କୌଣସି ସ୍ଥାନରେ ହଜିଯାଏ। କିମ୍ବା ଏହାକୁ କୌଣସି ସ୍ଥାନରେ ରଖିଦିଅନ୍ତି ଏବଂ ଭୁଲିଯାଅନ୍ତି। ତେଣୁ ଡିଜିଟାଲ୍ ଆଧାର କାର୍ଡ ଏକ ଉତ୍ତମ ବିକଳ୍ପ। ଆପଣ ଯେକୌଣସି ସ୍ଥାନରୁ ଡିଜିଟାଲ୍ ଆଧାର କାର୍ଡକୁ ପାଇପାରିବେ। ଆପଣଙ୍କ ଫୋନରୁ, ଆପଣଙ୍କ ଲାପଟପରୁ କିନ୍ତୁ ଅନେକ…
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ସମୟରେ ISKP (ଇସଲାମିକ୍ ଷ୍ଟେଟ୍ ଖୁରାସାନ୍ ପ୍ରଦେଶ) ପକ୍ଷରୁ ସମ୍ଭାବ୍ୟ ବିପଦ ସମ୍ପର୍କରେ ପାକିସ୍ତାନର ଇଣ୍ଟେଲିଜେନ୍ସ ବ୍ୟୁରୋ ଚେତାବନୀ ଜାରି କରିଛି। ଗୁପ୍ତଚର ରିପୋର୍ଟ ଅନୁଯାୟୀ, ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଆଇଏସକେପି ବିଦେଶୀ ନାଗରିକଙ୍କୁ ଅପହରଣ କରିବାକୁ ଯୋଜନା କରିଛି, ବିଶେଷ କରି ଚୀନ୍ ଏବଂ ଆରବ ନାଗରିକଙ୍କୁ ଟାର୍ଗେଟ କରାଯାଉଛି। ସୂଚନା ଅନୁଯାୟୀ, ବନ୍ଦର, ବିମାନବନ୍ଦର ଏବଂ ବିଦେଶୀମାନେ ବାରମ୍ବାର ବ୍ୟବହାର କରୁଥିବା ଅଞ୍ଚଳ ଉପରେ ISKP ନଜର ରଖିବା ଆରମ୍ଭ କରିଛି। ଅପହରଣ ହୋଇଥିବା ସାଧାରଣ ନାଗରିକଙ୍କୁ ସହର ବାହାରେ ଅବସ୍ଥିତ ସୁରକ୍ଷିତ ଘରେ ରଖିବା ପାଇଁ ଯୋଜନା କରିଛି। ଏଗୁଡିକ ସେହି ସ୍ଥାନ ହୋଇପାରେ ଯାହା କେବଳ ରିକ୍ସା କିମ୍ବା ମୋଟରସାଇକେଲ୍ ଦ୍ୱାରା ପହଞ୍ଚିପାରିବ। ରାତିରେ ଅପହରଣ ହୋଇଥିବା ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ISKP ସୁରକ୍ଷା ବାହିନୀଠାରୁ ଦୂରେଇ ରଖିବାକୁ ଚାହୁଁଛି। ପାକିସ୍ତାନର ସୁରକ୍ଷା ଆହ୍ଵାନ: ଆନ୍ତର୍ଜାତୀୟ…
ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସରକାର ଗଠନ ପରେ ପ୍ରଥମ ବିଧାନସଭା ଅଧିବେଶନ ଚାଲିଛି। ଏହି ଅଧିବେଶନରେ ନୂତନ ବିଧାନସଭାର ବାଚସ୍ପତିଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଧାନସଭା ବାଚସ୍ପତି ଭାବରେ ବିଜେନ୍ଦ୍ର ଗୁପ୍ତା ନିର୍ବାଚିତ ହୋଇଥିଲେ। ବିଧାନସଭାରେ ସମସ୍ତ ବିଧାୟକଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଶେଷ ହୋଇଛି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ପଙ୍କଜ ସିଂ ସୂଚନା ଦେଇଛନ୍ତି। ବାଚସ୍ପତି ନିର୍ବାଚନ ଅପରାହ୍ନ ୨ ଟାରେ ଅନୁଷ୍ଠିତ ହେବ, ଏହା ପରେ ଉଭୟଙ୍କ ନାମ ଘୋଷଣା କରାଯାଇଥିଲା। ବିଜୟେନ୍ଦ୍ର ଗୁପ୍ତା କିଏ?: ୬୧ ବର୍ଷିୟ ବିଜେନ୍ଦ୍ର ରୋହିଣାରୁ ବିଜେପି ବିଧାୟକ। ସେ ରାଜନୈତିକକ୍ୟାରିୟର ଛାତ୍ର ରାଜନୀତିରୁ ଆରମ୍ଭ କରିଥିଲେ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଉପାଧ୍ୟକ୍ଷ ମଧ୍ୟ ଥିଲେ। ପ୍ରଥମେ ମ୍ୟୁନିସିପାଲିଟି କାଉନସିଲର ତଥା ପରେ ବିଧାନସଭାରେ ବିରୋଧୀ ଦଳର ନେତା ବିଜେନ୍ଦ୍ର ଗୁପ୍ତାଙ୍କ ନିଷ୍ପତ୍ତି ନେଇଥିଲେ।
ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର ମହାକୁମ୍ଭରେ ପହଞ୍ଚିଛନ୍ତି। ସେ ସଙ୍ଗମରେ ବୁଡ଼ ପକାଇଛନ୍ତି। ଅକ୍ଷୟ କୁମାର ସଙ୍ଗମରେ ବୁଡ଼ ପକାଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ସଙ୍ଗମରେ ବୁଡ଼ ପକାଇବା ପରେ ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏହି ବ୍ୟବସ୍ଥା ପାଇଁ ପ୍ରଶଂସା କରିଛନ୍ତି। ସଙ୍ଗାଇରେ ବୁଡ଼ ପକାଇବା ପରେ ଅକ୍ଷୟ କୁମାର ଗଣମାଧ୍ୟମ ସହ କଥା ହୋଇଥିଲେ। ଯେଉଁଠାରେ ସେ ମହାକୁମ୍ଭରେ ଥିବା ଚମତ୍କାର ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ‘ବହୁତ ମଜା ଆସିଲା। ବହୁତ ଭଲ ବ୍ୟବସ୍ଥା ହୋଇଛି। ଯୋଗୀ ସାହେବଙ୍କୁ ଏପରି ଭଲ ବ୍ୟବସ୍ଥା କରିଥିବାରୁ ଧନ୍ୟବାଦ ଜଣାଉଛି। ଅକ୍ଷୟ କହିଛନ୍ତି ଯେ, ‘ବର୍ତ୍ତମାନ ମହାକୁମ୍ଭକୁ ସମସ୍ତ ବଡ ଲୋକ ଆସୁଛନ୍ତି। ଅମ୍ବାନୀ-ଆଦାନୀ ଆସୁଛନ୍ତି, ବଡ ଅଭିନେତା ଆସୁଛନ୍ତି। ମହାକୁମ୍ଭରେ କେଉଁଭଳି ବ୍ୟବସ୍ଥା କରାଯାଇଛି, ଏଥିରୁ ସ୍ପଷ୍ଟ ଜଣାପଡିଯାଉଛି। ମୁଁ ସମସ୍ତ ପୋଲିସ୍ ଏବଂ କର୍ମୀ, ଯେଉଁମାନେ ସମସ୍ତଙ୍କ ଯତ୍ନ ନେଇଛନ୍ତି। ମୁଁ ସେମାନଙ୍କୁ…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆୟୋଜିତ ମହାକୁମ୍ଭରେ ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେଆସି ବୁଡ଼ ପକାଉଛନ୍ତି। ଏକ ଆକଳନ ଅନୁଯାୟୀ, ଅଦ୍ୟାବଧି ୬୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି। ରବିବାର ଛୁଟିଦିନ ହୋଇଥିବାରୁ ବହୁ ସଂଖ୍ୟାରେ ଭକ୍ତ ମହାକୁମ୍ଭରେ ସ୍ନାନ କରିବାକୁ ଆସିଥିଲେ।
ନୂଆଦିଲ୍ଲୀ: ଆଜି ବାଂଲାଦେଶ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଷଷ୍ଠ ମ୍ୟାଚ୍ ଖେଳାଯିବ। ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏହି ମ୍ୟାଚ୍ ଉପରେ ପାକିସ୍ତାନର ମଧ୍ୟ ନଜର ରହିଛି। କାରଣ ଯଦି ବାଂଲାଦେଶ ହାରିଯାଏ ତେବେ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲକୁ ଯିବାର ପାକିସ୍ତାନର ଆଶା ଉଜ୍ଜୀବିତ ରହିବ। ଆଜି ବାଂଲାଦେଶର ବିଜୟ ପାଇଁ ପାକିସ୍ତାନ ଦଳ ପ୍ରାର୍ଥନା କରୁଛି। ତେବେ ନ୍ୟୁଜିଲ୍ୟାଣ୍ଡ ଏକ ଶକ୍ତିଶାଳୀ ଦଳ ଏବଂ ଗତ ମ୍ୟାଚରେ ପାକିସ୍ତାନକୁ ୬୦ ରନରେ ପରାସ୍ତ କରିଛି। ନ୍ୟୁଜିଲ୍ୟାଣ୍ଡର ବିଜୟ ସମ୍ଭାବନା ବହୁତ ଅଧିକ କିନ୍ତୁ ବାଂଲାଦେଶକୁ ଆଦୌ ଅଣଦେଖା କରାଯାଇପାରିବ ନାହିଁ। କାରଣ ଶେଷ ଥର ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ଜିତିଥିଲା। ଯେତେବେଳେ ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ଏବଂ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହୋଇଥିଲେ, ବାଂଲାଦେଶ ଏକ ବଡ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ନ୍ୟୁଜିଲ୍ୟାଣ୍ଡ ଦେଇଥିବା ୨୬୬ ରନର ଲକ୍ଷ୍ୟକୁ ବାଂଲାଦେଶ ହାସଲ କରିଥିଲା। ଏହି…

