Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାଗର ପାଇଁ ପ୍ରାଚୀନ ଦକ୍ଷପ୍ରଜାପତି ମନ୍ଦିର ଚଳଚଞ୍ଚଳ: ଜାଣନ୍ତୁ ଏହାର ଇତିହାସ ଓ ନୀତିକାନ୍ତି
ଆଜିର ଖବର

ଜାଗର ପାଇଁ ପ୍ରାଚୀନ ଦକ୍ଷପ୍ରଜାପତି ମନ୍ଦିର ଚଳଚଞ୍ଚଳ: ଜାଣନ୍ତୁ ଏହାର ଇତିହାସ ଓ ନୀତିକାନ୍ତି

February 24, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଦେବୀ ଭଗବତୀଙ୍କ ପିତ୍ରାଳୟଭାବରେ ପରିଚିତ ବାଣପୁରର ପ୍ରାଚୀନ ଶୈବପୀଠ ଶ୍ରୀଶ୍ରୀ ଦକ୍ଷେଶ୍ଵର ମନ୍ଦିର ଯାହା ଦକ୍ଷ ପ୍ରଜାପତି ମନ୍ଦିର ଭାବରେ ମଧ୍ୟ ଜନାଦୃତ। ଭାରତ ବର୍ଷର ପ୍ରଖ୍ୟାତ ଐତିହାସିକ ପ୍ରଫେସର ପାଣ୍ଡୁରଙ୍ଗା ବାମନ କାନିଙ୍କ ଦ୍ଵାରା ସଂକଳିତ “ଧର୍ମଶାସ୍ତ୍ର ଇତିହାସ” ପୁସ୍ତକରେ ବାଣଲିଙ୍ଗ ପ୍ରତିଷ୍ଠା ସମନ୍ଧରେ ଉଲ୍ଲେଖ ଅଛି କି ଶିବ ଭକ୍ତ ବାଣାସୁର ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଚଉଦକୋଟି ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ, ତାହାକୁ ବାଣଲିଙ୍ଗ କୁହାଯାଏ। ଗଙ୍ଗା ନାର୍ମଦା ପରି ପବିତ୍ର ନଦୀ ମାନଙ୍କରୁ ମିଳୁଥିବା ଶ୍ଵେତ ପ୍ରସ୍ତର ଏହି ବାଣଲିଙ୍ଗ ତୁଲ୍ୟ ଅଟେ।

ବାଣପୁରର ଏହି ପ୍ରଖ୍ୟାତ ପୀଠରେ ମଧ୍ୟ ବାଣାସୁର ଲିଙ୍ଗ ପ୍ରତିଷ୍ଟା କରି ନିଜର ଅଭିଷ୍ଟପୁରଣ କରିଥିବାରୁ ଏହି ସ୍ଥାନ ଶିବ ଉପାସନାର ଏକ ପ୍ରଖ୍ୟାତ ସ୍ଥଳୀ ଭାବରେ ଖ୍ୟାତି ଅର୍ଜନ କରିଛି। ଏହି ବାଣଲିଙ୍ଗର ସ୍ଥାପନ ଅନୁସାରେ ଏହି ସ୍ଥାନର ନାମକରଣ ବାଣପୁର ହୋଇଛି ବୋଲି ପ୍ରଖ୍ୟାତ ଐତିହାସିକ ଏବଂ ପ୍ରତ୍ନତତ୍ଵବିତ୍ ଡ଼ଃକୃଷ୍ଣଚନ୍ଦ୍ର ପାଣିଗ୍ରାହୀ ତାଙ୍କ “ହିଷ୍ଟ୍ରି ଅଫ୍ ଓଡ଼ିଶା” ପୁସ୍ତକରେ ବର୍ଣ୍ଣନା କରିଛନ୍ତି।

ବାଣଲିଙ୍ଗ କ୍ଷତ୍ରିୟ ଗୃହସ୍ଥମାନଙ୍କ ଉପାସନା ନିମିତ୍ତ ଉପଯୁକ୍ତ ବୋଲି ବର୍ଣ୍ଣନା କରାଯାଇଛି। ଇନ୍ଦ୍ରାଦି ସର୍ବ ଦେବତାମାନଙ୍କ ଦ୍ଵାରା ପୂଜିତ ଏହି ବାଣଲିଙ୍ଗ ଉପସନା ମନୁଷ୍ୟକୁ ଭୁକ୍ତି ମୁକ୍ତି, ରୋଗ ଶୋକ ଦାଉରୁ ସୁରକ୍ଷା ପ୍ରଦାନ କରେ ଏବଂ ଗୃହସ୍ଥ ମନୁଷ୍ୟର ସକଳ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି “କଲ୍ୟାଣ କଳ୍ପତରୁ “ପୁସ୍ତକରେ ଡ଼କ୍ଟର ସଦାଶିବ ଏ ଡ଼ାଙ୍ଗେ ତାଙ୍କ ଶିବଲିଙ୍ଗ ଉପାସନା ଓ ଫଳପ୍ରାପ୍ତି ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି। ବାଣଲିଙ୍ଗକୁ ନିମ୍ନୋକ୍ତ ପ୍ରକାରେ ଧ୍ୟାନ କଲେ ଅଭୁତଫଳ ପ୍ରାପ୍ତ ହୁଏ ବୋଲି ବର୍ଣ୍ଣନା କରାଯାଇଛି-
ଓଁ ପ୍ରମତ୍ତଂ ଶକ୍ତି ସଂଯୁକ୍ତଂ ବାଣା ସ୍ୟ ଚ଼ ମହାପ୍ରଭମ୍, କାମବାଣାନ୍ୱିତଂ ଦେବଂ ସଂସାର ଦହନକ୍ଷମମ୍, ଶଙ୍କରା ଦି ରସୋଲ୍ଲାସଂ ବାଣାସ୍ୟ ପରମେଶ୍ୱରମ୍, ଏବଂ ଧ୍ୟାତ୍ୱା ବାଣଲିଙ୍ଗ ଯଜାମି ପରମ ଶିବମ୍।

ଏହି ପୀଠରେ ଦେବୀ ଭଗବତୀଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ କାଠି ଠାକୁରାଣୀ ଶକ୍ତି ସ୍ୱରୂପିଣୀ ଓ ଦେବ ଦେବ ମହାଦେବ ଶିବ ସ୍ଵରୂପ ଚନ୍ଦ୍ରଶେଖରଙ୍କୁ ଏକତ୍ର ପୂଜା କରାଯାଉଥିବାର ପରମ୍ପରା କାହିଁ କେଉଁ ପ୍ରାଚୀନ କାଳରୁ ଚଳି ଆସୁଛି। ଏଣୁ ଏହି ମନ୍ଦିରରେ ପୂଜାର୍ଚ୍ଚନା ଓ ଉପାସନାରେ ଉଭୟ ଶିବ ଓ ଶକ୍ତିର ଆଶୀର୍ବାଦ ମିଳେ ବୋଲି ବିଶ୍ୱାସ ଅଛି।

ଏଠାରେ ବାରମାସରେ ତେର ପର୍ବ ପାଳନ କରାଯାଉଥିବାବେଳେ ଜାଗରଯାତ୍ରା ସବୁଠାରୁ ଅଧିକ ଧୁମ୍ ଧାମରେ ପାଳନ କରାଯାଇଥାଏ। ବାଣଲିଙ୍ଗ ଉପାସନାରେ ମା’ ଭାଗବତୀ ଓ ଶ୍ରୀଦକ୍ଷେଶ୍ଵର ମହାଦେବଙ୍କ ଏକତ୍ର ଆଶୀର୍ବାଦ ଲାଭ କରି ନିଜର ସମସ୍ତ ମାନସିକ ପୂରଣ ନିମନ୍ତେ ଅଗଣିତ ଶ୍ରଦ୍ଧାଳୁ ଏହି ଦିନ ମନ୍ଦିର ବେଢ଼ାରେ ଅତି ନିଷ୍ଠାର ସହିତ ଜାଗର ଦୀପ ଜାଳିବାକୁ ପସନ୍ଦ କରିଥାନ୍ତି। ଏହି ପୀଠରେ ଜାଗାର ଯାତ୍ରା ଏକ ନିଆରା ଢଙ୍ଗରେ ପାଳନ କରାଯାଏ।

ଓଡ଼ିଶାର ସବୁଶୈବ ପୀଠମାନଙ୍କରେ ରାତ୍ରର ପ୍ରଥମ ଓ ଦ୍ଵିତୀୟ ପ୍ରହରରେ ମହାଦୀପ ଉଠୁଥିବା ବେଳେ ମନ୍ଦିରର ପାଞ୍ଜିଗଣକ ରତ୍ନାକର ପଣ୍ଡିତରାୟଙ୍କ ନିର୍ଦ୍ଦେଶ ଅନୁସାରେ ଏଠାରେ ରାତିର ଶେଷ ଚ଼ତୁର୍ଥ ପ୍ରହରରେ ମହାଦୀପ ଉଠୁଥିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ପଣ୍ଡିତରାୟ ଓ ତାଙ୍କ ପୁତ୍ର ଜାଗର ଦିନ ସଂଧ୍ୟାରୁ ସାରାରାତି ଉପସ୍ଥିତ ରହି ପାଞ୍ଜି ଅନୁସାରେ ପ୍ରତିପ୍ରହର ଗଣନା କରି ଧୂପ ପାଇଁ ନିର୍ଦ୍ଦେଶ ଦେଲେ ପ୍ରଥମ ଧୂପ ଉଠେ।

ଏହିପରି ପ୍ରହରକୁ ପ୍ରହର ଚାରି ପ୍ରହର ପୂଜାର୍ଚ୍ଚନା ଧୂପନୀତି ବଢିବା ପରେ ଶେଷ ପ୍ରହରରାତ୍ର ଚାରିଘଟିକାରେ ପାଳିଆମାଳି ସେବକ ଗଣେଶ ନାୟକ ମହାଦୀପ ଧରି ମନ୍ଦିରର ଅଁଳାବେଢ଼ା ଉପରେ ରହି ସଂସାରରମଙ୍ଗଳ କାମନା ପୂର୍ବକ ଜାଗର ବ୍ରତ ଧାରୀ ଉପାସକମାନଙ୍କ ସର୍ବମଙ୍ଗଳ କାମନା କରି ବ୍ରତ ଉପାସ ଶେଷ କରନ୍ତି। ତ୍ରୟୋଦଶ ଶତାବ୍ଦୀର ମଧ୍ୟ ଭାଗରେ ଉତ୍କଳର ଗଂଗ ବଂଶୀୟ ରାଜାମାନଙ୍କଦ୍ୱାରା ନିର୍ମିତ ଶିଳ୍ପ କାରୁକଳାରେ ପରିପୂର୍ଣ୍ଣ ଏହି ମନ୍ଦିରର ରକ୍ଷଣା ବେକ୍ଷଣ ଦାୟିତ୍ୱବର୍ତ୍ତମାନ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ରହିଥିବା ବେଳେ ଦେବା ଦେବୀଙ୍କ ଦୈନନ୍ଦିନ ପୂଜା ବିଧି, ନୀତିକାନ୍ତି, ଭୋଗରାଗ’ ଓ ପର୍ବପର୍ବାଣୀ ‘ଜାନିଯାତ୍ରାର ସମସ୍ତ ଦାୟିତ୍ୱ ଦେବୋତ୍ତର ବିଭାଗ ସଂପାଦନ କରୁଥିବା କଥା ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ପ୍ରକାଶ କରିଛନ୍ତି।

ଜାଗର ଦକ୍ଷପ୍ରଜାପତି ମନ୍ଦିର ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026
Latest News

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.