Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୟାଗଡ: ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଜିଲ୍ଲାସ୍ତରୀୟ ପାଠଚକ୍ର
ଆଜିର ଖବର

ନୟାଗଡ: ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଜିଲ୍ଲାସ୍ତରୀୟ ପାଠଚକ୍ର

February 24, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୟାଗଡ: ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଜିଲ୍ଲାସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ: “ବିଦ୍ୟାଳୟ ଶିକ୍ଷାର ଆତ୍ମା” ବିଷୟରେ ଚର୍ଚ୍ଚା କରାଯାଇଥିଲା। ଏହି ପାଠଚକ୍ରର ଉଦ୍ଦେଶ୍ୟ ଥିଲା ପ୍ରାଥମିକ ଶିକ୍ଷାର ଗୁଣବତ୍ତା ବୃଦ୍ଧି କରିବା, ଶିଶୁମାନଙ୍କ ଭାଷା ଏବଂ ଗଣିତ ଦକ୍ଷତା ବିକାଶ କରିବା ଏବଂ ସ୍କୁଳ ଶିକ୍ଷାର ଭିତି ସୁଦୃଢ଼ କରିବା।

ଏହି ପାଠଚକ୍ରରେ ରାଜସୁନାଖଳା ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡ଼. ଅକ୍ଷୟ କୁମାର ମହାନ୍ତି, ରାୟଗଡା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶରତ କୁମାର ସେଠ, ପିରାମଲ ଫାଉଣ୍ଡେସନର ସଦସ୍ୟ ଅମନ କୁମାର ମିଶ୍ର, ଜିଲ୍ଲା ଶିକ୍ଷା ବିଜ୍ଞାନରେ ସଂଯୋଜିକା କ୍ରିଷ୍ଣା ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ମନୋରଞ୍ଜନ ଦାଶ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ। ଶିକ୍ଷକ ମାନସ ରଂଜନ ପଟ୍ଟନାୟକ ଶୋଳ୍କ ପାଠ କରିଥିଲେ।

ଶିକ୍ଷକ ପ୍ରଶିକ୍ଷକ ବାଟକୃଷ୍ଣ ସାହୁ, ମାନସ ରଂଜନ ସାହୁ, ଦୀପକ କୁମାର ପ୍ରଧାନ, ପ୍ରତାପ କୁମାର ମହାପାତ୍ର, ଅନନ୍ଦିତା ପ୍ରିୟଦର୍ଶିନୀ ପ୍ରମୁଖ ପାଠଚକ୍ର ଉପରେ ଆଲୋଚନା କରିଥିଲେ। ବିଭିନ୍ନ ବ୍ଲକର ସାଧନ କେନ୍ଦ୍ର ସଂଯୋଜକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ, ବିଭିନ୍ନ ବକ୍ତା ଶିକ୍ଷାର ମୂଲ ଦକ୍ଷତା ବୃଦ୍ଧି ପାଇଁ ବ୍ୟବହୃତ ନୂତନ ପଦ୍ଧତି, ନୀତି ଏବଂ ଅନୁଷ୍ଠାନମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କଲେ। ଏହାସହ ଶିକ୍ଷକମାନଙ୍କୁ ନୂତନ ଶିକ୍ଷଣ ପଦ୍ଧତି ବିଷୟରେ ପ୍ରଶିକ୍ଷଣ ଦିଆଗଲା।

ପାଠଚକ୍ର ଶେଷରେ ଉପସ୍ଥିତ ଅତିଥିମାନେ ଏହି ପ୍ରୟାସକୁ ସ୍ୱାଗତ କରି ଏବଂ ଭବିଷ୍ୟତ୍ ରେ ଏହାକୁ ଅଧିକ ପ୍ରସାରିତ କରିବା ପାଇଁ ଉତ୍ସାହିତ କଲେ। ଅନୁଷ୍ଠାନର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ନୟାଗଡ଼ ଜିଲ୍ଲା ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.