ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ସ୍କୁଲ୍ ଅଫ୍ ଅଲ୍ଟିମେଟ୍ ଲିଡରସିପ୍ କନକ୍ଲେଭ୍ ୨୦୨୫ କୁ ଉଦଘାଟନ କରିଛନ୍ତି। ସମସ୍ତ ପ୍ରତିଷ୍ଠିତ ନେତା ଓ ଭବିଷ୍ୟତର ଆଗାମୀ ଯୁବ ନେତାଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଥିଲେ ଯେ କିଛି କାର୍ଯ୍ୟକ୍ରମ ତାଙ୍କର ଅତ୍ୟନ୍ତ ପ୍ରିୟ ଏବଂ ଆଜି ସେଭଳି ଏକ କାର୍ଯ୍ୟକ୍ରମ। ରାଷ୍ଟ୍ର ନିର୍ମାଣ ପାଇଁ ଉତ୍ତମ ନାଗରିକଙ୍କ ବିକାଶ ଜରୁରୀ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଉତ୍କୃଷ୍ଟ ନେତାଙ୍କ ବିକାଶ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରତ୍ୟେକ କ୍ଷେତ୍ରରେ ଉତ୍କୃଷ୍ଟ ନେତା ସୃଷ୍ଟି କରିବା ଜରୁରୀ, ଯାହା ସମୟର ଆବଶ୍ୟକତା ବୋଲି ସେ କହିଥିଲେ। ତେଣୁ ବିକଶିତ ଭାରତର ବିକାଶ ଯାତ୍ରାରେ ସ୍କୁଲ୍ ଅଫ୍ ଅଲ୍ଟିମେଟ୍ ଲିଡରସିପ୍ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସେ ଆଲୋକପାତ କରିଥିଲେ। ସ୍କୁଲ୍ ଅଫ୍ ଅଲ୍ଟିମେଟ୍ ଲିଡରସିପ୍ କେବଳ ସଂଗଠନ ନାମରେ ନୁହେଁ ବୋଲି ଉଲ୍ଲେଖ କରି…
Author: SM Network
ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର ସଂଯୋଗ ଏବଂ ଅର୍ଥନୈତିକ ସମ୍ଭାବନାକୁ ପରିବର୍ତ୍ତନ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ରେଳ ମନ୍ତ୍ରଣାଳୟ ଏହି ଅଞ୍ଚଳର ପରିବହନ ନେଟୱାର୍କକୁ ବୃଦ୍ଧି କରିବା, ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ଏବଂ ଆର୍ଥିକ ଅଭିବୃଦ୍ଧିରେ ବିକାଶ ପାଇଁ ଅନେକ ପ୍ରମୁଖ ରେଳ ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁର କରିଛି। ଅନୁମୋଦିତ ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ 250 କିଲୋମିଟର ଦୈର୍ଘ୍ୟ ଗୋପାଳପୁର-ରାୟଗଡା ନୂତନ ରେଳ ଲାଇନ ସହିତ ନୌପଡା-ଗୁଣୁପୁର-ଥେରୁବାଲି ରେଳ ଲାଇନର ଦୋହରୀକରଣ ଅନ୍ତର୍ଭୁକ୍ତ। ଏହି ପଦକ୍ଷେପଗୁଡ଼ିକ ଓଡ଼ିଶାର ଦୁର୍ଗମ ଅଞ୍ଚଳଗୁଡ଼ିକ ମଧ୍ୟରେ ସଂଯୋଗ ବୃଦ୍ଧି କରିବା ପାଇଁ ପ୍ରୟାସ କରାଯାଇଛି, ଯାହା ଦ୍ଵାରା ସାମଗ୍ରୀ ପରିବହନ ଏବଂ ଯାତାୟାତ ସେବାର ସୁଗମ ପରିବହନ ସମ୍ଭବ ହୋଇପାରିବ। ଉପରୋକ୍ତ ଦୁଇଟି ପ୍ରକଳ୍ପ ପାଇଁ 11 ଫେବୃଆରୀ 2025 ରେ ଫାଇନାଲ ଲୋକେସନ ସର୍ଭେ (FLS) ପାଇଁ ₹9.65 କୋଟି ମଞ୍ଜୁର କରାଯାଇଛି। ଏହା ବ୍ୟତୀତ, ଗୁଣୁପୁର-ଥେରୁବାଲି ନୂତନ ରେଳ…
ରଣପୁର: ନୟାଗଡ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଆଜି ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉତ୍ସାହପୂର୍ଣ୍ଣ ଭାବରେ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାର ସମ୍ମାନରେ ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ଯାହାର ମାଧ୍ୟମରେ ସେମାନେ ନିଜ ଭାଷାର ସଂସ୍କୃତିକ ଧାରାବାହିକତାକୁ ପ୍ରଦର୍ଶନ କରିଥିଲେ। ଶିକ୍ଷକମାନେ ମାତୃଭାଷାର ଗୁରୁତ୍ୱ ବିଷୟରେ ଉପସ୍ଥିତ ମଣ୍ଡଳୀକୁ ଉଦବୋଧନ କରି ଛାତ୍ରଛାତ୍ରୀମାନଙ୍କୁ ନିଜ ଭାଷାର ସୁରକ୍ଷା ଓ ସମ୍ବର୍ଦ୍ଧନ ପାଇଁ ଉତ୍ସାହିତ କରିଥିଲେ। ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସେହିପରି ନରସିଂହପୁର କ୍ଲଷ୍ଟର, ଖଇରପଲ୍ଲୀ କ୍ଲଷ୍ଟର, ଗୌରାଙ୍ଗପୁର କ୍ଲଷ୍ଟର, ରଣପୁର କ୍ଲଷ୍ଟର, କାଶନ୍ଦା କ୍ଲଷ୍ଟର…
ଭୁବନେଶ୍ୱର: ପ୍ରୟାଗରାଜରେ ମହାକୁମ୍ଭ 2025ରେ ଯୋଗଦେବାକୁ ଯାଉଥିବା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ, ପୂର୍ବ ତଟ ରେଳପଥ ଓଡ଼ିଶାର 25 ଟି ସହରରୁ 60 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଅଛି ଯେଉଁଥିରୁ 50 ଟି କୁମ୍ଭ ସ୍ୱତନ୍ତ୍ର ଟ୍ରେନ୍ ସଫଳତାର ସହ ସେମାନଙ୍କର ଯାତ୍ରା ସମାପ୍ତ କରି ସାରିଛନ୍ତି। ଏହି ପଦକ୍ଷେପ ପବିତ୍ର ନଗରୀ ପ୍ରୟାଗରାଜକୁ ଯାଉଥିବା ଭକ୍ତମାନଙ୍କ ପାଇଁ ସୁଗମ ଯାତ୍ରା ସଂଯୋଗ ଏବଂ ନିରବଚ୍ଛିନ୍ନ ଯାତ୍ରାକୁ ସୁବିଧା ପ୍ରଦାନ କରୁଛି ଯାହା ଦ୍ୱାରା ସେମାନେ ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ ସୁରକ୍ଷିତ ଏବଂ ଆରାମଦାୟକ ଭାବରେ ପହଞ୍ଚିପାରୁଛନ୍ତି। ପ୍ରୟାଗରାଜକୁ ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପାଇଁ ଭାରତୀୟ ରେଳପଥ ଯଥେଷ୍ଟ ପ୍ରୟାସ କରିଛି। ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକ ଓଡ଼ିଶାର ପ୍ରମୁଖ ସ୍ଥାନରୁ ପରିଚାଳିତ ହେଉଅଛି ଯେଉଁଥିରେ ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର ଏବଂ…
ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାନହନ୍ତୁଆଡ ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏଇ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଙ୍ଗାଧର ମହାପାତ୍ରଙ୍କ ସଭାପତିତ୍ୱରେ ଜଗନ୍ନାଥ ସଂସ୍କୃତି ତଥା ଐତିହାସିକ ଶ୍ରୀମାନ ମଦନ ମୋହନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଏଇ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ବକୃତା, ରଚନା ଚିତ୍ରାଙ୍କନ ରେ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ସହ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟତ୍ରୀ ଅପରାଜିତା ମିଶ୍ର ଧନ୍ୟବାଦ ଅର୍ପଣ କରିବା ସହ ଶିକ୍ଷକ ହରଷ ଦାସ, ପ୍ରମିଳା ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ବାଣପୁର: ବାଣପୁର ଆଜି ଗୋଦାବରୀଶ ମହାବିଦ୍ୟାଳୟର ଯୁବ ରେଡକ୍ରସ ଓ ରେଡ ରିବନ କ୍ଳବ୍ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାର ରକ୍ତ ଭଣ୍ଡାର ତରଫରୁ ଏହି ଶିବିରରେ ୪୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା, ପ୍ରଶାସନିକ ଅଧିକାରୀ ଡ଼ ଏସ ପି ଏନ୍ ଏସ ବର୍ମା, ପ୍ରାଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର, ରେଡକ୍ରସ ଉପଦେଷ୍ଟା ସତ୍ୟାନନ୍ଦ ମହାରଣା ଅନୀତା ସାହୁ , ଆଦିତ୍ୟ ସାରଥୀ ବେଦମତ୍ତା, ଡ ଗୁରୁ କିଶୋର ନାୟକ, ଲକ୍ଷ୍ମୀ ପ୍ରିୟା ପଲେଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଅଧ୍ୟାପକ ସୁଜିତ୍ କୁମାର ପାଣ୍ଡେ, ହିଟଲର ବେହେରା, ନରେଶ କୁମାର ମାଝୀ, ସପିନ୍ କୁମାର ପୃଷ୍ଟି ସତ୍ୟାନନ୍ଦ ମହାରଣା ଓ ଅଧ୍ୟାପିକା ଡ ଅନୀତା ଦଳେଇ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ରେଡକ୍ରସର ସମସ୍ତ ସ୍ବେଚ୍ଛାସେବୀ ଏଥିରେ…
ବାଲୁଗାଁ: ଆଜି ଠାରୁ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି। ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ୧୪୨୪ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ପ୍ରଥମ ଦିନରେ ୯ ଜଣ ଅନୁପସ୍ଥିତ ଥିବା ବିଇଓ କିଶୋର ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ଖବର ମୁତାବକ ଚିଲିକା ବ୍ଲକ ଅନ୍ତର୍ଗତ ସରକାରୀ ବାଲୁଗାଁ ଉଚ୍ଚ ବିଦ୍ୟାଳୟ-ବାଲୁଗାଁ, ଭାଲେରି ଉଚ୍ଚ ବିଦ୍ୟାଳୟ-ଚାଷଙ୍ଗରା, ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟ-ବଡ଼କୁଳ, ଯୁଗଳ ଚରଣ ବାଳିକା ବିଦ୍ୟାପୀଠ-ବାଲୁଗାଁ, ପଞ୍ଚୁପଲ୍ଲୀ ଉଚ୍ଚ ବିଦ୍ୟାଳୟ-ଆଁକୁଲା, ଲକ୍ଷ୍ମୀଧର ଉଚ୍ଚ ବିଦ୍ୟାଳୟ-ହରିପୁର, ଚିଲିକା ଉଚ୍ଚ ବିଦ୍ୟାଳୟ-ହାଟବରଡି, ଭଗବତୀ ଉଚ୍ଚ ବିଦ୍ୟାଳୟ-ସୋରଣ, ଦାଶରଥି ଉଚ୍ଚ ବିଦ୍ୟାଳୟ-କାଲୁପଡା ଆଦି ୯ ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ସରକାରୀ ବାଲୁଗାଁ ଉଚ୍ଚ ବିଦ୍ୟାଳୟକୁ ନୋଡାଲ କେନ୍ଦ୍ର କରାଯାଇଛି। ପ୍ରଶ୍ନପତ୍ର ଲିକ ଠାରୁ ଆରମ୍ଭ କରି କପି ରୋକିବା ଦିଗରେ ବ୍ୟାପକ ବ୍ୟବସ୍ଥା…
ଭୁବନେଶ୍ୱର: ମିଶନ ଶକ୍ତି ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ୨୨ ଫେବୃଆରୀ ରୁ ୨ ମାର୍ଚ୍ଚ ପର୍ଯ୍ୟନ୍ତ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ବହୁ ପ୍ରତୀକ୍ଷିତ ସୁଭଦ୍ରା ଶକ୍ତି ମେଳାର ଘୋଷଣା କରିଛନ୍ତି। ଏହି ମେଳାର ଲକ୍ଷ୍ୟ ସାରା ଓଡ଼ିଶାରେ ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା, ସେମାନଙ୍କୁ ସେମାନଙ୍କର ଉତ୍ପାଦ ଏବଂ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବା। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭାତୀ ପରିଡା ସୁଭଦ୍ରା ଶକ୍ତି ମେଳାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ରାଜ୍ୟରେ ପ୍ରଥମ ଥର ପାଇଁ, ୨୨ ଫେବୃଆରୀ ରୁ ୨ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନରେ ‘ସୁଭଦ୍ରା ଶକ୍ତି ମେଳା ୨୦୨୫’ ଆୟୋଜନ କରାଯାଉଛି। ଏଥିରେ ରାଜ୍ୟ ସାରା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଏବଂ ଉତ୍ପାଦକ ଗୋଷ୍ଠୀ (ପିଜି) ଦ୍ୱାରା ୩୦୦ ରୁ ଅଧିକ ଷ୍ଟଲ ଏକତ୍ରିତ…
ନୂଆଦିଲ୍ଲୀ: ନ୍ୟୁ ଇଣ୍ଡିଆ କୋଅପରେଟିଭ୍ ବ୍ୟାଙ୍କରେ ୧୨୨ କୋଟି ଟଙ୍କାର ବଡ ଠକେଇ ମାମଲାରେ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ସଞ୍ଜୟ ରାଣେ ଆଣ୍ଡ୍ ଆସୋସିଏଟ୍ସର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଭିଜିତ ଦେଶମୁଖଙ୍କୁ ପଚରାଉଚରା ପାଇଁ ସମନ କରିଛି। ୨୦୧୯ ରୁ ୨୦୨୧ ମଧ୍ୟରେ ବ୍ୟାଙ୍କର ଆକାଉଣ୍ଟଗୁଡ଼ିକୁ ଅଡିଟ୍ କରିଥିବା ଦେଶମୁଖ ଆର୍ଥିକ ଅନିୟମିତତା ସତ୍ତ୍ୱେ ଏହାକୁ ‘ଏ’ ଗ୍ରେଡ୍ ପ୍ରଦାନ କରିଥିଲେ। ମୁଖ୍ୟ ଅଭିଯୁକ୍ତ ହିତେଶ ମେହେଟ୍ଟାଙ୍କ ଦ୍ୱାରା ସଂଗଠିତ ଏହି ଠକେଇ ବର୍ଷ ବର୍ଷ ଧରି କିପରି ଜଣାପଡିଲା ନାହିଁ ତାହା କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି। ଫେବୃଆରୀ ୧୩ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବ୍ୟାଙ୍କ ଉପରେ କଟକଣା ଲଗାଇବାର କିଛି ଦିନ ପରେ ମେହେଟ୍ଟାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା, ତାଙ୍କ ବିରୁଦ୍ଧରେ ବ୍ୟାଙ୍କର ମୁଖ୍ୟାଳୟ ଏବଂ ଗୁରୁଗାଓଁ ଶାଖାରୁ ନଗଦ ଠକେଇ କରିବାର ଅଭିଯୋଗ ରହିଛି। ବହୁ ଆର୍ଥିକ ଅସଙ୍ଗତି ଯୋଗୁଁ RBI…
ନୂଆଦିଲ୍ଲୀ: ଭାରତକୁ ଆମେରିକାର ପାଣ୍ଠି ଯୋଗାଇବାକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଅନ୍ୟ କାହାକୁ ନିର୍ବାଚିତ ହେବା ପାଇଁ USAID ଭାରତକୁ ୨୧ ମିଲିୟନ ଡଲାର ପ୍ରଦାନ କରିବା ଏକ ଗୁରୁତର ବିଷୟ। ସେ କହିଛନ୍ତି ଯେ, ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ବିଦେଶୀ ହସ୍ତକ୍ଷେପକୁ ନେଇ ଚିନ୍ତା ପ୍ରକଟ କରାଯାଉଛି ଏବଂ ସଂପୃକ୍ତ ବିଭାଗ ଏହାର ଅନୁସନ୍ଧାନ କରୁଛନ୍ତି। ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, “ଆମେରିକା ପ୍ରଶାସନ ତରଫରୁ କିଛି କାର୍ଯ୍ୟକଳାପ ଏବଂ ପାଣ୍ଠି ବିଷୟରେ ମିଳିଥିବା ସୂଚନା ଅତ୍ୟନ୍ତ ଚିନ୍ତାଜନକ। ଏତେ ଶୀଘ୍ର ସର୍ବସାଧାରଣରେ ମନ୍ତବ୍ୟ ଦେବା ଠିକ ନୁହଁ, କିନ୍ତୁ ସରକାର ଏହାକୁ ବିଚାର କରୁଛନ୍ତି।”
ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭ ଉପରେ ପବିତ୍ର ବୁଡ ପାଇଁ ସଙ୍ଗମକୁ ଆସୁଥିବା ଲୋକଙ୍କ ସଂଖ୍ୟା ୫୯ କୋଟିରେ ପହଞ୍ଚିଛି। ଏହି ଅମୃତ କାଳରେ ସମସ୍ତଙ୍କ ବିଶ୍ୱାସ ଏବଂ ଧାର୍ମିକ ଭାବନାକୁ ସମ୍ମାନ ଜଣାଇ ଉତ୍ତରପ୍ରଦେଶର ଯୋଗୀ ସରକାର ରାଜ୍ୟର ଜେଲରେ ରହିଥିବା କଏଦୀମାନଙ୍କ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରୟାଗରାଜ କେନ୍ଦ୍ରୀୟ ଜେଲ ଏବଂ ଜିଲ୍ଲା ଜେଲର ହଜାର ହଜାର କଏଦୀ ମଧ୍ୟ ଏହି ସୁଯୋଗ ପାଇଛନ୍ତି। ଏହି ଶୁଭ ସୁଯୋଗ ପାଇବା ପରେ ବନ୍ଦୀମାନେ ଭାବପ୍ରବଣ ହୋଇପଡିଛନ୍ତି। ପ୍ରୟାଗରାଜ ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବାକୁ ଆସିଥିବା ଜନାସମାଗମ ପୂର୍ବର ସମସ୍ତ ରେକର୍ଡକୁ ପଛରେ ପକାଇ ଦେଇଛି। ଆଜି ପ୍ରଶାସନ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ପ୍ରାୟ ୫୯ କୋଟି ଲୋକ ମହାକୁମ୍ଭ ସମୟରେ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି। ରାଜ୍ୟର ଜେଲରେ ଥିବା କଏଦୀମାନଙ୍କ ଧାର୍ମିକ ଭାବନାକୁ ସମ୍ମାନ ଜଣାଇ ଯୋଗୀ ସରକାର ବର୍ତ୍ତମାନ ସେମାନଙ୍କୁ ଏହି ପୂଣ୍ୟରେ…
ଭୁବନେଶ୍ବର: ଆଜି ରାତିରେ ଛଅଟି ଜିଲ୍ଲାରେ ଘଡଘଡି ସହିତ ହେବ ବର୍ଷା। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରାଇଛି। ତ୍ବରିତ ସୂଚନା ଅନୁସାରେ ଏହି ବର୍ଷା ହେବ ବୋଲି କୁହାଯାଇଛି। ତେବେ ଯେଉଁ ଛଅଟି ଜିଲ୍ଲାରେ ବର୍ଷା ହେବ ସେଗୁଡିକ ହେଲା ଗଂଜାମ, କଟକ, ଖୋର୍ଦ୍ଧା ( ଭୁବନେଶ୍ବର ସହିତ), କଟକ ( କଟକ ସହର ସହିତ), ପୁରୀ ଏବଂ ଯାଜପୁର। ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲି ମଧ୍ୟ ବର୍ଷା ସମ୍ଭାବନା ରହିଛି। ମୁଖ୍ୟତଃ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରୁ ତେଲେଙ୍ଗାନା ପର୍ଯ୍ୟନ୍ତ ଏକ ନିମ୍ନଚାପ ରେଖା ସୃଷ୍ଟି ହୋଇଛି। ଏହା ସମୁଦ୍ର ପତନଠାରୁ ବାୟୁମଣ୍ଡଳର ୦.୯ କିମି ଉଚ୍ଚରେ ପ୍ରବାହିତ ହେଉଛି। ଏହା ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ସେହିପରି ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପ୍ରବାହିତ ହେବ ବୋଲି ମଧ୍ୟ କୁହାଯାଇଛି।
ନୂଆଦିଲ୍ଲୀ: ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଦଳ ମହିଳା ପ୍ରିମିୟର ଲିଗରେ ମୁହାଁମୁହିଁ ହେବେ। ବାଙ୍ଗାଲୋରର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ମୁକାବିଲା ହେବ। ଏଥି ସହିତ ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7.30 ରେ ଆରମ୍ଭ ହେବ। ତେବେ ମହିଳା ପ୍ରିମିୟର ଲିଗରେ ଦଳଗୁଡ଼ିକର ବର୍ତ୍ତମାନ ପଏଣ୍ଟ ଟେବୁଲରେ ସ୍ଥିତି କ’ଣ ଅଛି? ଆସନ୍ତା ଜାଣିବା… ଶୀର୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଏଥି ସହିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି। 3 ଟି ମ୍ୟାଚରେ ଦିଲ୍ଲୀ 4 ପଏଣ୍ଟ ପାଇଛି। କିନ୍ତୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ସମାନ 4-4 ପଏଣ୍ଟ ରହିଛି, କିନ୍ତୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଭଲ ନେଟ ରନ୍ ହାର ରହିଛି। ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ରୟାଲ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ସୋଲ୍ ଲିଡରସିପ୍ ସମ୍ମିଳନୀର ପ୍ରଥମ ସଂସ୍କରଣକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ଭୁଟାନର ପ୍ରଧାନମନ୍ତ୍ରୀ ଦାଶୋ ସେରିଙ୍ଗ ତୋବଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି। ଆଜିଠାରୁ ଦୁଇ ଦିନ ଧରି ହେବାକୁ ଥିବା ସୋଲ୍ ଲିଡରସିପ୍ ସମ୍ମିଳନୀ ଏକ ମିଳିତ ମଞ୍ଚ ଭାବେ କାର୍ଯ୍ୟ କରିବ, ଯେଉଁଥିରେ କି ନେତାମାନେ ରାଜନୀତି, ଖେଳ, କଳା, ମିଡିଆ, ଆଧ୍ୟାତ୍ମିକ ଦୁନିଆ, ସାର୍ବଜନୀକ ନୀତି, ବ୍ୟବସାୟ ଏବଂ ସାମାଜିକ କ୍ଷେତ୍ର ଭଳି ବିଭିନ୍ନ କ୍ଷେତ୍ରରେ ନିଜ ପ୍ରେରଣାପୂର୍ଣ୍ଣ ଜୀବନ ଯାତ୍ରା ସମ୍ପର୍କରେ ବିଚାର ବ୍ୟକ୍ତ କରିବେ ଏବଂ ନେତୃତ୍ୱ ସମ୍ବନ୍ଧିତ ପଦକ୍ଷେପ ଉପରେ ଚର୍ଚ୍ଚା କରିବେ। ସମ୍ମିଳନୀ ସହଯୋଗ ଓ ବିଚାର ନେତୃତ୍ୱର ଏକ ଇକୋ ସିଷ୍ଟମକୁ ଆଗକୁ ନେବ, ଯେଉଁଥିରେ ଯୁବା ଦର୍ଶକମାନଙ୍କୁ ପ୍ରେରିତ କରିବା ପାଇଁ ବିଫଳତା…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅର୍ନ୍ତଗତ କୁଶପଡା ପଞ୍ଚାୟତ ପତାଣ୍ଡ ଗ୍ରାମର ସେବତୀ ଦୋରା ନାମ୍ନୀ ଜଣେ ମହିଳା ନିଜ ଗ୍ରାମ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତା ସେବତୀ ସନ୍ଧ୍ୟା ବେଳେ ପୋଖରୀକୁ ଯାଇ ବହୁତ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଘର ଲୋକେ ବହୁତ ଖୋଜାଖୋଜି କରିଥିଲେ। ସନ୍ଧାନ ନମିଳିବାରୁ ପୋଲିସ ଓ ଅଗ୍ନିଶମ ବିଭାଗର ସହାୟତା ନେଇଥିଲେ। ପୋଲିସ ଅଗ୍ନିଶମ କର୍ମଚାରୀଙ୍କୁ ସାଥିରେ ନେଇ ଖୋଜିବା ବେଳେ ବୃଦ୍ଧାଜଣଙ୍କ ପୋଖରୀରୁ ମିଳିଥିଲେ। ସେଠାରୁ ତାଙ୍କୁ ଖୋଜି ବାହାର କରି ଚିକିତ୍ସା ପାଇଁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ନଂ ୪/୨୫ ରୁଜୁ କରି ମୃତ ବୃଦ୍ଧାଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ତେବେ ସୌଭାଗ୍ୟବଶତଃ ସୌରଭ ଗାଙ୍ଗୁଲି ସୁରକ୍ଷିତ ଅଛନ୍ତି। କୁହାଯାଉଛି ଯେ, ସୌରଭ ଗାଙ୍ଗୁଲି କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବର୍ଦ୍ଧମାନ ଯାଉଥିଲେ। ଏହି ସମୟରେ ହଠାତ୍ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା। ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିଲା। କିନ୍ତୁ ସୌଭାଗ୍ୟବଶତଃ ପୂର୍ବତନ ଭାରତୀୟ ଅଧିନାୟକଙ୍କ କୌଣସି କ୍ଷତି ହୋଇନାହିଁ, କିନ୍ତୁ ଗାଙ୍ଗୁଲିଙ୍କ ସାଥିରେ ଥିବା ଅନ୍ୟ ଦୁଇଟି କାରରେ ସାମାନ୍ୟ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି।
ଭୁବନେଶ୍ଵର: ଆଜି କନ୍ଧମାଳ ଜିଲ୍ଲା ପୋଲିସ ୫ ଟି ଥାନା ଅଞ୍ଚଳରେ ଏକ କାଳୀନ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପ୍ରାୟ ୧୦ ହଜାର ୮୫୨ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବାବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ପ୍ରଥମ ଥର ପାଇଁ ପୋଲିସ ଏକ କାଳୀନ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସଫଳତା ହାସଲ କରିଛି। ଉଲ୍ଲେଖଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ, କନ୍ଧମାଳ ଏସପି ବି. ସି. ହରିଶ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଦାରୁଗୋଣ୍ଡା ଘାଟି ନିକଟ ଜଙ୍ଗଲରୁ ୬୫୨୦ କେଜି, ଫିରିଙ୍ଗିଆ ଥାନା ଅଧୀନରେ ଥିବା କାସିନପଦର ଗ୍ରାମ ପଞ୍ଚାୟତର ମାଜିପଡ଼ା ଜଙ୍ଗଲରୁ ୧୫୨୦ କେଜି, ଫୁଲବାଣୀ ସଦର ଥାନା…
ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ନୂତନ ସରକାର ଗଠନ ହୋଇଛି। ପ୍ରଥମ ଦିନରୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ତାଙ୍କ କ୍ୟାବିନେଟର ସମସ୍ତ ମନ୍ତ୍ରୀଙ୍କୁ ଆକ୍ସନ୍ ମୋଡରେ ଦେଖିବାକୁ ମିଳୁଛି। ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ କ୍ୟାବିନେଟର ବୈଠକ ଡାକିଥିଲେ। ସେହି ବୈଠକରେ ଦିଲ୍ଲୀ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା ବ୍ୟକ୍ତିଗତ କର୍ମଚାରୀଙ୍କ ସେବା ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସେହି ଅଧିକାରୀମାନଙ୍କୁ ସେମାନଙ୍କର ମୂଳ ବିଭାଗକୁ ପଠାଇଛନ୍ତି, ଯେଉଁମାନେ ପୂର୍ବ ସରକାରଙ୍କ ଦ୍ୱାରା ଅନ୍ୟତ୍ର ନିଯୁକ୍ତ ହୋଇଥିଲେ। ପ୍ରକାଶ ଯେ, ଅନେକ ବୋର୍ଡ ଏବଂ ନିଗମକୁ ଅନେକ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଡେପୁଟେସନରେ ପଠାଯାଇଥିଲା। କୁହାଯାଉଛି ଯେ, ଏକ ସପ୍ତାହ ପୂର୍ବରୁ ପୂର୍ବତନ ସରକାର ସମସ୍ତ ବିଭାଗରୁ ଚୁକ୍ତିନାମା…
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିରେ ବିଜୟ ସହ ଭାରତୀୟ ଦଳର ଅଭିଯାନ ଆରମ୍ଭ ହୋଇଛି। ଭାରତୀୟ ଦଳ ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ୬ ୱିକେଟରେ ପରାସ୍ତ କରିଛି। ଏବେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ଖେଳିବ। ରବିବାର ଦିନ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ବର୍ତ୍ତମାନ କ୍ରିକେଟ୍ ପ୍ରଶଂସକଙ୍କ ଆଖି ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ଅଛି, କିନ୍ତୁ ଦୁବାଇରେ କେଉଁ ଦଳର ପଲ୍ଲା ଭାରି ରହିଛି ତାହା ଆପଣ ଜାଣନ୍ତି କି? ଏଠାରେ ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ କିପରି ରହିଛି? ଦୁବାଇରେ କେଉଁ ଦଳର ଅଧିକ ଶକ୍ତିଶାଳୀ?: ବାସ୍ତବରେ ପରିସଂଖ୍ୟାନରୁ ଜଣାପଡିଛି ଯେ, ଦୁବାଇରେ ଭାରତ ବିରୋଧରେ ପାକିସ୍ତାନର ପଲ୍ଲା ଭାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁବାଇରେ ଭାରତ ଏବଂ ପାକିସ୍ତାନ୨୮ ଥର ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ପାକିସ୍ତାନ ୧୯ ଥର ଭାରତକୁ ପରାସ୍ତ…
ନୂଆଦିଲ୍ଲୀ: ଆସନ୍ତାକାଲି ମହାରାଷ୍ଟ୍ରର ଛତ୍ରପତି ସମ୍ୱାଜୀ ନଗରକୁ ଦିନିକିଆ ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ। ଏହି ଗସ୍ତ ସମୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସମ୍ୱାଜୀ ନଗରରେ ଡକ୍ଟର ବାବାସାହେବ ଆମ୍ବେଦକର ମରାଠୱାଡା ବିଶ୍ୱବିଦ୍ୟାଳୟର ୬୫ ତମ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେ ସମ୍ୱାଜି ନଗରର ଏସବି କଲେଜରେ ସମ୍ବିଧାନ ସଚେତନତା ବର୍ଷ ଏବଂ ଅମୃତ ମହୋତ୍ସବଜେ ମଧ୍ୟ ଉଦ୍ଘାଟନ କରିବେ। ଶ୍ରୀ ଧନଖଡ ଏଲୋରାର ଗ୍ରୀଶ୍ନେଶ୍ଵର ମନ୍ଦିରରେ ପ୍ରାର୍ଥନା କରିବେ ଏବଂ ଏଲୋରା ଗୁମ୍ଫା (କୈଳାଶ ଗୁମ୍ଫା) ମଧ୍ୟ ପରିଦର୍ଶନ କରିବେ।
ନୂଆଦିଲ୍ଲୀ: ସରକାର ନିକଟରେ ମରାଠୀକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଛନ୍ତି। ଏହାକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ ଭାରତର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟର ଉତ୍ସବ ପାଳନ କରିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରାୟ ୪:୩୦ ସମୟରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ୯୮ତମ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମେଳନର ଉଦ୍ଘାଟନ କରିବେ। ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧନ କରିବେ। ଏହି ସମ୍ମେଳନ ଆଜିଠାରୁ ୨୩ ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅବସରରେ ପ୍ୟାନେଲ୍ ଆଲୋଚନା, ପୁସ୍ତକ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଶିଷ୍ଟ ସାହିତ୍ୟିକମାନଙ୍କ ସହ ଭାବ ବିନିମୟ ପର୍ଯ୍ୟାୟ ଆୟୋଜିତ ହେବ। ଏହି ସମ୍ମେଳନରେ ମରାଠୀ ସାହିତ୍ୟର କାଳଜୟୀ ପ୍ରାସଙ୍ଗିକତାର ଉତ୍ସବ ପାଳନ କରାଯିବା ସହିତ ସମସାମୟିକ ପ୍ରବଚନରେ ଏହାର ଭୂମିକା ଅନ୍ୱେଷଣ, ଭାଷା ସଂରକ୍ଷଣ, ଅନୁବାଦ ଏବଂ ସାହିତ୍ୟିକ କାର୍ଯ୍ୟ ଉପରେ ଡିଜିଟାଲାଇଜେସନ୍ର ପ୍ରଭାବ ଆଦି…

