Author: SM Network

ନୂଆଦିଲ୍ଲୀ: ଏଆଇ ଅବତାରଗୁଡ଼ିକ ଡିଜିଟାଲ ଦୃଶ୍ୟପଟକୁ ପରିବର୍ତ୍ତନ କରିଚାଲିଛି। ସେମାନେ ବ୍ୟକ୍ତିଗତ, ଇଣ୍ଟରଆକ୍ଟିଭ୍, ଏଆଇ-ପରିଚାଳିତ ଡିଜିଟାଲ ବ୍ୟକ୍ତିତ୍ୱ ଉପସ୍ଥାପନ କରୁଛନ୍ତି ଯାହା ଭର୍ଚୁଆଲ ଜଗତରେ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରେ। ଏହି ଟେକ୍ନୋଲୋଜି ବିକଶିତ ହେବା ସହିତ ଏଆଇ ଅବତାରଗୁଡିକ ମାର୍କେଟିଂ, ବିଷୟବସ୍ତୁ ସୃଷ୍ଟି ଏବଂ ମନୋରଞ୍ଜନରେ ଶକ୍ତିଶାଳୀ ଉପକରଣ ପାଲଟିଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଏଭିଟିଆର ମେଟା ଲ୍ୟାବ୍ସ ଦ୍ୱାରା ଆୟୋଜିତ ଏଆଇ ଅବତାର କ୍ରିଏଟର ଚ୍ୟାଲେଞ୍ଜ, ଉଦ୍ଭାବନକାରୀମାନଙ୍କୁ ଏଆଇ ଅବତାରର ଅସୀମ ସମ୍ଭାବନା ଅନୁସନ୍ଧାନ କରିବାକୁ ଆମନ୍ତ୍ରଣ କରୁଛି। ବର୍ତ୍ତମାନ ସୁଦ୍ଧା ୧୦୨ ଜଣ ଅନ୍ତର୍ଜାତୀୟ ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୧୨୫୧ ଜଣ ପ୍ରତିଯୋଗୀ ପଞ୍ଜୀକରଣ କରିଛନ୍ତି। ଏହି ଚ୍ୟାଲେଞ୍ଜ ହେଉଛି କ୍ରିଏଟ ଇନ ଇଣ୍ଡିଆ ଚ୍ୟାଲେଞ୍ଜ ସିଜନ ୧ରେ ଏକ ଅଂଶ ଏବଂ ୱାର୍ଲ୍ଡ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ)ର ସ୍ତମ୍ଭ ୨ ଅଧୀନରେ ଆସୁଛି, ଯାହା ଆନିମେସନ, ଭିଜୁଆଲ ଇଫେକ୍ଟ,…

Read More

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି 2025 ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ଗ୍ରୁପ୍ ବିରେ ଅଛନ୍ତି। ଏହି ଗ୍ରୁପ୍ ର ପ୍ରଥମ ମ୍ୟାଚ୍ ଆଜି ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। କ୍ରିକେଟ୍ ଇତିହାସରେ ଏହା ପ୍ରଥମ ଥର ପାଇଁ ଆଫଗାନିସ୍ତାନ ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏହା ହେଉଛି ସମାନ ଆଫଗାନିସ୍ତାନ ଦଳ, ଯିଏକି 2024 ମସିହାରେ ODI ସିରିଜରେ ଦକ୍ଷିଣ ଆଫ୍ରିକାକୁ 2-1ରେ ପରାସ୍ତ କରିଛି। ଏଠାରେ ଆସନ୍ତୁ ଜାଣିବା ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଉଭୟ ଦଳର ରେକର୍ଡ ଏବଂ କରାଚି ଗ୍ରାଉଣ୍ଡର ପିଚ୍ କିପରି ରହିବ? ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା – ପିଚ୍ ରିପୋର୍ଟ ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ କରାଚିର ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଏହି ପିଚ୍ ବ୍ୟାଟିଂ ପାଇଁ ଉପଯୁକ୍ତ ବିବେଚନା କରାଯାଏ। ଯଦି…

Read More

ନୂଆଦିଲ୍ଲୀ: ଫେବୃଆରୀ 19 ତାରିଖରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ବୈଠକରେ ପାକିସ୍ତାନ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲା। ତେବେ ଭାରତ ବ୍ୟତୀତ ଆମେରିକା, ଇରାନ, ବ୍ରିଟେନ, ଜର୍ମାନୀ ଏବଂ ଫ୍ରାନ୍ସ ଭଳି ଦେଶ ସମାଲୋଚନା କରି ପାକିସ୍ତାନକୁ ବିଶ୍ୱ ଆତଙ୍କବାଦର କେନ୍ଦ୍ର ବୋଲି କହିଛନ୍ତି। ମିଳିତ ଜାତିସଂଘ ସାଧାରଣ ସଭାର 79 ତମ ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ 20 ମିନିଟରୁ ଅଧିକ ଭାଷଣ ଦେଇ ଜାମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତରୁ ଧାରା 370 ହଟାଇବାକୁ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଭାରତ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରାଷ୍ଟ୍ରଦୂତ ପରଭଥାନେନି ହରିଶ ପାକିସ୍ତାନକୁ “ବିଶ୍ୱ ଆତଙ୍କବାଦର କେନ୍ଦ୍ର” ବୋଲି କହିଛନ୍ତି ଏବଂ ପାକିସ୍ତାନ ସୀମା ଆତଙ୍କବାଦ ସହ ଜଡିତ ଏବଂ ଜାମ୍ମୁ କାଶ୍ମୀର ବିଷୟରେ ଭୁଲ ତଥ୍ୟ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ଼ ରେଳବାଇ କର୍ତ୍ତୃପକ୍ଷ ଏବଂ ବନ ଅଧିକାରୀଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ କାର୍ଯ୍ୟାଳୟ ରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇ ଅଛି। ହାତୀମାନଙ୍କର ସୁଗମ ଯାତାୟାତ, ଦୁର୍ଘଟଣାକୁ ଏଡାଇବା ଏବଂ ଅତ୍ୟଧିକ ହାତୀ ସତର୍କତା କାରଣରୁ ଟ୍ରେନ୍ ବିଳମ୍ବ କୁ ହ୍ରାସ କରିବା ପାଇଁ ରେଳ କର୍ତ୍ତୃପକ୍ଷ ଏବଂ ବନ ଅଧିକାରୀଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରିବା ଏହି ବୈଠକର ଉଦ୍ଦେଶ୍ୟ। ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ, ଏଚ୍.ଏସ୍. ବାଜୱା, ଏହି ସମନ୍ୱୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଖୋର୍ଦ୍ଧାରୋଡ଼ ମଣ୍ଡଳ ତରଫରୁ, ଶ୍ରୀ ପି.କେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ସହ ଟ୍ରେନ ପରିଚାଳନା, ବାଣିଜ୍ୟିକ, ଇଞ୍ଜିନିୟରିଂ, ସିଗନାଲ୍ ଆଣ୍ଡ ଟେଲିକମ୍, ଇଲେକ୍ଟ୍ରିକାଲ୍ (ଅପରେସନ୍) ଏବଂ ସୁରକ୍ଷା ବିଭାଗର ଶାଖା ଅଧିକାରୀ ଉପସ୍ଥିତ ଥିଲେ। ବନ ବିଭାଗର ସୁଦର୍ଶନ ସେଖର ଖୋରା, ଆଇଏଫଏସ,…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଆସାମ ରାଇଫଲ୍ସ ଦ୍ୱାରା ଆୟୋଜିତ ‘ଏକତା ଉତ୍ସବ-ଏକ ସ୍ୱର, ଏକ ରାଷ୍ଟ୍ର “କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆସାମ ରାଇଫଲ୍ସର ମହାନିର୍ଦ୍ଦେଶକଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏକତା ଶବ୍ଦଟି ଉତ୍ତର-ପୂର୍ବାଞ୍ଚଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ୱାଧୀନତା ପରେ ଅନେକ ବର୍ଷ ଧରି ଉତ୍ତର-ପୂର୍ବର ଏକ ବିଶାଳ ଅଞ୍ଚଳ ଭୌଗଳିକ ଏବଂ ଆବେଗିକ ଦୃଷ୍ଟିରୁ ଦିଲ୍ଲୀଠାରୁ ଦୂରରେ ରହିଥିଲା। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗାଯୋଗ ଜରିଆରେ ଉତ୍ତର-ପୂର୍ବ ଏବଂ ଦିଲ୍ଲୀ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିଛନ୍ତି। ଆଜି ଉତ୍ତର-ପୂର୍ବ ସମଗ୍ର ଭାରତର ଏବଂ ସମଗ୍ର ଭାରତ ଉତ୍ତର-ପୂର୍ବ ଭାରତର। ଶ୍ରୀ ଶାହ କହିଥିଲେ ଯେ ମୋଦୀ ସରକାର ଉତ୍ତର-ପୂର୍ବାଞ୍ଚଳ…

Read More

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି 2025 ର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ 6 ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ବାଂଲାଦେଶ ପ୍ରଥମେ 228 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ 21 ଟି ବଲ ପୂର୍ବରୁ 6 ଟି ୱିକେଟ୍ ରେ ମ୍ୟାଚ୍ ଜିତିଥିଲା। ଟିମ୍ ଇଣ୍ଡିଆର ବିଜୟର ସବୁଠାରୁ ବଡ ହିରୋ ହେଉଛନ୍ତି ଶୁବମାନ ଗିଲ, ଯିଏ 101 ରନର ଅପରାଜିତ ଇନିଂସ ଖେଳିଥିଲେ। ଏହାପୂର୍ବରୁ ମହମ୍ମଦ ଶାମି ବାଂଲାଦେଶର 5 ଜଣ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଦୁବାଇ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆରମ୍ଭରେ ଏହା ଅତ୍ୟନ୍ତ ଖରାପ ପ୍ରମାଣିତ ହୋଇଥିଲା କାରଣ ସ୍କୋର 35 ସୁଦ୍ଧା ବାଂଲାଦେଶ ଦଳର ଅଧା ଖେଳାଳି ପାଭିଲିୟନକୁ ଫେରି ଆସିଥିଲେ। ବାଂଲାଦେଶକୁ ଅସୁବିଧାରୁ ମୁକ୍ତ କରି ତାହିଦ୍ ହ୍ରିଦୋୟ ଏବଂ ଜାକିର ଅଲି 154…

Read More

ଖୋର୍ଦ୍ଧା: ଓରମାସ୍ (ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ), ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଖୋର୍ଦ୍ଧା ଜିଲା ମହୋତ୍ସବ, ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳା ଉଦଘାଟିତ ହୋଇଯାଇଛି। ହାବେଳୀ ପଡ଼ିଆରେ ଆୟୋଜିତ ଏହି ମହୋତ୍ସବ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଉଦଘାଟନ କରିଥିଲେ। ଜିଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ମେଳାରେ ବିଧାୟକ ପ୍ରଶାନ୍ତ ଜଗଦେବ, ଜିଲା ପରିଷଦ ଅଧ୍ଯକ୍ଷ ରୁପଶ୍ରୀରାଣୀ ଗୁମାନସିଂହ, ଉପାଧ୍ୟକ୍ଷ ଗୋପିନାଥ ମହାରଣା, ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଏସପି ସାଗରିକା ନାଥ, ଅତିରିକ୍ତ ଜିଲାପାଳ ପ୍ରତାପଚନ୍ଦ୍ର ବେଉରା, ଉପ-ଜିଲ୍ଲାପାଳ କିଶୋର ଚନ୍ଦ୍ର ପଣ୍ଡା, ଓରମାସ ଉପ ନିର୍ଦ୍ଦେଶକ ରାଜକିଶୋର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଜିଲା ପରିଷଦ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ସାହୁ ସ୍ବାଗତ ଭାଷଣ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଧନ୍ୟବାଦ ଦେଇଥିଲେ। ଏଥର ମେଳାରେ…

Read More

ମେଷ- ସୁଖର ମାଧ୍ୟମ ସଂଗ୍ରହ କରିବ । ଆଇନଗତ ବାଧା ଦୂର ହେବ । ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଲାଭ ବୃଦ୍ଧି ପାଇବ । ଦୁଷ୍କର୍ମରୁ ଦୂରେଇ ରୁହନ୍ତୁ । ପରିବାରରେ ମାଙ୍ଗାଳିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବ । ପିଲାମାନଙ୍କର ଜୀବିକା ଚିନ୍ତା ଦୂର କରିବାର ସମ୍ଭାବନା ଅଛି । ବ୍ୟବସାୟ ଭଲ କରିବ । ବୃଷ- ଶତ୍ରୁମାନେ ସକ୍ରିୟ ରହିବେ । ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ବିବାଦ କରନ୍ତୁ ନାହିଁ । ଶୀଘ୍ର କୌଣସି କାମ କରନ୍ତୁ ନାହିଁ । ପୁରୁଣା ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଖର୍ଚ୍ଚ ହୋଇପାରେ । ସାମାଜିକ ଏବଂ ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଛାତ୍ରମାନେ ଅଧ୍ୟୟନ ପାଇଁ ଚିନ୍ତିତ ହେବେ । ମିଥୁନ- ବିବାଦ ସମସ୍ୟା ସୃଷ୍ଟି କରିବ ।…

Read More

ବାଣପୁର: ଶିକ୍ଷକ ଏବଂ ଛାତ୍ର ମଧ୍ୟରେ ସମ୍ପର୍କ ହେଉଛି ପବିତ୍ର ସମ୍ପର୍କ। କିନ୍ତୁ କେତେ ଜଣ ଖଳ ପ୍ରକୃତିର ଶିକ୍ଷକ ମାନଙ୍କ ପାଇଁ ଆଜି ଶିକ୍ଷକ ସମାଜ ସାଧାରଣରେ ନିନ୍ଦିତ ହେବାକୁ ପଡିଛି।   ସେହିଭଳି ଏକ ଘଟଣା ବାଣପୁର ଅଂଚଳରେ ଆଲୋଚନାର ସରବ୍ୟ ପାଲଟିଛି। ଶିକ୍ଷକ ଜଣକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ ଯାଇଛନ୍ତି। ଅଭିଯୋଗ ମୁତାବକ ଚମ୍ପାଦେଇପୁର ବାଲୁଙ୍କେଶ୍ୱର ଉଚ୍ଚ ପ୍ରାଥମିକ ସ୍କୁଲରେ ରାଣୀ (ଛଦ୍ମନାମ) ଷଷ୍ଠଶ୍ରେଣୀର ଛାତ୍ରୀ ଭାବରେ ପଢ଼ନ୍ତି। ଛାତ୍ରୀ ଜଣଙ୍କୁ ଏକୁଟିଆ କ୍ଲାସରେ ଥିବାବେଳେ ଉକ୍ତ ସ୍କୁଲର ଶିକ୍ଷକ ପ୍ରଦୀପ କୁମାର ସେଠି ପହଂଚି ଛାତ୍ରୀ ଜଣଙ୍କୁ ଅସଦାଚରଣ କରିଥିଲା। ଛାତ୍ରୀଜଣଙ୍କ ଚିତ୍କାର କରିବାରୁ ପାଟିକଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ମିଳିଥିଲା। ଛାତ୍ରୀ ଜଣକ ଘରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ଲୋକ ଥାନାରେ ଲିଖିତ ଭାବେ ଜଣାଇଥିଲେ। ଆଇଆଇସି ରମେଶ ଦେବତା ଅଭିଯୁକ୍ତ ପ୍ରଦୀପକୁ ଥାନାକୁ…

Read More

ନୂଆଦିଲ୍ଲୀ: ରୋହିତ ଶର୍ମା ODI କ୍ରିକେଟ୍ ଇତିହାସରେ 11,000 ରନ୍ ପୂରଣ କରିଛନ୍ତି। ବାଂଲାଦେଶ ବିପକ୍ଷ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ପୂର୍ବରୁ ରୋହିତ ତାଙ୍କ କ୍ୟାରିୟରରେ 10,988 ରନ୍ ସ୍କୋର କରିଥିଲେ। ବାଂଲାଦେଶ ବିପକ୍ଷ ଇନିଂସରେ 12 ରନ୍ ସ୍କୋର କରିବା ପରେ ରୋହିତ 11 ହଜାର ରନ୍ ଛୁଇଁଛନ୍ତି। ବର୍ତ୍ତମାନ ରୋହିତ ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି, ଯିଏ ୧୧ ହଜାର ରଣ ଅତିକ୍ରମ କରିପାରିଛନ୍ତି। ରୋହିତ ଶର୍ମାଙ୍କ ପୂର୍ବରୁ କେବଳ ତିନିଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍ ODI ମ୍ୟାଚରେ 11,000 ରନ୍ ପୂରଣ କରିଛନ୍ତି। ଏହି ତାଲିକାର ଶୀର୍ଷରେ ସଚିନ ତେନ୍ଦୁଲକର ଅଛନ୍ତି, ଯିଏକି ତାଙ୍କ ODI କ୍ୟାରିୟରରେ 18,426 ରନ୍ ସ୍କୋର କରିଥିଲେ। ସେହିଭଳି ବିରାଟ କୋହଲି ଏପର୍ଯ୍ୟନ୍ତ 13,963 ରନ୍ ସଂଗ୍ରହ କରିଛନ୍ତି। ତୃତୀୟ ସ୍ଥାନରେ ଅଛନ୍ତି ସୌରଭ ଗାଙ୍ଗୁଲି, ଯିଏକି ତାଙ୍କ ODI କ୍ୟାରିୟରରେ 11,221 ରନ୍ ସଂଗ୍ରହ କରିଥିଲେ। ସଚିନ୍ ତେନ୍ଦୁଲକର – 18,426…

Read More

ଢେଙ୍କାନାଳ: ଢେଙ୍କାନାଳ ଜ଼ିଲ୍ଲା କୁ ଆଜି ଏକ ଦିନିକିଆ ଗସ୍ତରେ କେନ୍ଦ୍ର ଶିଶୁ ଓ ମହିଳା ବିଭାଗ ର ମିନିଷ୍ଟର ସାବିତ୍ରୀ ଠାକୁର ଆସିଥିଲେ। ଜ଼ିଲ୍ଲାର ବାଞ୍ଝ କୁସୁମ ଠାରେ ଥିବା ଅଙ୍ଗନବାଡି କୁ ଯାଇ ସମସ୍ତ ସୁବିଧାବିଷୟ ରେ ପଚାରିଥିଲେ। ତାପରେ ମହର୍ଷି ଦୟାନନ୍ଦ ସେର୍ଭିସ ମିଶନ କୁ ଯାଇଥିଲେ। ପରେ ୱାନ ଷ୍ଟପ କେନ୍ଦ୍ର (ସଖୀ) କୁ ଯାଇଥିଲେ ଏବଂ ବୃକ୍ଷ ରୋପଣ କରିଥିଲେ। ଜ଼ିଲ୍ଲାର ବିଭିନ୍ନ ସ୍ଥାନ ବୁଲିବା ପରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପୂର୍ଣ୍ଣ ଭ୍ରଷ୍ଟାଚାର ମୁକ୍ତ ଡବଲ ଇଞ୍ଜିନ ସରକାର ଚାଲିଛି। ମାନ୍ୟବାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳା ଓ ଶିଶୁ ପୋଷଣ ଅଭିଯାନ ତଳ ସ୍ତରରେ କେତେଦୂର ପହଂଚି ପାରୁଛି, ସରକାରୀ ଯୋଜନା ଗୁଡିକ ରେ କେତେ ଫାଇଦା ମିଳୁଛି, କେତେ ଦୂର କାର୍ଯ୍ୟକାରୀ ହେଉଛି ଓ କଣ କଣ ସମସ୍ୟା ଉପୁଜିଛି ତାକୁ ପରଖିବା ପାଇଁ ମନ୍ତ୍ରୀ…

Read More

ୱେଭ୍ସ ସିଟି କ୍ୱେଷ୍ଟ: ସେଡ୍ସ ଅଫ୍ ଭାରତ ହେଉଛି ଏକ ଅଭିନବ ଶିକ୍ଷାଗତ ଖେଳ ଯାହା ମନୋରଞ୍ଜନ ଏବଂ ଆକର୍ଷଣୀୟ ଅନୁଭୂତି ମାଧ୍ୟମରେ ଭାରତର ସହରୀ ବିକାଶକୁ ଜୀବନ୍ତ କରିଥାଏ। ସହରାଞ୍ଚଳ ଯୋଜନା ପାଇଁ ଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଅନୁଯାୟୀ ଡିଜାଇନ୍ କରାଯାଇଥିବା ଏହି ଗେମ୍ ନୀତି ଆୟୋଗ ଦ୍ୱାରା ସ୍ଥିର କରାଯାଇଥିବା ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ବିଷୟରେ ଖେଳାଳିମାନଙ୍କୁ ଶିକ୍ଷିତ କରିଥାଏ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହଯୋଗରେ ଇ-ଗେମିଂ ଫେଡେରେସନ୍ (ଇଜିଏଫ୍) ଦ୍ୱାରା ବିକଶିତ ଏହି କାର୍ଡ ଆଧାରିତ ଖେଳ ପ୍ରତିଯୋଗୀମାନଙ୍କୁ ପରିମଳ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଭିତ୍ତିଭୂମି ଭଳି ପ୍ରମୁଖ ବିକାଶ ସୂଚକାଙ୍କ ଆଧାରରେ ଦେଶର ୫୬ଟି ସହରକୁ ତୁଳନା କରିବାକୁ ସୁଯୋଗ ଦେଇଥାଏ। ସହରର ଶକ୍ତି ଆଧାରରେ ପଏଣ୍ଟ ଅର୍ଜନ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ଅଂଶଗ୍ରହଣକାରୀମାନେ ସହରାଞ୍ଚଳର ଆହ୍ୱାନ ଏବଂ ପ୍ରଗତି ବିଷୟରେ ବୁଝିବା ସହିତ ପିଲାଦିନର ଟ୍ରମ୍ପ…

Read More

ବାଣପୁର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ନିର୍ଦ୍ଦେଶକ୍ରମେ ତଥା ଖୋର୍ଦ୍ଧା ଜିଲ୍ଲା ସମଗ୍ର ଶିକ୍ଷା ସହାୟତାରେ ବ୍ଳକ୍ ଶିକ୍ଷା ଅଧିକାରୀଙ୍କ ଆନୁକୂଲ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ -୧ ବାଣପୁର ଠାରେ ପାଞ୍ଚ ଦିନିଆ ନବ ନିଯୁକ୍ତ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ପର୍ଯ୍ୟାୟ- ୨ ” ପ୍ରେରଣା ” ଉଦଯାପିତ ହୋଇଯାଇଛି। ଏହି କର୍ମଶାଳାରେ ନବ ନିଯୁକ୍ତ ଶିକ୍ଷକ ମାନଙ୍କ ମଧ୍ୟରୁ ଅବଶିଷ୍ଟ ୩୯ ଜଣ କନିଷ୍ଠ ଶିକ୍ଷକଙ୍କୁ ସମ୍ବଳ ଶିକ୍ଷକ ତଥା ସାଧନ କର୍ମୀ ସନ୍ତୋଷ କୁମାର ଷଡଙ୍ଗୀ, ବିଭୂତି ଭୂଷଣ ଦାଶ, ଦିଲ୍ଲୀପ କୁମାର ନିଶଙ୍କ, ସୁମତି ଘଡେ଼ଇ ପ୍ରମୁଖ ବରିଷ୍ଠ ଶିକ୍ଷକଙ୍କ ଦ୍ବାରା ତାଲିମ ପ୍ରଦାନ କରାଯାଇଥିଲା। ଜାତୀୟ ଶିକ୍ଷାନୀତି ଅନୁସାରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ଙ୍କ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି,ଆମ ବିଭାଗର କାର୍ଯ୍ୟଧାରା, ଅନ୍ତର୍ନିବେଶୀ ଶିକ୍ଷାର ସଫଳ ରୂପାୟନ, କ୍ରିୟାତ୍ମକ ଗବେଷଣା, ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷାଶାସ୍ତ୍ର ସହିତ ଶ୍ରେଣୀ ପରିଚାଳନା…

Read More

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ମାଠିଆ ପଦର ଗ୍ରାମ ତିଖାଲି ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ପ୍ରଭାବିତ ଗ୍ରାମ ହୋଇଅଛି। ଏହି ଗ୍ରାମର ଘରୋଇ ଜମି ସହ ସରକାରୀ ଜମି ପ୍ରକଳ୍ପ ଜଳ ରାଶି ରେ ଜଳମଗ୍ନ ହୋଇଥିବା ବେଳେ ଗ୍ରାମକୁ ବୁଡ଼ାଇ ଗ୍ରାମ ମାନ୍ୟତା ଦିଆଯାଇନାହିଁ। ଫଳରେ ଗ୍ରାମବାସୀ ଚାଷ ଉପରେ ନିର୍ଭରଶୀଳ। ଗ୍ରାମର ୫୬.୬୫ ଏକର ଚାଷ ଜମିଥିବା ବେଳେ ଏହି ଜମି ମଧ୍ୟରୁ ୨୩.୯୪ ଏକର ଜମି ଜଳ ସମ୍ପଦ ବିଭାଗ ଜମି ଅଧିଗ୍ରହଣ କରିଛନ୍ତି। ୧୭୩.୫୭ ଏକର ଜମି ସରକାରୀ ଜମି ରହିଅଛି। ଗ୍ରାମବାସୀଙ୍କ ଜୀବିକା ନିର୍ବାହ କରୁଥିବା ଜମି ଅଧିଗ୍ରହଣ କରିଥିବା ବେଳେ ଗ୍ରାମବାସୀ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଗ୍ରାମ କୁ ସମ୍ପୂର୍ଣ୍ଣ ବୁଡି ଗ୍ରାମ ମାନ୍ୟତା ଦେବାକୁ ଗ୍ରାମବାସୀ ମାନେ ଦାବୀ କରୁଛନ୍ତି। ରବି ମଙ୍ଗରାଜଙ୍କ ନେତୃତ୍ୱରେ ଗ୍ରାମବାସୀ ମାନେ ଆସି ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର…

Read More

ନୂଆଦିଲ୍ଲୀ: ଦେଶରେ ଅଣସଂକ୍ରାମକ ରୋଗ (ଏନସିଡି) ର ବୃଦ୍ଧି ପାଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଜି ଏକ ସ୍ୱତନ୍ତ୍ର ଏନସିଡି ଯାଂଚ ଅଭିଯାନ ଆରମ୍ଭ କରିଛନ୍ତି। ୨୦ ଫେବୃଆରୀରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଚାଲୁଥିବା ଏହି ମହତ୍ୱାକାଂକ୍ଷୀ ପଦକ୍ଷେପ, ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ତିନୋଟି ସାଧାରଣ କର୍କଟ – ମୁଖ, ସ୍ତନ ଏବଂ ସର୍ଭିକାଲ  କର୍କଟ ସହିତ 30 ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କର ୧୦୦% ପରୀକ୍ଷଣ ଲକ୍ଷ୍ୟ ହାସଲ କରିବାକୁ ଉଦ୍ଦେଶ୍ୟ ରଖିଛି। ଅଣସଂକ୍ରାମକ ରୋଗର ନିରାକରଣ ଏବଂ ନିୟନ୍ତ୍ରଣ ପାଇଁ ଜାତୀୟ କାର୍ଯ୍ୟକ୍ରମ (ଏନପି – ଏନସିଡି) ଅଧୀନରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ଏଏଏମ)  ଏବଂ ଦେଶବ୍ୟାପୀ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଅଭିଯାନ କାର୍ଯ୍ୟକାରୀ ହେବ। ଅଭିଯାନର ମୁଖ୍ୟ ଆକର୍ଷଣଗୁଡ଼ିକ ହେଉଛି: ଦ୍ୱାରରୁ ଦ୍ୱାର ପ୍ରସାରଣ: ତାଲିମ ପ୍ରାପ୍ତ ଆଶାକର୍ମୀ, ଏଏନ୍ଏମ୍ ଏବଂ ଆଗଧାଡ଼ିର କର୍ମୀମାନେ…

Read More

ନୂଆଦିଲ୍ଲୀ: ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ରାଜ୍ୟପାଳ ଅଜୟ ଭଲା ଆଜି ଦୁର୍ବୃତ୍ତମାନଙ୍କୁ ଚେତାବନୀ ଦେଇଛନ୍ତି। ସେ ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ ୭ ଦିନ ମଧ୍ୟରେ ଲୁଟ୍ ଏବଂ ବେଆଇନ ଅସ୍ତ୍ର ସମର୍ପଣ କରିବାକୁ ଚେତାବନୀ ଦେଇଛନ୍ତି। ମେ ୨୦୨୩ ଠାରୁ ମଣିପୁରରେ ହିଂସା ଜାରି ରହିଛି। ନିକଟରେ ରାଜ୍ୟରେ ହିଂସାକୁ ନିୟନ୍ତ୍ରଣ କରିପାରୁ ନ ଥିବାରୁ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ଇସ୍ତଫା ଦେଇଛନ୍ତି। ଏହା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି। ମଣିପୁର ରାଜ୍ୟପାଳ କ’ଣ କହିଥିଲେ?: ମଣିପୁର ରାଜ୍ୟପାଳ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଶାନ୍ତି ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ପ୍ରଭାବିତ କରୁଥିବା ଦୁର୍ଭାଗ୍ୟଜନକ ଘଟଣା ଯୋଗୁଁ ମଣିପୁରର ଲୋକମାନେ ବିଗତ ୨୦ ମାସ ଧରି ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମୁଁ ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ, ବିଶେଷ କରି ଉପତ୍ୟକା ଏବଂ ପାହାଡର ଯୁବକମାନଙ୍କୁ ନିବେଦନ କରୁଛି ଯେ,…

Read More

ଭୁବନେଶ୍ଵର: ନୂଆପଡା ଜିଲ୍ଲା ଧରମବନ୍ଦା ସେକ୍ସନ ଛୋଟ ଲୋଡ୍ରା ଗାଁରେ ହାତୀ ଆତଙ୍କ। ୯ ଟିକିଆ ଜଙ୍ଗଲି ହାତୀ ପଲ ଗାଁ ନିକଟ କୁ ଚାଲି ଆସିଥିବାରୁ ଗ୍ରାମବାସୀ ଭୟଭୀତ ହୋଇଛନ୍ତି। ବନ୍ ବିଭାଗ ପକ୍ଷରୁ ହାତୀ ପଲକୁ ଘଉଡାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଗ୍ରାମବାସୀଙ୍କୁ ମଧ୍ୟ ସଜାଗ ରହିବା ସହ ହାତୀଙ୍କ ଉତ୍ୟକ୍ତ କରିବା ଭଳି କୌଣସି କାର୍ଯ୍ୟ ନ କରିବାକୁ ଆହ୍ବାନ କରିଛନ୍ତି। ହାତୀ ପଲରେ ୯ ଗୋଟି ହାତୀରୁ ୭ ଟି ବଡ ହାତୀ ୨ ଗୋଟି ଛୋଟ ହାତୀ ରହିଥିବା ଜଣାପଡିଛି। ହାତୀ ପଲ ଛତିଶଗଡରୁ ସୁନାବେଡା ଅଭୟାରଣ୍ୟ ଦେଇ ଆସିଥିବା କୁହାଯାଉଛି। ବନ୍ୟଜନ୍ତୁ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଚିଂ ହାତୀର ଗତିବିଧି ଅନୁଧ୍ୟାନ କରୁଛନ୍ତି। ଛୋଟ ଲୋଡ୍ରା ଗାଁରେ ଭୟର ବାତାବରଣ ଲାଗି ରହିଛି।

Read More

ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ଭିଡ଼ିଓ ଭାଇରାଲ ହୋଇଥିବା ଘଟଣାରେ ବୃନ୍ଦାବନ ନିବାସୀ ଅନନ୍ତ ଗୋସ୍ୱାମୀ ପୋଲିସ ନିକଟରେ ହାଜର ହୋଇଛନ୍ତି। ଗତ କିଛି ମାସ ତଳେ ଶ୍ରୀମନ୍ଦିର ଭିତର ବେଢା ଆଉ ଗରୁଡ଼ ସ୍ତମ୍ଭରୁ ଗର୍ଭଗୃହର ଦୃଶ୍ୟକୁ ବୃନ୍ଦାବନର ଭକ୍ତ ବାଙ୍କେ ବିହାରୀ ଅନନ୍ତ ନିଜ ଇନଷ୍ଟାଗ୍ରାମ ଓ ଫେସ୍‌ବୁକରେ ଭିଡ଼ିଓ ଅପ୍‌ଲୋଡ କରିଥିଲେ। ଏହି ବିଷୟକୁ ଗଭୀର ଭାବେ ପୁରୀ ପୋଲିସ ନେଇଥିବା ସହ ଅନନ୍ତ ଗୋସ୍ୱାମୀଙ୍କୁ ନୋଟିସ କରିଥିଲା। ତେବେ ପୋଲିସ ନୋଟିସ ପାଇବା ପରେ ଆଜି ସେ ପୁରୀ ପୋଲିସ ନିକଟରେ ହାଜିର ହୋଇଛନ୍ତି। ସିଂହଦ୍ୱାର ପୋଲିସ ଘଟଣାକୁ ନେଇ ଅଧିକ ପଚାର ଉଚରା ଜାରି ରଖିଛି।

Read More

ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲା ବଡ଼ଟେମେରା ଝରିଗାଁ ବ୍ଳକ ପଞ୍ଚାୟତ ଅଧୀନ ପଡ଼ାଲଗୁଡ଼ା ଗ୍ରାମର ଜଣେ ନାବାଳିକା ସହ ରାଇଘର ବ୍ଲକ ଭୀମାଗୁଡ଼ା ପଞ୍ଚାୟତ ଭିମାଟିକିରା ଗ୍ରାମର ଜଣେ ନାବାଳକ ସହ ବୁଧବାର ବିବାହ ହୋଉଥିଲା। ଏହି ଖବର ପାଇ ଝରିଗାଁ ସିଡିପିଓ ବିରଜା ମୋହିନୀ ପାଙ୍ଗି ସ୍ଥାନୀୟ ସରପଞ୍ଚ, ୱାର୍ଡ ସଭ୍ୟ, ପୋଲିସ ଉପସ୍ଥିତିରେ – ଉଭୟ ପରିବାର ଲୋକଙ୍କୁ ବୁଝାସୁଝା କରି ବାଲ୍ୟ ବିବାହ ରୋକିଥିଲେ। ଝିଅ ଓ ପୁଅଙ୍କ ବିବାହ ବୟସ ହେବାପରେ ବାହା କରିବାକୁ ଉଭୟ ପ୍ରତିଶ୍ରୁତି ଦେଇଥିଲେ। ପରିବାର ଏହି ସମୟରେ ସୁପରଭାଇଜର ଟୁନି ଦେଇ ଜେନା, ସ୍ଥାନୀୟ ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ପ୍ରମୁଖ ସହ ଗ୍ରାମବାସୀ ଉପସ୍ଥିତ ଥିଲେ। ପ୍ରକାଶ ଯେ, ନବରଙ୍ଗପୁର ଜିଲ୍ଲା ଆଦିବାସୀ ବହୁଳ ଝରିଗାଁ ବ୍ଲକରେ ସଚେତନତା ଅଭାବ ଯୋଗୁ ଏବେବି ବାଲ୍ୟ ବିବାହ ଚାଲୁଥ‌ିବା ଅଭିଯୋଗ ହୋଇଛି। ଏହି ପ୍ରଥାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ…

Read More

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବଦଳିବ ସ୍ୱାସ୍ଥ୍ୟ ସେବାର ଚିତ୍ର। ଗଞ୍ଜାମ ଜିଲ୍ଲାରେ ଆମ ହସ୍ପିଟାଲ ଯୋଜନାର ଫେଜ -୨ରେ ପୁଣି ୪୯ ସରକାରୀ ମେଡିକାଲ ସାମିଲ ହୋଇଛନ୍ତି। ଏଥିପାଇଁ ୮୩ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବବୋଲି ସୂଚନା ମିଳିଛି। ୧୩ ଟି ନିର୍ବାଚନ ମଣ୍ଡଳୀର ୧୧ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ୩୫ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୩ ଟି ସହରାଚଂଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛନ୍ତି। ୪୯ ଟି ମେଡିକାଲର ଉନ୍ନତିକରଣ କିପରି ହେବ ସେନେଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସିଭିଲ କାମ କଣ ସବୁ କରାଯିବ ସେନେଇ ଆଲୋଚନା ହୋଇଥିଲା। ଏକ ପ୍ଲାନ ପ୍ରସ୍ତୁତ କରିବା ସହ ଆର୍କିଟେକ ସହୟତା ନେବା ପାଇଁ କୁହାଯାଇଛି। ଆମ ହସ୍ପିଟାଲ ଯୋଜନାରେ ଭିତ୍ତିଭୂମି ସୁଦୃଢ ସହ କୋଠାର ଉନ୍ନତିକରଣ ସହ ଅନୁକୁଳ ପରିବେଶରେ ରୋଗୀଙ୍କୁ ମିଳିବ ଉନ୍ନତ…

Read More

ଭୁବନେଶ୍ଵର: କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ ଚୌଧୁରୀ ଘଟଗାଁ ବ୍ଲକର ନିଶୁରୀପଶି ଠାରେ ସ୍ଥାପିତ ସୋଲାର ବୋରୱେଲ ପ୍ରକଳ୍ପ, ସଦର ବ୍ଲକ ଅନ୍ତର୍ଗତ ଟିକରପଡ଼ାରେ କୃଷକ ରେଜିଷ୍ଟ୍ରୀ ଶିବିର ଓ କଲମି ବାଇଗଣ ଚାଷ, ରାଇସୁଆଁ ଠାରେ ଶୀତଳ ଭଣ୍ଡାର ପ୍ରକଳ୍ପ, ଧାତିକା ଓ ଟିକରପଡ଼ା ଠାରେ ସୋରିଷ ଏବଂ ବୁଟ ଚାଷର କ୍ଷେତ୍ର ପ୍ରଦର୍ଶନ ବୁଲି ଦେଖିବା ସହ ଉପସ୍ଥିତ ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ। ଆହୁରିମଧ୍ୟ ଦରବାର୍ ହଲ୍ ଠାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ କେନ୍ଦୁଝର ଜିଲ୍ଲାର ଉନ୍ନତି କଳ୍ପେ କୃଷି ରୋଡ ମ୍ୟାପ୍ ପ୍ରସ୍ତୁତି ସମ୍ବନ୍ଧ ରେ ସମସ୍ତ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ରାଜ୍ୟ ସ୍ତରୀୟ ଯୋଜନା ଅଧିକାରୀ ମାନଙ୍କୁ ଉପଦେଶ ଦେଇଥିଲେ। ସମୀକ୍ଷା ବୈଠକରେ କେନ୍ଦୁଝରର ଜିଲ୍ଲାପାଳ ଵିଶାଲ ସିଂହ, ବନଖଣ୍ଡ ଅଧିକାରୀ ଧନରାଜ ଏଚଡି ଓ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଓ…

Read More