ଭୁବନେଶ୍ଵର: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପୀଠ ତୁଳସୀ କ୍ଷେତ୍ରର ବିକାଶ କରି ଏହାକୁ ଏକ ଆକର୍ଷଣୀୟ ଧର୍ମୀୟ ପର୍ଯ୍ୟଟନ କ୍ଷେତ୍ର ଭାବରେ ପ୍ରତିଷ୍ଠିତ କରିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର। ଏହି ପରିପ୍ରେକ୍ଷୀରେ ମନ୍ଦିରର ଉନ୍ନତୀକରଣ ଓ ଉନ୍ନୟନ କାର୍ଯ୍ୟର ଏକ ସମୀକ୍ଷା ବୈଠକ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପରିସର ଓ ଚର୍ତୁପାର୍ଶ୍ଵର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ମନ୍ତ୍ରୀ। ଏହି ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଡଃ ଦୁର୍ଗା ପ୍ରସନ୍ନ ନାୟକ, ଆଇନ ବିଭାଗ ଦ୍ଵିତୀୟ ଅତିରିକ୍ତ ବିଧି ଚେତକ ତଥା ଅତିରିକ୍ତ ଶାସନ ସଚିବ ବିଭୁ ପ୍ରସାଦ ପଣ୍ଡା, ରାଜ୍ୟ ଦେବୋତ୍ତର ଆୟୁକ୍ତ ଲଲାଟେନ୍ଦୁ ଜେନା, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ ଓ ବିଭାଗୀୟ ଯନ୍ତ୍ରୀ…
Author: SM Network
ଭୁବନେଶ୍ଵର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ୱାଗନର କାରକୁ ସାମ୍ନା ପଟୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଜଣେ ଡିଏସପିଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ତକଙ୍କ ମଧ୍ୟରେ ଜଣେ ହେଲେ ଯାଜପୁର ପୋଲିସ ହେଡ଼ କ୍ୱାଟରରେ କାର୍ଯ୍ୟରତ ଥିବା ପୋଲିସ ଡିଏସପି ବଳରାମ ନାୟକ। ମୃତ ଡିଏସପି ଜଣକ କେନ୍ଦୁଝର ଜିଲ୍ଲା ଘଟଗାଁ ଗୋପପୁର ଅଂଚଳର ବୋଲି ଜଣାପଡିଛି। ଅନ୍ୟ ଜଣେ ମୃତକ ହେଲେ ଡିଏସପି ଶ୍ରୀ ନାୟକଙ୍କ ଭିଣୋଇ ପୂର୍ଣ୍ଣଚନ୍ଦ୍ର ନାୟକ। ସୂଚନା ଯୋଗ୍ୟ ଯେ, ଡିଏସପି ଶ୍ରୀ ନାୟକ ମାତ୍ର ବର୍ଷେ ତଳେ ବାଲେଶ୍ବରରୁ ଯାଜପୁରକୁ ବଦଳି ହୋଇ ଆସିଥିଲେ। ମାତ୍ର ନିକଟରେ ଯାଜପୁରରୁ ତାଙ୍କର ଜଗତସିଂହପୁର ଜିଲ୍ଲାକୁ ଏସଡ଼ିପିଓ ବଦଳି ହୋଇଥିବା ସୂଚନା ମିଳିଛି। ଦୁଃଖର ବିଷୟ ଏହି କି ଆଜି ସନ୍ଧ୍ୟାରେ ତାଙ୍କୁ ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଞ୍ଜନଗର ନିର୍ବାଚନମଣ୍ଡଳୀର ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ଠାରେ ଗ୍ରାମକଣ୍ଠ ଘରବାରୀ ଓ ବସୁନ୍ଧରା ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଭଞ୍ଜନଗର ଟାଉନ୍ ହଲ୍ ଠାରେ ଘୁମୁସର ତହସିଲ ପକ୍ଷରୁ ୭୧୦ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମାନ୍ୟବର ମନ୍ତ୍ରୀ ସୁରେଶ ପୁଜାରୀ ଯୋଗଦେଇ ଭଞ୍ଜନଗର ବ୍ଲକ ଓ ଏନଏସି ର ୭୦୧ ଜଣ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରବାରୀ ଓ ୯ ଜଣ ହିତାଧିକାରୀଙ୍କୁ ବସୁନ୍ଧରା ପଟ୍ଟା ବଣ୍ଟନ କରିଥିଲେ।ଆସନ୍ତା ଦିନରେ ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ଗ୍ରାମକଣ୍ଠ ଓ ବସୁନ୍ଧରା ପଟ୍ଟା ପ୍ରଦାନ କରାଯିବ।ଏହା ସହ କଚ୍ଚା ଘରେ ରହୁଥିବା ପରିବାରର ସର୍ଭେ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୁଜାରୀ…
ଭୁବନେଶ୍ୱର: ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରରେ ଏକ ଭିନ୍ନତା ସୃଷ୍ଟି କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ମଙ୍ଗଳବାର ପ୍ରକାଶିତ ଟାଇମ୍ସ ହାୟାର ଏଜୁକେସନ୍ (ଟିଏଚ୍ଇ) ୱାର୍ଲ୍ଡ ରିପୁଟେସନ୍ ର୍ୟାଙ୍କିଙ୍ଗସ୍ ୨୦୨୫ ତାଲିକାରେ ଦେଶର ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ସ୍ଥାନିତ ହୋଇଛି। ଏହି ତାଲିକାରେ ସୋଆ ବ୍ୟତୀତ ସ୍ଥାନ ପାଇଥିବା ଦେଶର ଅନ୍ୟ ୩ଟି ଶିକ୍ଷାନୁଷ୍ଠାନ ହେଉଛି ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁ, ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଦିଲ୍ଲୀ ଏବଂ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମାଡ୍ରାସ୍। ଦେଶର କେବଳ ଏହି ୪ଟି ଶିକ୍ଷାନୁଷ୍ଠାନ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ସୋଆ ହେଉଛି ଏକମାତ୍ର ଘରୋଇ ଶିକ୍ଷାନୁଷ୍ଠାନ। ଏହି ୪ଟି ଶିକ୍ଷାନୁଷ୍ଠାନ ୨୦୧-୩୦୦ ର୍ୟାଙ୍କ ମଧ୍ୟରେ ସ୍ଥାନିତ ହୋଇଛନ୍ତି। ଏହି ବର୍ଷ ୩୮ଟି ଦେଶର ୩୦୦ ଶିକ୍ଷାନୁଷ୍ଠାନକୁ ନେଇ ଏହି ର୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି।…
ନୂଆଦିଲ୍ଲୀ: କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି (ଏଚଏଲସି) ୨୦୨୪ ବର୍ଷ ରେ ବନ୍ୟା, ଆକସ୍ମିକ ବନ୍ୟା, ଭୂସ୍ଖଳନ ଏବଂ ସାମୁଦ୍ରିକ ଝଡ଼ ଦ୍ୱାରା ପ୍ରଭାବିତ ପାଞ୍ଚଟି ରାଜ୍ୟ ପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ) ଅଧୀନରେ ୧୫୫୪.୯୯ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତାକୁ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଏହି ପାଞ୍ଚଟି ରାଜ୍ୟର ଲୋକଙ୍କୁ ସାହାଯ୍ୟ କରିବାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଉଚ୍ଚସ୍ତରୀୟ କମିଟି ଏନଡିଆରଏଫ ଅଧୀନରେ ପାଞ୍ଚଟି ରାଜ୍ୟକୁ ୧୫୫୪.୯୯ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାକୁ ଅନୁମୋଦନ କରିଛି, ଯାହା କି ଚଳିତ ବର୍ଷ ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ)ରେ ଉପଲବ୍ଧ ପ୍ରାରମ୍ଭିକ ରାଶିର ୫୦% ଆଡଜଷ୍ଟମେଣ୍ଟ ଅଧୀନରେ ରହିବ । ମୋଟ ୧୫୫୪.୯୯ କୋଟି ଟଙ୍କା ମଧ୍ୟରୁ…
ଭୁବନେଶ୍ୱର: ଜଣେ ନେପାଳୀ ଛାତ୍ରୀ ପ୍ରକୃତୀ ଲାମସାଲଙ୍କ ଦୁଃଖଦ ମୃତ୍ୟୁ ପରେ ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT) ବିବାଦ ଘେରକୁ ଆସିଛି। ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସାଥୀ ଛାତ୍ରୀ ଏବଂ ୱାର୍ଡେନ ନେପାଳୀ ଝିଅର ହଷ୍ଟେଲ ରୁମକୁ କିପରି ଭାଙ୍ଗିଛନ୍ତି ତାହା ଦର୍ଶାଯାଇଛି। KIIT ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲା: ଫେବୃଆରୀ 16, 2025 ରେ, ତୃତୀୟ ବର୍ଷର BTech ଛାତ୍ରୀ ପ୍ରକୃତୀ ଲାମସାଲଙ୍କ ମୃତଦେହ ହଷ୍ଟେଲ ରୁମରୁ ମିଳିଥିଲା। ବାରମ୍ବାର କବାଟ ବାଡେଇବା ପରେ ମଧ୍ୟ ଯେତେବେଳେ ଛାତ୍ରୀଜଣଙ୍କ କବାଟ ଖୋଲିନଥିଲେ, ସେତେବେଳେ ସହପାଠୀମାନେ କବାଟ ଭାଙ୍ଗି ଭିତରେ ପସିଥିଲେ। କୋଠରୀ ଭିତରକୁ ପଶିବା ପରେ ଛାତ୍ରୀମାନେ ପ୍ରକୃତୀଙ୍କୁ ଝୁଲୁଥିବାର ଦେଖିଥିଲେ। ଏହି ଖବର ଶୀଘ୍ର କ୍ୟାମ୍ପସରେ ବ୍ୟାପିଗଲା ଏବଂ ନ୍ୟାୟ ପାଇଁ ଦାବି କରି ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ। ପ୍ରକୃତୀ ଲାମସାଲଙ୍କ ମୃତ୍ୟୁ ପରେ ୫୦୦ ରୁ…
ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ ଆଇସିସିର ODI ବ୍ୟାଟିଂ ମାନ୍ୟତାରେ 1 ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଆଇସିସି ଆଜି ସର୍ବଶେଷ ମାନ୍ୟତା ପ୍ରକାଶ କରିଛି ଯେଉଁଥିରେ ଶୁଭମାନ ଗିଲ 796 ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ବାବର ଆଜାମଙ୍କୁ ପଛରେ ପକାଇଦେଇଛନ୍ତି। ବାବର ଏବେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ଏହି ତାଲିକାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା 761 ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି। ନିକଟରେ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ଶୁଭମାନ ଗିଲ ଚମତ୍କାର ପ୍ରଦର୍ଶନ କରିଥିଲେ। ନାଗପୁରରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସେ 87 ରନ୍ ଏବଂ କଟକ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ 60 ରନ୍ ସଂଗ୍ରହ କରିଥିଲେ। ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ପରେ ଶୁଭମାନ ଗିଲ ଅହମ୍ମଦାବାଦରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମ୍ୟାଚରେ…
ନୂଆଦିଲ୍ଲୀ: ବିଜେପିର ସଂସଦୀୟ ବୋର୍ଡର ବୈଠକ ଆଜି ଦିଲ୍ଲୀରେ ଶେଷ ହୋଇଛି। ସନ୍ଧ୍ୟା ୭ ଟାରେ ବିଧାୟକ ଦଳର ବୈଠକ ହେବ। ଏହି ବୈଠକ ପୂର୍ବରୁ ସୂଚନା ସାମ୍ନାକୁ ଆସିଛି ଯେ ଚାରୋଟି ନାମର ଏକ ସ୍ଲିପ୍ ତିଆରି କରାଯାଇଛି, ସେଥିମଧ୍ୟରୁ ଜଣେ ମୁକୁଟ ପିନ୍ଧାବେ। ନୂଆଦିଲ୍ଲୀ ବିଧାୟକ ପ୍ରବେଶ ବର୍ମା ମଧ୍ୟ ସିଏମ୍ ଦୌଡ଼ରେ ଥିବାବେଳେ ରାଜୌରୀ ଗାର୍ଡେନ୍ ବିଧାୟକ ମଞ୍ଜିନ୍ଦର ସିଂ ସିରସାଙ୍କ ନାମ ମଧ୍ୟ ସେଠାରେ ଅଛି। ପଞ୍ଜାବ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ବିଶ୍ୱାସ ରହିଛି। ଅନ୍ୟ ଦୁଇଟି ନାମ ହେଉଛି ଶାଲିମାର ବାଗ ବିଧାୟକ ରେଖା ଗୁପ୍ତା ଏବଂ ରୋହିଣୀ ବିଧାୟକ ବିଜେନ୍ଦ୍ର ଗୁପ୍ତା। ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପୂର୍ବରୁ ଶପଥ ଗ୍ରହଣ ତାରିଖ ସ୍ଥିର କରାଯାଇଛି। ଶପଥ ଗ୍ରହଣ କାର୍ଯ୍ୟକ୍ରମ ଫେବୃଆରୀ ୨୦ ତାରିଖ ଅପରାହ୍ନ ରାତି ୧୨.୩୦ ରେ ଆରମ୍ଭ ହେବ। ପ୍ରଥମେମୁଖ୍ୟମନ୍ତ୍ରୀ ଏବଂ ପରେ କ୍ୟାବିନେଟ…
ନୂଆଦିଲ୍ଲୀ: ହରିୟାଣା ସରକାରୀ ମନ୍ତ୍ରୀ ଅନିଲ ବିଜ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ମୃତ୍ୟୁ କୁମ୍ଭ’ ଉପରେ ଦେଇଥିବା ବିବୃତ୍ତିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଆମ ଦେଶର ବିରୋଧୀମାନେ ନିରନ୍ତର ସନାତନ ଉପରେ ଆକ୍ରମଣ କରୁଛନ୍ତି। ଏହି ସମୟରେ ସନାତନ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୫ କୋଟି ଲୋକ ସେଠାରେ ପବିତ୍ର ବୁଡ ପକାଇଛନ୍ତି। ଏଥର ୩୧ ଡିସେମ୍ବରରେ, ପ୍ରଥମ ଥର ମୁଁ ଦେଖିଲି କିପରି ବହୁ ସଂଖ୍ୟକ ଲୋକ ରାମ ମନ୍ଦିର ଏବଂ ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ବର୍ତ୍ତମାନ ସନାତନୀଙ୍କ ମଧ୍ୟରେ ଆଗ୍ରହ ବଢୁଛି। ଏହା ବିରୋଧୀ ଦଳମାନଙ୍କର ନିଦ ହଜେଇଦେଉଛି। ପ୍ରକାଶ ଯୋଗ୍ୟ ଯେ, ମମତା ବାନାର୍ଜୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି ମହାକୁମ୍ଭର ଆୟୋଜନ ସମ୍ପର୍କରେ ମହାକୁମ୍ଭକୁ ମୃତ୍ୟୁ କୁମ୍ଭ ବୋଲି କହିଛନ୍ତି। ଏବେ ତାଙ୍କ ବିବୃତ୍ତିକୁ ନେଇ ବିବାଦ ଉପୁଜିଛି। ନିକଟରେ…
ବାଣପୁର: ବିଦ୍ୟୁତକାଟ ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଟିପିସିଓଡିଏଲ ଅଫିସ ଘେରାଉ କଲେ ଏକାଧିକ ଗ୍ରାମବାସୀ। ବାଣପୁର ବ୍ଲକ ଭେଟେଶ୍ୱର ପଞ୍ଚାୟତ ଅନ୍ତର୍ଗତ ସାନସିରେଇପୁର ଓ ତ୍ରିଲୋଚନପୁର ଗ୍ରାମବାସୀ ମାନେ ଆଜି ଆଙ୍କୁଲା ସ୍ଥିତ ବିଦ୍ୟୁତ ଅଫିସ ଘେରାଉ କରିଥିଲେ। ଉକ୍ତ ଦୁଇ ଗ୍ରାମରେ ପ୍ରାୟତଃ ରାତି ୯ ରୁ ସକାଳ ୬ ଘଟିକା ଯାଏଁ ବିଦ୍ୟୁତ କାଟ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ଟିପିସିଓଡିଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇଙ୍କୁ ପଚାରିବାରୁ ବାଣପୁର ବ୍ଲକର ଏକାଧିକ ଗ୍ରାମରେ ରାତିରେ ହାତୀ ମାନେ ଆସୁଥିବାର ଦେଖିବାକୁ ମିଳୁଛି। ତେଣୁ ହାତୀଙ୍କ ସୁରକ୍ଷା ନିମନ୍ତେ ଯେଉଁ ଅଞ୍ଚଳରେ ହାତୀ ଆସୁଛନ୍ତି ଉକ୍ତ ଗ୍ରାମରେ ରାତିରେ ବିଦ୍ୟୁତ କାଟ କରିବା ପାଇଁ ଖୋର୍ଦ୍ଧା ଡିଏଫଓ ନିର୍ଦ୍ଦେଶ ଦେଇଛନ୍ତି। ଡିଏଫଓ ଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଦ୍ୟୁତକାଟ ହେଉଥିବା କହିଛନ୍ତି ଉପଖଣ୍ଡ ବିଦ୍ୟୁତ ଅଧିକାରୀ ଶ୍ରୀ ଦଳେଇ। ତେବେ ଏ ନେଇ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ଏବଂ ତାଙ୍କ ପରିବାରଙ୍କୁ ଭେଟିଛନ୍ତି। ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ରୁଷି ସୁନକଙ୍କୁ ଭାରତର ଜଣେ ଭଲ ବନ୍ଧୁ ବୋଲି ବର୍ଣ୍ଣନା କରିଥିଲେ। ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀ, ଝିଅ କୃଷ୍ଣା ଓ ଅନୁଷ୍କା ଏବଂ ଶାଶୁ ସୁଧା ମୁର୍ତ୍ତୀଙ୍କ ସହ ରୁଷି ସୁନକ ମଧ୍ୟ ଯୋଗ ଦେଇଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ସାକ୍ଷାତର ଫଟୋ ସେୟାର କରିବାବେଳେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ”ସୁନକଙ୍କ ପରିବାର ସହ ମିଶି ଖୁସି ଅନୁଭବ ହେଲା। ଆମେ ଅନେକ ବିଷୟ ଉପରେ ଭଲ ଆଲୋଚନା କଲୁ। ସୁନକ ଭାରତର ବହୁତ ଭଲ ବନ୍ଧୁ ଅଟନ୍ତି। ଭାରତ-ବ୍ରିଟେନ ସମ୍ପର୍କ ଆହୁରୀ ମଜବୁତ କରିବାକୁ ଇଚ୍ଛୁକ।” ମଙ୍ଗଳବାର ଦିନ ରୁଷି ସୁନକ ମଧ୍ୟ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହ ସଂସଦ ଗୃହରେ ପହଞ୍ଚିଥିଲେ। ରାଜ୍ୟସଭା…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ପୋଲିସ୍ ସୁନା ଚେନ ଲୁଟ ଅଭିଯୋଗରେ ରଞ୍ଜନ ସାହୁ ଓ ମୁରଲୀ ସେଠୀ ନାମକ ଦୁଇ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ସୁନା ଚେନ କିଣିଥିବା ଅଭିଯୋଗରେ ଗୋବର୍ଦ୍ଧନ ନାୟକ ନାମକ ଜଣେ ଯୁବକକୁ ପୋଲିସ ଗିରଫ କରିଛି। ଘଟଣାରୁ ପ୍ରକାଶ ଯେ, ଗୋଳନ୍ଥରା ଥାନା ଅର୍ନ୍ତଗତ ସୁମାଣ୍ଡି ଗ୍ରାମର ଆପନ୍ନା ପାତ୍ର ଓ ପତ୍ନୀ ସଙ୍ଗୀତା ପାତ୍ର କୌଣସି କାମରେ ବ୍ରହ୍ମପୁର ଆସି ପୁଣି ନିଜ ଗ୍ରାମକୁ ଫେରୁଥିବା ବେଳେ ହଳଦିଆ ପଦର ଓଭରବ୍ରିଜ୍ ଉପରେ ଦୁଇ ଯୁବକ ଆସି କଥାବାର୍ତ୍ତା ଆଳ ଦେଖାଇ ସଙ୍ଗୀତା ପିନ୍ଧିଥିବା ସୁନା ଚେନ ଝାମ୍ପି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଏନେଇ ଆପନ୍ନା ପାତ୍ର ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଉକ୍ତ ଦୁଇ ଯୁବକକୁ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ କଣ୍ଟେଇ କୋଳି ଗ୍ରାମର କାହ୍ନା ସାହୁ ଜଣେ ଯୁବକ ବରଯାତ୍ରୀ ଶୋଭାଯାତ୍ରାରେ ଯୋଗଦେବା ପାଇଁ ଶ୍ରଦ୍ଧାପୁର ଯାଇଥିଲେ। ଶୋଭାଯାତ୍ରାରେ ବର ବସିଥିବା ଘୋଡାଗାଡିର ଚାଳକ ସହ ସାମାନ୍ୟ କଥାକୁ ନେଇ ବଚସା ହୋଇଥିଲା ଓ ଏହି ସମୟରେ ଗାଡ଼ି ଚାଳକ ଓ ମାଲିକ ଅନ୍ୟ ଜଣେ ମିଶି କାହ୍ନା ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଉକ୍ତ ୩ ଜଣ ମିଶି ଗାଡ଼ିରେ ଥିବା ଏକ ଖଣ୍ଡା ଆଣି କାହ୍ନା ଉପରେ ମାରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର କାହ୍ନାକୁ କିଛି ବରଯାତ୍ରୀ ଲୋକ ପ୍ରଥମେ ହିଞ୍ଜିଳି ଡାକ୍ତରଖାନା ପରେ ବ୍ରହ୍ମପୁର ଓ ସଙ୍କଟାପନ୍ନ ଅବସ୍ଥାରେ ତାକୁ ବିଶାଖାପାଟଣା ସ୍ଥାନାନ୍ତର କରିଛନ୍ତି। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ଓ ହିଞ୍ଜିଳି ଗ୍ରାମର ବାହାରପଟୁ ତାଲାବନ୍ଦ ଘରୁ ଉକ୍ତ ଆକ୍ରମଣକାରୀ…
ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି-୨୦୨୫ ଆଜି ଠାରୁ ପାକିସ୍ତାନରେ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି। କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ଏହି ସମୟରେ, ପାକିସ୍ତାନୀ ୟୁଟ୍ୟୁବର୍ ଶୋଏବ ଚୌଧୁରୀ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଲୋକଙ୍କ ମଧ୍ୟରେ ଆଲୋଚନା କରିଥିଲେ। ସେହି ସମୟରେ ସେ ଜଣେ ଓକିଲଙ୍କୁ ଭେଟିଥିଲେ, ଯିଏ ଭାରତୀୟ ପତାକା ଉପରେ ମନ୍ତବ୍ୟ ଦେଇଥିଲେ। ପ୍ରକାଶ ଯୋଗ୍ୟ ଯେ, ପାକିସ୍ତାନର କ୍ରିକେଟ୍ ଷ୍ଟାଡିୟମରେ ସମଗ୍ର ଦେଶର ପତାକା ଉତ୍ତୋଳନ କରାଯାଇଛି। ତେବେ ଭାରତର ଜାତୀୟ ପତାକାକୁ ସ୍ଥାନ ଦିଆଯାଇନଥିଲା। ଯେତେବେଳେ ରିଅଲ୍ ଏଣ୍ଟରଟେନମେଣ୍ଟର ଶୋଏବ୍ ଚୌଧୁରୀ ଏହି ବିଷୟରେ କହିଥିଲେ, ଜଣେ ବ୍ୟକ୍ତି କହିଥିଲେ ଯେ କୌଣସି ପରିସ୍ଥିତିରେ ଆମେ ଆମ ମାଟିରେ ଭାରତୀୟ ପତାକା ଉତ୍ତୋଳନ କରିବାକୁ ଦେବୁ ନାହିଁ। ଜଣେ ପାକିସ୍ତାନୀ ଓକିଲ କହିଛନ୍ତି ଯେ, ଷ୍ଟାଡିୟମରେ କୌଣସି ପରିସ୍ଥିତିରେ ଭାରତୀୟ ପତାକା ଲଗାଇବାକୁ ଅନୁମତି…
ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ୧୧ ଦିନ ବିତିଗଲାଣି। ଆଜି ଦ୍ୱାଦଶ ଦିନ ଏବଂ ସନ୍ଧ୍ୟାରେ ବିଜେପି ବିଧାନସଭା ଦଳର ଏକ ବୈଠକ ଡକାଯାଇଛି। ଆଜି ସକାଳେ ଏହି ବୈଠକ ଅନୁଷ୍ଠିତ ହେବାର ଥିଲା। ତା’ପରେ ଖବର ଆସିଲା ଯେ, ଏହା ଅପରାହ୍ନରେ ବସିବ। ବର୍ତ୍ତମାନ ଏହି ବୈଠକ ସନ୍ଧ୍ୟା ୬ ଟାରେ ଅନୁଷ୍ଠିତ ହେବ। ଫେବୃଆରୀ ୨୦ ତାରିଖରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ରାମଲିଲା ମଇଦାନରେ ଶପଥ ଗ୍ରହଣ ମଞ୍ଚ ପ୍ରସ୍ତୁତ କରାଯାଉଛି। ମଇଦାନରେ ଗେରୁଆ ରଙ୍ଗ ଦିଆଯାଉଛି। ବିଜେପି ନେତାମାନେ ତଦାରଖ କରୁଛନ୍ତି। ମୁଖ୍ୟମନ୍ତ୍ରୀ କିଏ ହେବ?: ମଞ୍ଚ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ କାହାର ମୁଣ୍ଡରେ ମୁକୁଟ ପିନ୍ଧାଯିବ, ସେନେଇ ସନ୍ଦେହ ଘେରରେ ରହିଛି। ଏକ ଡଜନ ନେତାଙ୍କ ଦାବି ପରେ ବର୍ତ୍ତମାନ ଏହି ମାମଲା ତିନି-ଚାରି ନାମକୁ ଆସିଛି। ଗଣମାଧ୍ୟମ ସୂତ୍ରରୁ ମିଳିଥିବା…
ନୂଆଦିଲ୍ଲୀ: ନେଟଫ୍ଲିକ୍ସର ବିସ୍ତୃତ କଣ୍ଟେଣ୍ଟ ଲାଇବ୍ରେରୀକୁ ବ୍ୟବହାର କରି ଆକର୍ଷଣୀୟ ଟ୍ରେଲର ତିଆରି କରିବା ପାଇଁ ଆକାଂକ୍ଷୀ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଏକ ରୋମାଞ୍ଚକର ସୁଯୋଗ ସୃଷ୍ଟି କରୁଛି ଟ୍ରେଲର ତିଆରି ପ୍ରତିଯୋଗିତା। ଏହା ବାସ୍ତବରେ ସର୍ଜନାର ଉନ୍ମୋଚନ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ସମ୍ମିଳନୀ (ଓ୍ୱେଭ୍ସ) ର ପିଲର 4 (ଫିଲ୍ମ) ଅନ୍ତର୍ଗତ କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜର ଏକ ଅଂଶ ଭାବରେ, ଏହି ପ୍ରତିଯୋଗିତା ଅଂଶଗ୍ରହଣକାରୀମାନଙ୍କୁ ଟ୍ରେଲର-ନିର୍ମାଣ କଳା ମାଧ୍ୟମରେ ପ୍ରତିଷ୍ଠିତ ଦୃଶ୍ୟଗୁଡ଼ିକୁ ପୁନଃକଳ୍ପନା କରିବାକୁ କିମ୍ବା ନୂତନ ଦୃଷ୍ଟିକୋଣ ସହ ଉପସ୍ଥାପନ କରିବାକୁ ଉତ୍ସାହିତ କରୁଛି। ଏହି କାର୍ଯ୍ୟକ୍ରମ ଚଳଚ୍ଚିତ୍ର ନିର୍ମାଣ, ପ୍ରଯୋଜନା ଏବଂ ବିଶ୍ୱୀକରଣ ଭିତରେ ବିଶ୍ୱକୁ ଅନୁସନ୍ଧାନ କରିବା ସହ ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କର ସୃଜନଶୀଳ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରୁଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ନେଟଫ୍ଲିକ୍ସ ର…
ନୂଆଦିଲ୍ଲୀ: ୮ଟି ଏପିସୋଡରେ ପ୍ରସାରିତ ‘ପରୀକ୍ଷା ପେ ଚର୍ଚ୍ଚା (ପିସିସି)’ର ସଦ୍ୟତମ ସଂସ୍କରଣ ଡିଜିଟାଲ୍ ପ୍ଲାଟଫର୍ମରେ ବହୁ ସଂଖ୍ୟକ ଲୋକଙ୍କୁ ଆକର୍ଷିତ କରିଛି, ଯାହାକି ଏହି କାର୍ଯ୍ୟକ୍ରମର ସଫଳତା ଯାତ୍ରାରେ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଭିନ୍ନ କ୍ଷେତ୍ରର ସେଲିବ୍ରିଟିମାନେ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରିଥିଲେ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ‘ପରୀକ୍ଷା ପେ ଚର୍ଚ୍ଚା (ପିପିସି)’ର ଅଷ୍ଟମ ବାର୍ଷିକ ସଂସ୍କରଣର ବିଷୟବସ୍ତୁକୁ କେବଳ ଇନଷ୍ଟାଗ୍ରାମରେ ୩୦୦ ନିୟୁତରୁ ଅଧିକ ଥର ଦେଖାଯାଇଛି ଏବଂ ୧୫ ନିୟୁତ ଲୋକ ଏହା ଉପରେ ପ୍ରତିକ୍ରିୟା ରଖିଥିବା ବେଳେ ‘ଏକ୍ସ’ରେ ୩,୦୦,୦୦୦ରୁ ଅଧିକ ପୋଷ୍ଟ କରାଯାଇଛି। ଆଜି ଏହି କାର୍ଯ୍ୟକ୍ରମର ଅନ୍ତିମ ଏପିସୋଡ୍ ପ୍ରସାରିତ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏହି ବାର୍ଷିକ କାର୍ଯ୍ୟକ୍ରମକୁ ଏକ ବଡ଼ ଟାଉନହଲରୁ ଅତି କମ୍ ଛାତ୍ରଛାତ୍ରୀଙ୍କ ସହ ଅଧିକ ନିବିଡ଼ ଏବଂ ଇଣ୍ଟରଆକ୍ଟିଭ୍ ସେଟିଂରେ ପରିଣତ କରିବା ନେଇ…
ନୂଆଦିଲ୍ଲୀ: ପାରମ୍ପରିକ ଜଳ କଳଶ ସମାରୋହ ସହିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ ଉପସ୍ଥିତିରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସିଆର ପାଟିଲ ଜଳ ସୁରକ୍ଷା ଉପରେ ଦ୍ୱିତୀୟ ରାଜ୍ୟ ଜଳମନ୍ତ୍ରୀ ସମ୍ମିଳନୀକୁ ଉଦଘାଟନ କରିଥିଲେ। ଜଳ ନିରାପତ୍ତା ଉପରେ ଦ୍ବିତୀୟ ରାଜ୍ୟ ଜଳମନ୍ତ୍ରୀ ସମ୍ମିଳନୀରେ ଉଦବୋଧନ ଦେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ ଜଳ ଜୀବନ ମିଶନ (ଜେଜେଏମ୍)ର ଉଲ୍ଲେଖନୀୟ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ ଏବଂ ଭାରତର ପ୍ରତ୍ୟେକ ଗ୍ରାମୀଣ ପରିବାର ପାଇଁ ନିରାପଦ ଏବଂ ସ୍ଥାୟୀ ପାନୀୟ ଜଳ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଶ୍ରୀ ପାଟିଲ ଗୁରୁତ୍ୱାରୋପ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ଅଭିଯାନ ଅଭୂତପୂର୍ବ ଅଗ୍ରଗତି କରିଛି ଏବଂ ୮୦% ରୁ ଅଧିକ ଗ୍ରାମୀଣ ପରିବାର ବର୍ତ୍ତମାନ ଟ୍ୟାପ୍ ଜଳ ସଂଯୋଗ ଉପଲବ୍ଧ କରାଇଛନ୍ତି । ଫଳରେ ୧୫ କୋଟିରୁ ଅଧିକ ପରିବାର…
ନୂଆଦିଲ୍ଲୀ: ଉପସାଗରୀୟ ଦେଶଗୁଡ଼ିକ ସହ ଭାରତର ସୁସମ୍ପର୍କ ଅଧିକ ସୁଦୃଢ଼ ହେଉଛି। ନିକଟରେ କତର ଅମୀର ତାଙ୍କର ଦ୍ୱିତୀୟ ସରକାରୀ ଗସ୍ତରେ ଭାରତ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କତର ଅମୀରଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ପରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୀତିକ ସ୍ତରକୁ ଉନ୍ନୀତ କରିବା ଲାଗି ଉଭୟ ନେତା ସହମତ ହୋଇଛନ୍ତି। ଏ ନେଇ ଏକ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ଏବେ ୟୁଏଇ, ସାଉଦୀ ଆରବ, ଓମାନ, କୁଏତ ଏବଂ କତର ସହିତ ଭାରତର ରଣନୀତିକ ଭାଗିଦାରୀ ରହିଛି। ଭାରତ ଏବଂ ଉପସାଗରୀୟ ଦେଶଗୁଡ଼ିକ ମଧ୍ୟ ଜିସିସି ଢାଞ୍ଚା ଅଧୀନରେ ସହଯୋଗ କରନ୍ତି। ଜିସିସିର ସବୁ ଦେଶ ସହିତ ଭାରତର ଉତ୍କୃଷ୍ଟ ସମ୍ପର୍କ ରହିଛି। ଏହା ଭାରତ ଏବଂ ଉପସାଗରୀୟ ଦେଶମାନଙ୍କ ମଧ୍ୟରେ ନେତୃତ୍ୱ ତଥା ମନ୍ତ୍ରୀ ସ୍ତରରେ ନିୟମିତ ଉଚ୍ଚସ୍ତରୀୟ ଗସ୍ତ ବିନିମୟରେ ପ୍ରତିଫଳିତ ହୋଇଥାଏ। 2014 ମସିହା ମେ ମାସ ଠାରୁ…
ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ୍ ରେ ଗୁଜୁରାଟ ଜିଆଣ୍ଟସକୁ 5 ୱିକେଟରେ ପରାସ୍ତ କରି ପ୍ରଥମ ବିଜୟ ପଞ୍ଜିକରଣ କରିଛି। ମୁମ୍ବାଇର ବିଜୟରେ ସବୁଠାରୁ ବଡ ଅବଦାନ ନେଟ୍ ସାଇଭର-ବ୍ରଣ୍ଟଙ୍କ ଥିଲା, ଯିଏ ବ୍ୟାଟିଂରେ ଅର୍ଦ୍ଧଶତକ (57 ରନ) ହାସଲ କରିଥିଲେ ଏବଂ ବୋଲିଂରେ 2 ୱିକେଟ୍ ନେଇଥିଲେ। ବର୍ତ୍ତମାନ ମୁମ୍ବାଇ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନକୁ ଆସିଛି। ପୁଣି ଥରେ ଟସ୍ ଜିତିଥିବା ଦଳ ବଡୋଦରାସ୍ଥିତ କୋଟାମ୍ବି ଷ୍ଟାଡିୟମରେ ମ୍ୟାଚ୍ ଜିତିବାରେ ସଫଳ ହୋଇଛନ୍ତି। ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି ଏକ ସଠିକ ବୋଲି ପ୍ରମାଣିତ ହୋଇଥିଲା। କାରଣ ଏହାର ବୋଲରମାନେ ଗୁଜୁରାଟ ଦଳର ଅର୍ଦ୍ଧେକ ଖେଳାଳିଙ୍କୁ 43 ରନରେ ପାଭିଲିୟନକୁ ପଠାଇଥିଲେ। 20 ଓଭରରେ ଗୁଜୁରାଟ 120 ରନ୍ କରିପାରିଥିଲା। 121 ରନର ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ 17 ରନ୍ ସ୍କୋର କରିବା ପରେ ହେଲି ମାଥ୍ୟୁସ୍ ଆଉଟ୍ ହୋଇଥିଲେ। ୟସ୍ତିକା…
ଭୁବନେଶ୍ଵର: ବୌଦ୍ଧ, ରାୟଗଡା ଏବଂ ଫୁଲବାଣୀ ଜିଲ୍ଲା ପୋଲିସ ମଙ୍ଗଳବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ମୋଟ ୩୩୨୭ କେଜି ଗଞ୍ଜେଇ ଜବତ କରାଯାଇଥିବାବେଳେ ଗଞ୍ଜେଇ ଚୋରା ଚାଲାଣ ପାଇଁ ବ୍ୟବହୃତ ହେଉଥିବା ବାଇକ ଏବଂ ପିକ ଅପ୍ ଭ୍ୟାନକୁ ମଧ୍ୟ ପୋଲିସ ଜବତ କରିଛି। ରାୟଗଡା ଜିଲ୍ଲା ଗୁଣୁପୁର ଥାନା, ବୌଦ୍ଧ ଜିଲ୍ଲାରେ ଗୋଛପଡା ଏବଂ ବୌଦ୍ଧ ଥାନାରେ ଦୁଇଟି ମାମଲା ଏବଂ ଅନ୍ୟଟି ଫୁଲବାଣୀ ସଦର ଥାନାରେ ପଞ୍ଜିକୃତ ହୋଇଛି। ବୌଦ୍ଧ ଥାନା ଅଧୀନ ନେନ୍ଦନ ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଅଭିଯୁକ୍ତମାନେ ଏକ ପିକ ଅପ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମ୍ପର୍କରେ ଖବର ପାଇ ପୋଲିସ ଯାଞ୍ଚ କରିଥିଲା। ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ୧୩୨୫ କେଜି ଗଞ୍ଜେଇ ଓ ପିକ…

