ନୂଆଦିଲ୍ଲୀ: ଅହମ୍ମଦାବାଦରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତ ଇଂଲଣ୍ଡକୁ 142 ରନରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ପ୍ରଥମେ ଖେଳି 356 ରନ୍ ସ୍କୋର କରିଥିଲା, ଜବାବରେ ସମଗ୍ର ଇଂଲଣ୍ଡ ଦଳ 214 ରନ୍ ସ୍କୋରରେ ଅଟକି ଯାଇଥିଲା। ଭାରତୀୟ ଦଳର ବିଜୟର ସବୁଠାରୁ ବଡ ହିରୋ ହେଉଛନ୍ତି ଶୁବମାନ ଗିଲ, ଯିଏ 112 ରନର ଏକ ଶତକୀୟ ଇନିଂସ ଖେଳିଥିଲେ।
Author: SM Network
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ସକାଳେ ମାର୍ସିଲିର ମାଜାରଗ୍ୟୁସ୍ ଯୁଦ୍ଧ ସମାଧି ସ୍ଥଳ ପରିଦର୍ଶନ କରିଥିଲେ ଓ ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉଭୟ ନେତା ମୃତକଙ୍କ ବଳିଦାନକୁ ସମ୍ମାନ ଜଣାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମାଜାରଗ୍ୟୁସ୍ ଯୁଦ୍ଧ କବରସ୍ଥାନ ୟୁରୋପରେ ଶାନ୍ତି ପାଇଁ ଲଢ଼ିଥିବା ଭାରତୀୟ ସୈନିକଙ୍କ ବୀରତ୍ୱ ଏବଂ ବଳିଦାନର ଇତିହାସକୁ ସଂରକ୍ଷଣ କରେ। ସେମାନଙ୍କର କାହାଣୀ ଅନେକଙ୍କୁ ପ୍ରେରଣା ଦେଇ ଚାଲିଛି। ଏହି ସମାଧିସ୍ଥଳ ଭାରତ-ଫ୍ରାନ୍ସ ସମ୍ପର୍କକୁ ସୁଦୃଢ଼ କରୁଥିବା ଲୋକ ସମ୍ପର୍କକୁ ସ୍ମରଣ କରିଥାଏ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଗତକାଲି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବିମାନରେ ପ୍ୟାରିସରୁ ମାର୍ସେଲିକୁ ଏକାଠି ଉଡାଣ ଭରିଥିଲେ, ଯାହା ଦୁଇ ନେତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ପ୍ରତିଫଳିତ କରିଥିଲା। ସେମାନେ ଦ୍ୱିପାକ୍ଷିକ ସମ୍ପର୍କର ସମ୍ପୂର୍ଣ୍ଣ ଦିଗ ଏବଂ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହାପରେ ମାର୍ସେଲିରେ ପହଞ୍ଚିବା ପରେ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇଥିଲା। ଗତ ୨୫ ବର୍ଷ ମଧ୍ୟରେ କ୍ରମାଗତ ଭାବରେ ଏକ ବହୁମୁଖୀ ସମ୍ପର୍କରେ ବିକଶିତ ହୋଇଥିବା ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରଣନୈତିକ ଭାଗିଦାରୀ ପ୍ରତି ଉଭୟ ନେତା ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀର ସମସ୍ତ ଦିଗ ଉପରେ ଆଲୋଚନା ହୋଇଥିଲା। ଉଭୟ ନେତା ପ୍ରତିରକ୍ଷା, ବେସାମରିକ ପରମାଣୁ ଶକ୍ତି ଏବଂ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ସହଯୋଗର ସମୀକ୍ଷା କରିଥିଲେ। ପ୍ରଯୁକ୍ତି ବିଦ୍ୟା ଏବଂ ଉଦ୍ଭାବନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା…
ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ହୋଇଥିବା ଚତୁର୍ଦ୍ଦଶ ଭାରତ-ଫ୍ରାନ୍ସ ସିଇଓ ଫୋରମରେ ଉଭୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମିଳିତ ଭାବେ ଉଦବୋଧନ ଦେଇଛନ୍ତି। ଏହି ଫୋରମରେ ଉଭୟ ପକ୍ଷର ବିଭିନ୍ନ କମ୍ପାନୀର ଏକାଧିକ ସିଇଓ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରତିରକ୍ଷା, ମହାକାଶ, ବିକଶିତ ପ୍ରଯୁକ୍ତି ବିଦ୍ୟା, ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ଜୀବ ବିଜ୍ଞାନ, ଜୀବନଶୈଳୀ, ଖାଦ୍ୟ ଓ ଆତିଥେୟତା ପରି ବିଭିନ୍ନ ବିଭାଗ ଉପରେ ଆଲୋକପାତ କରାଯାଇଥିଲା। ଭାରତ ଓ ଫ୍ରାନ୍ସ ଭିତରେ ରହିଥିବା ବାଣିଜ୍ୟିକ ସମ୍ପର୍କ ଓ ଆର୍ଥିକ ସହାୟତା ଉପରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ପୁଞ୍ଜି ନିବେଶ କ୍ଷେତ୍ରରେ ଭାରତର ଲୋକପ୍ରିୟ ବୈଶ୍ୱିକ ଭାବମୂର୍ତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସଦ୍ୟ ଉପସ୍ଥାପିତ ହୋଇଥିବା ବଜେଟର ବିଭିନ୍ନ ସଂସ୍କାରଧର୍ମୀ ଘୋଷଣା ଅନୁସାରେ ବୀମା କ୍ଷେତ୍ରରେ ଭାରତରେ ଶତ ପ୍ରତିଶତ ପୁଞ୍ଜି ନିବେଶ ଉପରେ…
ଭୁବନେଶ୍ୱର: ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅନ୍ତର୍ଗତ କଟକ ରେଳ ଷ୍ଟେସନରେ ଏୟାର କନକୋର୍ସ ନିର୍ମାଣ ଏବଂ ୟାର୍ଡ଼ ନବୀକରଣ ଓ ଅନ୍ୟାନ୍ୟ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ଗୋଟିଏ ମାସ ପାଇଁ ତିନୋଟି ଦୂରଗାମୀ ଟ୍ରେନକୁ ମାର୍ଗ ପରିବର୍ତ୍ତନ କରିବାକୁ ଯୋଜନା କରାଯାଇଛି। ଏହି ଅସ୍ଥାୟୀ ମାର୍ଗ ପରିବର୍ତ୍ତିତ ଟ୍ରେନଗୁଡ଼ିକ ବାରଙ୍ଗ-କଟକ-କପିଳାସ ରୋଡ୍ ନିର୍ଦ୍ଧାରିତ ମାର୍ଗ ପରିବର୍ତ୍ତେ ବାରଙ୍ଗ-ନରାଜ ମାର୍ଥାପୁର-କପିଳାସ ରୋଡ୍ ମାର୍ଗରେ ଚଳାଚଳ କରିବ। କଟକ ଷ୍ଟେସନରେ ଏହି ଟ୍ରେନଗୁଡ଼ିକର ରହଣିକୁ ବାଦ୍ ଦିଆଯିବ ଏବଂ 16 ଫେବୃଆରୀରୁ 17 ମାର୍ଚ୍ଚ 2025 ପର୍ଯ୍ୟନ୍ତ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ଅସ୍ଥାୟୀ ରହଣି ପ୍ରଦାନ କରାଯିବ। ଏହି ଆଧୁନିକୀକରଣ ଏବଂ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବରେ ମାର୍ଗ ପରିବର୍ତ୍ତନ କରାଯାଇଥିବା ଟ୍ରେନଗୁଡ଼ିକର ଯାତ୍ରୀମାନଙ୍କ ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ କଟକ ରେଳ ଷ୍ଟେସନ ଏବଂ ନରାଜ ମାର୍ଥାପୁର ରେଳ…
ବାଲୁଗାଁ: ଚିଲିକା ବ୍ଲକ ବଡ଼କୁଳ ଅନ୍ତର୍ଗତ ଗବପଦର ବିଜେ ଶ୍ରୀ ଶ୍ରୀ ରାମେଶ୍ୱର ଦେବଙ୍କ ପୀଠରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଓ ଶମ୍ଭୁ ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଚାରି ଦିନ ବ୍ୟାପି ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅଧିବାସରେ ଅଙ୍କୁରାରୋପଣ କରାଯାଇଥିବା ବେଳେ ସୋମବାର ଜଳଯାତ୍ରା ସହ ଯଜ୍ଞ ଶାଲା ପ୍ରଵେଶ ହୋଇଥିଲା। ମଙ୍ଗଳବାର ପ୍ରାତଃ କାଳରୁ ସୂର୍ଯ୍ୟ ପୂଜା, ଶାଲା ପୂଜା ସହ ଯଜ୍ଞ ଆରମ୍ଭ ହୋଇ ବୁଧବାର ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଯାଇଛି। ସମ୍ପୃକ୍ତି ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ପୀଠରେ ଅନାଦି କାଳରୁ ଆଖପାଖ ଅଞ୍ଚଳର ଗ୍ରାମବାସୀ ଏବଂ ଦାତାଙ୍କ ସହାୟତାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବରରେ ବିଶ୍ୱ ଶାନ୍ତି କଲ୍ୟାଣ ନିମନ୍ତେ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ରାମେଶ୍ୱର ଦେବଙ୍କ ଅପାର କରୁଣା ତଥା ଅଞ୍ଚଳର ପ୍ରତ୍ୟକ୍ଷ ଶୈବପୀଠ ହୋଇଥିବାରୁ ଆଖପାଖ ଅଞ୍ଚଳର…
ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ମହାବିଦ୍ୟାଳୟର ଜଣେ ଛାତ୍ରୀ ପରୀକ୍ଷା ଦେବା ପୂର୍ବରୁ ଅସୁସ୍ଥ ହୋଇପଡ଼ିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।ସୂଚନା ମୁତାବକ ଚିଲିକା ବ୍ଲକ ଆଙ୍କୁଲା ପଞ୍ଚାୟତ ଅନ୍ତର୍ଗତ ରାହାଣବେଲି ଗ୍ରାମର ଅମୂଲ୍ୟ ସାମନ୍ତରାୟଙ୍କ ଝିଅ ସସ୍ମିତା ସାମନ୍ତରାୟ ବାଲୁଗାଁ ମହାବିଦ୍ୟାଳୟରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଦର୍ଶନଶାସ୍ତ୍ର ବିଭାଗର ଛାତ୍ରୀ। ଆଜି ତୃତୀୟ ସେମିଷ୍ଟାର ଇଂରାଜୀ ପରୀକ୍ଷା ଥିବାରୁ ସସ୍ମିତା ବାଳିକା ସାଧାରଣ କୋଠରୀରେ ଅପେକ୍ଷା କରି ବସିଥିବା ବେଳେ ହଠାତ୍ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ସହ ପାଠିନି ଏବଂ ମହାବିଦ୍ୟାଳୟର କର୍ମଚାରୀଙ୍କ ସହାୟତାରେ ସସ୍ମିତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଖବରପାଇ ପରିବାରବର୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ସସ୍ମିତାକୁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ପରିବାର ପକ୍ଷରୁ କହିଛନ୍ତି। ଶବ ବ୍ୟବଚ୍ଛେଦ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଯେପରି ସୁରୁଖୁରରେ ଶେଷ ହେବ ସେନେଇ ମଙ୍ଗଳବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କୈାଣସି ଚାଷୀଙ୍କର ଯେପରି ଟୋକେନ ରଦ୍ଦନ ହେବ ତାହା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ଯେଉଁ ଚାଷୀଙ୍କର ଟୋକେନ ଅବଧି ଶେଷ ହେବା ପୂର୍ବରୁ ଧାନ କିଣା ଯାଇପାରି ନାହିଁ, ତାଙ୍କର ଟୋକେନ ଅବଧି ବୃଦ୍ଧି କରାଯିବ। ଗଞ୍ଜାମରେ ୧୮ ହଜାର ୫୦୮ ଟୋକେନ ଅବଧି ୧୫ ଦିନ ପାଇଁ ବୃଦ୍ଧି କରାଯାଇଥିବା ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଏହି ୧୮ ହଜାର ୫୦୮ ଟୋକେନ ଅବଧି ବୃଦ୍ଧି କରାଯାଇଛି। ତେଣୁ ଚାଷୀମାନଙ୍କ ଟୋକେନ ଅବଧି ସରିଯିବ ଏବଂ ଚାଷୀମାନେ କ୍ଷତି ସହିବେ ବୋଲି ଗୁଜବକୁ ଚାଷୀମାନେ ବିଶ୍ୱାସ ନକରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ମଣ୍ଡିରେ ଯେପରି ଅଧିକ ଦିନ ଧାନ ରହିବ ନାହିଁ, ମିଲର ଅଧିକ ସଂଖ୍ୟକ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଇଟାମାଟି ବଜାରରେ ବଡ଼ ଧରଣର କାର ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଦୁଇ ଜଣଙ୍କର ମୃତ ଘଟିଛି। ଇଟାମାଟି ବଜାରରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇ ଦୋକାନକୁ ପିଟିଲା ଇନୋଭା କାର୍। ମହାରାଷ୍ଟ୍ର ନାଗପୁର ଅଞ୍ଚଳର ପଥଚାରୀ ଦ୍ବାରିକାପ୍ରସାଦ ଏବଂ କାର୍ ପଛରେ ବସିଥିବା ବୋଲଗଡ ଥାନା ସାଗୁରୁଗାଁ ଗ୍ରାମର ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ କାର୍ ଡ୍ରାଇଭର୍ ଫେରାର୍ ରହିଛି। ଦୃତଗତି ଯୋଗୁ ବୁଲାଣି କାଟିନପାରିବାରୁ ଦୁର୍ଘଟଣା ହୋଇଥିବା ଅନୁମାନ। ନୟାଗଡ ପଟୁ ନିଜ କାରରେ ସୂର୍ଯ୍ୟକାନ୍ତ ଗାଁକୁ ଫେରୁଥିଲେ। ଇଟାମାଟି ବଜାରରେ ଡ୍ରାଇଭର୍ ନିୟନ୍ତ୍ରଣ ହରାଇ ରାସ୍ତାକଡରେ ଛିଡା ହୋଇଥିବା ଦ୍ବାରିକାନାଥଙ୍କୁ ଧକ୍କା ଦେଇ ଏକ ଇଲେକ୍ଟ୍ରୋନିକ୍ସ ଦୋକାନକୁ ଧକ୍କା ଦେଇଥିଲା। ଦ୍ବାରିକାନାଥ ଜଣେ ଟ୍ରକ୍ ଡ୍ରାଇଭର୍ ଏବଂ ସେ ସ୍ଥାନୀୟ ଏକ କବାଡିଆ ଗୋଦାମରେ ଗାଡି ଲଗାଇ ଚା ପିଇବା ପାଇଁ ବଜାରକୁ ଆସିଥିଲେ। କାର୍ ଡ୍ରାଇଭର୍ ଭୂବନାନନ୍ଦ…
ନୟାଗଡ଼: ନୟାଗଡ଼ରେ ଆଜି ଶ୍ରମିକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ନୟାଗଡ଼ ଜିଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ବାରା ଉନ୍ମୋଚନ କରାଯାଇଛି। ଏହି ଉନ୍ମୋଚନୀ ସଭାରେ ଅତିରିକ୍ତ ଜିଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦର, ସଭାପତି, ଜିଲା ଶିଶୁ ମଙ୍ଗଳ କମିଟି,ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିବୟନ ପ୍ରଧାନ,ଜିଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ, ସହ ଶ୍ରମ ଅଧିକାରୀ ଅବଦୁଲ କାଦିର ଖାନ, ଜ୍ଞାନରଞ୍ଜନ ସାହୁ, ପୂଜାରିନ ସାମଲ ଓ ମୋନିକା ସେଠ ଏବଂ ଅନ୍ୟ ଶ୍ରମିକ ସଂଗଠନ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଶ୍ରମିକ ସଚେତନତା ରଥଟି ଏକ ମାସ ବ୍ୟାପୀ ଜିଲ୍ଲା ର ସମସ୍ତ ବ୍ଲକ, ଏନ ଏ ସି, ଶ୍ରମିକ ହାଟ, ଜନ ବହୁଳ ସ୍ଥାନ ଓ ନିର୍ମାଣଧୀନ କ୍ଷେତ୍ର ଗୁଡିକରେ ସଚେତନତା ସୃଷ୍ଟି କରିବା ସହ ରାଜ୍ୟ ସରକାର ଓ…
ନୂଆଦିଲ୍ଲୀ: ତୃତୀୟ ତଥା ଅନ୍ତିମ ODI ରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ୩୫୭ ରନ୍ ଲକ୍ଷ୍ୟ ଦେଇଛି। ଭାରତ ପାଇଁ ଶୁଭମାନ ଗିଲ ସର୍ବାଧିକ ୧୧୨ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ବିରାଟ କୋହଲି ୫୨ ରନ୍, ଶ୍ରେୟସ୍ ଆୟର ୭୮ ରନ୍ ଏବଂ କେ.ଏଲ୍ ରାହୁଲ ୪୦ ରନ୍ ସ୍କୋର କରିଥିଲେ। ଇଂଲଣ୍ଡ ପାଇଁ ଆଦିଲ ରସିଦ ସର୍ବାଧିକ ଚାରିଟି ୱିକେଟ୍ ନେଇଥିଲେ।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଭେଟେରାନ୍ ସ୍ପିନର ଅନିଲ କୁମ୍ବଲେ ତାଙ୍କ ପତ୍ନୀ ଚେତନା ରାମତୀର୍ଥଙ୍କ ସହ ପ୍ରୟାଗରାଜରେ ମହାକୁମ୍ଭରେ ପହଞ୍ଚିଛନ୍ତି। ଭାରତ ସମେତ ବିଶ୍ଵର ବିଭିନ୍ନ ସ୍ଥାନରୁ ବହୁ ଭକ୍ତ ମହାକୁମ୍ଭରେ ପହଞ୍ଚୁଛନ୍ତି, ଯେଉଁଥିରେ ଅନିଲ କୁମ୍ବଲେ ମଧ୍ୟ ଯୋଗ ଦେଇଛନ୍ତି। କୁମ୍ବଲେଙ୍କ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ତ କ୍ରିକେଟର ମହାକୁମ୍ଭରେ ପହଞ୍ଚିଛନ୍ତି। କୁମ୍ବଲେଙ୍କ ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଏବଂ ବର୍ତ୍ତମାନର ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ ମହାକୁମ୍ଭରେ ପହଞ୍ଚିଥିଲେ। ଅନେକ ଭେଟେରାନ୍ ସଙ୍ଗମରେ ବୁଡ଼ ପକାଇଥିଲେ। ଟିମ୍ ଇଣ୍ଡିଆର କୋଚ୍ ଥିବା ଅନୀଲ କୁମ୍ବଲେ ତାଙ୍କ ପତ୍ନୀଙ୍କ ସହ ସଙ୍ଗମରେ ବୁଡ଼ ପକାଇଥିଲେ। ପ୍ରକାଶ ଯୋଗ୍ୟ ଯେ, ଅନୀଲ କୁମ୍ବଲେ ସୋସିଆଲ ମିଡିଆ ମାଧ୍ୟମରେ ମହାକୁମ୍ଭରେ ପହଞ୍ଚିବାର ଚିତ୍ର ସେୟାର କରିଛନ୍ତି। ଏହି ସମୟ ମଧ୍ୟରେ ସେ ସଙ୍ଗମରେ ବୁଡ଼ ପକାଇଥିବାର ନଜର ଆସିଥିଲେ। ଚିତ୍ରଗୁଡ଼ିକର କ୍ୟାପସନ୍ ଦେଇ ଭେଟେରାନ୍ କୁମ୍ବଲେ ଲେଖିଛନ୍ତି,…
ନୂଆଦିଲ୍ଲୀ: ବିରାଟ କୋହଲି ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷରେ ଜୋରଦାର ବ୍ୟାଟିଂ କରି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି। କୋହଲି ରନ୍ ରେକର୍ଡ ଭାଙ୍ଗିଛନ୍ତି। ବିରାଟ କୋହଲି ଇତିହାସ ସୃଷ୍ଟି କରିଛନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ODI ସିରିଜର ତୃତୀୟ ମ୍ୟାଚ୍ ଅହମ୍ମଦାବାଦରେ ଅନୁଷ୍ଠିତ ହେଉଛି। କୋହଲି ଏହି ମ୍ୟାଚ୍ରେ ସଚିନ ତେନ୍ଦୁଲକରଙ୍କ ରନ୍ ରେକର୍ଡ ଭାଙ୍ଗିଛନ୍ତି। ବାସ୍ତବରେ କୋହଲି ଭାରତୀୟ ଖେଳାଳି ହୋଇଛନ୍ତି, ଯିଏ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। କୋହଲି ଇଂଲଣ୍ଡ ବିପକ୍ଷରେ ୪ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। କୋହଲି ଅହମ୍ମଦାବାଦରେ ଭାରତ ପାଇଁ ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଏହି ସମୟରେ ୫୨ ରନ୍ ସ୍କୋର କରିଥିଲେ। ରୋହିତ ଶର୍ମା ଆଉଟ୍ ହେବା ପରେ କୋହଲି ମୋର୍ଚ୍ଚା ସମ୍ଭାଳିଥିଲେ। କୋହଲି ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ସଚିନଙ୍କ ନାମରେ ରେକର୍ଡ କରାଯାଇଥିଲା।…
ଭୁବନେଶ୍ୱର: ସମଗ୍ର ଶିକ୍ଷା ଅଧୀନରେ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ (ସ୍କିମାଟିକ) ମାନଙ୍କ ଦରମା ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଧନ୍ୟବାଦ ଜଣାଇଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ସାମାଜିକ ଗଣମାଧ୍ୟମ X ରେ ଏକ ପୋଷ୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ଏହି ନିଷ୍ପତ୍ତି ଶିକ୍ଷାଦାତାଙ୍କୁ ସଶକ୍ତ କରିବା ସହିତ ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବ ବୋଲି କହିଛନ୍ତି। ସୂଚନା ଥାଉକି, ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଏହା ଜଣାଇଦିଆ ଯାଇଛିଯେ ସ୍କିମାଟିକ୍ କନିଷ୍ଠ ଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକ ୧୧,୦୦୦ ଟଙ୍କା ରୁ ୧୬,୦୦୦ ଟଙ୍କା ବୃଦ୍ଧି କରା ଯାଇଛି। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ନିୟୋଜିତ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ ମାସିକ ୧୧,୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଥିଲା। ଗତ ୨୦୨୫ ଜାନୁଆରୀ ୧୬…
ମୁମ୍ବାଇ: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଏକ ବଡ଼ ଝଟକା ଲାଗିଛି। ପାର୍ଟି ବିଧାୟକ ରାଜନ ସାଲଭି ଇସ୍ତଫା ଦେଇଛନ୍ତି। ସେ ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗଦେବେ। ସମ୍ପ୍ରତି ଶିନ୍ଦେ ଦଳର ନେତାମାନେ ଦାବି କରିଛନ୍ତି ଯେ, ଉଦ୍ଧବ ଦଳର ନେତାମାନେ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି। ଏଭଳି ପରିସ୍ଥିତିରେ ରାଜନ ସାଲଭିଙ୍କ ଇସ୍ତଫା ନେଇ ପ୍ରଶ୍ନ ଉଠିଛି ଯେ, ଏହା ଉଦ୍ଧବ ଗୋଷ୍ଠୀ ପାଇଁ ସତର୍କର ଘଣ୍ଟି କି?
ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟିରେ ଏକ ବଡ ବିବାଦ ଦେଖାଦେଇଛି। ନିଜ ପୁତୁରା ତଥା ଦଳର ରାଷ୍ଟ୍ରୀୟ ସଂଯୋଜକ ଆକାଶ ଆନନ୍ଦଙ୍କ ଶ୍ୱଶୁରଙ୍କୁ ଦଳରୁ ବିହିଷ୍କାର କରିବା ପାଇଁ ବିଏସପି ମୁଖ୍ୟ ମାୟାବତୀ ନିଷ୍ପତ୍ତି ନେଇଛନ୍ତି। ବିଏସପି ମୁଖ୍ୟ ସୋସିଆଲ ମିଡିଆ ସାଇଟ୍ X ରେ ଏହି ସୂଚନା ଦେଇଛନ୍ତି। ଅଶୋକଙ୍କ ସହ ନିତିନ ସିଂଙ୍କୁ ମଧ୍ୟ ମାୟାବତୀ ବାହାରର ରାସ୍ତା ଦେଖାଇଛନ୍ତି। ନିତିନ ଅଶୋକଙ୍କ ଘନିଷ୍ଠ ସହଯୋଗୀ ବୋଲି ଦାବି କରାଯାଇଛି। ଅଶୋକ ସିଦ୍ଧାର୍ଥ କିଏ?: ୨୦୧୯ ପରେ ମାୟାବତୀ ଦଳର ରଣନୀତି ବଦଳାଇ ଅଶୋକ ସିଦ୍ଧାର୍ଥଙ୍କୁ ତିନୋଟି ରାଜ୍ୟ ଦାୟିତ୍ୱରେ ରଖିଥିଲେ। ଅଶୋକଙ୍କ ବିଷୟରେ ଦାବି କରାଯାଇଛି ଯେ, ସେ ପାର୍ଟିରେ ପରଦା ପଛରେ କାମ କରୁଛନ୍ତି। ସରକାରୀ ଚାକିରି ଛାଡି ବିଏସପିରେ ଯୋଗ ଦେଇଥିବା ଅଶୋକ ବୃତ୍ତିରେ ଜଣେ ଡାକ୍ତର। ବିଏସପି ତାଙ୍କୁ ଏମଏଲସି କରିଥିଲା। ତା’ପରେ ୨୦୧୬ ମସିହାରେ ତାଙ୍କୁ ରାଜ୍ୟସଭାକୁ ପଠାଯାଇଥିଲା। ଯେଉଁଠାରେ ସେ…
ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ରାଜନୈତିକକ ଦଳଗୁଡିକ ଦ୍ୱାରା ମାଗଣା ସୁବିଧା ଘୋଷଣାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଜି କୋର୍ଟ କହିଛନ୍ତି ଯେ, ମାଗଣା ସୁବିଧା ହେତୁ ଅନେକ ଲୋକ କାମ କରିବାକୁ ଚାହାଁନ୍ତି ନାହିଁ। ଏହିପରି ଦେଶରେ ଏକ ନୂତନ ଶ୍ରେଣୀର ପରଜୀବୀ ସୃଷ୍ଟି ହେଉଛନ୍ତି। ସହରରେ ରହୁଥିବା ଭୂମିହୀନ ଲୋକଙ୍କୁ ରାତ୍ରି ଆଶ୍ରୟ ଦେବା ସହ ଜଡିତ ଏକ ମାମଲାର ଶୁଣାଣି ସମୟରେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ସହରାଞ୍ଚଳ ଭୂମିହୀନଙ୍କୁ ରାତ୍ରି ଆଶ୍ରୟ ଦେବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଦୀର୍ଘ ବର୍ଷ ଧରି ବିଚାରାଧୀନ ଅଛି। ଏହି ମାମଲାର ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି କୋର୍ଟଙ୍କୁ କହିଛନ୍ତି ଯେ, ସହରୀ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର ଚୂଡାନ୍ତ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସହରରେ ରହୁଥିବା ଗରିବଙ୍କ ଘର ସମେତ ଅନେକ ସମସ୍ୟାର ସମାଧାନ ଖୋଜିବା ପାଇଁ ପ୍ରୟାସ କରାଯିବ। ଜଷ୍ଟିସ ଭୂଷଣ…
ନୂଆଦିଲ୍ଲୀ: ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଫେବୃଆରୀ ୧୮ ତାରିଖରେ ସଜ୍ଜନ କୁମାରଙ୍କ ଦଣ୍ଡ ଉପରେ ବିତର୍କ ହେବ। ନଭେମ୍ବର ୧ ତାରିଖ ୧୯୮୪ ରେ ଦିଲ୍ଲୀର ସରସ୍ୱତୀ ବିହାରରେ ଜସୱନ୍ତ ସିଂ ଏବଂ ତାଙ୍କ ପୁଅ ତରୁଣଦୀପ ସିଂଙ୍କ ହତ୍ୟା ମାମଲାରେ ସଜ୍ଜନ କୁମାର ଅଭିଯୁକ୍ତ ଥିଲେ। ଏହି ମାମଲାରେ ଆଜି କୋର୍ଟ ଏହାର ରାୟ ଶୁଣାଇଛନ୍ତି। ସଜ୍ଜନ କୁମାରଙ୍କ ବିରୋଧରେ କ’ଣ ଅଭିଯୋଗ ରହିଛି?: ଆଇପିସିର ଧାରା ୧୪୭/ ୧୪୮/ ୧୪୯/ ୩୦୨/୩୦୮/ ୩୨୩/୩୯୫/ ୩୯୭/ ୪୨୭/ ୪୩୬/ ୪୪୦ ଅନୁଯାୟୀ ଅପରାଧ ପାଇଁ କୋର୍ଟ ଅଭିଯୁକ୍ତ ସଜ୍ଜନ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏସଆଇଟି ଅଭିଯୋଗ କରିଛି ଯେ, ସଜ୍ଜନ କୁମାର ଭିଡ଼ଙ୍କୁ ଆଗେଇ ନେଉଥିଲେ ଏବଂ ତାଙ୍କ ପ୍ରବର୍ତ୍ତନରେ ଦୁର୍ବୃତ୍ତମାନେ ଦୁଇ ଜଣଙ୍କୁ ଜୀବନ୍ତ ଜାଳି ଦେଇଥିଲେ…
ନୂଆଦିଲ୍ଲୀ: ତିସ୍ତା ପ୍ରକଳ୍ପରେ ବାଂଲାଦେଶ ଚୀନ୍ର ସହଭାଗିତା ଯୋଜନା କରୁଛି, ଯାହା ଭାରତର ସୁରକ୍ଷା ତଥା ରଣନୀତିକ ସ୍ୱାର୍ଥ ଉପରେ ଗୁରୁତର ପ୍ରଭାବ ପକାଇପାରେ। ଏହି ପ୍ରକଳ୍ପରେ ଚୀନ୍ ଅନ୍ତର୍ଭୁକ୍ତ କରିବାର ନିଷ୍ପତ୍ତି ବାଂଲାଦେଶର ଅନ୍ତରୀଣ ସରକାର ନେଇପାରିବେ। ଟେଲିଗ୍ରାଫ୍ ରିପୋର୍ଟ ଅନୁଯାୟୀ, ବାଂଲାଦେଶ ଦ୍ୱାରା ଅନୁମୋଦିତ ତିସ୍ତା ନଦୀର ସଂରକ୍ଷଣ ଏବଂ ପରିଚାଳନା ପାଇଁ ଚୀନ୍ ଏକ ମାଷ୍ଟରପ୍ଲାନ୍ ପ୍ରସ୍ତାବ ଦେଇଛି। ବିଶେଷକରି ସିଲିଗୁଡି କରିଡର ପରି ସମ୍ବେଦନଶୀଳ ଅଞ୍ଚଳ ନିକଟରେ ତିସ୍ତା ନଦୀରେ ଚୀନ୍ର ସମ୍ଭାବ୍ୟ ଉପସ୍ଥିତି ଯୋଗୁଁ ଭାରତ ପାଇଁ ଏକ ପ୍ରମୁଖ ସୁରକ୍ଷା ଚିନ୍ତାର କାରଣ ହୋଇପାରେ। ତିସ୍ତା ନଦୀର ସ୍ରୋତ ଭାରତର ସିକ୍କିମରୁ ଏବଂ ଏହି ନଦୀ ଉତ୍ତର ବଙ୍ଗ ଦେଇ ବାଂଲାଦେଶରେ ପ୍ରବେଶ କରେ। ୨୦୧୧ ମସିହାରୁ ବାଂଲାଦେଶ ଏବଂ ଭାରତ ମଧ୍ୟରେ ତିସ୍ତା ଜଳ ବଣ୍ଟନ ନେଇ ବିବାଦ ଜାରି ରହିଛି। ତେବେ ବାଂଲାଦେଶର ଅନ୍ତରୀଣ ସରକାର ଚୀନକୁ ଏହି ପ୍ରକଳ୍ପରେ…
ଅହମ୍ମଦାବାଦ: ଅହମ୍ମଦାବାଦ ଏକଦିବସୀୟରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରୁଛି। କିନ୍ତୁ ରୋହିତ ଶର୍ମାଙ୍କ ରୂପରେ ଭାରତୀୟ ଦଳକୁ ବଡ ଝଟକା ଲାଗିଛି। ରୋହିତ ଶର୍ମା ମାତ୍ର ୧ ରନ କରି ପ୍ୟାଭିଲିୟନକୁ ଫେରିଛନ୍ତି। ଟିମ୍ ଇଣ୍ଡିଆର ଖେଳାଳି ଏକାଦଶରେ ପରିବର୍ତ୍ତନ: ଭାରତର ଏକାଦଶ ଖେଳୁଥିବା: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂ।
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ଲକ୍ଷ୍ନୌରେ ଦେହାନ୍ତ ହୋଇଛି। ମସ୍ତିଷ୍କ ରକ୍ତ ଜମାଟ ପରେ ତାଙ୍କୁ ଫେବୃଆରୀ ୩ ତାରିଖରେ ଅଯୋଧ୍ୟାରୁ ଲକ୍ଷ୍ନୌ ପଠାଯାଇଥିଲା। ସେ ଲକ୍ଷ୍ନୌର SGPGI ର ସ୍ନାୟୁବିଜ୍ଞାନ ବିଭାଗରେ ଚିକିତ୍ସିତ ହେଉଥିଲେ। ଆଜି ସକାଳ ସାତଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସତ୍ୟନ୍ଦ୍ର ଦାସ ଗତ ତିନି ଦଶନ୍ଧି ଧରି ଅଯୋଧ୍ୟାରେ ରାମଲାଲ ମନ୍ଦିରର ମୁଖ୍ୟ ପୁରୋହିତ ଭାବରେ କାର୍ଯ୍ୟ କରୁଥିଲେ। ରାମଲାଲା ଅସ୍ଥାୟୀ ତମ୍ବୁରେ ରହିବା ଠାରୁ ଆରମ୍ଭ କରି ଭବ୍ୟ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପର୍ଯ୍ୟନ୍ତ ସେ ରାମଲାଲାଙ୍କ ସେବକ ଭାବରେ କାର୍ଯ୍ୟ ଜାରି ରଖିଥିଲେ। ମାର୍ଚ୍ଚ ୧ ତାରିଖ ୧୯୯୨ ରେ ସତ୍ୟେନ୍ଦ୍ର ଦାସଙ୍କୁ ରାମଲାଲାର ମୁଖ୍ୟ ପୁରୋହିତ ଭାବରେ ନିଯୁକ୍ତ କରାଯାଇଥିଲା। ସେ ପୁରୋହିତ ହେବାର ମାତ୍ର ୯ ମାସ ପରେ ବାବ୍ରି ଭାଙ୍ଗିବା ଘଟଣା ଘଟିଥିଲା। କୁହାଯାଏ ଯେ, ସେହି ସମୟରେ…

