Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଟକ ରେଳ ଷ୍ଟେସନରେ ଏୟାର-କନକୋର୍ସ ନିର୍ମାଣ ସହିତ ୟାର୍ଡ଼ ନବୀକରଣ
ଆଜିର ଖବର

କଟକ ରେଳ ଷ୍ଟେସନରେ ଏୟାର-କନକୋର୍ସ ନିର୍ମାଣ ସହିତ ୟାର୍ଡ଼ ନବୀକରଣ

February 12, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅନ୍ତର୍ଗତ କଟକ ରେଳ ଷ୍ଟେସନରେ ଏୟାର କନକୋର୍ସ ନିର୍ମାଣ ଏବଂ ୟାର୍ଡ଼ ନବୀକରଣ ଓ ଅନ୍ୟାନ୍ୟ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ଗୋଟିଏ ମାସ ପାଇଁ ତିନୋଟି ଦୂରଗାମୀ ଟ୍ରେନକୁ ମାର୍ଗ ପରିବର୍ତ୍ତନ କରିବାକୁ ଯୋଜନା କରାଯାଇଛି।

ଏହି ଅସ୍ଥାୟୀ ମାର୍ଗ ପରିବର୍ତ୍ତିତ ଟ୍ରେନଗୁଡ଼ିକ ବାରଙ୍ଗ-କଟକ-କପିଳାସ ରୋଡ୍ ନିର୍ଦ୍ଧାରିତ ମାର୍ଗ ପରିବର୍ତ୍ତେ ବାରଙ୍ଗ-ନରାଜ ମାର୍ଥାପୁର-କପିଳାସ ରୋଡ୍ ମାର୍ଗରେ ଚଳାଚଳ କରିବ। କଟକ ଷ୍ଟେସନରେ ଏହି ଟ୍ରେନଗୁଡ଼ିକର ରହଣିକୁ ବାଦ୍ ଦିଆଯିବ ଏବଂ 16 ଫେବୃଆରୀରୁ 17 ମାର୍ଚ୍ଚ 2025 ପର୍ଯ୍ୟନ୍ତ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ଅସ୍ଥାୟୀ ରହଣି ପ୍ରଦାନ କରାଯିବ।

ଏହି ଆଧୁନିକୀକରଣ ଏବଂ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବରେ ମାର୍ଗ ପରିବର୍ତ୍ତନ କରାଯାଇଥିବା ଟ୍ରେନଗୁଡ଼ିକର ଯାତ୍ରୀମାନଙ୍କ ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ କଟକ ରେଳ ଷ୍ଟେସନ ଏବଂ ନରାଜ ମାର୍ଥାପୁର ରେଳ ଷ୍ଟେସନ ମଧ୍ୟରେ ମାଗଣା ବସ୍ ସେବା ପ୍ରଦାନ କରିବ।

16 ଫେବୃଆରୀରୁ 16 ମାର୍ଚ୍ଚ 2025 ମଧ୍ୟରେ ପ୍ରତି ମଙ୍ଗଳବାର (ସୋମବାର ବିଳମ୍ବିତ ରାତିରେ) କଟକରେ ପହଞ୍ଚୁଥିବା 12515 କୋଏମ୍ବାଟୁର-ସୀଲଚର ସାପ୍ତାହିକ ସୁପର-ଫାଷ୍ଟ ଏକ୍ସପ୍ରେସ; ବୁଧବାର ଏବଂ ଗୁରୁବାର (ମଙ୍ଗଳବାର ଏବଂ ବୁଧବାର ବିଳମ୍ବିତ ରାତିରେ) କଟକରେ ପହଞ୍ଚୁଥିବା 22643 ଏର୍ଣ୍ଣାକୁଲମ-ପାଟନା ଦ୍ୱି-ସାପ୍ତାହିକ ଏକ୍ସପ୍ରେସ ଏବଂ ଶୁକ୍ରବାର, ଶନିବାର ଏବଂ ରବିବାର (ଗୁରୁବାର, ଶୁକ୍ରବାର ଏବଂ ଶନିବାର ବିଳମ୍ବିତ ରାତିରେ) କଟକରେ ପହଞ୍ଚୁଥିବା 12509 ବେଙ୍ଗାଲୁରୁ-ଗୌହାଟି ତ୍ରି-ସାପ୍ତାହିକ ଏକ୍ସପ୍ରେସ କଟକ ରେଳ ଷ୍ଟେସନ ପରିବର୍ତ୍ତେ ଅସ୍ଥାୟୀ ମାର୍ଗ ପରିବର୍ତ୍ତନରେ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ରହଣି କରିବ।

ଉପରୋକ୍ତ ଟ୍ରେନଗୁଡ଼ିକ ପାଇଁ କଟକ ରେଳ ଷ୍ଟେସନ ଠାରୁ ଯାତାୟାତ କରିବାକୁ ଥିବା ଯାତ୍ରୀମାନଙ୍କୁ ଏହି ସମୟ ମଧ୍ୟରେ ନରାଜ ମାର୍ଥାପୁର ଏବଂ କଟକ ରେଳ ଷ୍ଟେସନରେ ଉଭୟ ପାର୍ଶ୍ୱରୁ ମାଗଣା ବସ୍ ସୁବିଧା ରେଳବାଇ ଦ୍ୱାରା ଯୋଗାଇ ଦିଆଯିବ।

କଟକ ରେଳ ଷ୍ଟେସନ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପୁନର୍ବିକାଶ କାର୍ଯ୍ୟ ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026
Latest News

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.