ଭୁବନେଶ୍ଵର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲରେ ପ୍ରତିଷ୍ଠା ହେବ ଏକ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍। ଏହାଦ୍ବାରା ବିଭିନ୍ନ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ମିଳି ପାରିବ ତୁରନ୍ତ ଉନ୍ନତ ଚିକିତ୍ସା। ଆଜି ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଟ୍ରମା ସେଣ୍ଟର୍ ଟି କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା’ ରେ କାର୍ଯ୍ୟକାରୀ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ବିନିଯୋଗ କରିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ବିନିଯୋଗ କରିବେ। କଟକ SCB ରେ ଏହି ଟ୍ରମା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ୨୦୨୪ ଜୁଲାଇ ୨ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେ.ପି ନଡ୍ଡା ଙ୍କ ନିକଟକୁ ପତ୍ର ଲେଖି ଅନୁରୋଧ କରିଥିଲେ। କେନ୍ଦ୍ର ସରକାର ଏହାକୁ ନୀତିଗତ ଅନୁମୋଦନ ଦେବା ପରେ…
Author: SM Network
ମେଷ- ଆପଣଙ୍କର କିଛି ସମସ୍ୟାର ସମାଧାନ ହୋଇପାରେ । ଛାତ୍ରମାନେ ଜୀବନରେ ଆଗକୁ ବଢିବାକୁ ଅନେକ ସୁଯୋଗ ପାଇବେ । ସେମାନେ ଏହି ସୁଯୋଗଗୁଡିକର ଭଲ ବ୍ୟବହାର କରିବା ଉଚିତ୍ । ଯୋଜନା ପ୍ରସ୍ତୁତ କରିବା ସମୟରେ କୌଣସି ଅବହେଳା ହେବା ଉଚିତ୍ ନୁହେଁ । ତୁମେ ଯାହା ଚେଷ୍ଟା କର, ସଚ୍ଚୋଟ ଭାବରେ କର । ଆଜି ଏକ ମିଶ୍ରିତ ଦିନ ହେବ । ଧନପ୍ରାପ୍ତିର ଯୋଗ ରହିଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚର ମଧ୍ୟ ଅଧିକ ହେବ । ସ୍ବାସ୍ଥ୍ୟ ଖରାପ ହେତୁ, ତୁମେ ଜରୁରୀ କାର୍ଯ୍ୟ କରିବାକୁ ସକ୍ଷମ ହେବ ନାହିଁ । ତେଣୁ ଶରୀରକୁ ବିଶ୍ରାମ ଦିଅ, ଯାହାଫଳରେ ଆପଣ ସତେଜ ଅନୁଭବ କରିପାରିବ । ଆମେ ଆମର ଜୀବନଶୈଳୀ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବୁ । ବ୍ୟବସାୟ ଅବସ୍ଥା ଆଶାବାଦୀ ରହିବ । ଜୀବନସାଥୀ ସହିତ ସମୟ ବିତାଇବେ । ବୃଷ- ଅର୍ଥନୈତିକ ଲାଭର ରାଶି ସୃଷ୍ଟି ହେଉଛି…
ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଅଷ୍ଟମ ପାଳି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଧିକ କ୍ରିୟାଶୀଳ ହୋଇଛି। ମୁଖ୍ୟମନ୍ତ୍ରୀ, ସାଧାରଣ ଲୋକଙ୍କ ସୁଖ ଦୁଃଖ ଶୁଣିବା ଏବଂ ସମସ୍ୟାର ସମାଧାନ ଉପରେ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି। ଆଜି ବୌଦ୍ଧ ଜିଲ୍ଲାର ହେରମ୍ବ ଗିରି ତାଙ୍କ ୭ ବର୍ଷର ଝିଅ ପ୍ରତ୍ୟୁଷା ଗିରିଙ୍କୁ ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ । ଝିଅଟି ଜେରୋଡର୍ମା ନାମକ ଏକ ଜଟିଳ ରୋଗରେ ପୀଡ଼ିତ । ଏହି ରୋଗର ଚିକିତ୍ସା ମଧ୍ୟ ବହୁ ବ୍ୟୟସାପେକ୍ଷ । ଗତ ଡିସେମ୍ୱର ୩୦ ତାରିଖରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଆସି ଦେଖା କରିଥିଲେ । ମୁଖ୍ୟମନ୍ତ୍ରୀ ପିଲାଟିର ଅବସ୍ଥା ଦେଖି ତାକୁ ତୁରନ୍ତ କ୍ୟାପିଟାଲ ହସପିଟାଲ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ବଡ଼ ମେଡିକାଲକୁ ପଠାଇ ତା’ର ଚିକିତ୍ସା ବ୍ୟବସ୍ଥା କରିଥିଲେ । ଏକମାସ ଚିକିତ୍ସା…
ଭୁବନେଶ୍ୱର: ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଏହାର ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ରହିଛି। ତେଣୁ, ଗଣମାଧ୍ୟମ ବିନା ଭୟ ଓ ପକ୍ଷପାତରେ ଗଠନମୂଳକ ସମାଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଆଜି ସ୍ଥାନୀୟ ମେ ଫେୟାର’ରେ ସମ୍ୱାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ କର୍ପୋରେଟ ଏକସେଲନ୍ସ ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲୋକଙ୍କ ସମସ୍ୟା ଓ ପ୍ରସଙ୍ଗକୁ ସରକାରଙ୍କ ନଜରକୁ ଆଣିଲେ, ସମାଧାନ କରିବା ପାଇଁ ସରକାରଙ୍କୁ ଏହା ସାହାଯ୍ୟ କରିବ। କିନ୍ତୁ ସମ୍ୱାଦ ପରିବେଷଣ ଓ ଅଭିସନ୍ଧିମୂଳକ କୁତ୍ସାରଟନା ଭିତରେ ଯେଉଁ ସୂକ୍ଷ୍ମ ଲକ୍ଷ୍ମଣରେଖା ରହିଛି, ତାକୁ ମଧ୍ୟ ସମ୍ମାନ ଦେବା ଆବଶ୍ୟକ। ସାମ୍ୱାଦିକତାର ମୂଳମନ୍ତ୍ର ହେଉଛି ସତ୍ୟର ଜୟ ହେଉ (Let Truth Prevail) ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଯେଉଁ ମହାପରିବର୍ତ୍ତନର ଯାତ୍ରା…
ଭୁବନେଶ୍ଵର: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଦୁର୍ଗମ ଲାଖବାହିଲି ପଞ୍ଚାୟତ କାଦମାଲି ଗାଁରେ ହାତୀ ଆକ୍ରମଣରେ ବୃଦ୍ଧ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଗତ ବିଳମ୍ୱିତ ରାତିରେ ଘରେ ସୋଇଥିବା ସମୟରେ ହାତୀପଲ ଆସି ଘର ଭାଙ୍ଗିବା ସହ ଆକ୍ରମଣ କରିଥିଲେ। ଜୀବନ ବିକଳରେ କିଛିଲୋକ ଘର ଛାଡ଼ି ପଳାଇ ଯାଇଥିବା ବେଳେ ବୃଦ୍ଧ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ।ଦୁହିଁଙ୍କ ଶରୀର ଖଣ୍ଡ ବିଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଥିବା ସୂଚନା ମିଳିଛି। ବନ ବିଭାଗ ଗାଁ କୁ ପହଞ୍ଚି ତଦନ୍ତ କରୁଥିବା ଜଣା ପଡ଼ିଛି । ତେବେ ଗାଁରେ ଭୟର ବାତା ବରଣ ଦେଖିବାକୁ ମିଳିଛି।
ଭୁବନେଶ୍ଵର: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଶରଧାପୁର ପଞ୍ଚାୟତର ବଣଜଙ୍ଗଲଘେରା ଜାମୁକୋଣ ପାହାଡ଼ ଉପରେ ମା’ ବୈଷ୍ଣୋ ଦେବୀଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା କରାଯାଇଛି। ଶହେ ଫୁଟ ଉଚ୍ଚତାରେ ଥିବା ୧୮୦ ଫୁଟର ସୁଡ଼ଙ୍ଗ (ଗୁମ୍ଫା) ଭିତରେ ମା’ ପୂଜା ପାଉଛନ୍ତି। ପ୍ରତିଷ୍ଠା ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ନୟାଗଡ଼ରୁ ଶରଣକୁଳ ଯିବା ପୂର୍ବରୁ ସୋଲପଟା ଛକର ଡାହାଣ ପାର୍ଶ୍ବରେ ମଗରବନ୍ଧ ପଞ୍ଚାୟତର ଫାଶୀପଲ୍ଲୀ ଗାଁ ଦେଇ ଗଲେ ପଡ଼ିବ ବୈଷ୍ଣୋ ଦେବୀ ମନ୍ଦିର। ମା’ଙ୍କ ସ୍ବପ୍ନାଦେଶ ପରେ ଜାମୁକୋଣ ପାହାଡ଼ ଉପରେ ମନ୍ଦିର ଗଢ଼ା କାମ ଆରମ୍ଭ ହୋଇଥିଲା। ଓଡ଼ିଶାରେ ବୈଷ୍ଣବ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପ୍ରଥମ ଘଟଣା ବୋଲି ଭକ୍ତମାନେ କହିଛନ୍ତି। ମା’ଙ୍କ ପୂଜାର୍ଚ୍ଚନା ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। ୫ ଦିନ ଧରି ଦେବୀଙ୍କ ନୀତିକାନ୍ତି ପାଳନ ହୋଇଥିବା ବେଳେ ପ୍ରଥମ ଦିନ ଅଙ୍କୁରାରୋପଣ ହୋଇ ଦ୍ବିତୀୟ ଦିନ କଳସ ଯାତ୍ରା ପରେ ଯଜ୍ଞକାର୍ଯ୍ୟ ଆରମ୍ଭ…
ନୂଆଦିଲ୍ଲୀ: ଗତ ସପ୍ତାହରେ ଗୁରୁତେଗ ବାହାଦୂର ଚତୁର୍ଥ ଶତବାର୍ଷିକୀ ଇଞ୍ଜିନିୟରିଂ କଲେଜ (ଜି.ଟି.ବି.4.ସି.ଇ.ସି.)ଠାରେ ଆୟୋଜିତ ଟ୍ରେଲର୍ ପ୍ରସ୍ତୁତି ପ୍ରତିଯୋଗିତା-ଦିଲ୍ଲୀ ରୋଡ ଶୋ’ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଦେଶବ୍ୟାପୀ ଟ୍ରେଲର୍ ତିଆରି ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ବା ଅନ୍ତିମ ପ୍ରତିଯୋଗିତା ପାଇଁ ଜାରି ରହିଥିବା ଏକାଧିକ ରୋଡ ଶୋ’ ମଧ୍ୟରୁ ଏହା ଥିଲା ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହିତ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏବଂ ରେସକିଲ ଦ୍ୱାରା ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା। ଏଥିରେ ସୃଜନଶୀଳ ଅଂଶୀଦାର ଭାବରେ ନେଟଫ୍ଲିକ୍ସ ଏବଂ ଶିକ୍ଷାନୁଷ୍ଠାନ ଅଂଶୀଦାର ଭାବରେ ଜିଟିବି4ସିଇସି ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ପ୍ରୟାସ ଅଂଶଗ୍ରହଣକାରୀମାନଙ୍କୁ କାହାଣୀ କହିବା ଏବଂ ଭିଡିଓ ଏଡିଟିଂ ବା ସମ୍ପାଦନାର କଳାକୁ ଅନ୍ୱେଷଣ କରିବା ପାଇଁ ଏକ ଅତୁଳନୀୟ ମଞ୍ଚ ପ୍ରଦାନ କରିଥିଲା। ୱେଭସ୍ ୨୦୨୫ର ଅଂଶବିଶେଷ ଭାବେ ନେଟଫ୍ଲିକ୍ସ ଫଣ୍ଡ ଫର କ୍ରିଏଟିଭ୍ ଇକ୍ୱିଟି ଦ୍ୱାରା ପରିଚାଳିତ ଟ୍ରେଲର୍ ନିର୍ମାଣ ପ୍ରତିଯୋଗିତା…
ଭୁବନେଶ୍ୱର: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶା ପାଇଁ 2025 ରେଳ ବଜେଟର ପ୍ରମୁଖ ସୂଚନା ଉପସ୍ଥାପନା କରିଛନ୍ତି। ଓଡ଼ିଶା ରେଳ ବଜେଟ୍ 2025ର ପ୍ରମୁଖ ଆକର୍ଷଣ: 1. ରେକର୍ଡ ବଜେଟ୍ ଆବଣ୍ଟନ : ଓଡ଼ିଶାରେ ରେଳ ବିକାଶ ପାଇଁ ₹10,599 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଯାହାକି 2009-2014 ତୁଳନାରେ 12.5 ଗୁଣ ଅଧିକ। 2009-2014 ଅବଧିରେ ବାର୍ଷିକ ହାରାହାରି ₹838 କୋଟି ଟଙ୍କା ଆବଣ୍ଟିତ ହୋଇଥିଲା। 2.ରେଳୱେ ନେଟୱାର୍କର ବିସ୍ତାର: 2014-2025 ମଧ୍ୟରେ, 186 କିଲୋମିଟର ନୂତନ ଟ୍ରାକ ବାର୍ଷିକ ହାରାହାରି ବିଛାଯାଇଅଛି ଯାହା 2009-2014 ମଧ୍ୟରେ ହାରାହାରି 53 କିଲୋମିଟର ଥିଲା। ଏହା 2009-2014 ସମୟ ମଧ୍ୟରେ ଯୋଡାଯାଇଥିବା ଟ୍ରେନ ଲାଇନ ଅପେକ୍ଷା 3.5 ଗୁଣ ଅଧିକ। 3. ବିଦ୍ୟୁତୀକରଣ ପ୍ରଗତି: ଓଡ଼ିଶାର ବିଦ୍ୟୁତୀକରଣ…
ବାଣପୁର: ବାଣପୁର ଆଙ୍କୁଲାପଦର ମା’ ବନଦୂର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆନୁକୂଲ୍ୟରେ ସୋମବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଟୁର୍ଣ୍ଣାମେଣ୍ଟରେ ବାଲୁଗାଁ ଚକ୍ରଧରପୁର ଏଆରସି କ୍ଲବ ଚମ୍ବିଆନ ହୋଇଥିବା ବେଳେ ଆୟୋଜକ ମା’ ବନଦୂର୍ଗା କ୍ରିକେଟ ଟିମ୍ ରନର୍ସ ଅପ୍ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ଆଖପାଖ ଅଞ୍ଚଳର ୮ ଟି ଦଳ ଭାଗ ନେଇଥିଲେ। ପ୍ରତି ମ୍ୟାଚ ୧୨ ଓଭର୍ ବିଶିଷ୍ଟ ଖେଳ ହୋଇଥିବା ବେଳେ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ୧୫ ଓଭର ବିଶିଷ୍ଟ ହୋଇଥିଲା। ଫାଇନାଲ ମ୍ୟାଚରେ ଏଆରସି କ୍ଲବ ବାଲୁଗାଁ ୭ ଉଇକେଟ ହରାଇ ୧୨୬ ରନ କରିଥିବାବେଳେ ବିପକ୍ଷରେ ମା’ ବନଦୂର୍ଗା ଟିମ୍ ସମସ୍ତ ଉଇକେଟ ହରାଇ ୧୦୨ ରନ କରିବାକୁ ସକ୍ଷମ ହୋଇଥିଲା। ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଆଙ୍କୁଲାପଦର ଗ୍ରାମର ଅଧିକାରୀ ପ୍ରମୋଦ ଭାଇ, ଟୁନା ଭାଇ ପ୍ରମୁଖ ଯୋଗ ଦେଇ ଚମ୍ପିଁଆନ୍ ଦଳକୁ ଟ୍ରଫି ସହ…
ଖୋର୍ଦ୍ଧା: ଆଜି ତା ୦୩.୦୨.୨୦୨୫ ରିଖ ରେ ଜିଲ୍ଲାପାଳ, ଖୋର୍ଦ୍ଧା ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି। ମୋଟ ୧୩୩ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୦୪ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୦୩ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୭ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ମୂଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ପାଣ୍ଠିରୁ ୩ ଜଣ ହିତାଧିକାରୀଙ୍କୁ ଯଥାକ୍ରମେ ୩୦,୦୦୦/-ଟଙ୍କା, ୧୦,୦୦୦/-ଟଙ୍କା ଏବଂ ୫୦୦୦/-ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ସେହିପରି ରେଡକ୍ରସ ସହାୟତା ପାଣ୍ଠି ରୁ ଜଣଙ୍କୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଆଜିର ମିଳିତ ଜନଶୁଣାଣି ଅବସରରେ, ଆରକ୍ଷୀ ଅଧିକ୍ଷକ, ସାଗରିକା ନାଥ/ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା/ ଉପ-ଜିଲ୍ଲାପାଳ କିଶୋର କୁମାର ପଣ୍ଡା ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ…
ବାଣପୁର: ଚତୁର୍ଦ୍ଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାର ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରକୁ ଯବନମାନଙ୍କ ବାରମ୍ବାର ଆକ୍ରମଣ କାଳରେ ଦାରୁ ବ୍ରହ୍ମଙ୍କୁ ବିଭିନ୍ନ ସ୍ଥାନରେ ରଖି ଗୋପନ ଲୀଳା ପ୍ରକାଶ କରାଯାଇଥିଲା। ଆକ୍ରମଣପୂର୍ବରୁ ଡ଼ଗରମାନଙ୍କଠାରୁ ସୂଚନା ପାଇଁ ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ପାଇକ ସୈନ୍ୟ ଓ ସେବାୟତମାନେ ଚ଼ତୁର୍ଦ୍ଧାମୂର୍ତ୍ତିଙ୍କୁ ନିଳାଦ୍ରୀ ମଣ୍ଡପରୁ ଓଲାଗି କରାଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୋପ୍ୟ କରାଯାଇଥିବାର କଥା ମାଦଳାପାଞ୍ଜିରୁ ଜଣା ପଡେ। ସେହି ଅନୁସାରେ ପ୍ରଭୁ ଦାରୁ ବୁହ୍ମଙ୍କୁ ୭ ଥର କେବଳ ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୀଳାଖେଳା କରାଯାଇ ଥିବାର ସ୍ମୃତି ଏବେ ମଧ୍ୟ ରହିଛି। ଚିଲିକାର ଗୁରୁବାଇ, ଚ଼ଡ଼େଇ ହଗା, ନଇରୀର ହରିହରେଶ୍ଵର ମନ୍ଦିର, ଚିଲିକାର କାଙ୍କଣକୁଦ, ଗବପଦର, ନିଳାଦ୍ରୀ ପ୍ରସାଦ ର ଘଞ୍ଚ ଅରଣ୍ୟ, ଅନ୍ଧାରୀ ମହିମ, ( ବର୍ତ୍ତମାନ ଅଳନ୍ଦା ନିକଟବର୍ତ୍ତି ଅନ୍ଧାରି ପାହାଡ ବୋଲି କେତେକ ଗବେଷକ କହନ୍ତି) ସାହାସପୁର, ବଡ଼ହନ୍ତୁ ଆଡ଼ ଇତ୍ୟାଦି ସ୍ଥାନ ପ୍ରଭୁଙ୍କ ଗୋପନ…
ଭୁବନେଶ୍ବର: ଅଲ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟକା ସଂଘର ଏକ ପ୍ରତିନିଧି ଦଳ ଆଜି ସନ୍ଧ୍ୟାରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବାପରେ ସେମାନେ ସମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ନେଇ ତାଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଶିଶୁବାଟିକାରେ ଅଙ୍ଗନବାଡ଼ି କର୍ମୀକୁ ଶିକ୍ଷକ ଭାବରେ ନିଯୁକ୍ତି ଦେବା, ପଦୋନ୍ନତି ତଥା ସେମାନଙ୍କ ସରକାରୀ କର୍ମଚାରୀ ମାନ୍ୟତା ଆଦି ପ୍ରସଙ୍ଗରେ ସେମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମା ଓ ଶିଶୁମାନଙ୍କ କଲ୍ୟାଣରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଯେପରି ଗୁରୁ ଦାୟିତ୍ବ ତୁଲାଇ ଆସୁଛନ୍ତି ସେଥିପାଇଁ ସେମାନଙ୍କୁ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଜଣାଇବା ସହ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିନିଧିମାନଙ୍କୁ କହିଥିଲେ । ଏହି ଆଲୋଚନା ସମୟରେ…
ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଅଷ୍ଟମ ପାଳି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଧିକ କ୍ରିୟାଶୀଳ ହୋଇଛି । ମୁଖ୍ୟମନ୍ତ୍ରୀ, ସାଧାରଣ ଲୋକଙ୍କ ସୁଖ ଦୁଃଖ ଶୁଣିବା ଏବଂ ସମସ୍ୟାର ସମାଧାନ ଉପରେ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି । ଆଜି ବୌଦ୍ଧ ଜିଲ୍ଲାର ହେରମ୍ବ ଗିରି ତାଙ୍କ ୭ ବର୍ଷର ଝିଅ ପ୍ରତ୍ୟୁଷା ଗିରିଙ୍କୁ ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ । ଝିଅଟି ଜେରୋଡର୍ମା ନାମକ ଏକ ଜଟିଳ ରୋଗରେ ପୀଡ଼ିତ । ଏହି ରୋଗର ଚିକିତ୍ସା ମଧ୍ୟ ବହୁ ବ୍ୟୟସାପେକ୍ଷ। ଗତ ଡିସେମ୍ୱର ୩୦ ତାରିଖରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଆସି ଦେଖା କରିଥିଲେ। ମୁଖ୍ୟମନ୍ତ୍ରୀ ପିଲାଟିର ଅବସ୍ଥା ଦେଖି ତାକୁ ତୁରନ୍ତ କ୍ୟାପିଟାଲ ହସପିଟାଲ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ବଡ଼ ମେଡିକାଲକୁ ପଠାଇ ତା’ର ଚିକିତ୍ସା ବ୍ୟବସ୍ଥା କରିଥିଲେ। ଏକମାସ…
ନୂଆଦିଲ୍ଲୀ: ଗୋଆ ପୋଲିସର ସୂଚନାନୁସାରେ ଦକ୍ଷିଣର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କେ.ପି ଚୌଧୁରୀ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ୨ ବର୍ଷ ପୂର୍ବେ ଏକ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା। ଉକ୍ତ ମାମଲାରେ ଗିରଫ ହେବା ପରେ ସେ ଆର୍ଥିକ ସମସ୍ୟା ଏବଂ କାମ ଅଭାବରୁ ଡିପ୍ରେସନରେ ଥିଲେ। ଏହାପୂର୍ବରୁ ୨୦୨୩ ମସିହାରେ ତାଙ୍କୁ ହାଇଦ୍ରାବାଦ ପୋଲିସ ଡ୍ରଗ୍ସ ମାମଲାରେ ଗିରଫ କରିଥିଲା। କେ.ପି ଚୌଧୁରୀ ମଧ୍ୟ ରଜନୀକାନ୍ତଙ୍କ କବାଲି ଚଳଚ୍ଚିତ୍ର ନିର୍ମାଣ କରିଥିଲେ। କେ.ପି ଚୌଧୁରୀ ତଥା ସୁଙ୍କରା କୃଷ୍ଣ ପ୍ରସାଦ ଚୌଧୁରୀ ଟଲିଉଡର ଜଣେ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଭାବରେ କାର୍ଯ୍ୟ କରିଛନ୍ତି। ସେ ୨୦୧୬ ରେ ରଜନୀକାନ୍ତଙ୍କ ସୁପରହିଟ୍ ଫିଲ୍ମ କବାଲି ନିର୍ମାଣ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ୨୦୨୩ ମସିହାରେ ଏକ ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ କେ.ପି ଚୌଧୁରୀଙ୍କୁ ସାଇବରବାଦ୍ ସ୍ପେଶାଲ ଅପରେସନ୍ ଟିମ୍ ଗିରଫ କରିଥିଲା। ଏହି ଘଟଣାର ଅନୁସନ୍ଧାନ ପରେ ଜଣାପଡିଥିଲା ଯେ, ତାଙ୍କର…
ଭୁବନେଶ୍ଵର: କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ମହାନଦୀ କୋଲ୍ଡ ଫିଲଡ଼ସ ଲିମିଟେଡ଼ଙ୍କ ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଜିଲ୍ଲାର ୧୮ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଇ-ରିକ୍ସା ବଣ୍ଟନ କରାଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ରାଙ୍କୀ ସ୍ଥିତ ଏଆରସି ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ସମ୍ମାନିତ ଅତିଥି ଭାବେ ଡେ଼ପୁଟି କଲେକ୍ଟର ପ୍ରଭୁକଲ୍ୟାଣ ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କୁମାର ସାମନ୍ତରାୟ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଯୋଗ ଦେଇ ଇ-ରିକ୍ସା ବଣ୍ଟନ କରିଥିଲେ। ଭିନ୍ନକ୍ଷମମାନଙ୍କୁ ସ୍ୱାବଲମ୍ବନ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି ଏବଂ ଭିନ୍ନକ୍ଷମ ମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ସର୍ବଦା ତତ୍ପର ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାଳିକ ମତବ୍ୟକ୍ତ କରିଥିଲେ।
ଭୁବନେଶ୍ଵର: ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଏବଂ ଜିଲ୍ଲା ଦୌରାଜଜ୍ ତଥା ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ବାବଧନାରେ ଜିଲ୍ଲା କୋର୍ଟ ପରିସରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେଇ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ସମ୍ବନ୍ଧରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଅତିରିକ୍ତ ଦୌରାଜଜ ତଥା ପୋସ୍କୋ ବିଚାରପତି ମାନସ କୁମାର ପଣ୍ଡା ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ନିଜ ବକ୍ତବ୍ୟରେ କହିଲେ ଯେ କାର୍ଯ୍ୟକ୍ଷେତ୍ରରେ ମହିଳା ଯୌନ ନିର୍ଯାତନା ଆଇନ୍ ୨୦୧୩ ଅନୁସାରେ ଶରୀରିକ ସଂସ୍ପର୍ଶ ଏବଂ ଅଗ୍ରଗତି, ଯୌନ ଇଛା ସମ୍ପାଦିତ ପାଇଁ ଦାବି କରିବା, ଅନୁରୋଧ କିମ୍ବା ଯୌନ ସମ୍ପର୍କିତ ମନ୍ତବ୍ୟ କିମ୍ବା ଅଶ୍ଲିଳ ଚିତ୍ର ପ୍ରଦର୍ଶନ କିମ୍ବା ଅନ୍ୟ କୌଣସି ଅଶୋଭନୀୟ ଶାରୀରିକ, ମୌଖିକ କିମ୍ବା ଭାବଭଙ୍ଗୀ ଦ୍ଵାରା ଯୌନ ସମ୍ପର୍କିତ କାର୍ଯ୍ୟ ସମ୍ପାଦନ କରିବାକୁ ବୁଝାଏ। ଏହି ଅଧିନିୟମ ଯେଉଁ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ସେପ୍ଟେମ୍ବର ୨୦୨୪ ମସିହାରେ ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଥିବା ଦୁଷ୍କର୍ମ ମାମଲାର ଚୁଡାନ୍ତ ରାୟ ପ୍ରକାଶ ପାଇଛି ଓ ଉକ୍ତ ମାମଲାର ଅଭିଯୁକ୍ତ କାଳିଆ ବାଡତ୍ୟା ନାମକ ଜଣେ ଯୁବକକୁ ସ୍ବତନ୍ତ୍ର ପୋକ୍ସ ଅଦାଲତ ଜଜ୍ ପ୍ରଣତି ପଟ୍ଟନାୟକ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ନାବାଳିକାର ପରିବାର ଲୋକ ଅଭିଯୋଗ କରିଥିଲେ ଯେ, ତାଙ୍କ ନାବାଳିକା ଝିଅ ଟିଉସନ୍ ରୁ ଘରକୁ ଫେରିଲା ବେଳେ ଉକ୍ତ ଅଭିଯୁକ୍ତ କାଳିଆ ଜବରଦସ୍ତି ଉଠାଇ ନେଇ ଭୁବନେଶ୍ଵରରେ ରଖି ବିଭିନ୍ନ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇ ତାକୁ ଦୁଷ୍କର୍ମ କରିଥିଲା ଓ ଆମ ପରିବାରକୁ ହତ୍ୟା ଧମକ ଦେଇଥିଲା। ଅଭିଯୋଗ ଗ୍ରହଣ କରି ଦିଗପହଣ୍ଡି ଥାନା ପୋଲିସ୍ ଘଟଣା ର ତଦନ୍ତ କରି ଅଭିଯୁକ୍ତ କାଳିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଓ ମାତ୍ର ୪ ମାସ ମଧ୍ୟରେ ମାନ୍ୟବର ଅଦାଲତ ମାମଲା ର ବିଚାର…
ନୂଆଦିଲ୍ଲୀ: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜରେ ଭାରତୀୟ ଦଳ ଇଂଲଣ୍ଡକୁ 4-1ରେ ପରାସ୍ତ କରିଛି। ଏହି ସିରିଜରେ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଖେଳାଳି ଏକାଦଶରେ ଅନେକ ପରିବର୍ତ୍ତନ କରିଥିଲା, କିନ୍ତୁ ଏହା ଦଳର ପ୍ରଦର୍ଶନ ଉପରେ ଅଧିକ ପ୍ରଭାବ ପକାଇ ନଥିଲା। ଏହି କ୍ରମରେ ଅଭିଷେକ ଶର୍ମା ଭାରତୀୟ ଦଳର ନୂତନ ତାରକା ଭାବରେ ଉଭା ହୋଇଥିଲେ। ଏଠାରେ ଆସନ୍ତୁ ଜାଣିବା ଇଂଲଣ୍ଡ ବିପକ୍ଷ ସିରିଜ୍ ବିଜୟରୁ ଭାରତ କ’ଣ ଲାଭ ପାଇଛି? ଅଭିଷେକ ଶର୍ମାଙ୍କ ରୂପରେ ଜଣେ ଶକ୍ତିଶାଳୀ ଓପନର୍ ପାଇଛି: ଇଂଲଣ୍ଡ ବିପକ୍ଷ ସିରିଜରେ ସଞ୍ଜୁ ସାମସନ ଭଲ ପ୍ରଦର୍ଶନ କରିନଥିଲେ। କିନ୍ତୁ ତାଙ୍କ ସାଥୀ ଅଭିଷେକ ଶର୍ମା ଏହି ସିରିଜରେ 279 ରନ୍ ସଂଗ୍ରହ କରିଛନ୍ତି। ସେ ଏହି ସିରିଜର ସର୍ବାଧିକ ରନ୍ ସ୍କୋରର ଥିଲେ। ସେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ ଅନ୍ୟ ଇନିଂସରେ ମଧ୍ୟ ଭଲ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କେନ୍ଦୁ ଘାଟିରେ ଘଟୁଥିବା ଦୁର୍ଘଟଣା ଚର୍ଚ୍ଚିତ ବିଷୟ ହୋଇଯାଇଛି। କାରଣ ଏହି ୬ ମାସ ମଧ୍ୟରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନି ହୋଇଛି। ଏହି ସବୁ ଘଟଣା ମନରୁ ଲିଭି ନଥିବାବେଳେ ଆଜି ଭୋର ସକାଳୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମକା ବୋଝେଇ ଟ୍ରକ ଉକ୍ତ ଘାଟି ଉପରେ ପଛକୁ ଗଡି ଯାଇ ଓଲଟି ପଡିଥିଲା। ଯାହା ଫଳରେ ରାସ୍ତା କଡ଼ରେ ଟ୍ରକ୍ ଓଲଟି ବୋଝେଇ ହୋଇଥିବା ମକା ସବୁ ରାସ୍ତା ଉପରେ ପଡି ରାସ୍ତା ଅବରୋଧ ହୋଇଛି। ଏହି ଭଳି ଦୁର୍ଘଟଣାକୁ ନେଇ ଅଞ୍ଚଳ ଲୋକଙ୍କ ମନରେ ଭୟ ଜାତ ହୋଇଛି। କୌଣସି ଅଲୌକିକ ଶକ୍ତିର ପ୍ରଭାବ ନା ମନୁଷ୍ୟକୃତ। ଲୋକଙ୍କ ମନରେ ଭାଳେଣି ପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
ନୂଆଦିଲ୍ଲୀ: ବିହାର କଂଗ୍ରେସ ବିଧାୟକ ଦଳର ନେତା ଶକିଲ ଅହମ୍ମଦ ଖାନଙ୍କ ପୁଅ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ, ପୁଅ କୋଠରୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ଘଟଣା ପରେ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି। ମୃତଦେହ ପାଟନାରେ ସରକାରୀ ବାସଭବନରୁ ମିଳିଥିଲା: କୁହାଯାଉଛି ଯେ, ପାଟନାରେ ଶକିଲ ଅହମ୍ମଦ ଖାନଙ୍କ ସରକାରୀ ବାସଭବନରୁ ପୁଅର ମୃତଦେହ ମିଳିଛି। ପୁଅ ରାତିରେ ଶୋଇଥିଲେ। ଆଜି ସକାଳେ ତାଙ୍କ ଶରୀର କୋଠରୀରେ ଝୁଳୁଥିବା ଅବସ୍ଥାରେ ଲୋକମାନେ ଦେଖିଥିଲେ। ସେ ଶକିଲ ଅହମ୍ମଦ ଖାନଙ୍କ ଏକମାତ୍ର ପୁତ୍ର ଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଶକିଲ ଅହମ୍ମଦ ଖାନଙ୍କ ସରକାରୀ ବାସଭବନ ସଚିବାଳୟ ପୋଲିସ ଷ୍ଟେସନ ଅଞ୍ଚଳରେ ଅଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। FSL ଦଳକୁ ଡକାଯାଇଛି। ପୋଲିସ ଘଟଣାର ତଦନ୍ତରେ ବ୍ୟସ୍ତ ଅଛି। ପୁରା ଘଟଣା…
ନୂଆଦିଲ୍ଲୀ: ଭାରତ ମହିଳା ଅଣ୍ଡର -19 ଟି -20 ବିଶ୍ୱକପ 2025 ଟାଇଟଲ ଜିତିଛି। ଟିମ୍ ଇଣ୍ଡିଆ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ 9 ୱିକେଟ୍ ରେ ହରାଇ ଇତିହାସ ସୃଷ୍ଟି କରିଛି। ଏହାର ପ୍ରାୟ 7 ମାସ ପୂର୍ବରୁ ଭାରତର ପୁରୁଷ ସିନିୟର ଦଳ 2024 ଟି -20 ବିଶ୍ୱକପ ଟାଇଟଲ ଜିତିଥିଲା। ଠିକ୍ ଅଛି ବର୍ତ୍ତମାନ 19 ବର୍ଷରୁ କମ୍ ମହିଳା କ୍ରିକେଟ୍ ଦଳ ପାଇଁ ବିସିସିଆଇ ପୁରସ୍କାର ରାଶି ଘୋଷଣା କରିଛି। ଏହି ବିଜୟ ଭାରତୀୟ ଦଳ ପାଇଁ ସ୍ୱତନ୍ତ୍ର ଥିଲା କାରଣ ସମଗ୍ର ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳକୁ କୌଣସି ଦେଶ ପରାସ୍ତ କରିପାରି ନାହିଁ। ବିଜେତା ଦଳ ପାଇଁ ବିସିସିଆଇ ପୁରସ୍କାର ରାଶି ଘୋଷଣା କରିଛି। ବିସିସିଆଇ ଏ ବାବଦରେ ଏକ ବିବୃତ୍ତି ଜାରି କରି କହିଛି ଯେ, କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି -20 ବିଶ୍ୱକପ ବିଜେତା ହୋଇଥିବାରୁ ବିସିସିଆଇ ଭାରତର ଅଣ୍ଡର…

