Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୟାଗଡ଼ରେ ବୈଷ୍ଣୋ ଦେବୀ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ
ଆଜିର ଖବର

ନୟାଗଡ଼ରେ ବୈଷ୍ଣୋ ଦେବୀ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ

February 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଶରଧାପୁର ପଞ୍ଚାୟତର ବଣଜଙ୍ଗଲଘେରା ଜାମୁକୋଣ ପାହାଡ଼ ଉପରେ ମା’ ବୈଷ୍ଣୋ ଦେବୀଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା କରାଯାଇଛି। ଶହେ ଫୁଟ ଉଚ୍ଚତାରେ ଥିବା ୧୮୦ ଫୁଟର ସୁଡ଼ଙ୍ଗ (ଗୁମ୍ଫା) ଭିତରେ ମା’ ପୂଜା ପାଉଛନ୍ତି। ପ୍ରତିଷ୍ଠା ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ନୟାଗଡ଼ରୁ ଶରଣକୁଳ ଯିବା ପୂର୍ବରୁ ସୋଲପଟା ଛକର ଡାହାଣ ପାର୍ଶ୍ବରେ ମଗରବନ୍ଧ ପଞ୍ଚାୟତର ଫାଶୀପଲ୍ଲୀ ଗାଁ ଦେଇ ଗଲେ ପଡ଼ିବ ବୈଷ୍ଣୋ ଦେବୀ ମନ୍ଦିର।

ମା’ଙ୍କ ସ୍ବପ୍ନାଦେଶ ପରେ ଜାମୁକୋଣ ପାହାଡ଼ ଉପରେ ମନ୍ଦିର ଗଢ଼ା କାମ ଆରମ୍ଭ ହୋଇଥିଲା। ଓଡ଼ିଶାରେ ବୈଷ୍ଣବ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପ୍ରଥମ ଘଟଣା ବୋଲି ଭକ୍ତମାନେ କହିଛନ୍ତି। ମା’ଙ୍କ ପୂଜାର୍ଚ୍ଚନା ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। ୫ ଦିନ ଧରି ଦେବୀଙ୍କ ନୀତିକାନ୍ତି ପାଳନ ହୋଇଥିବା ବେଳେ ପ୍ରଥମ ଦିନ ଅଙ୍କୁରାରୋପଣ ହୋଇ ଦ୍ବିତୀୟ ଦିନ କଳସ ଯାତ୍ରା ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା। ତୃତୀୟ ଦିନ ଗୁମ୍ଫା ସଂସ୍କାର ହୋଇ ଚଣ୍ତୀପାଠ ପରେ ଚତୁର୍ଥ ଦିନ ମହାସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ନୀତିକାନ୍ତି ସଂପନ୍ନ ହୋଇ ମା’ଙ୍କ ପ୍ରାଣପ୍ରତିଷ୍ଠା କରାଯାଇଥିଲା।

ଏହା ପରେ ମା’ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଜମ୍ମୁକାଶ୍ମୀରରୁ ଆସିଥିବା ବୈଦିକ ପଣ୍ତିତ ୫ ଦିନ ଧରି ମା’ଙ୍କ ପୂଜାକାର୍ଯ୍ୟ କରିଥିଲେ।ଜମ୍ମୁକାଶ୍ମୀରରେ ଥିବା ବୈଷ୍ଣୋ ଦେବୀଙ୍କ ମନ୍ଦିର ଭଳି ଏଠାରେ ମଧ୍ୟ ସମାନ ଢଙ୍ଗରେ ମନ୍ଦିର ତୋଳା ଯାଇଛି। ମନ୍ଦିରର କାରୁକାର୍ଯ୍ୟ ପାଇଁ ନିପୁଣ କାରିଗରମାନଙ୍କୁ ନିୟୋଜିତ କରାଯାଇଥିଲା। ପାହାଡ଼ ମଧ୍ୟରେ ଆକର୍ଷଣୀୟ ମନ୍ଦିର ସାଙ୍ଗକୁ ସୁନ୍ଦର ପାର୍କ ମଧ୍ୟ ନିର୍ମାଣ କରାଯାଇଛି। ବାହାରେ ୧୮ କ୍ବିଣ୍ଟାଲ୍‌ ପିତ୍ତଳରେ ନିର୍ମିତ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପନ ହୋଇଥିବା ବେଳେ ଗୁମ୍ଫା ଆଗରେ ଆଳତିମଣ୍ତପ କରାଯାଇ ଗଣେଶ ଓ ମାତାଙ୍କ ମୂର୍ତ୍ତି ସ୍ଥାପନ ହୋଇଛି। ମନ୍ଦିର ମଧ୍ୟଭାଗରେ ହନୁମାନଙ୍କ ବିଗ୍ରହ ଓ ମା’ଙ୍କ ସମ୍ମୁଖ ବାମପାର୍ଶ୍ବରେ ଭୈରବ ମୂର୍ତ୍ତି ସ୍ଥାପନ କରାଯାଇଛି। ଯାହା ଭକ୍ତମାନଙ୍କୁ ବିମୋହିତ କରିଛି। ମନ୍ଦିର ସୁପରିଚାଳନା ପାଇଁ ଟ୍ରଷ୍ଟ ଗଠନ କରାଯାଇଛି।

ଯାତ୍ରୀମାନଙ୍କ ରହିବା ପାଇଁ ଘର ନିର୍ମାଣ ହୋଇଥିବା ବେଳେ ପୁଷ୍କରିଣୀ, ଶୌଚାଳୟ ଓ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ବୈଷ୍ଣୋ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଦୂରଦୂରାନ୍ତରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଥିବା ଦେଖିବାକୁ ମିଳିଛି। ମୁଖ୍ୟ ରାସ୍ତାରୁ ଯାନବାହନ ବନ୍ଦ କରି ଦିଆଯାଇଥିବା ବେଳେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶରଧାପୁର ଓ ମଗରବନ୍ଧ ପଞ୍ଚାୟତର ଜନସାଧାରଣ ସହଯୋଗ କରିଥିଲେ।

ନୟାଗଡ ନୟାଗଡ଼ ଜିଲ୍ଲା ପ୍ରାଣ ପ୍ରତିଷ୍ଠା
Share. Facebook Twitter LinkedIn Email WhatsApp Copy Link

Related Posts

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026

ଇଂରାଜୀ ସ୍ନାତକତ୍ତୋର ଶିକ୍ଷକଙ୍କ ନିମନ୍ତେ ଆୟୋଜିତ ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ

October 17, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ସତ୍ତ୍ୱଲିପି କମିଟି ପକ୍ଷରୁ ଆଇନ୍ ମନ୍ତ୍ରୀଙ୍କୁ ତୃତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ

October 17, 2026

ଗଣତନ୍ତ୍ର ବଂଚାଓ ଆଳରେ ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି ରାହୁଲ ଗାନ୍ଧୀ: ସ୍ମୃତି ପଟ୍ଟନାୟକ

October 17, 2026
Latest News

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ୨୦୨୬-୨୭ କାର୍ଯ୍ୟସୂଚୀ ଘୋଷିତ: ଫେବୃଆରୀରେ ଭାରତର ଘରୋଇ ମ୍ୟାଚ୍‌

October 17, 2026

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026

୭୦ ବର୍ଷ ପରେ ଆଇଏମ୍‌ଏଫ୍ ଓ ବିଶ୍ୱବ୍ୟାଙ୍କ ବୋର୍ଡର ଅଧ୍ୟକ୍ଷତା କରିବ ପାକିସ୍ତାନ

October 17, 2026

ବାଂଲାଦେଶରେ ଉତ୍ତେଜନା : ଜଗନ୍ନାଥ ମନ୍ଦିର ସାମ୍ନାରେ ଗୋମାଂସ ରାନ୍ଧିଲେ ମୁସଲିମ୍ ଛାତ୍ର

October 17, 2026

ଇଂରାଜୀ ସ୍ନାତକତ୍ତୋର ଶିକ୍ଷକଙ୍କ ନିମନ୍ତେ ଆୟୋଜିତ ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.