ନୂଆପଡା: ନୂଆପଡ଼ା ଜିଲ୍ଲା ଖଡିଆଳ ଏକ ମାତ୍ର ଖଡିଆଳ ଡିଗ୍ରୀ ମହିଳା କଲେଜ୍ ର ନବମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ପରିଚାଳନା ସଭାପତି ଡ଼. ଫଣିନ୍ଦମ ଦେଓ ଯୋଗ ଦେଇ ଦୃଢ଼ ମନୋବଳ ଏବଂ ଆତ୍ମ ବିଶ୍ୱାସ ଦ୍ବାରା ଲକ୍ଷ ପଥ ସାଧିତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଜଗତରେ କେବଳ ଗୋଟିଏ ପ୍ରାଣୀ ରାଜ ହଂସ ଯେପରି କ୍ଷୀରରେ ପାଣି ମିଶିଥିଲେ ମଧ୍ୟ ପାଣିକୁ ଛାଡି କେବଳ କ୍ଷୀର କୁ ପାନ କରିବା ଅନନ୍ୟା କ୍ଷମତା ରହିଅଛି। ସେହିପରି ଛାତ୍ରୀ ମାନେ ସତ୍ୟ ପଥକୁ ଅନୁସରଣ କରିବାକୁ ଆହ୍ବାନ କରିଥିଲେ। ସଭାରେ ପରିଚାଳନା ସଭାପତି ବିନୋଦ ବିହାରୀ ପାଢୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ରୂପେ ଶିକ୍ଷକ ଗୌରାଙ୍ଗ ଚରଣ ସାହୁ ଯୋଗ ଦେଇଥିଲେ। ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ଅଜିତ କୁମାର ପଣ୍ଡା, ତପନ ରଂଜନ…
Author: SM Network
ଭୁବନେଶ୍ଵର: ଭାରତ ସରକାରଙ୍କ ଏ.ଡି.ଆଇ.ପି ଯୋଜନା ମାଧ୍ୟମରେ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ ସମାରୋହ ନରସିଂହ ଚୌଧୁରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁର ବିଧାୟିକା ସୁଜାତା ସାହୁ କହିଲେ ଭିନ୍ନକ୍ଷମମାନଙ୍କୁ ପ୍ରଦାନ କରାଯାଉଥିବା ସହାୟକ ଉପକରଣ ବଣ୍ଟନ ଶିବିରରେ ମୁଁ ଅତ୍ୟନ୍ତ ଖୁସି ଅଛି। ସରକାରଙ୍କ ଦ୍ଵାରା ବିଭିନ୍ନ ଉପକରଣ ବଣ୍ଟନ ଏବଂ ଯୋଜନାରେ ଦିବ୍ୟାଙ୍ଗମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି ଏହା ଏକ ମହତ କାର୍ଯ୍ୟ ଅଟେ। ଶତକଡା ୮୦ ପ୍ରତିଶତ ଓ ତଦୁର୍ଦ୍ଧ ଲୋକଙ୍କୁ ମାସିକ ୩,୫୦୦ ଟଙ୍କା ଭିନ୍ନକ୍ଷମ ଭତ୍ତା ଦେବା ସରକାରଙ୍କର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଅନ୍ୟମାନଙ୍କୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ସରକାରଙ୍କ ପାଖରେ ମୁଁ ନିବେଦନ କରୁଅଛି। ଏହା ସହ ଯେଉଁ ଅନ୍ୟାନ୍ୟ ସରକାରୀ ଯୋଜନା ଅଛି ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଅଛି।…
ଭୁବନେଶ୍ଵର: ଆସନ୍ତାକାଲି ସର୍ବ ଭାରତୀୟ ସ୍ତରରେ ସମସ୍ତ ପିଏମ ଶ୍ରୀ ସ୍କୁଲ ବା ଜବାହାର ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ସେହି କ୍ରମରେ ଯାଜପୁର ଜିଲ୍ଲା ପାଣିକୋଇଲି ଠାରେ ଥିବା ପି ଏମ ଶ୍ରୀ ସ୍କୁଲ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ସମଗ୍ର ଜିଲ୍ଲାରେ ୨୫ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି। ୮୦ ଟି ସିଟ ପାଇଁ ଚଳିତ ବର୍ଷ ୬୨୨୧ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଆବେଦନ ପତ୍ର ଦାଖଲ କରିଛନ୍ତି। ପରୀକ୍ଷାର ସୁପରିଚାଳନା ପାଇଁ ପାଣିକୋଇଲି ସ୍ଥିତ ପି ଏମ ଶ୍ରୀ ସ୍କୁଲ ପରିସରରେ ଏକ ପ୍ରାକ ପ୍ରସ୍ତୁତି ତାଲିମ ଅନୁଷ୍ଠିତ ହୋଇ ଯାଇଛି। ପିଏମ ଶ୍ରୀ ସ୍କୁଲ ଅଧକ୍ଷ୍ୟା ଦିକ୍ଷାଜ୍ୟୋତି ମିଶ୍ର,ଜିଲ୍ଲା ସହ ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ବାଇଁ ଏହି ତାଲିମରେ ଉପସ୍ଥିତ କେନ୍ଦ୍ର ପରିଦର୍ଶକ ଓ କେନ୍ଦ୍ର ଅଧକ୍ଷ ମାନଙ୍କୁ ପରୀକ୍ଷା ପରିଚାଳନା ସମ୍ପର୍କରେ…
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳକୁ ବେଳ ଉତ୍ତପ୍ତ ହେବାରେ ଲାଗିଛି। ଏହି ସମୟରେ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମାଙ୍କ ସମର୍ଥକମାନେ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ କରିଥିବା ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି। ନୂଆଦିଲ୍ଲୀ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର ବେଳେ ତାଙ୍କ ଉପରେ ପଥର ଫିଙ୍ଗିଥିବା AAP ଦାବି କରିଛି। ଅନ୍ୟପକ୍ଷରେ ବିଜେପି ନେତା ପ୍ରବେଶ ବର୍ମା ଦାବି କରିଛନ୍ତି ଯେ, ତାଙ୍କ ସମର୍ଥକଙ୍କ ଉପରେ ଏକ ଗାଡି ଚଢାଇ ଦିଆଯାଇଛି। ପ୍ରବେଶ ବର୍ମା ଦାବି କରିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ତାଙ୍କ ସମର୍ଥକଙ୍କ ଉପରେ ଗାଡି ଚଢାଇଥିଲେ, ଯେଉଁଥିପାଇଁ ବିଜେପି କର୍ମୀଙ୍କ ଗୋଡରେ ଆଘାତ ଲାଗିଥିଲା। ଅରବିନ୍ଦ କେଜ୍ରିୱାଲଙ୍କୁ ବିଜେପି ଆକ୍ରମଣ କରିବାକୁ ଚେଷ୍ଟା କରିଛି, ଯାହା ଦ୍ଵାରା ସେ ପ୍ରଚାର କରିପାରିବେ ନାହିଁ। କେଜ୍ରିୱାଲ୍ ଆପଣମାନଙ୍କ ଏହି ଆକ୍ରମଣକୁ ଭୟ କରନ୍ତି ନାହିଁ, ଦିଲ୍ଲୀର ଲୋକମାନେ ଆପଣଙ୍କୁ ଉପଯୁକ୍ତ ଉତ୍ତର ଦେବେ।”
ଭୁବନେଶ୍ବର: ଆଜି ବିଜେଡିରେ ମିଶିଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ପ୍ରତିନିଧି। ବୁରୁପଡା ସରପଞ୍ଚ ସନ୍ତୋଷିନୀ ବେହେରାଙ୍କ ନେତୃତ୍ୱରେ ଶତାଧିକ ଲୋକ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏମାନେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ। ଏଥିରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର, କାର୍ଯ୍ୟକ୍ରମ ରୂପାନ୍ତର କମିଟି ଆବାହକ ସଞ୍ଜୟ ଦାସବର୍ମା ଓ ସଭ୍ୟ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଉପସ୍ଥିତ ଥିଲେ। ପୂର୍ବରୁ ସେମାନେ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ନିଜ ମତ ଜଣାଇବା ପରେ ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଥିଲେ।
ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ତ୍ରିବେଣୀ ରୋଡ୍ ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ଡିଜିଟାଲ ପ୍ରଦର୍ଶନୀ ମଣ୍ଡପ ସ୍ଥାପନ କରିଛି। ଭାରତ ସରକାରଙ୍କ ସଫଳତା, ଯୋଜନା, ନୀତି ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ କରାଯାଇଛି ଏହି ଡିଜିଟାଲ ପ୍ରଦର୍ଶନୀ ମଣ୍ଡପ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ପ୍ରକାଶନ ବିଭାଗ ପକ୍ଷରୁ ମଧ୍ୟ ମଣ୍ଡପ କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଡିଜିଟାଲ ପ୍ରଦର୍ଶନୀରେ ଏନାମର୍ଫିକ କାନ୍ଥ, ଏଲଇଡି ଟିଭି ସ୍କ୍ରିନ, ଏଲଇଡି କାନ୍ଥ ଓ ହୋଲୋଗ୍ରାଫିକ ସିଲିଣ୍ଡର ଜରିଆରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଦର୍ଶିତ ହୋଇଛି। ଏହି ଡିଜିଟାଲ ପ୍ରଦର୍ଶନୀରେ ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା, ବିଭିନ୍ନ କମ୍ପାନୀ…
ନୂଆଦିଲ୍ଲୀ: ଗତ କିଛି ବର୍ଷ ଭିତରେ ଏକ ସମାଜ ଗଠନ କରିବା ପାଇଁ କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି ଘଟିଛି। ଭାରତର ପ୍ରଗତି ପଥରେ ୟୁପିଆଇର ବଡ ଭୂମିକା ରହିଛି। ଡିସେମ୍ବର ୨୦୨୪ ସୁଦ୍ଧା ୟୁପିଆଇ ମାଧ୍ୟମରେ ରେକର୍ଡ ସଂଖ୍ୟକ ୧୬.୭୩ କୋଟି କାରବାର କରାଯାଇଛି। ଏହାଛଡା ଅର୍ଥ ନେଣଦେଣ କାରବାରକୁ ଅଧିକା କ୍ଷିପ୍ର, ସହଜ ଓ ନିରାପଦ କରିବାକୁ ଆଇଏମପିଏସ, ଏନଇଟିସି ଫାସଟ୍ୟାଗ ପରି ସୁବିଧା କରାଯାଇଛି। ୟୁନିଫାଏଡ ପେମେଂଟସ ଇଂଟରଫେସ ବା ୟୁପିଆଇ ମାଧ୍ୟମରେ ଏକାଧିକ ବ୍ୟାଙ୍କ ଆକାଉଂଟକୁ ଏବେ ଏକକ ମୋବାଇଲ ଆପ୍ଲିକେସନରେ ପରିଣତ କରାଯାଇଛି। ଗୋଟିଏ ଆପ୍ଲିକେସନ ଅଧୀନରେ ଏକାଧିକ ବ୍ୟାଙ୍କିଙ୍ଗ ଫିଚର, ସିମଲେସ ଫଣ୍ଡ ରାଉଟିଂ, ଖୁଚୁରା ଅର୍ଥ ପୈଠ ପରି ବିଭିନ୍ନ ସୁବିଧା ରହିଛି। ଅର୍ଥ ଦେଣନେଣ କାରବାରକୁ ଏହା କେବଳ କ୍ଷିପ୍ର, ନିରାପଦ ଓ ସହଜସାଧ୍ୟ କରିନାହିଁ ବରଂ ବ୍ୟକ୍ତି, ଖୁଚୁରା ବେପାର ଓ ବ୍ୟବସାୟୀଙ୍କୁ ସଶକ୍ତ କରି ଦେଶର ଅର୍ଥନୀତିକୁ କ୍ୟାସଲେସ…
ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ର ଅଂଶବିଶେଷ ଭାବେ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟର ନମାମି ଗଙ୍ଗେ ମିଶନ ଏକ ଭବ୍ୟ, ବିରାଟ ଓ ଆକର୍ଷଣୀୟ ନମାମି ଗଙ୍ଗେ ମଞ୍ଚ ସ୍ଥାପନ କରିଛି। ଗଙ୍ଗା ନଦୀର ସଂରକ୍ଷଣ ଓ ସଫେଇ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ନିଆରା ମାଧ୍ୟମ ପାଲଟିଛି ଏହି ମଞ୍ଚ। ଅତ୍ୟାଧୁନିକ ଟେକ୍ନୋଲଜି, ସୃଜନଶୀଳତା, ଶିକ୍ଷଣୀୟ ଉପାଦାନକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ମଞ୍ଚ ସମସ୍ତ ବୟସ ବର୍ଗର ଲୋକଙ୍କ ପାଇଁ ପାଲଟିଛି ଆକର୍ଷଣ। ମୁଖ୍ୟ ଆକର୍ଷଣ: ପାରସ୍ପରିକ ଭାବ ଆଦାନପ୍ରଦାନ କରୁଥିବା ଜୈବ ବିବିଧତାର ସୁଡ଼ଙ୍ଗ ନମାମି ଗଙ୍ଗେ ମଞ୍ଚରେ ପ୍ରବେଶ କରୁଥିବା ଦର୍ଶକ ପ୍ରଥମେ ପାରସ୍ପରିକ ଭାବର ଆଦାନପ୍ରଦାନ କରୁଥିବା ଏହି ଜୈବ ବିବିଧତାର ସୁଡ଼ଙ୍ଗ ଦେଇ ଯିବେ। ଗଙ୍ଗା ନଦୀର କୂଳରେ ଦେଖା ଯାଉଥିବା ପକ୍ଷୀଙ୍କ କିଚିରି ମିଚିରି ଓ ଜୈବ ବିବିଧତାକୁ ଆଧୁନିକ ପ୍ରକ୍ଷେପଣ ଟେକ୍ନୋଲଜି ଜରିଆରେ ଏହି…
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଦଳ ଘୋଷଣା କରିଛନ୍ତି। ରୋହିତ ଦଳର ଅଧିନାୟକ ରହିବେ, ଶୁଭମାନ ଗିଲ ଦଳର ଉପ-ଅଧିନାୟକ ଭାବରେ ନିଯୁକ୍ତ ହୋଇଛନ୍ତି। ଏହି ଭାରତୀୟ ଦଳ ଫେବୃଆରୀ ୨୦ ତାରିଖରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ ସହିତ ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିବ। ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦଳ ଘୋଷଣା କରିଥିଲେ ମଧ୍ୟ ମହମ୍ମଦ ସିରାଜ ଦଳରେ ସ୍ଥାନ ନ ପାଇବା ଆଶ୍ଚର୍ଯ୍ୟଜନକ ଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିଥିବା ନୀତୀଶ କୁମାର ରେଡ୍ଡୀଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ବିଜୟ ହଜାରେ ଟ୍ରଫିରେ ୮ ଟି ମ୍ୟାଚରେ ୭୫୨ ରନ୍ ସ୍କୋର କରିଥିବା କରୁଣ ନାୟାର ମଧ୍ୟ ଅନେକ ଖବରରେ ରହିଛନ୍ତି, ତାଙ୍କୁ ପ୍ରତ୍ୟାବର୍ତ୍ତନ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ଆନ୍ଧ୍ର ପ୍ରଦେଶର ଲୋକଙ୍କ ହୃଦୟ ଓ ମନରେ ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟର ସ୍ଥାନ ସ୍ୱତନ୍ତ୍ର। ଶ୍ରୀ ମୋଦୀ କହିଛନ୍ତି, “ଗତକାଲିର କ୍ୟାବିନେଟ ବୈଠକରେ ପ୍ଲାଣ୍ଟ ପାଇଁ ୧୦ ହଜାର କୋଟି ଟଙ୍କାର ଅଂଶଧନ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି।” ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟର ସ୍ଥାନ ସ୍ୱତନ୍ତ୍ର ଭାବେ ଆନ୍ଧ୍ର ପ୍ରଦେଶର ଲୋକଙ୍କ ହୃଦୟ ଓ ମନରେ ରହିଛି। ଗତକାଲିର କ୍ୟାବିନେଟ ବୈଠକରେ ପ୍ଲାଣ୍ଟ ପାଇଁ ୧୦ ହଜାର କୋଟି ଟଙ୍କାର ଅଂଶଧନ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି। ଆତ୍ମନିର୍ଭର ଭାରତ ନିର୍ମାଣରେ ଇସ୍ପାତ କ୍ଷେତ୍ରର ମହତ୍ୱକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି।”
ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମସ ଲିମିଟେଡ଼ ଚଳିତ ଆର୍ôଥକ ବର୍ଷର ତୃତୀୟ ତ୍ରୟମାସରେ ୬,୮୬୧ କୋଟି ଟଙ୍କା ନେଟ ଲାଭ ହାସଲ କରିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ୨୦୨୪-୨୫ ଆର୍ôଥକ ବର୍ଷର ଅକ୍ଟୋବର ରୁ ଡିସେମ୍ବର ତ୍ରୟମାସରେ ଜିଓ ପ୍ଲାଟଫର୍ମସର ନେଟ ଲାଭ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୨୬ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୪ ବର୍ଷ ଶେଷ ସୁଦ୍ଧା, ଦେଶରେ ମୋଟ ଜିଓ ଗ୍ରାହକଙ୍କ ସଂଖ୍ୟା ୪୮ କୋଟି ୨୧ ଲକ୍ଷରେ ପହଞ୍ଚିଛି, ଯାହାକି ଗତ ବର୍ଷ ତୁଳନାରେ ୨.୪% ଅଧିକ। ଏହି ତ୍ରୟମାସରେ ଜିଓ ୩୩ ଲକ୍ଷ ଗ୍ରାହକ ଯୋଡିଛି। ହୋମ ବ୍ରଡ଼ବ୍ୟାଣ୍ଡ ସଂଯୋଗ ଦୃଷ୍ଟିକୋଣରୁ ଜିଓ ପାଇଁ ଏହା ମଧ୍ୟ ଏକ ରେକର୍ଡ ତ୍ରୟମାସ ଥିଲା, ଯେଉଁଥିରେ ୨୦ ଲକ୍ଷ ନୂତନ ସଂଯୋଗ ଯୋଗ କରାଯାଇଥିଲା। ଏଥିସହିତ ଜିଓ ଏୟାରଫାଇବର ମଧ୍ୟ ଦ୍ରୁତ ଅଭିବୃଦ୍ଧି…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ଗାନ୍ଧୀନଗର, ସପ୍ତମ ସାହି ନିବାସୀ ଡା. ଏ. ବାଳକୃଷ୍ଣ ୬୪ ବର୍ଷ ବୟସରେ ଗୋଟିଏ ସମୟରେ ଅଧିକ ସମୟ ଶୀର୍ଷାସନ କରି ବୁକ ଅଫ ଇଣ୍ଡିଆ ରେକର୍ଡରେ ସ୍ଥାନ ପାଇଛନ୍ତି। ପ୍ରତିଦିନ ସକାଳେ ଜୁମ ମିଟ୍ ରେ ଯୋଗ ଶିକ୍ଷା ଦେଇ ଜନାଦୃତ ହୋଇଛନ୍ତି। ଘରେ ସୋଲାର ସିଷ୍ଟମ କରି ବିଦ୍ୟୁତ ବଞ୍ଚାଇ ଥିବାରୁ ଗଣତନ୍ତ୍ର ଦିବସରେ ଦିଲ୍ଲୀ ପରେଡ୍ ରେ ଯୋଗଦେବାପାଇଁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇଛନ୍ତି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସେ ସ୍ଵର୍ଣ୍ଣ ପଦକ ପାଇଛନ୍ତି। ଜିଲ୍ଲା ଆୟୁର୍ବେଦ ଚିକିତ୍ସକ ପଦବୀରୁ ଅବସର ନେବା ପରେ ମାଗଣା ପ୍ରାକୃତିକ ଚିକିତ୍ସା ସେବା ଯୋଗାଇବା ତାଙ୍କ ଧର୍ମ ବୋଲି ସେ କହିଛନ୍ତି।
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆମେ ଦିଲ୍ଲୀରେ ବିଦ୍ୟୁତ ଓ ଜଳ ମୁକ୍ତ କରିଛୁ। ଦୁର୍ଭାଗ୍ୟର ବିଷୟ, ଭଡାରେ ରହୁଥିବା ଲୋକମାନେ ଏହି ସୁବିଧା ପାଆନ୍ତି ନାହିଁ। ଏହାର ଅନେକ କାରଣ ହୋଇପାରେ। ମୁଁ ବିଶ୍ୱାସ କରେ ଯେ, ଭଡାରେ ରହୁଥିବା ଲୋକମାନେ ମଧ୍ୟ ଏହାର ଲାଭ ପାଇବା ଉଚିତ୍। ସେ କହିଛନ୍ତି ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଆମେ ଏଭଳି ଯୋଜନା ପ୍ରସ୍ତୁତ କରିବୁ ଯାହା ଦ୍ଵାରା ଭଡାରେ ରହୁଥିବା ଲୋକମାନେ ମଧ୍ୟ ମାଗଣା ବିଦ୍ୟୁତ୍ ଓ ପାଣିର ସୁବିଧା ପାଇପାରିବେ। ମାଗଣା ବିଦ୍ୟୁତ ଓ ପାଣି ପ୍ରସଙ୍ଗରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀର ଲୋକମାନେ 200 ୟୁନିଟରୁ ମାଗଣା ବିଦ୍ୟୁତ ପାଇଛନ୍ତି। 200 ରୁ 400 ୟୁନିଟ୍ ଉପରେ ଅଧା ଚାର୍ଜ ପ୍ରଯୁଜ୍ୟ।…
କଳାହାଣ୍ଡି: ୨୭ତମ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ମହା ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ କଳାହାଣ୍ଡିର ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ଅତ୍ୟନ୍ତ ସମୃଦ୍ଧ ବୋଲି କହିବା ସହ ଏହି ମାଟି ଶହୀଦ ରେଣ୍ଡୋ ମାଝୀଙ୍କ ମାଟି କଳାହାଣ୍ଡି ମାଟିରେ ଘୁମୁରା ସ୍ପନ୍ଦନ ଅଛି, ବଜାସାଲ ଅଛି ଏହାକୁ ବିଶ୍ଵ ଦରବାରରେ ପହଞ୍ଚାଇବାକୁ ଯାହା ବ୍ୟବସ୍ଥା ଦରକାର୍ ତାହା ରାଜ୍ୟସରକାର ଆଗାମୀ ଦିନରେ ନିଶ୍ଚୟ କରିବେ। ଜିଲ୍ଲାବାସୀଙ୍କ ଅବଦାନକୁ ସାରା ରାଜ୍ୟ ଓ ଦେଶ ମନେ ରଖିବ ବୋଲି ସେ କହିଥିଲେ। କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ପ୍ରମୁଖ…
ମୁମ୍ବାଇ / ଭୁବନେଶ୍ୱର: ସାରା ଦେଶରେ ୧୭ କୋଟିରୁ ଅଧିକ ଗ୍ରାହକ ଜିଓର ୫ଜି ନେଟୱାର୍କ ବ୍ୟବହାର କରନ୍ତି। ଏହା ସହିତ ଜିଓ ଚୀନ୍ ବାହାରେ ବିଶ୍ୱର ସର୍ବବୃହତ ଷ୍ଟାଣ୍ଡାଲୋନ ୫ଜି ଅପରେଟର ହୋଇପାରିଛି। ୫ଜି ଗ୍ରାହକ ବର୍ତ୍ତମାନ ଜିଓରେ ମୋଟ ଡାଟା ବ୍ୟବହାରର ୪୦ ପ୍ରତିଶତ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଜିଓ ନେଟୱାର୍କରେ ୫ଜି ଗ୍ରାହକମାନେ ବୃଦ୍ଧି ପାଇବା ସହିତ ପ୍ରତି ମାସରେ ଗ୍ରାହକ ପିଛା ଡାଟା ବ୍ୟବହାର ମଧ୍ୟ ବୃଦ୍ଧି ପାଇ ଡିସେମ୍ବର ଶେଷ ସୁଦ୍ଧା ୩୨.୩ ଜିବି ଛୁଇଁଛି, ଯାହା ଶିଳ୍ପରେ ସର୍ବାଧିକ। ଏହି ବର୍ଷ ଜିଓ ନେଟୱାର୍କରେ ମୋଟ ଡାଟା ବ୍ୟବହାର ୪୬୫୧ କୋଟି ଜିବି ଥିଲା। ଗତ ବର୍ଷ ତୁଳନାରେ ଏହା ୨୨.୨ ପ୍ରତିଶତ ଅଧିକ ରହିଥିଲା ରିଲାଏନ୍ସ ଏହାର ତ୍ରୈମାସିକ ଫଳାଫଳରେ ଏହା ପ୍ରକାଶ କରିଛି। ଜିଓର ପ୍ରଦର୍ଶନ ଉପରେ ଖୁସି ବ୍ୟକ୍ତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି,ପିକ୍ସେଲସ୍ପେସ ଦ୍ୱାରା ଭାରତର ପ୍ରଥମ ନିଜସ୍ୱ ଉପଗ୍ରହ ସମୂହ ଭାରତୀୟ ଯୁବଶକ୍ତିର ଅସାଧାରଣ ପ୍ରତିଭାକୁ ଦର୍ଶାଉଛି। ଶ୍ରୀ ମୋଦୀ କହିଛନ୍ତି, ଏହା ଅନ୍ତରୀକ୍ଷ ଉଦ୍ୟୋଗରେ ଆମର ଘରୋଇ କ୍ଷେତ୍ର ପରିବ୍ୟାପ୍ତର ଦକ୍ଷତାକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ପିକ୍ସେଲସ୍ପେସ @PixxelSpace ଦ୍ୱାରା ଭାରତର ପ୍ରଥମ ନିଜସ୍ୱ ଉପଗ୍ରହ ସମୂହ ଭାରତୀୟ ଯୁବଶକ୍ତିର ଅସାଧାରଣ ପ୍ରତିଭାକୁ ଦର୍ଶାଉଛି ଏବଂ ଏହା ଅନ୍ତରୀକ୍ଷ ଉଦ୍ୟୋଗରେ ଆମର ଘରୋଇ କ୍ଷେତ୍ର ପରିବ୍ୟାପ୍ତର ଦକ୍ଷତାକୁ ମଧ୍ୟ ସୂଚାଉଛି।”
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ଆନୁକୁଲ୍ୟରେ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଅଧୀନରେ ଛତ୍ରପୁର ସ୍ଥିତ ରିକାପଲ୍ଲୀ କସ୍ତୁରବା ଆବାସିକ ବିଦ୍ୟାଳୟ ପରିସରରେ ଚତୁର୍ଥ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ରିତା ରଥ ଙ୍କ ପୌରହିତ୍ୟ ରେ ୧୫୦ ଜଣ ବିଦ୍ୟାର୍ଥୀ ଙ୍କ ଚକ୍ଷୁ ପରୀକ୍ଷା କରିବା ସହିତ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଇଥିଲେ। ଏହି ଅବସରରେ ଛତ୍ରପୁର ଏନଏସି ର ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଏବଂ ଏବିଇଓ ସଂଯୁକ୍ତା ରଥ ଅତିଥି ଭାବେ ଯୋଗ ଦେଇଥିଲେ,ସମସ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ଅଶ୍ୱିନୀ ପାଇକରାୟ ଓ ଦୀପାଞ୍ଜଳୀ ମହାନ୍ତି ସହ ଯୋଗ କରିଥିଲେ।
ନୂଆଦିଲ୍ଲୀ, ହିନ୍ଦୁ ଧର୍ମରେ ତୁଳସୀ ହେଉଛି ଏକ ପବିତ୍ର ଉଦ୍ଭିଦ। ଏହାକୁ ସମସ୍ତଙ୍କ ଘରେ ପୂଜା କରାଯାଇଥାଏ। ତୁଳସୀ ଉଦ୍ଭିଦକୁ ଅତି ଯତ୍ନ ନେବାକୁ ପଡିବ, ନଚେତ୍ ଏହି ଉଦ୍ଭିଦ ଶୀଘ୍ର ଶୁଖିଯିବ ଏବଂ ମରିଯିବ। ଏହାର ରକ୍ଷଣାବେକ୍ଷଣ କିମ୍ବା ସେବା ପାଇଁ କିଛି ନିୟମ ଅଛି, ସେଥିମଧ୍ୟରୁ ଗୋଟିଏ ହେଉଛି ଜଳ ପ୍ରଦାନ କରିବାର ନିୟମ। ଏହି ନିୟମ ମାନିବା ଦ୍ୱାରା ବିଷ୍ଣୁ ଏବଂ ଲକ୍ଷ୍ମୀ ପ୍ରସନ୍ନ ହେବେ, ଦେବୀ ତୁଲସୀ ମଧ୍ୟ ଆପଣଙ୍କୁ ଆଶୀର୍ବାଦ କରନ୍ତି। ୧- ରବିବାର ଏବଂ ଏକାଦଶୀରେ ତୁଳସୀ ମୂଳରେ ଜଳ ଦିଆଯାଏ ନାହିଁ। ୨- ରବିବାର ଏବଂ ଏକାଦଶୀରେ ତୁଳସୀ ଠାକୁରଙ୍କ ପାଇଁ ଉପବାସ ପାଳନ କରନ୍ତି। ସେ କେବଳ ଏହି ଦୁଇ ଦିନ ପାଇଁ ଶୋଇଥାନ୍ତି। ୩- ତୁଲସୀ ମାତାଙ୍କୁ ପ୍ରତିଦିନ ଉପଯୁକ୍ତ ପରିମାଣରେ ପାଣି ଦିଆଯିବା ଉଚିତ୍। କମ୍ କିମ୍ବା ଅଧିକ ନୁହେଁ। ୪- ଯଦି ଅଧିକ ପରିମାଣରେ ଜଳ ଦିଅନ୍ତି…
ବ୍ରହ୍ମପୁର: ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮ ଦିନ ଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦ୍ଯାପିତ ହୋଇଯାଇଛି। ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟ ତାଲିମ୍ ଗ୍ରହଣ କରୁଥିବା ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ତାଲିମ୍ପ୍ରାପ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହ ରିଆକ୍ଟ ପୁସ୍ତକ ପ୍ରଦାନ କରାଯାଇଥିଲେ। ମାଷ୍ଟର ଟ୍ରେନର ମାମିନା ରାଣୀ ବେହେରା ୮ଦିନ ଧରି ୧୨୮ ଜଣ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ତାଲିମ୍ ପ୍ରଦାନ କରିଥିଲେ। ଏଥିରେ ଅନୁଷ୍ଠାନର ସମସ୍ତ ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଓ ଛାତ୍ରୀମାନେ ସହଯୋଗ କରିଥିଲେ। ସହକାରୀ ଗ୍ରନ୍ଥାଗାର କେ.ଧର୍ମା ରାଓ କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ମୁମ୍ବାଇ: ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ (ଆରଆରଭିଏଲ) ୨୦୨୪ ବର୍ଷରେ ମୋଟ ୭୭୯ ଟି ନୂଆ ଷ୍ଟୋର ଖୋଲିଛି। ଏହାର ଅର୍ଥ ହେଉଛି କମ୍ପାନୀ ଗତ ବର୍ଷରେ ପ୍ରତିଦିନ ୨ ରୁ ଅଧିକ ନୂଆ ଷ୍ଟୋର ଖୋଲିଥିଲା, ଯାହା ଏକ ରେକର୍ଡ ଅଟେ। ସାରା ଦେଶରେ ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା ବର୍ତ୍ତମାନ ୧୯,୧୦୨ କୁ ବୃଦ୍ଧି ପାଇଛି। ଯେଉଁଥିରେ ଗତ ବର୍ଷ ୨୯ କୋଟି ୬୦ ଲକ୍ଷ ଗ୍ରାହକ ସପିଂ ପାଇଁ ଆସିଥିଲେ। ଏହି ତଥ୍ୟ ରିଲାଏନ୍ସର ତ୍ରୈମାସିକ ଆର୍ଥିକ ଫଳାଫଳରେ ପ୍ରକାଶ ପାଇଛି। ଅକ୍ଟୋବର ରୁ ଡିସେମ୍ବର ଯାଏଁ ରହିଥିବା ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ ୯୦,୩୩୩ କୋଟି ଟଙ୍କାର ରାଜସ୍ୱ ହାସଲ କରିଛି। ଏହା ଗତ ବର୍ଷ ସମାନ ସମୟ ତୁଳନାରେ ୮.୮% ଅଧିକ ରହିଛି। ତୃତୀୟ ତ୍ରୈମାସିକ ଫଳାଫଳ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି,…
ଭୁବନେଶ୍ବର: କେହି ଜଣେ ବ୍ୟକ୍ତି ବିଦ୍ୱାନ ଚାଣକ୍ୟଙ୍କୁ ପ୍ରଶ୍ନ କଲେ ମହାଭାଗ! ବିଷ କ’ଣ? ଚାଣକ୍ୟ ଚମତ୍କାର ଉତ୍ତରଟିଏ ଦେଲେ। ଆବଶ୍ୟକତାଠାରୁ ଅଧିକ ମିଳିଥିବା ପ୍ରତ୍ୟେକ ଜିନିଷ ବିଷ।ଏହା କ୍ଷମତା, ସ୍ବାଭିମାନ, ଧନ, କ୍ଷୁଧା, ଲୋଭ, ଆଳସ୍ୟ, ପ୍ରେମ, ଘୃଣା ବା ଅନ୍ୟ କିଛି ବି ହୋଇପାରେ। ମହାନ୍ ଦାର୍ଶନିକ ପ୍ଲାଟୋ ମଧ୍ୟ ଏକଦା କହିଥିଲେ- ‘The greatest wealth is to live content with little. ଅର୍ଥାତ୍ ଅଳ୍ପରେ ସନ୍ତୁଷ୍ଟ ରହିବା ହେଉଛି ସର୍ବଶ୍ରେଷ୍ଠ ସମ୍ପତ୍ତି। କିନ୍ତୁ ମଣିଷ ଜାତିର ଚରମ ଦୁର୍ଭାଗ୍ୟ ହେଉଛି ଏହା ଯେ, ମଣିଷ ଚିରକାଳ ଏହି ବିଷ ପଛରେ ହିଁ ଧାଇଁଛି। କ୍ଷୁଦ୍ର ମାସିଡୋନିଆ ରାଜ୍ୟର ରାଜା ଆଲେକ୍ଜାଣ୍ଡାର। ରାଜ୍ୟ ପରେ ରାଜ୍ୟ ଜୟ କରି ଚାଲିଛନ୍ତି। ତଥାପି ରାଜ୍ୟ ଜୟର ପିପାସା ମେଣ୍ଟୁନି। ଶେଷରେ ସ୍ବର୍ଣ୍ଣପ୍ରସୂ ଭାରତବର୍ଷ ଆକ୍ରମଣ କରିବାକୁ ବାହାରିଛନ୍ତି। ସାଥିରେ ଅଛନ୍ତି ସୈନ୍ୟସାମନ୍ତଙ୍କ ବିଶାଳ ପଟୁଆର। କୋଳାହଳରେ ଫାଟିପଡୁଛି ଏଥେନ୍ସ…

