Author: SM Network

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ୧୨,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସାହିବାବାଦ ଆରଆରଟିଏସ ଷ୍ଟେସନରୁ ନ୍ୟୁ ଅଶୋକ ନଗର ଆରଆରଟିଏସ ଷ୍ଟେସନ ପର୍ଯ୍ୟନ୍ତ ନମୋ ଭାରତ ଟ୍ରେନରେ ଯାତ୍ରା କରିଥିଲେ ପ୍ରଧାନମନ୍ତ୍ରୀ। ଆଞ୍ଚଳିକ ଯୋଗାଯୋଗ ବୃଦ୍ଧି ଏବଂ ଯାତ୍ରାକୁ ସହଜ କରିବା ଏହି ପ୍ରକଳ୍ପଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ରହିଛ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଦିଲ୍ଲୀ-ଏନସିଆରକୁ ଭାରତ ସରକାରଙ୍କଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ମିଳିଛି। ଏହାଦ୍ୱାରା ଭାରତର ସହରାଞ୍ଚଳ ଗତିଶୀଳତା ଆହୁରି ବିସ୍ତାରିତ ହୋଇଛି । ବିକଶିତ ଭାରତର ସହରଗୁଡ଼଼ିକରେ ସର୍ବସାଧାରଣ ପରିବହନର ଭବିଷ୍ୟତକୁ ଦର୍ଶାଉଥିବା ନମୋ ଭାରତ ଟ୍ରେନରେ ଆଜି ସାହିବାବାଦରୁ ନ୍ୟୁ ଅଶୋକ ନଗର ପର୍ଯ୍ୟନ୍ତ ଯାତ୍ରାକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ସେ ଏହି ଯାତ୍ରା ସମୟରେ ଅନେକ ଯୁବକଙ୍କ ସହ କଥାବାର୍ତ୍ତା…

Read More

ସମ୍ବଲପୁର: ପ୍ରାୟ ୧୧ ବର୍ଷ ପରେ ୨୦୩୬ ମସିହା ଏପ୍ରିଲ ପହିଲାରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବ। ୨୦୪୭ ସୁଦ୍ଧା ଆଉ ପ୍ରାୟ ୨୨ ବର୍ଷ ପରେ ଭାରତ ସ୍ୱାଧୀନତା ପ୍ରାପ୍ତିର ଶତବାର୍ଷିକୀ ପାଳନ କରିବ। ଏହି ଦୁଇ ଦଶନ୍ଧି ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ୱବିଦ୍ୟାଳୟ କେବଳ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନୁହେଁ ବରଂ ରାଜ୍ୟରେ ସାମାଜିକ, ମୌଳିକ ସମସ୍ୟା ତଥା ପାନୀୟଜଳ, ସ୍ୱାସ୍ଥ୍ୟ, କ୍ୟାନସରର ମୁକାବିଲା, ଚାଷୀ ସମସ୍ୟା ଏବଂ ପରିବେଶ ସୁରକ୍ଷାର ସମାଧାନ ବାହାର କରିବା ଦିଗରେ ମଧ୍ୟ ଦାୟିତ୍ୱ ନେବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଦେଶକୁ ସ୍ୱାଧୀନତା ଦେବାରେ ହେଉ କିମ୍ବା ଇଂରେଜମାନଙ୍କ ସହ ସାଲିସ ବୀହିନ ସଂଘର୍ଷ କରିବାରେ, ସମ୍ବଲପୁର ସବୁବେଳେ ନିଜ ବୀରତ୍ୱ ଓ ପରାକ୍ରମ ଦେଖାଇଆସିଛି। ଦେଶକୁ ସ୍ୱତନ୍ତ୍ରତା ଦେବାରେ…

Read More

ଭୁବନେଶ୍ଵର: ଆଉ ଦୁଇ ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ବହୁ ପ୍ରତିକ୍ଷିତ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ-୨୦୨୫ ଆରମ୍ଭ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ବିଭିନ୍ନ ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହା ସହ ସୁରକ୍ଷା ବ୍ୟବସ୍ଥାରେ କୌଣସି ପରିସ୍ଥିତିରେ ମଧ୍ୟ ତ୍ରୁଟି ବିଚ୍ୟୁତି ନ ହେବ ସେଥି ପ୍ରତି ସ୍ୱତନ୍ତ୍ର ନଜର ରଖିବାକୁ ଡିଜିପି ନିର୍ଦେଶ ଦେଇଛନ୍ତି। ଆସନ୍ତା ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହାକୁ ଶୃଙ୍ଖଳିତ ତଥା ସୁଚାରୁରୂପେ ଆୟୋଜନ ଏବଂ ପରିଚାଳନା ନିମନ୍ତେ ଆଜି ଡିଜିପି ନିଜେ ବିଭିନ୍ନ ସ୍ଥାନକୁ ଯାଇ ସୁରକ୍ଷା ବ୍ୟବସ୍ଥା ର ସମୀକ୍ଷା କରିଛନ୍ତି। ଜନତା ମଇଦାନର…

Read More

ଭୁବନେଶ୍ୱର: ବିଦ୍ୟାର୍ଥୀଙ୍କ ଶାରୀରିକ , ମାନସିକ ଓ ସୃଜନାତ୍ମକ ଦକ୍ଷତାକୁ ସର୍ବୋତ୍କୃଷ୍ଟ କରିଗଢ଼ିତୋଳିବା କ୍ଷେତ୍ରରେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱସ୍ତରରେ ବିଦ୍ୟାର୍ଥୀଙ୍କୁ ପ୍ରତିଯୋଗୀକ୍ଷମ କରିବା ନିମନ୍ତେ ଡିଏଭି ପୋଖରୀପୁଟ ଓ ଏଫ୍‌.ଆର୍‌.ଏନ୍‌.ଭି. ଓଡ଼ିଶାଙ୍କ ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତାଧର୍ମୀ କାର୍ଯ୍ୟକ୍ରମକୁ ଆଗନ୍ତୁକ ଅତିଥି ଅଭ୍ୟାଗତ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଅଭ୍ୟାଗତଙ୍କୁ ସ୍ୱାଗତ କରିବା ସହିତ ସନ୍ତୁଳିତ ଆହାର ଆମ ଜୀବନ ଶୈଳୀକୁ ବାସ୍ତବରେ ଉଚିତ ମାର୍ଗ ଦର୍ଶନ ପ୍ରଦାନ କରିଥାଏ ବୋଲି ଅଭିମତ ରଖିଥିଲେ। Foundation for Restoration of National Values (FRNV) ଏଫ୍‌.ଆର୍‌.ଏନ୍‌.ଭି. ଓଡ଼ିଶା ଶାଖାର ସଚିବ ସୌମେନ୍ଦ୍ର ଦାସ ଏଫ୍‌.ଆର୍‌.ଏନ୍‌.ଭି.ର ମୂଳ ଉଦ୍ଦେଶ୍ୟ ତଥା ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ତଥା ଏଫ୍‌.ଆର୍‌.ଏନ୍‌.ଭି. ଓଡ଼ିଶା ଶାଖାର ଚେୟାମ୍ୟାନ ଡ.ଅରୁଣ କୁମାର ରଥ ନୂତନ…

Read More

ରଣପୁର: ରଣପୁର କଳା ସଂସ୍କୃତି ଐତିହ୍ୟ ପରମ୍ପରା ଓ ଶହୀଦମାନଙ୍କ ବୀରତ୍ୱ ସ୍ମୃତି ସାଉଁଟିବା ପାଇଁ ୨୦୦୬ ମସିହାରୁ ରଣପୁର ମହୋତ୍ସବ ଅର୍ଜୁନ ଅନୁଷ୍ଠିତ ହୋଇଆସୁଥିବା ବେଳେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ରବିବାର ଠାରୁ ଆରମ୍ଭ ହୋଇଛି। ଏହି ମହୋତ୍ସବ ପାଞ୍ଚଦିନ ଧରି ଜାନୁଆରୀ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଓଡିଶା ଅନୁଷ୍ଠିତ ହେଉଥିବା ବିଭିନ୍ନ ମହୋତ୍ସବ ଭିତରୁ ଏହା ଅଭିନ୍ନ ହୋଇଥିବା ବେଳେ ରଣପୁର ମାଟିରେ ଶହୀଦ ହୋଇଥିବା ବିରଙ୍ଗନାମାନଙ୍କ ସ୍ମୃତି ଉଦ୍ଦେଶ୍ୟ ପାଳନ କରାଯାଉଥିବାରୁ ଅନ୍ୟ ଅଞ୍ଚଳରେ ପାଳ। ୧୯୩୯ ମସିହାରେ ଜାନୁଆରୀ ୫ ତାରିଖରେ ବେଜେଲଗେଟ ଗୁଳିରେ ଅର୍ଜୁନ ରାଉତ ଶହୀଦ ହୋଇଥିଲେ। ପରେ ଉତ୍ୟକ୍ତ ଲୋକମାନେ ବାଉଁଶ ଠେଙ୍ଗାରେ ବେଜେଲଗେଟକୁ ବାଡେଇ ବାଡେଇ ହତ୍ୟା କରିଥିଲେ। ପରେ ବିହାରର ଭାଗଲପୁର ଜେଲରେ ରଘୁଦିବାକରଙ୍କ ଫାଶି ଦିଆ ଯାଇଥିଲା। ଏହି ଶହୀଦ ମାଟିରେ ବୀରମାନଙ୍କର ସ୍ମୃତିକୁ ମନେ ରଖିବା ପାଇଁ…

Read More

ମେଷ- ଆଜିର ଦିନଟି ଆପଣଙ୍କ ପାଇଁ ଦ୍ରୁତ ଗତିରେ ସୁଖରେ ପରିପୂର୍ଣ୍ଣ ହେବାକୁ ଯାଉଛି, ଆପଣଙ୍କ ମନ କୈଣସି ଜାଗାରେ ରହିବ ନାହିଁ, କିନ୍ତୁ ଅନେକ ଯୋଜନା ଏକାସାଙ୍ଗରେ ଆପଣଙ୍କ ମନରେ ଘଟିବ, ଯେପରିକି କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଆପଣ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଭଲ ଉପଦେଶ ପାଇବ। ଚିନ୍ତା ବଢିବ, ତଥାପି, କାର୍ଯ୍ୟ ସମ୍ବନ୍ଧରେ ଭଲ ଫଳାଫଳ ମିଳିବ। କିନ୍ତୁ ଅଜ୍ଞାତ ଭୟ ମନରେ ରହିବ। ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ବୃଷ– ଆଜି ଆପଣଙ୍କ ପାଇଁ ମଧ୍ୟମ ଉପକାରୀ ହେବ। ସ୍ବାସ୍ଥ୍ୟ ଅବନତି ଜାରି ରହିବ। କୈଣସି କାରଣରୁ ଆପଣ ଟିକେ ବିବ୍ରତ ଦେଖାଯିବେ, କିନ୍ତୁ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ, ଯାହାଫଳରେ କିଛି କାମ କଠିନ ପରିଶ୍ରମ ବିନା କରାଯିବ। ପରିବାରରେ ଖୁସି ହେବ। ପରିବାର ସହିତ ସମୟ ବିତାଇବେ। ବିବାହିତ ଲୋକମାନେ ସେମାନଙ୍କର ପାରିବାରିକ ଜୀବନରେ ଖୁସି ହେବେ। ଜୀବନ ସାଥୀ ଆପଣଙ୍କୁ…

Read More

ବାଣପୁର: ଆଜି ଚିଲିକା ବିଧାନସଭା କ୍ଷେତ୍ର ସ୍ଥିତ ବାଣପୁର ବ୍ଲକରେ ଆୟୋଜିତ ବିଶାଳ ‘ମହିଳା ସମାବେଶ’ ରେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଏବଂ ପୁରୀ ସାଂସଦ ଡ଼ା ସମ୍ବିତ ପାତ୍ର ଯୋଗ ଦେଇ ସଭାକୁ ସମ୍ବୋଧିତ କରିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଆପଣ ମାନଙ୍କ ସହଯୋଗରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଡ଼ବଲ ଇଞ୍ଜିନର ସରକାର ଗଠିତ ହୋଇଛି। ଆମ ସରକାର ଗରିବ, କୃଷକ, ମହିଳା, ଯୁବକ ଓ ଅସହାୟଙ୍କ କଲ୍ୟାଣ ଲାଗି ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇଛି। ପ୍ରତିଟି ନିଷ୍ପତ୍ତିରେ ଭରି ରହିଛି ଓଡ଼ିଆ ଅସ୍ମିତା, ସ୍ବାଭିମାନ ଓ ନବଜାଗରଣର ସ୍ବର୍ଣ୍ଣିମ ସ୍ପର୍ଶ। ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଆଜି ଆମର ମାତୃଶକ୍ତିଙ୍କୁ ସଶକ୍ତିକରଣ କରୁଛି। କେନ୍ଦ୍ର ସରକାରଙ୍କ ଯୋଜନା ମାଧ୍ୟମରେ ଆଜି ଓଡ଼ିଶାର ମହିଳା…

Read More

ବାଲୁଗାଁ: ୫ନଂ ଜାତୀୟ ରାଜପଥ ବାଲୁଗାଁ ସହରର ମୁଖ୍ୟ ରାସ୍ତା ସମ୍ପ୍ରସାରଣ ନେଇ ଉଭୟ ପାର୍ଶ୍ଵରେ ଥିବା ବେଆଇନ ନିର୍ମାଣ ଉଚ୍ଛେଦ ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି। ଖବର ମୁତାବକ ବାଲୁଗାଁ ସହରର ମୁଖ୍ୟ ରାସ୍ତା ଗୋବର୍ଦ୍ଧନପୁର ଠାରୁ ଗବପଦର ମୌଜା ପର୍ଯ୍ୟନ୍ତ ଦୀର୍ଘ ୪ କିମି ରାସ୍ତା ୪ ଲେନ ବିଶିଷ୍ଟ ସମ୍ପ୍ରସାରଣ ନିମନ୍ତେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ପାଇଁ ନିର୍ଦ୍ଦେଶ ରହିଥିଲା। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସରକାରୀ ଜାଗା ଚିହ୍ନଟ କରି ଅବରୋଧକାରୀଙ୍କୁ ସୂଚିତ କରାଯିବା ସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅକ୍ଟୋବର ୪ ରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର କିଛି ଅନିର୍ବାଯ୍ୟ କାରଣ ଯୋଗୁଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରହିଥିଲା। ଯାହାକି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗତ ସେପ୍ଟେମ୍ବର ମାସ ଠାରୁ ଅନେକ ଥର ବିଭିନ୍ନ ସ୍ଥାନରେ ଜାଗା ଚିହ୍ନଟ କରାଯାଇଥିବା ବେଳେ ବାସ୍ତବରେ କେତେ ଜାଗା…

Read More

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବରମୁଣ୍ଡା ଖେଳ ପଡିଆ ଠାରେ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦ୍‌ଯାପନ ଅବସରରେ ପାଣି ପଞ୍ଚାୟତ ଗୁଡିକର ନିୟମ ଅନୁଯାୟୀ ନିର୍ବାଚନ ଓ କାଗଜ ପତ୍ର ଅଡିଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପାଣି ପଞ୍ଚାୟତ ଗୁଡିକୁ ସଶକ୍ତ କରି ଏଗୁଡିକୁ କୃଷି ବିପଣନ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳସେଚନ ଏବଂ କୃଷି ବୈଜ୍ଞାନିକଙ୍କ ଗବେଷଣା ସହିତ ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁ ଆଜି ଆମେ ୧୪୦ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇ ପାରୁଛୁ ଏବଂ ବିଦେଶକୁ ମଧ୍ୟ ରପ୍ତାନୀ କରିପାରୁଛୁ। ଏଥିପାଇଁ ଚାଷୀର ଜମିକୁ ଜଳଯୋଗାଣ ଅତ୍ୟନ୍ତ ଆବଶ୍ୟକ। ତେଣୁ, ଜଳସେଚନର ସମସ୍ତ ପ୍ରକଳ୍ପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଲେ ଯେ, ରାଜ୍ୟର କୃଷକମାନଙ୍କ ଜମିକୁ ପାଣି ଯୋଗାଇଦେବା ପାଇଁ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ବହୁ ପ୍ରସିଦ୍ଧ ବାର୍ଷିକ ଆଦିବାସୀ ମେଳାର ଉଦଘାଟନ କରିଛନ୍ତି। ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଉପଲକ୍ଷେ ଏହି ମେଳାକୁ ଚଳିତ ବର୍ଷ ଆଗୁଆ କରାଯାଇ ଜାନୁଆରୀ 5 ରୁ ଜାନୁଆରୀ 15 ପର୍ଯ୍ୟନ୍ତ ଆୟୋଜନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱରକୁ ଆସୁଥିବା ତଥା ଭୁବନେଶ୍ୱର ବାସୀଙ୍କ ପାଇଁ ଏହି ମେଳା ଏକ ଅବିଛେଦ୍ୟ ଅଙ୍ଗ ହୋଇଯାଇଛି । ଏ ବର୍ଷ ପ୍ରବାସୀ ଭାରତୀୟ ମାନେ ଭୁବନେଶ୍ୱର ଆସିବେ ଏବଂ ଆଦିବାସୀ ସଂସ୍କୃତିର ସୁନ୍ଦରତା ଦେଖିବେ, ଜାଣିବେ ଓ ଅନୁଭବ କରିବେ । ଓଡିଶାର ସବୁ ଆଦିବାସୀ ମାନଙ୍କର ଏହି ମହାପର୍ବ ଏଥର ନିଶ୍ଚିତ ଭାବରେ ବିଶ୍ୱ ମଞ୍ଚରେ ପ୍ରସିଦ୍ଧି ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶହୀଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରି କହିଛନ୍ତି ଯେ,…

Read More

ନୂଆଦିଲ୍ଲୀ: ଚିଠା ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ନିୟମାବଳୀର ଲକ୍ଷ୍ୟ ହେଉଛି ନାଗରିକମାନଙ୍କ ବ୍ୟକ୍ତିଗତ ଡାଟାର ନିରାପତ୍ତା ସୁନିଶ୍ଚିତ କରି ସେମାନଙ୍କ ଅଧିକାରର ସୁରକ୍ଷା କରିବା। ଡିଜିଟାଲ ବ୍ୟକ୍ତିଗତ ଡାଟାର ସୁରକ୍ଷା ନିମନ୍ତେ ଏକ ଦୃଢ଼ ଫ୍ରେମଓ୍ବାର୍କ ସୃଷ୍ଟି କରିବା ପାଇଁ ଭାରତର ଅଙ୍ଗୀକାର ଅନୁଯାୟୀ ଏହି ନିୟମଗୁଡିକ ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ଆଇନ, ୨୦୨୩ (ଡିପିଡିପି ଆକ୍ଟ)କୁ କାର୍ଯ୍ୟକାରୀ କରିବାକୁ ସରକାର ଚାହୁଁଛନ୍ତି। ଏହି ସରଳ ଓ ସ୍ପଷ୍ଟ ନିୟମଗୁଡ଼ିକ ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ ଅର୍ଥନୀତିରେ ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଡିପିଡିପି ଆଇନ ଅନୁଯାୟୀ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଏହି ନିୟମାବଳୀର ଲକ୍ଷ୍ୟ, ତା’ସହିତ ନିୟନ୍ତ୍ରଣ ଏବଂ ନବସୃଜନ ମଧ୍ୟରେ ସଠିକ୍ ସନ୍ତୁଳନ ରକ୍ଷା କରିବା ମଧ୍ୟ ଏହାର ଉଦ୍ଦେଶ୍ୟ ଯାହା ଦ୍ୱାରା ଭାରତର ବଢୁଥିବା ଉଦ୍ଭାବନ ଇକୋସିଷ୍ଟମର ଲାଭ ସମସ୍ତ ନାଗରିକ ଏବଂ ଭାରତର ଡିଜିଟାଲ ଅର୍ଥନୀତିକୁ ମିଳିପାରିବ। ଏସବୁ ନିୟମ…

Read More

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସୁନାମୀ ପ୍ରବଣ ଗ୍ରାମର ଗୋଷ୍ଠୀକୁ ଆଇଓସି-ୟୁନେସ୍କୋ ଦ୍ବାରା ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଛି। ଇଣ୍ଡୋନେସିଆ ଠାରେ ଅନୁଷ୍ଠିତ ଦ୍ବିତୀୟ ବିଶ୍ବ ସୁନାମି ସିମ୍ପୋଜିୟମ୍ ଅବସରରେ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏହା ସହ ଆଇଓସି-ୟୁନେସ୍କୋ ଦ୍ବାରା ୨୦୨୦ ମସିହାରେ ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପାଇଥିବା ଗଞ୍ଜାମ ଜିଲ୍ଲାର ଭେଙ୍କଟ ରାଇପୁରର ସୁନାମି ପ୍ରସ୍ତୁତ ମାନ୍ୟତା ପ୍ରମାଣ ପତ୍ରର ନବୀକରଣ କରାଯାଇଛି। ଆଇଓସି-ୟୁନେସ୍କୋର ସୁନାମି ପ୍ରସ୍ତୁତି ମାନ୍ୟତା କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାର ଛତ୍ରପୁରର ଉପୁଲାପୁଟି, ଗଞ୍ଜାମର ପ୍ରୟାଗି ଓ କଣ୍ଟିଆଗଡ, ରଙ୍ଗେଇଲୁଣ୍ଡାର ମାର୍କଣ୍ଡି ଏବଂ ଭେଙ୍କଟ ରାଇପୁରରେ କାର୍ଯ୍ୟକାରୀ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୨୨ ଓ ୨୩ ତାରିଖରେ ଜାତୀୟ ସୁନାମି ପରିଷଦର ସଦସ୍ୟ ମାନେ ଗଞ୍ଜାମ ଜିଲ୍ଲାର ଏହି ପାଞ୍ଚଟି ଗ୍ରାମକୁ ପରିଦର୍ଶନ କରି ୧୨ ଟି ସୂଚକାଙ୍କ ଅନୁସାରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା- ଗୋଷ୍ଠୀ ସ୍ତରୀୟ ସୁନାମୀ ସଚେତନତା…

Read More

ଭୁବନେଶ୍ବର: ଆଜି ସଂଧ୍ୟାରେ ଉଦଘାଟିତ ହୋଇଛି ଆଦିବାସୀ ମେଳା 2025। ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟିନ କରିଛନ୍ତି। ପ୍ରତି ବର୍ଷ ଏହି ମେଳା ଜାନୁୟାରୀ 26 ତାରିଖ ଗଣତନ୍ତ୍ର ଦିବସରେ ହୋଇଥାଏ। ହେଲେ ଚଳିତ ବର୍ଷ ପ୍ରବାସୀ ଭାରତୀୟ ଦିବସ ପାଇଁ ଆଗୁଆ ଆରମ୍ଭ କରାଯାଇଛି। ଏହି ମେଳାରେ ଆଦିବାସୀଙ୍କ ଘର, ସେମାନଙ୍କ ଉତ୍ପାଦିତ ଜିନିଷ ଏବଂ ହାତ ତିଆରି ସାମଗ୍ରୀ ପ୍ରଦର୍ଶିତ ତଥା ବିକ୍ରି ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଏହି ମେଳାରେ 147ଟି ଷ୍ଟଲ କରାଯାଇଛି। ସେଥିରେ 20ଟି ଆଦିବାସୀ ବାସଗୃହ ନିର୍ମାଣ କରାଯାଇଛି। 40ଟି ଷ୍ଟଲରେ ଆଦିବାସୀଙ୍କ କଳା ଓ ହସ୍ତଶିଳ୍ପ ପ୍ରଦର୍ଶିତ ହେଉଛି। ସେହିପରି 15ଟି ଷ୍ଟଲରେ ଆଦିବାସୀମାନେ ସେମାନଙ୍କର କାମ କରୁଥିବାର ଦେଖିବାକୁ ମିଳିବ। ଏହି ମେଳା ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଚାଲିବ।

Read More

ଭୁବନେଶ୍ଵର: ଜନଜାତି ବହୁଳ ନବରଙ୍ଗପୁର ଜିଲ୍ଲାରେ ଡ୍ରପ ଆଉଟର ହାର ଅଧିକ। ସଦ୍ୟତମ ତଥ୍ୟ ଅନୁଯାୟୀ ଜିଲ୍ଲାରେ ବର୍ତ୍ତମାନ ପ୍ରଥମରୁ ଦଶମ ଶ୍ରେଣୀ ରେ 7808 ଜଣ ଡ୍ରପ ଆଉଟ ଅଛନ୍ତି। ମୁଖ୍ୟତଃ ଅଷ୍ଟମ ରୁ ନବମ ଶ୍ରେଣୀ ଓ ଦଶମ ପରେ ଏକାଦଶୀ ଶ୍ରେଣୀକୁ ଯିବା ସମୟର ଟ୍ରାଞ୍ଜିଟ ସମୟରେ ହିଁ ଡ୍ରପ ଆଉଟ ଅଧିକ ରହେ। ଡ୍ରପ ଆଉଟ ରୋକିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୀ ପ୍ରୟାସ କରାଯାଉଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଛାତ୍ର ଛାତ୍ରୀ ଯେପରି ଆର୍ଥିକ ଅନାଗ୍ରସରତା ଯୋଗୁଁ ଅଧାରୁ ପାଠ ଯେପରି ନ ଛାଡ଼ିବେ ସେଥିପ୍ରତି ଅଧିକ ଦୃଷ୍ଟି ଦିଆଯାଉଛି। ଆସନ୍ତାକାଲି ରାଜ୍ୟରେ ଲାଗୁ ହେବ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା। ଡ୍ରପ ଆଉଟ ହାର କୁ ହ୍ରାସ କରିବାରେ ଏହି ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ଏହି ଯୋଜନା ରେ ଅନୁସୂଚିତ…

Read More

ଭୁବନେଶ୍ଵର: ନୟାଗଡ଼ ବନଖଣ୍ଡ ଏବଂ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମଧ୍ୟରେ ମୋଟ ୫ଟି ବାଘର ସନ୍ଧାନ ମିଳିଛି। ଏଥିମଧ୍ୟରୁ କଳା କଲରାପତରିଆ ବାଘ ନିଜ ଛୁଆକୁ ପାଟିରେ ଧରି ବୁଲୁଥିବାର ଏକ ଦୃଶ୍ୟ କଏଦ ହୋଇଛି। କ୍ୟାମେରା ଟ୍ରାପ ମାଧ୍ୟମରେ ଏହାର ପ୍ରମାଣ ମିଳିଥିବା ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ କହିଛନ୍ତି।ଗତ ବର୍ଷ ବାଘ ଶାବକ ଜନ୍ମ ଦେଇଥିବାବେଳେ ଚଳିତବର୍ଷ ମଧ୍ୟ ଜନମ ଦେଇଥିବା ଜଣାପଡ଼ିଛି। ଏଣୁ ନୟାଗଡ଼ ଜିଲାରେ ବାଘ ବଂଶ ବୃଦ୍ଧି ପାଇଥିବା ନେଇ ସ୍ପଷ୍ଟ ହୋଇଛି। ଏନେଇ ପିସିସିଏଫ ସାମାଜିକ ଗଣମାଧ୍ୟମ ଏକ୍ସ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ କହିବା ଅନୁସାରେ ଗତବର୍ଷ ମଧ୍ୟ କଳା ବାଘଙ୍କ ସନ୍ଧାନ ମିଳିଥିଲା। ଚଳିତବର୍ଷ କ୍ୟାମେରା ଟ୍ରାପରେ ଏହା ଜଣାପଡ଼ିଛି। ଅନେକ ସ୍ଥାନରେ କ୍ୟାମେରା ଲଗାଯାଇପାରି ନାହିଁ। ଏଣୁ ଆହୁରି ଅଧିକ ବାଘ ରହିଥିବେ ବୋଲି ସେ ଅନୁମାନ କରିଛନ୍ତି।

Read More

ଭୁବନେଶ୍ଵର: ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ଆଜି ମଧ୍ୟାହ୍ନରେ ସଶସ୍ତ୍ର ଡକାୟତି ଉଦ୍ୟମ ହୋଇଛି। ଡକାୟତଙ୍କ ଗୁଳିରେ ଦୋକାନର ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଡକାୟତିରେ ସାମିଲ ୫ ଡକାୟତଙ୍କ ମଧ୍ୟରୁ ଦୁଇ ଡକାୟତଙ୍କୁ ଲୋକେ କାବୁ କରି ପୁଲିସର ଜିମା ଦେଇଛନ୍ତି। ପୁଲିସ ଏସପି ଘଟଣାସ୍ଥଳରେ ପହ଼ଞ୍ଚି ତଦନ୍ତ ଆରମ୍ଭ କରିଛନ୍ତିl ଡକାୟତିରେ ବ୍ୟବହୃତ ଗୋଟିଏ ବନ୍ଧୁକ,ଖୋକା ଓ ଗୋଟିଏ ମୋଟର ସାଇକେଲକୁ ପୁଲିସ ଜବତ କରିଛି। ଏଯାବତ ଦୁଇ ଡକାୟତଙ୍କୁ ଲୋକେ ଅଳଙ୍କାର ଦୋକାନ ମଧ୍ୟରେ ତାଲା ପକାଇ ରଖି ଥିବାରୁ ଘଟଣାସ୍ଥଳରେ ଉତେଜନା ଲାଗି ରହିଛି। ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Read More

ଭୁବନେଶ୍ଵର: ଯାଜପୁର ଜିଲ୍ଲା ବ୍ୟାସନଗର ଯୋଡାବର ଅଞ୍ଚଳର ଲୁଣତରା ନାଳ ନିକଟରେ ଅଘଟଣ ଘଟିଛି। ଧାନ ଆଣିବାକୁ ବିଲକୁ ଯାଉଥିବା ବେଳେ ମେସିନ ଓଲଟି ପଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ରୋଡ ମେଡିକାଲରେ ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର। ମୃତ ଦୁଇ ଭଉଣୀ ସ୍ଥାନୀୟ ମାଝିସାହି ଅଞ୍ଚଳର ଆଦିବାସୀ। ଟ୍ରାକ୍ଟର ଉପରେ ବସି ବିଲକୁ ଯାଉଥିଲେ ଦୁଇ ଭଉଣୀ।

Read More

ଭୁବନେଶ୍ଵର: କେନ୍ଦ୍ରାପଡା ଜିଲାର ଭିତରକନିକା ଜାତୀୟ ଉଦ୍ୟାନ ପରିସରରେ ପର୍ଯ୍ୟଟକମାନଙ୍କୁ ଅଧିକ ସଂଖ୍ୟାରେ ଆକର୍ଷିିତ କରିବା ପାଇଁ ଅନେକ ପଦକ୍ଷେପ ରାଜନଗର ବନ୍ୟପ୍ରାଣି ଡିଭିଜନ ପକ୍ଷରୁ ଗ୍ରହଣ କରାଯାଇଛି। ଏବେ ନିକଟରେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଏକ ଆଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ସ୍କାଏ ୱାକ୍ ବା ଭାସମାନ ଚାଲିବା ପଥ। ଏହା ଭିତରକନିକା ଜାତୀୟ ଉଦ୍ୟାନ ବୁଲିବାକୁ ଆସୁଥିବା ଆଗନ୍ତୁକ ପର୍ଯ୍ୟଟକ ମାନଙ୍କ ପାଇଁ ଭିନ୍ନସ୍ୱାଦର ସୁଖଦ ଅନୁଭୁତି ଆଣିଦେବ ବୋଲି ଆଶାପ୍ରକାଶ କରାଯାଇଛି। ଏହି ସ୍କାଏୱାକ୍ ପଥଟି ନିର୍ମାଣ ପାଇଁ ଭିତରକନିକାରେ ମିଳୁଥିବା ହେନ୍ତାଳ ଗଛର କାଠ ବ୍ୟବାହର କରାଯାଇଛି। ଏହାର ନିର୍ମାଣ ଶୈଳୀ ବେଶ ଚମତ୍କାର ଢଂଗରେ କରାଯାଇଛି। ଏହା ସଂପୁର୍ଣ ପରିବେଶ ଅନୁକୁଳ। ଭିତରକନିକାରେ ବସବାସ କରୁଥିବା ବିଭିନ୍ନ ସ୍ତନ୍ୟପାୟୀ ପ୍ରାଣି,ହରିଣ,କୁମ୍ଭୀର ତଥା ଅନ୍ୟ ଜଂଗଲି ପ୍ରାଣିକୁ ଏହି ପଥ ଉପରୁ ସୁନ୍ଦର ଭାବେ ଅବଲୋକନ କରାଯାଇପାରିବ। ପ୍ରାକୃତିକ ବଣଜଂଗଲରେ ପରିପୂର୍ଣ୍ଣ ଭିତରକନିକାରେ ବିଭିନ୍ନ…

Read More

ଭୁବନେଶ୍ଵର: ରାଜ୍ୟ ବାଣିଜ୍ୟ, ପରିବହନ ତଥା ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୁଷଣ ଜେନା କଳାହାଣ୍ଡି ଜିଲ୍ଲା ଗସ୍ତ ଅବସରରେ ଭବାନୀପାଟଣା ସ୍ଥିତ କୁଷାଡୁଙ୍ଗରୀ ଠାରେ କଳାହାଣ୍ଡି ଅଞ୍ଚଳିକ ପରିବହନ ବିଭାଗର ସ୍ବୟଂ କ୍ରିୟ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ଓ ଏହାର ପରିଦର୍ଶନ ମଧ୍ୟ କରି ଥିଲେ। ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ଜେନା ବିଭାଗୀୟ ସମୀକ୍ଷା କରିଥିଲେ। କଳାହାଣ୍ଡି ଜିଲ୍ଲା ଖଣି ଖଦାନରେ କୌଣସି ପ୍ରକାର ଦୁର୍ନିତୀକୁ ବରଦାସ୍ତ୍ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଥିଲେ। ଏହାକୁ ରୋକାଯିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିଥିଲେ। ବେପାରୁଆ ଯାନବାହନ ଚଲେଇବା, ବିନା ଲାଇସନ୍ସ ରେ, ମଦ୍ୟ ପାନ କରି ଗାଡି ଚାଲିବା ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଜରିମାନା ଆଦାୟ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ସେହିପରି ଆଞ୍ଚଳିକ ପରିବହନ ବିଭାଗର ସମସ୍ତ ସେବା ଜନତାଙ୍କୁ ଜଣାଇବାକୁ…

Read More

ନୂଆଦିଲ୍ଲୀ: ୨୦୨୪ ଅତିକ୍ରମ କରିସାରିଛି ଏବଂ ୨୦୨୫ ଲୋକଙ୍କ ଜୀବନରେ ପ୍ରବେଶ କରିଛି। କିନ୍ତୁ ଆପଣ କ୍ୱଚିତ୍ ଶୁଣନ୍ତି ଯେ ୨୦୨୫ ରେ ଏକ ବିମାନ ଉଡ଼ିଥିଲା, ଯାହା ୨୦୨୪ ରେ ଅବତରଣ କଲା। ଆପଣ ମଧ୍ୟ ଏହି ଖବର ପଢିବା ପରେ ଆଶ୍ଚର୍ଯ୍ୟ ହୋଇଥିବେ। କିନ୍ତୁ ଏ ବିଷୟରେ ସତ୍ୟ କ’ଣ, ଆସନ୍ତୁ ଜାଣିବା… ସମ୍ପ୍ରତି, ଏକ ଘଟଣା ସାମ୍ନାକୁ ଆସିଥିଲା ​​ଯେଉଁଥିରେ ଏକ ବିମାନ ଯାତ୍ରା କରିଥିଲା ​​ଏବଂ ୨୦୨୫ ରେ ଉଡ଼ିବା ପରେ ଏହା ୨୦୨୪ ରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲା। ପ୍ରକାଶ ଯେ, କ୍ୟାଥେ ପାସିଫିକ୍ ବିମାନ ସିଏକ୍ସ-୮୮୦ ଜାନୁଆରୀ ୧ ତାରିଖ ୨୦୨୫ ରେ ହଂକଂରୁ ବାହାରି ଡିସେମ୍ବର ୩୧ ତାରିଖ ୨୦୨୪ ରେ ଲସ୍ ଏଞ୍ଜଲ୍ସରେ ଅବତରଣ କରିଥିଲା। ଏହା ପଢିବା ଅଜବ ଲାଗୁଥାଇପାରେ, କିନ୍ତୁ ଏହା ପଛର କାରଣ ହେଉଛି ଆନ୍ତର୍ଜାତୀୟ ତାରିଖ ରେଖା। ବାସ୍ତବରେ, ଆନ୍ତର୍ଜାତୀୟ ତାରିଖ ରେଖା ହେଉଛି ଏକ କଳ୍ପନା…

Read More

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିରେ ବିରାଟ କୋହଲିଙ୍କ ଖରାପ ଫର୍ମ ତାଙ୍କ ଟେଷ୍ଟ କ୍ୟାରିୟରରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋଟିଏ ପଟେ ରୋହିତ ଶର୍ମା ଅଧିନାୟକ ହୋଇଥିଲେ ହେଁ ସିଡନୀ ଟେଷ୍ଟରୁ ବାହାରେ ବସିବାକୁ ନିଷ୍ପତ୍ତି ନେଇଥିଲେ। ଅଫ୍ ଷ୍ଟମ୍ପ୍ ବଲ୍ କ୍ରମାଗତ ଭାବରେ ବିରାଟ କୋହଲିଙ୍କୁ ସମଗ୍ର ସିରିଜରେ ଅସୁବିଧାରେ ପକାଉଥିଲା ଏବଂ ସେ ସିଡନୀ ଟେଷ୍ଟରେ ମଧ୍ୟ ସମାନ ଢଙ୍ଗରେ ଆଉଟ୍ ହୋଇଥିଲେ। ବର୍ତ୍ତମାନ ଏକ ନୂତନ ରିପୋର୍ଟରୁ ଜଣାପଡିଛି ଯେ, କୋହଲି ଏପର୍ଯ୍ୟନ୍ତ ଅବସର ନେବାକୁ କୌଣସି ମୁଡରେ ନାହାଁନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୋହଲି ଏପର୍ଯ୍ୟନ୍ତ ଅବସର ନେବାକୁ କୌଣସି ମୁଡରେ ନାହାଁନ୍ତି ଏବଂ ୨୦୨୭ ODI କ୍ରିକେଟ୍ ବିଶ୍ୱକପ୍ ପର୍ଯ୍ୟନ୍ତ ଖେଳିବାକୁ ଚାହୁଁଛନ୍ତି। ଭାରତୀୟ ଦଳର ପୂର୍ବତନ ଚୟନକର୍ତ୍ତା କହିଛନ୍ତି ଯେ, ଜୁନ୍ ୨୦୨୫ ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବିରାଟଙ୍କ ସମ୍ଭାବ୍ୟ ସ୍ଥାନ ବିପଦରେ ଥିବା ଜଣାପଡିଛି। ଏହି ପୂର୍ବତନ ଚୟନକର୍ତ୍ତା ପୂର୍ବାନୁମାନ…

Read More