Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିତରକନିକାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ସ୍କାଏ ୱାକ୍‌
ଆଜିର ଖବର

ଭିତରକନିକାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ସ୍କାଏ ୱାକ୍‌

January 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କେନ୍ଦ୍ରାପଡା ଜିଲାର ଭିତରକନିକା ଜାତୀୟ ଉଦ୍ୟାନ ପରିସରରେ ପର୍ଯ୍ୟଟକମାନଙ୍କୁ ଅଧିକ ସଂଖ୍ୟାରେ ଆକର୍ଷିିତ କରିବା ପାଇଁ ଅନେକ ପଦକ୍ଷେପ ରାଜନଗର ବନ୍ୟପ୍ରାଣି ଡିଭିଜନ ପକ୍ଷରୁ ଗ୍ରହଣ କରାଯାଇଛି। ଏବେ ନିକଟରେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଏକ ଆଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ସ୍କାଏ ୱାକ୍ ବା ଭାସମାନ ଚାଲିବା ପଥ। ଏହା ଭିତରକନିକା ଜାତୀୟ ଉଦ୍ୟାନ ବୁଲିବାକୁ ଆସୁଥିବା ଆଗନ୍ତୁକ ପର୍ଯ୍ୟଟକ ମାନଙ୍କ ପାଇଁ ଭିନ୍ନସ୍ୱାଦର ସୁଖଦ ଅନୁଭୁତି ଆଣିଦେବ ବୋଲି ଆଶାପ୍ରକାଶ କରାଯାଇଛି।

ଏହି ସ୍କାଏୱାକ୍ ପଥଟି ନିର୍ମାଣ ପାଇଁ ଭିତରକନିକାରେ ମିଳୁଥିବା ହେନ୍ତାଳ ଗଛର କାଠ ବ୍ୟବାହର କରାଯାଇଛି। ଏହାର ନିର୍ମାଣ ଶୈଳୀ ବେଶ ଚମତ୍କାର ଢଂଗରେ କରାଯାଇଛି। ଏହା ସଂପୁର୍ଣ ପରିବେଶ ଅନୁକୁଳ। ଭିତରକନିକାରେ ବସବାସ କରୁଥିବା ବିଭିନ୍ନ ସ୍ତନ୍ୟପାୟୀ ପ୍ରାଣି,ହରିଣ,କୁମ୍ଭୀର ତଥା ଅନ୍ୟ ଜଂଗଲି ପ୍ରାଣିକୁ ଏହି ପଥ ଉପରୁ ସୁନ୍ଦର ଭାବେ ଅବଲୋକନ କରାଯାଇପାରିବ। ପ୍ରାକୃତିକ ବଣଜଂଗଲରେ ପରିପୂର୍ଣ୍ଣ ଭିତରକନିକାରେ ବିଭିନ୍ନ ବନ୍ୟଜନ୍ତୁକୁ ଦେଖିବା ପର୍ଯ୍ୟଟକମାନଙ୍କ ପାଇଁ ସଂଭବ ହେଉନଥିଲା। ହେନ୍ତାଳବଣ ଭିତରେ କି ଜନ୍ତୁ ରହିଛନ୍ତି ସେମାନଙ୍କ କ୍ରିୟାକଳାପ ଚାଲିଛି ତାହା ଦେଖିବା ସଂଭବ ପର ହୋଇ ପାରୁ ନଥିଲା।

ତେବେ ଏହି ପ୍ରକଳ୍ପ ଦ୍ୱରା ଭିତରକନିକା ଜଂଗଲର ସୌନ୍ଦର୍ଯ୍ୟ ଅବଲୋକନ କରାଯାଇପାରିବା ସହ ବନ୍ୟଜନ୍ତୁଙ୍କ କ୍ରିୟାକଳାପ ଦେଖାଯାଇପାରିବ। ପୂର୍ବରୁ କେବଳ ପ୍ରକାୃତିକ ପଥ ବା ନେଚର ଟ୍ରେଲ ରହିଥିଲା ଯାହାଦ୍ୱରା ତାହାମଧ୍ୟରେ ଚାଲି ଚାଲି ପର୍ଯ୍ୟଟକ ମାନେ ପରିଭ୍ରମଣ କରୁଥିଲେ। ଏବେ ଭୁମିଠାରୁ ଯଥେଷ୍ଟ ଉଚରେ ପର୍ଯ୍ୟଟକ ମାନେ ଚାଲିଚାଲି ଭିନ୍ନ ଅନୁଭୁତି ଗ୍ରହଣ କରିବା ଭଳି ପ୍ରଣାଳୀ ଏହି ପ୍ରକଳ୍ପ ମାଧ୍ୟମରେ ବିକଶିତ ହୋଇଛି। ଏହି କାଠ ନିର୍ମିତ ସ୍କାଏ ୱାକ୍ ପ୍ରକଳ୍ପଟି ଏବେ ପରୀକ୍ଷାମୁଳକ ଭାବେ କାର୍ଯ୍ୟାରମ୍ଭ କରିଛି। ଏହାର ଲମ୍ବ ହେଉଛି ୬୭୦ ମିଟର,ଓସାର ହେଉଛି ସାଢେ ତିନିଫୁଟ। ଭୁମିଠାରୁ ହେନ୍ତାଳବଣ ଉଚରେ ଏହି ପ୍ରକଳ୍ପଟି ନିର୍ମାଣ କରାଯାଇଛି। ଏକ କାଳୀନ ୨୦ ପର୍ଯ୍ୟଟକ ମାନଙ୍କୁ ଏହି ପ୍ରକଳ୍ପ ମାଧ୍ୟମରେ ପ୍ରବେଶ କରିବାର ଅନୁମତି ଦିଆଯାଉଛି।

ତେବେ ପ୍ରବେଶ ଦେୟ ମାତ୍ର ୫ ଟଙ୍କା ରଖାଯାଇଥିବା ଉଲେଖ ଥିଲେ ମଧ୍ୟ ପର୍ଯ୍ୟଟକମାନଙ୍କ ଠାରୁ କୌଣସି ଦେୟ ଗ୍ରହଣ କରାଯାଉନାହିଁ। ଭବିଷ୍ୟତରେ ଉଚକର୍ତୁପକ୍ଷଙ୍କ ସହ ଆଲୋଚନା କରାଯାଇ ଏହାଦର ବୃଦ୍ଧି କରାଯିବ ତଥା ସେଥିରୁ ସଂଗୃହୀତ ଅର୍ଥରେ ପ୍ରକଳ୍ପର ରକ୍ଷଣାବେକ୍ଷଣ କରାଯିବ। ରାଜନଗର ବନ୍ୟପ୍ରାଣିିିିିିିିିିିିିିିିିିି ଡିଭିଜନର ଡିଏଫଓ କେ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିି।

ଭିତରକନିକା
Share. Facebook Twitter LinkedIn Email WhatsApp Copy Link

Related Posts

ସୁନାର ଚମକ କମିଛି ନା ବଢିଛି?: ଜାଣନ୍ତୁ ଆଜିର ରୂପା ମୂଲ୍ୟ

June 2, 2026

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026
Latest News

ସୁନାର ଚମକ କମିଛି ନା ବଢିଛି?: ଜାଣନ୍ତୁ ଆଜିର ରୂପା ମୂଲ୍ୟ

June 2, 2026

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.