Author: SM Network

ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡ ଭାରତକୁ ଦେଇଥିବା ମୋଷ୍ଟ ଫେଭରଡ୍ ନେସନ୍ (MFN) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଭାରତୀୟ କମ୍ପାନୀଗୁଡିକ ଜାନୁଆରୀ 1, 2025 ରୁ ସ୍ୱିଜରଲ୍ୟାଣ୍ଡରେ ଆୟ ଉପରେ ଅଧିକ ଟିକସ ହ୍ରାସର ସମ୍ମୁଖୀନ ହେବାକୁ ପଡିବ। MFN ସ୍ଥିତିର ପ୍ରତ୍ୟାହାର ଅର୍ଥ ହେଉଛି ଯେ, ଜାନୁୟାରୀ 1, 2025 ରୁ ସ୍ୱିଜରଲ୍ୟାଣ୍ଡ ସେହି ଦେଶରେ ଭାରତୀୟ ସଂସ୍ଥା ଦ୍ୱାରା ଅର୍ଜନ ହୋଇଥିବା ଡିଭିଡେଣ୍ଡ ଉପରେ 10 ପ୍ରତିଶତ ଟିକସ ଲାଗୁ କରିବ। ଏହି ନିଷ୍ପତ୍ତି ପରେ ସ୍ୱିଜରଲ୍ୟାଣ୍ଡରେ କାର୍ଯ୍ୟ କରୁଥିବା ଭାରତୀୟ କମ୍ପାନୀ ଉପରେ ଅଧିକ ଟିକସ ଲାଗୁ ହେବାର ସମ୍ଭାବନା ରହିଛି ଏବଂ ଭାରତରେ ସ୍ୱିଜରଲ୍ୟାଣ୍ଡର ପୁଞ୍ଜି ବିନିଯୋଗ ପ୍ରଭାବିତ ହେବ। ସ୍ୱିଜରଲ୍ୟାଣ୍ଡର ଅର୍ଥ ବିଭାଗ ଏକ ବିବୃତ୍ତିରେ MFN ସ୍ଥିତି ପ୍ରତ୍ୟାହାର ସମ୍ପର୍କରେ ସୂଚନା ଦେଇଛି।

Read More

ଭୁବନେଶ୍ଵର: ନୂତନ ଶିକ୍ଷାନୀତି-୨୦୨୦ ଏବଂ ଗୋଟିଏ ଦେଶ-ଗୋଟିଏ ଷ୍ଟୁଡେଣ୍ଟ ଆଇଡି ଯୋଜନା ଅଧୀନରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପିଲାଙ୍କ ସମସ୍ତ ତଥ୍ୟ ଗୋଟିଏ ନମ୍ବର ମାଧ୍ୟମରେ ପଞ୍ଜିକରଣ କରିବା ପାଇଁ ଆରମ୍ଭ କରିଛନ୍ତି ଆପାର କାର୍ଯ୍ୟକ୍ରମ। ଏଥିରେ ପ୍ରି-ପ୍ରାଇମେରୀରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ତଥ୍ୟ ଆପାର ମାଧ୍ୟମରେ ପଞ୍ଜିକରଣ କରାଯାଉଛି। ଏହି କ୍ରମରେ ନୟାଗଡ଼ରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆପାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ସ୍ୱତନ୍ତ୍ର ଆପାର ଶିବିର ଆୟୋଜନ କରାଯାଇ ପିଲାଙ୍କ ସମସ୍ତ ତଥ୍ୟ ପଞ୍ଜିକରଣ କରାଯାଉଛି। ଜିଲ୍ଲା ପ୍ରୋଗ୍ରାମର ସୁଦର୍ଶନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ ଶିକ୍ଷାଧିକାରୀ, ପ୍ରୋଗ୍ରାମର,ସିଆରସିସି ଏବଂ ଶିକ୍ଷକ ମାନେ ସହଯୋଗ କରୁଛନ୍ତି।  ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୮ ପ୍ରତିଶତ ପିଲାଙ୍କ ଆପାର ପଞ୍ଜିକରଣ କରାଯାଇଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ଏହି…

Read More

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ପ୍ରାଣୀ ଚିକିତ୍ସା ଇତିହାସରେ ପ୍ରଥମ ଘଟଣା, ଦୁର୍ଘଟଣା ରେ ଆହତ ହୋଇଥିବା ଏକ ବିଷାକ୍ତ ନାଗ ସାପ ଖଡିଆଳ ପ୍ରାଣୀ ଚିକିତ୍ସାଳୟ ରେ ଅସ୍ତ୍ରୋପଚାର। ଖଡିଆଳ ଲାଲ ସାହେବ୍ ପଡ଼ା ଠାରେ ଏହି ବିଷାକ୍ତ ନାଗ ସାପ ସଡ଼କ ଅତିକ୍ରମ କରୁଥିବା ବେଳେ ଏକ ଜେସିପି ଭାରି ଗାଡ଼ି ମାଡ଼ି ଯାଇଥିଲା। ଫଳରେ ବହୁ ପୁରୁଣା ନାଗ ସାପ ଦୁର୍ଘଟଣା ର ଶିକାର ହୋଇଥିଲା। ନାଗ ସାପ ଆସି ସାମ୍ବାଦିକ ତପନ ଦାଶ ଙ୍କ ଘର ସମ୍ମୁଖ ରେ ପଡ଼ିଥିବା ବେଳେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖାଡ଼ିଆଳ ପ୍ରାଣୀ ଚିକିତ୍ସା କେନ୍ଦ୍ର କୁ ନେଇଥିଲେ। ଘଟଣା ସ୍ଥଳ କୁ ପ୍ରାଣୀ ଚିକିତ୍ସା ବିଭାଗ ରୁ ଲକ୍ଷ୍ମୀକାନ୍ତ ଭୋଇ ଆସି ଉଦ୍ଧାର କରିଥିଲେ। ଖଡିଆଳ ପ୍ରାଣୀ ଚିକିତ୍ସା ଅଧିକାରୀ ସଂଗ୍ରାମ କେଶରୀ ବେହେରା ଆସି ତୁରନ୍ତ ନାଗ ସାପ କୁ ଚିକିତ୍ସା ଆରମ୍ଭ କରିଥିଲେ। ପ୍ରାଣୀ…

Read More

ଭୁବନେଶ୍ୱର: ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସଙ୍ଗଠନ ‘ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକାସ୍’ (ଓସା) ପକ୍ଷରୁ ଡିସେମ୍ବର ୧୫ ତାରିଖ, ରବିବାର ଦିନ ଭୁବନେଶ୍ୱରରେ ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି। ଭଞ୍ଜକଳା ମଣ୍ଡପଠାରେ ସକାଳ ୧୦ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ। ଦିନେ ସବୁ ବୟସ ଓ ବର୍ଗର ଲୋକଙ୍କ ପାଇଁ ପାଠାଗାର ଥିଲା ଜ୍ଞାନ ଆହରଣର ଏକ ପ୍ରମୁଖ ମାଧ୍ୟମ। କିନ୍ତୁ ଆଜିର ଡିଜିଟାଲ ଏବଂ ମୋବାଇଲ ଦୁନିଆ ସହ ତାଳ ଦେଇ ପାଠାଗାର ରୂପାନ୍ତରିତ ହୋଇପାରିନାହିଁ। ତେଣୁ ଆଧୁନିକ ପାଠାଗାରର ପରିଭାଷା ଏବଂ ଭିତ୍ତିଭୂମିକୁ ସମସାମୟିକ କରିବା ସହ ବିଶେଷକରି ଗ୍ରାମୀଣ କ୍ଷେତ୍ରରେ ଏହା କିପରି ଛାତ୍ରଛାତ୍ରୀ, ନିଯୁକ୍ତି ଆଶାୟୀ ଯୁବପିଢ଼ି, ମହିଳା ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଉପଯୋଗୀ ହୋଇପାରିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାର ସମୟ ଆସିଛି। ଏ ବିଷୟକୁ ଆଧାରକରି ଓଡ଼ିଶାର ପ୍ରତ୍ୟେକ…

Read More

ମୁମ୍ବାଇ / ଭୁବନେଶ୍ୱର: ଭାରତର ସର୍ବବୃହତ ଖୁଚୁରା ରିଟେଲର ରିଲାଏନ୍ସ ରିଟେଲ ଲିମିଟେଡ ସ୍ୱଦେଶୀ ରୂପରେ ବିକଶିତ ଛଅଟି ହୋମ ଥିଏଟର ଏଲଇଡି ଟିଭି ସମ୍ଭାରର ଶୁଭାରମ୍ଭ କରିଛି। ଏଗୁଡିକ ଅଡିଓ ଉପକରଣ ତିଆରି କରିବାରେ ପ୍ରସିଦ୍ଧି ଲାଭ କରିଥିବା କମ୍ପାନୀ ହରମନ (HARMAN) ସହିତ ସହଭାଗିତାରେ ନିର୍ମିତ ହୋଇଛି  ବିପିଏଲ୍ ବ୍ରାଣ୍ଡ ଅଧୀନରେ ଶୁଭାରମ୍ଭ ହୋଇଥିବା ଏହି ଟିଭିଗୁଡିକ କିଛି ଏପରି ଭାବରେ ଡିଜାଇନ୍ ହୋଇଛି ଯେ ଗ୍ରାହକମାନେ ଉତ୍କୃଷ୍ଟ ଧ୍ୱନି ଏବଂ ଅସାଧାରଣ ପିକଚର କ୍ୱାଲିଟି ସହିତ ସିନେମା ଦେଖିବା ପରି ଅଭିଜ୍ଞତା ପାଇପାରିବେ। କମ୍ପାନୀ ଅନୁଯାୟୀ, ବଜାରରେ ଉଚ୍ଚ-ଗୁଣାତ୍ମକ ଏବଂ ହାଇ-ଡେଫିନେସନ ଡିଜିଟାଲ୍ ବିଷୟବସ୍ତୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଏହା ସହ ତାଳ ଦେଇ ଗ୍ରାହକମାନେ ଏଭଳି ଟିଭି ଖୋଜୁଛନ୍ତି ଯାହା ଉତ୍କୃଷ୍ଟ ଅଡିଓ ଆଉଟପୁଟ୍ ଏବଂ ଇମର୍ସିଭ୍ ପିକ୍ଚର କ୍ୱାଲିଟିର ମନୋରଞ୍ଜନ ପ୍ରଦାନ କରିପାରିବ। ଏଥିପାଇଁ ରିଲାଏନ୍ସ ରିଟେଲର ଅଡିଓ-ଇଏଫଏକ୍ସ ଟ୍ୟୁନିଂ ସଫ୍ଟୱେୟାର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓ ଆସନ୍ତାକାଲି ନୂଆଦିଲ୍ଲୀରେ ଦେଶର ମୁଖ୍ୟ ସଚିବମାନଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଲାଗି ଏହି ସମ୍ମିଳନୀ କାମ ଦେବ ବୋଲି କୁହାଯାଇଛି। ସଂଘୀୟ ବ୍ୟବସ୍ଥାକୁ ମଜଭୂତ କରିବା ଲାଗି ଏହା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ବୋଲି ବିବେଚନା କରାଯାଏ। ଗତ ତିନି ବର୍ଷ ଧରି ଏହି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଆସୁଛି। ଧର୍ମଶାଳାରେ ଜୁନ ୨୦୨୨ରେ ପ୍ରଥମକରି ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ପରେ ଜାନୁୟାରୀ ୨୦୨୩ ଓ ଡିସେମ୍ବର ୨୦୨୩ରେ ନୂଆଦିଲ୍ଲୀରେ ଏହା ଅନୁଷ୍ଠିତ ହୋଇଥିଲା। ୧୩ ଡିସେମ୍ବରରୁ ୧୫ ଡିସେମ୍ବର ଯାଏ ଆୟୋଜିତ ହେଉଥିବା ଏହି ତିନି ଦିନିଆ ସମ୍ମିଳନୀ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକକ ବିକାଶ ଏଜେଣ୍ଡା ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କୁହାଯାଇଛି। ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ଉଦ୍ୟୋଗିତା ବିକାଶ, ଦକ୍ଷତା ବୃଦ୍ଧି…

Read More

ନୂଆଦିଲ୍ଲୀ: ତୃତୀୟ ଭାରତ- ବ୍ରିଟେନ ଫାଇନାନ୍ସିଆଲ ମାର୍କେଟସ ଡାଏଲଗ (ଏଫଏମଡି) ୧୨ ତାରିଖରେ ଅନୁଷ୍ଠିତ ହୋଇଥିଲା ଭାରତୀୟ ଅର୍ଥ ମନ୍ତ୍ରଣାଳୟ ଏବଂ ଏଚ୍ ଏମ୍ ଟ୍ରେଜେରିର ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ ବିଆଇ), ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି), ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର କର୍ତ୍ତୃପକ୍ଷ (ଆଇଏଫ୍ଏସସିଏ), ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ), ପେନସନ୍ ପାଣ୍ଠି ନିୟାମକ ଓ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ବ୍ୟାଙ୍କ ଅଫ୍ ଇଂଲଣ୍ଡ (ବିଓଇ) ଏବଂ ଆର୍ଥିକ ଆଚରଣ ପ୍ରାଧିକରଣ (ଏଫସିଏ) ସମେତ ଭାରତୀୟ ଏବଂ ବ୍ରିଟେନ୍ ନିୟାମକ ଏଜେନ୍ସିମାନେ ଅଂଶଗ୍ରହଣ କରିଥିଲେ =। ଏପ୍ରିଲ ୨୦୨୩ରେ ଶେଷ ବୈଠକ ପରଠାରୁ ହୋଇଥିବା ବିକାଶ ଉପରେ ପ୍ରତିଫଳନ ସହିତ ଏହି ଆଲୋଚନା ଆରମ୍ଭ ହୋଇଥିଲା, ଯେଉଁଥିରେ ଆର୍ଥିକ କ୍ଷେତ୍ରର ଦୃଷ୍ଟିକୋଣ ଏବଂ ରଣନୀତି ଜାରି କରିବା ପାଇଁ ଭାରତର ଉଦ୍ଦେଶ୍ୟ ଦ୍ୱାରା ଉପସ୍ଥାପିତ ସୁଯୋଗ…

Read More

ଭୁବନେଶ୍ୱର: ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ବା Young Astronomers Talent Search (ୟ୍ୟାଟ୍‌ସ)ର ୧୮ତମ ଗ୍ରାଣ୍ଡ ଫିନାଲେ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପସ୍ଥିତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ୧୮୩୫ ମସିହାରେ ନୟାଗଡ ଖଣ୍ଡପଡାର ପଠାଣି ସାମନ୍ତ ଦୁଇ ଖଣ୍ଡ ବାଉଁଶ ନଳୀରେ ମହାକାଶ ରେ ଗ୍ରହ ନକ୍ଷତ୍ରର ଗତିବିଧିକୁ ଲକ୍ଷ୍ୟ କରି ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ନିର୍ଦ୍ଧାରଣ କରି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ। ସେହିଭଳି ଜ୍ୟୋତିର୍ବିଜ୍ଞାନର ଜନକ ଆର୍ଯ୍ୟଭଟ୍ଟ ପ୍ରଥମେ ନିର୍ଣ୍ଣୟ କରିଥିଲେ ପୃଥିବୀ ନିଜ ଅକ୍ଷ ଚାରିପଟେ ଆବର୍ତ୍ତନ କରୁଛି। ବ୍ରହ୍ମଗୁପ୍ତଙ୍କ ଗଣିତ, ବରାହମିହିରଙ୍କ ବୃହତ ସଂହିତା, ଭାସ୍କରଙ୍କ ସିଦ୍ଧାନ୍ତ ଶିରୋମଣୀ, ଭାରତ ଜ୍ୟୋତିର୍ବିଜ୍ଞାନକୁ…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ପ୍ରାୟ ୫୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସଙ୍ଗମର ପବିତ୍ର ଭୂମିକୁ ପ୍ରଣାମ କରିଥିଲେ ଓ ମହାକୁମ୍ଭକୁ ଆସୁଥିବା ସାଧୁସନ୍ୟାସୀଙ୍କ ପ୍ରତି ନିଜର ସମ୍ମାନ ପ୍ରକଟ କରିଥିଲେ । ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ମହାକୁମ୍ଭକୁ ସଫଳ କରିଥିବା ଶ୍ରମିକ, ସଫାଇ କର୍ମଚାରୀମାନଙ୍କୁ ମଧ୍ୟ ଶ୍ରୀ ମୋଦୀ ନିଜର କୃତଜ୍ଞତା ଜଣାଇଥିଲେ । ମହାକୁମ୍ଭର ବୃହତ୍ ଆୟୋଜନ ଓ ବିଶାଳ ଆକାର କଥା ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ବିଶ୍ବର ଅନ୍ୟତମ ବୃହତ୍ ଜନସମାଗମ । ୪୫ ଦିନ ପାଇଁ ଆୟୋଜନ ହେଉଥିବା ଏହି ମହାଯଜ୍ଞକୁ ପ୍ରତିଦନ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ବାଗତ କରାଯାଇଥାଏ ଓ ଏଥିପାଇଁ ଏକ ସମ୍ପୂର୍ଣ୍ଣ ନୂଆ ସହର ଛିଡ଼ା କରିଦିଆଯାଏ । “ପ୍ରୟାଗରାଜର ଭୂମିରେ ଏକ ନୂଆ…

Read More

ରଣପୁର: ପ୍ରତିଟି କ୍ଷେତ୍ରରେ ସ୍ୱଦେଶୀକୁ ଗୁରୁତ୍ବ ଦେଲେ ଗାଁ ସମେତ ରାଜ୍ୟ ଓ ଦେଶର ବିକାଶ ସମ୍ଭବ ବୋଲି ନୟାଗଡ଼ ଜିଲା ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୪ର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ରଘୁବର ଦାସ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି। ମହୋତ୍ସବ ତଥା ମେଳା ଗାଁର ଭାଇମାନଙ୍କ ମଧ୍ୟରେ ଭାଇଚାରା ଭାବ ସୃଷ୍ଟି କରିଥାଏ। ମହୋତ୍ସବକୁ ଗାଁ ଗହଳିର ଭାଇ ଭଉଣୀ ମାନେ ବିଭିନ୍ନ ସାମଗ୍ରୀ ଆଣି ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବିଦେଶୀ ସାମଗ୍ରୀ ବ୍ୟବହାର କଲେ ଅର୍ଥ ଅଞ୍ଚଳକୁ ଯାଇ ସେଠାକାର ବିକାଶ ହୋଇଥାଏ। ତେଣୁ ସଦାସର୍ବଦା ସ୍ଵଦେଶୀ ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ କହିଥିଲେ। ମହୋତ୍ସବ କମିଟିର ସଭାପତି ଚିତ୍ତରଞ୍ଜନ ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ମନୋଜ୍ଞ ସମାରୋହରେ ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ,ରାଜ୍ୟ ପଞ୍ଚାୟତରାଜ,ପାନୀୟଜଳ ଓ ଗ୍ରାମ୍ୟଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ…

Read More

ମେଷ- ସାଥୀ ସହିତ ମତ ପାର୍ଥକ୍ୟ ସମାପ୍ତ ହେବ। ଚାକିରିରେ ଆପଣ ଅଧିକାରୀଙ୍କ ସମର୍ଥନ ଏବଂ ବିଶ୍ୱାସ ପାଇବେ। ପରିବାର କାର୍ଯ୍ୟରେ ବ୍ୟସ୍ତ ରହିବେ। ଆକସ୍ମିକ ଖର୍ଚ୍ଚ ଚାପ ସୃଷ୍ଟି କରିବ। ଆପେକ୍ଷିକ କାର୍ଯ୍ୟଗୁଡ଼ିକ ବିଳମ୍ବ ହେବ। ଚତୁରତାର ସହିତ କାର୍ଯ୍ୟ କରନ୍ତୁ। ପାରିବାରିକ ପରିଦର୍ଶନ ସହିତ ସ୍ଥାନୀୟ ତୀର୍ଥଯାତ୍ରା କରାଯିବ। ବୃଷ- ନୂଆ ଦାୟିତ୍ବ ଗ୍ରହଣ କରାଯିବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ମିଳିବ। ଶତ୍ରୁଙ୍କୁ ଭୟ ରହିବ । ବ୍ୟବସାୟ ପାଇଁ ଅଂଶୀଦାର ହେବା ଭଲ ହେବ। କାର୍ଯ୍ୟ ଆଚରଣ, ସଚ୍ଚୋଟତା ଚାକିରିରେ ପ୍ରଶଂସିତ ହେବେ। ଆପ୍ରାଣ ଚେଷ୍ଟା କରିବା କାର୍ଯ୍ୟ ଭବିଷ୍ୟତରେ ସାହାଯ୍ୟ କରିବ। ଚିନ୍ତିତ ହେବେ। ଶତ୍ରୁମାନେ ପରାସ୍ତ ହେବେ। ମିଥୁନ- ବ୍ୟବସାୟ ନୂତନ ଚୁକ୍ତି ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଆଜି ଆପଣ ସମ୍ମାନ ପାଇବେ । ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ। ମହିଳାମାନଙ୍କର ଯନ୍ତ୍ରଣା ହୋଇପାରେ। ମତଭେଦରୁ ଦୂରେଇ ରୁହନ୍ତୁ। କାର୍ଯ୍ୟରେ ସଫଳତା,…

Read More

ନୂଆଦିଲ୍ଲୀ: ନାରୀଶକ୍ତି ହେଉଛି ଶକ୍ତି, ନମ୍ରତା ଏବଂ ଆଶାର ପ୍ରତୀକ। ଭାରତୀୟ ସଭ୍ୟତାରେ ମହିଳାମାନଙ୍କୁ ସମ୍ମାନ ଦେବା ଓ ସେମାନଙ୍କ ସହ ଉତ୍ତମ ବ୍ୟବହାର କରିବାର ଅନ୍ତର୍ନିହିତ ମୂଲ୍ୟବୋଧ ରହିଛି ବୋଲି ଶୁକ୍ରବାର ନୂଆଦିଲ୍ଲୀରେ ୟୁଜିସି ଦ୍ୱାରା ଆୟୋଜିତ ମହିଳା ନେତ୍ରୀମାନଙ୍କ ପାଇଁ ଦିନିକିଆ କର୍ମଶାଳାକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କର୍ମଶାଳାର ବିଷୟବସ୍ତୁ ରହିଥିଲା ‘ମହିଳା ନେତୃତ୍ୱ: ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ଏକାଡେମିକ ଉତ୍କର୍ଷତା’। ଏହି ଅବସରରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତିର ପରିକଳ୍ପନା, ଶିକ୍ଷାର ପ୍ରତ୍ୟେକ ସ୍ତରରେ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱରୋପ କରିଥିଲେ । ମହିଳାମାନେ କିପରି ଉଚ୍ଚଶିକ୍ଷାରେ ଆଗକୁ ବଢୁଛନ୍ତି ଏବଂ ସେମାନଙ୍କ ନେତୃତ୍ୱକୁ ଆଗକୁ ନେବା ପାଇଁ ପ୍ରେରିତ କରିବା ଦିଗରେ ଏହି କର୍ମଶାଳା ଏକ ମାଧ୍ୟମ ହେବ ବୋଲି ସେ କହିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଉଭା ହେଉଥିବା ନୂତନ ବିଶ୍ୱ ବ୍ୟବସ୍ଥା ଜ୍ଞାନ ଦ୍ୱାରା ପରିଚାଳିତ ହେବ । ବର୍ତ୍ତମାନ ସମୟରେ ମହିଳାମାନେ ଅନେକ ବାଧାବିଘ୍ନକୁ ସାମ୍ନା କରି…

Read More

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ନିଯୁକ୍ତି ମେଳାରେ ୩୭୬ ଜଣ ନିଯୁକ୍ତି ପାଇଛନ୍ତି। ଏଥିରେ ସ୍ବାସ୍ଥ୍ୟ ବିଭାଗର ୮୫ ଜଣ ହୋମିଓପାଥିକ ଚିକିତ୍ସକ ଓ ୨୩୯ ଜଣ ରେଡିଓଗ୍ରାଫର ଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗର ୫୨ ଜଣ ଅଧ୍ୟାପକ ଅଛନ୍ତି। ଏହି ଅବସରରେ ଲୋକସେବା ଭବନ ସ୍ଥିତ କନ୍‌ଭେନ୍‌ସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବ ନିଯୁକ୍ତ ଡାକ୍ତର, ଅଧ୍ୟାପକ ଓ ରେଡିଓଗ୍ରାଫର ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବୃତ୍ତିଗତ ଦକ୍ଷତା ଓ ସେବା ମନୋବୃତ୍ତି ନେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି। ସରକାରୀ ଚାକିରିକୁ ଅର୍ଥ ଉପାର୍ଜନ ସର୍ବସ୍ବ ନକରି ନିଜ ନିଜର କର୍ତ୍ତବ୍ୟ ପ୍ରତି ଅନୁରକ୍ତ ରହିବାକୁ ଓ ଦୁର୍ନୀତିକୁ ପ୍ରଶୟ ନଦେବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଓଡିଶା ଯେତେ ପାରଦର୍ଶୀତା ହାସଲ କରିବା କଥା, କରିପାରି ନାହିଁ। ଆମେ…

Read More

ନୂଆଦିଲ୍ଲୀ: ମହାକୁମ୍ଭ – ମାନେ ପୃଥିବୀରେ ଆସ୍ଥାର ସବୁଠୁ ବଡ଼ ସଙ୍ଗମକୁ ସଫଳ ରୂପାନ୍ତର କରିବା ଏବଂ ତୀର୍ଥଯାତ୍ରୀ ମାନଙ୍କୁ ସେବା ପ୍ରଦାନ କରିବା ଭାରତୀୟ ରେଳର ପୁରୁଣା ପରମ୍ପରା ଅଟେ ଏହି ପରମ୍ପରାକୁ ପୁଣି ଥରେ ଚରିତାର୍ଥ କରିବାକୁ ନିଜର ହଜାର ହଜାର କର୍ମଚାରୀମାନଙ୍କ ସହ ଭାରତୀୟ ରେଳ ଜଡିତ ଅଛି। ଭାରତୀୟ ରେଳ 2 ବର୍ଷରେ 5000 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି କୁମ୍ବ ପାଇଁ ପ୍ରସ୍ତୁତିକୁ ମଜବୁତ କରିବାକୁ ଚେଷ୍ଟା କରିଛି। ପ୍ଲାଟଫର୍ମ ଏବଂ ଅନେକ ନୂତନ ନିର୍ମାଣ: ମହାକୁମ୍ଭ ସମୟରେ ଜିଲ୍ଲାର ସମସ୍ତ ଷ୍ଟେସନରେ (ପ୍ରୟାଗରାଜ ଜଙ୍କସନ, ସୁବେଦIରଗଞ୍ଜ, ନୈନି, ପ୍ରୟାଗରାଜ ଚିଭ୍କି, ପ୍ରୟାଗ ଜଙ୍କସନ, ଫାଫାମାଉ, ପ୍ରୟାଗରାଜ ରାମବାଗ, ପ୍ରୟାଗରାଜ ସଙ୍ଗମ ଏବଂ ଜୁସି) ବହୁ ସଂଖ୍ୟାରେ ଯାତ୍ରୀ ରହିବେ। ଏହାକୁ ପରିଚାଳନା କରିବା ପାଇଁ ଷ୍ଟେସନରେ ନୂତନ ପ୍ଲାଟଫର୍ମ ସ୍ଥାପନ କରାଯାଉଛି ଏବଂ ପ୍ରୟାଗ ମାର୍ଗରେ ନୂତନ ରେଳ ଲାଇନ ମଧ୍ୟ…

Read More

ନୂଆଦିଲ୍ଲୀ: ଥ୍ରୀ ଡି ଇଣ୍ଟ୍ରିଗ୍ରେଟେଡ୍ ସଲ୍ୟୁସନସ ଲିମିଟେଡ୍ ( ଥ୍ରୀ ଡିସ୍ ) ଓ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଗବେଷଣାର ଏକ ଅଗ୍ରଣୀ ଅନୁଷ୍ଠାନ ସୋସାଇଟି ଫର୍ ଆପ୍ଲାଏଡ୍ ମାଇକ୍ରୋଓ୍ୱେଭ ଇଲେକଟ୍ରୋନିକ୍ସ ଇଂଜିନିୟରିଂଓ ରିସର୍ଚ୍ଚ ( SAMEER ) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଛି। ଭାରତୀୟ ବଜାରରେ ଲଗାତର ଭାବେ ସାମରିକ ଓ ବେସାମରିକ ବିମାନ ବନ୍ଦର ପରିଚାଳନା, ଯୋଗାଯୋଗ ବ୍ୟବସ୍ଥା ଓ ସୁରକ୍ଷା ସଂପର୍କିତ ଉପକରଣର ଚାହିଦା ବଢୁଥିବା ବେଳେ ଏହି ଚ୍ୟାଲେଞ୍ଜର  ମୁକାବିଲା କରିବାକୁ କରାଯାଇଛି ଏହି ରଣନୀତିକ ଭାଗିଦାରୀ। ଆତ୍ମନିର୍ଭର ଭାରତର ଲକ୍ଷ୍ୟ ନେଇ ଏହା କାମ କରିବ। ଏଥିପାଇଁ ଆଜି ଥ୍ରୀ ଡିସ୍ ଓ ସମୀର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଥ୍ରୀ ଡିସ୍ ତରଫରୁ ଏହି ସଂସ୍ଥାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ନନ୍ଦି ଭାଟିଆ ଏବଂ ସମୀର ତରଫରୁ ଏହାର ମହାନିର୍ଦ୍ଦେଶକ…

Read More

ଚ଼ିଲିକା: ଆଜି ଅପରାହ୍ନରେ ଚ଼ିଲିକା ବ୍ଲକ ସଭାଗୃହରେ ପଞ୍ଚାୟତ ସମିତି ପଞ୍ଚମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଚ଼ିଲିକା ବିଧାୟକ ତଥା ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ, ଜଳ ଯୋଗାଣ ଓ ପରିମଳ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ମନରେଗା ଓ ବ୍ଲକ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ବୈଠକରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକ, ଚ଼ିଲିକା ତହସିଲଦାର କାହ୍ନୁ ଚରଣ ଘଡେଇ, ବିଡ଼ିଓ ହଳଧର ଶବର, ଜିଲ୍ଲାପରିଷଦ ସଦସ୍ୟା, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବ୍ଲକ ଓ ପଞ୍ଚାୟତ ଅଧିକାରୀମାନେ ଉପସ୍ଥିତ ଥିଲେ।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଚଳିତ ବର୍ଷ ପଞ୍ଜିକୃତ ସମସ୍ତ ଚାଷୀଙ୍କ ଠାରୁ ଯେପରି ସୁରୁଖୁରୁରେ ଧାନ କିଣା ଯିବ ସେଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଆଜି ଏନେଇ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଏକ କୃଷକ ପ୍ରଚାର ରଥ ଶୁଭାରମ୍ଭ ହୋଇଛି। ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଉକ୍ତ ରଥକୁ ଶୁଭାରମ୍ଭ କରିଛନ୍ତି। ଉକ୍ତ ରଥ ଆଜି ଠାରୁ ଉପଖଣ୍ଡର ବିଭିନ୍ନ ଗାଁ ପରିକ୍ରମା କରି ଚଳିତବର୍ଷର ଧାନ କିଣା ବାବଦରେ ଚାଷୀମାନଙ୍କୁ ସଚେତନ କରିବ। ଏହା ସହ ଚାଷୀ ଯେପରି ମଣ୍ଡିକୁ ଖାଦ୍ୟ ଉପଯୋଗୀ, ଶୁଖିଲା, ପରିସ୍କାର, ସମରଙ୍ଗୀ, ସମଆକାର, ଏକ କିସମ ହୋଇଥିବା ସହ ପୋକରା ଦୁର୍ଗନ୍ଧ ଓ ବିଷାକ୍ତ ପଦାର୍ଥ ମୁକ୍ତ ହୋଇଥିବା ଧାନ ଧରି ଆଣିବା ସହ ୨୩୦୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ଓ…

Read More

ଭୁବନେଶ୍ଵର: ଉତ୍ତର ପ୍ରଦେଶରୁ ପ୍ରାୟ ୩୫୦ କୁଇଣ୍ଟାଲ୍ ଆଳୁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ପହଞ୍ଚିଛି। ୭୧୫ ପ୍ୟାକେଟ୍‌ ରେ ଆସିଥ‌ିବା ଆଳୁକୁ ଯୋଗାଣ ବିଭାଗ ତରଫରୁ ସାଧାରଣ ବଣ୍ଟନ କେନ୍ଦ୍ର ଗୁଡ଼ିକୁ ପ୍ରଦାନ କରାଯାଇଛି। ସହରରେ ଥିବା ୭୪ ଟି ସାଧାରଣ ବଣ୍ଟନ କେନ୍ଦ୍ରରେ କିଲୋ ୩୦ ଟଙ୍କାରେ ଆଳୁ ବିକ୍ରି କରାଯାଇଛି। ଫଳରେ ଚଢ଼ା ଦରରେ ଆଳୁ କ୍ରୟ କରୁଥିବା ବ୍ରହ୍ମପୁର ବାସିନ୍ଦାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଅନ୍ୟପଟେ ଖୁଚୁରା ବଜାରରେ ମଧ୍ୟ ଆଳୁ ଦାମ ସାମାନ୍ୟ ହ୍ରାସ ପାଇଛି। ସହରରେ ଶୁକ୍ରବାର ଆଳୁ କିଲୋ ପିଛା ୪୦ ଟଙ୍କାରେ ରେ ବିକ୍ରି କରାଯାଇଛି। ବଜାରରେ ବ୍ୟାପକ ପରିମାଣର ଆଳୁ ମହଜୁଦ ଥୂବା ଯୋଗୁ ଚଢ଼ା ଦରରେ ଯଦି ବିକ୍ରି କରାଯାଏ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ବିଭାଗ ତରଫରୁ ଚେତାବନୀ ଦିଆଯାଇଛି। ଅନ୍ୟପଟେ ପିଆଜ ଦର କିନ୍ତୁ ନିୟନ୍ତ୍ରଣ ବାହାରେ ରହିଛି। ବଜାରରେ ଏବେ…

Read More

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ବିଶ୍ୱ ବିଖ୍ୟାତ ପାରମ୍ପରିକ ଯନ୍ତ୍ରୀ ତଥା ଜଳପୁରୁଷ କାର୍ଜୀ ମାଝୀଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ। ଦୁର୍ଗମ ଓ ଅଖ୍ୟାତ ଅଞ୍ଚଳରେ ନିଜର ପାରମ୍ପରିକ ଜ୍ଞାନ କୌଶଳ ଦ୍ୱାରା ଜଳସେଚନର ସୁବ୍ୟବସ୍ଥା କରିବା ଆଜି ବି ଆଶ୍ଚର୍ଯ୍ୟର ବିଷୟ ଅଟେ। କାର୍ଜୀ ମାଝୀଙ୍କ ଏଇ ନିଆରା ଉଦ୍ୟମ ସାରା ବିଶ୍ୱକୁ ରାହା ଦେଖାଇବ। ସେହିପରି ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ତ୍ୟାଗ ଓ ବଳିଦାନ ଆଜି ବି ଅବିସ୍ମରଣୀୟ ହୋଇ ରହିବ ବୋଲି ଆଜି ଭବାନୀପାଟଣାସ୍ଥିତ ଟାଉନ ହଲ ଠାରେ ଆୟୋଜିତ ସହିଦ ରେଣ୍ଡୋ ମାଝୀ ସ୍ମୃତି ସପ୍ତାହ ଓ ଜଳପୁରୁଷ କାର୍ଜୀ ମାଝୀ ବର୍ଷ ପାଳନ ସମାରୋହ ଏବଂ ରାଜ୍ୟସ୍ତରୀୟ ସେମିନାର ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଓଡିଶାର ଅଗ୍ରଣୀ ସାମାଜିକ ଓ ବୈପ୍ଲବିକ ସଂଗଠନ ଦଳିତ ଆଦିବାସୀ ମହାସଂଘ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ…

Read More

କଟକ: ରାଜ୍ୟ ପୋଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି କଟକସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୬୯ ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି। ଆଜି ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରୁ ୩୧୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ୪୧ ଜଣ ଇନ୍ସପେକ୍ଟର, ୪୪ ଜଣ ଏସ.ଆଇ, ୬୩ ଜଣ ଏ.ଏସ.ଆଇ,୧୪୨ ଜଣ କନଷ୍ଟେବଳ ଏବଂ ୨୩ ଟି ପୋଲିସ ଶ୍ଵାନ (K-୯) ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଡ଼ିଜିପି ଶ୍ରୀ ଖୁରାନିଆ ସତ୍ୟ ଓ ନ୍ୟାୟର ପରିଭାଷା ପୋଲିସ ପାଖରୁ ଆରମ୍ଭ ହୁଏ ଏବଂ ନ୍ୟାୟ ଦେବାର ମୂଳ ପିଣ୍ଡ ହେଉଛି ପୋଲିସ ବୋଲି ନିଜ ଉଦବୋଧନରେ ମତବ୍ୟକ୍ତ କରିଥିଲେ। ଅପରାଧ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁନାଇଟେଡ ଆରବ ଏମିରେଟ୍ସର ଉପପ୍ରଧାନମନ୍ତ୍ରୀ ଏବଂ ବିଦେଶମନ୍ତ୍ରୀ ମହାମାନ୍ୟ ଶେଖ୍ ଅବଦୁଲ୍ଲା ବିନ୍ ଜାୟଦ ଅଲ୍ ନହୟାନଙ୍କୁ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ୟୁଏଇର ରାଷ୍ଟ୍ରପତି ମହାମାନ୍ୟ ଶେଖ୍ ମହମ୍ମଦ ବିନ୍ ଜାୟଦ ଅଲ୍ ନହୟାନଙ୍କ ପ୍ରତି ଶୁଭେଚ୍ଛା ଜଣାଇଥିଲେ । ଦୁଇ ଦେଶ ମଧ୍ୟରେ ନିୟମିତ ହେଉଥିବା ଉଚ୍ଚ ପ୍ରତିନିଧିସ୍ତରୀୟ ଆଲୋଚନା ଏବଂ ୨୦୨୪ ସେପ୍ଟେମ୍ବରରେ ଭାରତ ଗସ୍ତରେ ଆବୁଧାବିର ଯୁବରାଜ ମହାମାନ୍ୟ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନହୟାନ ଭାରତ ଗସ୍ତରେ ଆସିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ, ଯାହାକି ଦ୍ୱିପାକ୍ଷିକ ସମ୍ପର୍କର ପିଢ଼ିଗତ ନିରନ୍ତରତା। ଦୁଇ ନେତା ରଣନୀତିକ ସହଭାଗିତା ଓ ପ୍ରଯୁକ୍ତି, ଶକ୍ତି ଓ ଜନସମ୍ପର୍କ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଇଣ୍ଡିଆ-ମିଡଲ ଇଷ୍ଟ-ଇଉରୋପ କରିଡର (ଆଇଏମଇଇସି) ଲାଗୁକୁ ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଥିଲେ, ଯାହାକି ଆଞ୍ଚଳିକ ଯୋଗାଯୋଗ ଓ ସମୃଦ୍ଧିକୁ ବୃଦ୍ଧି ଦିଗରେ…

Read More