Author: SM Network

ନୂଆଦିଲ୍ଲୀ: 2025 ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ଦିଲ୍ଲୀର ମହିଳାମାନଙ୍କୁ AAP ସରକାର ଦେଇଥିବା ପ୍ରତିଶ୍ରୁତି ବର୍ତ୍ତମାନ ପୂରଣ ହୋଇଛି। କେଜ୍ରିୱାଲ ଆଜି ‘ମହିଳା ସମ୍ମାନ ଯୋଜନା’ ଘୋଷଣା କରିଛନ୍ତି। ଏହି ଯୋଜନା ସକାଳେ ଦିଲ୍ଲୀ କ୍ୟାବିନେଟ ବୈଠକରେ ଅନୁମୋଦିତ ହୋଇଛି। ଏହି ଯୋଜନା ଅଧୀନରେ ସରକାର ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ପ୍ରତି ମାସରେ ଏକ ହଜାର ଟଙ୍କା ସ୍ଥାନାନ୍ତର କରିବେ। କେବଳ ଏତିକି ନୁହେଁ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ, ନିର୍ବାଚନ ପରେ ମହିଳାମାନଙ୍କୁ 1000 ଟଙ୍କା ବଦଳରେ 2100 ଟଙ୍କା ଦିଆଯିବ। ଆସନ୍ତାକାଲି ମହିଳାମାନେ ଏହି ଯୋଜନା ପାଇଁ ପଞ୍ଜୀକୃତ କରିପାରିବେ। ଏହି ଅବସରରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, “ଆଜି ମୁଁ ଦୁଇଟି ବଡ ଘୋଷଣା କରିବାକୁ ଯାଉଛି ଏବଂ ସେ ଦୁହେଁ ଦିଲ୍ଲୀର ମା ଏବଂ ଭଉଣୀମାନଙ୍କ ପାଇଁ। ଆମେ…

Read More

ଭୁବନେଶ୍ଵର: ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ବର୍ଗରେ କୋରାପୁଟ ଦ୍ବିତୀୟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ ପୁରସ୍କୃତ ହୋଇଛି। ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଛନ୍ତି। କୋରାପୁଟ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ।ଏହି ବାବଦରେ କୋରାପୁଟ ଜିଲ୍ଲା ୩ କୋଟି ଟଙ୍କାର ପୁରସ୍କାର ରାଶି ପାଇଛି। ଜାତୀୟ ସ୍ତରରେ ଦ୍ବିତୀୟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। କୋରାପୁଟ ଜିଲ୍ଲା ତଥା ଓଡ଼ିଶା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଜିଲ୍ଲା…

Read More

ପୁରୀ: ଶ୍ରୀମନ୍ଦିରରେ ଆଜି ଗୁରୁବାର ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଦ୍ଵିତୀୟ ଭୋଗ ମଣ୍ଡପ ନୀତି ପରେ ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା ରତ୍ନବେଦୀରେ ମହାପ୍ରଭୁଙ୍କର ଏହି ବନକଲାଗି ନୀତି ସମ୍ପର୍ଣ୍ଣ କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ଅପରାହ୍ନ ୬ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ପ୍ରାୟ ଚାରି ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବା ସହ ପୁନର୍ବାର ଦର୍ଶନ ଆରମ୍ଭ ହେବ।

Read More

ପୁରୀ: ପବିତ୍ର ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଯଶୋଦା ମା’ ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ଅଛି। ଏହି ଅବସରରେ ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମଠାରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇଛି। ରାଧାକୃଷ୍ଣଙ୍କ ପାଖରେ ପ୍ରାୟ ୮୫୧ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ଏତେ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ପୁରୀର ଏହି ଆଶ୍ରମର ବିଶେଷ ଖ୍ୟାତି ରହିଛି। ତେବେ ଆଠଶହ ଏକାବନ ପ୍ରକାର ବ୍ୟଞ୍ଜନରେ ମହମହ ମହକିଲା ଶ୍ରୀକ୍ଷେତ୍ରର ଗୁପ୍ତ ବୃନ୍ଦାବନ। ପବିତ୍ର ବ୍ୟଞ୍ଜନ ଦ୍ଵାଦଶୀ ତିଥିରେ ପୁରୀର ଗୌରବିହାର ଆଶ୍ରମରେ ବିଭିନ୍ନ ରକମର ବ୍ୟଞ୍ଜନ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯିବା ସହ ଭକ୍ତ ଶ୍ରଦ୍ଧାଳୁଙ୍କୁ ପରସାଯାଇଛି। ବିଭିନ୍ନ ପିଠା, ମିଠା , ଅନ୍ନ, ଶାଗ ମୁଗ, ରସା, ପାମ୍ପଡ, ରାଇତା, ଚଟଣୀ, କ୍ଷୀରି ଆଦି ସୁସ୍ୱାଦୁ ପ୍ରସାଦ ନିଶୁଳ୍କ ସେବନ କରିଛନ୍ତି ଶ୍ରଦ୍ଧାଳୁ।

Read More

ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ କପିଲ ସିବଲ ମଙ୍ଗଳବାର କହିଛନ୍ତି ଯେ, ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଇଭେଣ୍ଟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଆହ୍ଲାବାଦ ହାଇକୋର୍ଟର ବିଚାରପତି ଶେଖର ଯାଦବ ‘ଘୃଣ୍ୟ ଭାଷଣ’ ଦେଇ ଶପଥ ଗ୍ରହଣର ଉଲ୍ଲଂଘନ କରିଛନ୍ତି। ବିରୋଧୀ ସାଂସଦମାନେ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ନୋଟିସ୍ ଦେବେ। ଆସନ୍ତା କିଛି ଦିନ ମଧ୍ୟରେ ବିରୋଧୀ ସାଂସଦମାନେ ଏହି ନୋଟିସ କରିବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ। ରବିବାର ଦିନ ଆହ୍ଲାବାଦ ହାଇକୋର୍ଟରେ ଭିଏଚପି ଆଇନ ସେଲ ଏବଂ ଆନୁସଙ୍ଗିକ କୋର୍ଟ ୟୁନିଟର ପ୍ରାଦେଶିକ ସମ୍ମିଳନୀରେ ଜଷ୍ଟିସ ଯାଦବ ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସିବଲ କହିଛନ୍ତି ଯେ, “ଯେକୌଣସି ବିଚାରପତି ଏପରି ବିବୃତ୍ତି ଦେଇ ତାଙ୍କ ଶପଥ ଗ୍ରହଣର ଉଲ୍ଲଂଘନ କରନ୍ତି। ଯଦି ସେ ଶପଥ ଗ୍ରହଣର ଉଲ୍ଲଂଘନ କରୁଛନ୍ତି, ତେବେ ସେ ସେହି ଆସନରେ ବସିବାର କୌଣସି ଅଧିକାର ନାହିଁ। ପ୍ରଶ୍ନ ମଧ୍ୟ…

Read More

ନୂଆଦିଲ୍ଲୀ: ସଂସଦରେ ଚାଲିଥିବା ଅବରୋଧକୁ ନେଇ ସଦଗୁରୁ ଜଗି ବାସୁଦେବ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ସଂସଦରେ ହଙ୍ଗମା ଦେଖିବା ନିରାଶାଜନକ, ବିଶେଷ କରି ଯେତେବେଳେ ଆମେ ବିଶ୍ୱ ପାଇଁ ଗଣତନ୍ତ୍ରର ପ୍ରତୀକ ହେବାକୁ ଆକାଂକ୍ଷା ରଖୁ। ଭାରତର ଧନ ସୃଷ୍ଟିକର୍ତ୍ତା ଏବଂ ଚାକିରୀ ପ୍ରଦାନକାରୀଙ୍କୁ ରାଜନୈତିକ ବାକ୍ୟର ବିଷୟ କରାଯିବା ଉଚିତ ନୁହେଁ। ଯଦି ଅସଙ୍ଗତି ଥାଏ, ତେବେ ସେଗୁଡିକ ଆଇନଗତ ଢାଞ୍ଚାରେ ସମାଧାନ ହୋଇପାରିବ, କିନ୍ତୁ ସେମାନଙ୍କୁ ଏକ ରାଜନୈତିକ ଫୁଟବଲ୍ କରାଯିବା ଉଚିତ୍ ନୁହେଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତୀୟ ବ୍ୟବସାୟକୁ ଆଗକୁ ନେବା। ଭାରତ ଏକ ଭବ୍ୟ ଭାରତରେ ପରିଣତ ହେବ। ସଂସଦର ଶୀତକାଳୀନ ଅଧିବେଶନରେ ମଧ୍ୟ ଏହି ଗତିରୋଧ ଜାରି ରହିଛି। ବିରୋଧୀ ଦଳର ଆନ୍ଦୋଳନ ଯୋଗୁଁ ରାଜ୍ୟସଭା ଓ ଲୋକସଭାର ଉଭୟ ଗୃହରେ ବାଧା ଉପୁଜିଛି। ସଂସଦରେ ଉତ୍ତେଜନାମୂଳକ ପ୍ରଭାବ କାର୍ଯ୍ୟ ଉପରେ ଲଗାତାର ଭାବେ ଦେଖାଯାଉଛି।…

Read More

ନୂଆଦିଲ୍ଲୀ: ସଂସଦ ପରିସରରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ବିରୋଧ କରିଛନ୍ତି। ଗିରିରାଜ ସିଂ ତାଙ୍କ ହାତରେ ସୋନିଆ ଗାନ୍ଧୀ ଏବଂ ଜର୍ଜ ସୋରେସଙ୍କ ଫଟୋ ନେଇ ସଂସଦ ପରିସରକୁ ଆସିଥିଲେ ଯେଉଁଥିରେ ଲେଖାଥିଲା ଯେ, “ୟେ ରିସ୍ତା କ୍ୟା କେହଲତା ହେ”। ସେ ସୋରେସଙ୍କ ସହ ସମ୍ପର୍କ ବିଷୟରେ କଂଗ୍ରେସ ଠାରୁ ଉତ୍ତର ମଧ୍ୟ ମାଗିଛନ୍ତି। କଂଗ୍ରେସ ଦଳର ନେତୃତ୍ୱ ଜର୍ଜ ସୋରେସଙ୍କ ସହ ଲିଙ୍କ ଥିବା ବିଜେପି ଅଭିଯୋଗ କରିଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସହ ଥିବା ତାଙ୍କର ସଂଯୋଗକୁ ସେ ସର୍ବଦା ମନେ ପକାଇବେ। ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସହ ଥିବା ତାଙ୍କର ଅନେକ ଗୁଡ଼ିଏ ସ୍ମୃତିକୁ ମନେ ପକାଇଦେଇଥିବାରୁ ଶର୍ମିଷ୍ଠା ମୁଖାର୍ଜୀଙ୍କୁ ଶ୍ରୀ ମୋଦୀ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ମୁଖାର୍ଜୀଙ୍କ ଅନ୍ତଃଦୃଷ୍ଟି ଏବଂ ଜ୍ଞାନ ଅଦ୍ୱିତୀୟ ବୋଲି କହି ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି। ମୋଦୀ ଷ୍ଟୋରୀ ହ୍ୟାଣ୍ଡଲ ପକ୍ଷରୁ ଏକ୍ସ ରେ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି: “ପ୍ରଣବ ବାବୁଙ୍କ ସହ ମୋର ଥିବା ଅନେକଗୁଡ଼ିଏ ସ୍ମୃତିକୁ ମନେ ପକାଇ ଦେଇଥିବାରୁ ଶର୍ମିଷ୍ଠା ଜୀ ଙ୍କୁ ଧନ୍ୟବାଦ। ତାଙ୍କ ସହ ଥିବା ମୋର ସଂଯୋଗକୁ ସର୍ବଦା ମୁଁ ମନେ ପକାଇବି । ତାଙ୍କ ଅନ୍ତଃଦୃଷ୍ଟି ଏବଂ ଜ୍ଞାନ ସର୍ବଦା ଅଦ୍ୱିତୀୟ ରହିବ।”

Read More

ଭୁବନେଶ୍ଵର: ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ୫ ଦଫା ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଯଥାଶୀଘ୍ର ଧାନ ମଣ୍ଡି ଖୋଲିବା, ଧାନର ମାନ କୋହଳ କରିବା, ବର୍ଷା ଅଭାବରୁ କ୍ଷତି ହୋଇଥିବା ଫସଲର କ୍ଷତି ପୂରଣ ଦିଆଯୀବା, କ୍ଷତିଗ୍ରସ୍ତ ଚାଷୀଙ୍କୁ ରବି ଫସଲ ପାଇଁ ବିହନ, ସାର ଓ ଔଷଧ ଯୋଗାଇବା, ଭାଗଚାଷୀଙ୍କୁ ପଲ୍ଲୀସଭାରେ ଚିହ୍ନଟ କରି ଧାନ କ୍ରୟ କରାଯିବା ନେଇ ସେମାନେ ଏହି ସ୍ମାରକ ପତ୍ର ମାଧ୍ୟମରେ ସେମାନେ ଅନୁରୋଧ କରିଛନ୍ତି। ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଭିକାରି ଚରଣ ପ୍ରଧାନ, ତ୍ରିନାଥ ପ୍ରଧାନଙ୍କ ସମେତ ବହୁ ଚାଷୀ ଓ ଚାଷି ନେତା ମାନେ ଉପସ୍ଥିତ ଥିଲେ।

Read More

ଭୁବନେଶ୍ଵର: ଢେଙ୍କାନାଳ ଜ଼ିଲ୍ଲାରେ ଗତ ବର୍ଷ 17 ଲକ୍ଷ ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ କୁ ଆସିଥିଲେ। ଜ଼ିଲ୍ଲାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। 2023 ମସିହାରେ ଜ଼ିଲ୍ଲାକୁ ମୋଟ 17 ଲକ୍ଷ 48 ହଜାର 240 ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା। ସେଥିରୁ କପିଳାସକୁ 4 ଲକ୍ଷ 31 ହଜାର 27 ଜଣ ପର୍ଯ୍ୟଟକ ଆସିଥିବା ବେଳେ ବିଶ୍ୱ ପ୍ରସିଦ୍ଧ ମହିମାଗାଦି ଯୋରନ୍ଦାକୁ 10 ଲକ୍ଷ 99 ହଜାର 503,ଢେଙ୍କାନାଳ କୁ 27 ହଜାର 945,ସପ୍ତଶଯ୍ୟା କୁ 35 ହଜାର 185,ସରାଙ୍ଗସ୍ଥିତ ଅନନ୍ତଶୟନକୁ 21 ହଜାର 215। ସେହିପରି ପ୍ରାଚୀନ ପୀଠ କୁଆଁଳୋ ଅଷ୍ଟଶମ୍ଭୁ କୁ 18 ହଜାର 403, ଲଦାଗଡ଼ କୁ 23 ହଜାର 243, ରାମିଆଳ କୁ 22 ହଜାର 342, ସାପୁଆ କୁ 14 ହଜାର 279 ଜଣ, ଓ ଭୁବନକୁ 33 ହଜାର 526 ଓ ମହିମାପୀଠ ବ୍ରହ୍ମ ପୁରାକୁ 21 ହଜାର 527 ଜଣ…

Read More

ପୁରୀ: ନିର୍ଭୁଲ ଓ ସଠିକ ପଞ୍ଜିକା ପ୍ରସ୍ତୁତ ନେଇ ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି ଏକ ସ୍ୱତନ୍ତ୍ର ବୈଠକ। ବୈଠକରେ ବିଭିନ୍ନ ପାଞ୍ଜିକାର ଙ୍କ ସମେୟ ମୁକ୍ତିମଣ୍ଡପ ପଣ୍ଡିତସଭା ଓ ପୂଜାପଣ୍ଡା ନିଯୋଗର ପ୍ରତିନିଧି ସାମିଲ ଥିଲେ। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧକ୍ଷତାରେ ଏହି ବୈଠକ ହୋଇଥିବା ବେଳେ ପଞ୍ଜିକା ସମୀକରଣ, ସମୀକ୍ଷା ସହ ପାଣ୍ଡୁଲିପି ଶଂସୋଧନ ଉପରେ ଆଲୋଚନା ହୋଇଥିଲା। ତେବେ ଏଯାବତ ୫ଟି ପାଣ୍ଡୁଲିପି ଦାଖଲ ହୋଇଥିବା ବେଳେ ଆଉ କିଛି ଅନ୍ୟ ପାଣ୍ଡୁଲିପି ଆସି ନଥିବା ହେତୁ ଆଗାମୀ ଡିସେମ୍ବରରେ ପୁନଃ ବୈଠକ ହେବା ନେଇ ନିଷ୍ପତି। ବିଗତ ଦିନରେ ପାଞ୍ଜିକାର ଭିନ୍ନ ଭିନ୍ନ ମତ ହେତୁ ପର୍ବ ପର୍ବାଣୀ ପାଳନରେ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ସେହି ସମସ୍ୟାକୁ ଏଡ଼ାଇବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ କରାଯାଇ ଚୂଡାନ୍ତ ନିଷ୍ପତି ନିଆଯିବ।

Read More

ଭୁବନେଶ୍ଵର: ଆସନ୍ତା ଜାନୁଆରୀ ୮ ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରୁ ଆସୁଥିବା ପ୍ରବାସୀ ଭାରତୀୟ ମାନେ ପୁରୀରେ ରହିବାର ଅଛି। ତେବେ ଆତିଥେୟତା ନେଇ ପୁରୀ ପ୍ରଶାସନ ତରଫରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥିବା ବେଳେ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗକୁ ନେଇ ଏକ ବୈଠକ ହୋଇଥିଲା। ପୁରୀରେ ଅତିଥି ମାନେ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ରଘୁରାଜପୁର, ସାତପଡା ଇକୋରିଟ୍ରିଟ ଆଦି ଅଂଚଳ ବୁଲିବା ପାଇଁ ପ୍ରସ୍ତୁତି ରହିଅଛି। ସେହିପରି ପୁରୀରେ ମଧ୍ୟ ପଲ୍ଲୀଶ୍ରୀ ମେଳା ଭଳି ଇଭେଣ୍ଟ ଆୟୋଜନ କରିବା ନେଇ ଯୋଜନା ରହିଅଛି। ପ୍ରତିନିଧିଙ୍କ ପାଇଁ ୫୧ ଟି ଭିନ୍ନ ଭିନ୍ନ ହୋଟେଲରେ ସ୍ଲଟ ବୁକିଁ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୫୦୦ ରୁ ଉର୍ଦ୍ଧ୍ଵ ସ୍ଲଟ ଖୋଲା ରଖାଯାଇଥିବା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ଵର: ବିଧାନସଭାର ଶୀତ ଅଧିବେଶନ ବୁଧବାର ନିର୍ଦ୍ଧାରିତ ଅବଧି ପୂର୍ବରୁ ଶେଷ ହୋଇଛି। ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭାକୁ ବାଚସ୍ପତି ସୁରମା ପାଢୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଏହି ଅଧିବେଶନ କାଳରେ ୧୨ଟି କାର୍ଯ୍ୟଦିବସ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଗୃହରେ ଅତିରିକ୍ତ ବଜେଟ ଗୃହୀତ ହୋଇଥିଲା। ଏଥିସହ ୨ଟି ସରକାରୀ ବିଲ୍‌ ଓ ୧୦ଟି ବେସରକାରୀ ବିଲ୍‌ ଆଗତ ହୋଇଛି। ବିଭିନ୍ନ ଦୃଷ୍ଟିକୋଣରୁ ଶୀତ ଅଧିବେସନ ବେଶ ସରଗରମ ଥିଲା। କନ୍ଧମାଳର ଟାକୁଆ ପ୍ରସଙ୍ଗ, ପୋଲାଭରମ ପ୍ରକଳ୍ପ, ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ଗୃହରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ।

Read More

ମେଷ- ବିଜ୍ଞାପନ ବ୍ୟବସାୟରେ ବ୍ୟସ୍ତ ରହିବେ । ଚାକିରୀ କ୍ଷେତ୍ରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ । ଗତ କିଛି ଦିନ ଧରି କାମ ଅସମ୍ପୂର୍ଣ୍ଣ ଥିଲା, ତାହା ପୂରଣ ହେବ । ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି। ସମୟ ଭଲ ଅଟେ । ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । ଆଗକୁ ବଢିବା ପାଇଁ ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ଅବିବାହିତ ଲୋକମାନେ ରୋମାନ୍ସ ପାଇଁ ସୁଯୋଗ ପାଇପାରନ୍ତି । ଭ୍ରମଣ ଯୋଗ ମଧ୍ୟ ଅଛି। ବୃଷ-  ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ। ପରିବାର ସାହାଯ୍ୟ ମିଳି ପାରିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। ଅସମାପ୍ତ କାର୍ଯ୍ୟ ସମାପ୍ତ ହୋଇପାରିବ। ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟରେ…

Read More

ନୂଆଦିଲ୍ଲୀ: ଲୋକସଭାରେ ଏଆଇ ପ୍ରଶାସନ ଓ ବିକାଶ ସମ୍ପର୍କରେ ସଂସଦୀୟ ପ୍ରଶ୍ନର ଉତର ଦେଇ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏଆଇ ପ୍ରଯୁକ୍ତି ବିଦ୍ୟାର ସାର୍ବଜନୀକରଣ ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସାତଟି ଖମ୍ବ ଉପରେ ପର୍ଯ୍ୟବସିତ ଇଣ୍ଡିଆ ଏଆଇ ମିଶନର ରୂପାନ୍ତରିତ ପ୍ରଭାବ ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସଂସଦୀୟ ପ୍ରଶ୍ନର ଉତର ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ପ୍ରାୟ ୮.୬ ଲକ୍ଷ ପ୍ରାର୍ଥୀ ଫ୍ୟୁଚର ସ୍କିଲସ ପ୍ଲାଟର୍ଫମ ଲାଗି ନିଜ ନାଁ ଲେଖେଇଛନ୍ତି। ଟାଏର ୨ ଓ ଟାଏର ୩ ସହରକୁ ମଜଭୂତ କରିବା ଲକ୍ଷ୍ୟରେ ଏହି ଯାନ୍ତ୍ରିକ ପ୍ରଯୁକ୍ତି ବିଦ୍ୟାକୁ ବିକେନ୍ଦ୍ରୀକରଣ କରାଯାଇଥିବା କଥା କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଗୋରଖପୁର, ଲକ୍ଷନୌ, ସିମଲା, ଔରଙ୍ଗାବାଦ, ପାଟନା, ବକ୍ସର, ମୁଜାଫରପୁର ପରି ସହରରେ ଏଆଇ ଡାଟା ଲାବ ପ୍ରତିଷ୍ଠା କରାଯାଇଥିବା ସେ କହିଛନ୍ତି। ସାରା ଦେଶରେ ଷ୍ଟାର୍ଟ ଅପ,…

Read More

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ତତ୍ତ୍ଵାବଧାନରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ୍ କୁମାର ମୁଦୁଲିଙ୍କ ନେତୃତ୍ୱରେ ଆଜି ବାଣପୁର ଥାନା ପାରିନୁଆଗାଁ ଛକରେ ବସକୁ ଅପେକ୍ଷା କରିଥିବା ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଗଞ୍ଜାମ ଜିଲ୍ଲାର ଚନ୍ଦନପୁର ଗ୍ରାମର ବେଲାଳସେନ ପ୍ରଧାନ (୨୨) ଙ୍କୁ ୧୧ .୫୦୦ କିଲୋଗ୍ରାମ ବେଆଇନ ଗଞ୍ଜେଇ କାରବାରରେ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ ଲକ୍ଷ ପନ୍ଦର ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଉକ୍ତ ଚଢାଉରେ ବାଲୁଗାଁ ଅବକାରୀ ଏ ଏସ ଆଇ ସଞ୍ଜୟ କୁମାର ସୁବୁଦ୍ଧି, କନଷ୍ଟେବଳ ଆଶିଷ ପ୍ରଧାନ, ତୁଷାରକାନ୍ତି ଚଂପତି, ଚିନ୍ମୟୀ ଦାସ ଓ କାଲୁ ପ୍ରଧାନ ଆଦି ସାମିଲ ଥିଲେ। ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।

Read More

ଭୁବନେଶ୍ୱର: ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପାଥୋଲୋଜିଷ୍ଟସ ଆଣ୍ଡ ମାଇକ୍ରୋବାୟୋଲୋଜିଷ୍ଟସ (ଆଇଏପିଏମ୍‌) ଏବଂ ଇଣ୍ଡିଆନ୍ ଏକାଡେମି ଅଫ୍ ପାଥୋଲୋଜି-ଇଣ୍ଡିଆନ୍ ଡିଭିଜନ୍ (ଆଇଏପି-ଆଇଡି)ର ୭୨ତମ ବାର୍ଷିକ ସମ୍ମିଳନୀ କଟକ ସ୍ଥିତ ଏସ୍‌ସିବି ମେଡିକାଲ୍ କଲେଜରେ ଆୟୋଜିତ ହେବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ବୁଧବାର ୩ଟି ପ୍ରାକ୍‌-ସମ୍ମଳିନୀ କର୍ମଶାଳା ଆୟୋଜିତ ହୋଇଯାଇଛି । ୨୦ ବର୍ଷ ପରେ ଓଡ଼ିଶାରେ ଏହି ସମ୍ମିଳନୀର ଆୟୋଜନ କରାଯାଉଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ପ୍ରଥମ ପ୍ରାକ୍‌-ସମ୍ମିଳନୀ କର୍ମଶାଳାର ବିଷୟବସ୍ତୁ ରହିଥିଲା ‘ଏ ପିକ୍ ଇନ୍‌ଟୁ ଦ ରେନ୍ ବକ୍ସ’ । କର୍ମଶାଳାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ଇନ୍‌ଚାର୍ଜ ପ୍ରଫେସର (ଡାକ୍ତର) ସୌମ୍ୟ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତରୀ ପେସାରେ ଆଇନ୍‌ଗତ ଦିଗ ବର୍ତମାନ ଏକ ଆହ୍ୱାନ ସୃଷ୍ଟି କରିଥିବା କହିଥିଲେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୪ର ଗ୍ରାଣ୍ଡ ଫାଇନାଲରେ ଯୁବ ଉଦ୍ଭାବକମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ତାଙ୍କ ଅଭିଭାଷଣରୁ ‘ସବକା ପ୍ରୟାସ’ର ପୁନରାବୃତ୍ତି ବିଷୟରେ ମନେ ପକାଇଥିଲେ। ଆଜିର ଭାରତ ‘ସବକା ପ୍ରୟାସ’ କିମ୍ବା ସମସ୍ତଙ୍କ ପ୍ରୟାସ ଦ୍ୱାରା ଦ୍ରୁତ ଗତିରେ ଅଗ୍ରଗତି କରିପାରିବ ଏବଂ ଆଜିର ଅବସର ଏକ ଉଦାହରଣ ବୋଲି ସେ କହିଛନ୍ତି। “ମୁଁ ସ୍ମାର୍ଟ ଇଣ୍ଡିଆ ହାକାଥନର ଗ୍ରାଣ୍ଡ ଫାଇନାଲକୁ ଉତ୍ସାହର ସହ ଅପେକ୍ଷା କରିଛି”, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ସେ ଯୁବ ଉଦ୍ଭାବକମାନଙ୍କ ମଧ୍ୟରେ ଥାଆନ୍ତି ସେତେବେଳେ ତାଙ୍କୁ କିଛି ନୂଆ ଶିଖିବାର ଏବଂ ବୁଝିବାର ସୁଯୋଗ ମିଳିଥାଏ । ଯୁବ ଉଦ୍ଭାବକମାନଙ୍କ ପ୍ରତି ତାଙ୍କର ଉଚ୍ଚ ଆଶା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀର ଭାରତକୁ ଭିନ୍ନ ଦୃଷ୍ଟିରେ…

Read More

ଭୁବନେଶ୍ୱର: ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣର ଗ୍ରାଣ୍ଡ ଫାଇନାଲ୍ ଆଜି ଉଦଘାଟିତ ହୋଇଛି। ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର, ୫୧ଟି ଅନୁଷ୍ଠାନ ମଧ୍ୟରେ ଏକ ନୋଡାଲ୍ ଏଜେନ୍ସି ଭାବରେ ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ହେଉଛି ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଯାହାକି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଆନୁକୂଲ୍ୟରେ ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ୍ ସେଲ୍ ଏବଂ ଏଆଇସିଟିଇ ଦ୍ୱାରା ଆୟୋଜିତ ହେଉଛି। ଦେଶବ୍ୟାପୀ ଉଦ୍ଘାଟନ ପୂର୍ବରୁ, ଆଇଆଇଟି ଭୁବନେଶ୍ୱରରେ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକରଙ୍କ ଦ୍ୱାରା ସ୍ଥାନୀୟ ଭାବେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଥିଲା। ଏହି ଅବସରରେ, ସହକାରୀ ଇନୋଭେସନ୍ ନିର୍ଦ୍ଦେଶକ, ଶିକ୍ଷା ମନ୍ତ୍ରାଳୟର ଇନୋଭେସନ୍ ସେଲ୍ ଶ୍ରୀ ଦୀପନ ସାହୁ; ଡିନ୍ (ଛାତ୍ର ବ୍ୟାପାର), ଆଇଆଇଟି ଭୁବନେଶ୍ୱରପ୍ରଫେସର ରାଜେଶ ରୋଶନ ଦାଶ; ରେଜିଷ୍ଟ୍ରାର ଶ୍ରୀ ବାମଦେବ ଆଚାର୍ଯ୍ୟ; ଆଇଆଇଟି ଭୁବନେଶ୍ୱର ଅନୁସନ୍ଧାନ ଏବଂ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, ରେଳବାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏଆଇ ପ୍ରଶାସନ ଏବଂ ବିକାଶ ଉପରେ ପ୍ରଶ୍ନର ଉତ୍ତର ଦେଇ ପରିବର୍ତ୍ତନଶୀଳ ଏଆଇ ପରିଦୃଶ୍ୟ, ସୋସିଆଲ ମିଡିଆ ଉତ୍ତରଦାୟିତ୍ୱ ଏବଂ ଏକ ଦୃଢ଼ ଆଇନଗତ ଢାଞ୍ଚାର ଆବଶ୍ୟକତା ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଉପରେ ଆଲୋକପାତ କରିଛନ୍ତି। ଫେକ୍ ନ୍ୟୁଜର ମୁକାବିଲା ଏବଂ ଡିଜିଟାଲ୍ ଯୁଗରେ ବାସ୍ତବ ତଥ୍ୟ ସୁନିଶ୍ଚିତ କରିବା ଦାୟିତ୍ୱ ସହ ଅଭିବ୍ୟକ୍ତିର ସ୍ୱାଧୀନତାକୁ ସନ୍ତୁଳିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସ୍ୱାଧୀନତା ବନାମ ଉତ୍ତରଦାୟିତ୍ୱ: ସର୍ବସମ୍ମତି ପାଇଁ ଆହ୍ୱାନ ଶ୍ରୀ ବୈଷ୍ଣବ କହିଛନ୍ତି, ‘‘ବିଶେଷ କରି ମିଥ୍ୟା ଖବର ଏବଂ ବିଭ୍ରାନ୍ତିକର ତଥ୍ୟ ପ୍ରସାରଣ ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମର ଉତ୍ତରଦାୟିତ୍ୱ ବର୍ତ୍ତମାନ ସମାଜ ସାମ୍ନା କରୁଥିବା ସବୁଠୁ ବଡ଼ ଆହ୍ୱାନ।’’ ସାମାଜିକ ଓ ଆଇନଗତ ଉତ୍ତରଦାୟିତ୍ୱ ପ୍ରତିଷ୍ଠା କରିବାକୁ ହେଲେ ସର୍ବସମ୍ମତି ସୃଷ୍ଟି…

Read More

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୧୧ ଡିସେମ୍ବର ୨୦୨୪) ନୂଆଦିଲ୍ଲୀଠାରେ ବିଭିନ୍ନ ବର୍ଗରେ ମନୋନୀତ ୪୫ ଜଣ ପୁରସ୍କାର ବିଜେତାଙ୍କୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି। ଏହା ଦୀର୍ଘସ୍ଥାୟୀ ଏବଂ ସମାବେଶୀ ବିକାଶ ପ୍ରତି ସେମାନଙ୍କର ଉଲ୍ଲେଖନୀୟ ଅବଦାନକୁ ଏକ ମାନ୍ୟତା ରୂପେ କାର୍ଯ୍ୟ କରିବ। ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଲେ ଯେ ଆମ ଦେଶରେ ଜନସଂଖ୍ୟାର ପ୍ରାୟ ୬୪ ପ୍ରତିଶତ ଗ୍ରାମାଞ୍ଚଳରେ ବାସ କରନ୍ତି। ତେଣୁ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଗ୍ରାମାଞ୍ଚଳ ଏବଂ ଗ୍ରାମବାସୀଙ୍କ ବିକାଶ ଏବଂ ସଶକ୍ତିକରଣ ଗୁରୁତ୍ୱପୂର୍ଣ୍ଣ। ସେ ସନ୍ତୋଷ ପ୍ରକାଶ କରି କହିଥିଲେ ଯେ ଗତ ଏକ ଦଶନ୍ଧି ମଧ୍ୟରେ ସରକାର ପଞ୍ଚାୟତ ସଶକ୍ତିକରଣ ପାଇଁ ଗମ୍ଭୀର ପ୍ରୟାସ କରିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ଦୃଢ଼ ଫଳାଫଳ ହାସଲ କରିବା। ରାଷ୍ଟ୍ରପତି କହିଲେ ଯେ, ଏକ ବିକଶିତ ଭାରତର ମୂଳଦୁଆ କେବଳ ଆତ୍ମନିର୍ଭରଶୀଳ ଏବଂ…

Read More