Author: SM Network

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟସ୍ଥ ବୁଚୁଡ଼ି ଗ୍ରାମ ପୋଖରୀ ନିକଟରେ ଜୁଆ ଖେଳ ଚାଲିଥିବା ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡା ସଦଳବଳେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଗୋଟିଏ ଧଳା ରଙ୍ଗର ପାଲ, ଗୋଟିଏ ତାସ ମୁଠା, ନଗଦ ୧୨୧୯୦ ଟଙ୍କା ସମେତ ୫ଟି ବାଇକ ଜବତ କରିଥିବା ବେଳେ ୭ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ନାଭାଲ ଫାଣ୍ଡି ପୋଲିସ। ଏ ନେଇ କେଶ ନଂ ୩୯୦/୨୪ ରେ ଏକ ମାମଲା ରୁଜୁ ହୋଇଥିବା ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Read More

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ କାଳୁପଡା କୁହୁଡି ଷ୍ଟେସନ ମଧ୍ୟବର୍ତ୍ତୀ ରେଳ ବ୍ରିଜ ତଳୁ ଜଣେ ମହିଳାଙ୍କ ଶବ ଜବତ ହୋଇଥିବା ବେଳେ ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ଯୁବକ ଜଣଙ୍କ ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡା ଗ୍ରାମର ଵିଷ୍ଣୁ ଘଡେଇ (୬୪) ବୋଲି ଜଣାପଡିଛି। ଉଭୟ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ୭୭/୨୪ ଓ ୭୮/୨୪ ରେ ପୃଥକ ଭାବେ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ଜିଆରପି ପକ୍ଷରୁ ସୂଚନା ମିଳିଛି।

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ମନୋହର ଲାଲ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସହରାଞ୍ଚଳ କ୍ଷେତ୍ରର ପୁଞ୍ଜିନିବେଶରେ ଉଲ୍ଲେଖନୀୟ ବୃଦ୍ଧି ଉପରେ ଆଲୋକପାତ କରିଛନ୍ତି। ୨୦୦୪-୧୪ ମଧ୍ୟରେ ନିବେଶ ପ୍ରାୟ ୧,୭୮,୦୫୩ କୋଟି ଟଙ୍କା ଥିବା ଏହା ୧୬ ଗୁଣ ବୃଦ୍ଧି ପାଇ ୨୦୧୪ ରେ ୨୮,୫୨,୫୨୭ କୋଟି ଟଙ୍କାରେ ପହଞ୍ଚିଛି। ଏହି ବୃଦ୍ଧି ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ମନୋହର ଲାଲ ଗୁରୁତ୍ୱାରୋପ କରିଥିଲେ ଯେ ସହରୀକରଣର ଦ୍ରୁତ ହାର ସହରୀ ବିକାଶକୁ ଭାରତର ଅଭିବୃଦ୍ଧି ରଣନୀତିର ମୂଳଦୁଆରେ ପରିଣତ କରିଛି। ଗତ ୬ ମାସ ମଧ୍ୟରେ ସହରାଞ୍ଚଳ ଉନ୍ନୟନ ଯୋଜନାଗୁଡ଼ିକୁ ଅଧିକ ଦ୍ରୁତ ଓ ଦକ୍ଷତାର ସହ ସମ୍ପ୍ରସାରଣ କରାଯାଇ କାର୍ଯ୍ୟକାରୀ କରାଯାଇଛି। ଅମୃତ ଅଧୀନରେ ଉପଲବ୍ଧି କେନ୍ଦ୍ରମନ୍ତ୍ରୀ ଅଟଳ ମିଶନ ଫର ରିଜୁଭେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ…

Read More

ଭୁବନେଶ୍ୱର,: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆଜି ଆଇଆଇଟି ଭୁବନେଶ୍ୱର ପରିସରରେ ୱାର୍ଲ୍ଡ ଅଡିଓ ଭିଜୁଆଲ ଏଣ୍ଡ ଏଣ୍ଟରଟେନମେଣ୍ଟ ସମ୍ମିଟ୍ (ୱେଭ୍ସ) ଏବଂ କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଏବଂ ରୋଡ ଶୋ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଯୋଗଦେଇ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ କର୍ମାଲକର କହିଛନ୍ତି, ଭାରତ ସମେତ ସାରା ବିଶ୍ୱରେ ମନୋରଞ୍ଜନ, ଆନିମେସନ ଏବଂ ଗେମିଂ ଭଳି ଶିଳ୍ପର ବିସ୍ତାର ହେଉଛି। ଆମ ସମସ୍ତଙ୍କ ମୋବାଇଲରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ସମୟରେ ଡିଜାଇନ, ଚଳଚ୍ଚିତ୍ର ନିର୍ମାଣ, ଆନିମେସନ ଏବଂ ଗେମିଂ କ୍ଷେତ୍ରରେ ନୂଆ ପାଠ୍ୟକ୍ରମ ମଧ୍ୟ ପ୍ରଚଳିତ ହେଲାଣି। ଏହାର ଗୁରୁତ୍ୱକୁ ଉପଲବ୍ଧି କରି ୱେଭ୍ସ କାର୍ଯ୍ୟକ୍ରମ ଭାରତକୁ ବିଶ୍ୱ ଗଣମାଧ୍ୟମ…

Read More

ଭୁବନେଶ୍ୱର: ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ସଦସ୍ୟ ଭାବେ ରହିବେ। ଆଜି ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଚିନି କଳ ଏକ ପୁରାତନ ଚିନି କଳ। ଏହା ଉପରେ ଅନେକ ଚାଷୀ ନିର୍ଭର କରନ୍ତି। ତେଣୁ, ଏହାର ଉନ୍ନତିକରଣ ଓ ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ। ଏହି ଟାସ୍କ ଫୋର୍ସ ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟଗୁଡିକୁ ପରିଦର୍ଶନରେ ଯାଇ ସେଠାକାର ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରି ସେମାନଙ୍କ ସୁଚିନ୍ତିତ ମତାମତ…

Read More

ବାଣପୁର: ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ୨ ଓ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ଦୁଇ ଦିବସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ବିଭିନ୍ନ ବର୍ଗର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିବସରେ ଛାତ୍ରଛାତ୍ରୀ ମାନେ ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାବେଳେ ଦ୍ୱିତୀୟ ଦିବସରେ ଉଚ୍ଚ ଡିଆଁ, ଜାଭଲିନ୍, ଡିସ୍କସ୍ ଓ ସଟ୍ ପୁଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟ ଆଲୁମନି କମିଟି ସଭାପତି ଜୀତେନ୍ଦ୍ର ଭୋଳ ଓ ସମ୍ମାନ୍ନିତ ଅତିଥିଭାବେ ସ୍ୱାମୀ ସନ୍ଦୀପନି ମହାରାଜ ଯୋଗ ଦେଇ ପିଲାମାନକୁ କ୍ରୀଡାର ଦୈନନ୍ଦିନ ଜିବନରେ ଆବଶ୍ୟକତା ପ୍ରସଙ୍ଗରେ ଉଦବୋଧନ ଦେଇଥିଲେ। ମହାବିଦ୍ୟାଳୟର ପ୍ରାଶାସନିକ ଅଧିକାରୀ ଡ଼ ଏସ୍ ପି ଏନ୍ ଏସ ବର୍ମା ମଞ୍ଚ ପରିଚାଳନା କରିଥିବା ବେଳେ ଯୁକ୍ତ ୨ କାର୍ଯ୍ୟକାରି ଅଧ୍ୟକ୍ଷ ପ୍ରଫେସର ଲକ୍ଷ୍ମୀ ପ୍ରସାଦ ମିଶ୍ର,…

Read More

ଭୁବନେଶ୍ୱର: କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ନିର୍ଯ୍ୟାତନା ନିବାରଣ ସପ୍ତାହରେ ପୂର୍ବତଟ ରେଳପଥ ପକ୍ଷରୁ ଏକ ଏନଜିଓ ପରିଚାଳିତ ଜେଣ୍ଡର ରିସୋର୍ସ ସେଣ୍ଟର ‘ଅସ୍ଥିତ୍ୱ’ ସହ ମିଳିତ ସହଯୋଗରେ କର୍ମକ୍ଷେତ୍ରରେ ହେଉଥିବା ନିର୍ଯ୍ୟାତନାକୁ ଦୂର କରିବା ପାଇଁ ଏକ ସୂଚନାପୂର୍ଣ୍ଣ ତଥା ଆକର୍ଷଣୀୟ କର୍ମଶାଳା ଆୟୋଜନ କରାଯାଇଥିଲା କରିଥିଲା। ସୋମବାର ଦିନ ଅନୁଷ୍ଠିତ ଏହି କର୍ମଶାଳା 9 ଡିସେମ୍ବରରେ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା (ପ୍ରତିରୋଧ, ନିଷେଧାଦେଶ ଏବଂ ପୁନଃନିର୍ମାଣ) ଆଇନ ଘୋଷଣାକୁ ସ୍ମରଣୀୟ କରିବା ପାଇଁ ଆୟୋଜିତ ହୋଇଥିଲା। କର୍ମକ୍ଷେତ୍ରରେ ମହିଳାମାନଙ୍କ ପାଇଁ ଏକ ନିରାପଦ ତଥା ସମ୍ମାନଜନକ ପରିବେଶ ସୃଷ୍ଟି କରିବାର ମହତ୍ୱ ବିଷୟରେ ପୂର୍ବତଟ ରେଳପଥର ଅତିରିକ୍ତ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକ ଡକ୍ଟର ଶ୍ରୀମତୀ ଏସ୍ ଏସ୍ ରାୟ ଉଦ୍ଘାଟନ କରିଥିଲେ। ଯୌନ ଉତ୍ପୀଡ଼ନ ଅଭିଯୋଗର ସମାଧାନ ସହ ଜଡିତ ଆଇନଗତ ପ୍ରକ୍ରିୟାକୁ ଗୁରୁତ୍ୱ ଦେଇ ଡକ୍ଟର ରାୟ POSH ଆକ୍ଟ 2013 ର ମୁଖ୍ୟ ବ୍ୟବସ୍ଥା…

Read More

ବାଣପୁର: ବାଣପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଆଜି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଆଇନ ସଚେତନତା ସଭାର ଆୟୋଜନ ହୋଇଥିଲା। ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଉକ୍ତ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ବରିଷ୍ଠ ଆଇନଜୀବୀ ଶ୍ୟାମସୁନ୍ଦର ମିଶ୍ର, ବିପ୍ଳବ କୁମାର ମୁଦୁଲି, ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ, ଆଇନଜୀବୀ ସୀତାରାମ ଅଗ୍ରୱାଲ ଓ କାମେଶ୍ୱର ଆଚାରୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ବିଚାରପତି ଶ୍ରୀ ମହାପାତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କୁ ମାନବାଧିକାର ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ବୁଝାଇଥିଲେ। ମନୁଷ୍ୟ ଟି ମନୁଷ୍ୟ ପରି ବଞ୍ଚିବା ଅଧିକାର, ଶିକ୍ଷାଗତ ଅଧିକାର, ସମାନତା ଅଧିକାର, ବଞ୍ଚିବା ପାଇଁ ଜଳ ଓ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୁର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଗତ ଦୁଇ ବର୍ଷ ପୂର୍ବେ ହୋଇଥିବା ଟଙ୍କା ଦେଣ ନେଣ କାରବାରରେ ଆଜି ତାଙ୍କୁ ଅଦାଲତରେ ଆଶ୍ୱସ୍ତି ମିଳିଛି। ପ୍ରକାଶ ଥାଉକି ଟାଟା କମ୍ପାନୀରେ ଚାକିରୀ କରାଇବା ପାଇଁ ସାଂସଦ ଡଃ ପାଣିଗ୍ରାହୀ କିଛି ଯୁବକଙ୍କ ଠାରୁ ଲାଞ୍ଚ ନେଇଛନ୍ତି ବୋଲି ସେତେବେଳେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ଡଃ ପାଣିଗ୍ରାହୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ସେହି ମକଦ୍ଦମାର ଶୁଣାଣି ବେଳେ ଅଭିଯୋଗ କରିଥିବା ଦୁଇ ଯୁବକ ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର ନାୟକ ହାଜର ହୋଇ ସେମାନେ ଦାଖଲ କରିଥିବା ଅଭିଯୋଗ ମିଥ୍ୟା ଓ ଚାପର ବଶବର୍ତ୍ତୀ ହୋଇ ସେତେବେଳେ ଡଃ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ବୋଲି ମାନ୍ୟବର ଅଦାଲତ କୁ ଜଣାଇଛନ୍ତି।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ପୁଲିସ ଜିଲ୍ଲାରେ ଇନ୍‌ସ୍ପେକ୍ଟର୍‌ ସ୍ତରରେ ୫ ଜଣଙ୍କୁ ଅଦଳବଦଳ କରାଯାଇଅଛି। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଥିବା ଆଇଆଇସି ଦୀପ୍ତିରଂଜନ ବେହେରାଙ୍କୁ ପାଟପୁର ଥାନାକୁ ବଦଳି ହୋଇଛି। ସେହିପରି ମୁଖ୍ୟାଳୟରେ ଥିବା ରେବତି ଶବର ଙ୍କୁ ତାରସିଂ ଥାନା, ପାଟପୁର ଥାନାରେ କାର୍ଯ୍ୟରତ ସବ୍ୟସାଚୀ ମଲ୍ଲଙ୍କୁ ଚମାଖଣ୍ଡି ଥାନାକୁ ବଦଳି କରାଯାଇଛି। ଚମାଖଣ୍ଡି ଥାନାରେ କାର୍ଯ୍ୟରତ ଇନ୍‌ସ୍ପେକ୍ଟର୍ ଦୀପିକା ଦେବୀ ରାୟଙ୍କୁ କୋଟିନଡ଼ା ଥାନା ଓ ତାରସିଂ ଥାନାରେ କାର୍ଯ୍ୟରତ ଇନ୍‌ସ୍ପେକ୍ଟର୍ ବିଜୟ କୁମାର ସ୍ବାଇଁଙ୍କୁ ଛତ୍ରପୁର ସ୍ଥିତ ମୁଖ୍ୟାଳୟକୁ ବଦଳି କରାଯାଇଛି।

Read More

ଭୁବନେଶ୍ବର: ବିଏସଏନଏଲ ମହିଳା କଲ୍ୟାଣ ସଂଗଠନ (ଟିଡବ୍ଲୁଡବ୍ଲୁଓ), ଓଡ଼ିଶା ପକ୍ଷରୁ ଗତ ୭ ଡିସେମ୍ବର ୨୦୨୪ ଅପରାହ୍ନ ୫ଟା ସମୟରେ ନିଜର ବାର୍ଷିକୋତ୍ସବ ଭୁବନେଶ୍ବରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ‘ସ୍ବାଭିମାନ’ର ପ୍ରତିଷ୍ଠାତା ତଥା ସିଇଓ ଡ.ଶ୍ରୁତି ମହାପାତ୍ର ମୁଖ୍ୟ ଅତିଥିଭାବେ ଓ ବିଏସଏନଏଲ ଓଡ଼ିଶାର ମୁଖ୍ୟ ମହାପ୍ରବନ୍ଧକ ରୁଦ୍ର ନାରାୟଣ ପଲେଇ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଉଦବୋଧନ ଦେଇ ଡ.ଶ୍ରୁତି ମହାପାତ୍ର ମହିଳା ସଶକ୍ତିକରଣ ଓ ଦିବ୍ୟାଙ୍ଗ ଲୋକମାନଙ୍କ ସେବା ସଂପର୍କର ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଏହି ସମାରୋହରେ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଏସଏନଏଲ ଓ ଦୂରସଂଚାର ବିଭାଗ କର୍ମଚାରୀଙ୍କ ପରିବାର ବର୍ଗ ଯୋଗଦେଇଥିଲେ। ଏହି ଅବସରରେ ଟିଡବ୍ଲୁଡବ୍ଲୁଓ ସଦସ୍ୟ ଓ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ସମାରୋହରେ ନିଟ୍, ଜେଇଇ ପରି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟିଡବ୍ଲୁଡବ୍ଲୁଓ ଓଡ଼ିଶାର…

Read More

ନୂଆଦିଲ୍ଲୀ: ଆଦାନୀ ଲାଞ୍ଚ ମାମଲାକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲଢେଇ ଏକ ନୂତନ ସ୍ତରରେ ପହଞ୍ଚିଛି। ବାସ୍ତବରେ ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଅନୁମତି ଦିଆଯାଇ ନ ଥିବାରୁ କ୍ରୋଧିତ ହୋଇ ସୋମବାର ଦିନ ଏହାକୁ ବିରୋଧ କରିବାର କଂଗ୍ରେସ ଏକ ନୂଆ ଉପାୟ ବାହାର କରିଛି, ଯାହା ଉପରେ ଅନେକ ଚର୍ଚ୍ଚା ହେଉଛି। ବାସ୍ତବରେ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଟାର୍ଗେଟ କରିବା ଏବଂ କେନ୍ଦ୍ର ସରକାର ଓ ଆଦାନୀ ଗୋଷ୍ଠୀ ମଧ୍ୟରେ ସୁସମ୍ପର୍କ ଅଭିଯୋଗକୁ ଦୋହରାଇବା ପାଇଁ କଂଗ୍ରେସ ଏକ କ୍ଷୁଦ୍ର ଭିଡିଓ ପ୍ରସ୍ତୁତ କରିଛି। ଏହି ଭିଡିଓ ସଂସଦ କମ୍ପ୍ଲେକ୍ସରେ ନିର୍ମିତ ହୋଇଥିଲା ଏବଂ ଏଥିରେ କଂଗ୍ରେସ ସାଂସଦ ଶିବାଜୀ କାଲଗେ ପିଏମ ମୋଦୀଙ୍କ ମୁଖା ପିନ୍ଧିଥିବାବେଳେ କଂଗ୍ରେସର ମାଣିକାମ ଟାଗୋର ଆଦାନୀଙ୍କ ମୁଖା ପିନ୍ଧିଥିଲେ। ସାମ୍ନାରେ ଠିଆ ହୋଇଥିବା ରାହୁଲ ଗାନ୍ଧୀ ଉଭୟଙ୍କୁ ପ୍ରଶ୍ନ ପଚାରୁଥିଲେ। ରାହୁଲ କ’ଣ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ କିଛି ଦିନ ପୂର୍ବରୁ ବ୍ରହ୍ମପୁର ଏସ୍ ପି ଙ୍କ ପ୍ରଚେଷ୍ଟାରେ ୯ ଜଣ ନବାବୀ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଖବର ଚର୍ଚ୍ଚାରେ ଥିବା ବେଳେ ପୁଣି ୩ ଜଣ ଠକଙ୍କୁ ଗିରଫ କରାଯାଇଛି। ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଅଞ୍ଚଳର ଆଶିଷ ମହାପାତ୍ର, ଛତ୍ରପୁର ଅଞ୍ଚଳର ପ୍ରଦ୍ୟୁମ୍ନ ପଲେଇ ଓ ଜଗତସିଂହପୁର ଜିଲ୍ଲାର ମିହିର ରାଉତ ନାମକ ୩ ଜଣ ଯୁବକଙ୍କୁ ପୋଲିସ ବଡ଼ବଜାରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଚନା ଅନୁଯାୟୀ, ବଡ଼ବଜାର ଥାନା ଅର୍ନ୍ତଗତ ପଞ୍ଚାନନ ନଗର ସାହିର ଗିରିଜା ନନ୍ଦନ ପଣ୍ଡିତ ନାମକ ଜଣେ ବେରୋଜଗାରୀ ଯୁବକ ଚାକିରୀ ଅନ୍ୱେଷଣରେ ବୁଲୁଥିବା ବେଳେ ଅଭିଯୁକ୍ତ ଆଶିଷ ହାବୁଡ଼ରେ ପଡ଼ିଥିଲେ। ସେ ଚାକିରୀ କରାଇବା ପାଇଁ ଗିରିଜାଙ୍କ ଠାରୁ ୫ ଲକ୍ଷ ଟଙ୍କା ଦାବୀ କରିଥିଲେ। ଚୁକ୍ତି ମୁତାବକ ଗିରିଜା ଆଶିଷଙ୍କୁ ୫ ଲକ୍ଷ ଟଙ୍କା ଦେଇଥିଲେ ଓ…

Read More

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲାରେ କର୍ମ ସଂସ୍ଥାର ଅଭାବ ନଥିବା ବେଳେ ଶ୍ରମିକମାନେ ନିଜ ଗ୍ରାମରେ କାମ କରି ଲକ୍ଷପତି ହେବା ସୁଯୋଗ ମିଳିଅଛି। କୋମନା ବ୍ଲକ ଢୋର୍ଲିମୁଣ୍ଡା ଗ୍ରାମପଞ୍ଚାୟତ ୧୦ ଗୋଟି ମନରେଗା ଶ୍ରମିକଙ୍କୁ ୩୦୦ ଦିନ କାର୍ଯ୍ୟ ଯୋଗାଣ ହୋଇଅଛି। ପ୍ରତ୍ୟେକ ୧୦ ଜଣ ଶ୍ରମିକ ଲକ୍ଷପତି ବନିବା ସୁଯୋଗ ପାଇଛନ୍ତି ଏବଂ ସ୍ବତ୍ତନ୍ତ୍ର କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାପାଳ ଯୋଗ ଦେଇ ଲକ୍ଷପତିଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ପ୍ରବାସୀ ଶ୍ରମିକ ବହୁଳ ଜିଲ୍ଲା ଅଟେ। ନିଜ ଗ୍ରାମରେ କର୍ମ ସଂସ୍ଥା ଯୋଗାଣ ନେଇ ଜିଲ୍ଲାପାଳ ସମସ୍ତ ଗ୍ରାମପଞ୍ଚାୟତ କୁ ଚିଠି ମାଧ୍ୟମ ଅବଗତ କରିଛନ୍ତି। ଚିତ୍ତଲ ତାଣ୍ଡି, ଗୋପୀ ଦୀପ, ପୁସ୍ତମ ରାଉତ, ଡୋଳାମଣି ମାଝୀ, ଅଣ୍ଟିଏନ ମାଝୀ, ଅକ୍ରୁର ନାଗ, ଲୋଚନ ରାଉତ,ନୀଳାମ୍ବର ରାଉତ, ଜଦବା ମାଝୀ, ରାଜାରାମ ମାଝୀ ୩୦୦ ଦିନର କାମ କରିଛନ୍ତି। ଏହି ଗ୍ରାମପଞ୍ଚାୟତ ରେ ୧୪୪୬ ଜଣକ ଶ୍ରମିକଙ୍କ ମନରେଗା ଯୋଜନା…

Read More

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲାର ପ୍ରାଚୀନ ମାରାଗୁଡ଼ା ସଭ୍ୟତାରୁ ଆରମ୍ଭ କରି ଆଧୁନିକ ସଭ୍ୟତାରେ ସଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବିଶେଷ ପରମ୍ପରା ରହିଅଛି। ନୂଆପଡ଼ା ଜିଲ୍ଲା କୋଶଲି ସାଂସ୍କୃତିକ ମହୋତ୍ସବ ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ବେଳେ ଆଜି ଚତୁର୍ଥ ସଂନ୍ଧ୍ୟା। ତୃତୀୟ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା କୌଶଳ ଯୋଗ ଦେଇ ଯେଉଁ ଜାତି ସମାଜର ଭାଷାକୁ ସମୃଦ୍ଧ କରିଛି ସେହି ସମାଜ ସେତେ ବିକଶିତ ବୋଲି ପ୍ରକାଶ କରିଛନ୍ତି। ସଭାରେ ସୁରଜିତ ସିଂ ମହାରଥା ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟତମ ଅତିଥି ରୂପେ ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଂଜନ ଯୋଷୀ, ଭାରତ ଲାଲ ରାଉତ, ପୂର୍ବତନ ଏନ୍ ଏ ସି ଉପାଧ୍ୟକ୍ଷ ମହେଶ ନିଆଲ୍, ଆଇନଜୀବୀ ଅଶୋକ ଦେବାଙ୍ଗନ ପ୍ରମୁଖ ମଞ୍ଚାସିନ ହୋଇଥିଲେ। କୋଶଲି ଭାଷାରେ ମାଧୂର୍ଯ୍ୟ ଏବଂ ଆତ୍ମୀୟତା ଭାବ ରହିଅଛି। କୋଶଲି ଭାଷାର କୌଣସି ଏକ ଶବ୍ଦରେ ଅନେକ…

Read More

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଥାନା ଦଲଦଳି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୩୫୩ ଜାତୀୟ ରାଜପଥ ଦଳଦଳୀ ନିକଟରେ ଅଜଣା ଗାଡ଼ି ଧକ୍କାରେ ଏକ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ଗୋଟିଏ ଗାଁର ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ମାନେ ହେଲେ ପଲସିପାଣି ପଞ୍ଚାୟତ କରଲାପଡ଼ା ଗାଁର ଶ୍ୟାମ ଶବର (୧୭), ଗୁଡୁ ଶବର(୨୨), ଚାଟି ଶବର (୧୯) ବୋଲି ଜଣାପଡିଛି। ବର୍ତ୍ତମାନ ଲଖନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି।

Read More

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ସିରିଜର ଦ୍ୱିତୀୟ ଟେଷ୍ଟରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ବର୍ତ୍ତମାନ ତୃତୀୟ ଟେଷ୍ଟ ଡିସେମ୍ବର ୧୪ ତାରିଖରୁ ବ୍ରିସବେନରେ ଖେଳାଯିବ। ନୂଆ ବର୍ଷ ଅବସରରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ରହିବ। ନୂଆ ବର୍ଷରେ ତାଙ୍କର ପ୍ରଥମ ଟେଷ୍ଟ କେବଳ ଅଷ୍ଟ୍ରେଲିଆ ବିପକ୍ଷରେ ହେବ। କିନ୍ତୁ ୨୦୨୫ ର ପ୍ରଥମ ODI ଏବଂ ପ୍ରଥମ ଟି-୨୦ ଇଂଲଣ୍ଡ ବିପକ୍ଷରେ ହେବ। ଟିମ୍ ଇଣ୍ଡିଆ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୨୪ର ଶେଷ ମ୍ୟାଚ୍ ଖେଳିବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣରେ ଡିସେମ୍ବର ୨୬ ତାରିଖରୁ ଡିସେମ୍ବର ୩୦ ତାରିଖ ମଧ୍ୟରେ ଖେଳାଯିବ। ଏହା ପରେ ନୂଆ ବର୍ଷ ଆରମ୍ଭ ହେବ। ଟିମ୍ ଇଣ୍ଡିଆ ଜାନୁଆରୀ ୩ ତାରିଖରୁ ସିଡନୀରେ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ଖେଳିବ। ୨୦୨୫ ର ଏହା ସେମାନଙ୍କର ପ୍ରଥମ…

Read More

ନୂଆଦିଲ୍ଲୀ: ଭାରତ ବିରୋଧରେ ବିଭ୍ରାନ୍ତିକର ପ୍ରଚାର ପ୍ରସାର କରୁଥିବା ଜର୍ଜ ସୋରୋସଙ୍କ ସହ କଂଗ୍ରେସ ଦଳର ସମ୍ପର୍କକୁ ବିଜେପି କ୍ରମାଗତ ଭାବେ ଆକ୍ରମଣ କରୁଛି। ରବିବାର ଦିନ ବିଜେପି ଅଭିଯୋଗ କରିଛି ଯେ, ସୋନିଆ ଗାନ୍ଧୀ ଏଫଡିଏଲ-ଏପି ସଂଗଠନର ସହ-ସଭାପତି ଜର୍ଜ ସୋରୋସଙ୍କ ସହ ସମ୍ପର୍କ ରଖିଛନ୍ତି। ଏହି ସମୟରେ ସୋମବାର କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଏହି ପ୍ରସଙ୍ଗରେ କଡା ଆକ୍ରମଣ କରିଥିଲେ। ରିଜିଜୁ କହିଛନ୍ତି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସେ କହିଛନ୍ତି ଯେ, ସୋନିଆ ଗାନ୍ଧୀ ଏବଂ ଜର୍ଜ ସୋରୋସଙ୍କ ମଧ୍ୟରେ ସମ୍ପର୍କ ପ୍ରସଙ୍ଗ ଉନ୍ମୋଚିତ ହୋଇଛି। ବିଜେପି କେଉଁ ପ୍ରଶ୍ନ ଉଠାଇଛି?: ବିଜେପି ତରଫରୁ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଦଳ ଉପରେ ସୋସିଆଲ ମିଡିଆ ସାଇଟ୍ X ରେ ଗୋଟିଏ ପରେ ଗୋଟିଏ ପୋଷ୍ଟ କରି ପ୍ରଶ୍ନ ଉଠିଥିଲା। ବିଜେପି ଅଭିଯୋଗ କରିଛି ଯେ, ସୋନିଆ ଗାନ୍ଧୀ, ଏଫଡିଏଲ୍-ଏପି ଫାଉଣ୍ଡେସନର ସହ-ଚେୟାରମ୍ୟାନ୍ ଭାବରେ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ୨୦୧୦ ଏପ୍ରିଲ ୨୨ ତାରିଖରେ ଘଟିଥିବା ଧୀର ସାମଲ ହତ୍ୟା ମାମଲାର ୨୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ଜିଲ୍ଲା ଜଜ୍ ମହାଶୟା ୫ ଜଣ ଅଭିଯୁକ୍ତ ଯଥା କାଳିଆ ସେଠୀ, ପିଙ୍କୁ ପାତ୍ର, ସଞ୍ଜୟ ପ୍ରଧାନ, କୃଷ୍ଣ ଚନ୍ଦ୍ର ପାତ୍ର ଓ ସନ୍ୟାସୀ ରାଉତଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି। କିନ୍ତୁ ପ୍ରମାଣ ଅଭାବରୁ ଆଉ ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସୁଚନା ଥାଉକି ଘଟଣା ଦିନ ନିହତ ଧୀର ସାମଲ ଶ୍ରୀରାମ ନଗର ଛକରେ ରାଜୀବ ବେହେରା ଓ ସନ୍ତୋଷ ତ୍ରିପାଠୀ ନାମକ ଦୁଇ ବନ୍ଧୁଙ୍କ ସହ କଥା ହେଉଥିଲା ବେଳେ ଅଭିଯୁକ୍ତ ମାନେ ଧୀରଙ୍କୁ ଲକ୍ଷ କରି ବୋମାମାଡ କରି ତାକୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବୋମାମାଡରେ ଦୁଇ ବନ୍ଧୁ ସନ୍ତୋଷ ଓ ରାଜୀବ ଆହତ ହୋଇଥିଲେ। ୩ ଜଣ…

Read More

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରେ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ କିନ୍ନରକୁ ଦୁଷ୍କର୍ମ ମାମଲାରେ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କଥା ହେଉଛି ଫରିନ୍ ନାମକ ଜଣେ କିନ୍ନର ୭ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିଲେ। ଏହି ମାମଲା ପ୍ରାୟ ଅଢେଇ ବର୍ଷ କୋର୍ଟରେ ଚାଲିଥିଲା, ପରେ ବରେଲି କୋର୍ଟ ଏହାର ରାୟ ଦେଇଛନ୍ତି ଏବଂ ଅଭିଯୁକ୍ତ କିନ୍ନରକୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜଣେ କିନ୍ନରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ପ୍ରମାଣିତ ହେବା ଏକ ଆଶ୍ଚର୍ଯ୍ୟକର ଘଟଣା ହୋଇଛି। ବରେଲିର ମିରଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। କୁହାଯାଉଛି ଯେ, ଅଭିଯୁକ୍ତ କିନ୍ନର ଫରିନ୍ ଟିଭି ଦେଖାଇବା ନାମରେ ଜଣେ ୭ ବର୍ଷର ଶିଶୁକୁ ସାଙ୍ଗରେ ନେଇଥିଲା। ଦୁଷ୍କର୍ମ ପରେ ପରିବାର ସଦସ୍ୟ ଝିଅକୁ ରକ୍ତାକ୍ତ ଅବସ୍ଥାରେ ଦେଖି ସେମାନେ ବୁଝିପାରିଲେ ଯେ, ଝିଅ ସହିତ କିଛି ଭୁଲ ହୋଇଛି। ପୋଲିସ…

Read More

ନୂଆଦିଲ୍ଲୀ: ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କାକୁ 109 ରନ୍ ରେ ପରାସ୍ତ କରିଛି। ଆଫ୍ରିକା କେବଳ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ 2-0ରେ ଜିତି ନାହିଁ ବରଂ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଦେଇଛି। ଦକ୍ଷିଣ ଆଫ୍ରିକାର ଏହି ବିଜୟ ଭାରତର ସମସ୍ୟାକୁ ବଢାଇ ଦେଇଛି, ତଥାପି ଏହାର କ୍ରମାଗତ ତୃତୀୟ WTC ଫାଇନାଲ ଖେଳିବାର ସୁଯୋଗ ଅଛି, କିନ୍ତୁ କିପରି? ଦକ୍ଷିଣ ଆଫ୍ରିକାର ପଏଣ୍ଟ ପ୍ରତିଶତ 63.33 କୁ ବୃଦ୍ଧି ପାଇଛି, ଏହି କାରଣରୁ ଏହି ଦଳ ଟେବୁଲରେ ପ୍ରଥମ ସ୍ଥାନ ଅଧିକାର କରିଛି। ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି, ଯାହାର ପଏଣ୍ଟ ପ୍ରତିଶତ ବର୍ତ୍ତମାନ 60.71 ରହିଛି। ଭାରତ ବିଷୟରେ କହିବାକୁ ଗଲେ, ଆଡିଲେଡରେ ଅଷ୍ଟ୍ରେଲିଆ ଠାରୁ ଗୋଲାପୀ ବଲ୍ ଟେଷ୍ଟ ହରାଇବା ପରେ ଦଳ ପ୍ରଥମରୁ ତୃତୀୟ ସ୍ଥାନକୁ ଖସି ଆସିଛି। ଟିମ୍ ଇଣ୍ଡିଆର ପଏଣ୍ଟ ପ୍ରତିଶତ ବର୍ତ୍ତମାନ…

Read More