Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚାକିରୀ ନାମରେ ଠକେଇ ଅଭିଯୋଗ, ପୁଣି ୩ ଠକ ଗିରଫ
ଅପରାଧ

ଚାକିରୀ ନାମରେ ଠକେଇ ଅଭିଯୋଗ, ପୁଣି ୩ ଠକ ଗିରଫ

December 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ କିଛି ଦିନ ପୂର୍ବରୁ ବ୍ରହ୍ମପୁର ଏସ୍ ପି ଙ୍କ ପ୍ରଚେଷ୍ଟାରେ ୯ ଜଣ ନବାବୀ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଖବର ଚର୍ଚ୍ଚାରେ ଥିବା ବେଳେ ପୁଣି ୩ ଜଣ ଠକଙ୍କୁ ଗିରଫ କରାଯାଇଛି। ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଅଞ୍ଚଳର ଆଶିଷ ମହାପାତ୍ର, ଛତ୍ରପୁର ଅଞ୍ଚଳର ପ୍ରଦ୍ୟୁମ୍ନ ପଲେଇ ଓ ଜଗତସିଂହପୁର ଜିଲ୍ଲାର ମିହିର ରାଉତ ନାମକ ୩ ଜଣ ଯୁବକଙ୍କୁ ପୋଲିସ ବଡ଼ବଜାରରୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଚନା ଅନୁଯାୟୀ, ବଡ଼ବଜାର ଥାନା ଅର୍ନ୍ତଗତ ପଞ୍ଚାନନ ନଗର ସାହିର ଗିରିଜା ନନ୍ଦନ ପଣ୍ଡିତ ନାମକ ଜଣେ ବେରୋଜଗାରୀ ଯୁବକ ଚାକିରୀ ଅନ୍ୱେଷଣରେ ବୁଲୁଥିବା ବେଳେ ଅଭିଯୁକ୍ତ ଆଶିଷ ହାବୁଡ଼ରେ ପଡ଼ିଥିଲେ। ସେ ଚାକିରୀ କରାଇବା ପାଇଁ ଗିରିଜାଙ୍କ ଠାରୁ ୫ ଲକ୍ଷ ଟଙ୍କା ଦାବୀ କରିଥିଲେ। ଚୁକ୍ତି ମୁତାବକ ଗିରିଜା ଆଶିଷଙ୍କୁ ୫ ଲକ୍ଷ ଟଙ୍କା ଦେଇଥିଲେ ଓ ଆଶିଷ ଛତ୍ରପୁର ଅଞ୍ଚଳର ପ୍ରଦ୍ୟୁମ୍ନ ପଲେଇ ପାଖଙ୍କୁ ନେଇ କୋର୍ଟ ପେପରରେ ଏଗ୍ରିମେଣ୍ଟ କରିବା ପାଇଁ କହିବାରୁ ଦୁହେଁ ଛତ୍ରପୁର ଯାଇଥିଲେ।

ଏହା ପରେ ଆଶିଷ ଓ ପ୍ରଦ୍ୟୁମ୍ନ ଦୁହେଁ, ମିଶି ଭୁବନେଶ୍ୱର ଯାଇ ଅନ୍ୟତମ ଠକ ମିହିର ସହ ମିଶାଇ ଥିଲେ ଓ ଖୁବ ଶୀଘ୍ର ନିଯୁକ୍ତି ପତ୍ର ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୬ ମାସ ପରେ ସେ ପଚାରିବାରୁ ଉକ୍ତ ଅଭିଯୁକ୍ତମାନେ ମିଛ କଥା କହି ଭଣ୍ଡାଇ ଚାଲିଲେ।

ଏମିତି ବର୍ଷ ପରେ ବର୍ଷ ଗଡ଼ି ଚାଲିଲା ପଛେ ଚାକିରୀର ନାଁ ଗନ୍ଧ ନପାଇ ନିରାଶ ଗିରିଜା ପରିଶେଷରେ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରି ସୁଚିନ୍ତିତ ଅନୁସନ୍ଧାନ ଚଳାଇ ଉକ୍ତ ୩ ଅଭିଯୁକ୍ତଙ୍କୁ ଉଠାଇ ଆଣି ଜେରା କରିବା ପରେ ସେମାନଙ୍କ ନିକଟରୁ କିଛି ଜାଲ୍ ନିଯୁକ୍ତ ପତ୍ର,ଏକ ଟଙ୍କା ଗଣିବା ମେସିନ ଓ ଏକ କାର୍ ଜବତ କରିଛି। ଠକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ବ୍ରହ୍ମପୁର ଏସ୍ ପି
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ବିଇଏମ୍‌ଏସ୍ ମାନ୍ୟତା: ୫ ଜିଲ୍ଲାରେ ଖୋଲିବ ଶିଶୁରୋଗ ଡିପ୍ଲୋମା

September 22, 2026

ପବନ-ପାଣିକୁ ଦେଖି ସତର୍କ ଚାଳକ: ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

September 22, 2026

ଟ୍ରକ୍‌କୁ ପଛରୁ ପିଟିଲା ବ୍ୟାଣ୍ଡପାର୍ଟି ଗାଡ଼ି, ଜଣେ ମୃତ, ୭ ଗୁରୁତର

September 22, 2026

ଓଡ଼ିଶାରେ ସରିଲା ଏସ୍‌ଆଇଆର: ତାଲିକାରୁ ବାଦ୍‌ ପଡ଼ିଲେ ୨୦ ଲକ୍ଷ

September 22, 2026
Latest News

Smoking Cessation Benefits: ଧୂମପାନ ଛାଡ଼ିବା ପରେ ଫୁସଫୁସ କେବେ ସୁସ୍ଥ ହୁଏ? ଜାଣନ୍ତୁ ବିଶେଷଜ୍ଞଙ୍କ ତଥ୍ୟ

September 22, 2026

୨ ଆସନରେ ଉପନିର୍ବାଚନ: ମମତା ଗୋଷ୍ଠୀଙ୍କ ନୂଆ ଚିହ୍ନ ‘ଫୁଟବଲ୍ ଖେଳାଳି’ ଉନ୍ମୋଚିତ

September 22, 2026

ସୋନିଆଙ୍କ ନାଗରିକତା ବିବାଦ: ପୁନଃ ଶୁଣାଣି ପାଇଁ ରାଉଜ୍ ଆଭେନ୍ୟୁ କୋର୍ଟଙ୍କ ନିର୍ଦ୍ଦେଶ

September 22, 2026

ସିଏସ୍‌କେର ମୁଖ୍ୟ କୋଚ୍ ହେଲେ ଜାହିର୍ ଖାନ୍

September 22, 2026

ଏନ୍‌ବିଇଏମ୍‌ଏସ୍ ମାନ୍ୟତା: ୫ ଜିଲ୍ଲାରେ ଖୋଲିବ ଶିଶୁରୋଗ ଡିପ୍ଲୋମା

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.