Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ଏସ୍ ପି ଙ୍କ ଅପରାଧ ସମୀକ୍ଷା ବୈଠକ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏସ୍ ପି ଡଃ ଶ୍ରବଣ ବିବେକ ଏମ୍ ଙ୍କ ଅଧ୍ୟକ୍ଷତାରେ ଅପରାଧୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ବ୍ରହ୍ମପୁର ପୋଲିସ ଜିଲ୍ଲାରେ ତାଲା ବନ୍ଦ ଘରୁ ଚୋରି, ମୋଟରସାଇକେଲରେ ପିଛା କରି ମହିଳା ମାନଙ୍କର ବେକରୁ ସୁନା ଅଳଙ୍କାର ଲୁଟ, ଗୋଷ୍ଠୀ ସଂଘର୍ଷ, ବହୁ ପୁରୁଣା ଅପରାଧୀ ମାନଙ୍କର ତାଲିକା ପ୍ରସ୍ତୁତି ସହ ନୂତନ ଭାବେ ଅପରାଧ ଜଗତରେ ପ୍ରବେଶ କରିଥିବା କିଛି ନୁଆ ଓ ବାଳ ଅପରାଧୀଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ରଖିବା ସମେତ ସ୍ଥଗିତ ଥିବା ପୁରୁଣା ମକଦ୍ଦମା ଫାଇଲ୍ ଗୁଡ଼ିକର ଶୀଘ୍ର ସମ୍ପାଦନ ନିମନ୍ତେ ଏସ୍ ପି ମହାଶୟ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆଜିର ଏହି ବୈଠକରେ ଅତିରିକ୍ତ ଏସପି ଅସିମ୍ ପଣ୍ଡା, ରମେଶ ସେଠୀ ବ୍ରହ୍ମପୁର ଏସ୍ ଡି ପି ଓ ରାଜୀବ ଲୋଚନ ପଣ୍ଡା, ସଦର ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ର ଙ୍କ ସମେତ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ମାନେ ଯୋଗ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ମଦ ପ୍ରସ୍ତୁତି କାରବାରରେ ଜଡ଼ିତ ଦୁଇ ଭାଇ କୋର୍ଟ ଚାଲାଣ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଏସ୍ ପି ଡଃ ଶ୍ରବଣ କୁମାର କୌଣସି ସୂତ୍ରରୁ ଖବର ପାଇ ଏକ ଟିମ୍ ଗଠନ କରି ଗୋଟିଏ ନକଲି ମଦ ତିଆରି କାରଖାନାକୁ ଚଢ଼ାଉ କରି ବହୁ ପରିମାଣର ନକଲି ମଦ, ୩୫ ଲିଟର ସ୍ପିରିଟ, ୭୫୦ ଟି ଗ୍ୟାସ୍ ବୋତଲ, ୩ ହଜାରରୁ ଉର୍ଦ୍ଧ୍ବ ଲେବଲ୍ ଓ ଏହା ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ କମ୍ପାନୀର ନକଲି ଷ୍ଟିକର ଗୋଟିଏ ଅଟୋ ଓ ପେକିଙ୍ଗ୍ ମେସିନ ଜବତ୍ କରିଥିଲେ। ପ୍ରସ୍ତୁତ କରୁଥିବା ବୁଗୁଡ଼ା ଥାନା ଅନ୍ତର୍ଗତ ଗାନ୍ଧୀ ଗ୍ରାମର ଦୁଇ ଭାଇ ପ୍ରଶାନ୍ତ ଯେନା ଓ ତାରିଣୀ ଯେନାଙ୍କୁ ଘଟଣାସ୍ଥଳରୁ ଉଠାଇ ଆଣିଥିଲେ। ପରିଶେଷରେ ନକଲି ମଦ ତିଆରିର ବଳିଷ୍ଠ ପ୍ରମାଣ ମିଳିବା ପରେ ଉକ୍ତ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ପ୍ରକାଶ ଥାଉକି ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗର ଅଞ୍ଚଳରେ ଏକ ପାଉଁରୁଟି କାରଖାନା ରେ ଉକ୍ତ ଦୁଇ ଭାଇ ନକଲି ମଦ ତିଆରି କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳକୁ ଚାଲାଣ କରୁଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଏସ୍ ପି ଉକ୍ତ କାରଖାନା ଉପରେ ଚଢ଼ାଉ କରି ସଫଳତା ପାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅପରାଧୀଙ୍କ ସମ୍ପତ୍ତି ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ କିଛି ଦିନ ତଳେ ବ୍ରହ୍ମପୁର ଏସ୍ ପି ସାମ୍ବାଦିକ ସମ୍ମିଳନୀରେ ଜଣାଇଥିବା ନିଷ୍ପତ୍ତି ଅନୁଯାୟୀ ଗୋଷାଣୀ ନୁଆଁଗାଁ ଥାନା ପୋଲିସ୍ ପକ୍ଷରୁ ଅଦାଲତଙ୍କ ନିର୍ଦ୍ଦେଶ ପ୍ରକାରେ ଗତ କାଲି ସମ୍ପତ୍ତି ବାଜ୍ୟାପ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ନିଷ୍ପତ୍ତି ଅନୁଯାୟୀ ନେହେରୁ ନଗର ଅଞ୍ଚଳର ହତ୍ୟା ଅଭିଯୁକ୍ତ ଜଣେ ଅପରାଧୀକୁ ୱାରେଣ୍ଟ ଜାରି ସତ୍ୱେ ପୋଲିସକୁ ଧରା ନଦେବା ଫଳରେ ବ୍ରହ୍ମପୁର ଏସ୍ ଡି ପି ଓ, ଗୋଷାଣୀ ନୁଆଁଗାଁ ଥାନା ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଉକ୍ତ ଅପରାଧୀଙ୍କ ଘରର ବିଭିନ୍ନ ଆସବାବପତ୍ର ପତ୍ର ସହ ଘରକୁ ସିଲ୍ କରିଛନ୍ତି।