ନକଲି ମଦ ପ୍ରସ୍ତୁତି କାରବାରରେ ଜଡ଼ିତ ଦୁଇ ଭାଇ କୋର୍ଟ ଚାଲାଣ

Published: Jun 21, 2023, 12:00 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଏସ୍ ପି ଡଃ ଶ୍ରବଣ କୁମାର କୌଣସି ସୂତ୍ରରୁ ଖବର ପାଇ ଏକ ଟିମ୍ ଗଠନ କରି ଗୋଟିଏ ନକଲି ମଦ ତିଆରି କାରଖାନାକୁ ଚଢ଼ାଉ କରି ବହୁ ପରିମାଣର ନକଲି ମଦ, ୩୫ ଲିଟର ସ୍ପିରିଟ, ୭୫୦ ଟି ଗ୍ୟାସ୍ ବୋତଲ, ୩ ହଜାରରୁ ଉର୍ଦ୍ଧ୍ବ ଲେବଲ୍ ଓ ଏହା ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ କମ୍ପାନୀର ନକଲି ଷ୍ଟିକର ଗୋଟିଏ ଅଟୋ ଓ ପେକିଙ୍ଗ୍ ମେସିନ ଜବତ୍ କରିଥିଲେ। ପ୍ରସ୍ତୁତ କରୁଥିବା ବୁଗୁଡ଼ା ଥାନା ଅନ୍ତର୍ଗତ ଗାନ୍ଧୀ ଗ୍ରାମର ଦୁଇ ଭାଇ ପ୍ରଶାନ୍ତ ଯେନା ଓ ତାରିଣୀ ଯେନାଙ୍କୁ ଘଟଣାସ୍ଥଳରୁ ଉଠାଇ ଆଣିଥିଲେ। ପରିଶେଷରେ ନକଲି ମଦ ତିଆରିର ବଳିଷ୍ଠ ପ୍ରମାଣ ମିଳିବା ପରେ ଉକ୍ତ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ପ୍ରକାଶ ଥାଉକି ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗର ଅଞ୍ଚଳରେ ଏକ ପାଉଁରୁଟି କାରଖାନା ରେ ଉକ୍ତ ଦୁଇ ଭାଇ ନକଲି ମଦ ତିଆରି କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳକୁ ଚାଲାଣ କରୁଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଏସ୍ ପି ଉକ୍ତ କାରଖାନା ଉପରେ ଚଢ଼ାଉ କରି ସଫଳତା ପାଇଛନ୍ତି।

Related posts