Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକ୍ଷାଧିକ ମୂଲ୍ୟର ନକଲି ମଦ ଜବତ, ତିନି ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଉପ କମିଶନର ଡମ୍ବରୁଧର ଖଣ୍ଡା ଓ ଜିଲ୍ଲା ଉପାଧ୍ୟକ୍ଷଙ୍କ ନିର୍ଦ୍ଦେଶନାରେ ବିଭାଗର କିଛି କର୍ମଚାରୀ ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟ୍ ଗେଟ୍ ନିକଟରେ ସନ୍ଦେହ ଜନକ ଭାବେ ରୋସନ ସାହୁ ନାମକ ଜଣେ ଯୁବକ ସ୍କୁଟିରେ ଯାଉଥିବା ବେଳେ ତାକୁ ଅଟକାଇ ଜେରା କରିଥିଲେ। ଯଦ୍ୱାରା ତାଠାରୁ କିଛି ମଦ ବୋତଲ ମିଳିଥିଲା।

ଫଳରେ ରୋସନକୁ ଅଧିକ ପଚରାଉଚରା ପରେ ସେ ନିକଟସ୍ଥ ଖଣ୍ଡିଆକୁମୁଟି ସାହିରୁ ଉକ୍ତ ମଦ ଆଣି ବିକ୍ରି କରୁଥିବା କହିଲା। ତାପରେ ବିଭାଗୀୟ କର୍ମଚାରୀ ମାନେ ଉକ୍ତ ଘରେ ଚଢ଼ାଉ କରି ସେଠାରେ ବ୍ୟବସାୟ ଚଳାଉଥିବା ଦୁଇ ଭାଇ ଅନୀଲ ସାହୁ ଓ ସୁନୀଲ ସାହୁ ଙ୍କୁ ଘଟଣାସ୍ଥଳରୁ କାବୁ କରିଥିଲେ ଏବଂ ଉକ୍ତ ଘରକୁ ଯାଞ୍ଚ କରି ସେଠାରୁ ଦୁଇଶହରୁ ଅଧିକ ନକଲି ବିଦେଶୀ ମଦ, କିଛି ଠିପି ଓ ବିଭିନ୍ନ କମ୍ପାନୀର ଲେବଲ୍ ସହ ଗୋଟିଏ ହୋଣ୍ଡା ଏକ୍ଟିଭା ସ୍କୁଟି ଜବତ କରିଛନ୍ତି। ସମ୍ପ୍ରୁକ୍ତ ତିନି ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ମଦ ପ୍ରସ୍ତୁତ ସାମଗ୍ରୀ ସହ ବ୍ୟବସାୟୀ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗରରେ ଗତ ଜୁନ ୧୭ ତାରିଖରେ ଗୋଟିଏ ନକଲି ମଦ ତିଆରି କାରଖାନା ଉପରେ ପୋଲିସ ଚଢ଼ାଉ କରିଥିଲା। ଏହାପରେ ପୋଲିସ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି। ଚଢ଼ାଉ ବେଳେ ବହୁ ପରିମାଣର ନକଲି ମଦ ତିଆରି ସାମଗ୍ରୀ ଜବତ କରିଥିବା ବେଳେ ବୋତଲ ଯୋଗାଉଥିବା ଜନୈକ କବାଡି ଦୋକାନ ବାଲାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଏହି କିଛି ଦିନ ତଳେ ମଦ ତିଆରି କରୁଥିବା ବେପାରୀ ତାରିଣୀ ଜେନାଙ୍କୁ ଜେଲରୁ ରିମାଣ୍ଡରେ ଆଣି ପଚରାଉଚରା କରିବା ବେଳେ ନକଲି ମଦ ତିଆରି ପାଇଁ ସ୍ପିରିଟ, ଲେବଲ୍ ଓ ଅନ୍ୟାନ୍ୟ ସାମଗ୍ରୀ କଲିକତାରୁ ଆଣୁଥିବା ପୋଲିସ ଆଗରେ ପ୍ରକାଶ କରିଥିଲା। ଯ’ଦ୍ଵାରା ପୋଲିସ ତାରିଣୀଙ୍କୁ ଧରି କଲିକତା ସହରର ବୁରା ବଜାର ସ୍ଥିତ ସାଗର ଗେଷ୍ଟ୍ ହାଉସରୁ ଉକ୍ତ ସାମଗ୍ରୀ ଯୋଗାଉଥିବା ଦଲାଲ୍ ଶମ୍ଭୁ ପଟେଲଙ୍କୁ ସେଠାରୁ ଉଠାଇ ଆଣି ଜେରା କରିବା ବେଳେ ସେ ଉକ୍ତ ସମସ୍ତ ସାମଗ୍ରୀ ଯୋଗାଉଥିବା ରାଜି ହୋଇଥିଲା।

ଏହା ପରେ ପୋଲିସ ଶମ୍ଭୁଙ୍କୁ ସେଠିକାର ମେଟ୍ରୋ ପଲିଟାନ୍ ଅଦାଲତରେ ହାଜର କରାଇ ତାଙ୍କୁ ବ୍ରହ୍ମପୁର ଏସ୍ ଡି ଜେ ଏମ୍ ଅଦାଲତରେ ହାଜର କରାଇ ଅଦାଲତ ନିର୍ଦ୍ଦେଶ ଅନୁଯାୟୀ ବିଚାର ବିଭାଗୀୟ ହାଜତକୁ ପଠାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ମଦ ପ୍ରସ୍ତୁତି କାରବାରରେ ଜଡ଼ିତ ଦୁଇ ଭାଇ କୋର୍ଟ ଚାଲାଣ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଏସ୍ ପି ଡଃ ଶ୍ରବଣ କୁମାର କୌଣସି ସୂତ୍ରରୁ ଖବର ପାଇ ଏକ ଟିମ୍ ଗଠନ କରି ଗୋଟିଏ ନକଲି ମଦ ତିଆରି କାରଖାନାକୁ ଚଢ଼ାଉ କରି ବହୁ ପରିମାଣର ନକଲି ମଦ, ୩୫ ଲିଟର ସ୍ପିରିଟ, ୭୫୦ ଟି ଗ୍ୟାସ୍ ବୋତଲ, ୩ ହଜାରରୁ ଉର୍ଦ୍ଧ୍ବ ଲେବଲ୍ ଓ ଏହା ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ କମ୍ପାନୀର ନକଲି ଷ୍ଟିକର ଗୋଟିଏ ଅଟୋ ଓ ପେକିଙ୍ଗ୍ ମେସିନ ଜବତ୍ କରିଥିଲେ। ପ୍ରସ୍ତୁତ କରୁଥିବା ବୁଗୁଡ଼ା ଥାନା ଅନ୍ତର୍ଗତ ଗାନ୍ଧୀ ଗ୍ରାମର ଦୁଇ ଭାଇ ପ୍ରଶାନ୍ତ ଯେନା ଓ ତାରିଣୀ ଯେନାଙ୍କୁ ଘଟଣାସ୍ଥଳରୁ ଉଠାଇ ଆଣିଥିଲେ। ପରିଶେଷରେ ନକଲି ମଦ ତିଆରିର ବଳିଷ୍ଠ ପ୍ରମାଣ ମିଳିବା ପରେ ଉକ୍ତ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ପ୍ରକାଶ ଥାଉକି ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗର ଅଞ୍ଚଳରେ ଏକ ପାଉଁରୁଟି କାରଖାନା ରେ ଉକ୍ତ ଦୁଇ ଭାଇ ନକଲି ମଦ ତିଆରି କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳକୁ ଚାଲାଣ କରୁଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଏସ୍ ପି ଉକ୍ତ କାରଖାନା ଉପରେ ଚଢ଼ାଉ କରି ସଫଳତା ପାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ସ୍ପିରିଟ ଜବତ, ୩ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ମହୁରୀ କାଳୁଆ ଛକରେ ଯାଞ୍ଚ କରୁଥିବା ବେଳେ ସନ୍ଦେହ ଜନକ ଭାବେ ଜଣେ ସ୍କୁଟି ଚାଳକକୁ ବିଭାଗୀୟ କର୍ମଚାରୀମାନେ ଅଟକାଇ ଯାଞ୍ଚ କରିଥିଲେ। ସେହିସମୟରେ ସେଥିରୁ ୪୦ ଲିଟର ସ୍ପିରିଟ ମିଳିଥିଲା ଓ ସ୍କୁଟି ଚାଳକ ଶିବାଶିଷ ଡାକୁଆକୁ ପଚରାଉଚରା ବେଳେ ନକଲି ମଦ ପ୍ରସ୍ତୁତ ପାଇଁ ଏହି ସ୍ପିରିଟ ବ୍ୟବହୃତ ହୁଏ ବୋଲି କହିଥିଲା। ତେବେ ସେ ଏହାକୁ ବଡଖେମୁଣ୍ଡି ସାହିର ଏକ ଗୋଦାମରୁ ଆଣିଥିବା କହିବା ପରେ ବିଭାଗୀୟ କର୍ମଚାରୀ ମାନେ ଶିବାଶିଷକୁ ନେଇ ଉକ୍ତ ଗୋଦାମରେ ଚଢ଼ାଉ କରିଥିଲା।

ସେଠାରେ ମହଜୁଦ ଥିବା ୧୭୪୦ ଲିଟର ସ୍ପିରିଟ ଜବତ କରିବା ସହ ଗୋଦାମରେ କାମ କରୁଥିବା ଶଙ୍କର ପ୍ରଧାନ ଓ ସଂଜିତ ପ୍ରଧାନ ନାମକ ଫାଶିଗୁଡା ଗ୍ରାମର ଦୁଇ ଯୁବକଙ୍କୁ ଗିରଫ କରିଥିଲା।

ଜବତ ସ୍ପରିଟ୍ ର ମୁଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିପୁଳ ନକଲି ମଦ ଜବତ: ୧ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସହର ବର୍ତ୍ତମାନ ନକଲି ଗଂଜେଇ, ନକଲି ମଦ ଏବଂ ବିଭିନ୍ନ ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଥିବାବେଳେ କିଛି ଦିନ ତଳେ ବିପୁଳ ପରିମାଣରେ ନକଲି ଲୁବ୍ରିକାଣ୍ଟ କାରଖାନା ଠାବ ହୋଇଥିବା ବ୍ରହ୍ମପୁର ବାସୀଙ୍କୁ ଚକିତ କରିଥିଲା। ଏହିଭଳି ସମୟରେ ଆଜି ଲାଞ୍ଜିପଲ୍ଲି ଅଂଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ବୈଦ୍ୟନାଥପୁର ଥାନା ଅଂଚଳର ଲାଞ୍ଜିପଲ୍ଲି ବ୍ରାହ୍ମଣ ସାହିରେ ଏକ ଘରେ ନକଲି ମଦ ପ୍ରସ୍ତୁତ ହେଉଥିବା ନେଇ ପୋଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଫଳରେ ଉକ୍ତ ସାହିରେ ଚଢ଼ାଉ ବେଳେ ବିପୁଳ ପରିମାଣରେ ନକଲି ମଦ ସହ, ନକଲି ମଦ ପାଇଁ ବୋତଲ, ହୋମିଓପାଥିକ ଔଷଧ, ରଙ୍ଗ ଓ କ୍ୟାମିକେଲ ଆଦି ପଡ଼ିଥିବା ଦେଖିବାକୁ ପାଇଥିଲା।

ପଚରାଉଚରା ପରେ ଘରେ ଥିବା ରାମଚନ୍ଦ୍ର ସାହୁ ନାମକ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ସମୁଦାୟ ୧୨ ପେଟି ମଦ ଜବତ ହୋଇଛି। ଏହି ନକଲି ମଦ କାରଖାନାରେ ହୋମିଓପାଥିକ ମେଡ଼ିସିନ୍ ଦ୍ୱାରା ମଦ ପ୍ରସ୍ତୁତ କରାଯାଇ ସହରର ବିଭିନ୍ନ ଅଂଚଳ ସହ ଜିଲ୍ଲା ବାହାରକୁ ଚାଲାଣ ହେଉଥିଲା। ତେବେ ପୋଲିସ୍ ରାମଚନ୍ଦ୍ରକୁ ପଚରାଉଚରା ଚାଲିଥିବାବେଳେ ଏହି କାରବାରରେ କିଏ କିଏ ସାମିଲ ଅଛନ୍ତି ତାହା ଜଣାପଡ଼ିଛି। ଯେଉଁ ଘରେ ବି ପ୍ରସ୍ତୁତ କରାଯାଉଥିଲା ତାହା ଭଡ଼ା ଅଣାଯାଇଛି କିମ୍ବା ରାମଚନ୍ଦ୍ରଙ୍କ ସଂପର୍କିୟଙ୍କ ତାହା ପୋଲିସ୍ ଖୋଳତାଡ଼ କରୁଥିବା ଜଣାପଡ଼ିଛି।

ବହୁଦିନରୁ ଏଭଳି ନକଲି ମଦ କାରବାର ନେଇ ଆଶଙ୍କା କରାଯାଉଥିଲାବେଳେ ପୋଲିସ୍ ବହୁ ବିଳମ୍ବରେ ଏହାକୁ ଚଢ଼ାଉ କରିଛି। ଲାଞ୍ଜିପଲ୍ଲି ଅଂଚଳଟି ବର୍ତ୍ତମାନ ନକଲି ମଦ ପ୍ରସ୍ତୁତରେ ଏକନମ୍ବରରେ ପରିଣତ ହୋଇଛି।