Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିପୁଳ ନକଲି ମଦ ଜବତ: ୧ ଗିରଫ
ଆଜିର ଖବର

ବିପୁଳ ନକଲି ମଦ ଜବତ: ୧ ଗିରଫ

January 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସହର ବର୍ତ୍ତମାନ ନକଲି ଗଂଜେଇ, ନକଲି ମଦ ଏବଂ ବିଭିନ୍ନ ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଥିବାବେଳେ କିଛି ଦିନ ତଳେ ବିପୁଳ ପରିମାଣରେ ନକଲି ଲୁବ୍ରିକାଣ୍ଟ କାରଖାନା ଠାବ ହୋଇଥିବା ବ୍ରହ୍ମପୁର ବାସୀଙ୍କୁ ଚକିତ କରିଥିଲା। ଏହିଭଳି ସମୟରେ ଆଜି ଲାଞ୍ଜିପଲ୍ଲି ଅଂଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ବୈଦ୍ୟନାଥପୁର ଥାନା ଅଂଚଳର ଲାଞ୍ଜିପଲ୍ଲି ବ୍ରାହ୍ମଣ ସାହିରେ ଏକ ଘରେ ନକଲି ମଦ ପ୍ରସ୍ତୁତ ହେଉଥିବା ନେଇ ପୋଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଫଳରେ ଉକ୍ତ ସାହିରେ ଚଢ଼ାଉ ବେଳେ ବିପୁଳ ପରିମାଣରେ ନକଲି ମଦ ସହ, ନକଲି ମଦ ପାଇଁ ବୋତଲ, ହୋମିଓପାଥିକ ଔଷଧ, ରଙ୍ଗ ଓ କ୍ୟାମିକେଲ ଆଦି ପଡ଼ିଥିବା ଦେଖିବାକୁ ପାଇଥିଲା।

ପଚରାଉଚରା ପରେ ଘରେ ଥିବା ରାମଚନ୍ଦ୍ର ସାହୁ ନାମକ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ସମୁଦାୟ ୧୨ ପେଟି ମଦ ଜବତ ହୋଇଛି। ଏହି ନକଲି ମଦ କାରଖାନାରେ ହୋମିଓପାଥିକ ମେଡ଼ିସିନ୍ ଦ୍ୱାରା ମଦ ପ୍ରସ୍ତୁତ କରାଯାଇ ସହରର ବିଭିନ୍ନ ଅଂଚଳ ସହ ଜିଲ୍ଲା ବାହାରକୁ ଚାଲାଣ ହେଉଥିଲା। ତେବେ ପୋଲିସ୍ ରାମଚନ୍ଦ୍ରକୁ ପଚରାଉଚରା ଚାଲିଥିବାବେଳେ ଏହି କାରବାରରେ କିଏ କିଏ ସାମିଲ ଅଛନ୍ତି ତାହା ଜଣାପଡ଼ିଛି। ଯେଉଁ ଘରେ ବି ପ୍ରସ୍ତୁତ କରାଯାଉଥିଲା ତାହା ଭଡ଼ା ଅଣାଯାଇଛି କିମ୍ବା ରାମଚନ୍ଦ୍ରଙ୍କ ସଂପର୍କିୟଙ୍କ ତାହା ପୋଲିସ୍ ଖୋଳତାଡ଼ କରୁଥିବା ଜଣାପଡ଼ିଛି।

ବହୁଦିନରୁ ଏଭଳି ନକଲି ମଦ କାରବାର ନେଇ ଆଶଙ୍କା କରାଯାଉଥିଲାବେଳେ ପୋଲିସ୍ ବହୁ ବିଳମ୍ବରେ ଏହାକୁ ଚଢ଼ାଉ କରିଛି। ଲାଞ୍ଜିପଲ୍ଲି ଅଂଚଳଟି ବର୍ତ୍ତମାନ ନକଲି ମଦ ପ୍ରସ୍ତୁତରେ ଏକନମ୍ବରରେ ପରିଣତ ହୋଇଛି।

ଗିରଫ ନକଲି ମଦ
Share. Facebook Twitter LinkedIn Email WhatsApp Copy Link

Related Posts

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026

ଗାଜିଆବାଦର ଗୌର ଗ୍ରୀନ୍ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ

April 29, 2026
Latest News

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026

ଗାଜିଆବାଦର ଗୌର ଗ୍ରୀନ୍ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ

April 29, 2026

ଅନିଶ୍ଚିତତାରେ ରିଂ ବନ୍ଧ ସଂପ୍ରସାରଣ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.