Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଟଖା, ନିକୋଟିନ ବ୍ୟାନ୍: ରାଜ୍ୟ ସରକାର ଜାରି କଲେ ବିଜ୍ଞପ୍ତି
ଆଜିର ଖବର

ଗୁଟଖା, ନିକୋଟିନ ବ୍ୟାନ୍: ରାଜ୍ୟ ସରକାର ଜାରି କଲେ ବିଜ୍ଞପ୍ତି

January 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ ପାନ ମସଲା ଉପରେ କଟକଣା ନାହିଁ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ରାଜ୍ୟରେ ପାନ ମସଲା ଉପରେ କଟକଣା ନାହିଁ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ଵର: ରାଜ୍ୟ ସରକାର ଆଜି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ତମାଖୁ, ଗୁଟଖା, ନିକୋଟିନ ଯୁକ୍ତ ସମସ୍ତ ଖାଦ୍ୟ ପଦାର୍ଥ ଉପରେ କଟକଣା ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଜାନୁୟାରୀ ୨୧ ତାରିଖରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଏହି ନିୟମ ଜାନୁଆରୀ ୨୧ ତାରିଖରୁ ଲାଗୁ ହୋଇଛି।

ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ରାଜ୍ୟରେ ତମାଖୁ କିମ୍ବା ନିକୋଟିନ୍ ମିଶ୍ରିତ ସମସ୍ତ ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବଣ୍ଟନ କିମ୍ବା ବିକ୍ରିକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ଏହି ନିଷେଧାଦେଶ ସମସ୍ତ ଚର୍ବଣକ୍ଷମ କିମ୍ବା ସୁଗନ୍ଧିତ ଖାଦ୍ୟ ପଦାର୍ଥ ପାଇଁ ପ୍ରଯୁଜ୍ୟ ହେବ। ଗୁଟଖା, ପାନ ମସଲା କିମ୍ବା ଅନ୍ୟ ଯେକୌଣସି ନାମରେ ବିକ୍ରି ହେଉଥିବା ସୁଗନ୍ଧିତ କିମ୍ବା ଚର୍ବଣକ୍ଷମ ଖାଦ୍ୟ ପଦାର୍ଥ ଉପରେ ଏହି କଟକଣା ଲାଗୁ ହେବ। ଯଦି ତମାଖୁ ଏବଂ ପାନ ମସଲା ଅଲଗା ଅଲଗା ପ୍ୟାକେଟରେ ମଧ୍ୟ ବିକ୍ରି କରାଯାଏ, ଯାହାକୁ ଗ୍ରାହକ ସହଜରେ ମିଶାଇ ବ୍ୟବହାର କରିପାରିବେ, ତେବେ ସେହିପରି ବିକ୍ରୟ ମଧ୍ୟ ନିଷିଦ୍ଧ। ଏହି ବିଜ୍ଞପ୍ତି ତାରିଖ ୦୩.୦୧.୨୦୧୩ ରେ ଜାରି ହୋଇଥିବା ପୂର୍ବ ବିଜ୍ଞପ୍ତି (ନଂ. ୩୬୭/H) ର ସ୍ଥାନ ନେବ ବୋଲି ସଦ୍ୟ ପ୍ରକାଶିତ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଗୁଟଖା ବ୍ୟବସାୟ ତମାଖୁ କିମ୍ବା ଗୁଟଖା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026
Latest News

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.