Categories
ବିଶେଷ ଖବର ରାଜ୍ୟ ଖବର

ଫାର୍ମାସି, ଏଏନଏମ, ନର୍ସିଂ ଓ ଏମ୍ଫିଲ ଛାତ୍ରଛାତ୍ରୀଙ୍କୁ ନୂଆବର୍ଷ ଭେଟି, ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ସରକାରୀ ଅନୁଷ୍ଠାନ ରେ ପଢ଼ୁଥିବା ଡ଼ି ଫାର୍ମ, ଅଜୁଲାରୀ ନର୍ସିଂ ଓ ଏ ଏନ ଏମ, ବିଏସି ନର୍ସିଂ, କ୍ଲିନିକାଲ ସାଇକୋଲୋଜି ଓ ମାନସିକ ସାମାଜିକ ବିଜ୍ଞାନ ରେ ଏମ ଫିଲ କରୁଥିବା ଛାତ୍ର ଛାତ୍ରୀ ଙ୍କ ଭତ୍ତା ବୃଦ୍ଧି କରିଛନ୍ତି।

ଏହି ବର୍ଦ୍ଧିତ ଭତ୍ତା ଚଳିତ ମାସ ଠାରୁ ଲାଗୁ କରିବାକୁ ନିର୍ଦେଶ ରହିଛି। ଫାର୍ମାସି ରେ ଡିପ୍ଲୋମା କରୁଥିବା ଛାତ୍ର ଛାତ୍ରୀ ପୂର୍ବରୁ ତିନିମାସ ଧରି ୨୫୦ ଟଙ୍କା ପାଉଥିଲେ। ଏବେ ଏହା ୫୦୦ଟଙ୍କା ତିନି ମାସ ଧରି ପାଇବେ।

ସେହିଭଳି ଅଜୁଲାରୀ ନର୍ସିଂ ଓ ଏ ଏନ ଏମ ଛାତ୍ରଛାତ୍ରୀ ପୂର୍ବରୁ ଏକ ହଜାର ପାଉଥିଲେ ଏବେ ସେମାନେ ଦୁଇ ହଜାର ପାଇବେ। ବି ଏ ସି ନର୍ସି ଛାତ୍ରୀ ପୂର୍ବରୁ ଛଅ ମାସ ଧରି ୨୫୦୦ ଟଙ୍କା ପାଉଥିଲେ ବର୍ତ୍ତମାନ ୫୦୦୦ ଲେଖାଏଁ ପାଇବେ।

ସେହିଭଳି କ୍ଲିନିକାଲ ସାଇକୋଲୋଜି ଓ ସାଇକିଆଟ୍ରିକ ବିଜ୍ଞାନରେ ଏମ୍ଫିଲ କରୁଥିବା ଛାତ୍ର ଛାତ୍ରୀ ପୂର୍ବରୁ ୭୦୦୦ ପାଉଥିବା ବେଳେ ଏବେ ବର୍ଦ୍ଧିତ ଭତ୍ତା ବାବଦରେ ଦଶ ହଜାର ଲେଖାଏଁ ପାଇବେ ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦେଶ ନାମା ରେ କୁହାଯାଇଛି।

ପୂର୍ବରୁ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଏମକେସିଜି ହସପିଟାଲ ଯାଇଥିବା ବେଳେ ତାଙ୍କୁ ଏହି ଛାତ୍ରଛାତ୍ରୀ ସାକ୍ଷାତ କରି ତାଙ୍କର ଭତ୍ତା ବୃଦ୍ଧି ପାଇଁ ଦାବୀ କରିଥିଲେ। ସେହି ଅନୁସାରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବା ପରେ ତାହା ଅନୁମୋଦନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗରେ 162 ଟି ପଦବୀ ପାଇଁ ଦରଖାସ୍ତ ଆହ୍ବାନ , କ୍ଲିକ କରି ଜାଣନ୍ତୁ ଆବେଦନ ପକ୍ରିୟା

ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖାଲିଥିବା 162 ଡାକ୍ତରୀ ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ୟୁପିଏସସି ମାଧ୍ୟମରେ ଏହି ନିଯୁକ୍ତି ପକ୍ରିୟା କରାଯିବ। ଏଥିରେ କେଉଁ ବିଭାଗରେ କେତେ ପଦବୀ ଖାଲି ଅଛି ତାହା ପ୍ରଦାନ କରାଯାଇଛି। ସେହି ଅନୁସାରେ

1- 62 posts for Anaesthesiology

2-42 posts for General Surgery

3-15 posts for Microbiology

4-12 posts for Nephrology

5-17 posts for Pathology

6- 3 posts for Pediatric Nephrology

7-11 posts for Pharmacology

ଏ ସବୁ ପଦବୀ ପାଇଁ ଆବେଦନ ତାରିଖ ହେଲା ଆସନ୍ତା ଅକ୍ଟୋବର 1 ତାରିଖ। ଅନ ଲାଇନରେ ପ୍ରାର୍ଥୀମାନେ ସେମାନଙ୍କର ଆବେଦନ କରିପାରିବେ। ଏ ସଂପର୍କରେ ଅଧିକ ଜାଣିବା ପାଇଁ ହେଲେ ନିମ୍ନ ଲିଙ୍କକୁ କ୍ଲିକ କରନ୍ତୁ

https://www.upsc.gov.in/sites/default/files/Advt-No-10_2020-Engl_0.pdf

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ସୁସ୍ଥ ହେଲେ ଆଉ 290 କରୋନା ଆକ୍ରାନ୍ତ

ଭୁବନେଶ୍ବର, ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରୁ ଆଉ 290 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 99 ଓ ଗଜପତିରୁ 56 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଝାରସୁଗୁଡ଼ାରୁ 33, କଟକ ଓ ନବରଙ୍ଗପୁରରୁ 16 ଲେଖାଏଁ ସୁସ୍ଥ ହୋଇଥିବାର ସୂଚନା ମିଳିଛି। ବାଲେଶ୍ବରରୁ 15,ସମ୍ବଲପୁରରୁ 11, ଖୋର୍ଦ୍ଧାରୁ 10 ସୁସ୍ଥ ହୋଇଛନ୍ତି । ମୟୂରଭଞ୍ଜରୁ 8, କେନ୍ଦୁଝର ଓ ପୁରୀରୁ 6 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଜଗତସିଂହପୁରରୁ 5 ଓ ନୟାଗଡ଼ରୁ 3 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବରଗଡ଼ ଓ କୋରାପୁଚରୁ 2 ଲେଖାଏଁ, ଯାଜପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।ଏହାକୁ ମିଶାଇ ଆଜିଯାଏଁ ରାଜ୍ୟରେ ମୋଟ 6 ହଜାର 224 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।