Author: SM Network

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ପାନିପତଠାରେ ମହିଳା ସଶକ୍ତିକରଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ଜୀବନ ବୀମା ନିଗମର ‘ବୀମା ସଖୀ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ କର୍ନାଲସ୍ଥିତ ମହାରାଣା ପ୍ରତାପ ଉଦ୍ୟାନ କୃଷି ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସର ଶିଳାନ୍ୟାସ କରିଥିଲେ। ସଭାକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଭାରତ ମହିଳା ସଶକ୍ତିକରଣ ଦିଗରେ ଆଉ ଏକ ଦୃଢ଼ ପଦକ୍ଷେପ ନେଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ମାସର ନବମ ଦିନ ବିଶେଷ ଥିଲା କାରଣ ଆମ ଶାସ୍ତ୍ରରେ ୯ ନମ୍ବର କୁ ଶୁଭ ବୋଲି ବିବେଚନା କରାଯାଇଥିଲା ଏବଂ ନବରାତ୍ରୀରେ ପୂଜା କରାଯାଉଥିବା ନବ ଦୁର୍ଗାଙ୍କ ନଅଟି ରୂପ ସହିତ ଜଡିତ ଥିଲା । ଆଜି ନାରୀ ଶକ୍ତିର ଆରାଧନାର ଦିନ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ ଏହି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ ଡିସେମ୍ବର ୨୦୨୩ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୪ର ଗ୍ରାଣ୍ଡ ଫାଇନାଲରେ ଯୁବ ଉଦ୍ଭାବକମାନଙ୍କ ସହ ଆଲୋଚନା କରିବେ। ଗ୍ରାଣ୍ଡ ଫାଇନାଲରେ ୧୩୦୦ରୁ ଅଧିକ ଛାତ୍ର ଦଳ ଅଂଶଗ୍ରହଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ। ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍ ଆଇଏଚ୍)ର ସପ୍ତମ ସଂସ୍କରଣ ଆସନ୍ତା ଡିସେମ୍ବର ୧୧ ତାରିଖରୁ ଦେଶର ୫୧ଟି ନୋଡାଲ ସେଣ୍ଟରରେ ଆରମ୍ଭ ହେବ। ସଫ୍ଟୱେୟାର୍ ସଂସ୍କରଣ ୩୬ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ଥିବାବେଳେ ହାର୍ଡୱେର୍ ସଂସ୍କରଣ ୧୧ରୁ ୧୫ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଚାଲିବ। ପୂର୍ବ ସଂସ୍କରଣ ଭଳି, ଛାତ୍ର ଦଳଗୁଡିକ ମନ୍ତ୍ରଣାଳୟ କିମ୍ବା ବିଭାଗ କିମ୍ବା ଶିଳ୍ପ ଦ୍ୱାରା ଦିଆଯାଇଥିବା ସମସ୍ୟା ବିବୃତି ଉପରେ କାର୍ଯ୍ୟ କରିବେ କିମ୍ବା ଜାତୀୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସହିତ ଜଡିତ ୧୭ଟି ବିଷୟବସ୍ତୁ ମଧ୍ୟରୁ ଯେକୌଣସି ବିଷୟରେ ଛାତ୍ର…

Read More

ନୂଆଦିଲ୍ଲୀ: ଆୟୁଷ୍ମାନ ବୟ ବନ୍ଦନା କାର୍ଡ ଶୁଭାରମ୍ଭ ହେବାର ମାତ୍ର ୨ ମାସରୁ କମ୍ ସମୟ ଭିତରେ ୨୫ ଲକ୍ଷ ଲୋକ ପଞ୍ଜୀକରଣ କରିଛନ୍ତି। ଚଳିତ ବର୍ଷ ଅକ୍ଟୋବର ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିଥିଲେ। ଏହାର ମାତ୍ର ଦୁଇ ମାସରୁ କମ୍ ସମୟ ଭିତରେ ଆୟୁଷ୍ମାନ ବୟ ବନ୍ଦନା କାର୍ଡରେ ୨୫ ଲକ୍ଷ ହିତାଧିକାରୀ ସାମିଲ ହେବା ନିଶ୍ଚିତ ଭାବେ ଏକ ଉଲ୍ଲେଖନୀୟ ସଫଳତା। ଆୟୁଷ୍ମାନ ବୟ ବନ୍ଦନା କାର୍ଡ ଶୁଭାରମ୍ଭ ହେବା ଦିନଠାରୁ ହିତାଧିକାରୀଙ୍କୁ ମିଳିଛି ୪୦କୋଟିରୁ ଅଧିକ ଟଙ୍କାର ଚିକିତ୍ସା। ଏଥିରେ ୭୦ ବର୍ଷ ଓ ତାଠାରୁ ଅଧିକ ବର୍ଷ ବୟସର ୨୨୦୦୦ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଉପକୃତ ହୋଇଛନ୍ତି। ହିତାଧିକାରୀମାନେ ହୃତପିଣ୍ଡରେ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି, ନିତମ୍ୱ ଗଣ୍ଠି ହାଡ଼ ଭାଙ୍ଗି ଯାଇଥିଲେ ତାର ଚିକିତ୍ସା କରିଛନ୍ତି ବା ଏହି ହାଡ଼ର ପ୍ରତିସ୍ଥାପନ କରିଛନ୍ତି। ଏହା ସହିତ ପିତ୍ତକୋଷର ଅପସାରଣ, ଚାଳିସିଆ ହୋଇ…

Read More

ନୂଆଦିଲ୍ଲୀ: ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ସମାରୋହ ଆସନ୍ତା ୧୧ ଡିସେମ୍ବରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀର୍ଘସ୍ଥାୟୀ ଓ ସମାବେଶୀ ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ବିଭିନ୍ନ ବର୍ଗରେ ମନୋନୀତ ୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପଞ୍ଚାୟତିରାଜ, ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂ, ପଞ୍ଚାୟତିରାଜ, ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ ପି ସିଂହ ବାଘେଲ ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ଶ୍ରୀ ବିବେକ ଭରଦ୍ୱାଜ ପ୍ରମୁଖ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି, ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀଙ୍କ ସମେତ ଦେଶର ପଞ୍ଚାୟତ ପ୍ରତିନିଧିମାନେ…

Read More

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲାରେ ଚାଷୀ ମାନେ ଜିଲ୍ଲା ବିଭିନ୍ନ ପ୍ରଶନ୍ନ ପାଢୀ, ଭୈରବ ସାହୁ, ଭାନୁ ପ୍ରତାପ ସିଂ ମାଝୀ, ସମେତ ଶତାଧିକ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦର୍ଲିମୁଣ୍ଡା, ଗୋଡଫୁଲା ଗ୍ରାମ ଠାରେ ଚାଷୀ ମାନେ ରାସ୍ତାରୋକ କରିଥିବା ବେଳେ ବିରୋମାଲ ଚାଷୀ ଜିଲ୍ଲାପାଳ କାର୍ଯ୍ୟକୁ ଘେରାଉ କରିଥିଲେ। ପରେ ସମସ୍ତ ଚାଷୀ ଏକତ୍ର ହୋଇ ଏକତା ଛକ ଠାରେ ୩୫୩ ନମ୍ୱର୍ ଜାତୀୟ ରାଜ୍ୟ ପଥକୁ ଅବରୋଧ କରି ଜିଲ୍ଲାରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା, ୨୨ ନଭେମ୍ବର ମାସରୁ ଧାନ ମଣ୍ଡି ଖୋଲିଥିବା ବେଳେ ଧାନ ଉଠାଣ କିମ୍ବା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଉ ନଥିବା ଚାଷୀ ମାନେ ଅଭିଯୋଗ କରିଥିଲେ। ଆନ୍ଦୋଳନ ସ୍ଥଳକୁ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ପହଞ୍ଚି ନିର୍ଭର ଯୋଗ୍ୟ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଅଛି।

Read More

ରଣପୁର: ଷଷ୍ଠ ରାଜସୁନାଖଳା ମହୋତ୍ସବ ‘କାଉଁରୀ-୨୦୨୪’ ଦ୍ଵିତୀୟ ସନ୍ଧ୍ୟାରେ ମାନମୋହିଲା ଢୋଲ ମହୁରୀ ନାଚରେ ଦର୍ଶକ ବିଭୋର ହୋଇଛନ୍ତି। ଏହି ଦ୍ଵିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ସ୍ଥାନୀୟ ରଣପୁର ବିଧାୟକ ତଥା ରାଜ୍ୟ ବିଧାନସଭାର ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ପ୍ରଶାନ୍ତ କୁମାର ଜଗଦ୍ଦେବ, ମୁଖ୍ୟ ବକ୍ତା ଭାବେ କୋରେଇ ବିଧାୟକ ତଥା ସିନେ ତାରକା ଆକାଶ ଦାଶ ନାୟକ ଯୋଗଦେଇଥିଲେ। ଏଥିରେ ସମ୍ମାନୀତ ଅତିଥିଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରାଇ, ସ୍ଥାନୀୟ ସମିତି ସଭ୍ୟ ତପନ କୁମାର ପ୍ରଧାନ ପ୍ରମୁଖ ମଞ୍ଚଷିନ ଥିଲେ। ଏହି କାର୍ଯ୍ୟକ୍ରମରେ ସଭାରେ ମହୋତ୍ସବ କମିଟି ସମ୍ପାଦକ ଜଯନ୍ଦ୍ର ବେହେରା ବିବରଣୀ ପାଠ କରିଥିବା ବେଳେ ମହୋତ୍ସବର ପ୍ରତିଷ୍ଠାତା ତଥା ସଭାପତି ଚିତ ରଞ୍ଜନ ପ୍ରଧାନ ଧନ୍ୟବାଦ ଦେଇଥିଲେ। ସଂସା୍‌କୃତିକ…

Read More

ମେଷ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ । ସମ୍ମାନ ପାଇବେ । ନୂତନ ବ୍ୟବସାୟ ଚୁକ୍ତି ହୋଇପାରେ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଦୁଷ୍ଟମାନଙ୍କଠାରୁ ଦୂରରେ ରୁହନ୍ତୁ । ବିନିଯୋଗରେ ଚତୁରତାର ସହ କାର୍ଯ୍ୟ କରନ୍ତୁ। ନୂତନ ଚାକିରି କରିବାକୁ ସକ୍ଷମ ହେବେ। ବୃଷ- ବକେୟା ରାଶି ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ଆସିବ । ବ୍ୟବସାୟ କାର୍ଯ୍ୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ଏବଂ ସୁଖ ରହିବ। ଶାରୀରିକ କଷ୍ଟ ସମ୍ଭବ ହୋଇପାରେ। ଏକ ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ। ଅର୍ଥ ଏବଂ ବିଶ୍ରାମ ସମୟ ଯଥେଷ୍ଟ ହେବ । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ମିଥୁନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ…

Read More

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ସଫଳ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ପ୍ରସ୍ତୁତି ସମୀକ୍ଷା କରିଥିଲେ। ସମୀକ୍ଷାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହେଉଛି। ବିଶ୍ବ ଦରବାରରେ ଓଡିଶାକୁ ପ୍ରତିଷ୍ଠିତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରଧାନମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମ ଉପରେ ଅତ୍ୟନ୍ତ ଗୁରୁତ୍ବ ଆରୋପ କରୁଛନ୍ତି। ତେଣୁ ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ତ୍ରୁଟିଶୂନ୍ୟ ଭାବେ ଆୟୋଜିତ କରି ସମଗ୍ର ବିଶ୍ବ ଦରବାରରେ ଓଡିଶାର ଭାବମୂର୍ତ୍ତୀକୁ ଉଜ୍ଜଳ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ବିଶେଷକରି ସହରର ସ୍ବଚ୍ଛତା…

Read More

ଭୁବନେଶ୍ୱର: ଦେଶର ପ୍ରମୁଖ ଷ୍ଟେସନଗୁଡିକର ନବୀକରଣ ଏବଂ ଆଧୁନିକୀକରଣ ପାଇଁ ଭାରତୀୟ ରେଳବାଇର ବୃହତ ଯୋଜନାର ଏକ ଅଂଶ ଭାବରେ ଭଦ୍ରକ ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ୟାର୍ଡ଼ ପୁନଃନିର୍ମାଣ କାର୍ଯ୍ୟ ଚାଲୁରହିଛି। ପୂର୍ବତଟ ରେଳପଥ ରେଳ ନେଟୱାର୍କର ଏକ ପ୍ରମୁଖ ହବ୍, ଏହି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଟ୍ରେନ୍ ପରିଚାଳନାରେ ଉନ୍ନତି ଆଣିବାକୁ ଏହି ପ୍ରକଳ୍ପ ଲକ୍ଷ୍ୟ ରଖିଛି। ଭଦ୍ରକ ରେଳ ଷ୍ଟେସନ ଆଞ୍ଚଳିକ ଲଜିଷ୍ଟିକ୍ସ ଏବଂ ଯାତ୍ରୀ ପରିବହନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ, ଯାହା ପୂର୍ବତଟ ରେଳ ଜୋନ୍ ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଅଟେ। ଏହି ଆଧୁନିକୀକରଣ ପ୍ରକଳ୍ପ କେବଳ ଷ୍ଟେସନର ପରିଚାଳନା କ୍ଷମତା ବୃଦ୍ଧି କରିବ ନାହିଁ ବରଂ ଯାତ୍ରୀ ଏବଂ ସାମଗ୍ରୀ ଯାତାୟାତ ପାଇଁ ଅଧିକ ଶୃଙ୍ଖଳିତ, ଦକ୍ଷ ରେଳ ସେବା ସୁନିଶ୍ଚିତ କରିବ। ଏହି କାର୍ଯ୍ୟ ସମାପ୍ତ ହେବା ପରେ, ଯାତ୍ରୀମାନେ ଟ୍ରେନ୍ ଚଳାଚଳ, ଅପେକ୍ଷା ସମୟ…

Read More

ପୁରୀ: ଗତ ୦୪ ତାରିଖ ରାତିରେ କିଛି ଯୁବକ ଫେବର ବ୍ଲକ୍ ଜରିଆରେ ଟାଉନ୍ ଥାନା ଅଧୀନରେ ଥିବା ଶ୍ରୀ ସେତୁ ନିକଟ ବିଶ୍ୱସ୍ୱରୀ ମନ୍ଦିର ନିକଟରେ ସୁଦର୍ଶନ ସାହୁଙ୍କୁ ହତ୍ୟା କରିଥିଲେ। ମାମଲାର ଅନୁସନ୍ଧାନ ବେଳେ ଏହା ଜଣାପଡିଥିଲା ​​ଯେ, ୦୪/୧୨/୨୪ ରାତି ପ୍ରାୟ ଗୋଟାଏ ସମୟରେ ମୃତକ ତାଙ୍କ ସାଙ୍ଗ ରାଜକିଶୋର ସାହୁ ଏବଂ କାଳିଆ ବିଶ୍ୱସ୍ୱରୀ ମନ୍ଦିର ନିକଟରେ ମଦ ପିଉଥିଲେ। ସେହି ସମୟରେ ବ୍ୟାଟେରୀ ଅଟୋ ଚଳାଉଥିବା ଏବଂ ପୁରୀରେ ରହୁଥିବା ସୌମ୍ୟରଞ୍ଜନ ଆଚାର୍ଯ୍ୟ ମଧ୍ୟ ସେଠାରେ ମଦ ପିଉଥିଲେ। ସେ ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରୁଥିଲେ। ମୃତକ ସୁଦର୍ଶନ ସାହୁ, ରାଜକିଶୋର ସାହୁ ଏବଂ କାଲିଆ ସୌମ୍ୟରଞ୍ଜନ ଉପରେ କିଛି ପ୍ରତିକ୍ରିୟା ପ୍ରକାଶ କରିଥିଲେ ଯେଉଁଥିପାଇଁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସୁଦର୍ଶନ ପ୍ରଧାନ ମଧ୍ଯ ସୌମ୍ୟରଞ୍ଜନ ଆଚାର୍ଯ୍ୟଙ୍କୁ ଆକ୍ରମଣ କରିଥିଲେ ଯେଉଁଥିରେ ସେ ଆହତ ହୋଇଥିଲେ। ସୌମ୍ୟରଞ୍ଜନ ଆଚାର୍ଯ୍ୟ ସେହି…

Read More

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ମାସରେ ଓଡିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ 73ତମ ସର୍ବ ଭାରତୀୟ ହକି ଚାମ୍ପିୟନସିପ – 2025 ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଚାମ୍ପିୟନସିପକୁ ଶୃଙ୍ଖଳିତ, ସୁପରିଚାଳନା ସମେତ ବ୍ୟାପକ ବନ୍ଦୋବସ୍ତର ଆୟୋଜନ ସଂକ୍ରାନ୍ତରେ ଡିଜିପି ଶ୍ରୀ ଖୁରାନିଆ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚାମ୍ପିୟନସିପରେ ଦେଶର 27ଟି ପୁରୁଷ ଏବଂ 10ଟି ମହିଳା ଟିମ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ରହିବା ସ୍ଥାନ, ନିୟମିତ ଅଭ୍ୟାସ, ଅତିଥିଙ୍କୁ ସ୍ୱାଗତ, ଉଦଘାଟନ ଓ ଉଦଯାପନୀ ସମାରୋହକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଡିଜିପି ବୈଠକରେ ଉପସ୍ଥିତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମ ସମେତ ପୋଖରୀପୁଟ ଓ କିଟ କ୍ୟାମ୍ପସ ଗ୍ରାଉଣ୍ଡରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଜୟପୁରସ୍ଥିତ ଜୟପୁର ପ୍ରଦର୍ଶନୀ ଏବଂ ସମ୍ମିଳନୀ କେନ୍ଦ୍ର (ଜେଇସିସି)ରେ ରାଇଜିଂ ରାଜସ୍ଥାନ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ସମିଟ ୨୦୨୪ ଏବଂ ରାଜସ୍ଥାନ ଗ୍ଲୋବାଲ ବିଜନେସ ଏକ୍ସପୋକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜସ୍ଥାନର ସଫଳତାଯାତ୍ରାରେ ଆଜି ଆଉ ଏକ ସ୍ୱତନ୍ତ୍ର ଦିନ। ପିଙ୍କ ସିଟି- ଜୟପୁରରେ ଆୟୋଜିତ ରାଇଜିଂ ରାଜସ୍ଥାନ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ସମିଟ୍ ୨୦୨୪ ଆୟୋଜନ ଅବସରରେ ସେ ସମସ୍ତ ଶିଳ୍ପ ଓ ବ୍ୟବସାୟୀ ନେତୃତ୍ବ, ନିବେଶକ, ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ରାଜସ୍ଥାନ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତରେ ବ୍ୟବସାୟିକ ବାତାବରଣକୁ ନେଇ ବ୍ୟୟସାୟ ବିଶେଷଜ୍ଞ ଓ ନିବେଶକମାନେ ଉତ୍ସାହିତ ଅଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତ  ପର୍ଫର୍ମ, ଟ୍ରାସଫର୍ମ ଏଣ୍ଡ ରିଫର୍ମ ( ପ୍ରଦର୍ଶନ,…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ଦ୍ଵାରା ବ୍ରହ୍ମପୁର ମହାତ୍ମାଗାନ୍ଧୀ ଖେଳପଡିଆ ଠାରେ ଆୟୋଜିତ ବକ୍ସିଂ ପୁରୁଷ ଓ ମହିଳା ଚୟନ ଶିବିର ରେ ଦୁଇ ଦଳଙ୍କ ଚୟନ ହୋଇଯାଇଛି। ଏହି ଶିବିରକୁ ମହାତ୍ମାଗାନ୍ଧୀ ଷ୍ଟାଡିୟମ୍ ଇନ୍ ଚାର୍ଜ ସଞ୍ଜୀବ କୁମାର ସାହୁ, ଗଞ୍ଜାମ ଜିଲ୍ଲା ବକ୍ସିଂ ସମ୍ପାଦକ କେ ପ୍ରଭାକର ରାଓ, ବକ୍ସିଂ କୋଚ୍ ରିଫେରୀ ଜଜ୍ ଲଡୁ କିଶୋର ସାହୁ, ଅନ୍ତର୍ଜାତୀୟ ରିଫେରୀ ଜଜ୍ ତଥା ସ୍ଥାନୀୟ କୋଚ୍ ଶ୍ରୀ ଶିଶିର କୁମାର ପାଣିଗ୍ରାହୀ, ଶିବ ପାତ୍ର,ଉପସ୍ଥିତ ରହି ଏହି ଶିବିରକୁ ସୂଚାରୁ ରୂପେ ପରିଚାଳନା କରିଥିଲେ। ପୁରୁଷ ଦଳରେ ଏସ୍ ସାଇ ପ୍ରତାପ, ଏସ୍ ସାଇ କୁମାର, ପ୍ରବୀଣ କୁମାର ସେଠୀ ,ବି ନୀଳକଣ୍ଠ , ଏସ୍ ମୁରଲୀ ,ବିପିନି ଗୌଡ଼ , ଆଦିତ୍ୟ ମହାନ୍ତି ଚୟନ ହୋଇଥିବା ବେଳେ ଆଉ ଅତିରିକ୍ତ ୪ ଜଣ ବକ୍ସରଙ୍କୁ ରଖାଯାଇଛି। ସେହିପରି ମହିଳା ଦଳରେ…

Read More

ଭୁବନେଶ୍ୱର: ଆପଣ ପ୍ୟାକେଟ୍ କ୍ଷୀର କିଣି ଖାଉଛନ୍ତି କି? ହୁସିଆର, କ୍ଷୀରରେ ହେଉଛି ଅପମିଶ୍ରଣ। ଏକ ଲିଟଲ କେମିକାଲରେ ପ୍ରସ୍ତୁତ ହେଉଛି ୫୦୦ ଲିଟର କ୍ଷୀର। ଆଉ ସେଥିରେ ମିଶୁଛି ଏକ୍ସପରୀ ସାକାରିନ୍। ଆପଣ ଚାହିଁଲେ ବି କୌଣସି ଉପାୟରେ ଜାଣି ପାରିବେ ନାହିଁ, ଏହା ଅସଲି କି ନକଲି। କ୍ଷୀର ପରି ବାସ୍ନା ଏବଂ କ୍ଷୀରର ସ୍ୱାଦ ରହିଥିଲେ ମଧ୍ୟ ତାହା ଯେ କୌଣସି ପଶୁର କ୍ଷୀର ନୁହେଁ, ଏକଥା ପ୍ରାମାଣିତ ହୋଇଛି। ଖାଲି ସେତିକି ନୁହେଁ, ଏଥିରେ ପାଉଡର ମିଶାଇ ସେଥିରୁ ପ୍ରସ୍ତୁତ କରାଯାଉଛି ପନିର। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ସମଗ୍ର ଦେଶରେ ଏବେ ହଇଚଇ ସୃଷ୍ଟି ହୋଇଛି। ଏପରି ଅପମିଶ୍ରଣ କରି ଅନେକ ଘରୋଇ କଂପାନୀ କ୍ଷୀର, ଦହି, ପନିର ଆଦି ଦୁଗ୍ଧ ଜାତୀୟ ପଦାର୍ଥ ବଜାରରେ ବିକ୍ରି କରୁଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ସାଧାରଣ ଲୋକଙ୍କ…

Read More

ଭୁବନେଶ୍ବର: ଭାରତୀୟ ରେଳବାଇର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ରେଳ ମନ୍ତ୍ରଣାଳୟ ଓଡିଶାର କଟକ ଏବଂ ରାୟଗଡା ଜିଲ୍ଲାରେ ଦୁଇଟି ପ୍ରମୁଖ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ 509 କୋଟି ଟଙ୍କା ମଞ୍ଜୁର କରିଛି। ଏହି ପଦକ୍ଷେପ ଭାରତୀୟ ରେଳବାଇର ବ୍ୟାପକ ଶକ୍ତି, ଖଣିଜ ଏବଂ ସିମେଣ୍ଟ (ଏନର୍ଜି, ମିନେରାଲ, ସିମେଣ୍ଟ) କରିଡର ଯୋଜନାର ଏକ ଅଂଶ, ଯାହା ରେଳ ଚଳାଚଳର ଉନ୍ନତି ତଥା ପ୍ରମୁଖ ରେଳ ଲାଇନଗୁଡିକରେ ଯାତାୟାତରେ ସମସ୍ୟା ଦୂର କରିବାକୁ ଲକ୍ଷ୍ୟ ରଖିଛି। ମାନ୍ୟବର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତାଙ୍କର ଗତ ଓଡିଶା ଗସ୍ତ ସମୟରେ ଓଡିଶାରେ ଏହି ରେଳ ଭିତ୍ତିଭୂମି ପ୍ରକଳ୍ପର ମଞ୍ଜୁରୀ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରକଳ୍ପର ମୁଖ୍ୟ ଆକର୍ଷଣ: 1- କଟକ ଜିଲ୍ଲାରେ 10.89 କିମି ଦୈର୍ଘ୍ୟ ରେଳ ଫ୍ଲାଏଓଭର: ଏହି ପ୍ରକଳ୍ପରେ କଟକ ଜିଲ୍ଲାର ରାଜଆଠଗଡ଼, ରାଧାକିଶୋରପୁର ଏବଂ…

Read More

ବାଣପୁର: ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ ବାଣୀ ମନ୍ଦିରର ୧୯୯୪ ବ୍ୟାଚ୍ ର ଛାତ୍ରଛାତ୍ରୀ ମାନଙ୍କ ସମୂହ ପ୍ରଚ଼େଷ୍ଟାରେ ଦ୍ବିତୀୟ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ୮ ଡ଼ିସେମ୍ବର ୨୦୨୪ ମସିହା ରବିବାର ଦିନ ପଙ୍କାଳ ସ୍ଥିତ ଷଷ୍ଢା ଡ୍ୟାମ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ବନ୍ଧୁମାନେ ବିଦ୍ୟାଳୟ ଜୀବନର ଅଭୁଲା କାହାଣୀ ମନେ ପକାଇବା ସହ ବଣଭୋଜି କରି ଆନନ୍ଦ ଉଲ୍ଲାସର ସହ ବିଶେଷ ମୂହୁର୍ତ୍ତ ଅତିବାହିତ କରିଥିଲେ। ଏକ ସବୁଜ ସୁନ୍ଦର ପରିବେଶ ପାଇଁ ବୃକ୍ଷରୋପଣ ଜରୁରୀ, ଏହାକୁ ଦୃଷ୍ଟିରେ ରଖି ସମସ୍ତେ ବୃକ୍ଷରୋପଣ କରିଥିଲେ।

Read More

ନୂଆଦିଲ୍ଲୀ: ସଞ୍ଜୟ ମଲହୋତ୍ରା ଆରବିଆଇର ନୂତନ ଗଭର୍ଣ୍ଣର ହେବେ। ତାଙ୍କ ନିଯୁକ୍ତିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ସଞ୍ଜୟ ମଲହୋତ୍ରା ଡିସେମ୍ବର ୧୧ ତାରିଖରେ ଦାୟିତ୍ଵ ଗ୍ରହଣ କରିବେ। ଉଲ୍ଲେଖ ଯୋଗ୍ୟ ଯେ, ସଞ୍ଜୟ ମାଲହୋତ୍ରା ଜଣେ ୧୯୯୦ ଆଇଏଏସ୍ ବ୍ୟାଚ୍ ଅଫିସର, ଯିଏକି ବର୍ତ୍ତମାନ ପର୍ଯ୍ୟନ୍ତ ରାଜସ୍ୱ ସଚିବ ଥିଲେ। ତାଙ୍କ ନିଯୁକ୍ତି ବିଷୟରେ କହିବାକୁ ଗଲେ ଏହା ୩ ବର୍ଷ ହେବ। ବର୍ତ୍ତମାନର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେବ। ସଞ୍ଜୟ ମାଲହୋତ୍ରା କିଏ?: ସଞ୍ଜୟ ମାଲହୋତ୍ରା ୧୯୯୦ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ରାଜସ୍ଥାନ କ୍ୟାଡରର ଅଧିକାରୀ। ସେ କାନପୁରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୁ କମ୍ପ୍ୟୁଟର ବିଜ୍ଞାନରେ ଇଞ୍ଜିନିୟରିଂ ପଢିଥିଲେ ଏବଂ ଆମେରିକାର ପ୍ରିନ୍ସଟନ୍ ୟୁନିଭରସିଟିରୁ ପବ୍ଲିକ ପଲିସିରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ୩୩ ବର୍ଷ କ୍ୟାରିଅରରେ ସେ ଶକ୍ତି, ଅର୍ଥ ଏବଂ ଟିକସ, ସୂଚନା ପ୍ରଯୁକ୍ତିବିଦ୍ୟା,…

Read More

ନୂଆଦିଲ୍ଲୀ: ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ 109 ରନରେ ଜିତିଛି। ତାଙ୍କ ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ମଧ୍ୟ ପରିବର୍ତ୍ତନ ଆସିଛି। ଏହି ମ୍ୟାଚ୍ ପାଇଁ ଡାନ୍ ପିଟରସେନ୍ ଙ୍କୁ ମ୍ଯାନ ଅଫ ଦ ମ୍ୟାଚ୍ ଭାବରେ ବିବେଚିତ କରାଯାଇଛି। ସେ ଏହି ମ୍ୟାଚରେ ମୋଟ 7 ଟି ୱିକେଟ୍ ନେଇଛନ୍ତି। ପ୍ରଥମ ଇନିଂସରେ ଶ୍ରୀଲଙ୍କା 358 ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ରିକଲଟନ୍ ଏବଂ କାଇଲ୍ ୱେରେନ୍ ଶତକ ହାସଲ କରିଥିଲେ। 11 ଚୌକା ସହାୟତାରେ ରିକଲେଟନ୍ 101 ରନ୍ ସଂଗ୍ରହ କରିଥିଲେ। ୱେରେନ୍ ଅପରାଜିତ 105 ରନ ସ୍କୋର କରିଥିଲେ। କ୍ୟାପଟେନ ବାଭୁମା 78 ରନ୍ କରିଥିଲେ। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା 317 ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ବାଭୁମା ଏବଂ ଏଡିନ…

Read More

ଭୁବନେଶ୍ଵର: ମାଳିଶିରା ପଞ୍ଚାୟତ ଡେଙ୍ଗପଦର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗତକାଲି ମଧ୍ୟାହ୍ନ ଭୋଜନ ଖାଇ ଗୁରୁତର ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ମଧ୍ୟାହ୍ନ ଭୋଜନର ଅଣ୍ଡା ତରକାରୀରେ ପାଚିକା ହଳଦୀ ପକାଇବା ବଦଳରେ ସର୍ଫ ପାଉଡର ପକାଇ ଦେଇଥିବା ଅଭିଯୋଗ ହୋଇଛି। ଶନିବାର ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀର ମୋଟ ୧୭୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୫ ଜଣ ଛାତ୍ରଛାତ୍ରୀ ସ୍କୁଲ ଆସିଥିବା ବେଳେ ରନ୍ଧା ଯାଇଥିବା ମଧ୍ୟାହ୍ନ ଭୋଜନ ଖାଇଥିଲେ। ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ବହୁ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରି ମୁଣ୍ଡ ବୁଲାଇବା ସହ ଲଗାତାର ବାନ୍ତି କରିଥିଲେ। ଏହା ଜାଣିପାରି ଅଭିଭାବକ ଓ ଗ୍ରାମବାସୀମାନେ ସ୍କୁଲରେ ପହଞ୍ଚି ଶିକ୍ଷକ ଓ ପାଚିକାମାନେ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଥିବା ଅଭିଯୋଗ କରି ତୀବ୍ର ପ୍ରତିବାଦ କରିଥିଲେ। ଫଳରେ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଥମେ ନିଜେ ଅଭିଭାବକମାନେ ଆମ୍ବୁଲାନ୍ସ…

Read More

ଭୁବନେଶ୍ଵର: ଗଞ୍ଜାମ ଜଳ୍ଲାର ଖଲ୍ଲିକୋଟ ଉପଖଣ୍ଡ ସ୍ତରୀୟ ସ୍ବାସ୍ଥ୍ୟ କେନ୍ଦ୍ର ରେ ଶହେ ଦିନିଆ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ସ୍ଵାସ୍ଥ୍ୟ କେନ୍ଦ୍ରର ସଭା ଗୃହରେ ଅନୁଷ୍ଠିତ ହୋଇଛି। ଖଲ୍ଲିକୋଟ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ ଗନ୍ତାୟତଙ୍କ ପୌରହିତ୍ୟରେ ଏକ ବୈଠକ ତଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ପ୍ରଥମ ଦିବସରୁ ହିଁ ଖଲ୍ଲିକୋଟ ବ୍ଲକକୁ କିପରି ଯକ୍ଷ୍ମା ମୁକ୍ତ କରିବା ପାଇଁ ସଂକଳ୍ପ ନେବାସହ ଯକ୍ଷ୍ମା ରୋଗର ପ୍ରକାର, ରୋଗୀର ଲକ୍ଷଣ, ରୋଗୀକୁ ଚିହ୍ନଟ ଓ ଚିକିତ୍ସା ସହିତ ରୋଗୀକୁ ମାଗଣା ଔଷଧ ସେବନରେ ସହଯୋଗ ସହିତ ମାସିକ ଏକ ହଜାର ଟଙ୍କା ଲେଖାଏଁ ଚିକିତ୍ସା ସହାୟତା ରାଶି ସରକାରଙ୍କ ଦ୍ଵାର ପ୍ରଦାନ କରାଯାଇ ଥିବା ସ୍ଵାସ୍ଥ୍ୟ କର୍ମୀଙ୍କୁ ପ୍ରକାଶ କରିଥିଲେ। ଖଲ୍ଲିକୋଟ ବ୍ଲକ୍ ରେ ଲଙ୍ଗଳେଶ୍ବର ଓ ବଧି ନୂଆପଲ୍ଲି ପଞ୍ଚାୟତ ସମ୍ପୂର୍ଣ ଯକ୍ଷ୍ମା…

Read More

ଭୁବନେଶ୍ଵର: ସରକାରଙ୍କ ଆଳୁ ମିଶନ୍ ଯୋଜନାରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍‌ରେ ମଧ୍ୟ ଆଳୁଚାଷ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଗତକାଲି ଅପରାହ୍ନରେ ବ୍ଲକ୍‌କୁ ୬୦୦ ବସ୍ତା ବିହନ ଆସିଛି। ବ୍ଲକର ତଣ୍ଡିପୁର, ପଦାଦିଗି, ଭୀମପୁର, ସୁରଙ୍ଗୀ, ଆଙ୍କୁଲି, ଖାରିଆଗୁଡ଼ା ଓ ସୁବର୍ଣ୍ଣପୁର ପ୍ରମୁଖ ଗ୍ରାମର ଚାଷୀଙ୍କୁ ଏହି ବିହନ ଯୋଗାଇ ଦିଆଯାଉଥିବା ସୂଚନା ମିଳିଛି। ଉକ୍ତ ଗ୍ରାମ ଗୁଡ଼ିକରେ ଆଳୁ ସମେତ ପନିପରିବା ଚାଷ ପାଇଁ ପରିବେଶ ଓ ଜମିର ମାଟି ଅନୁକୂଳ ରହିଛି। ଉଦ୍ୟାନ ବିଭାଗ ପକ୍ଷରୁ ୨୦୨୪-୨୫ ବର୍ଷ ପାଇଁ ୦.୯ ହେକ୍ଟର୍ ଚାଷ ଜମି ପାଇଁ ୫ ପ୍ୟାକେଟ୍ ଆଳୁ ବିହନ ଯୋଗାଇ ଦିଆଯିବ। ଏହି ବାବଦକୁ ଚାଷୀ ୫ ହଜାର ୨ ଶହ ଟଙ୍କା ଜମା କରିବେ। ସବ୍‌ସିଡ଼ି ବାବଦକୁ ୨୬ ଟଙ୍କା ଫେରି ପାଇବେ। ଉକ୍ତ ସମଗ୍ର ଗ୍ରାମରେ ଆଳୁଚାଷ ହେଲେ କମ୍ ଦରରେ ଆଳୁ ବିକ୍ରି ହେବ ବୋଲି ଅନୁମାନ…

Read More