Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଶ୍ରୀଲଙ୍କାକୁ 109 ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା, WTC ପଏଣ୍ଟ ଟେବୁଲରେ ବଡ ପରିବର୍ତ୍ତନ
ଅନ୍ତରାଷ୍ଟ୍ରୀୟ

ଶ୍ରୀଲଙ୍କାକୁ 109 ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା, WTC ପଏଣ୍ଟ ଟେବୁଲରେ ବଡ ପରିବର୍ତ୍ତନ

December 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ 109 ରନରେ ଜିତିଛି। ତାଙ୍କ ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ମଧ୍ୟ ପରିବର୍ତ୍ତନ ଆସିଛି। ଏହି ମ୍ୟାଚ୍ ପାଇଁ ଡାନ୍ ପିଟରସେନ୍ ଙ୍କୁ ମ୍ଯାନ ଅଫ ଦ ମ୍ୟାଚ୍ ଭାବରେ ବିବେଚିତ କରାଯାଇଛି। ସେ ଏହି ମ୍ୟାଚରେ ମୋଟ 7 ଟି ୱିକେଟ୍ ନେଇଛନ୍ତି।

ପ୍ରଥମ ଇନିଂସରେ ଶ୍ରୀଲଙ୍କା 358 ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ରିକଲଟନ୍ ଏବଂ କାଇଲ୍ ୱେରେନ୍ ଶତକ ହାସଲ କରିଥିଲେ। 11 ଚୌକା ସହାୟତାରେ ରିକଲେଟନ୍ 101 ରନ୍ ସଂଗ୍ରହ କରିଥିଲେ। ୱେରେନ୍ ଅପରାଜିତ 105 ରନ ସ୍କୋର କରିଥିଲେ। କ୍ୟାପଟେନ ବାଭୁମା 78 ରନ୍ କରିଥିଲେ। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା 317 ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ବାଭୁମା ଏବଂ ଏଡିନ ମାର୍କ୍ରାମ ଅର୍ଦ୍ଧଶତକ ହାସଲ କରିଥିଲେ। ବାଭୁମା 66 ରନର ଇନିଂସ ଖେଳିଥିଲେ ଏବଂ ମାର୍କ୍ରାମ 55 ରନର ଇନିଂସ ଖେଳିଥିଲେ।

ଶ୍ରୀଲଙ୍କା ମଧ୍ୟ ଦକ୍ଷିଣ ଆଫ୍ରିକାକୁ ଉପଯୁକ୍ତ ଜବାବ ଦେଇ ପ୍ରଥମ ଇନିଂସରେ 328 ରନ୍ ସ୍କୋର କରିଥିଲା। ଏହି ସମୟରେ ପଥୁମ୍ ନିସଙ୍କା 89 ରନ୍ ର ଇନିଂସ ଖେଳିଥିଲେ। ସେ 11 ଚୌକା ଓ ଗୋଟିଏ ଛକା ମାରିଥିଲେ। କାମିଣ୍ଡୁ ମେଣ୍ଡିସ୍ 48 ରନ୍ ର ଇନିଂସ ଖେଳିଥିଲେ। ମାଥ୍ୟୁସ୍ 44 ରନ୍ କରିଥିଲେ। କିନ୍ତୁ ଦଳ 238 ରନ୍ ସ୍କୋରରେ ଦ୍ୱିତୀୟ ଇନିଂସରେ ଅଟକି ଯାଇଥିଲା। ଏହି ସମୟରେ ଅଧିନାୟକ ଧନଞ୍ଜୟ ଡି ସିଲଭା 50 ରନ୍ ସଂଗ୍ରହ କରିଥିଲେ। କୁସଲ ମେଣ୍ଡିସ୍ 46 ରନ୍ କରିଥିଲେ। ଦଳକୁ 109 ରନ୍ ରେ ପରାଜୟର ସାମ୍ନା କରିବାକୁ ପଡିଥିଲା।

ବିଜୟ ସହିତ ଦକ୍ଷିଣ ଆଫ୍ରିକା ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି:

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଦକ୍ଷିଣ ଆଫ୍ରିକା ଦଳ ଶୀର୍ଷରେ ପହଞ୍ଚିଛି। ଦଳ ଏପର୍ଯ୍ୟନ୍ତ 10 ଟି ମ୍ୟାଚ୍ ଖେଳି 6 ଟି ଜିତିଛି। 3 ମ୍ୟାଚ୍ ରେ ପରାଜୟର ସମ୍ମୁଖୀନ ହୋଇଛି। ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି। ଦଳ 14 ଟି ମ୍ୟାଚ୍ ଖେଳି 9 ଟି ଜିତିଛି। ଏବଂ 4 ଟି ମ୍ୟାଚ୍ ରେ ପରାଜୟର ସମ୍ମୁଖୀନ ହୋଇଛି। ଟିମ୍ ଇଣ୍ଡିଆ ତୃତୀୟ ସ୍ଥାନରେ ରହିଛି। ଭାରତ 16 ଟି ମ୍ୟାଚ୍ ଖେଳି 9 ଟି ଜିତିଛି। ଏବଂ 6 ଟି ମ୍ୟାଚ୍ ରେ ପରାଜୟର ସମ୍ମୁଖୀନ ହୋଇଛି।

south africa Sri Lanka world test championship
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026

ଆମ ଆଦମୀ ପାର୍ଟିର ଆଶାକୁ ଝଟକା!: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ସ୍ଥଳରେ ପହଞ୍ଚିଲେ ଅଖିଳେଶ ଯାଦବ

July 21, 2026

“ଲଢ଼େଇ ଏକପାଖିଆ ହେବ ନାହିଁ”: ଭାରତକୁ ଚେତାବନୀ ଦେଲେ  ଜିମ୍ବାୱେ ଅଧିନାୟକ

July 21, 2026

ଅଗଷ୍ଟ ୧୫ରୁ ଶ୍ରୀଲଙ୍କା ସିରିଜ: ଜାଣନ୍ତୁ କେବେ ଘୋଷଣା ହେବେ ଟିମ୍ ଇଣ୍ଡିଆ?

July 21, 2026
Latest News

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.