Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୫ ଲକ୍ଷରେ ପହଞ୍ଚିଲା ଆୟୁଷ୍ମାନ ବୟ ବନ୍ଦନା କାର୍ଡ ପଞ୍ଜୀକରଣ: କିପରି ହେବେ ସାମିଲ
ବିଶେଷ ଖବର

୨୫ ଲକ୍ଷରେ ପହଞ୍ଚିଲା ଆୟୁଷ୍ମାନ ବୟ ବନ୍ଦନା କାର୍ଡ ପଞ୍ଜୀକରଣ: କିପରି ହେବେ ସାମିଲ

December 10, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆୟୁଷ୍ମାନ ବୟ ବନ୍ଦନା କାର୍ଡ ଶୁଭାରମ୍ଭ ହେବାର ମାତ୍ର ୨ ମାସରୁ କମ୍ ସମୟ ଭିତରେ ୨୫ ଲକ୍ଷ ଲୋକ ପଞ୍ଜୀକରଣ କରିଛନ୍ତି। ଚଳିତ ବର୍ଷ ଅକ୍ଟୋବର ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିଥିଲେ। ଏହାର ମାତ୍ର ଦୁଇ ମାସରୁ କମ୍ ସମୟ ଭିତରେ ଆୟୁଷ୍ମାନ ବୟ ବନ୍ଦନା କାର୍ଡରେ ୨୫ ଲକ୍ଷ ହିତାଧିକାରୀ ସାମିଲ ହେବା ନିଶ୍ଚିତ ଭାବେ ଏକ ଉଲ୍ଲେଖନୀୟ ସଫଳତା।
ଆୟୁଷ୍ମାନ ବୟ ବନ୍ଦନା କାର୍ଡ ଶୁଭାରମ୍ଭ ହେବା ଦିନଠାରୁ ହିତାଧିକାରୀଙ୍କୁ ମିଳିଛି ୪୦କୋଟିରୁ ଅଧିକ ଟଙ୍କାର ଚିକିତ୍ସା। ଏଥିରେ ୭୦ ବର୍ଷ ଓ ତାଠାରୁ ଅଧିକ ବର୍ଷ ବୟସର ୨୨୦୦୦ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଉପକୃତ ହୋଇଛନ୍ତି।

ହିତାଧିକାରୀମାନେ ହୃତପିଣ୍ଡରେ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି, ନିତମ୍ୱ ଗଣ୍ଠି ହାଡ଼ ଭାଙ୍ଗି ଯାଇଥିଲେ ତାର ଚିକିତ୍ସା କରିଛନ୍ତି ବା ଏହି ହାଡ଼ର ପ୍ରତିସ୍ଥାପନ କରିଛନ୍ତି। ଏହା ସହିତ ପିତ୍ତକୋଷର ଅପସାରଣ, ଚାଳିସିଆ ହୋଇ ଆଖିରେ ପରଳ ପଡ଼ିଥିଲେ ଅସ୍ତ୍ରୋପଚାର କରିଛନ୍ତି। ସେହିପରି ପ୍ରୋଷ୍ଟେଟ୍ ଗ୍ରନ୍ଥି ସମସ୍ୟା, ହୃଦଘାତର ଚିକିତ୍ସା, ଡାଇଲିସିସ୍, ଟାଇଫଏଡ୍ ଓ ଅନ୍ୟ ବିଭିନ୍ନ ଜ୍ୱରର ଚିକିତ୍ସା କରାଇ ଉପକୃତ ହୋଇଛନ୍ତି ହିତାଧିକାରୀ ।

୭୦ ବର୍ଷ ଓ ଏହାଠାରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (AB PM-JAY) ଯୋଜନାରେ ସାମିଲ କରିବାକୁ ଅକ୍ଟୋବର ୨୯, ୨୦୨୪ରେ ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ। ଏହି ସଂପ୍ରସାରଣ ଅନୁସାରେ ଦେଶର ୭୦ ବର୍ଷ ବୟସ ଓ ଏହାଠାରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ “ଆୟୁଷ୍ମାନ ବୟ ବନ୍ଦନା କାର୍ଡ” ପ୍ରଦାନ କରାଯାଉଛି। ଏହି କାର୍ଡ ଜରିଆରେ ହିତାଧିକାରୀମାନେ ବିଭିନ୍ନ ହସପିଟାଲରେ ଚିକିତ୍ସା ସୁବିଧା ପାଇବେ। …

ଆର୍ଥିକ ଓ ସାମାଜିକ ସ୍ଥିତି ଯାହା ହୋଇଥାଉନା କାହିଁକି, ଆୟୁଷ୍ମାନ ବୟ ବନ୍ଦନା କାର୍ଡ ଜରିଆରେ ୭୦ ବର୍ଷ ଓ ଏହାଠାରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ମାଗଣାରେ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ। ଯେଉଁ ପରିବାର AB PM – JAY ଯୋଜନାର ଆଗରୁ ସାମିଲ ହୋଇଛନ୍ତି, ସେହି ପରିବାରର ୭୦ ବର୍ଷ ଓ ତାଠାରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ବର୍ଷକୁ ୫ ଲକ୍ଷ ଟଙ୍କାର ଅତିରିକ୍ତ ଚିକିତ୍ସା ସୁବିଧା ମିଳିବ। ଯେଉଁ ବରିଷ୍ଠ ନାଗରିକମାନେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା (CGHS), ଅବସରପ୍ରାପ୍ତ ସେନା କର୍ମଚାରୀ କନଟ୍ରିବ୍ୟୁଟାରୀ ସ୍ୱାସ୍ଥ୍ୟ ଯୋଜନା ଓ ଆୟୁଷ୍ମାନ ସେଣ୍ଟ୍ରାଲ ଆର୍ଡ ପୋଲିସ ଫୋର୍ସ ( CAPF) ର ହିତାଧିକାରୀ ଅଟନ୍ତି, ସେମାନେ ନିଜର ପୂର୍ବ ଯୋଜନା କିମ୍ୱା AB PM-JAY ମଧ୍ୟରୁ ଗୋଟିଏ ଯୋଜନାକୁ ବାଛି ତାର ସୁବିଧା ନେଇପାରିବେ। ଘରୋଇ ସ୍ୱାସ୍ଥ୍ୟ ବୀମା କରିଥିବା ଓ କର୍ମଚାରୀ ରାଜ୍ୟ ସ୍ୱାସ୍ଥ୍ୟ ବୀମାର ହିତାଧିକାରୀମାନେ ମଧ୍ୟ AB PM-JAYରେ ସାମିଲ ହୋଇପାରିବେ।

ଆୟୁଷ୍ମାନ ବୟ ବନ୍ଦନା କାର୍ଡରେ ପ୍ରାୟ ୨୦୦୦ ପ୍ରକାର ଚିକିତ୍ସାର ସୁବିଧା ମିଳିବ। ହିତାଧିକାରୀ ଆଗରୁ କୌଣସି ରୋଗରେ ପୀଡ଼ିତ ଥିଲେ ମଧ୍ୟ ତାଙ୍କ ପାଇଁ ଓ୍ୱେଟିଂ ପିରିୟଡ ବା ଅପେକ୍ଷା ଅବଧି ଲାଗୁ ନ ହୋଇ ପ୍ରଥମ ଦିନରୁ ହିଁ ହିତାଧିକାରୀଙ୍କୁ ଚିକିତ୍ସା ସୁବିଧା ମିଳିବ।

ଆୟୁଷ୍ମାନ ବୟ ବନ୍ଦନା କାର୍ଡ ପାଇଁ ଯୋଗ୍ୟ ବିବେଚିତ ୭୦ ବର୍ଷ ଓ ଏହାଠାରୁ ଅଧିକ ବୟସର ବରିଷ୍ଠ ନାଗରିକ ଏକାଧିକ ଉପାୟରେ ନିଜ ନାଁ ପଂଜୀକରଣ କରିପାରିବେ। ଅନୁବନ୍ଧିତ ହସପିଟାଲକୁ ଯାଇ ସେମାନେ ନିଜର ନାଁ ପଂଜୀକରଣ କରିପାରିବେ। ମୋବାଇଲରେ ସେମାନେ ନିଜେ ମଧ୍ୟ ନିଜର ନାଁ ପଂଜୀକରଣ କରିପାରିବେ। ଏଥିପାଇଁ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆୟୁଷ୍ମାନ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ ଓ ସେଥିରେ ବରିଷ୍ଠ ନାଗରିକମାନେ ଆୟୁଷ୍ମାନ ବୟ ବନ୍ଦନା କାର୍ଡ ପାଇଁ ନିଜେ ନିଜେର ନାଁ ପଂଜୀକରଣ କରିପାରିବେ।

ଓ୍ୱେବସାଇଟ୍ www. beneficiary.nha.gov.in ଜରିଆରେ ମଧ୍ୟ ବରିଷ୍ଠ ନାଗରିକମାନେ ନିଜକୁ ଏହି ଯୋଜନାରେ ସାମିଲ କରିପାରିବେ। ଆୟୁଷ୍ମାନ ବୟ ବନ୍ଦନା କାର୍ଡ ସଂପର୍କରେ ଅଧିକ ଜାଣିବା ପାଇଁ ଲୋକେ ଟୋଲ୍ ଫ୍ରି ନମ୍ୱର ୧୪୫୫୫ କୁ କଲ୍ କରିପାରିବେ କିମ୍ୱା ୧୮୦୦୧୧୦୭୭୦ କୁ ମିସ୍ କଲ୍ ମଧ୍ୟ ଦେଇପାରିବେ।

AB PM-JAY ପଞ୍ଜୀକରଣ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ ୨୭ରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ, ଜାଣନ୍ତୁ ରାଶିଫଳ

August 27, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଭାରତର ବିଜୟରେ ବାଧା ସୃଷ୍ଟି କରିବ କି ବର୍ଷା?: ଜାଣନ୍ତୁ କିପରି ରହିବ କଲମ୍ବୋରେ ପାଗ

August 26, 2026

ରାଜଧାନୀ ଏକ୍ସପ୍ରେସରେ ଚଢାଉ: ଜବତ ହେଲା ମିଆଦ ଶେଷ ହୋଇଥିବା ଖାଦ୍ୟ

August 26, 2026
Latest News

ଆଜି ଅଗଷ୍ଟ ୨୭ରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ, ଜାଣନ୍ତୁ ରାଶିଫଳ

August 27, 2026

ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା

August 27, 2026

ନଭେମ୍ବର ୨୪ରୁ ବାଲିଯାତ୍ରା: ମହାନଦୀରେ ଜଳକ୍ରୀଡ଼ା ହେବ ମୁଖ୍ୟ ଆକର୍ଷଣ

August 27, 2026

କ୍ୟାଶ୍‌ଲେସ୍‌ ଚିକିତ୍ସାରେ କ୍ୟାଶ୍‌ର ଖେଳ! ଆୟୁଷ୍ମାନ ହିତାଧିକାରୀଙ୍କୁ ଟାର୍ଗେଟ୍‌ କରୁଛନ୍ତି ଘରୋଇ ହସ୍ପିଟାଲ?

August 26, 2026

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.