Author: SM Network

ରଣପୁର: ପ୍ରତି ବର୍ଷ ରଣପୁରରେ ଡିସେମ୍ବର ପ୍ରଥମ ସପ୍ତାହରେ ମଣ୍ଡି ଖୋଲେ। ଯାହା ଫଳରେ ଚାଷୀ ଅମଳ କରିଥିବା ଧାନକୁ ମଣ୍ଡିରେ ବିକ୍ରି କରି ପାରେ। କିନ୍ତୁ ଏ ବର୍ଷ ବର୍ତ୍ତମାନ ସୁଦ୍ଧା ମଣ୍ଡି ଖୋଲି ନ ଥିବାରୁ ଚାଷି ହରଡ ଘଣାରେ ପଡିଛି। ଏବେ ଡିସେମ୍ବର ମାସ ଅଧା ହେବାକୁ ବସିଥିବା ବେଳେ ଧାନ ମଣ୍ଡି ଖୋଲି ନାହିଁ। ଯାହା ଫଳରେ ଏବେ ଚାଷିଙ୍କ ଠାରୁ ଶାଗ ମାଛ ଦରରେ ଦଲାଲ୍ ଧାନ କିଣି ନେଉଥିବା ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସରେ କୋହଲା ପାଗ ସାଙ୍ଗକୁ ଝିପ୍‌ଝିପ୍ ବର୍ଷା ଯୋଗୁଁ ଧାନ କଟାରେ ବିଳମ୍ବ ଦେଖା ଦେଇଥିଲା। କିନ୍ତୁ ଏବେ ଧାନ ଅମଳ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି। କିନ୍ତୁ ଦୀର୍ଘ ଦିନ ଧରି ମଣ୍ଡି ନ ଖୋଲିବାରୁ ବର୍ଷା ଆସୁଥିବାରୁ ଧାନକୁ ଚାଷୀ ଏବେ ଦଲାଲ ହାତରେ ଧାନ ଟେକି ଦେଉଥ୍‌ôବା ଜଣାଯାଇଛି। ପ୍ରଶାସନ କେବଳ ନୀରବଦ୍ରଷ୍ଟା…

Read More

ଭୁବନେଶ୍ଵର: ସର୍ବଭାରତୀୟ ଆଇନ ପ୍ରବେଶିକା ପରୀକ୍ଷା (CLAT) ରେ ଅରୁଣିମା ଠାକୁର୍ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଅରୁଣିମା ଠାକୁର୍ ରାଉରକେଲାର ଝିଅ ଏବଂ ସେ ବାଣୀବିହାର ଆଇନ ମହାବିଦ୍ୟାଳୟର ଛାତ୍ରୀ ଅଟନ୍ତି। ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅରୁଣିମା ଠାକୁର୍ ଙ୍କ ଏହି ସଫଳତା ପାଇଁ ଖୁସିବ୍ୟକ୍ତ କରିବା ସହ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି।

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ଏକ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ (NIPER) ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ନାଇପର୍ ପ୍ରତିଷ୍ଠାର ଆବଶ୍ୟକତା ରହିଛି। ଏହି ପଦକ୍ଷେପ ପୂର୍ବ ଭାରତରେ ଔଷଧ ଏବଂ ବାୟୋଟେକ୍ କ୍ଷେତ୍ରର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ସେ ଆହୁରି କହିଛନ୍ତି ଯେ ଭୁବନେଶ୍ୱର ସ୍ଥିତ ଓଡ଼ିଶା ବାୟୋଟେକ୍ ପାର୍କ ହେଉଛି ପୂର୍ବ ଭାରତରେ ପ୍ରଥମ ପାର୍କ, ଯେଉଁଠାରେ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରିଜ୍ ଏବଂ ଆନୁଷଙ୍ଗିକ ସେବା କ୍ଷେତ୍ର ପ୍ରତିଷ୍ଠା ପାଇଁ ଆବଶ୍ୟକ ପାଣି, ବିଜୁଳି, ପ୍ରବାହିତ ଚିକିତ୍ସା ଏବଂ ଅନ୍ୟାନ୍ୟ ସମସ୍ତ ସୁବିଧାମାନ ଉପଲବ୍ଧ ରହିଛି। ଏହି ବାୟୋଟେକ୍ ପାର୍କ ନାଇପର୍ ପ୍ରତିଷ୍ଠା ପାଇଁ ଏକ ଅନୁକୂଳ ପରିବେଶ…

Read More

ଭୁବନେଶ୍ୱର: ଡିଡି ଓଡ଼ିଆ ଚାନେଲ ପକ୍ଷରୁ ସାନ୍ତାଳୀ ସମାଚାର ପ୍ରସାରଣ ଶୁଭାରମ୍ଭ ହୋଇଛି। ଆଜି (ବୁଧବାର) ପୂର୍ବାହ୍ନ ୧୧ ଟା ସମୟରେ ଏହା ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରୁ ପ୍ରସାରଣ କରାଯାଇଛି। ସାନ୍ତାଳୀ ଭାଷାରେ ସମାଚାର ଆରମ୍ଭ ହେବା ଜାଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଦୂରଦର୍ଶନ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି। ନିକଟରେ ବାଙ୍ଗିରିପୋଷିରେ ବିଭିନ୍ନ ରେଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡିଡି ଓଡ଼ିଆରେ ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ ସମ୍ପର୍କରେ ସୂଚନା ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗ୍ରହ କ୍ରମେ ଏହାକୁ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଆଜି ଭୁବନେଶ୍ଵର ଦୂରଦର୍ଶନ କେନ୍ଦ୍ର ଠାରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପତ୍ର ସୂଚନା କାର୍ଯ୍ୟାଳୟ ଓ କେନ୍ଦ୍ରୀୟ ସଂଚାର ବ୍ୟୁରୋ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ମୋହନାପଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁଠାରେ ଲକ୍ଷ୍ମୀ ବସ୍ ଓଲଟି ୩ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ୩ ମହିଳା କବିସୂର୍ଯ୍ୟ ନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୁଚନା ଅନୁଯାୟୀ, ଏହି ଗାଁ ରୁ ଯାତ୍ରୀବାହୀ ଲକ୍ଷ୍ମୀ ବସ୍ କବିସୂର୍ଯ୍ୟ ନଗର ଅଭିମୁଖେ ଯାଉଥିବା ବେଳେ ମୋହନାପଲୀ ଗ୍ରାମରେ ରାସ୍ତାକଡ଼ ବିଲ ଭିତରକୁ ଓଲଟି ପଡ଼ିଥିଲା। ଉକ୍ତ ଗାଡିରେ ଯାତ୍ରା କରୁଥିବା ୧୦ ଜଣଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଗାଁ ଲୋକ, ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଥିଲେ। ଅନ୍ୟପକ୍ଷରେ କବିସୂର୍ଯ୍ୟ ନଗର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Read More

ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଏକ ମହାସମାବେଶ ଗତକାଲି ରାଜଧାନୀର ଗାନ୍ଧିମାର୍ଗରେ ଅନୁଷ୍ଠିତ ହୋଇଥିଲା। ଗତସନ୍ଧ୍ୟାରେ ଶିକ୍ଷକ କର୍ମଚାରୀ ମାନଙ୍କର ବହୁ ସମସ୍ୟାବଳୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବାସଭବନରେ ସମନ୍ୱୟ ସମିତିର ପ୍ରତିନିଧି ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ସକରାତ୍ମକ ଥିଲା ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି। ପ୍ରକାଶଥାଉ କି, ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ଏକ ପ୍ରତିନିଧି ଦଳ ସଭାପତି ସୁକାନ୍ତ କୁମାର ବେହେରା ଏବଂ ଆବାହକ ରଞ୍ଜନ କୁମାର ଦାଶଙ୍କ ନେତୃତ୍ୱରେ ଗତସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦାବିପତ୍ର ଗ୍ରହଣ କରିବା ପୂର୍ବକ ସମନ୍ୱୟ ସମିତିର ନେତୃତ୍ୱଙ୍କ…

Read More

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଇତିହାସ ବିଭାଗ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗର ମିଳିତ ଆୟୋଜନରେ ଆଜି ମହାବିଦ୍ୟାଳୟର ପ୍ରଜ୍ଞା ଭବନରେ ଏକ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି। “ଓଡ଼ିଶାର ପ୍ରାଚୀନ ଓ ମଧ୍ୟଯୁଗୀୟ ସ୍ଥାପତ୍ୟ କଳା: ଏକ ଅନୁଶୀଳନ” ଶୀର୍ଷକ ଏହି ଜାତୀୟ ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ସଭାପତିତ୍ୱ କରିଥିଲେ। ପ୍ରାରମ୍ଭରେ ବିଶ୍ୱର ମହାନ ସ୍ଥପତି ଜଗତରନାଥ ଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ନିମନ୍ତ୍ରିତ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହାପରେ ଅଧ୍ୟକ୍ଷ ଡକ୍ଟର ସୁବୁଦ୍ଧି ଆଲୋଚନା ଚକ୍ରର ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ ଓ ସମ୍ପlନର ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଅଧ୍ୟକ୍ଷ ଡକ୍ଟର ସୁବୁଦ୍ଧି ଅତିଥିମାନଙ୍କୁ ସ୍ୱାଗତ କରିବା…

Read More

ନୂଆଦିଲ୍ଲୀ: ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ଆଜି ସଂସଦରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମ୍ମୁଖରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି। ସମ୍ବିତ ପାତ୍ର ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଶ୍ରୀ ଗଜପତି ମହାରାଜା, ଏବଂ ମୁକ୍ତି ମଣ୍ଡପ ସହିତ ଚର୍ଚ୍ଚା କରି ଭକ୍ତମାନଙ୍କ ପାଇଁ ସୁଖା ପ୍ରସାଦ ଉପଲବ୍ଧ କରିବାର କେନ୍ଦ୍ର ଖୋଲିବାର ପ୍ରସ୍ତାବ ଦେଇଛନ୍ତି। ସମ୍ବିତ ପାତ୍ର ଏହି ବିଷୟରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରତ୍ୟେକ ଭକ୍ତଙ୍କର ଆଶା ଓ ଭାବନା ରହେ ଯେ, ସେ ଶ୍ରୀ ଜଗନ୍ନାଥଙ୍କ ପ୍ରସାଦ ନିଜ ଘରକୁ ନେଇଯାଉ। କିନ୍ତୁ, ବର୍ତ୍ତମାନର ଭିଡ଼ ଓ ପରିସ୍ଥିତି ଯୋଗୁଁ ଏହା ସମ୍ପୂର୍ଣ୍ଣ ଭାବେ ସମ୍ଭବ ହୋଇପାରୁ ନାହିଁ। ଯଦି ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନରେ ମନ୍ଦିର ପ୍ରଶାସନ ତରଫରୁ ସେବାୟତଙ୍କ ସହଯୋଗରେ ଏକ ସୁବ୍ୟବସ୍ଥିତ କେନ୍ଦ୍ର ଖୋଲି ଭକ୍ତମାନଙ୍କ ପାଇଁ ସୁଖା ପ୍ରସାଦ ଉପଲବ୍ଧ କରାଯାଏ,…

Read More

ପୁରୀ: ଆଗାମୀ ଡିସେମ୍ବର ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଗାମୀ ୧୬ତାରିଖ ଠାରୁ ପହିଲି ଭୋଗ ନୀତିକାନ୍ତି ଅନୁଷ୍ଠିତ ହେଉଥିବା ହେତୁ ସ୍ୱତନ୍ତ୍ର ନୀତିକାନ୍ତି ନେଇ ବୈଠକରେ ଆଲୋଚନା କରାଯାଇଥିବା ସହ ନୀତି ନିର୍ଘଣ୍ଟ କରାଯାଇଅଛି। ତେବେ ପ୍ରତିଦିନ ଭୋର ୨ଟାରୁ ଦ୍ୱାରଫିଟା ଯାଇ ଦୈନନ୍ଦିନ ନୀତିକାନ୍ତି କରାଯିବ। ତେବେ ଦ୍ବିତୀୟ ଭୋଗ ମଣ୍ଡପ ନୀତି ପରେ ଏଏସଆଇ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରିବା ନେଇ ସ୍ଥିରୀକୃତ କରାଯାଇଅଛି।ମରାମତି ସମୟରେ ଶ୍ରଦ୍ଧାଳୁ ମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବା ନେଇ ବୈଠକରେ ସ୍ଥିର ହୋଇଥିବା ବେଳେ ବିଶେଷ ଦିନ ମାନଙ୍କରେ ଭକ୍ତ ଙ୍କ ଭିଡ଼ କୁ ନଜରରେ ରଖି ମରାମତି କାର୍ଯ୍ୟ ସ୍ଥଗିତ ନେଇ ନିଷ୍ପତି ନିଆଯାଇଅଛି। ତେବେ ଡିସେମ୍ବର ୩୧…

Read More

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ପକ୍ଷରୁ ରଘୁନାଥପୁର ଗ୍ରାମ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସାଇବର ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରୋବେସେନାରୀ ଆଇପିଏସ ଅଧିକାରୀଣୀ ମନୀଷା ସୌଗୁଣ, ଛତ୍ରପୁର ଏସଡିପିଓ ଗୌରହରୀ ସାହୁ, ଥାନା ଅଧିକାରିଣୀ ଦୀପିକା ଦେବୀ ରାୟ, ଏସ ଆଇ ଅଭଜିତ ସାମଲ, ଜଗନ୍ନାଥ ପୁର ବିଟ ହାଉସ ଅଧିକାରୀ ଅରୁଣ କୁମାର ରାଉତ, ନରେନ୍ଦ୍ର ପୁର ଗ୍ରାମ ପଂଚାୟତର ପୂର୍ବତନ ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ, ରାମା ରାଓ, ବ୍ରଜ ମହାରଣାଙ୍କ ସମେତ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ସାଧାରଣ ଲୋକ କିପରି ଭାବରେ ସାଇବର ଠକେଇର ଶିକାର ହେବେ ନାହଁ, ମୋବାଇଲରେ କୌଣସି ଅପରିଚିତ ବ୍ୟକ୍ତିକୁ ନିଜର ଆକାଉଣ୍ଟ ନମ୍ବର ନଦେବା ପାଇଁ, ସାଇବର ଠକାମୀର ଶିକାର ହେଲେ ସାଙ୍ଗେ ସାଙ୍ଗେ ପୋଲିସ କିମ୍ବା ଟୋଲ ଫ୍ରୀ ନମ୍ବରରେ କଲ୍ କରିବା…

Read More

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି। ରତ୍ନଭଣ୍ଡାର ମରାମତି କାର୍ଯ୍ୟ କେବେଠାରୁ ଆରମ୍ଭ ହେବ ସେନେଇ ଚାଲିଛି ଆଲୋଚନା। ରତ୍ନଭଣ୍ଡାର ମରାମତି ପାଇଁ ନୀତି ନିର୍ଘଣ୍ଟକୁ ମୋହର ମାରିବ ଛତିଶା ନିଯୋଗ। ଆଗାମୀ ୧୬ ତାରିଖ ଠାରୁ ପହିଲି ଭୋଗ ଆରମ୍ଭ ହେବାକୁ ଥିବା ବେଳେ ସେହି ଦିନ ଠାରୁ ରାତ୍ର ୨ ଟାରୁ ଦ୍ୱାର ଫିଟା ଯାଇ ଦୈନିକ ନୀତି ସମାପନ କରାଯିବ। ସେହିପରି ଦ୍ଵିତୀୟ ଭୋଗ ମଣ୍ଡପ ନୀତି ପରେ ପ୍ରତ୍ୟେହ ରତ୍ନ ଭଣ୍ଡାର ଘର ମରାମତି କରାଯିବ ନେଇ ପ୍ରସ୍ତାବ ରହିଥିବା ବେଳେ ତାହା ଉପରେ ଆଲୋଚନା ଜାରି ରହିଅଛି। ସେହିପରି ଆଗାମୀ ଜାନୁଆରୀ ୧୩ ତାରିଖ ଦିନ ଦେବାଭିଷେକ ପୂର୍ଣ୍ଣିମା ଓ ଜାନୁଆରୀ ୧୪ ତାରିଖ ଦିନ ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ ନେଇ ମଧ୍ୟ ଆଲୋଚନା କରାଯିବ।…

Read More

ପୁରୀ: ସମୁଦ୍ରରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମୁକ୍ତ କରିବା ତଥା ମହୋଦଧିରେ ସୁରକ୍ଷିତ ସ୍ନାନ ନେଇ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରଖି ପୁରୀରେ ତିନି ଦିନ ବ୍ୟାପି ଅନୁଷ୍ଠିତ ହେଉଅଛି ମହୋଦଧି ଦିବସ। ସ୍ଵର୍ଣ୍ଣାଭ ବେଳାଭୂମିରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ଏହି ଉତ୍ସବରେ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ସାମୁଦ୍ରିକ ଜଳ କ୍ରୀଡାକୁ ନେଇ ରୋମାଞ୍ଚକର ଅନୁଭୂତି ପାଇଥିବା ଲକ୍ଷ କରାଯାଇଅଛି। ପ୍ରାୟ ୧୦ଟି ଦେଶରୁ ୩୫ ଜଣ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସମେତ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରୁ ମଧ୍ୟ ଏହି ଉତ୍ସବରେ ଭାଗ ନେଇଥିବା ଲକ୍ଷ୍ୟ କରାଯାଇଅଛି। ଆଜି ଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପୁରୀରେ ଏହି ଅନ୍ତର୍ଜାତୀୟ ମହୋଦଧି ଦିବସ ପ୍ରଥମ ଥର ପାଇଁ ବେଳାଭୂମିରେ ଆୟୋଜିତ କରାଯାଇଛି। ଏହି ୩ ଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ହେଉଛି ମେରାଇନ୍ ସ୍ପୋଟର୍ସ ଏବଂ ବିଚ୍ ସ୍ପୋଟର୍ସ ମାଧ୍ୟମରେ ସମୁଦ୍ରରେ ହେଉଥିବା…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ଆଉଟ୍ ଡୋରରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ (ପିଏମଏସଏମଏ) କକ୍ଷ ଉଦଘାଟିତ ହୋଇଛି। ଡିନ୍ ତଥା ଅଧ୍ୟକ୍ଷା ଡା. ସୁଚିତ୍ରା ଦାସ, ରେଜିଷ୍ଟ୍ରାର ସଂଗ୍ରାମ ପଣ୍ଡା, ପ୍ରସୂତି ବିଭାଗ ମୁଖ୍ୟ ପ୍ରଫେସର ଡା. ସଂଘମିତ୍ରା ମହାପାତ୍ର, ଏନ୍‌ଏଚ୍ଏମର ବିଭାଗ ସରୋଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ମାତୃ ଓ ଶିଶୁ ମୃତ୍ୟୁହାର କମ କରିବା ଲକ୍ଷ୍ୟରେ ପ୍ରତ୍ୟେକ ମାସ ୯ ତାରିଖରେ ଗର୍ଭବତୀଙ୍କୁ ମାଗଣା ଓ ଗୁଣଯୁକ୍ତ ଚିକିତ୍ସା ସେବା ଯୋଗାଇବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ।

Read More

ଭୁବନେଶ୍ୱର: ଦେଶରେ ମହିଳା ଶ୍ରମ ଶକ୍ତି ଅଂଶଗ୍ରହଣ ହାର (ଏଲଏଫପିଆର) ବୃଦ୍ଧି ପାଉଛି। ବିଶେଷ କରି ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ଏହି ହାରରେ ଉଲ୍ଲେଖନୀୟ ପ୍ରଗତି ଦେଖିବାକୁ ମିଳିଛି ବୋଲି ଅବଧିକାଳୀନ ଶ୍ରମ ଶକ୍ତି ସର୍ବେକ୍ଷଣ ତଥ୍ୟରୁ ଜଣାପଡ଼ିଛି। ଏଲଏଫପିଆର ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ଏବଂ ସାମଗ୍ରିକ ଆର୍ଥିକ ଅନ୍ତର୍ଭୂକ୍ତୀକରଣର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ ଅଟେ। ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ଡକ୍ଟର ଶମିକା ରବି ଏବଂ ଦିଲ୍ଲୀର ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନର ଗବେଷକ ଡକ୍ଟର ମୁଦିତ କପୁରଙ୍କ ଦ୍ୱାରା କରାଯାଇଥିବା ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଜାତୀୟ ସ୍ତରରେ ଗ୍ରାମୀଣ ମହିଳା ଏଲଏଫପିଆର ୨୪.୬%ରୁ ୪୧.୫% (~୬୯%) କୁ ବଢ଼ିଛି। ସେହିପରି ସହରାଞ୍ଚଳ ଏଲଏଫପିଆର ସାମାନ୍ୟ ବୃଦ୍ଧି ପାଇ ୨୦.୪% ରୁ ୨୫.୪% (~୨୫%) ହୋଇଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଆନ୍ତଃରାଜ୍ୟ ପାର୍ଥକ୍ୟ ରହିଛି। ଗ୍ରାମାଞ୍ଚଳରେ ଝାଡ଼ଖଣ୍ଡ (~୨୩୩% ଅଭିବୃଦ୍ଧି) ଏବଂ ବିହାର (~୬ ଗୁଣ ଅଭିବୃଦ୍ଧି) ଭଳି ରାଜ୍ୟରେ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ବନ୍ଦର, ନଦୀ ଜଳମାର୍ଗ ସମୂହର ବିକାଶ ପାଇଁ କ୍ରିୟାନ୍ୱୟନ ହେଉଥିବା ପ୍ରକଳ୍ପ ଏବଂ ଆଗାମୀ ଦିନର ଯୋଜନା ସମ୍ପର୍କରେ ମଙ୍ଗଳବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ବିଜେପି ସାଂସଦମାନେ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ “ପୂର୍ବୋଦୟ” ମିଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଓଡ଼ିଶାର ସାମଗ୍ରିକ ବିକାଶ ବିଶେଷ ଭାବରେ ପାରାଦୀପ ବନ୍ଦରକୁ ଅତ୍ୟାଧୁନିକ ବନ୍ଦରରେ ପରିଣତ କରିବା ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର। ଏହି ବୈଠକରେ ଓଡ଼ିଶାରେ ବନ୍ଦର ଗୁଡିକର ତ୍ୱରିତ ବିକାଶ ପାଇଁ ଆଲୋଚନା ହୋଇଛି। ସେହିପରି ପୁରୀରେ କ୍ରୁଜ ଟର୍ମିନାଲର ନିର୍ମାଣ, ମତ୍ସ୍ୟ ବିଭାଗ ସହ ମିଶି ରାଜ୍ୟ ଓ…

Read More

ନୂଆଦିଲ୍ଲୀ: ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ସମାରୋହ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀର୍ଘସ୍ଥାୟୀ ଓ ସମାବେଶୀ ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ବିଭିନ୍ନ ବର୍ଗରେ ମନୋନୀତ ୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପଞ୍ଚାୟତିରାଜ, ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂ, ପଞ୍ଚାୟତିରାଜ, ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ ପି ସିଂହ ବାଘେଲ ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ ପ୍ରମୁଖ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି, ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀଙ୍କ ସମେତ ଦେଶର ପଞ୍ଚାୟତ ପ୍ରତିନିଧିମାନେ ଯୋଗଦେବେ। ମହାମହିମ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୪ର ଗ୍ରାଣ୍ଡ ଫାଇନାଲରେ ଯୁବ ଉଦ୍ଭାବକମାନଙ୍କ ସହ ଆଲୋଚନା କରିବେ। ଗ୍ରାଣ୍ଡ ଫାଇନାଲରେ ୧୩୦୦ରୁ ଅଧିକ ଛାତ୍ର ଦଳ ଅଂଶଗ୍ରହଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ। ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍ ଆଇଏଚ୍ )ର ସପ୍ତମ ସଂସ୍କରଣ ଆସନ୍ତା ଡିସେମ୍ବର ୧୧ ତାରିଖରୁ ଦେଶର ୫୧ଟି ନୋଡାଲ ସେଣ୍ଟରରେ ଆରମ୍ଭ ହେବ। ସଫ୍ଟୱେୟାର୍ ସଂସ୍କରଣ ୩୬ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ଥିବାବେଳେ ହାର୍ଡୱେର୍ ସଂସ୍କରଣ ୧୧ରୁ ୧୫ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଚାଲିବ। ପୂର୍ବ ସଂସ୍କରଣ ଭଳି, ଛାତ୍ର ଦଳଗୁଡିକ ମନ୍ତ୍ରଣାଳୟ କିମ୍ବା ବିଭାଗ କିମ୍ବା ଶିଳ୍ପ ଦ୍ୱାରା ଦିଆଯାଇଥିବା ସମସ୍ୟା ବିବୃତି ଉପରେ କାର୍ଯ୍ୟ କରିବେ କିମ୍ବା ଜାତୀୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସହିତ ଜଡିତ ୧୭ଟି ବିଷୟବସ୍ତୁ ମଧ୍ୟରୁ ଯେକୌଣସି ବିଷୟରେ ଛାତ୍ର ନବସୃଜନ…

Read More

ଭୁବନେଶ୍ବର: ବହୁରାଜ୍ୟ ସମବାୟ ସମିତି (ଏମଏସସିଏସ) ଆଇନ, ୨୦୦୨ ଅଧୀନରେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ବିହନ ସମବାୟ ସମିତି ଲିମିଟେଡ୍ (ବିବିଏସଏସଏଲ) ଗଠନ କରାଯାଇଛି। ବିବିଏସଏସଏଲକୁ ଭାରତୀୟ କୃଷକ ରସାୟନ ସମବାୟ ଲିମିଟେଡ୍ (ଇଫକୋ), କୃଷକ ଭାରତୀ ସମବାୟ ଲିମିଟେଡ୍ (କ୍ରିଭକୋ), ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ (ନାଫେଡ୍), ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡ (ଏନଡିଡିବି) ଏବଂ ଜାତୀୟ ସମବାୟ ଉନ୍ନୟନ ନିଗମ (ଏନସିଡିସି) ପ୍ରୋତ୍ସାହିତ କରୁଛନ୍ତି। ବିବିଏସଏସଏଲର ପ୍ରାରମ୍ଭିକ ପେଡ୍ ଅପ୍ ପୁଞ୍ଜି ୨୫୦ କୋଟି ଟଙ୍କା ରହିଛି ଯାହାମଧ୍ୟରୁ ୫୦ କୋଟି ଟଙ୍କା ଲେଖାଏଁ ପାଞ୍ଚଟିଯାକ ପ୍ରୋମୋଟର ଯୋଗାଇଦେଇଛନ୍ତି ଓ ଅଧିକୃତ ଅଂଶଧନ ପୁଞ୍ଜି ୫୦୦ କୋଟି ଟଙ୍କା ରହିଛି। ଫସଲ ଅମଳରେ ଉନ୍ନତି ଆଣିବା ଏବଂ ଦେଶୀ ପ୍ରାକୃତିକ ବିହନର ସଂରକ୍ଷଣ ଏବଂ ପ୍ରୋତ୍ସାହନ ନିମନ୍ତେ ଏକ ବ୍ୟବସ୍ଥା ବିକଶିତ କରିବା ଲକ୍ଷ୍ୟରେ ସମବାୟ ନେଟୱାର୍କ ମାଧ୍ୟମରେ ଗୋଟିଏ ବ୍ରାଣ୍ଡ ଅଧୀନରେ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ସହରକୁ କ୍ୟାବିନ ମୁକ୍ତ କରିବା ପାଇଁ ଆଜି ସକାଳୁ ପକ୍ରିୟା ଆରମ୍ଭ କରିଛି ପ୍ରଶାସନ। କ୍ୟାବିନ ଉଚ୍ଛେଦ ପାଇଁ ପ୍ରଶାସନ ଗତକାଲି ରାତିରୁ ଅଧା ସହରକୁ ଭାରତୀୟ ନ୍ୟାୟ ସଂହିତା ଧାରା ୧୬୩ ଲାଗୁ କରିଥିବା ବେଳେ ପଦକ୍ଷେପ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନ ରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସହର ଟ୍ରାଫିକ ଛକ, ବ୍ୟାଙ୍କ୍ ଛକ, ମୁଖ୍ୟରାସ୍ତା ଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସମସ୍ତ ଦୋକାନ ଉଚ୍ଛେଦ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଟ୍ରାଫିକ ଛକରେ ଶହ ଶହ ସଂଖ୍ୟାରେ ବ୍ୟବସାୟୀଙ୍କ ସହ ପୌରାଧକ୍ଷା ଓ କାଉନସିଲର ମାନେ ଧାରଣା ବସିଛନ୍ତି। ଅନ୍ୟପଟେ ଖୋର୍ଦ୍ଧା ଉପଜିଲ୍ଲାପାଳ, ତହସିଲଦାର, ନିର୍ବାହୀ ଅଧିକାରୀ ପୋଲିସ ଅଧିକାରୀ ଫୋର୍ସ ସହ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ବେଳେ ବ୍ୟବସାୟୀ ମାନଙ୍କୁ ପ୍ରଥମେ ଥଇଥାନ ଓ ପାରେ ଉଛେଦ କରିବାକୁ ଦାବୀ ହୋଇଥିଲା। ଧାରଣା ସ୍ଥଳରେ ପୂର୍ବତନ ବିଧାୟକ…

Read More

ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ଆଜି ରାଜଧାନୀର ରାଜରାସ୍ତାରେ ମହାସମାବେଶ ଦେଖିବାକୁ ମିଳିଥିଲା। ଶୀତକାକରକୁ ଖାତିର ନକରି ସମଗ୍ର ରାଜ୍ୟରୁ ପାଖାପାଖି ପଚାଶ ହଜାରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ସେମାନଙ୍କର ବହୁ ଅସମାହିତ ସମସ୍ୟାର ସମାଧାନ ନିମନ୍ତେ  ଗାନ୍ଧିମାର୍ଗରେ ଆୟୋଜିତ ମହାସମାବେଶରେ ଯୋଗଦେଇଥିଲେ। ଯୋଗ୍ୟବିବେଚିତ ସ୍କୁଲ କଲେଜକୁ ପଚିଶ ବର୍ଷ ହେଲା ଅନୁଦାନ ନାହିଁ – ଅନୁଦାନ ପ୍ରଦାନ କର, ଅବସର ପରେ ବଞ୍ଚିବା ପାଇଁ ପେନସନ୍ ବ୍ୟବସ୍ଥା କର, ୩୦ ବର୍ଷ ହେଲା କୌଣସି ବିଦ୍ୟାଳୟ ସରକାରୀକରଣ ହୋଇନାହିଁ – ସବୁ ବିଦ୍ୟାଳୟକୁ ସରକାରୀକରଣ ଘୋଷଣା କର, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କର, ଗ୍ରେଡ଼ ପେ ରେ ଥିବା ଅସଙ୍ଗତି ଦୂର କର, ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କର, ନୂତନ ପେନସନ୍ ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କର, ଖାଲି…

Read More

ମେଷ- ବ୍ୟବସାୟ ଅଭିବୃଦ୍ଧି ପାଇଁ ବିଦେଶ ଭ୍ରମଣର ଲକ୍ଷଣ ଅଛି, ଯାହା ଶେଷରେ ଲାଭଦାୟକ ହେବ। କମିଶନ ଆଧାରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଲାଭଦାୟକ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ, ଯାହା ତୁମ ମନକୁ ସପ୍ତାହ ସାରା ସତେଜ ରଖିବ। ଭାଗ୍ୟ ସଂଖ୍ୟା: ୫ ଭାଗ୍ୟ ରଙ୍ଗ: ସବୁଜ। ବୃଷ- ଲଭ୍ ଲାଇଫରେ ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ। ଆପଣଙ୍କ ଇଚ୍ଛା ପୂରଣ କରିବା ପାଇଁ ଆପଣଙ୍କ ପରିବାର ଆପଣଙ୍କ ସମର୍ଥନରେ ଠିଆ ହେବେ। କିଛି ଲୋକ ଏହି ସପ୍ତାହରେ ଆର୍ଥିକ ସ୍ବାଧୀନ ହେବେ। କୈଣସି ସ୍ୱାସ୍ଥ୍ୟ ସମସ୍ୟା ହେବ ନାହିଁ। ପ୍ରେମ ସଂପର୍କରେ ମଧୁରତା ବୃଦ୍ଧି ହେବାର ସମ୍ଭାବନା ଅଛି। ଭାଗ୍ୟ ସଂଖ୍ୟା: ୨ ଭାଗ୍ୟ ରଙ୍ଗ: ହଳଦିଆ। ମିଥୁନ- ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିବାର ସମ୍ଭାବନା ଅଛି,…

Read More