Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଣ୍ଡି ଖୋଲିବା ଆଗରୁ ଧାନ ବୋହି ନେଇ ମାଲେମାଲ ହେଲେ ଦଲାଲ, ଚାଷୀ ହତାସ
ଆଜିର ଖବର

ମଣ୍ଡି ଖୋଲିବା ଆଗରୁ ଧାନ ବୋହି ନେଇ ମାଲେମାଲ ହେଲେ ଦଲାଲ, ଚାଷୀ ହତାସ

December 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ପ୍ରତି ବର୍ଷ ରଣପୁରରେ ଡିସେମ୍ବର ପ୍ରଥମ ସପ୍ତାହରେ ମଣ୍ଡି ଖୋଲେ। ଯାହା ଫଳରେ ଚାଷୀ ଅମଳ କରିଥିବା ଧାନକୁ ମଣ୍ଡିରେ ବିକ୍ରି କରି ପାରେ। କିନ୍ତୁ ଏ ବର୍ଷ ବର୍ତ୍ତମାନ ସୁଦ୍ଧା ମଣ୍ଡି ଖୋଲି ନ ଥିବାରୁ ଚାଷି ହରଡ ଘଣାରେ ପଡିଛି। ଏବେ ଡିସେମ୍ବର ମାସ ଅଧା ହେବାକୁ ବସିଥିବା ବେଳେ ଧାନ ମଣ୍ଡି ଖୋଲି ନାହିଁ। ଯାହା ଫଳରେ ଏବେ ଚାଷିଙ୍କ ଠାରୁ ଶାଗ ମାଛ ଦରରେ ଦଲାଲ୍ ଧାନ କିଣି ନେଉଥିବା ଦେଖିବାକୁ ମିଳିଛି।

ଗତ ନଭେମ୍ବର ମାସରେ କୋହଲା ପାଗ ସାଙ୍ଗକୁ ଝିପ୍‌ଝିପ୍ ବର୍ଷା ଯୋଗୁଁ ଧାନ କଟାରେ ବିଳମ୍ବ ଦେଖା ଦେଇଥିଲା। କିନ୍ତୁ ଏବେ ଧାନ ଅମଳ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି। କିନ୍ତୁ ଦୀର୍ଘ ଦିନ ଧରି ମଣ୍ଡି ନ ଖୋଲିବାରୁ ବର୍ଷା ଆସୁଥିବାରୁ ଧାନକୁ ଚାଷୀ ଏବେ ଦଲାଲ ହାତରେ ଧାନ ଟେକି ଦେଉଥ୍‌ôବା ଜଣାଯାଇଛି। ପ୍ରଶାସନ କେବଳ ନୀରବଦ୍ରଷ୍ଟା ସାଜିଥ୍‌ôବା ଅଭିଯୋଗ ହେଉଛି।

ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିବା ବେଳେ ଏବେ ଚାଷୀଙ୍କ ଠାରୁ ଧାନ କିଣି ନବା ପାଇଁ ଗାଁ ଗାଁ ରେ ଦଲାଲ୍ ବୁଲୁଥିବା ଦେଖିବାକୁ ମିଳିଛି। କାଳେ ଆଗକୁ ବର୍ଷା ଆସିବ ସେ ଭୟରେ ଚାଷୀ ପାଖରେ ଏବେ ଧାନ ସଂରକ୍ଷଣ କରି ରଖିବା ପାଇଁ ଉପଯୁକ୍ତ ସ୍ଥାନ ନ ମିଳିବାରୁ ବାଧ୍ୟ ହୋଇ ଲୋକମାନେ ଶାଗ ମାଛ ଦରରେ ଧାନ ବିକ୍ରି କରୁଥିବା ଦେଖିବାକୁ ମିଳିଛି।

ଚଳିତ ବର୍ଷ ସରକାରୀ ଦାମ୍ କୁଇଁଟାଲ ପିଛା ୩୧୦୦ ଟଙ୍କା ଥିଲା ବେଳେ ଏବେ ଗ୍ରାମା ଅଚଂଳରୁ ଦଲାଲ ଚାଷୀ ମାନେ ୧୮୦୦/୧୯୦୦ ଟଙ୍କା ରେ କିଣି ନେଇଥିବା ଦେଖିବା କୁ ମିଳିଛି। ସରକାର କୃଷି ଓ କୃଷକର ଉନ୍ନତି ପାଇଁ ଡିଣ୍ଡିମ୍ ପିଟୁଥିବା ବେଳେ ସଂପ୍ରତି ଡିସେମ୍ବର ମାସ ଅଧା ହବାକୁ ବସିଥିବା ବେଳେ ମଣ୍ଡି ନ ଖୋଲି ନିଦା ବିଷ୍ଣୁ ଭଳି ବସି ରହିଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଦୀର୍ଘଦିନ ଧରି ମଣ୍ଡି ନ ଖୋଲିବା ଫଳରେ ଚାଷୀକୂଳ ହତାଶ ହେଉଥିବା ବେଳେ ଦଲାଲ୍ ମାନେ କମ୍ ଦାମରେ ଧାନ କିଣି ସେହି ମିଲର ମାନଙ୍କୁ ଧାନ ଦେଉଥିବା ଦେଖିବାକୁ ମିଳିଛି। ତୁରନ୍ତ ମଣ୍ଡି ନ ଖୋଲିଲେ ଚାଷୀମାନେ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନି ଦେଇଛନ୍ତି।

ଧାନ ମଣ୍ଡି ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଗଣତନ୍ତ୍ର ବଂଚାଓ ଆଳରେ ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି ରାହୁଲ ଗାନ୍ଧୀ: ସ୍ମୃତି ପଟ୍ଟନାୟକ

October 17, 2026

ପେନସନ୍ ମଞ୍ଜୁର ଲାଞ୍ଚ ମାମଲାରେ ଶିକ୍ଷକ ଓ କିରାଣୀଙ୍କୁ ୪ ବର୍ଷ ଜେଲ୍

October 17, 2026

ରାଜ୍ୟରେ ଅଷ୍ଟମୀ ପର୍ଯ୍ୟନ୍ତ ଜାରି ରହିବ ବର୍ଷା !

October 17, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ମହିଳା କବାଡି ଦଳକୁ ଭେଟିଲେ ଅଶ୍ୱିନୀ ବୈଷ୍ଣବ

October 17, 2026
Latest News

ଗଣତନ୍ତ୍ର ବଂଚାଓ ଆଳରେ ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି ରାହୁଲ ଗାନ୍ଧୀ: ସ୍ମୃତି ପଟ୍ଟନାୟକ

October 17, 2026

ପେନସନ୍ ମଞ୍ଜୁର ଲାଞ୍ଚ ମାମଲାରେ ଶିକ୍ଷକ ଓ କିରାଣୀଙ୍କୁ ୪ ବର୍ଷ ଜେଲ୍

October 17, 2026

ରାଜ୍ୟରେ ଅଷ୍ଟମୀ ପର୍ଯ୍ୟନ୍ତ ଜାରି ରହିବ ବର୍ଷା !

October 17, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ମହିଳା କବାଡି ଦଳକୁ ଭେଟିଲେ ଅଶ୍ୱିନୀ ବୈଷ୍ଣବ

October 17, 2026

‘୨୦କ ପଣିକିଆରେ ବୃଦ୍ଧାଶ୍ରମ’ ଶୀର୍ଷକ ଏକ ସଚେତନତାଧର୍ମୀ ଭିଡ଼ିଓ ଉନ୍ମୋଚନ କଲେ ମନ୍ତ୍ରୀ ପୃଥ୍ୱୀରାଜ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.