Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିର ଧାନ ମଣ୍ଡିରେ ପଡିଛି ଧାନ, ମାଜିଷ୍ଟ୍ରେଟ ଯାଞ୍ଚ ପରେ ଟାର୍ଗେଟ?

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ୬୦ ଲକ୍ଷ୍ୟ କ୍ଵିଣ୍ଟାଲ ଖରିଫ ଧାନ ଅମଳ ହୋଇଥିବା ବେଳେ ସରକାର ୫୫ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଟାର୍ଗେଟ ଦେଇଥିବା ଜଣାପଡିଛି। ଅଦ୍ୟାବଧି ୫୩ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇଥିବା ବେଳେ ବେଳେ ବର୍ତ୍ତମାନ ବିଭିନ୍ନ ମଣ୍ଡିମାନଙ୍କରେ ଧାନ ପଡି ରହିଥିବାର ଦେଖାଯାଉଛି। ଚାଷୀମାନେ ଶୀତ କାକରରେ କଷ୍ଟ ଉପାର୍ଜିତ ଧାନକୁ ଜଗୁଥିବା ବେଳେ କେବେ ଧାନ ଉଠାଣ ହେବ ତାହା ଜଣା ପଡୁ ନାହିଁ। ଅନେକଙ୍କ ଟୋକନ ଅବଧି ସରି ଆସୁଥିବା ବେଳେ ଅନେକ ମଣ୍ଡିରେ ଟ୍ୟାଗ ହୋଇଥିବା କଷ୍ଟମ ମିଲର୍ସଙ୍କର ଟାର୍ଗେଟ ସରି ଯାଇଥିବା କୁହାଯାଉଛି।

ମଣ୍ଡିଗୁଡିକୁ ମାଜିଷ୍ଟ୍ରେଟ ଯାଞ୍ଚ ପରେ ଟାର୍ଗେଟ ଦିଆଯିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଚାଷୀମାନଙ୍କର ସମସ୍ତ ତଥ୍ୟ ସାଙ୍ଗକୁ କେତେ ପରିମାଣ ଜମିରେ ଚାଷ ହୋଇଛି ଏବଂ କେତେ ପରିମାଣ ଧାନ ଅମଳ ହେବ ସେସବୁର ସମସ୍ତ ତଥ୍ୟ ସାଙ୍ଗକୁ ଚାଷୀ ରେଜିଷ୍ଟ୍ରେସନ ତଥ୍ୟ ସବୁ ରହିଛି। ଟୋକାନ ଠାରୁ ଆରମ୍ଭ କରି ଧାନ କିଣା ପ୍ରକ୍ରିୟା ଯୋଗାଣ ବିଭାଗ ଦ୍ବାରା ପରିଚାଳିତ ହେଉଛି। ତଥାପି ଏବେ ସରକାର ମାଜିଷ୍ଟ୍ରେଟ ନିୟୋଜିତ କରି ମଣ୍ଡି ଯାଞ୍ଚ କାହିଁକି କରୁଛନ୍ତି ବୋଲି ଚାଷୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଧାନ ମଣ୍ଡି ଆରମ୍ଭ ପୂର୍ବରୁ ଅସାଧୁ ମିଲର୍ସ ଚାଷୀଙ୍କ ଧାନକୁ କମ ମୂଲ୍ୟରେ କିଣି ଗୋଦାମ ଭର୍ତ୍ତି କରୁଥିବା ବେଳେ ସେସବୁକୁ ଯାଞ୍ଚ ନ କରି ଏବେ ଚାଷୀଙ୍କ ଧାନକୁ କେଉଁ ଉଦ୍ଦେଶ୍ୟରେ ଯାଞ୍ଚ କରାଯାଉଛି ବୋଲି ଚାଷୀ ମହଲରେ ଆଲୋଚନା ହେଉଛି।

ଅନ୍ୟ ପକ୍ଷରେ ସରକାର ଧାନ କିଣିବାକୁ ସକ୍ଷମ ହେଉନଥିବା ଯୋଜନା କରି ଏଭଳି ଚକ୍ରାନ୍ତ କରୁଥିବା ଚାଷୀ ମହଲରେ ଆଲୋଚନା ହେଉଛି। ଅନ୍ୟ ପକ୍ଷରେ ଚାଷୀ ରେଜିଷ୍ଟ୍ରେସନ ଠାରୁ ଟୋକାନ ଇସ୍ୟୁ ପର୍ଯ୍ୟନ୍ତ ସମସ୍ତ ବିଷଯ ସରକାରୀ ସରରେ ହେଉଥିବା ବେଳେ ଫେବ୍ରୁୟାରୀ ଶେଷ ପର୍ୟ୍ଯନ୍ତକୁ ମଧ୍ୟ ଟୋକାନ ଇସ୍ୟୁ ହୋଇଥିବା ବେଳେ ଚାଷୀ ତଦନୁସାରେ ମଣ୍ଡିରେ ଧାନ ପକାଇ ଥିବା ବେଳେ ଯୋଗାଣ ବିଭାଗ ଏଭଳି ନାଟକୀୟ ଶୈଳୀ ରେ ମଣ୍ଡି ସବୁ ବନ୍ଦ କରିଦେବାକୁ ଯୋଜନା କରୁଥିବା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

ଅନ୍ୟ ପକ୍ଷରେ ଅଧିକ ଧାନକୁ ଚାଷୀ କିପରି ବିକ୍ରି କରିବ ତାହା ମୁଖ୍ୟ ସମସ୍ୟା ହୋଇଯାଇଛି। ଏ ନେଇ ତୁରନ୍ତ ମଣ୍ଡିରୁ ଧାନ ଉଠାଣ କରିବାକୁ ଚାଷୀ ମାନେ ରାଜ ରାସ୍ତାକୁ ଆସିଥିବା ବେଳେ ଯୋଗାଣ ବିଭାଗ ନୀରବ ଦ୍ରଷ୍ଟା ଏବଂ ଚାଷୀ ମାନଙ୍କ ପକ୍ଷରୁ ଯୋଗାଣ ବିଭାଗ ପାଖରେ ଦାବି କରିବାରେ ମାଜିଷ୍ଟ୍ରେଟ ଯାଞ୍ଚ ପରେ ହିଁ ଟାର୍ଗେଟ ଆସିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସୂତ୍ର ରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ର ଧାନ ମଣ୍ଡିରେ ପଡିଛି ଧାନ, ଶୀତ କାକରରେ ଜଗୁଛି ଚାଷୀ, ଶୋଷଣ ଚକ୍ରାନ୍ତରେ ମିଲର୍ସ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସମଗ୍ର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଚାଲିଥିବା ବେଳେ ବର୍ତ୍ତମାନ ବିଭିନ୍ନ ମଣ୍ଡି ମାନଙ୍କରେ କୂଢ କୂଢ ଧାନ ପଡି ରହିଥିବାର ଦେଖାଯାଉଛି। ଚାଷୀ ମାନେ ଶୀତ କାକରରେ କଷ୍ଟ ଉପାର୍ଜିତ ଧାନକୁ ଜଗୁଥିବା ବେଳେ କେବେ ଧାନ ଉଠାଣ ହେବ ତାହା ଜଣା ପଡୁ ନାହିଁ। ଅନେକଙ୍କ ଟୋକନ ଅବଧି ସରି ଆସୁଥିବା ବେଳେ ଅନେକ ମଣ୍ଡିରେ ଟ୍ୟାଗ ହୋଇଥିବା କଷ୍ଟମ ମିଲର୍ସ ଙ୍କର ଟାର୍ଗେଟ ସରି ଯାଇଥିବା କୁହା ଯାଉଛି।

ଅନ୍ୟ ପକ୍ଷରେ କଷ୍ଟମ ମିଲର୍ସମାନେ ମଣ୍ଡିକୁ ଆସୁ ନ ଥିବା ବେଳେ ଚାଷୀଙ୍କ ଠାରୁ ସିଧା ସଳଖ ମିଲ ଗୋଦାମକୁ ଧାନ ନେଇ ଯିବାକୁ ଅଧିକ ପସନ୍ଦ କରୁଥିବା ଆଲୋଚନା ହେଉଛି। ବର୍ତ୍ତମାନ ରବି ଚାଷ ଆରମ୍ଭ ହେବାକୁ ଥିବା ବେଳେ ଚାଷୀ କିପରି ନିଜ ଧାନ ଶୀଘ୍ର ବିକ୍ରି କରିଦେବ ସେହି ଚିନ୍ତାରେ ଯେ, କୌଣସି ପ୍ରକାରେ ହେଉ ପଛେ ୧୧୦ କେଜିରେ ଏକ କ୍ଵିଣ୍ଟାଲ ହିସାବ ହେଉ କି ମିଲ ରେ ଧାନ ପକାଇ ପରେ କାଗଜାତ କରିବା ହେଉ ପଛେ ଧାନ ବିକ୍ରି କରି ଦେବାକୁ ରାଜି ହୋଇ ଯାଉଥିବା ଆଲୋଚନା ହେଉଛି।

ଏହାର ସୁଯୋଗ ନେଇ ଲାଭଖୋର ମିଲର୍ସଙ୍କ ମନ ମାନି ରେ ହିଁ ମଣ୍ଡି ଚାଲିଥିବା ଚାଷୀ ମହଲରେ ଆଲୋଚନା ହେଉଛି। ଚଳିତ ଖରିଫ ଆରମ୍ଭ ପୂର୍ବରୁ ଅନେକ ମିଲର୍ସ ଗତ ରବି ର ଚାଉଳ ଭରଣ କରିବାକୁ ଆଗତୁରା ଚାଷୀଙ୍କ ଧାନ ସିଧା ସଳଖ ଉଠାଣ କରି ଦେଇଥିବା ବେଳେ ଚଳିତ ଖରିଫ ଧାନ କିଣା ଆରମ୍ଭ ହେବା ପରେ ସେହି ଧାନର କାଗଜାତ କରିଦେଇଥିବା ବେଳେ ମଣ୍ଡିରୁ ଧାନ ଉଠନ ହୋଇ ପାରୁ ନାହିଁ।

ଜିଲ୍ଲାର ଭବାନୀପାଟଣା ଉପଖଣ୍ଡ ରେ ଧାନ ଉତ୍ପାଦନ କମ ରହିଥିବା ବେଳେ ଧର୍ମଗଡ ଉପଖଣ୍ଡରେ ଅପେକ୍ଷାକୃତ ଅଧିକ ଧାନ ଉତ୍ପାଦନ ହୋଇଥାଏ। ଯାହା ଫଳରେ ଭବାନିପାଟଣା ଉପଖଣ୍ଡ ରେ ଥିବା କଷ୍ଟମ ମିଲର୍ସ ମାନେ ହିଁ ବେଶୀ ପରିମାଣରେ ଧର୍ମଗଡ ଉପଖଣ୍ଡର ଚାଷୀଙ୍କ ଧାନ ଉଠାଣ କରିଥାନ୍ତି।

ଅନ୍ୟ ପକ୍ଷରେ ଧର୍ମଗଡ ଉପଖଣ୍ଡର ମିଲର୍ସ ମାନେ ପ୍ରାୟତଃ ନିଜ ଅଞ୍ଚଳର ମଣ୍ଡି ମାନଙ୍କରେ ଧାନ ଉଠାଣ ଦାୟିତ୍ବ ରେ ଥିବା ବେଳେ ସେମାନେ ଚାଷୀଙ୍କ ଠାରୁ ସିଧା ସଳଖ ମିଲ କୁ ନେବାକୁ ଓ ପରେ କାଗଜାତ କରାଇନେଉଥିବାର ଦେଖା ଯାଇଥାଏ। ଧର୍ମଗଡ ଉପଖଣ୍ଡ ରେ ପ୍ରାୟତଃ ଜୁନାଗଡ ବ୍ଲକ ଅଞ୍ଚଳରେ ଅଧିକ ଧାନ ଉତ୍ପାଦନ ହେଉଥିବା ବେଳେ ସେହି ଅଞ୍ଚଳର ଚାଷୀଙ୍କ ସମସ୍ୟା ଅଧିକ ହେଉଥିବାର ଅନେକ ଉଦାହରଣ ରହିଛି। ଏପରିକି ହାବସପୁର ଧାନ ମଣ୍ଡିରେ ଅତୀତରେ ରବି ଋତୁର ଧାନ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମଣ୍ଡିରେ ପଡି ରହିଥିବାର ଦେଖାଯାଇଥିଲା। ଏହି ହାବସପୁର ମଣ୍ଡିରେ ବିଶେଷ କରି ଜୈନିକ କଷ୍ଟମ ମିଲର୍ସଙ୍କର ଚାଷୀଙ୍କୁ ଶୋଷଣ କରିବାର ମାନସିକତା ଯୋଗୁ ଚାଷୀ ହଇରାଣ ହେଉଥିବା ଅନେକ ଅଭିଯୋଗ ହୋଇଥାଏ। ତଥାପି ଯେମିତ ହେଉ ଧାନ ଉଠାଣ ହୋଇଯାଉ ବୋଲି ଚାଷୀ ମାନେ ନୀରବ ରେ କ୍ଷତି ହେଲେ ମଧ୍ୟ ସହି ଯାଉଥିବା ବେଳେ କୋରଡପତି ବାପ କା ବିଗଡ଼ା ହୁଆ ବେଟା ଭଳି ଜୈନିକ କଷ୍ଟମ ମିଲର୍ସ ଚାଷୀଙ୍କୁ ଦୁର୍ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହେଉଛି।

ସମ୍ପୃକ୍ତ ମିଲର୍ସ ସିଧା ସଳଖ ମିଲ କୁ ଧାନ ନେବାକୁ ଅଧିକ ପସନ୍ଦ କରୁଥିବା ବେଳେ ମଣ୍ଡିକୁ ଆସିଲେ ମଧ୍ୟ ଧାନ ଉଠାଣ କରୁନ ଥିବା ଚାଷୀ ମହଲରେ ଆଲୋଚନା ହେଉଛି । ଏପରିକି ସେହି ମିଲର୍ସ କୁ ଧାନ ପଠାଇ ଦେଲେ ଓଜନରେ କମିଯାଉଥିବା ଚାଷୀ ମହଲରେ ଆଲୋଚନା ହେଉଛି। ଏପରିକି ଜୈନିକ ଚାଷୀ ସମ୍ପୃକ୍ତ ମିଲର୍ସ ଙ୍କୁ ୫୦ କେଜି ବସ୍ତାରେ ୧୨୦ ବସ୍ତା ପଠାଇ ଥିବା ବେଳେ ମିଲର୍ସଙ୍କ ପାଖରେ ଓଜନ କରିବାରେ ୧୦ କେଜି କଟନୀ ପରେ ମଧ୍ୟ ସେହି ଧାନ ୪୮ କ୍ଵିଣ୍ଟାଲ ର ହିସାବ ହୋଇ କାଗଜାତ କରିଥିବା ଚାଷୀ ମହଲରେ ଆଲୋଚନା ହେଉଛି।

ଚାଷୀଙ୍କୁ ଏହିପରି ଶୋଷଣ କରୁଥିବା ମିଲର୍ସ ଦାମି କାର, ବେଙ୍କ ବାଲାନ୍ସ ଓ ମଲଟୀ ଷ୍ଟୋରେଡ ବିଲଡିଙ୍ଗ ରେ ନିଜକୁ ନିଜେ ଫୁଲାଇ ହୋଇ ଚାଷୀଙ୍କୁ ହୀନ ଦୃଷ୍ଟି ରେ ଦେଖୁଥିବା ଆଲୋଚନା ହେଉଛି। କ୍ଵିଣ୍ଟାଲ ପିଛା ଦଶ କେଜି ଧାନ ସାଙ୍ଗକୁ ଧାନ ର ଓଜନ ହିସାବ ରେ ଠକି ନେଇ ନିଜସ୍ବ ପାଣ୍ଠି ବୃଦ୍ଧି କରୁଥିବା ସେହି ମିଲର୍ସ ଯୋଗୁଁ ହିଁ ଜିଲ୍ଲାର ସମସ୍ତ ମିଲର୍ସ ବଦନାମ ହେଉଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

ଅତୀତରେ କଳାହାଣ୍ଡିର ମିଲର୍ସ ବେଆଇନ କାରବାର ରେ ସଂଶ୍ଳିଷ୍ଟ ଥିବା ଅଭିଯୋଗ ହୋଇଥିବା ବେଳେ ଚାଷୀଙ୍କ ଦଶ କେଜି ଧାନ ନେଇ ମିଲର୍ସ ବଡ ଲୋକି ସାଜୁଥିବା ସାଧାରଣରେ ଆଲୋଚନା ହେଉଛି। ଏସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ଧାନ ମଣ୍ଡିକୁ ନେଇ ବଢୁଛି ଅସନ୍ତୋଷ, କଟନୀ ଛଟନୀରେ ଚାଷୀ ହନ୍ତସନ୍ତ

ରଣପୁର: ଧାନ ମଣ୍ଡିରେ ଦିନକୁ ଦିନ ଚାଷୀ ମାରଣ ନୀତି ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ ହେଉଛି। ଚଳିତ ବର୍ଷ ଧାନଗୁଡିକ ଏଫ.ଏ.କ୍ୟୁ ମାନର ହୋଇଥିଲେ ସୁଦ୍ଧା ମିଲରମାନେ ମନ ଇଛା କ୍ୱିଣ୍ଟାଲ ପ୍ରତି ୮ ରୁ ୧୦ କେଜି ଧାନ କାଟିବା ପାଇଁ ଦାବି କରୁଛନ୍ତି।  ଯାହା ଫଳରେ ଚାଷୀ ହତାଶ ହୋଇପଡିଛି।

ଗତକାଲି ବ୍ରଜରାଜପୁର ସମବାୟ ସମିତିରେ ଜଣେ ମିଲର ଓ ଚାଷୀମାନଙ୍କ ମଧ୍ୟରେ ଆଲୋଚନା ପରେ କ୍ୱିଣ୍ଟାଲ ପ୍ରତି ୪ କେଜି ଧାନ କାଟି ବିକ୍ରି କରିବା ପାଇଁ ଚାଷୀମାନେ ରାଜି ହୋଇଥିଲେ। କିଛି ଚାଷୀ ମଧ୍ୟ ଧାନ ବିକ୍ରି କରିଥିଲେ। ଆଜି କିନ୍ତୁ ଆଉ ଜଣେ ମିଲର ଆସି କ୍ୱିଣ୍ଟାଲ ପିଛା ୫ କେଜି ଧାନ କାଟିଲେ ସେ ଧାନ କିଣିବେ ବୋଲି ଜିଦ କରିଥିଲେ।

ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି। ସତେ ଯେମିତି ପ୍ରଶାସନ ଆଖି ବୁଜି ଦେଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଧାନ କିଣା ବିକାକୁ ନେଇ ବିଜେପିର ପ୍ରେସ ମିଟ୍: ପ୍ରଶାସନ ଉପରେ ବର୍ଷିଲେ ପୂର୍ବତନ ସମବାୟ ମନ୍ତ୍ରୀ

ରଣପୁର: ଧାନ ମଣ୍ଡିରେ ଚାଲିଥିବା ଚାଷୀ ମାରଣ ନୀତି ବିରୁଦ୍ଧରେ ରଣପୁର ବିଜେପି ତରଫରୁ ଗତକାଲି ଅପରାହ୍ନରେ ଏକ ପ୍ରେସ ମିଟ ହୋଇଥିଲା। ଏହି ପ୍ରେସ ମିଟରେ ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ, ଗୋପାଳପୁର ଜୋନ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ ଓ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।  ଧାନ ମଣ୍ଡିରେ ଚାଷୀମାନଙ୍କ ଠାରୁ ଧାନ ଠିକ ଭାବେ କିଣା ହୋଇ ପାରୁ ନ ଥିବା ତଥା ମନଇଚ୍ଛା କଟନୀ ଛଟନୀ ନେଇ ପ୍ରଶାସନ ଉପରେ ବାର୍ଷିଥିଲେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ପାଢ଼ୀ। କଟନୀ ଛଟନୀ ସଂପୂର୍ଣ୍ଣ ବନ୍ଦ କରିବାକୁ ସେ ଦାବି କରିଥିଲେ।

ଶ୍ରୀମତୀ ପାଢ଼ୀ କହିଥିଲେ ଯେ, ଧାନ ମଣ୍ଡି ଖୋଲିବା ନେଇ ଅହେତୁକ ବିଳମ୍ବ ହୋଇଥିଲା। ଧାନ ମଣ୍ଡି ଖୋଲିବା ପରେ ମଧ୍ୟ ସଠିକ ସମୟରେ ଉଚିତ ମୂଲ୍ୟରେ ଚାଷୀମାନଙ୍କ ଠାରୁ ଧାନ କିଣା ଯାଉ ନାହିଁ। ନୟାଗଡ ଜିଲ୍ଲାରେ ୧୫୩ ଟି ଧାନ ମଣ୍ଡି ଖୋଲା ଯାଇଛି। ଏହି ଧାନ ମଣ୍ଡିଗୁଡିକର ଉଦଘାଟନୀ ହେଲା ପରେ ମଧ୍ୟ ଚାଷୀମାନେ ମଣ୍ଡିର ସୁବିଧା ଠିକ ଭାବେ ପାଇ ପାରୁ ନାହାନ୍ତି। ବିଭିନ୍ନ ଟୋକନ ତାରିଖ ଆସିଥିଲେ ମଧ୍ୟ ଗତ ଡିସେମ୍ବର ୨୩ ତାରିଖ ସୁଦ୍ଧା ଚାଷୀମାନେ ପ୍ରଥମ ଟୋକନ ପାଇ ପାରିନାହାନ୍ତି। ସତେ ଯେମିତି ଜଣାପଡୁଛି ଜିଲ୍ଲା ପ୍ରଶାସନ ହାତରେ କୌଣସି ଅଙ୍କୁଶ ନାହିଁ।

ଧାନ ମଣ୍ଡିଗୁଡିକରୁ ଧାନ ଉଠାଇବା ପାଇଁ ନୟାଗଡ ଜିଲ୍ଲାରେ ତିନିଜଣ ମିଲରଙ୍କୁ ଅନୁମତି ମିଳିଛି। ମଣ୍ଡିଗୁଡିକରେ ୪ ରୁ ୫ ଟି ଟୋକନ ତାରିଖ ମିଳିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାଷୀମାନଙ୍କ ଠାରୁ ଧାନ କିଣା ଯାଇ ନାହିଁ। ମିଲରମାନେ ଧାନ ମଣ୍ଡିକୁ ଆସୁ ନାହାନ୍ତି ଏବଂ କ୍ୱିଣ୍ଟାଲ ପ୍ରତି ୮ ରୁ ୧୦ କିଗ୍ରା ଧାନ କଟନୀ ଛଟଣୀ ପାଇଁ ଜିଦରେ ଅଟଳ ରହୁଛନ୍ତି।  ଚଳିତ ବର୍ଷ ଉତ୍ତମ ଗୁଣ ଯୁକ୍ତ ଭଲ ଧାନ ଉତ୍ପାଦନ ହୋଇଥିଲେ ମଧ୍ୟ ମିଲରମାନଙ୍କ ଏହି କଟନୀ ଛଟନୀ ନୀତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଚାଷୀମାନଙ୍କୁ ହାତୋତ୍ସାହିତ କରିଛି। ପୁଣି ଅଖା ବାଦକୁ ୧ ରୁ ୨ କିଗ୍ରା ଧାନ କାଟିବା ପାଇଁ ମଧ୍ୟ ମିଲରମାନେ କହୁଛନ୍ତି। ମିଲର ଓ ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ସ୍ୱାର୍ଥରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଏହି ପ୍ରେସ ମିଟ୍ ରେ ଶ୍ରୀମତୀ ପାଢ଼ୀ ଅଭିଯୋଗ କରିଥିଲେ। ଏପରିକି ମିଲରମାନେ ଚାଷୀମାନଙ୍କୁ ଧାର୍ଯ୍ୟ ତାରିଖରେ ଧାନ ନ ବିକ୍ରି କଲେ ପରେ ଆଉ ଧାନ ନିଆଯିବ ନାହିଁ ବୋଲି ଡରାଉଥିବା ଅଭିଯୋଗ ଆସୁଛି ବୋଲି ଶ୍ରୀମତୀ ପାଢ଼ୀ କହିଥିଲେ।

ଗୌରାଙ୍ଗପୁର ସମବାୟ ସମିତିରେ ୧୬୮ ଜଣଙ୍କର ଟୋକନ ଆସିଥିଲା ବେଳେ ଜଣେ ଚାଷୀଙ୍କର ଧାନ ବିକ୍ରି ହୋଇ ପାରିନାହିଁ। ଚାଷୀ ଋଣରେ ଟଙ୍କା ଆଣି ଧାନ ଚାଷ କରିଥିବାରୁ ଠିକ ସମୟରେ ଠିକ ମୂଲ୍ୟରେ ଧାନ ବିକ୍ରି ନ ହୋଇ ପାଇବାରୁ ବାଧ୍ୟ ହୋଇ କମ ମୂଲ୍ୟରେ ବେପାରୀମାନଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ ଏପରି ହେଉଥିବା ପୂର୍ବତନ ସମବାୟ ମନ୍ତ୍ରୀ କହିଥିଲେ। ଧାନ ଏଫଏକ୍ୟୁ ମାନର ଥିବା ଯୋଗୁଁ ସମ୍ପୂର୍ଣ କଟନୀ ଛଟନୀ ବନ୍ଦ କରିବା ପାଇଁ ମଧ୍ୟ ଦାବି କରିଛନ୍ତି।

Categories
ଆଞ୍ଚଳିକ

ଧାନ ମଣ୍ଡି ତୁରନ୍ତ ଖୋଲିବା ଦାବିରେ ସିପିଆଇ (ଏମ) ର ତହସିଲ କାର୍ଯ୍ୟାଳୟରେ ଧାରଣା

ରଣପୁର: ତୁରନ୍ତ ଧାନ ମଣ୍ଡି ଖୋଲିବା ଦାବୀରେ ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ), ସି.ପି.ଆଇ.ଏମ. ରଣପୁର ଆଞ୍ଚଳିକ କମିଟି ତରଫରୁ ଧାରଣା ଦିଆଯାଇଛି। ରଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସି ପି ଆଇ (ଏମ) ପକ୍ଷରୁ  ଧାରଣା ଦିଆଯାଇଛି।

ରଣପୁର ଆଞ୍ଚଳିକ କମିଟିର ସମ୍ପାଦକ ନିତ୍ୟାନନ୍ଦ ପରିଡା, ସୁରେଶ ସ୍ବାଇଁ, କ୍ଷେତମୁଳିଆ ନେତା ଦୁଃଶାସନ ଜେନା, ଗଦାଧର ପ୍ରଧାନ, ସଂଯୁକ୍ତା ସେଠୀ, ସୁଶୀଲ ମହାନ୍ତି, ରଜତ ଜେନା, ନିରଞ୍ଜନ ରାଉତ, କୁଳମଣି ପଲେଇ ଓ ସବ୍ୟସାଚୀ ସେନାପତି ପ୍ରମ୍ମୁଖ ବକ୍ତବ୍ୟ ଦେଇ ସରକାରଙ୍କ ମଣ୍ଡି ଖୋଲି ଧାନ କିଣିବାରେ ଅହେତୁକ ବିଳମ୍ବ ଏବଂ ପ୍ରଶାସନ ନୀରବତାକୁ ତୀବ୍ର ସମାଲୋଚନା କରିଥିଲେ। ଚଳିତ ବର୍ଷ ଧାନ ଫସଲ ଅମଳ କରି ନିଜର ଆବଶ୍ୟକ ଖର୍ଚ୍ଚ ପାଇଁ ଚାଷୀ ଅଭାବୀ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ତେଣୁ ପାର୍ଟି ତରଫରୁ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ରଣପୁର ଅଞ୍ଚଳରେ ତୁରନ୍ତ ମଣ୍ଡି ଖୋଲି ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା ସହାୟକ ମୂଲ୍ୟ, ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ୫ ଶହ ଟଙ୍କା ବୋନସ, ଧାନର ଅଭାବୀ ବିକ୍ରି ବନ୍ଦ, ଧାନ କ୍ରୟରେ ଦଳାଲିଙ୍କୁ ଜବତ କରିବା ଓ ଚାଷୀଙ୍କ ବକେୟା ଗଜା ଧାନର କ୍ଷତି ପୂରଣ ତୁରନ୍ତ ପ୍ରଦାନ ପାଇଁ ଦାବି କରିଥିଲେ।

ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ଏଥିପାଇଁ ପାଇଁ ବିଳମ୍ବ କଲେ ଆନ୍ଦୋଳନ ତୀଵ୍ରତର ହେବ ବୋଲି ସଂଗଠନ ତରଫରୁ ଚେତାବନି ଦିଆଯାଇଛି। ପରିଶେଷରେ ଏକ ଦାବୀ ପତ୍ର ଅତିରିକ୍ତ ତହସିଲଦାର କେଶବ ଚନ୍ଦ୍ର ବିଶ୍ୱାଳ ପ୍ରଶାସନ ତରଫରୁ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମିଲରମାନଙ୍କ ମନମାନି: ମଣ୍ଡିରୁ କିଣୁନାହାନ୍ତି ଧାନ, ବାଣପୁର ତହସିଲ ଘେରାଉ କଲେ ଉତ୍ତ୍ୟକ୍ତ ଚାଷୀ

ସୀତାରାମ ଅଗ୍ରୱାଲ

ବାଣପୁର: ସମଗ୍ର ରାଜ୍ୟରେ ଧାନ ମଣ୍ଡି ଖୋଲିବା ଏବଂ ଧାନ ବିକ୍ରିକୁ ନେଇ ଦେଖାଯାଉଛି ଚାଷୀ ଉତ୍ତେଜନା। ତେବେ ଏଥିରୁ ବାଦ ପଡିନି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଞ୍ଚଳ। ଗତ ୧୩ ତାରିଖରେ ବାଣପୁର ବ୍ଲକ ଏବଂ ଏନଏସି ର ସମସ୍ତ ୧୩ ଗୋଟି ସେବା ସମବାୟ ସମିତିର ଶତାଧିକ ଚାଷୀ ମାନେ ବାଣପୁର ତହସିଲଦାରଙ୍କୁ ଭେଟି ଯଥାଶୀଘ୍ର କିପରି ସମସ୍ତ ସୋସାଇଟିରେ ଧାନ ମଣ୍ଡି ଖୋଲିବ ଏବଂ ଉଚିତ ମୂଲ୍ୟରେ ଧାନ ବିକ୍ରି ହେବ ସେ ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ତେବେ ଗତକାଲି ବାଣପୁର ଏନଏସି ବଡ଼ହନ୍ତୁଆଡ଼ ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଥିବାବେଳେ ଏହାକୁ ତହସିଲଦାର ଉଦଘାଟନ କରିଥିଲେ। କିନ୍ତୁ ମିଲରମାନେ ଆସି ଧାନ ନିରୀକ୍ଷଣ କରି ମାନ ଉତ୍କୃଷ୍ଟ ନଥିବା କହି ଧାନ ନକିଣି ଫେରିଯାଇଥିଲେ। ଏହାପରେ ନିୟନ୍ତ୍ରିତ ବଜାର କମିଟିର ଅଧିକାରୀ ଉକ୍ତ ସ୍ଥାନକୁ ଆସି ଧାନର ମାନ ନିରୀକ୍ଷଣ କରିଥିଲେ ସୁଦ୍ଧା ମିଲର ମାନେ ଚାଷୀଙ୍କଠାରୁ ଧାନ କିଣୁନାହାନ୍ତି। ଯାହାଦ୍ୱାରା ଦୀର୍ଘ ଦୁଇ ଦିନ ହେଲା ଚାଷୀମାନେ ଶୀତ କାକରରେ ପଡ଼ି ନିଜ ଅମଳ ଧାନକୁ ଜଗି ରହିଛନ୍ତି।

ତେବେ ଆଜି ଏହାର ପ୍ରତିବାଦରେ ଏବଂ ସ୍ଥାୟୀ ସମାଧାନ ଦାବିରେ ୧୩ ଗୋଟି ସୋସାଇଟିର ଶତାଧିକ ଚାଷୀ ବାଣପୁର ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଯଥାଶୀଘ୍ର ଉକ୍ତ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନ କରିଥିଲେ। ଏବଂ ତହସିଲଦାରଙ୍କୁ ଦୁଇ ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ଏହାର କିଛି ସୁଫଳ ନମିଳେ ତେବେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାଙ୍କୁ ଓଲ୍ହାଇବାକୁ ପଛାଇବେ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି।

କିନ୍ତୁ ଏ ନେଇ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କୁ ପଚାରିବାରୁ ସେ ଉକ୍ତ ସମସ୍ୟା ଖୋର୍ଦ୍ଧା ଉପଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ଏବଂ ଏବାବଦରେ ଆଜି ମିଲରମାନଙ୍କ ସହ ଏକ ବୈଠକ ଜାରିରହିଥିବାର ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି। ତେବେ ଖୁବଶୀଘ୍ର ଉକ୍ତ ସମସ୍ୟାର ସମାଧାନ ହେବ ବୋଲି ତହସିଲଦାର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମଣ୍ଡିରେ ପଡିଛି ଧାନ, କମ ଦରରେ ଧାନ ଉଠାଣ କରିବାକୁ ବିଭାଗ ଓ ମିଲର୍ସଙ୍କ ଚକ୍ରାନ୍ତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପ୍ରାୟ ସମସ୍ତ ଧାନ ମଣ୍ଡିରେ ଚାଷୀଙ୍କ ଧାନ ପଡିରହିଥିବା ଜଣାପଡିଛି। ଧର୍ମଗଡ ଉପଖଣ୍ଡରେ ଇନ୍ଦ୍ରାବତୀ ଜଳସେଚନ ବ୍ୟବସ୍ଥା ଥିବା ହେତୁ ରବି ଧାନ ଉତ୍ପାଦନରେ ବ୍ୟାପକ ବୃଦ୍ଧି ହୋଇଥିବା କାରଣରୁ କଳାହାଣ୍ଡି ସର୍ବାଧିକ ଧାନ ଉତ୍ପାଦନ ଜିଲ୍ଲା କ୍ରମରେ ଦ୍ୱିତୀୟ ସ୍ଥାନରେ ଅଛି। ତେବେ ଯୋଗାଣ ବିଭାଗର ତ୍ରୁଟିପୂର୍ଣ୍ଣ ମଣ୍ଡି ବ୍ୟବସ୍ଥା ଯୋଗୁଁ ଚାଷୀମାନେ କଷ୍ଟ ଉପାର୍ଜିତ ଧାନକୁ ମଣ୍ଡି ମାନଙ୍କରେ ସୁବିଧାରେ ବିକ୍ରି କରିପାରୁନଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଧାନକିଣାସଂସ୍ଥା ପାକ୍ସ ପାଖରେ ପର୍ଯ୍ୟାପ୍ତ ଗୋଦାମ ବ୍ୟବସ୍ଥା ରହିଥିଲେହେଁ ମଣ୍ଡିରୁ ଧାନ ଉଠାଣ ପାଇଁ ସର୍ବଦା ମିଲର୍ସଙ୍କ ଉପରେ ହିଁ ନିର୍ଭର କରୁଥିବା ଦେଖାଯାଇଥାଏ।

ଗତ ବନ୍ଦୋବସ୍ତ ପୂର୍ବରୁ ଥିବା ରେକର୍ଡ ଅନୁସାରେ ଅଣଜଳସେଚିତ ଥିବା ଜମି ଗୁଡିକ ପରବର୍ତି ପର୍ଯ୍ୟାୟରେ ଇନ୍ଦ୍ରାବତୀ କେନାଲ ଦ୍ୱାରା ଜଳସେଚନ ହେଉଥିଲେହେଁ ଚଳିତ ବନ୍ଦୋବସ୍ତରେ ପୂର୍ବଭଲି ଅଣଜଳସେଚିତ ହିଁ ଦର୍ଶାଯାଇଥିବା ହେତୁ ଅନେକ ଚାଷୀଙ୍କୁ ସେି ଜମିରୁ ଉତ୍ପାଦିତ ଧାନ ବିକିବା ପାଇଁ ପଂଜିକରଣରେ ବ୍ୟାପକ ଅସୁବିଧା ହୋଇଥିଲା। ଅନ୍ୟପକ୍ଷରେ ଟୋକନ ଇସ୍ୟୁ ହୋଇ ଧାନ ବିକିବା ପାଇଁ ପୂର୍ବରୁ ଏକମାସ ସମୟ ଦିଆଯାଉଥିବା ବେଳେ ଚଳିତ ରବି ଋତୁରେ ତାହା ସର୍ବାଧିକ ୧୫ ଦିନ ସମୟ ଦିଆଯାଇଥିବା ହେତୁ ବହୁ ଚାଷୀ ଧାନ ବିକିବାରେ ବହୁ ହଇରାଣ ହେଉଥିବା ଅଭିଯୋଗ ହେଉଛି। କେନ୍ଦ୍ର ସରକାରଙ୍କ ଚାଉଲ ସଂଗ୍ରହ ନୀତି ଅନୁସାରେ ମଣ୍ଡିକୁ ଧାନ ଆଣିବା ସହିତ ବସ୍ତା, ସୁତୁଲି ଠାରୁ ଆରମ୍ଭକରି ମଣ୍ଡି ପରିଚାଲନା ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ପାଣ୍ଠି ବ୍ୟବସ୍ଥା କରାଯାଇଥିଲେହେଁ ରାଜ୍ୟ ସରକାର ଯୋଗାଣ ବିଭାଗ ତରଫରୁ ମଣ୍ଡି ମାନଙ୍କରେ ସେସବୁର ବିନିଯୋଗ କରାଯାଉନଥିବା ଅଭିଯୋଗ ହେଉଛି। ମଣ୍ଡି ମାନଙ୍କରେ ଆବଶ୍ୟକୀୟ ଭିତିଭୂମି ଅଭାବ ହେତୁ ଧାନକିଣା ସଂସ୍ଥା ମାନେ ସଂଲଗ୍ନିତ କଷ୍ଟମ ମିଲର୍ସଙ୍କ ଉପରେ ଭରସା କରିବାକୁ ବାଧ୍ୟ ହେଉଥିବା ଦେଖାଯାଇଥାଏ।

ଏସବୁ ବ୍ୟତୀତ ମଣ୍ଡିମାନଙ୍କରେ ମିଲର୍ସ ମାନଙ୍କ ମର୍ଜୀରେ ଧାନ ଉଠାଣ ହେଉଥିବା କାରଣରୁ ଅସାଧୁ ମିଲର୍ସମାନେ ବିଭିନ୍ନ ଷଡଯନ୍ତ୍ର କରି ଚାଷୀଙ୍କ ଧାନ ଉଠାଣରେ ଅଯଥା ବିଲମ୍ବ କରି ଅଧିକ ପରିମାଣ ଧାନ ହରିଲୁଟ କରୁଥିବାର ମଧ୍ୟ ଅଭିଯୋଗ ହେଉଛି। କାଗଜପତ୍ରରେ ଧାନକିଣାସଂସ୍ଥା ପାକ୍ସ/ଏସଏଚଜି ଚାଷୀଙ୍କ ଧାନ କିଣୁଥିବା ବେଳେ ବାସ୍ତବ ପକ୍ଷେ ମିଲର୍ସ ହିଁ ଧାନ କିଣିଥାଏ ଏବଂ ଏହାରି ସୁଯୋଗରେ ବ୍ୟାପକ ଭାବେ ଚାଷିଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ହୋଇଥାଏ।

ଚାଷୀ ପଂଜିକରଣରେ ବ୍ୟାପକ ଜାଲିଆତି କରାଯାଉଥିବା ବେଳେ ସଂପୃକ୍ତ ରାଜସ୍ୱ ନୀରିକ୍ଷକ ମାନଙ୍କ ସହାୟତାରେ ଅସାଧୁ ମିଲର୍ସ-ପାକ୍ସ/ଏସଏଚଜି କର୍ମକର୍ତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବ୍ୟାପକ ଭାବେ ଫଲ୍ସ ଏଂଟ୍ରୀ ହେଉଥିବା ମଧ୍ୟ ଅଭିଯୋଗ ହେଉଛି।

ଗତ ୩୦.୦୬.୨୦୨୧ ଦିନ ମଣ୍ଡି ବନ୍ଦ ହେବାପରେ ମଧ୍ୟ ମଣ୍ଡି ମାନଙ୍କରେ ଅନେକ ଚାଷୀଙ୍କ ଧାନ ପଡିରହିଛି। ସେସବୁ କିପରି ଭାବେ ବିକ୍ରୀ କରାଯିବ ତାହା ସନ୍ଦେହଜନକ ମନେହୁଏ। ବିଗତ ଦୁଇ ବର୍ଷ ତଳେ ଜୁନାଗଡ ବ୍ଲକ ହାବସପୁର ମଣ୍ଡିରେ ଜନୈକ ଚାଷିଙ୍କ ରବିଋତୁର ଧାନକୁ ସେପଟେମ୍ବର ମାସରେ ଯୋଗାଣ ବିଭାଗ ତତ୍ୱାବଧାନରେ ବିକ୍ରୀ କରାଯାଇଥିଲା ଏବଂ ସେହି ଧାନ କେଉଁ କ୍ରୟସଂସ୍ଥାର ଖାତାରେ ସଂଯୋଗ କରାଗଲା, କେଉଁ ହିସାବରେ ଚାଉଲ ଉଠାଣ କରାଗଲା ତାହାର ହିସାବ ଯେଗାଣ ବିଭାଗ ପାଖରେ ନାହିଁ।

ସେହିପରି ବିଗତ ବର୍ଷ ର ଖରିଫ ଓ ରବିରେ ମଣ୍ଡି ବନ୍ଦ ହେବାପରେ ମଧ୍ୟ ଅନେକ ଚାଷୀଙ୍କ ଧାନ କୁ ଯୋଗାଣ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇ କମ ମୂଲ୍ୟରେ ବିକ୍ରୀ କରାଯାଇଥିବାର ଚାଷୀ ମାନଙ୍କ ସୂତ୍ରରୁ ଜଣାପଡିଛି। ତେବେ ସେହି ଧାନ ସବୁ କେଉଁ କ୍ରୟସଂସ୍ଥାର ଖାତାରେ ସଂଯୋଗ କରାଗଲା, କେଉଁ ହିସାବରେ ଚାଉଲ ଉଠାଣ କରାଗଲା ସେହି ଧାନ ବିକ୍ରୀର ମାର୍କେଟ ଫିଜ ଅସୁଲି କରାଗଲା କି ନାହିଁ ଇତ୍ୟାଦି ର ହିସାବ କିପରି ମିଳିବ ତାହା ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଇତିମଧ୍ୟରେ ଦାସିଗାଁ ଧାନମଣ୍ଡିର ଧାନ ସବୁକୁ ଦଲାଲ ମାଧ୍ୟମରେ କମ ମୂଲ୍ୟରେ କିଣାଯାଇ ଚାଲାଣ କରାଯାଉଥିବା ବେଳେ ତାହା ସ୍ଥାନୀୟ ଚାଷୀ ମାନଙ୍କ ଦ୍ୱାରା ଅଟକ ରଖାଯାଇଥିବା ଜଣାପଡିଥିଲା। ଅଦ୍ୟାବଧି ଅନେକ ଚାଷୀଙ୍କ ଟୋକନ ଲାପ୍ସ, ଟୋକନ ଆସିନଥିବା ଏବଂ ଚାଷିପଂଜିକରଣରେ ଅସୁବିଧା ହୋଇଥିବା ଚାଷୀଙ୍କ ଧାନ ସବୁ ମଣ୍ଡିରେ ପଡିରହିଥିବା ବେଳେ ତାହା ଯୋଗାଣ ବିଭାଗର ମୁଣ୍ଡବିନ୍ଧାର କାରଣ ହୋଇଛି। ସେସବୁ ଧାନକୁ ଯେଣତେଣ ପ୍ରକାରେ ଉଠାଣ କରିଦେବାକୁ କିଛି ଅସାଧୁ ପଦାଧିକାରୀ ଓ ଅସାଧୁ ମିଲର୍ସ ମାନଙ୍କ ମଧୁଚନ୍ଦ୍ରିକା ହୋଇ କମ ମୂଲ୍ୟରେ ଧାନ ଉଠାଣ କରିଦେବାକୁ ଚକ୍ରାନ୍ତ କରୁଥିବା ଜଣାପଡିଛି।

ହେଲେ ବିଗତ ବର୍ଷ ମାନଙ୍କରେ ଏଭଲି ଭାବେ କମ ଦରରେ କିଣାଯାଇ ଧାନ ଉଠାଣ କରାଯାଇଥିବା ବେଳେ ସେସବୁର ହିସାବପତ୍ର ମିଳୁନଥିବା ବେଳେ ଚଳିତ ବର୍ଷ ହଜାର ହଜାର କ୍ୱିଂଟାଲ ଧାନ ବିନା କାଗଜାତରେ କମଦରରେ ଆପୋଷ ବୁଝାମଣା ମାଧ୍ୟମରେ କିଣାଯାଇ କିପରି ଭାବେ ହିସାବକୁ ଅଣାଯିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏସବୁ କାରବାରରେ ଫଲ୍ସ ଏଂଟ୍ରୀ ହିଁ ଏକମାତ୍ର ରାସ୍ତା ଏବଂ ଗତବର୍ଷର କମଦରରେ କିଣାଯାଇଥିବା ଧାନକୁ ଚଳିତ ବର୍ଷ ଫଲ୍ସ ଏଂଟ୍ରୀ ମାଧ୍ୟମରେ କାଗଜାତ କରାଯାଇଥିବା ସନ୍ଦେହକୁ ଏଡାଇ ଦିଆଯାଇନପାରେ। ଯୋଗାଣ ବିଭାଗ ସାମନାରେ ଏଭଲି ଏକ କୋଟୀ କୋଟୀ ଟଙ୍କାର ବାଟମାରଣା ଷଡଯନ୍ତ୍ର ସଂପର୍କରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ନିରପେକ୍ଷ ତଦନ୍ତ କରାଗଲେ ବହୁ ଗୋନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ଚାଷି ମହଲରେ ଦାବୀ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଟୋକନ ଓ ଟାର୍ଗେଟ ବାହାନାରେ ମଣ୍ଡିରେ ପଡିଛି ଧାନ, ରାଜନୈତିକ ଗୋଲକ ଧନ୍ଦାରେ ଚାଷୀ !

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଚାଷୀ ଧାନ ବିକି ନପାରି ବାର ଦୁଆର ହେବାକୁ ପଡୁଛି। ମଣ୍ଡିରେ ଚାଷୀଙ୍କ ଧାନପଡିରହିଥିବା ବେଳେ ଟୋକନ ଓ ଟାର୍ଗେଟ ବାହାନା କରି ଧାନ ଉଠାଣ କରାଯାଇପାରୁନାହିଁ। ରାଜ୍ୟ ବିରୋଧି ଦଳ ନେତା ପ୍ରଦୀପ ନାଏକଙ୍କ ଆହ୍ୱାନ କ୍ରମେ ସମସ୍ତ ମଣ୍ଡିରେ ଭାଜପା ପକ୍ଷରୁ ପ୍ରତୀକାତ୍ମକ ଧାରଣା ଦିଆହେଉଛି। ଅନ୍ୟପକ୍ଷରେ ମଣ୍ଡି ମାନଙ୍କରେ ମିଲର୍ସ ରାଜ ଅବ୍ୟାହତି ରହିଛି।

ଦରଖାସ୍ତ ଅନୁସାରେ ଚାଷୀ ପଂଜୀକରଣ ହେବାକୁ ନିୟମ ଥିବା ବେଳେ ଅନେକ ମଣ୍ଡିରେ ଅସାଧୁ ମିଲର୍ସଙ୍କ ଅନୁସାରେ ଚାଷୀଙ୍କ ଧାନ ଆଣିବା ତାରିଖ ଧାର୍ଯ୍ୟ କରାଯାଇଥିବା ଫଳରେ ଟୋକନ ଅବଧି ଶେଷ ହୋଇଯାଥିଲେ ହେଁ ଅନେକ ଚାଷୀ ଅଦ୍ୟାବଧି ଧାନ ବିକି ପାରିନଥିବା ଅଭିଯୋଗ ହେଉଛି। ଚାଷୀ ଯୋଗାଣ ବିଭାଗ, ପାକ୍ସ, ଏସଏଚଜି ଏପରିକି ଯୋଗାଣ ମନ୍ତ୍ରୀଙ୍କ ପାଖରେ ଆପତ୍ତି କଲେ ମଧ୍ୟ ସୁଫଳ ମିଳିପାରିନାହିଁ।

ଅନ୍ୟପକ୍ଷରେ ଏସଏଚଜି ନାମରେ କିଛି ଅସାଧୁ ମିଲର୍ସ ଧାନକିଣା ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ଅଭିଯୋଗ ହେଉଛି। ଯୋଗାଣ ବିଭାଗ ମଣ୍ଡି ମାନଙ୍କରେ ସ୍ଥାନୀୟ ମିଲର୍ସକୁ ହିଁ ଟେଗିଂ କରୁଥିବା ହେତୁ କିଛି ଅସାଧୁ ମିଲର୍ସ ପାକ୍ସ ଓ ଆରଏମସି କର୍ମଚାରୀକୁ ହାତ କରି ବେଆଇନ କାରବାର କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଅତୀତରେ କିର୍କାକାନି, ଧର୍ମଗଡ, ହାବସପୁର, କଲମପୁର ଭଲି ମଣ୍ଡି ମାନଙ୍କରେ ଧାନ ଉଠାଣ କରିବା ପାଇଁ ଦାବୀ କରିବାରେ ମିଲର୍ସ ମାନଙ୍କ ପକ୍ଷରୁ ଚାଷୀଙ୍କୁ ମାଡ ମରାଯାଇଥିବାର ଚାଷୀ ପାଖରେ ତିକ୍ତ ଅନୁଭୂତି ଥିବା ବେଳେ ଏବଂ ପ୍ରଶାସନ ପାଖରେ ଯେତେ ଆପତ୍ତି କଲେ ମଧ୍ୟ ଚାଷୀ ସମସ୍ୟା ବୁଝିବାକୁ କେହିନଥିବା ହେତୁ ଚାଷୀମାନେ ବାଧ୍ୟ ହୋଇ ଚୁପ ରହୁଥିବା ଚାଷୀ ମହଲରେ ଆଲୋଚନା ହେଉଛି। ଅନେକ ଚାଷୀଙ୍କ ଟୋକନ ଆସିପାରୁନଥିବା ବେଳେ ଥରେ ୧୦୦ କ୍ୱିଂଟାଲ ଧାନ ବିିକି ଆଉ ବାକି ଧାନକୁ ଧରି ଚାଷି ଜଗି ବସିଛି। ଆଗାମୀ ରବି ଚାଷ ପାଇଁ ପ୍ରସ୍ତୃତ ହେବାକୁ ଥିବା ହେତୁ ଅନ୍ୟ କାହାକୁ ଧାନ ଦେଇଦେବାକୁ ବାଧ୍ୟ ହେଉଥିବା ଚାଷି ମହଲରେ ଆଲୋଚନା ହେଉଛି।

ଯୋଗାଣ ବିଭାଗ ଏମଏଏସ ଅନୁସାରେ ୪୮ ଲକ୍ଷ ୬୯ ହଜାର ୭୫୧ କ୍ୱିଂଟାଲ ଧାନ ଉଠାଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ୭୨ ଗୋଟି ମିଲର୍ସ କଷ୍ଟମ ମିଲିଂରେ ସାମିଲ କରାଯାଇଛି। ଗତ ୭ ତାରିଖ ସୁଦ୍ଧା ୪୭ ଲକ୍ଷ ୯୩ ହଜାର ୩୫୧ କ୍ୱିଂଟାଲ ଧାନ ଉଠାଣ ହୋଇଥବା ବେଳେ ୨୦୮ ମଣ୍ଡି ମଧ୍ୟରୁ ୭୪ ମଣ୍ଡିକୁ ବନ୍ଦ ଘୋଷଣା କରାଯାଇଥିବା ବେଳେ ସେହି ବନ୍ଦ ମଣ୍ଡି ମାନଙ୍କରେ ମଧ୍ୟ ଧାନ ପଡି ରହିଥିବା ଜଣାପଡିଛି। ବିଗତ ୨୦୧୯ ଓ ୨୦୨୦ ମସିହା ରବି ରେ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତକୁ ହାବସପୁର ମଣ୍ଡିରେ ଦୁଇଜଣ ଚାଷୀଙ୍କ ଧାନ ପଡିରହିଥିବା ବେଳେ ପ୍ରଶାସନ ପକ୍ଷରୁ ବିନା କାଗଜପତ୍ରରେ ଉଠାଣ କରାଯାଇଥିବା ଉଦାହରଣ ରହିଛି।

ଚଳିତ ଖରିଫରେ ବେଆଇନ ଧାନ ଗଚ୍ଛିତ ରହିଥିବା ଅଭିଯୋଗରେ ଜିଲ୍ଲାର ବଡପୋଡାଗୁଡା ଠାରେ ୪୦୦୦ ବସ୍ତା, ଘୋଡାବନ୍ଦ ଠାରେ ୧୯୧ ବସ୍ତା, ବୋଡେନ ଠାରେ ୨୬୦୦ ବସ୍ତା ଧାନକୁ ଯୋଗାଣ ବିଭାଗ ତରଫରୁ ସିଜ କରାଯାଇଥିବା ଜଣାପଡିଛି। ବିଭିନ୍ନ କାରଣରୁ ଚାଷୀ ମଣ୍ଡିରେ ଧାନ ବିକିନପାରି ବାଧ୍ୟ ହୋଇ ବେପାରୀ ହାତରେ କମ ମୂଲ୍ୟରେ କଷ୍ଟ ଉପାର୍ଜିତ ଧାନକୁ ଟେକି ଦେଉଥିବା ଚାଷି ମହଲରେ ଆଲୋଚନା ହେଉଛି। ଚାଷୀଙ୍କ ଧାନ କାହିଁକି ଓ କେଉଁ କାରଣରୁ ଅନ୍ୟ ପାଖକୁ ଯାଉଛି ତାହା ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ଚାଷୀ ନେତା ମାନେ ଦାବୀ ଜଣାଇଛନ୍ତି। ଅନ୍ୟପକ୍ଷରେ ଶାସକ ବିଜେଡି ଦଳ ଓ କଂଗ୍ରେସ ଦଳ ପକ୍ଷରୁ ଦିଲ୍ଲୀ ଠାରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଥିବା ବେଳେ ବିଜେପି ପକ୍ଷରୁ ବିରୋଧିଦଳ ନେତା ଓ କର୍ମକର୍ତାଙ୍କ ନେତୃତ୍ୱରେ ସ୍ଥାନୀୟ ଚାଷୀଙ୍କ ଧାନ ଉଠାଣ ସମସ୍ୟା ସହିତ ସାମିଲ ହୋଇ ମଣ୍ଡି ମାନଙ୍କରେ ପ୍ରତୀକାତ୍ମକ ଧାରଣା ଦେଉଥିବା ଦେଖାଯାଉଛି। ଚାଷୀଙ୍କ ସମସ୍ୟା ପ୍ରତି ସଜାଗ ହୋଇ ସମାଧାନ କରିବାକୁ ଚାଷୀ ମହଲରେ ଦାବୀ ହେଉଛି।

Categories
ଆଞ୍ଚଳିକ

ଭେଟେଶ୍ଵର ସେବା ସମବାୟ ସମିତି ଆନୁକୁଲ୍ୟରେ ଉଦଘାଟନ୍ ହେଲା ଧାନ ମଣ୍ଡି

ସୀତାରାମ ଅଗ୍ରୱାଲ

ବାଣପୁର:  ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ସେବା ସମବାୟ ସମିତି ଆନୁକୂଲ୍ୟରେ ଚଳିତ ବର୍ଷର ଖରିଫ ୨୦୨୦/୨୧ ଧାନ ମଣ୍ଡି ଭେଟେଶ୍ୱର ଠାରେ ଉଦଘାଟିତ ହୋଇଯାଇଅଛି।

ଉକ୍ତ ଉଦଘାଟନ୍ ଉତ୍ସବରେ ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଡ.ଶୁଭଶ୍ରୀ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସମିତିର ସଭାପତି ପ୍ରସନ୍ନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସମିତିର ସମ୍ପାଦକ ଜ୍ୟୋତିରଞ୍ଜନ ରାଉତରାୟ ସମିତି ଏବଂ ଚାଷୀଙ୍କର ଧାନ କ୍ରୟ ସମ୍ପର୍କିତ ସମସ୍ତ ନୀତିନିୟମ ଏବଂ କୋଭିଡର ସମସ୍ତ ଗାଇଡଲାଇନ ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଇଥିଲେ।

ଏହାସହିତ ଏହି ଉତ୍ସବରେ ସହକାରୀ ଯୋଗାଣ ଅଧିକାରୀ ତ୍ରିଲୋଚନ ସାହୁ, ଭେଟେଶ୍ୱର ଗ୍ରାମ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ସମିତି ସଭ୍ୟ ଶେଖର କୁମାର ସାହୁ ଚାଷୀମାନଙ୍କୁ ସରକାରଙ୍କ ଧାନ କ୍ରୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ସୂଚନା ଯୋଗ୍ୟ ଯେ, ଆଜି ପ୍ରଥମ ଦିନରେ ୧୩ ଜଣ ଚାଷୀଙ୍କ ଠାରୁ ପାଖାପାଖି ୫୦୦  କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା। ଏହି ସବୁ ଧାନକୁ ଜୟ ଜଗନ୍ନାଥ ରାଇସ୍ ମିଲର କ୍ରୟ କରିଥିଲା।

Categories
ଆଞ୍ଚଳିକ

ବଡହନ୍ତୁଆଡ଼ ସେବା ସମବାୟ ସମିତି ଅଧିନସ୍ଥ ଧାନ ମଣ୍ଡିକୁ ଶୁଭ ଉଦଘାଟନ କଲେ ତହସିଲଦାର

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁରର ବଡହନ୍ତୁଆଡ଼ ସେବା ସମବାୟ ସମିତି ଅଧୀନରେ ଥିବା ଧାନ ମଣ୍ଡିକୁ ଐତିହାସିକ ପଲଟନ ପଡ଼ିଆଠାରେ ଶୁଭ ଉଦଘାଟନ କରିଛନ୍ତି ସ୍ଥାନୀୟ ତହସିଲଦାର ମନ୍ମଥ କୁମାର ବେହେରା। କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଉପସ୍ଥିତ ଅତିଥି ମାନେ ବାଣପୁର ଆତ୍ମା ଅଧ୍ୟକ୍ଷ ଶୁକାନ୍ତ କୁମାର ବିଷୋୟୀ, ବାଣପୁର ଏମଆଇ ତ୍ରିଲୋଚନ ସାହୁ, କୁମାରଙ୍ଗ ସରପଞ୍ଚ ମନୋଜ କୁମାର ପ୍ରଧାନ ଓ ଗାଲୁଆ ସରପଞ୍ଚ ପ୍ରତିନିଧି ଚିତ୍ତରଞ୍ଜନ ସାମନ୍ତରାୟ ଯୋଗ ଦେଇଥିଲେ। ଏହା ସହିତ ଚାଷୀ କମିଟି ତରଫରୁ ଗୋବିନ୍ଦ ଘଡାଇ, ସ୍ୱାଧୀନ ପ୍ରଧାନ, ଶୁଭେନ୍ଦୁ ବାରିକ, ରାଜକିଶୋର କାଣ୍ଡି, ବିଜୟ କୁମାର ଦାଶ ଓ ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।