Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜାତୀୟସ୍ତରରେ ପୁରସ୍କୃତ ହେଲା କୋରାପୁଟ
ଜାତୀୟ ଖବର

ଜାତୀୟସ୍ତରରେ ପୁରସ୍କୃତ ହେଲା କୋରାପୁଟ

December 12, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ବର୍ଗରେ କୋରାପୁଟ ଦ୍ବିତୀୟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ ପୁରସ୍କୃତ ହୋଇଛି। ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଛନ୍ତି। କୋରାପୁଟ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ପୁରସ୍କାର ଗ୍ରହଣ କରିଥିଲେ।

ଏହି ଅବସରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ।ଏହି ବାବଦରେ କୋରାପୁଟ ଜିଲ୍ଲା ୩ କୋଟି ଟଙ୍କାର ପୁରସ୍କାର ରାଶି ପାଇଛି। ଜାତୀୟ ସ୍ତରରେ ଦ୍ବିତୀୟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। କୋରାପୁଟ ଜିଲ୍ଲା ତଥା ଓଡ଼ିଶା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା କହିଛନ୍ତି।

ଏହି ପୁରସ୍କାର ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ପାଇଁ ଉତ୍ସର୍ଗୀକୃତ ଏବଂ ଏହି ସଫଳତା ପାଇଁ ଜିଲ୍ଲାର ସମସ୍ତ ପଂଚାୟତରାଜ ଜନ ପ୍ରତିନିଧିଙ୍କ ଭୂମିକା ପ୍ରଶଂସୀୟ ବୋଲି ଜିଲ୍ଲାପାଳ କହିଛନ୍ତି।

Koraput district president of india କୋରାପୁଟ ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ମିଳିଲାନି ରକ୍ତ, ଚାଲିଗଲା ୫ ବର୍ଷୀୟ ଶିଶୁପୁତ୍ରର ଜୀବନ : ଧର୍ମଗଡ ହସ୍ପିଟାଲରେ ଉତ୍ତେଜନା

June 20, 2026

ଜୁଲାଇ ୧ରୁ ସରକାରୀ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଚେତାବନୀ, ସମୂହ ଇସ୍ତଫା ପାଇଁ ପ୍ରସ୍ତୁତ OMSA

June 20, 2026

ହନୁମାନ ମନ୍ଦିରରେ ବଡ଼ ଦୁର୍ଘଟଣା: ଛାତ ଭୁଷୁଡି ୭ ମୃତ, ଉଦ୍ଧାର କାର୍ଯ୍ୟ

June 20, 2026

ସୋଆ ଆଭିଏସ୍‌ଏଏଚ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କ କର୍ମାଭିମୁଖୀ ଆଲୋଚନାଚକ୍ର ଆୟୋଜିତ

June 20, 2026
Latest News

ମିଳିଲାନି ରକ୍ତ, ଚାଲିଗଲା ୫ ବର୍ଷୀୟ ଶିଶୁପୁତ୍ରର ଜୀବନ : ଧର୍ମଗଡ ହସ୍ପିଟାଲରେ ଉତ୍ତେଜନା

June 20, 2026

ଜୁଲାଇ ୧ରୁ ସରକାରୀ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଚେତାବନୀ, ସମୂହ ଇସ୍ତଫା ପାଇଁ ପ୍ରସ୍ତୁତ OMSA

June 20, 2026

ହନୁମାନ ମନ୍ଦିରରେ ବଡ଼ ଦୁର୍ଘଟଣା: ଛାତ ଭୁଷୁଡି ୭ ମୃତ, ଉଦ୍ଧାର କାର୍ଯ୍ୟ

June 20, 2026

ସୋଆ ଆଭିଏସ୍‌ଏଏଚ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କ କର୍ମାଭିମୁଖୀ ଆଲୋଚନାଚକ୍ର ଆୟୋଜିତ

June 20, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମର୍ଥନ କଲେ ଶଶି ଥରୁର: ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କଲା ବିଜେପି

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.