Author: SM Network

ରଣପୁର: ଶୁକ୍ରବାର ଅପରାହ୍ଣ ୨ ଘଟିକା ସମୟରେ ରଣପୁର ବ୍ଲକ ବଜ୍ରକୋଟ ଗ୍ରାମ ନିକଟସ୍ଥ ଅସୁରକୁମାରୀ ଛକ ଠାରେ ଟ୍ରକ ଓ ବାଇକ ମୁହାମୁହିଁ ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ରଣପୁର ବଡକୂଅ ସାହିର ରଶ୍ମିରଞ୍ଜନ ଦାଶ ନାମକ ଜଣେ ଯୁବକ ଓଡି-୨୫-ପି-୬୫୩୨ ନମ୍ବର ବିଶିଷ୍ଟ ଏକ ପଲସର ବାଇକରେ ନିଜ ମାଆ ଙ୍କୁ ନେଇ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଦର୍ପନାରାୟଣପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ନୟାଗଡ ପଟୁ ଆସୁଥିବା ଓଆର-୦୫-ଏଡି-୩୫୦୦ ନମ୍ବର ବିଶିଷ୍ଟ ଏକ ଟ୍ରକ ଏହି ବାଇକକୁ ବଜ୍ରକୋଟ ଅସୁରକୁମାରୀ ଛକ ଠାରେ ସାମନା ପଟୁ ଧକ୍କା ଦେଇଥିଲା। ଟ୍ରକ ଓ ବାଇକ ମୁହାଁମୁହିଁ ହୋଇ ଦୁର୍ଘଟଣା ହେବା ଯୋଗୁଁ ରଶ୍ମି ରାସ୍ତାର ବାମ ପାଶ୍ୱର୍ରେ ଛିଟିକି ପଡିଥିବା ବେଳେ ତାଙ୍କ ମାଆ ରାସ୍ତା ଓପରେ…

Read More

ନୂଆଦିଲ୍ଲୀ: ବିଭିନ୍ନ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶରେ ଟିବି ନିରୋଧକ ଔଷଧ କମ ରହିଥିବା ଖବର ମିଥ୍ୟା ଓ ଭ୍ରମାତ୍ମକ ଅଟେ। ଦେଶର ସମ୍ବେଦନଶୀଳ ୩୪୭ଟି ଜିଲ୍ଲାରେ ଶହେ ଦିନିଆ ସ୍ୱତନ୍ତ୍ର ଅଭିଯାନରେ ଏନେଇ ପ୍ରଚାର ପ୍ରସାର କରାଯିବ। ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ଭାବେ ରୋଗ ଚିହ୍ନଟ, ନିର୍ଦ୍ଦିଷ୍ଟ ସମୟ ଭିତରେ ଡାଇଗ୍ନୋଷ୍ଟିକ ଯନ୍ତ୍ରପାତି ଯୋଗାଇବା ପରି ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ତେବେ ଏନେଇ ୩୪୭ଟି ଜିଲ୍ଲା ସମେତ ସାରା ଦେଶରେ ଟିବି ନିରୋଧକ ଔଷଧ ସହ ଆବଶ୍ୟକୀୟ ଉପକରଣ ଯୋଗାଇବାକୁ ଉଦ୍ୟମ କରାଯିବ। କେନ୍ଦ୍ରୀୟ ଭଣ୍ଡାର ସମେତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ଔଷଧ ଓ ଉପକରଣର ଷ୍ଟକ ନେଇ ନିୟମିତ ଯାଞ୍ଜ କରାଯିବ ବୋଲି କୁହାଯାଇଛି। ଏନଟିପି ଅଧୀନରେ ସବୁ କେନ୍ଦ୍ରରେ ଡିସେମ୍ବର ୬, ୨୦୨୪ ସୁଦ୍ଧା ଟିବି ନିରୋଧକ ସବୁ ଔଷଧର ଦୁଇ ମାସରୁ ଅଧିକ ଷ୍ଟକ ମହଜୁଦ ରହିଥିବା କୁହାଯାଇଛି। କ୍ୟାମ୍ପେନ ସମୟରେ…

Read More

ଭୁବନେଶ୍ୱର: ବିଶେଷଜ୍ଞ, ପରିବେଶବିତ୍‌, ବ୍ୟବସାୟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ସମାଜସେବୀମାନେ ଆସନ୍ତା ଡିସେମ୍ବର ୮ ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଆୟୋଜିତ ହେବାକୁ ଥିବା ଏକ ଦିବସୀୟ ଜାତୀୟ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଓ ଏହାର ଭବିଷ୍ୟତ ନିମନ୍ତେ ଆହ୍ୱାନ ସମ୍ପର୍କରେ ଆଲୋଚନା କରିବେ। ‘କ୍ଲାଇମେଟ ଚେଞ୍ଜ: ପ୍ରସ୍‌ପେକ୍ଟସ୍ ଆଣ୍ଡ ଚ୍ୟାଲେଞ୍ଜେସ୍‌’ ଶୀର୍ଷକ ଏହି ଏକ ଦିବସୀୟ ଜାତୀୟ ସମ୍ମିଳନୀ ସୋଆ ଏବଂ ସାମାଜିକ ଅନୁଷ୍ଠାନ ଏଭର ଗ୍ରୀନ୍ ଫୋରମ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଛି। ଏହି ସମ୍ମିଳନୀରେ ଜଳବାୟୁ ପରିବର୍ତନ ଏବଂ ଭବିଷ୍ୟତରେ ଏହାକୁ ନେଇ ଯେଉଁ ସମସ୍ୟା ସୃ୍‌ଷ୍ଟି ହେବାକୁ ଯାଉଛି ସେ ବିଷୟରେ ଆଲୋଚନା କରାଯିବ ବୋଲି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି। ଏଭର ଗ୍ରୀନ୍ ଫୋରମ୍‌ର ପ୍ରତିଷ୍ଠାତା ସଭାପତି ଡକ୍ଟର ପ୍ରକାଶ ଚନ୍ଦ୍ର ଜେନା କହିଛନ୍ତି ଯେ ଏହି ସମ୍ମିଳନୀରେ ବିଜ୍ଞାନ ଓ ଜଳବାୟୁ, ପରିବେଶ…

Read More

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ୩୧ ମାର୍ଚ୍ଚ, ୨୦୨୧ରେ  ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ମୋଟ ୧୦,୯୦୦ କୋଟି ଟଙ୍କା ବଜେଟ୍ ବିଶିଷ୍ଟ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇଏସଏଫସିଆଇ)କୁ ଅନୁମୋଦନ କରିଥିଲା। ୨୦୨୧-୨୨ରୁ ୨୦୨୬-୨୭ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ମୋଟ ୧୭୧ ଜଣ ଆବେଦନକାରୀ ପଞ୍ଜୀକୃତ ହୋଇଛନ୍ତି। ପିଏଲଆଇଏସଏଫପିଆଇର ହିତାଧିକାରୀ ଚୟନ ପ୍ରକ୍ରିୟା ଏକ ଏକକାଳୀନ କାର୍ଯ୍ୟ ଭାବେ କରାଯାଇଥିଲା ଓ ତା’ପୂର୍ବରୁ ବ୍ୟାପକ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ସକ୍ରିୟ ଅଂଶୀଦାର ସଂପର୍କ ଓ ବ୍ୟାପକ ପ୍ରଚାର ଅଭିଯାନ କରାଯାଇଥିଲା। ଉତ୍ପାଦନ ପ୍ରକ୍ରିୟାରେ ସ୍ୱଦେଶୀ ଉତ୍ପାଦିତ କୃଷି ଜାତ ଦ୍ରବ୍ୟ (ଆଡିଟିଭ୍, ଫ୍ଲେଭର୍ସ ଏବଂ ଖାଇବା ତେଲ ବ୍ୟତୀତ) ବ୍ୟବହାରକୁ ବାଧ୍ୟତାମୂଳକ କରି, ଏହି ଯୋଜନା ସ୍ଥାନୀୟ ସୁତ୍ରରୁ କଞ୍ଚାମାଲ କ୍ରୟକୁ ଯଥେଷ୍ଟ ବୃଦ୍ଧି କରିଛି ଓ ତଦ୍ବାରା ଗ୍ରାମୀଣ ଓ ଅନୁନ୍ନତ ଅଂଚଳଗୁଡ଼ିକୁ ଉପକୃତ କରିବା ସହିତ କୃଷକମାନଙ୍କ ଆୟ ବୃଦ୍ଧି କରିଛି।…

Read More

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ପଚାୟତ କାର୍ଯ୍ୟାଳୟ ତଥା ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ରାଜ୍ୟ ଫୁୁଡ କମିଶନ ବିଭାଗ ପରିଦର୍ଶନ କରିଥିବା ଜଣାପଡିଛି। ରାଜ୍ୟ ଫୁୁଡ କମିଶନ ବିଭାଗର ସଦସ୍ୟ ପ୍ରିୟବ୍ରତ ସାମାନ୍ତରାୟ, ଜୁନିଅର ଏକଜୁଟିଭ୍ ଆସୁଷ୍ଟାଂଟ ପ୍ରଭାସ କୁମାର ନାୟକ ରଣପୁର ବ୍ଲକର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଲୋଧାଚୁଆ ପଚାୟତ, ପାଟବେରେଣା ପ୍ରାଥମିକ ବିଦ୍ୟାଳୟ, ପାଟବେରେଣା ଅଙ୍ଗନବାଡି କେନ୍ଦ୍ର, କୋଇଲମା ଅଙ୍ଗନବାଡି କେନ୍ଦ୍ର, କୋଟଗଡ ଆଶ୍ରମ ବିଦ୍ୟାଳୟ, ତାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲୋଧାଚୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରଣପୁର ଛତୁଆ ପ୍ରସ୍ତୁତି କେନ୍ଦ୍ର ସହ ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଥିଲେ। ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ ସମୟରେ ଖାଦ୍ୟ ପ୍ରସ୍ତୁତି, ଖାଦ୍ୟର ମାନ, କାଗଜପତ୍ର ଯାଂଚ କରିବା ସହ ପାଚକପାଚିକାମାନଙ୍କୁ ନିୟମିତ ଆପ୍ରନ, ଟୋପି ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ। ପଚାୟତ…

Read More

ଭୁବନେଶ୍ୱର: ଅମୃତ ଷ୍ଟେସନ୍ ଯୋଜନା ଅଧୀନରେ ଚାଲୁରହିଥିବା କଟକ ରେଳ ଷ୍ଟେସନ ପୁନଃନିର୍ମାଣର ଏକ ଅଂଶ ଭାବରେ କଟକ ରେଳ ଷ୍ଟେସନକୁ ଏକ ଆଧୁନିକ ପରିବହନ ହବ୍ ସହ ଏକ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରାଯିବ ପାଇଁ ଯୋଜନା କରାଯାଇଅଛି। 303 କୋଟି ଟଙ୍କା ବିନିଯୋଗ ସହିତ ଏହି ଉଚ୍ଚାଭିଳାଷୀ ପ୍ରକଳ୍ପଟି ଯାତ୍ରୀମାନଙ୍କ ଅଭିଜ୍ଞତାକୁ ବୃଦ୍ଧିକରଇବା ଏବଂ ସମଗ୍ର ଅଞ୍ଚଳରେ ସଂଯୋଗକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖିଛି। 14.63 କୋଟି ଟଙ୍କା ମୂଲ୍ୟରେ ନିର୍ମିତ କଟକ ଷ୍ଟେସନର ପୂର୍ବ ପାର୍ଶ୍ୱ (ଜାତୀୟ ରାଜପଥ ପାର୍ଶ୍ୱ) ଷ୍ଟେସନ ଭବନ ଓ ପ୍ରବେଶ ପଥ ଦ୍ୱାରା ଜାତୀୟ ରାଜପଥ ପାର୍ଶ୍ୱରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ସହଜ ଏବଂ ଅସୁବିଧାମୁକ୍ତ ସୁବିଧା ଯୋଗାଇବ ଯାହା ଯାତ୍ରୀଙ୍କ ସୁବିଧା ଏବଂ ନିରାପତ୍ତାକୁ ଯଥେଷ୍ଟ ଉନ୍ନତ କରିବ। ଏହି ବିକାଶ ଷ୍ଟେସନ୍ ମଧ୍ୟକୁ ଚଳପ୍ରଚଳ କାର୍ଯ୍ୟକୁ ଶୃଙ୍ଖଳିତ କରିବ ଏବଂ ଏହି ଅଞ୍ଚଳରେ ଉନ୍ନତ ସୁବିଧା ତଥା…

Read More

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଅନୁରୋଧକ୍ରମେ ବାଣପୁର ୟୁକୋ ବ୍ୟାଙ୍କ ତରଫରୁ ଏକ ଇ. ହୁଣ୍ଡି (E-HUNDI) ପ୍ରତିଷ୍ଠା କରାଯାଇ ବ୍ୟାଙ୍କର ଆଞ୍ଚଳିକ ଉପପ୍ରବନ୍ଧକ କେ.ପି.ସିଂଙ୍କ ଦ୍ଵାରା ଶୁଭ ଉଦଘାଟନ କରାଯାଇଛି। ଏଣିକି ଏହାଦ୍ଵାରା ବହୁଦୂର ଦୂରାନ୍ତରେ ରହୁଥିବା ଏବଂ ମନ୍ଦିର ପରିଦର୍ଶନରେ ଆସୁଥିବା ଭକ୍ତମାନେ ମଧ୍ୟ ମା’ଙ୍କ ସେବା ଓ ମନ୍ଦିରର ଉନ୍ନତି ନିମନ୍ତେ ଅର୍ଥ ଦାନ କରିବାକୁ ଚାହୁଁଥିଲେ ନିଜ ସ୍ଥାନରେ ରହି ଅର୍ଥ ରାଶି ଏହି ମାଧ୍ୟମରେ ପଠାଇ ପାରିବେ, ଯାହାକି ମା’ଙ୍କ ମନ୍ଦିର ନାମରେ ଥିବା ବ୍ୟାଙ୍କ ଜମାଖାତାରେ ସିଧା ସିଧାଜମା ହୋଇ ପାରିବ ବୋଲି ବାଣପୁର ଶାଖା ୟୁକୋ ବ୍ୟାଙ୍କର ଶାଖା ପରିଚାଳକ ବାଉରୀବନ୍ଧୁ ବେହେରାଙ୍କଠାରୁ ପ୍ରକାଶ। ଏଥିପାଇଁ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲଦାର ଟି. ପଦ୍ମନାଭ ଦୋରା, ସଭ୍ୟା…

Read More

ବ୍ରହ୍ମପୁର: ସ୍ଥାନୀୟ ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍‌ରେ ଆରମ୍ଭ କରାଯାଇଛି ହାଇ-ଗ୍ରେଡ୍ ଗ୍ଲିଓମା ଅସ୍ତ୍ରୋପଚାର। ମସ୍ତିଷ୍କରେ ସୃଷ୍ଟି ହେଉଥିବା କିଛି ଉଗ୍ର ଟ୍ୟୁମରକୁ ହାଇ-ଗ୍ରେଡ ଗ୍ଲିଓମା କୁହାଯାଏ ଯାହାର ଚିକିତ୍ସା ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ କରାଯାଏ। ସେହି ଚିକିତ୍ସା ପ୍ରକ୍ରିୟା ଏବେ ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍‌ରେ ଉପଲବ୍ଧ ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ କହିଛନ୍ତି। ବିଶେଷଜ୍ଞ ଡାକ୍ତର ତଥା ନ୍ୟୁରୋ ସର୍ଜନ୍ ଡାକ୍ତର ପରେଶ ଗୌଡ ଏହି ଅସ୍ତ୍ରୋପଚାର କରୁଥିବା ବେଳେ ଏହି ପଦ୍ଧତି ଦ୍ୱାରା ଅତ୍ୟାଧୁନିକ ସ୍ନାୟୁ ଚିକିତ୍ସା କ୍ଷେତ୍ରରେ ହସ୍ପିଟାଲ୍‌ର ଖ୍ୟାତି ବଢ଼ୁଛି ବୋଲି ସେ କହିଛନ୍ତି। ଆମେ ଦକ୍ଷିଣ ଓଡ଼ିଶାର ଏହି ହସ୍ପିଟାଲ୍‌ରେ ବିଶ୍ୱସ୍ତରୀୟ ସ୍ନାୟୁ ଶଲ୍ୟ ଚିକିତ୍ସା ପ୍ରଦାନ କରିବା ନେଇ ବଦ୍ଧପରିକର ଥିବା ବେଳେ ଲୋକମାନଙ୍କୁ ଏହା ଦ୍ୱାରା ଆଉ ଚିକିତ୍ସା ପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଅତ୍ୟାଧୁନିକ ଇମେଜିଂ ସିଷ୍ଟମ୍‌, ଅସ୍ତ୍ରୋପଚାର…

Read More

ଭୁବନେଶ୍ଵର: ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ର ବିଧାୟକ ତଥା ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଜନ୍ମଦିନ। ଏହି ଅବସରରେ ଶ୍ରୀ ହରିଚନ୍ଦନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ତଥା ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବ୍ୟକ୍ତିବିଶେଷ ମାନେ ତାଙ୍କ ସରକାରୀ ବାସଭବନକୁ ଆସି ସାକ୍ଷାତ କରି ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ପୋଡ଼ପିଠା ଖୁଆଇ ଜନ୍ମ ଦିନ ପାଳନ କରିଥିଲେ।  ତତସହିତ ଓଡ଼ିଶା ସଚ୍ଚିବାଳୟର ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ବିଧାୟକମାନେ, ଅବକାରୀ କମିଶନର ଏବଂ ଅନ୍ୟ ସରକାରୀ ଅଧିକାରୀମାନେ ସାକ୍ଷାତ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସମସ୍ତ ଶୁଭେଚ୍ଛୁ ଗଣ ମନ୍ତ୍ରୀଙ୍କ ସୁଦୀର୍ଘ ଓ ନିରାମୟ ଜୀବନ କାମନା କରିବା ସହ ଯଶସ୍ବୀ ହୁଅନ୍ତୁ ବୋଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦେବଦୁର୍ଲଭ କାର୍ଯ୍ୟକର୍ତ୍ତା, ନେତା, ବିଧାୟକ ଏବଂ…

Read More

ନୂଆଦିଲ୍ଲୀ: ଆପଣଙ୍କୁ ଟଙ୍କା ଦରକାର। ସେପଟେ ବ୍ୟାଙ୍କ ଶାଖାଗୁଡ଼ିକରୁ ବ୍ୟକ୍ତିଗତ ଋଣ ପାଇବାକୁ ସପ୍ତାହେ ଲାଗିପାରେ। ଏପରି ପରିସ୍ଥିତିରେ, ଆପଣଙ୍କର କାର୍ଯ୍ୟ ପାଇଁ ମଧ୍ୟ ବାଧା ହୋଇପାରେ। ତା’ପରେ କଣ କରିବେ? ଏହାପରେ ଆପଣଙ୍କର ଧ୍ୟାନ ତୁରନ୍ତ ଏକ ଡିଜିଟାଲ ଫାଇନାନ୍ସ କମ୍ପାନୀର ବିଜ୍ଞାପନ ଉପରେ ପଡେ। ସେଠାରେ ଋଣ ଆବେଦନ ଶୀଘ୍ର ଅନୁମୋଦିତ ହୋଇଯାଏ। ଆପଣ କେବଳ ଆପ୍ ଡାଉନଲୋଡ୍ କରନ୍ତୁ, କିଛି KYC ଔଚାରିକତା ପୁରଣ କରନ୍ତୁ। ଏହାପରେ ଗୋଟିଏ କିମ୍ବା ଦୁଇଟି ଫୋନ ଆସେ। କିଛି ସୂଚନା ଆପଣଙ୍କଠାରୁ ନିଆଯାଇଥାଏ। ତା’ପରେ କିଛି ଘଣ୍ଟା ମଧ୍ୟରେ ଋଣ ଚୂଡାନ୍ତ ହୋଇଯାଏ ଏବଂ ଏହାର କିଛି ସମୟ ପରେ ଏହି ରାଶି ଆପଣଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ। ଅନଲାଇନ୍ ବ୍ୟକ୍ତିଗତ ଋଣ କମ୍ପାନୀଗୁଡିକର ଏହା ହେଉଛି ଚମତ୍କାର। ଆପଣଙ୍କୁ କିଛି ଘଣ୍ଟା ମଧ୍ୟରେ ଅନଲାଇନ୍ ଋଣ ଟ ମିଳିଗଲା, କିନ୍ତୁ ଏହି ଚମତ୍କାର ଆପଣ ପାଇଁ ମହଙ୍ଗା ପଡିପାରେ।…

Read More

ନୂଆଦିଲ୍ଲୀ: ଶୀତ ହେଉ କିମ୍ବା ଗ୍ରୀଷ୍ମ ହେଉ, ଲୋକମାନେ ସେମାନଙ୍କର ବିଦ୍ୟୁତ୍ ବିଲ୍ ପାଇଁ ଚିନ୍ତିତ। ଗ୍ରୀଷ୍ମ ଋତୁରେ ଉତ୍ତାପରୁ ରକ୍ଷା ପାଇବା ପାଇଁ ଲୋକମାନେ ଏସି ଏବଂ କୁଲର ବ୍ୟବହାର କରନ୍ତି। ଯେଉଁଥିପାଇଁ ଲୋକମାନେ ବଡ ବିଦ୍ୟୁତ୍ ବିଲ୍ ପାଆନ୍ତି। ତେଣୁ ଶୀତଦିନେ, ଲୋକମାନେ ଥଣ୍ଡାକୁ ଏଡାଇବା ପାଇଁ ଗିଜର, ରୁମ୍ ହିଟର ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ବ୍ୟବହାର କରନ୍ତି। ଯେଉଁଥିପାଇଁ ସେମାନଙ୍କର ବିଦ୍ୟୁତ୍ ବିଲ୍ ଯଥେଷ୍ଟ ବୃଦ୍ଧି ପାଇଥାଏ। ବଢୁଥିବା ବିଦ୍ୟୁତ୍ ବିଲ୍ ଦ୍ୱାରା ଅସୁବିଧାରେ ପଡିଥିବା ଅନେକ ଲୋକ ବିଭିନ୍ନ ବିକଳ୍ପ ଖୋଜୁଛନ୍ତି। ଏବଂ ସର୍ବୋତ୍ତମ ବିକଳ୍ପ ହେଉଛି ସୌର ପ୍ୟାନେଲ ସ୍ଥାପନ କରିବା। ଏଥିରେ ଆପଣଙ୍କୁ ବିଦ୍ୟୁତ୍ ବିଲ୍ ଦେବାକୁ ପଡିବ ନାହିଁ। ବାସ୍ତବରେ ଆପଣଙ୍କୁ ସରକାର ମଧ୍ୟ ସବସିଡି ପ୍ରଦାନ କରୁଛନ୍ତି। ଏଥିପାଇଁ ଭାରତ ସରକାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଚଳାଉଛନ୍ତି। ତେବେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଅଧୀନରେ ସୌର…

Read More

ନୂଆଦିଲ୍ଲୀ: ବାଂଲାଦେଶରେ ହୋଇଥିବା କ୍ଷମତା ପରିବର୍ତ୍ତନ ପରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ତଥା ଉତ୍ପୀଡନ ବିରୋଧରେ ସାରା ଦେଶରେ ବିରୋଧ ଚାଲିଛି। ଏହି ସମୟରେ ସାଧୁ ସନ୍ଥମାନଙ୍କ ସବୁଠୁ ବଡ ସଂଗଠନ ଅଖିଲ ଭାରତୀୟ ଅଖାଡା ପରିଷଦ ବର୍ତ୍ତମାନ ଏହାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଅଖାଡା ପରିଷଦ ଏହି ପ୍ରସଙ୍ଗରେ କଡା ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛି ଏବଂ ଏକ ଚେତାବନୀ ମଧ୍ୟ ଦେଇଛି ଯେ, ଯଦି ସେଠାରେ ସ୍ଥିତିର ସୁଧାର ଆସିବ ନାହିଁ ଏବଂ ସନ୍ଥ ଚିନ୍ମୟ ଦାସ ମୁକ୍ତ ନହୁଅନ୍ତି, ତେବେ ମହାକୁମ୍ଭକୁ ଆସୁଥିବା ସନ୍ଥ ମହାତ୍ମା ନାଗା ସାଧୁମାନେ ବାଂଲାଦେଶ ଯିବାକୁ ବାଧ୍ୟ ହେବେ। ବାଂଲାଦେଶ ପଦଯାତ୍ରା ସମ୍ପର୍କରେ ଅଖାଡା ପରିଷଦ ଏକ ସପ୍ତାହ ମଧ୍ୟରେ ପ୍ରୟାଗ ମହାକୁମ୍ଭରେ ଏକ ବଡ଼ ସଭା କରିବାକୁ ଯାଉଛି। ଏହି ସଭାରେ କେନ୍ଦ୍ର ସରକାରଙ୍କୁ କିଛି ଦିନ ସମୟ ଦିଆଯିବ ଏବଂ ଏହା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଭୁଟାନର ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକ୍ ଏବଂ ଭୁଟାନର ରାଣୀ ଜେତ୍‌ସୁନ୍ ପେମା ୱାଙ୍ଗ୍‌ଚୁକ୍‌ଙ୍କୁ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ମହାରାଜାଙ୍କୁ ଶୁଭେଚ୍ଛା ଜଣାଇବା ସହ ମାର୍ଚ୍ଚ ୨୦୨୪ରେ ତାଙ୍କର ଗସ୍ତ ସମୟରେ ସରକାର ଏବଂ ଭୁଟାନର ଲୋକମାନେ ଦେଇଥିବା ଭବ୍ୟ ଆତିଥ୍ୟକୁ ମନେ ପକାଇଥିଲେ। ପ୍ରଧାନମନ୍ତ୍ରୀ ଓ ମହାରାଜା ବିକାଶ ସହଯୋଗ, ସ୍ୱଚ୍ଛ ଶକ୍ତି ସହଭାଗିତା, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ମହାକାଶ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ତଥା ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଦ୍ୱିପାକ୍ଷିକ ସମ୍ପର୍କର ଉତ୍କୃଷ୍ଟ ସ୍ଥିତି ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ସମସ୍ତ କ୍ଷେତ୍ରରେ ଏହି ଆଦର୍ଶ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି। ନେତାମାନେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସଂଯୋଗକୁ ବଢ଼ାଇବା ପାଇଁ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଭୁଟାନର ବିକାଶକୁ ଅନୁଧ୍ୟାନ କରିବା ଏବଂ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୬ ତାରିଖ ଅପରାହ୍ଣ ପ୍ରାୟ ୩ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିବେ। ଉତ୍ତର-ପୂର୍ବ ଭାରତର ସାଂସ୍କୃତିକ ଜୀବନ୍ତତାକୁ ପ୍ରଦର୍ଶିତ କରିବାର ପ୍ରତିବଦ୍ଧତାକୁ ଏହି ମହୋତ୍ସବ ଦର୍ଶାଉଛି। ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ସାଂସ୍କୃତିକ ମହୋତ୍ସବ ଡିସେମ୍ବର ୬ରୁ ୮ ତାରିଖ ପର୍ଯ୍ୟନ୍ତ ହେବ। ଏହି ମହୋତ୍ସବ ଉତ୍ତର-ପୂର୍ବ ଭାରତର ବିଶାଳ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିବ, ଯେଉଁଥିରେ କି ପାରମ୍ପରିକ କଳା, ଶିଳ୍ପ ଏବଂ ସାଂସ୍କୃତିକ ପ୍ରଥାର ବିବିଧତାକୁ ଏକକାଳୀନ ଦେଖିବାକୁ ମିଳିବ। ପାରମ୍ପରିକ ହସ୍ତକଳା, ହସ୍ତତନ୍ତ, କୃଷି ଉତ୍ପାଦ ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଆର୍ଥିକ ସୁବିଧାକୁ ବଢ଼ାଇବା ପାଇଁ ଏହି ମହୋତ୍ସବରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ହେବ। ଏହି ମହୋତ୍ସବରେ କାରିଗରୀ ପ୍ରଦର୍ଶନୀ, ଗ୍ରାମୀଣ ହାଟ, ରାଜ୍ୟୱାରି ମଣ୍ଡପ ରହିବ। ଉତ୍ତର-ପୂର୍ବର ବିକାଶ ପାଇଁ ବିଭିନ୍ନ ମହତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରଯୁକ୍ତିଗତ ଅଧିବେଶନ ଅନୁଷ୍ଠିତ…

Read More

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପିଲିଭୀତରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଗୋଟିଏ କାର ଗଛରେ ପିଟି ହୋଇଛି। ଯାହାଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ଖଟିମା ଅଞ୍ଚଳର ଜମୋରରୁ ୧୨ ଜଣ ଲୋକ ଏକ କାରରେ ଆସି ସହରର କୋତୱାଲୀ ଅଞ୍ଚଳରେ ଚନ୍ଦାଇରେ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ। ବିବାହ ସମାରୋହ ପରେ ସେମାନେ ଘରକୁ ଫେରୁଥିଲେ ଯେତେବେଳେ କାରଟି ଟନକପୁର ରାଜପଥରେ ଥିବା ନ୍ୟୁରିଆ ପୋଲିସ ଷ୍ଟେସନ ପରିସରର ସଚିନ ଗୁଲ ଗାର୍ଡେନ ନିକଟରେ ଏକ ଗଛକୁ ଧକ୍କା ଦେଇଥିଲା, ଏହି କାରଣରୁ କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା ଏବଂ କାର ଭିତରେ ଥିବା ଲୋକମାନେ ପ୍ରାଣ ହରାଇଥିଲେ। ଦୁର୍ଘଟଣା ପରେ କାରର କବାଟ ଭାଙ୍ଗି ସମସ୍ତଙ୍କୁ ଜେସିବି ସାହାଯ୍ୟରେ ବାହାରକୁ ନିଆଯାଇଥିଲା ଯେଉଁଥିରେ ଚାରି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାକୁ ଦେଖିଲେ…

Read More

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ସିନାପାଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ତରଫରୁ ଡିଜିଟାଲ ପେମେଣ୍ଟ ସଚେତନତା ଅଭିଯାନ ଓ ସିବିଡ଼ିଶି, ୟୁପିଆଇ ଏବଂ ଡିଜିଟାଲ ଠକେଇ ନିବାରଣର ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି। ଦିନକୁ ଦିନ ରାଜ୍ୟରେ ରାଜ୍ୟ ବାହାରେ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ନିଜକୁ ବ୍ୟାଙ୍କ କର୍ମଚାରୀ କହି ଓଟିପି ମାଗି ପାସବୁକ ଖାଲି କରିଥାନ୍ତି।ଆଜି ନୂଆପଡ଼ା ଜିଲ୍ଲା ସ୍ଥିତ ସିନାପାଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏଲ ଡି ଓ, ଆର ବି ଆଇ ର ଅଧିକାରୀ ଅଭିଷେକ ପ୍ରାମାଣିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଲ ଡି ଏମ ଏସବିଆଇ ନୂଆପଡ଼ା ସୀତାରାମ ମେହେର, ଏଫଏଲସି ଏସବିଆଇ ନୂଆପଡ଼ା ରମେଶ କୁମାର ଠାକୁର, ସିନାପାଲି ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଉତ୍କଳ ରଞ୍ଜନ ପ୍ରଧାନ ମଞ୍ଚାସିନ ରହିଥିବା ବେଳେ ହେମନ୍ତ ବାଗ, ପରମେଶ୍ବର ମେହେର, ଅଜିତ…

Read More

ଭୁବନେଶ୍ଵର: ଜୀବେ ନିଷ୍ଠୁରତା ପ୍ରତିରୋଧ ନିମନ୍ତେ ସଚେତନତା ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। ଆମ ଚତୁଃପାର୍ଶ୍ବରେ ଥିବା ଜୀବଜନ୍ତୁ, ପଶୁପକ୍ଷୀଙ୍କ ପ୍ରତି ଆମର ଦାୟୀତ୍ବ ରହିଛି। ଆମେ ସେମାନଙ୍କ ପ୍ରତି ନିଷ୍ଠୁରତା ଆଚରଣ ନ କରି ସେମାନଙ୍କର ରକ୍ଷଣା ବେକ୍ଷଣ କରିବା ସହ ସେମାନଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରିବା ଉଚିତ। ଏଥିନିମନ୍ତେ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଧାଂଶୁ କୁମାର ଭୋଇ ଏକ ସଚେତନତା କର୍ମଶାଳା ରେ ଅଧ୍ୟକ୍ଷତାକରି କହିଥିଲେ। ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଡ଼ଃ ମନୋଜ କୁମାର ସାହୁ କହିଥିଲେ ଯେ, ଗୃହ ପାଳିତ ପଶୁମାନଙ୍କୁ ଠିକ ସମୟରେ ଖାଇବା ପିଇବାକୁ ଦେବା, ରୋଗ ହେଲେ ତାର ଚିକିତ୍ସା କରାଇବା, ଉପଯୁକ୍ତ ଯତ୍ନ ନେବା, ଠିକ ସମୟରେ ଟୀକା କରଣ କରାଇବା, ଦୂର ସ୍ଥାନକୁ ଜୀବଜନ୍ତୁ ମାନଙ୍କୁ ଯାନବାହନରେ ସ୍ଥାନାନ୍ତର କରାଇବାକୁ ଥିଲେ ନିକଟସ୍ଥ…

Read More

କେନ୍ଦ୍ରାପଡା: ତିନିମୁହାଣୀ ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣରୁ ବ୍ରହ୍ମଚାରୀ ବିଶ୍ୱଚୈତନ୍ୟ ମହାରାଜଙ୍କ ଅଧ୍ୟକ୍ଷତାରେ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ହିନ୍ଦୁ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏକ ବିଶାଳ ସମାବେଶ ଏବଂ ରାଲିର ଆୟୋଜନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀଭାବେ କନ୍ତିଆ ମଠାଧୀସ ସିଦ୍ଧାର୍ଥ ଶଂକର ଦାସ ମହାରାଜ, ଇସକନ୍ ମଠର ମଠାଧୀସ ବାବାଜୀ ହରେକୃଷ୍ଣ ଦାସଙ୍କ ସମେତ ସ୍ୱାମୀ ବିଶ୍ୱ ସ୍ୱରୂପା ଗିରୀ ମହାରାଜ, କଳାବୁଦା ଆଶ୍ରମର ସାଧୁ ବାବା ଗୁଣ୍ଡୁଚୀ ଦାସ ମହାରାଜ, ଛେଦରା ମଠର ମଠାଧିଶ ଯଶବନ୍ତ ଦାସ ଏବଂ ରାଜ ନଗରର ମହିମା ଅଲେଖ ଦାସ ମହାରାଜ ପ୍ରମୂଖ ଯୋଗଦେଇ ବାଂଗଲା ଦେଶରେ ହିନ୍ଦୁ ଲୋକ ମାନଙ୍କୁ ପ୍ରତି କରାଯାଉଥିବା ଅନ୍ୟାୟ, ଅତ୍ୟାଚାର ଏବଂ ବିଶେଷ କରି ହିନ୍ଦୁ ମହିଳା ମାନଙ୍କ ପ୍ରତି ଅତି ଅମାନବିୟ ଓ ଅକଥନୀୟ ଅତ୍ୟାଚାର କରି ହିନ୍ଦୁ ନାରୀ ମାନଙ୍କୁ ଯେଭଳି ଭାବରେ ଅତି ବର୍ବର…

Read More

ନୂଆଦିଲ୍ଲୀ: ଅଧ୍ୟକ୍ଷ ଜଗଦୀପ ଧନଖର ଗୃହକୁ ସୂଚନା ଦେଇଛନ୍ତି ଯେ, ଡିସେମ୍ବର ୨୦ ତାରିଖ ୨୦୨୪ ରେ ଗୃହ ମୁଲତବୀ ରଖିବା ପରେ ଚାମ୍ବରର ନିତ୍ୟ ବ୍ୟବହାର୍ଯ୍ୟ ଯାଞ୍ଚ ସମୟରେ ସଦସ୍ୟ ଅଭିଷେକ ମନୁ ସିଂଭିଙ୍କ ଆସନରେ ଏକ ନୋଟ ବିଡ଼ା ମିଳିଥିଲା। ଏହି ଘଟଣାର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି। ଏହି ଘୋଷଣା ଗୃହରେ ହଙ୍ଗମା ଆରମ୍ଭ ହୋଇଯାଇଛି। ପ୍ରଶ୍ନ ଉଠାଇଲେ ମଲ୍ଲିକାର୍ଜୁନ ଖଡଗେ: ଏହି ପ୍ରସଙ୍ଗରେ ମଲ୍ଲିକାର୍ଜୁନ୍ ଖଡଗେ କହିଛନ୍ତି ଯେ, ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଆମେ କୌଣସି ସଦସ୍ୟଙ୍କ ନାମ ନେବା ଉଚିତ୍ ନୁହେଁ। ଏହା ଉପରେ ଚେୟାରମ୍ୟାନ୍ କହିଛନ୍ତି ଯେ, ସେ ଏହି ଭାବନାକୁ ପ୍ରଶଂସା କରୁଛନ୍ତି। କିନ୍ତୁ ଗୃହରେ ବିତର୍କ ସମୟରେ ପ୍ରାୟ ପ୍ରତିଦିନ ଏହାକୁ ଉଲ୍ଲଂଘନ କରାଯାଏ। ଏହି ପ୍ରସଙ୍ଗରେ ବିଜେପି ସାଂସଦ ଜେପି ନଡ୍ଡା କହିଛନ୍ତି ଯେ, ବିରୋଧୀ ଦଳ ଭଲ ଭାବନା ଦେଖାଇବା ଉଚିତ। ସେ କହିଛନ୍ତି…

Read More

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ ଓ ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ରାଧାକାନ୍ତ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ବାଲୁଗାଁ, ବାଣପୁର, ନାଚୁଣି ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୧୧୭ ଲିଟର ଦେଶୀମଦ ଜବତ ହୋଇଥିବା ବେଳେ ଦୁଇ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ ସହିତ ଏକ ବାଇକ ଜବତ ହୋଇଛି। ଅଭିଯୁକ୍ତ ମାନେ ହେଲେ ସୁନଖଳା ଗ୍ରାମର ଶ୍ୱେତ ବେହେରାଙ୍କ ନିକଟରୁ ୯ ଲିଟର ଓ ଭୁସକା ପଡା ଗ୍ରାମର ଗୌରୀ ଶଙ୍କର ମହାନ୍ତିଙ୍କ ନିକଟରୁ ୧୦୮ ଲିଟର ଦେଶୀ ମଦ ଜବତ କରାଯାଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ପୃଥକ ଭାବେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲିଙ୍କ ସମେତ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସଦର ଥାନା ଅର୍ନ୍ତଗତ ବେନ୍ଦାଳିଆ ଗ୍ରାମର ଶ୍ରୀୟା ସେଠୀ ନାମ୍ନୀ ଜଣେ ୧୪ ବର୍ଷୀୟା ନାବାଳିକାର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ, ମୃତ ନାବାଳିକାର ମାଁ କିଛି ବର୍ଷ ପୂର୍ବେ କୌଣସି କାରଣରୁ ମୃତ୍ୟୁବରଣ କରିଥିଲେ। ଯାହା ଫଳରେ ପିତା ନୀର ସେଠୀ ଅନ୍ୟ ଜଣେ ମହିଳାଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ଏହାର କିଛି ମାସ ପରେ ସାପ କାମୁଡାରେ ନରୀଙ୍କ ଦେହାନ୍ତ ହେଇଯାଇଥିଲା। ପରବର୍ତ୍ତୀ ସମୟରେ ନରୀଙ୍କ ଦ୍ଵିତୀୟ ପତ୍ନୀ ପ୍ରଥମ ପତ୍ନିଙ୍କ ସାନ ଝିଅକୁ ଖାଇବାକୁ ନଦେଇ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲା ବୋଲି ନାବାଳିକାର ମାମୁଁ ଅଭିଯୋଗ କରିଛନ୍ତି। କିନ୍ତୁ ୮ ମ ଶ୍ରେଣୀ ଛାତ୍ରୀ ଶ୍ରୀୟା ସବୁଦିନ ଭଳି ରୀତିମତ ସ୍କୁଲକୁ ଯାଇ ସନ୍ଧ୍ୟା ବେଳେ ଘରକୁ ଆସିଥିଲା। ଏହାପରେ ପରିବାର ଲୋକେ ଘରକୁ ଆସି ଦେଖିଲେ ଯେ, ନାବାଳିକା ଜଣକ…

Read More