Author: SM Network

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ 2023 ମସିହାରେ ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା (MSSC) ଆରମ୍ଭ କରିଥିଲେ। ଡିସେମ୍ବର 3 ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ କହିଛନ୍ତି ଯେ, ଏହି ଯୋଜନା ଅଧୀନରେ ଅକ୍ଟୋବର 10, 2024 ପର୍ଯ୍ୟନ୍ତ 43,30,121 ଖାତା ଖୋଲାଯାଇଛି। ଯଦି ଆପଣ ମଧ୍ୟ ଏହି ସରକାରୀ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି ସୂଚନା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। MSSC ଅଧୀନରେ, ଯେକୌଣସି ମହିଳା ଚାହିଁଲେ ନିଜର ଆକାଉଣ୍ଟ ଖୋଲିପାରିବେ। ଯଦି ଝିଅଟି ନାବାଳକ, ତେବେ ପରିବାର ସଦସ୍ୟ କିମ୍ବା ଝିଅର ଅଭିଭାବକ ତାଙ୍କ ନାମରେ ଗୋଟିଏ ଆକାଉଣ୍ଟ ଖୋଲିପାରିବେ। ମାର୍ଚ୍ଚ 31, 2025 ଏହାର ଶେଷ ତାରିଖ। ଯୋଜନାର କିଛି ବିଶେଷ ବୈଶିଷ୍ଟ୍ୟ: ଏହି ଯୋଜନା ଅନ୍ତର୍ଗତ ଆକାଉଣ୍ଟ ଖୋଲିବା ପାଇଁ ସର୍ବନିମ୍ନ ପରିମାଣ 1000 ଟଙ୍କା ଏବଂ ସର୍ବାଧିକ 2 ଲକ୍ଷ…

Read More

ଭୁବନେଶ୍ଵର: ନୟାଗଡ଼ ଜିଲ୍ଲା ଗଣିଆ ଶିକ୍ଷକ ଭବନ ପରିସରରେ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ବେଣୁଧର ପଣ୍ଡା, ରାଜ୍ୟ ଉପସଭାପତି ହୃଷିକେଶ ମହାନ୍ତି, ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ କୁମାର ଖଟେଇ, ଜିଲ୍ଲା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ଆଞ୍ଚଳିକ ସାମ୍ବାଦିକ ସଂଘ ଗଣିଆର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ। ସାମ୍ବାଦିକ ରାମକୃଷ୍ଣ ରଥ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ଉପସ୍ଥିତ ସାମ୍ବାଦିକ ମାନେ ମତବ୍ୟକ୍ତ କରିବା ସହିତ ସାମ୍ବାଦିକ ସୁରକ୍ଷା ଆଇନ୍, ବୟସ୍କଙ୍କୁ ପେନସନ ପ୍ରଦାନ, ସ୍ବାସ୍ଥ୍ୟ…

Read More

ନୂଆଦିଲ୍ଲୀ: ଅଭିଷେକ ଶର୍ମା ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ସୟଦ ମୁସ୍ତାକ ଅଲି ଟ୍ରଫିର ଏକ ମ୍ୟାଚରେ ଏକ ବିସ୍ଫୋରକ ପାଳି ଖେଳିଛନ୍ତି। ପଞ୍ଜାବ ପାଇଁ ଖେଳୁଥିବାବେଳେ ଅଭିଷେକ ମାତ୍ର ୨୮ ବଲରେ ଶତକ ହାସଲ କରିଛନ୍ତି। ସେ ରାଜକୋଟରେ ମେଘାଳୟ ବିପକ୍ଷରେ ୧୧ ଛକା ମାରିଥିଲେ। ଅଭିଷେକଙ୍କ ଏହି ଇନିଂସ ଆଧାରରେ ପଞ୍ଜାବ ମେଘାଳୟକୁ ୭ ୱିକେଟରେ ପରାସ୍ତ କରିଛି। ଅଭିଷେକ ଦ୍ରୁତତମ ଶତକର ରେକର୍ଡ ସୃଷ୍ଟି କରିଛନ୍ତି। ବାସ୍ତବରେ ମେଘାଳୟ ପ୍ରଥମେ ବ୍ୟାଟିଂ କରି ୧୪୨ ରନ୍ ସ୍କୋର କରିଥିଲା। ଏହି ସମୟରେ ଅର୍ପିତ ୩୧ ରନ୍ ଇନିଂସ ଖେଳିଥିଲେ। କ୍ୟାପଟେନ ଆକାଶ ଚୌଧୁରୀ ମାତ୍ର ୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହି ସମୟ ମଧ୍ୟରେ ପଞ୍ଜାବ ପାଇଁ ବୋଲିଂ କରୁଥିବା ରମଣଦୀପ ସିଂ ୨ଟି ୱିକେଟ୍ ନେଇଥିଲେ। କ୍ୟାପଟେନ ଅଭିଷେକ ଶର୍ମା ମଧ୍ୟ ୨ ୱିକେଟ୍ ନେଇଥିଲେ। ସେ ଅଲରାଉଣ୍ଡର ଭୂମିକାରେ…

Read More

ନୂଆଦିଲ୍ଲୀ: ସଂସଦରେ ଅଦାନୀ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବା ପାଇଁ କଂଗ୍ରେସ ଦଳ ନିରନ୍ତର ଚେଷ୍ଟା କରୁଛି। ସେପଟେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ସଂସଦରେ କ’ଣ ଘଟୁଛି ଆପଣ ସମସ୍ତେ ଦେଖୁଛନ୍ତି। ଦେଶର ଅର୍ଥନୀତିକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ଷ୍ଟକ ମାର୍କେଟକୁ ଟାର୍ଗେଟ କରାଯାଉଛି। ଭାରତୀୟ ଶିଳ୍ପପତିମାନଙ୍କୁ ଟାର୍ଗେଟ କରାଯାଉଛି। କିଛି ବାହିନୀ ଭାରତ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ‘ରାହୁଲ ଗାନ୍ଧୀ ଜଣେ ଦେଶଦ୍ରୋହୀ’: ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ସଂସଦର ସଦସ୍ୟ। LOP ରାହୁଲ ଗାନ୍ଧୀ ଜଣେ ଦେଶଦ୍ରୋହୀ। ଜର୍ଜ ସୋରୋସ୍ ଓପନ୍ ସୋସାଇଟିକୁ ପାଣ୍ଠି ଦିଅନ୍ତି। ସେମାନେ ଦେଶ ବିରୋଧରେ ପ୍ରଚାର ପ୍ରସାର କରିଥିଲେ। ଏହି ପ୍ରସଙ୍ଗ ଗମ୍ଭୀର ଅଟେ ଏହା ଦେଶର ଏକତା ଏବଂ ସାର୍ବଭୌମତ୍ୱର ଏକ ପ୍ରସଙ୍ଗ। କିଛି ଶକ୍ତି ଭାରତ ଭାଙ୍ଗିବାକୁ ଚାହୁଁଛନ୍ତି।…

Read More

ନୂଆଦିଲ୍ଲୀ: ଆଜି ସଂସଦର ଶୀତ ଅଧିବେଶନର ନବମ ଦିନ। ଆଜି ବି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହରେ ଆଲୋଚନା ପାଇଁ ରଖାଯିବ। ଏହା ବ୍ୟତୀତ ବିରୋଧୀ ଦଳ କଂଗ୍ରେସ ଅଦାନୀ ପ୍ରସଙ୍ଗରେ ପ୍ରଦର୍ଶନ କରୁଛି। କଂଗ୍ରେସ ସାଂସଦମାନେ କଳା ଜ୍ୟାକେଟ ପିନ୍ଧି ବିରୋଧ କରୁଛନ୍ତି। ଜ୍ୟାକେଟରେ ଲେଖାଯାଇଛି ଯେ, ‘ମୋଦୀ ଏବଂ ଆଦାନୀ ଏକ’। ବିରୋଧୀ ସାଂସଦମାନେ ଅଦାନୀ ମାମଲାକୁ ନେଇ ସଂସଦ ପରିସରରେ ବିରୋଧ କରିଛନ୍ତି। କିନ୍ତୁ ଏହି ପ୍ରତିବାଦରେ ଟିଏମସି ଏବଂ ଏସପି ସାଂସଦମାନେ ସାମିଲ ହୋଇନାହାନ୍ତି।

Read More

ଭୁବନେଶ୍ଵର: ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟର ଆୟୋଜନରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ଉତ୍ସବ। ଏହି କ୍ରୀଡ଼ା ଉତ୍ସବରେ ପଚାଶ ଗୋଟି ମହାବିଦ୍ୟାଳୟ ଏବଂ ପ୍ରାୟ ୨୫୦ କ୍ରୀଡ଼ାବିତ ଭାଗ ନେଇଛନ୍ତି। ଉଦ୍ଘାଟନୀ ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ନିବେଦିତା ନାଥ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କ୍ରୀଡ଼ା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଅଧ୍ୟାପକ ହରିହର ବେସରା ଏବଂ ଛାତ୍ରମାନେ ପ୍ରଭୁ କୋଶଳେଶ୍ୱରଙ୍କଠାରୁ ବିଜୟ ମଶାଲ କୁଳପତି ମହୋଦୟାଙ୍କୁ ପ୍ରଦାନ ପୂର୍ବକ କ୍ରୀଡା ମହୋତ୍ସବ ଆରମ୍ଭ ହୋଇଥିଲା। ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦ୍ଦେଶକ ଡ଼.ଘନଶ୍ୟାମ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଥିଲେ। ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ ରଣବୀର ସିଂ ମହାବିଦ୍ୟାଳୟର କ୍ରୀଡ଼ାଭିତ୍ତିକ ଗୌରବପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ। କ୍ରୀଡା ବିଭାଗ ଅଧ୍ୟାପକ ଡ଼ ସରୋଜ କୁମାର ପଣ୍ଡା କ୍ରୀଡା ଉତ୍ସବ ପ୍ରାରମ୍ଭ କରିଥିଲେ। କୁଳପତି ଡ଼ ନିବେଦିତା ନାଥ ଏବଂ ଡ଼ ଘନଶ୍ୟାମ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ଚୈତନ୍ୟପଡା ପେଟ୍ରୋଲ ପମ୍ପ ନିକଟରେ ଆସ୍କା ଅଭିମୁଖେ ଯାଉଥିବା ଏକ ଗ୍ୟାସ ବୋଝେଇ ଗାଡ଼ିର ମୁହାଁମୁହିଁ ଧକ୍କା ଫଳରେ ବ୍ରହ୍ମପୁର ଫେରୁଥିବା ସ୍କୁଟି ଚାଳକ ଗୟା ଦାସ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପଛରେ ବସିଥିବା ପିଣ୍ଟୁ ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ହିଞ୍ଜିଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ି ଜବତ ସହ ମୃତ ଗୟାଙ୍କ ଶବକୁ ଉଦ୍ଧାର କରିଛି। ଗୁରୁତର ପିଣ୍ଟୁକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଗ୍ୟାସ ବୋଝେଇ ଗାଡ଼ି ଚାଳକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ କିଛି ମାସ ହେଲା ବିଭିନ୍ନ ପ୍ରକାର ଠକଙ୍କ ପ୍ରଭାବ ବିସ୍ତାର ଯୋଗୁଁ ବହୁତ ନୀରିହ ଲୋକ ସର୍ବସ୍ବାନ୍ତ ହୋଇଛନ୍ତି। କାର୍ଯ୍ୟାନୁଷ୍ଠାନସ୍ୱରୂପ ବିଭିନ୍ନ ଠକ ମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ବିଭିନ୍ନ ସରକାରୀ ଅନୁଷ୍ଠାନରେ ଚାକିରି କରାଇବା ଲୋଭରେ କିଛି ଚତୁର ଠକ ବହୁ ବେରୋଜଗାର ଯୁବକମାନଙ୍କ ଠାରୁ କୋଟି କୋଟି ଟଙ୍କା ଠକି ମଜା ନେଉଥିବାର ଖବର ମିଳୁଛି। ତେବେ ପୋଲିସ ଠକ ମାନଙ୍କୁ ବିଭିନ୍ନ ସ୍ଥାନରୁ କାବୁ କରି ବିଭିନ୍ନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୁତ୍ରରୁ ପ୍ରକାଶ ଯେ, ବ୍ରହ୍ମପୁର ସହରର ସନ୍ତୋଷ ସାହୁ ନାମକ ଜଣେ ଯୁବକ ସରକାରୀ ଚାକିରୀ ଅନୁସନ୍ଧାନରେ ଥିବାବେଳେ ଆସ୍କା କାଳଷଣ୍ଢପୁରର ହୃଦୟାନନ୍ଦ ମୁନି ନାମକ ଜଣେ ଯୁବକଙ୍କ ନିକଟରେ ପହଞ୍ଚିଥିଲେ। ସେହି ଯୁବକଙ୍କ ଠାରୁ ହୃଦୟାନନ୍ଦ ମୁନି ରାଜ୍ୟ ସଚିବାଳୟରେ ତୃତୀୟ ଓ ଚତୁର୍ଥ…

Read More

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ୧୬ନଂ ଜାତୀୟ ରାଜପଥ ସୂର୍ଯ୍ୟନାରାୟଣପୁର ଛକ ଠାରେ ଏକ ଟ୍ରକରେ ବୋଝେଇ ଥିବା ଭାରତ ପେଟ୍ରୋଲିୟମ ଗ୍ୟାସ ସିଲିଣ୍ଡରରେ କୌଣସି କାରଣରୁ ନିଆ ଲାଗି ଯାଇଥିଲା। ଖବର ପାଇ ଦୁଇଟି ଦମକଳ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ଜାତୀୟ ରାଜପଥରେ ଅଟକ ରହିଛି ଗାଡି। ଗାଡିଟି ଖୋର୍ଦ୍ଧାରୁ ୪ଶହରୁ ଉର୍ଦ୍ଧ୍ଵ ଗ୍ୟାସ ସିଲିଣ୍ଡର ଧରି ବ୍ରହ୍ମପୁର ଆସୁଥିଵା ବେଳେ ଏହି ଘଟଣା ଘଟିଥିଲା। ଘଟଣାର ଖବର ପାଇ ଜିଲ୍ଲା ପ୍ରଶାସନ ଅଧିକାରୀ, ପୋଲିସ, ଦୁଇଟି ଦମକଳ ବାହିନୀ ଗାଡି ପହଂଚି ନିଆଁକୁ ଆୟତ କରିଥିଲେ। ବର୍ତ୍ତମାନ ସ୍ଥିତି ଠିକ ରହିଛି। ଏକ ବଡ଼ ଦୃଘଟଣାକୁ ଏଡେଇ ଦିଆଯାଇଛି।

Read More

ଭୁବନେଶ୍ଵର: ରାଜ୍ୟ ଜିଲ୍ଲା ପରିଷଦ ସଂଘ ପକ୍ଷରୁ ନୟାଗଡ଼ ଜିଲା ପରିଷଦ ସୃଜନ ସଭାଗୃହରେ ବୈଠକ ହେବା ସହ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ରାଜ୍ୟ ସଂଘ ସଭାପତି ତଥା ନୟାଗଡ଼ ତତ୍ତ୍ଵାବଧାନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ଆକ୍ଟ ଆଣ୍ଡ ରୁଲକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ପଞ୍ଚାୟତରାଜ ବ୍ୟବସ୍ଥାରେ ରହିଥିବା ଜିଲ୍ଲା ପରିଷଦ ଆକ୍ଟ ଆଣ୍ଡ ରୁଲ୍ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସଂଘ ସମ୍ପାଦକ ତ‌ଥା ଦେବଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନଙ୍କ ସମେତ ୨୪ଟି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସାମିଲ ହୋଇଥିଲେ। ଏହା ପରେ ବଲାଙ୍ଗୀର ପାର୍କ ପରିଦର୍ଶନ କରିବା ସହ ମା’ ଦକ୍ଷିଣକାଳୀଙ୍କ ଦର୍ଶନ କରିଥିଲେ। ଜିଲ୍ଲା ପାଠାଗାର ଅଧ୍ୟୟନ ପରିଦର୍ଶନ କରିବା ସହ ଏହା ଅତ୍ୟନ୍ତ ଉଚ୍ଚକୋଟୀର ବୋଲି ମତ ରଖିଥିଲେ। ଏହାପରେ ଶରଣକୂଳ ଲଡୁବାବାଙ୍କ ଦର୍ଶନ…

Read More

ଭୁବନେଶ୍ଵର: ନୂଆପଡା ଲୁକୁପାଳି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୩୫୩ ନମ୍ୱର୍ ଜାତୀୟ ରାଜପଥରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇ ଦୁର୍ଘଟଣା ହୋଇଥିଲା। ୨ ଜଣଙ୍କର ମୁତ୍ୟୁ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଥିଲେ। ଦମକଳ ବାହିନୀ ଆସି ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Read More

ଭୁବନେଶ୍ୱର: ଓମ୍ଫେଡ୍ କାର୍ଯ୍ୟର ସମୀକ୍ଷା କଲେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ। ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓମ୍ଫେଡର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଦୁଗ୍ଧ ସଂଗ୍ରହ, ପ୍ରକ୍ରିୟାକରଣ, ଉତ୍ପାଦନ, ବିକ୍ରି, ବିଭିନ୍ନ ସମସ୍ୟା ଓ ତାର ସମାଧାନ ଆଦି ସଂପର୍କରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ଏହି ସମୀକ୍ଷା ବୈଠକରେ ଓମ୍ଫେଡ୍ ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୁଧବାର ମଧ୍ୟାହ୍ନରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଓମ୍ଫେଡ୍ କାର୍ଯ୍ୟର ସମୀକ୍ଷା କରିଥିଲେ। ଓମ୍ଫେଡର ଦୁଗ୍ଘ ସଂଗ୍ରହ, ବିକ୍ରୟ, ପ୍ରକ୍ରିୟାକରଣ, ନୂତନ ପ୍ରକଳ୍ପ, ସଂପ୍ରସାରଣ ଆଦି ସଂପର୍କରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଓମ୍ଫେଡ୍ ପରିଚାଳନା ନିର୍ଦେଶକ  ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ଆଗାମୀ ଦିନରେ ଆଉ…

Read More

ପୁରୀ: ନୌସେନା ସମାରୋହ ସମୟରେ ପୁରୀ ବେଳାଭୂମି ଆକାଶରେ ଯୁଦ୍ଧର ଭ୍ରମ ସୃଷ୍ଟି ହୋଇଥିଲା। କମାଣ୍ଡରମାନେ ଯୁଦ୍ଧ ବିମାନକୁ ଚମତ୍କାର ଭାବେ ପ୍ରଦର୍ଶନ କରିଥିଲେ। ଚେତକ୍ ଓ ସି-କିଙ୍ଗ୍ ହେଲିକପ୍ଟର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ। ଆକାଶର ପୃଷ୍ଠ ଚିରି ବିମାନଗୁଡିକ ଯୁଦ୍ଧର କୌଶଳ ପ୍ରଦର୍ଶନ କରିଥିଲେ। ଆକାଶରୁ ଗୁଳିଗୋଳା ବର୍ଷଣର ଦୃଶ୍ୟ ବେଶ୍ ଚିତ୍ତାକର୍ଷଣ ଥିଲା । ଅତ୍ୟାଧୁନିକ, ସ୍ୱଦେଶୀ ଯୁଦ୍ଧବିମାନଗୁଡିକ ମଧ୍ୟ ଲୋକଙ୍କୁ ମୁଗ୍ଧ କରିଥିଲା। ଏୟାରକ୍ରାଫ୍ଟ, ଲଢୁଆ ଜେଟଗୁଡିକର ଶବ୍ଦ ପୁରୀ ଆକାଶରେ ଘୋ ଘା ଶବ୍ଦ ସୃଷ୍ଟି କରିଥିଲା। ବିମାନଗୁଡିକ ଶୃଙ୍ଖଳିତ ଭାବେ ବିଭିନ୍ନ ଦୃଶ୍ୟ ଆକାଶରେ ତିଆରି କରିଥିଲେ। ଆକାଶରେ ଏଭଳି ଅଦ୍ଭୁତ ଦୃଶ୍ୟ ଦେଖି ଦର୍ଶକଙ୍କ ମଧ୍ୟରେ ଶିହରଣ ସୃଷ୍ଟି ହୋଇଥିଲା।

Read More

ନୂଆଦିଲ୍ଲୀ: ଏହି ସପ୍ତାହ ଭାରତ ଏବଂ ଅଷ୍ଟ୍ରେଲିଆ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଉଭୟ ଦେଶର ପୁରୁଷ ଏବଂ ମହିଳା ଦଳ ପରସ୍ପର ବିପକ୍ଷରେ ମୁହାଁମୁହିଁ ହେବେ। ଦ୍ୱିତୀୟ ଟେଷ୍ଟ ପାଇଁ ଭାରତ ପୁରୁଷ ଦଳ ଶୁକ୍ରବାର ଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ଲଢେଇ କରିବ। ମହିଳା ଦଳ ODI ସିରିଜ୍ ଆରମ୍ଭ କରିବ। ହରମନପ୍ରୀତ କୌରଙ୍କ ନେତୃତ୍ଵାଧୀନ ଟିମ୍ ଇଣ୍ଡିଆ ବ୍ରିସବେନରେ ପ୍ରଥମ ଦିନିକିଆ ଖେଳିବ। ପ୍ରଶଂସକମାନେ ଏହି ମ୍ୟାଚ୍ ଲାଇଭ୍ ଟିଭି ଏବଂ ମୋବାଇଲରେ ଦେଖିପାରିବେ। ମହିଳା କ୍ରିକେଟ୍ ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟି ODI ମ୍ୟାଚ୍ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ଗୁରୁବାର ବ୍ରିସବେନରେ ଖେଳାଯିବ। ଏହା ପରେ ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ବ୍ରିସବେନରେ ମଧ୍ୟ ଖେଳାଯିବ। ଏହାର ODI ସିରିଜର ଶେଷ ମ୍ୟାଚ୍ 11 ଡିସେମ୍ବରରେ ପର୍ଥରେ ଖେଳାଯିବ। ଏହି ତିନୋଟି ମ୍ୟାଚ୍ ର ସମୟ…

Read More

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ପୂର୍ବ ଭାରତରେ ପ୍ରଥମ ତଥା ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଫୋର୍‌ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦ୍ଘାଟିତ ହୋଇଯାଇଛି। ଶାରୀରିକ ଚିକିତ୍ସା ଏବଂ ପୁନର୍ବାସ ବିଭାଗ (ପିଏମଆର) ପକ୍ଷରୁ ଅର୍ନ୍ତଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏକାଧିକ ବ୍ୟବସ୍ଥା ଥିବା ଏହି ଲ୍ୟାବ୍‌ର ଶୁଭାରମ୍ଭ କରିଛନ୍ତି। ନୂତନ ଭାବେ ପ୍ରତିଷ୍ଠିତ ଏହି ଲ୍ୟାବ୍‌ରେ ପ୍ରୋ‌ଷ୍ଥେଟିକ୍‌ ଏବଂ ଅର୍ଥୋଟିକ୍ ସେବା, ଅକୁପେସନାଲ୍‌ ଚିକିତ୍ସା, ଫିଜିଓଥେରାପି ୟୁନିଟ୍ ସମେତ ଅନ୍ୟାନ୍ୟ ଏକାଧିକ ଆନୁସଙ୍ଗିକ ସେବା ଉପଲବ୍ଧ ହେବ। ଏହି ସମସ୍ତ ସୁବିଧାଗୁଡ଼ିକର ଏକୀକରଣ ଦ୍ୱାରା ସାମଗ୍ରୀକ ରୋଗୀ ସେବା କ୍ଷେତ୍ରରେ ପିଏମଆର୍‌ ବିଭାଗ ଆହୁରି ଅଧିକ ଦୃଢ଼ ହେବ। ଏହି ଲ୍ୟାବ୍‌ ଏମ୍‌ସ ଭୁବନେଶ୍ୱରକୁ ଚିକିତ୍ସା ନିମନ୍ତେ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ପ୍ରକାରର ଉଚ୍ଚମାନର ବ୍ୟକ୍ତିଗତ ପୁନର୍ବାସ ସେବା ଯୋଗାଇବାରେ ସକ୍ଷମ ହେବ। ଲୋକୋମୋଟର ଅକ୍ଷମତା, ମାଂସପେଶୀ-ସ୍କେଲେଟାଲ୍ ଅବସ୍ଥା ଏବଂ କ୍ରୀଡ଼ା ଆଘାତଜନୀତ ଚିକିତ୍ସା…

Read More

ଚିଲିକା: ଭୁଜାଲି ଚୋଟରେ ରାଜସ୍ୱ କର୍ମଚାରୀ ଗୁରୁତର ହୋଇଛନ୍ତି। ଗୁରୁତର କର୍ମଚାରୀ ହେଲେ ମନୋଜ ହରିଚନ୍ଦନ (୪୬ ବର୍ଷ)। ଚିଲିକା ତହସିଲ କାର୍ଯାଳୟ ଅନ୍ତର୍ଗତ ସୋରଣ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ପିଅନ ଭାବେ ସେ କାମ କରୁଛନ୍ତି। ସୂଚନା ଅନୁଯାୟୀ, ଜାଗା ବାଡ଼ି ମାପ ଚିହ୍ନଟକୁ ନେଇ ତହସିଲ କାର୍ଯ୍ୟାଳୟ ପକ୍ଷରୁ ମନୋଜ ହରିଚନ୍ଦନ ନୋଟିସ ପ୍ରଦାନ କରିଥିଲେ। ଏହାକୁ ନେଇ ଅଭିଯୁକ୍ତଜଣଙ୍କ ଉତ୍ତ୍ୟକ୍ତ ହୋଇପଡିଥିଲେ। ଯେତେବେଳେ ମନୋଜ ଅଫିସ ଗେଟ ଖୋଲିଥିଲେ, ସେତେବେଳେ ଟୁଟୁ ମହାରଣା ନାମକ ବ୍ୟକ୍ତି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଭୁଜାଲି ଚୋଟ ଯୋଗୁଁ ବେକ, ହାତ, ଛାତି, ଗୋଡ଼, ପେଟରେ ତାଙ୍କର ଗଭୀର କ୍ଷତ ଲାଗିଥିଲା। ଏହା ଯୋଗୁଁ ତାଙ୍କର ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ଏହାପରେ ସେ ଅତି ଗୁରୁତର ହେବାରୁ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ଟାଙ୍ଗୀ ପୋଲିସ…

Read More

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଓଡିଶା ଗସ୍ତର ତୃତୀୟ ଦିନ। ଗତକାଲି ଅର୍ଥାତ ଦ୍ଵିତୀୟ ଦିନରେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବରେ ଯୋଗଦେଇଥିଲେ। ଏହାପରେ ପୁରୀର ବ୍ଲୁ ଫ୍ଲାଗ ବିଚରେ ଅନୁଷ୍ଠିତ ନୌସେନା ଦିବସର ପରାକ୍ରମ ପ୍ରଦର୍ଶନ ଉତ୍ସବରେ ଯୋଗଦେଇଥିଲେ। ତେବେ ଆଜି ଅର୍ଥାତ ତୃତୀୟ ଦିନରେ ରାଷ୍ଟ୍ରପତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହାପରେ ସେ ଭୁବନେଶ୍ୱରରେ ନ୍ୟାୟିକ ଅଦାଲତର ନୂଆ ଅଟ୍ଟାଳିକାକୁ ଉଦଘାଟନ କରିବେ। ଡିସେମ୍ବର ୬ ତାରିଖରେ ରାଷ୍ଟ୍ରପତି ଉପରବେଡାଠାରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହ ମତବିନିମୟ କରିବେ। ସେହିଦିନ ରାଇରଙ୍ଗପୁରଠାରେ ସେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ ସହ କଥା ହେବେ। ଡିସେମ୍ବର ୭ ତାରିଖରେ ରାଷ୍ଟ୍ରପତି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁରମରା-ଚକୁଳିଆ; ଏବଂ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନ୍; ଆଦିବାସୀ ଗବେଷଣା…

Read More

ମେଷ- ରାଜ୍ୟ ସହଯୋଗରେ କାର୍ଯ୍ୟ ସମାପ୍ତ ହେବ। ବ୍ୟବସାୟରୁ ଅନୁକୂଳ ଲାଭ ଦେବ। ବୈବାହିକ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ। ସମୟ ସୁସଙ୍ଗତତା ମିଳିବ । ଦିନ ସାରା ଅଳସୁଆ ହେବେ। ଘରେ ଶାନ୍ତି ଏବଂ ସୁଖ ରହିବ। ଉପକୃତ ହେବ । ବୃଷ- ଜମି ଏବଂ ଅଟ୍ଟାଳିକା ବିକ୍ରୟ ଏବଂ କ୍ରୟ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିବାଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ। ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ। ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ…

Read More

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ଝାଡ଼ିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଖୋର୍ଦ୍ଧା ଜଳସେଚନ ବିଭାଗ। ବର୍ଜ୍ୟବସ୍ତୁ/ପୁରୁଣା ବର୍ଜ୍ୟବସ୍ତୁ କୁ ମାଇକ୍ରୋ କମ୍ପୋଷ୍ଟ ୟୁନିଟ ଏବଂ ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି ପ୍ଲାଣ୍ଟ ରେ ପକାଇବା ପରିବର୍ତ୍ତେ ଗାଲୁଆ ଛକ ଏବଂ ସତସଙ୍ଗ ବିହାର କେନାଲ ରୋଡରେ ଗଦାଇବା ଏବଂ ଜାଳିବା ଅଭିଯୋଗରେ ତଦନ୍ତ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଉକ୍ତ ବୋର୍ଡର ଅଧିକାରୀ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି ଯାହାଫଳରେ ଗତକାଲି ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣିଙ୍କୁ ପତ୍ର ସଂଖ୍ୟା ୩୮୦୯ ଜରିଆରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉକ୍ତ ରିପୋର୍ଟ ପ୍ରଦାନ କରିବା ସହ ତୁରନ୍ତ ଉକ୍ତ ସ୍ଥାନଗୁଡ଼ିକରୁ ବର୍ଜ୍ୟବସ୍ତୁକୁ ମାଇକ୍ରୋ କମ୍ପୋଷ୍ଟ ୟୁନିଟ(ଏମସିସି)ଏବଂ ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି(ଏମଆରଏଫ)ପ୍ଲାଣ୍ଟକୁ ସ୍ଥାନାନ୍ତର କରିବା ପାଇଁ ଅନୁରୋଧ କରିଛି। ସୂଚନା ମୁତାବକ ଗତ ଅକ୍ଟୋବର ୯ ଏବଂ…

Read More

ଭୁବନେଶ୍ଵର: ଲୋକଲୋଚନକୁ ଆସିପାରିନଥିବା ଆୟୁର୍ବେଦ ଉପଚାର ପଦ୍ଧତି ସମ୍ପର୍କରେ ଅଧିକ ଗବେଷଣା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଗବେଷଣା ଯେ କୌଣସି ପଦ୍ଧତିର ବୈଜ୍ଞାନିକ ଭିତ୍ତିକୁ ପ୍ରମାଣ କରିବାକୁ ସକ୍ଷମ ହୋଇଥାଏ। ଏହି ପ୍ରମାଣ ଜନସାଧାରଣରେ ଆସ୍ଥା ବୃଦ୍ଧି କରେ ଏବଂ ଆସ୍ଥା ଗ୍ରହଣୀୟତାର ମାର୍ଗକୁ ପ୍ରଶସ୍ତ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ଆଜି ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହିରକ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଅଧିକ ଗବେଷଣା ଦ୍ବାରା ପ୍ରାଚୀନ ଆୟୁର୍ବେଦ ଚିକିତ୍ସା ପଦ୍ଧତି ବିଶ୍ବରେ ଅଧିକ ମାତ୍ରାରେ ଆଦୃତ ହୋଇପାରିବ। ଆଦିବାସୀ ସମ୍ପ୍ରଦାୟରେ ମଧ୍ୟ ଏକ ଚିକିତ୍ସା ପଦ୍ଧତି ପ୍ରଚଳିତ ଅଛି। ସେହିସବୁ ପଦ୍ଧତି ସମ୍ପର୍କରେ ତାଙ୍କର କିଞ୍ଚିତ ପରିଚୟ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଏହିସବୁ ଚିକିତ୍ସା ଜ୍ଞାନ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି। ସେହି ଚିକିତ୍ସା ପଦ୍ଧତିର ବୈଜ୍ଞାନିକ ଭିତ୍ତି ଅନ୍ବେଷଣ ପାଇଁ ସେ ଛାତ୍ରଛାତ୍ରୀମାନଙ୍କ…

Read More

ନୂଆଦିଲ୍ଲୀ: ଶୀତଦିନେ ଚର୍ମ ବେଳେବେଳେ ନିଷ୍କ୍ରିୟ ଏବଂ ଦୁର୍ବଳ ଦେଖାଯାଏ। ଏହାର ସବୁଠାରୁ ବଡ କାରଣ ହେଉଛି ପାଣିପାଗ। ଶୀତ ଋତୁରେ, ଆପଣଙ୍କ ଚର୍ମର ବିଶେଷ ଯତ୍ନ ନେବା ଆବଶ୍ୟକ। ଏପରି ପରିସ୍ଥିତିରେ କଞ୍ଚା କ୍ଷୀର ଆପଣଙ୍କ ଚର୍ମର ଯତ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଆସନ୍ତୁ ଆପଣଙ୍କୁ କହିବା ଯେ, କଞ୍ଚା କ୍ଷୀରରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍, ସେଲେନିୟମ୍ ଏବଂ ଲାକ୍ଟିକ୍ ଏସିଡ୍, ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ ଇତ୍ୟାଦି ପୋଷକ ତତ୍ତ୍ୱ ରହିଥାଏ। ଏହା ଚର୍ମ ପାଇଁ ଅନେକ ଉପାୟରେ ବହୁତ ଲାଭଦାୟକ। ଏହା ଶୀତଦିନେ ଶୁଷ୍କ ଏବଂ ଜୀବନ୍ତ ଚର୍ମ ଚମକିବା ଏବଂ ନରମ କରିବାରେ ସାହାଯ୍ୟ କରେ। ଏହାର ଆଣ୍ଟି ଏଜିଙ୍ଗ୍ ଗୁଣ ମଧ୍ୟ ଅଛି ଯାହା ଚେହେରାରେ କୁଞ୍ଚନ ଏବଂ ସୂକ୍ଷ୍ମ ରେଖା ହଟାଇବାରେ ସାହାଯ୍ୟ କରେ। ତେବେ ଆସନ୍ତୁ ଜାଣିବା ଶୀତଦିନେ କଞ୍ଚା କ୍ଷୀର କିପରି ବ୍ୟବହାର କରାଯାଇପାରିବ…. ମଶ୍ଚରାଇଜର ଭାବରେ ବ୍ୟବହାର କରନ୍ତୁ: କଞ୍ଚା…

Read More