ରଣପୁର: ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ ଆସନ୍ତା ୮ ତାରିଖ ରବିବାର ଦିନ କଳିଙ୍ଗ ଲୋଟସ ସେଣ୍ଟ୍ରାଲ ଏକାଡେମୀ, ରଣପୁର ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଏକାଡେମୀ ପରିସରରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରାର ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରି ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରା ସଭାପତି ଡ. ବିଜୟ କୁମାର ଚୌଧୁରୀ, ସହ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ,ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ସମେତ ବରିଷ୍ଠ ଶିକ୍ଷାବିତ୍ ତଥା ଗୀତିକାର ବିରଞ୍ଚି ନାରାୟଣ ତ୍ରିପାଠୀ, ଏକାଡେମୀ ନିର୍ଦ୍ଦେଶକ ତଥା ଶିକ୍ଷାବିତ୍ ଗଦାଧର ବେଉରା, ଶିକ୍ଷାବିତ୍ ସୁଶୀଲ କୁମାର ରଣା ପ୍ରମୁଖ ଯୋଗଦାନ…
Author: SM Network
ନୂଆଦିଲ୍ଲୀ: ହିନ୍ଦୁ ସେନାର ରାଷ୍ଟ୍ରୀୟ ସଭାପତି ବିଷ୍ଣୁ ଗୁପ୍ତା ଭାରତର ପ୍ରତ୍ନତତ୍ତ୍ୱ ବିଭାଗର ମହାନିର୍ଦ୍ଦେଶକଙ୍କୁ ଏକ ପତ୍ର ଲେଖି ଦିଲ୍ଲୀ ଜାମା ମସଜିଦର ସର୍ଭେ ଦାବି କରିଛନ୍ତି। ବିଷ୍ଣୁ ଗୁପ୍ତା କହିଛନ୍ତି ଯେ, “ଔରଙ୍ଗଜେବ ଯୋଧପୁର ଏବଂ ଉଦୟପୁରର କୃଷ୍ଣ ମନ୍ଦିରକୁ ଭାଙ୍ଗି ଦେଇଛନ୍ତି। ମୂର୍ତ୍ତିଗୁଡ଼ିକର ଅବଶିଷ୍ଟାଂଶ ଦିଲ୍ଲୀର ଜାମା ମସଜିଦ ସିଡ଼ିରେ ଉପସ୍ଥିତ। ଏହାର ପ୍ରମାଣ ସାକି ମୁସ୍ତାକ୍ ଖାନଙ୍କ ଔରଙ୍ଗଜେବ ଉପରେ ଲେଖାଯାଇଥିବା ‘ମସିର-ଇ-ଆଲମଗିରି’ ପୁସ୍ତକରେ ଅଛି। ରବିବାର (ମେ ୨୪-୨୫, ୧୬୮୯) ଦିନ ଖାନ ଜହାଁ ବାହାଦୂର ମନ୍ଦିର ଧ୍ୱଂସ କରିବା ପରେ ଯୋଧପୁରରୁ ଫେରିଥିଲେ। ବିଷ୍ଣୁ ଗୁପ୍ତା କହିଛନ୍ତି ଯେ, ଔରଙ୍ଗଜେବଙ୍କ ଜୀବନୀରେ ଏହା ଲେଖାଯାଇଛି ଯେ, ଖାନ ଜହାଁ ବାହାଦୂର ମନ୍ଦିର ଓ ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଲୁଟ କରିଥିବାରୁ ସମ୍ରାଟ ବହୁତ ଖୁସି ଥିଲେ। ଏହା ପରେ ଭଙ୍ଗା ମୂର୍ତ୍ତିଗୁଡ଼ିକର ଅବଶିଷ୍ଟାଂଶ ବଳଦ ଗାଡି ଦ୍ୱାରା ଦିଲ୍ଲୀ ପଠାଯାଇଥିଲା। ହିନ୍ଦୁ ସେନା ଚାହୁଁଛି ଯେ,…
ଭୁବନେଶ୍ଵର: ଓଡ଼ିଶାରେ ରେଳ ବିକାଶ ପାଇଁ 73,723 କୋଟି ଟଙ୍କା ମଞ୍ଜୁର ହୋଇଛି। ଯାହାକୁ ନେଇ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଖୁସିବ୍ୟକ୍ତ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ରେଳ ମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ସେ ଆଜି ‘ଏକ୍ସ’ ରେ ଲେଖିଛନ୍ତି ଯେ, ”ଓଡ଼ିଶାରେ ରେଳ ବିକାଶ ପାଇଁ 73,723 କୋଟି ଟଙ୍କା ମଞ୍ଜୁର କରିଥିବାରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଓଡ଼ିଶାର ଅର୍ଥନୈତିକ ହିତକୁ ବଜାୟ ରଖାଯିବ। ପ୍ରସ୍ତାବିତ ରାୟଗଡା ରେଳ ମଣ୍ଡଳକୁ ମଞ୍ଜୁର କରାଯାଇଛି। ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ 107 କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି। ପୂର୍ବତଟ ରେଳପଥ ମଧ୍ୟରେ ପୂର୍ବପରି ତିନିଟି ରେଳ ମଣ୍ଡଳ ରହିବ। ଅମୃତ ଷ୍ଟେସନ ଯୋଜନାରେ ଓଡ଼ିଶାର 59 ଟି ଷ୍ଟେସନକୁ ପୁନର୍ବିକାଶ କରାଯାଉଅଛି। ମୋଦୀ 3.0 ସମୟରେ 19,289 କୋଟି ଟଙ୍କା ବ୍ୟୟ ଅଟକଳରେ 8 ଟି ନୂତନ ରେଳ ପ୍ରକଳ୍ପକୁ…
ନୂଆଦିଲ୍ଲୀ: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୬ ତାରିଖରୁ ଆଡିଲେଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଦିବାରାତ୍ରୀ, ସେଥିପାଇଁ ଏହା ଗୋଲାପୀ ବଲରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଉଭୟ ଦଳ ଆଡିଲେଡରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି। ଏହା ସହିତ ଟିମ ଇଣ୍ଡିଆରେ ନିୟମିତ ଅଧିନାୟକ ରୋହିତ ଶର୍ମା ମଧ୍ୟ ଦଳକୁ ଫେରୁଛନ୍ତି। ତେବେ ରୋହିତ ଇନିଂସ ଆରମ୍ଭ କରିବେ ନାହିଁ ବୋଲି ବିଶ୍ୱାସ କରାଯାଉଛି। ଯଦି ଆମେ ଆଡିଲେଡରେ ଟିମ୍ ଇଣ୍ଡିଆର ଅଭ୍ୟାସ ଏବଂ ପିଏମ ଏକାଦଶ ବିପକ୍ଷ ମ୍ୟାଚକୁ ଦେଖିବା ତେବେ ଦ୍ୱିତୀୟ ଟେଷ୍ଟରେ ଯଶସ୍ୱୀ ଜୟସ୍ଵାଲ ଏବଂ କେ.ଏଲ୍ ରାହୁଲ ମଧ୍ୟ ଓପନିଂ କରିବେ ବୋଲି ସ୍ପଷ୍ଟ ହୋଇଛି। ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଭାରତର ବିଜୟର ମୂଳଦୁଆ ପକାଇଥିଲେ। ଏଭଳି ପରିସ୍ଥିତିରେ ଅଧିନାୟକ ରୋହିତଙ୍କୁ ମଧ୍ୟମ କ୍ରମରେ ଖେଳୁଥିବା ଦେଖିବାକୁ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୃଦ୍ଧା ମାଁ ଙ୍କୁ ଦୁଇ ଝିଅ ଓ ନାତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଦୁଇ ଝିଅ ଓ ନାତିଙ୍କୁ ପୋଲିସ ଗିରଫ କରିଛି। ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଲାଞ୍ଜିପଲୀ ଯାତ୍ରା ପଡିଆ ତୋଟା ସାହିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ ତୋଟା ସାହିର କାନ୍ତି ବେହେରା ନାମ୍ନୀ ଜଣେ ବୃଦ୍ଧା ନିଜ ଘରେ ରହୁଥିବା ବେଳେ ଦୁଇ ବିବାହିତା ଝିଅ ସସ୍ମିତା ଦେବୀ ଓ ବସ୍ମୀତା ଦେବୀ ନାତି ସମୀର ବେହେରା ସହ ଆସି ଉକ୍ତ ଘରେ ରହିଥିଲେ। ଏହାପରେ ସେମାନେ ବୃଦ୍ଧା ମାଁ ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ପରିସ୍ଥିତି ଅସମ୍ଭାଳ ହେତୁ ମାଁ କାନ୍ତି ବେହେରା ଆମ୍ବପୁଆ ନିକଟରେ ଏକ ଭଡ଼ା ଘରକୁ ଯାଇ ରହୁଥିଲେ। ମାର୍ଗଶୀର ମାସ ଗୁରୁବାର ପୁଜା ପାଇଁ ବୃଦ୍ଧା ଜଣଙ୍କ ନିଜ ଘରକୁ ଆସିଥିବା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଥମ ରାଷ୍ଟ୍ରପତି ଭାରତ ରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭାରତୀୟ ଗଣତନ୍ତ୍ରର ସୁଦୃଢ଼ ମୂଳଦୁଆ ପକାଇବାରେ ଡକ୍ଟର ପ୍ରସାଦଙ୍କ ଅମୂଲ୍ୟ ଅବଦାନକୁ ସେ ପ୍ରଶଂସା କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି: “ଦେଶର ପ୍ରଥମ ରାଷ୍ଟ୍ରପତି ଭାରତ ରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ବିଧାନସଭା ସଭାପତି ଭାବରେ ଭାରତୀୟ ଗଣତନ୍ତ୍ରର ସୁଦୃଢ଼ ମୂଳଦୁଆ ରଖିବାରେ ସେ ଅମୂଲ୍ୟ ଅବଦାନ ଦେଇଛନ୍ତି। ଆଜି ଯେତେବେଳେ ଆମେ ସମସ୍ତେ ସମ୍ବିଧାନର ୭୫ ବର୍ଷ ପାଳନ କରୁଛୁ, ସେତେବେଳେ ତାଙ୍କ ଜୀବନ ଓ ଆଦର୍ଶ ଆହୁରି ପ୍ରେରଣାଦାୟକ ହୋଇଛି।”
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଆସନ୍ତା ବର୍ଷରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ଅନୁଯାୟୀ ପରୀକ୍ଷା ଦେବାକୁ ଏକ ନୂତନ ବିକଳ୍ପ ଦେବାକୁ ଚିନ୍ତା କରୁଛି। ଏହି ଯୋଜନା ଅଧୀନରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଦକ୍ଷତା ଉପରେ ଆଧାର କରି ପରୀକ୍ଷାର ଅସୁବିଧା ସ୍ତର ବାଛିବାରେ ସକ୍ଷମ ହେବେ। ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅଧୀନରେ ଏହି ପଦକ୍ଷେପ ନିଆଯାଉଛି, ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଜ୍ଞାନ ଏବଂ ଦକ୍ଷତା ଅନୁଯାୟୀ ଦୁଇ ସ୍ତରରେ ପରୀକ୍ଷା ଦେବାକୁ ଅନୁମତି ଦେବାକୁ ପ୍ରସ୍ତାବ ଦିଆଯାଇଛି। ଗଣିତରେ ପାଟର୍ନ କାର୍ଯ୍ୟକାରୀ ହୋଇସାରିଛି, ବର୍ତ୍ତମାନ ଏହି ନୂତନ ପରୀକ୍ଷା ଢାଞ୍ଚା ଗଣିତ ବିଷୟ ଉପରେ କାର୍ଯ୍ୟକାରୀ ହୋଇସାରିଛି, ଯାହାକି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଏକ ଅଂଶ। ସିବିଏସ୍ଇ ସୂତ୍ର ଅନୁଯାୟୀ, ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଦକ୍ଷତା ଅନୁଯାୟୀ ପରୀକ୍ଷା ଦେବାର ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଆରମ୍ଭ କରାଯାଇଛି, ଯାହା ଦ୍ଵାରା ସେମାନଙ୍କର ପ୍ରକୃତ…
ନୂଆଦିଲ୍ଲୀ: ଅର୍ଥ ଅଭାବ ହେତୁ ଛାତ୍ରଛାତ୍ରୀଙ୍କ ଶିକ୍ଷାର ସ୍ୱପ୍ନ ଆଉ ଅଧୁରା ରହିବ ନାହିଁ। ଝାଡ଼ଖଣ୍ଡ ସରକାରଙ୍କ ଗୁରୁଜୀ କ୍ରେଡିଟ କାର୍ଡ ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି, ଯାହା ରାଜ୍ୟର ଗରିବ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକ ସୁବିଧା ଯୋଗାଇବ। ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟାଙ୍କରୁ ଋଣ ନେଇଥିବା ଛାତ୍ରଛାତ୍ରୀମାନେ ଏହି ଯୋଜନାର ଲାଭ ପାଇପାରୁନଥିଲେ, କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର ଏହି ନିୟମକୁ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ସେହି ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ। ଏଥିପାଇଁ ସେମାନଙ୍କୁ କେବଳ ବ୍ୟାଙ୍କରୁ ସେମାନଙ୍କର ପୁରୁଣା ଋଣ ବନ୍ଦ କରିବାକୁ ପଡିବ ଏବଂ ବ୍ୟାଙ୍କରୁ NOC ନେବାକୁ ପଡିବ। ଗୁରୁଜୀ କ୍ରେଡିଟ କାର୍ଡ ଯୋଜନା ଅଧୀନରେ ରାଜ୍ୟ ସରକାର ଗରିବ ଛାତ୍ରଛାତ୍ରୀମାନଙ୍କୁ ଅତି କମ୍ ସୁଧ ହାରରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରନ୍ତି। ପୂର୍ବରୁ ଏହି ଯୋଜନାରେ ଏକ ସର୍ତ୍ତ ଥିଲା ଯେ ,ଯଦି…
ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅନ୍ତର୍ଗତ ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼ ଏବଂ ଗାଲେରୀ ବନାଞ୍ଚଳରେ ଗତ କିଛିଦିନ ହେଲା ୨୬ ଟିକିଆ ହାତୀ ପଲଙ୍କ ଦୌରତ୍ମ୍ୟ ବଢ଼ି ଚାଲିଛି। ରାତିରେ ଗାଲେରୀ ବନାଞ୍ଚଳ ଅନ୍ତର୍ଗତ ରାଣୀକିଆରୀ ଗାଁ ନିକଟ ବିଜୟସାହିରେ ୬ଟି ଚାଳଛପର ଘରକୁ ୨୬ ଟିକିଆ ହାତୀପଲ ଭାଙ୍ଗି ଛାରଖାର କରି ଦେଇଛନ୍ତି। ଜୀବନ ବଞ୍ଚାଇବାକୁ ସମସ୍ତ ପରିବାର ପିଲାଛୁଆଙ୍କୁ ଧରି ଘରୁ ଦୌଡ଼ି ପଳାଇ ଗାଁ କୋଠଘରେ ଆଶ୍ରୟ ନେଇଥିଲେ। ଏହି ଗାଁର ଦିଲ୍ଲୀପ ମଳିକ, ପଞ୍ଚାନନ ମଳିକ, ଭାସି ମଳିକ, ସତ୍ୟ ମଳିକ, ଚଣ୍ଡାଳ ମଳିକ, ଟୁନା ମଳିକ ଏବଂ ପ୍ରଦିପ ମଳିକଙ୍କ ଘର ଭାଙ୍ଗିଥିବା ଜଣାପଡ଼ିଛି। ଖବର ପାଇ ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ବନବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଡିଏଫଓଙ୍କ ସୂଚନା ପ୍ରକାରେ ଏହି ଆଦିବାସୀ ପରିବାରର ଘରଦ୍ବାର ଭାଙ୍ଗି ହାତୀ ଭାଙ୍ଗି ହାତୀ ପଲ ଘରେ…
ଭବାନୀପାଟଣା: କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ନେହେରୁ ଯୁବ କେନ୍ଦ୍ର (ମାଇଁ ଭାରତ) କଳାହାଣ୍ଡି ଶାଖା ଓ ୬୪ ବାଟାଲିୟନ କେନ୍ଦ୍ରୀୟ ରିଜର୍ବ ପୁଲିସ ବଳ ପକ୍ଷରୁ କଳାହାଣ୍ଡି ଜିଲ୍ଲା ୬୪ ବାଟାଲିୟନ କେନ୍ଦ୍ରୀୟ ରିଜର୍ବ ପୁଲିସ ବଳ ଅଟାଙ୍ଗଗୁଡା ସ୍ଥିତ କ୍ୟାମ୍ପ ପରିସରରେ ୧୬ ତମ ଜନଜାତି ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଯାତ୍ରାର ପ୍ରଥମ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାବ୍ଲକ ର ମାଓ ପ୍ରବଣ ତଥା ଆଦିବାସୀ ଅଧ୍ୟୁଷିତ ଯୁଗସାଇପାଟଣା ଅଂଚଳରୁ ୩୦ ଜଣ ଯୁବକ ଯୁବତୀ ମୁମ୍ବାଇ କୁ ଯାତ୍ରା କରିଛନ୍ତି। ସେଠାରେ ଚଳିତ ମାସ ୪ ରୁ ୧୦ ତାରିଖ ପର୍ଯ୍ୟନ୍ତ ଏକ ଶିବିରର ଆୟୋଜନ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ୬୪ ବାଟାଲିୟନ କେନ୍ଦ୍ରୀୟ ରିଜର୍ବ ପୁଲିସ ବଳ କମାଡେଣ୍ଟ ପଙ୍କଜ ଚୌଧୁରୀ, ଉପ କମାଣ୍ଡେଣ୍ଟ…
ନୂଆଦିଲ୍ଲୀ: ଅହମ୍ମଦାବାଦର ୨୬ ବର୍ଷିୟ ସଫ୍ଟୱେର୍ ଡେଭଲପର୍ ଏକ ଅତ୍ୟାଧୁନିକ ଠକେଇର ଶିକାର ହୋଇ ୧ ଲକ୍ଷ ଟଙ୍କା ହରାଇଛନ୍ତି। ସୂଚନା ଅନୁଯାୟୀ, ଘାଟଲୋଡିଆରେ ରହୁଥିବା ଏବଂ ସିନ୍ଧୁ ଭବନ ରୋଡରେ ଥିବା ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ଏହି ଯୁବ ପେସାଦାରଙ୍କ ନିକଟକୁ ଏକ ଅଜଣା ଫୋନ ଆସିଥିଲା। ଏହି ଫୋନରେ ତାଙ୍କୁ କ୍ୟୁରିଅର୍ ବିଷୟରେ କୁହାଯାଇଥିଲା। ତାଙ୍କୁ ଚେନ୍ନାଇରୁ ମୁମ୍ବାଇକୁ ପଠାଯାଇଥିବା ପାର୍ସଲ ବିଷୟରେ ସବିଶେଷ ତଥ୍ୟ ଦାବି କରୁଥିବା ବ୍ୟକ୍ତିଙ୍କ ସହ ସଂଯୋଗ କରଯାଇଥିଲା। ଆଇଭିଆର ସିଷ୍ଟମ ଉପରେ ବିଶ୍ଵାସ କରି ସେ ‘୧’ ବଟନ ଦବାଇଥିଲେ। ସେ ତାଙ୍କର ସଠିକ୍ ଆଧାର ବିବରଣୀ ପ୍ରଦାନ କରି ଅଭିଯୋଗକାରୀଙ୍କ କଲକୁ ପ୍ରକୃତ ବୋଲି ବିଶ୍ୱାସ କରିଥିଲେ। ଏହାପରେ ତାଙ୍କୁ ପ୍ରତାରଣା କରାଯାଇଥିଲା। ସେଠାରୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚରୁ ସୁନୀଲ ଦତ୍ତ ନାମକ ଜଣେ ବ୍ୟକ୍ତିଙ୍କୁ ଏହି କଲ ସ୍ଥାନାନ୍ତର କରାଯାଇଥିଲା। ଏହି ନକଲି ଅଧିକାରୀ ତାଙ୍କୁ…
ନୂଆଦିଲ୍ଲୀ: ପଡୋଶୀ ଦେଶ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଉଛି। ଜେଲରେ ଥିବା ହିନ୍ଦୁ ଧାର୍ମିକ ନେତା ତଥା ଇସ୍କନ୍ର ବିଶିଷ୍ଟ ଚେହେରା ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଓକିଲ ରମଣ ରୟ ମଧ୍ୟ କଟ୍ଟରପନ୍ଥୀଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଆହତ ହେବା ପରେ ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ସୋମବାର ରାତିରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ଇସ୍କନ କୋଲକାତା ମୁଖପାତ୍ର ରାଧାରମଣ ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଇସଲାମିକ କଟ୍ଟରବାଦୀମାନେ ରମଣ ରୟଙ୍କ ଘରେ ଭଙ୍ଗାରୁଜା କରିଥିଲେ ଏବଂ ତାଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ। ଇସ୍କନ୍ କୋଲକାତା ମୁଖପାତ୍ର ରାଧାରମଣ ଦାସ ‘X’ ରେ ଲେଖିଛନ୍ତି ଯେ, ରମଣ ରୟଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ତାଙ୍କର ଏକମାତ୍ର ‘ଭୁଲ’ କୋର୍ଟରେ ଚିନ୍ମୟ କୃଷ୍ଣ ପ୍ରଭୁଙ୍କୁ ସୁରକ୍ଷା ଦେବାର ଥିଲା। ଇସଲାମବାଦୀମାନେ…
ଭୁବନେଶ୍ଵର: ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଏଥିରେ ଜୁନିଅର ବିଭାଗରେ ଅମ୍ରିତ ପ୍ରଧାନ ସର୍ବାଧିକ ପଏଣ୍ଟ ପାଇ ଚାମ୍ପିୟନ ହୋଇଥିବା ବେଳେ ସିନିଅର ବିଭାଗରେ ଦାସ ଜିତେନ୍ଦ୍ର କୁମାର ଚମ୍ପିୟାନ ହୋଇଛନ୍ତି। ଗତ ଦୁଇଦିନରେ ୬ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଉଥିଲା। ଜୁନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୨୧ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ ଜଣ ଏବଂ ସିନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୨୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ ଜଣ ସର୍ବାଧିକ ପଏଣ୍ଟ ହାସଲ କରି ପୁରସ୍କୃତ ହୋଇଛନ୍ତି। ଜୁନିଅର ବିଭାଗରୁ ଅମ୍ରିତ ପ୍ରଧାନଙ୍କ ସମେତ ଚିତ୍ତ ରଞ୍ଜନ ଦାସ, ସ୍ୱସ୍ତିକ ମହାପାତ୍ର, ଶଙ୍କର ମାହାତୋ, ଆୟସ୍କନ୍ତ ମହାପାତ୍ର ଏବଂ ସିନିଅର ବିଭାଗରୁ ଜିତେନ୍ଦ୍ରଙ୍କ ସମେତ ଜୟପ୍ରକାଶ ବଇରୀ ଗଞ୍ଜନ,ଦିବାକର ନାୟକ, ସ୍ୱୟଂ ପ୍ରକାଶ ସାହୁ ଏବଂ ପ୍ରକାଶ ନାରାୟଣ ଦାଶ ପ୍ରମୁଖ ପୁରସ୍କୃତ ହୋଉଛନ୍ତି। ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି…
ଛତ୍ରପୁର: ଅନ୍ୟ ରାଜ୍ୟ ସରକାରଙ୍କ ପରି କ୍ୱିଣ୍ଟାଲ ପ୍ରତି ୨୦୦ ଟଙ୍କା ପାରିଶ୍ରମିକ ପ୍ରଦାନ କରିବା, କରୋନା ମହାମାରୀ ସମୟରୁ ଆଜି ପର୍ଯ୍ୟନ୍ତ ବକେୟା ସମସ୍ତ ପାରିଶ୍ରମିକ ଏକ କାଳୀନ ପ୍ରଦାନ କରିବା, ପରିବହନ ଠିକାଦାରଙ୍କ ଦ୍ୱାରା ସାମଗ୍ରୀ ପହଞ୍ଚାଣ ସମୟରେ ହୋଇଥିବା ବ୍ୟାପକ ଅନିୟମିତତା ବନ୍ଦ କରିବା ପାଇଁ ସ୍ଥଗୀତ ରହିଥିବା ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରି ଧାର୍ଯ୍ୟ ଓଜନ ମାପ ଅନୁସାରେ ସାମଗ୍ରୀ ପହଞ୍ଚାଣ ବ୍ୟବସ୍ଥା କରାଯିବ। ସେହିପରି କାର୍ଯ୍ୟରତ ଖୁଚୁରା ବିକ୍ରେତାଙ୍କୁ ଇ- କେୱାଇସି ବାବଦ ପାରିଶ୍ରମିକ ଅର୍ଥ ତୁରନ୍ତ ପ୍ରଦାନ କରାଯିବା ସମେତ ବିଭିନ୍ନ ଦାବି ନେଇ ସର୍ବ ଭାରତୀୟ ଡିଲର୍ସ ଫେଡ଼ରେସନର ଡାକରାରେ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାର ଶାଖାର ସଭାପତି ଈଶ୍ୱର ଚନ୍ଦ୍ର ମହାନ୍ତି, ଉପସଭାପତି, ସମ୍ପାଦକ ,ବ୍ରହ୍ମପୁର…
ଭୁବନେଶ୍ୱର: ଯୁବା ସଙ୍ଗମର ପଞ୍ଚମ ପର୍ଯ୍ୟାୟର ଅଂଶ ଭାବରେ ୨୦୨୪ ଡିସେମ୍ବର ୨ ତାରିଖରେ ଓଡ଼ିଶାକୁ ପରିଚୟାତ୍ମକ ଗସ୍ତ (ଏକ୍ସପୋଜର ଭିଜିଟ୍) ରେ ଆସିଥିବା ମହାରାଷ୍ଟ୍ରର ବିଭିନ୍ନ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର ୫୦ ଛାତ୍ର ଛାତ୍ରୀଙ୍କର ଏକ ପ୍ରତିନିଧି ଦଳକୁ ଓଡ଼ିଶାର ସମ୍ମାନନୀୟ ରାଜ୍ୟପାଳ ରଘୁବର ଦାସ ସାକ୍ଷାତ କରିଛନ୍ତି। ସେ ଛାତ୍ର ଛାତ୍ରୀଙ୍କ ସହିତ ଆଲୋଚନା କରିବା ସାଙ୍ଗକୁ ‘ଏକ୍ ଭାରତ ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ପ୍ରତି ନିଜର ଅବଦାନ ରଖିବାକୁ ପ୍ରେରଣା ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱ ଅଧୀନରେ ଏକ୍ ଭାରତ ଶ୍ରେଷ୍ଠ ଭାରତ (ଇବିଏସ୍ବି)ର ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ପ୍ରତିନିଧିଦଳଙ୍କୁ ସମ୍ବୋଧିତ କରି ସେ କହିଥିଲେ, “ଭାରତ ବିବିଧତା ମଧ୍ୟରେ ଏକତାକୁ ପ୍ରତିଫଳିତ କରୁଛି। ‘ଯୁବା ସଙ୍ଗମ କାର୍ଯ୍ୟକ୍ରମ’ ଦେଶର ବିଭିନ୍ନ ଭାଗର ଯୁବବର୍ଗଙ୍କ ମଧ୍ୟରେ ଏକତାର ଶକ୍ତିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟକୁ ସମର୍ଥନ କରିବ।” ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ପରମ୍ପରା ଏବଂ…
ବେଙ୍ଗାଲାରୁ: ଭାରତର ପ୍ରଗତି ପ୍ଲାଟଫର୍ମ ଦେଶରେ ବୃହତ ଭିତ୍ତିଭୂମି ଏବଂ ସାମାଜିକ ବିକାଶ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରିବାର ଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିଛି। ବିଶ୍ୱର ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟ ଅକ୍ସଫୋର୍ଡର ସୈଦ ବିଜନେସ୍ ସ୍କୁଲ୍ ପକ୍ଷରୁ କରାଯାଇଥିବା ଏକ ସଦ୍ୟତମ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଆଇଆଇଏମ ବାଙ୍ଗାଲୋରରେ ଠାରେ ଏହି ଅଧ୍ୟୟନକୁ ଉନ୍ମୋଚନ କରାଯାଇଛି। ଗେଟ୍ସ ଫାଉଣ୍ଡେସନ ସହାୟତାରେ କରାଯାଇଥିବା ଏହି ଗବେଷଣାରୁ ଜଣାପଡିଛି ଯେ, ଅଭିନବ ଡିଜିଟାଲ ପ୍ରଶାସନ ଦ୍ୱାରା ଭାରତରେ ୨୦୫ ବିଲିୟନ ଡଲାର ମୂଲ୍ୟର ୩୪୦ଟି ପ୍ରକଳ୍ପର କାର୍ଯ୍ୟକାରିତା ତ୍ୱରାନ୍ୱିତ ହୋଇଛି। ଗବେଷଣାରୁ ଜଣାପଡ଼ିଛି ଯେ, ୨୦୧୫ରେ ସକ୍ରିୟ ପ୍ରଶାସନ ଏବଂ ସମୟ ଅନୁକୂଳ କାର୍ଯ୍ୟକାରିତା ବା ପ୍ରୋ-ଆକ୍ଟିଭ୍ ଗଭର୍ଣ୍ଣାନ୍ସ ଆଣ୍ଡ ଟାଇମଲି ଇମ୍ପ୍ଲିମେଣ୍ଟେସନ୍ (ପ୍ରଗତି)ର ଶୁଭାରମ୍ଭ ପରଠାରୁ ଏହା ୨୦୫ ବିଲିୟନ ଡଲାର ମୂଲ୍ୟର ୩୪୦ଟି ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଛି। ଏହି ପ୍ଲାଟଫର୍ମ ୫୦,୦୦୦ କିଲୋମିଟର ନୂତନ ଜାତୀୟ ରାଜପଥ ନିର୍ମାଣ ଏବଂ…
ବେଙ୍ଗାଲୁରୁ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହାୟକ କମ୍ପାନୀ ତଥା ଭାରତର ଅଗ୍ରଣୀ ଜେନୋମିକ୍ସ ଏବଂ ବାୟୋ ଇନଫର୍ମାଟିକ୍ସ କମ୍ପାନୀ ଷ୍ଟ୍ରାଣ୍ଡ ଲାଇଫ ସାଇନ୍ସ ପକ୍ଷରୁ ବିଭିନ୍ନ କର୍କଟ ରୋଗର ଶୀଘ୍ର ଚିହ୍ନଟ ପାଇଁ ଏକ ନୂଆ ରକ୍ତ ଆଧାରିତ ପରୀକ୍ଷା ଆରମ୍ଭ କରିଛି। କ୍ୟାନସର ସ୍ପଟ୍ ନାମକ ଏହି ପରୀକ୍ଷଣରେ କର୍କଟ ଟ୍ୟୁମର ଡିଏନଏ ଚିହ୍ନଟ କରିବା ପାଇଁ ବିଶ୍ୱ ସ୍ତରରେ ସ୍ୱୀକୃତ ମିଥାଇଲେସନ୍ ପ୍ରୋଫାଇଲ୍ ଜ୍ଞାନକୌଶଳ ବ୍ୟବହାର କରାଯିବ। ଷ୍ଟ୍ରାଣ୍ଡ ଲାଇଫ ସାଇନ୍ସ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହାୟକ କମ୍ପାନୀ। କ୍ୟାନସର ସ୍ପଟ୍ ହେଉଛି ଏକ ରକ୍ତ ଭିତ୍ତିକ ପରୀକ୍ଷା। ରକ୍ତରେ କର୍କଟ ଡିଏନଏ ମିଥାଇଲେସନ୍ ସିଗନେଚର ଚିହ୍ନଟ କରିବା ପାଇଁ ଏହା ଜେନୋମ୍ ସିକୁଏନସିଂ ଏବଂ ଏକ ବିଶେଷ ବିଶ୍ଳେଷଣ ପ୍ରକ୍ରିୟା ବ୍ୟବହାର କରିଥାଏ। ଏହି ପରୀକ୍ଷା ନିୟମିତ କର୍କଟ ସ୍କ୍ରିନିଂର ଏକ ସରଳ ଏବଂ ସୁବିଧାଜନକ ବିକଳ୍ପ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ବୋର୍ଡ…
ନୂଆଦିଲ୍ଲୀ: ଆଜି ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଣ୍ଡିଗଡ଼ଠାରେ ତିନୋଟି ଯୁଗାନ୍ତକାରୀ ନୂତନ ଅପରାଧିକ ଆଇନ- ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମର ସଫଳ ରୂପାୟନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସ୍ୱାଧୀନତା ପରେ ଯେଉଁ ଔପନିବେଶିକ ଆଇନ ରହିଥିଲା ତାହାକୁ ହଟାଇବା ଏବଂ ଦଣ୍ଡ ବଦଳରେ ନ୍ୟାୟ ଉପରେ ଧ୍ୟାନ ଦେଇ ନ୍ୟାୟିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ଏହି ତିନୋଟି ଆଇନର ପରିକଳ୍ପନା କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ‘ସୁରକ୍ଷିତ ସମାଜ, ବିକଶିତ ଭାରତ- ଦଣ୍ଡରୁ ନ୍ୟାୟ’। ଜୁଲାଇ ୧, ୨୦୨୪ରେ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ଏହି ନୂତନ ଅପରାଧିକ ଆଇନର ଲକ୍ଷ୍ୟ ହେଉଛି ଭାରତର ଆଇନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ସମସାମୟିକ ସମାଜର ଆବଶ୍ୟକତା ଅନୁଯାୟୀ ଅନୁକୂଳ କରିବା। ଏହି ଐତିହାସିକ ସଂସ୍କାର ଗୁଡ଼ିକ ଭାରତର ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ଐତିହାସିକ…
ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ୭ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। ଆଜି ରାଷ୍ଟ୍ରପତିଙ୍କ ଦ୍ୱାରା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି ଅନାବରଣ କରାଯିବ। ଏଥିସହିତ ସେ ଭୁବନେଶ୍ୱରରେ ଆଦିମ ଓୱାର ଜାର୍ପା ଜାହେର ପରିଦର୍ଶନ କରିବେ। ଡିସେମ୍ବର ୪ ତାରିଖରେ ରାଷ୍ଟ୍ରପତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ମଧ୍ୟ ସେ ଯୋଗଦେବେ। ସେହିଦିନ ସେ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ନୌସେନା ଦିବସ ସମାରୋହ ଓ ସମର କୌଶଳ ପ୍ରଦର୍ଶନରେ ଯୋଗଦେବେ। ଆସନ୍ତା ଡିସେମ୍ବର ୫ ତାରିଖରେ ରାଷ୍ଟ୍ରପତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେହିଦିନ ସେ ଭୁବନେଶ୍ୱରରେ ନ୍ୟାୟିକ ଅଦାଲତର ନୂଆ ଅଟ୍ଟାଳିକାକୁ ଉଦଘାଟନ କରିବେ। ଡିସେମ୍ବର ୬ ତାରିଖରେ ରାଷ୍ଟ୍ରପତି ଉପରବେଡାଠାରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହ ମତବିନିମୟ…
ମେଷ- ଆଜି ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ବୃଷ– ଆଜି ଆପଣ ଖର୍ଚ୍ଚ ବଢିବ କିନ୍ତୁ ଆୟ ମଧ୍ୟ ଭଲ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସଜାଇବାକୁ ଚେଷ୍ଟା କରିବ । କାର୍ଯ୍ୟ ସଂପର୍କରେ, ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ। ଘରଲୋକମାନେ…
ଭୁବନେଶ୍ଵର: ବିଜେପି ଯୁବମୋର୍ଚ୍ଚା ଷ୍ଟାଟଆପ୍ ସଂଯୋଜକ ଓଁକାର ପରିଡାଙ୍କ ନେତୃତ୍ୱରେ ବିଜେପି ଯୁବମୋର୍ଚ୍ଚା ଷ୍ଟାର୍ଟଅପ୍ ଟିମ୍ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ସାକ୍ଷାତ କରିଛି। ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ କୁ ଯୁବାଭିମୁଖୀ ଏବଂ ରାଜ୍ୟରେ ଯୁବ ଉଦ୍ୟୋଗୀତା ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ରାଜ୍ୟରେ ଷ୍ଟାର୍ଟ-ଅପ ଗୁଡିକର ଅଗ୍ରଗତି ସହ ଯୁବ ଉଦ୍ୟୋଗୀ ମାନେ କିପରି ଷ୍ଟାର୍ଟ-ଅପ ସମ୍ବନ୍ଧୀୟ ତାଲିମ ପାଇବେ ସେ ନେଇ ଆସନ୍ତା ୫ ଡିସେମ୍ବର ୨୦୨୪ ରେ ଏକ ଯୁବ ଉଦ୍ୟୋଗୀ ତାଲିମ କାର୍ଯ୍ୟକ୍ରମ ହେବା ନେଇ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ଦଳର ସଦସ୍ୟମାନେ ଶୁଭଶ୍ରୀ ମିଶ୍ର, ଅଙ୍କିତା ଗଙ୍ଗଦେବ ଏବଂ ଷ୍ଟାର୍ଟଅପ୍ ଉଦ୍ୟୋଗୀ ଶଶାଙ୍କ ପାତ୍ର, ଯେଉଁମାନେ ସେମାନଙ୍କର ମୂଲ୍ୟବାନ ଇନପୁଟ୍ ସହିତ ଆଲୋଚନାରେ ସକ୍ରିୟ ସହଯୋଗ କରିଥିଲେ। ଓଡ଼ିଶାର ଯୁବକ ମାନଙ୍କୁ ସ୍ବାବଲମ୍ବୀ କରିବା ସହ ଭବିଷ୍ୟତକୁ ସୁଦୃଢ କରିବା ନିମନ୍ତେ…

