ଭୁବନେଶ୍ଵର: ରାଷ୍ଟ୍ରର ବିକାଶରେ ଶିକ୍ଷକମାନଙ୍କର ଗୁରୁ ଦାୟିତ୍ବ ରହିଛି ବୋଲି ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘର ରାଜ୍ୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ସୁରଜ କହିଛନ୍ତି ଯେ, ବୈଷୟିକ ଜ୍ଞାନର ପ୍ରୟୋଗ କ୍ଷେତ୍ରରେ ଭାରତ ବିଶ୍ବର ଏକ ଅଗ୍ରଣୀ ଦେଶ। ଓଡ଼ିଶାର ପୁଷ୍ପଗିରି ବିଶ୍ବବିଦ୍ୟାଳୟରେ ବୈଷୟିକ ଜ୍ଞାନର ପ୍ରୟୋଗ ପ୍ରଥମେ ଦେଖିବାକୁ ମିଳିଥିଲା। ଶିକ୍ଷକମାନେ ଏ କ୍ଷେତ୍ରରେ ଅଧିକ ଗବେଷଣା କରିବା ଆବଶ୍ୟକ। ୨୦୩୬ରେ ରାଜ୍ୟ ଗଠନର ଶତବାର୍ଷିକୀ ପୂର୍ତ୍ତି ବେଳକୁ ନୂଆ ଓଡ଼ିଶା ଗଠନ ପାଇଁ ଯୋଗଦାନ ଦେବାକୁ ଶ୍ରୀ ସୁରଜ ଶିକ୍ଷକ ସମାଜକୁ ଆହ୍ବାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ମହାସଂଘର ରାଜ୍ୟ ସଭାପତି ମିଲୁରାମ ଜେନା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ମହେନ୍ଦ୍ର କପୁର, ପୂର୍ବାଞ୍ଚଳ ସଂଗଠନ ସଂପାଦକ ଆଲୋକ ଚଟ୍ଟୋପାଧ୍ୟାୟ, ନିରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
Author: SM Network
ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୦ ନଭେମ୍ବରରୁ ୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ପୁଲିସ ମହାନିର୍ଦ୍ଦେଶକ/ ମହାନିରୀକ୍ଷକମାନଙ୍କର ୫୯ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଉଦଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ଗୁଇନ୍ଦା ବିଭାଗର ଅଧିକାରୀମାନଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ବଣ୍ଟନ କରିଛନ୍ତି। ତାଙ୍କର ଉଦଯାପନୀ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସମ୍ମିଳନୀରେ ସୁରକ୍ଷା ଆହ୍ୱାନର ଜାତୀୟ ଏବଂ ଅନ୍ତର୍ଜାତୀୟ ଦିଗ ଉପରେ ବ୍ୟାପକ ଆଲୋଚନା ହୋଇଛି। ଏହି ସମ୍ମିଳନୀର ଆଲୋଚନାରୁ ବାହାରିଥିବା ମୁକାବିଲା ରଣନୀତି ଉପରେ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଡିଜିଟାଲ ଠକେଇ, ସାଇବର ଅପରାଧ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ପ୍ରଯୁକ୍ତି କାରଣରୁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବିପଦ, ବିଶେଷକରି ସାମାଜିକ ଏବଂ ପାରିବାରିକ ସମ୍ପର୍କକୁ ବ୍ୟାହତ କରିବା ପାଇଁ ଅବିକଳ ନକଲ ବା ଡିପ୍ ଫେକର ବ୍ୟବହାର ଆଶଙ୍କା ଉପରେ ଚିନ୍ତା ପ୍ରକଟ କରିଥିଲେ। ଆର୍ଟିଫିସିଆଲ…
ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ଏକ ଯାତ୍ରା ଯୋଜନା ହେବ। ଘର ବାହାରେ କିଛି ଟେନସନ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ। ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାମ ଆପଣଙ୍କ ମନ ଅନୁସାରେ ହେବ। ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ଆସିପାରେ। ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ସହଜରେ ଗ୍ରହଣ କରାଯିବ। ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ। ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ ଦୂରରେ…
ବାଣପୁର: ଆଜି ସକାଳ ୦୮ ଘଟିକା ସମୟରେ ଗୋଦାବରୀଶ ମହାବିଦ୍ୟାଳୟର ରୋଭରର୍ସ, ରେଞ୍ଜର୍ସ ମାନେ ମହାବିଦ୍ୟାଳୟର ଫାଟକ ଠାରୁ ଏଡସ ସଚେତନତା ସାଇକେଲ ରାଲି ଆରମ୍ଭ କରି କୋଶରଡା ଗ୍ରାମରେ ପହଞ୍ଚି ବସ୍ତ୍ର ବଣ୍ଟନ କରି ୧୧.୦୦ ଘଟିକା ସମୟରେ ଫେରିଥିଲେ। ସୂଚନାଯୋଗ୍ୟ ଯେ, ମହାବିଦ୍ୟାଳୟର ରୋଭର ଓ ରେଞ୍ଜରମାନେ ପ୍ରାୟ ୦୧ ମାସ ଧରି ମହାବିଦ୍ୟାଳୟରେ ଏକ ବସ୍ତ୍ର ବ୍ୟାଙ୍କ କରି ପୁରୁଣା ବସ୍ତ୍ର ସଂଗ୍ରହ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା, ମହାବିଦ୍ୟାଳୟର ରୋଭର ଲିଡର ଆଦିତ୍ୟ ସାରଥୀ ବେଦମତ୍ତା, ରେଞ୍ଜର ଲିଡର ଉତ୍କଳିକା ପାଢ଼ୀ ଓ ସମାଜ ସେବୀ ବୈରାଗୀ ଚରଣ ବଳଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ପୁରାତନ ରୋଭର ମିଥୁନ ତରାଇ, ସୁନିଲ୍ କୁମାର ସ୍ବାଇଁ, ସୌମ୍ୟ ରଞ୍ଜନ ହରିଚନ୍ଦନ, ତୋଫାନ ବେହେରା, ଓମ୍ ପ୍ରକାଶ ମହଲା ବର୍ତ୍ତମାନ ରୋଭର ଲିଡର ତୁଷାର କାନ୍ତ ମଲ୍ଲିକ, ରେଞ୍ଜର ଲିଡର ଚିନ୍ମୟୀ ମିଶ୍ର…
ବାଣପୁର: ମଦ ବିକ୍ରି କରୁଥିବା ଅଭିଯୋଗରେ ଆଜି ଅଙ୍ଗନବାଡି କର୍ମୀ ଓ ଆଶା ଦିଦି ଗିରଫ ହୋଇ ଜେଲ ଯାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ପ୍ରକାଶ ଥାଉକି କୋଷରଡ଼ା ଗ୍ରାମର ଅଙ୍ଗନବାଡି କର୍ମୀ କୁମାରୀ ଶବର ଏବଂ ଆଶା ଦିଦି ଫୁଲ ଶବର ମାଳ ଅଞ୍ଚଳରୁ ଦେଶୀମଦ ଆଣି ବାଣପୁର ଅଞ୍ଚଳର ଦାଶରଥିପୁର (ପୋଡାସାହି) ରେ ଦୀର୍ଘଦିନ ଧରି ସ୍କୁଟିରେ ଆଣି ବିକ୍ରି କରୁଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଜାଣିପାରିଥିଲା। ଉକ୍ତ ଦୁଇଜଣ ଆଦିବାସୀ ମହିଳା ହୋଇଥିବାରୁ କେହି ସନ୍ଦେହ ନକରିବାରୁ ନିର୍ଭୟରେ ବେପାର କରି ଚାଲିଥିଲେ। ଉଭୟ ଆଜି ମଦ ବିକ୍ରି କରୁଥିବା ବେଳେ ବାଣପୁର ଥାନା ଏସଆଇ ପ୍ରଦୀପ୍ତ କୁମାର ସ୍ୱାଇଁ ସେମାନଙ୍କୁ କାବୁ କରିଥିଲେ। ସେମାନଙ୍କ ପାଖରୁ ଏକ ସ୍କୁଟି ସହ ତିନି ବସ୍ତା ଦେଶୀମଦ ଜବତ କରିଥିଲେ। ଉଭୟଙ୍କ ବିରୁଦ୍ଧରେ ୪୦୬/୨୪ରେ ମୋକଦମା…
ଭୁବନମେଶ୍ବର: ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଜି ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛିା ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ରାଲି ସହର ପରିକ୍ରମା କରି ଏଡସ୍ ସମ୍ବନ୍ଧରେ ସାଧାରଣ ଜନତାଙ୍କୁ ସଚେତନତା କରିଥିଲୋ ଏହି ରାଲିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସିଏଚ.ଏମ୍. ଜଗନ୍ନାଥ ରାଓ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲୋ ଏହା ପରେ ପରେ ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଅନ୍ୟ ଅତିଥିମାନେ ଯୋଗ ଦେଇ ଏଡସର ଭୟାବହତା, ଏହାକୁ କିପରି ରୋକା ଯାଇ ପାରିବ। ଏଡସ୍ ରୋଗୀଙ୍କ ଚିକିତ୍ସା ଇତ୍ୟାଦି ସମ୍ବନ୍ଧରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲୋ ମାଲକାନଗିରି ଜିଲ୍ଲାକୁ ୨୦୩୦ ସୁଦ୍ଧା ଏଡସ୍ ମୁକ୍ତ ଜିଲ୍ଲାଭାବେ ପରିଗଣିତ ହେବ ବୋଲି ଶ୍ରୀ ରାଓ ପ୍ରକାଶ କରିଥିଲୋ ଆଜିର ଏହି ବିଶ୍ୱ ଏଡସ୍…
ଭୁବନେଶ୍ଵର: ୩୫ ତମ କୋଣାର୍କ ମହୋତ୍ସବ-୨୦୨୪ କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପିପିଲି ବିଧାୟକ, ସତ୍ୟବାଦୀ ବିଧାୟକ, ବ୍ରହ୍ମଗିରି ବିଧାୟକ, ପର୍ଯ୍ୟଟନ ସଚିବ, ପର୍ଯ୍ୟଟନ ନିର୍ଦ୍ଦେଶକ, ପୁରୀ ଜିଲ୍ଲାପାଳ, ପୁରୀ ଏସପି, ଓଏସଏନଏ ସଚିବ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ୩୫ ତମ କୋଣାର୍କ ମହୋତ୍ସବ-୨୦୨୪ ର ଉଦଘାଟିତ ହୋଇଛି। କାରୁକାର୍ଯ୍ୟ ଭରା କୋଣାର୍କ ମନ୍ଦିର ପ୍ରାଙ୍ଗଣରେ ମୁକ୍ତାକାଶ ରଂଗମଞ୍ଚରେ ଏହି ବିଶ୍ବ ପ୍ରସିଦ୍ଧ କୋଣାର୍କ ଉତ୍ସବ ଆୟୋଜିତ ହେଉଛି। ଏହା ପ୍ରତିବର୍ଷ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ହୋଇଆସୁଛି। ଆଜି ସଂଧ୍ୟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଯାହା ପାଞ୍ଚଦିନ ଧରି ଚାଲିବ। ବିଭିନ୍ନ ଦିନରେ ଯେଉଁ ସବୁ କାର୍ଯ୍ୟକ୍ରମ ରହିଛି ତାହା ହେଲା.. ମୁଖ୍ୟତଃ ଓଡିଶାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ସହିତ ଦେଶର ଶାସ୍ତ୍ରୀୟ ନୃତ୍ୟକୁ ପ୍ରଚାର ପ୍ରସାର କରାଇବା ପାଇଁ ଏହି ଉତ୍ସବ ଆୟୋଜିତ…
ବାଲୁଗାଁ: ୫ନଂ ଜାତୀୟ ରାଜପଥ ବାଲୁଗାଁ ସହରର ମୁଖ୍ୟ ରାସ୍ତା ସମ୍ପ୍ରସାରଣ ନେଇ ଉଭୟ ପାର୍ଶ୍ଵରେ ଥିବା ବେଆଇନ ନିର୍ମାଣ ଉଚ୍ଛେଦ ପ୍ରକ୍ରିୟା ବିଂଜ୍ଞପ୍ତି ଜାରି ହୋଇଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ରବିବାର ଅପରାହ୍ନରେ ବାଲୁଗାଁ ଉତ୍ତରାୟଣୀ ମନ୍ଦିର ନିକଟରେ ଜନ ସୁରକ୍ଷା ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜନ ସୁରକ୍ଷା ମଞ୍ଚ ସଭାପତି ଭୁବନ ସେଠୀଙ୍କ ସଭାପତିତ୍ୱରେ ଉପଦେଷ୍ଟା ଅକ୍ଷୟ କୁମାର ମହାପାତ୍ରଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ସ୍ଥାୟୀ ବାସିନ୍ଦା ଉପସ୍ଥିତ ଥିଲେ।ଉକ୍ତ ସମ୍ମିଳନୀରେ ସରକାରୀ ମୁତାବକ ସମ୍ପୂର୍ଣ୍ଣ ରାସ୍ତାର ଓସାର ସମାନ ରହିବା ନେଇ ଦାବି ଜୋର ଧରିଥିଲା। ଖବର ମୁତାବକ ବାଲୁଗାଁ ସହରର ମୁଖ୍ୟ ରାସ୍ତା ବାଲୁଗାଁ ଅନ୍ତର୍ଗତ ଗୋବର୍ଦ୍ଧନପୁର ଠାରୁ ଗବପଦର ମୌଜା ପର୍ଯ୍ୟନ୍ତ ଦୀର୍ଘ ୪ କିମି ରାସ୍ତା ୪ ଲେନ ବିଶିଷ୍ଟ ସମ୍ପ୍ରସାରଣ ନିମନ୍ତେ ରାସ୍ତା ଓ ଗୃହ ନିର୍ମାଣ…
ନୂଆଦିଲ୍ଲୀ: ଆଜି କୈନବରାରେ ଖେଳାଯାଇଥିବା ୱାର୍ମ ଅପ୍ ମ୍ୟାଚରେ ଭାରତ ଏକ ସୁନ୍ଦର ବିଜୟ ପଞ୍ଜିକରଣ କରିଛି। ଟିମ୍ ଇଣ୍ଡିଆ ପ୍ରଧାନମନ୍ତ୍ରୀ ଏକାଦଶକୁ ୬ ୱିକେଟରେ ପରାସ୍ତ କରିଛି। ଶୁଭମାନ ଗିଲ ଭାରତ ପାଇଁ ଦମଦାର ପ୍ରଦର୍ଶନ କରିଥିଲେ ଏବଂ ଅର୍ଦ୍ଧଶତକ ହାସଲ କରିଥିଲେ। ଯେଉଁଠାରେ ୱାଶିଂଟନ୍ ସୁନ୍ଦର ୪୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ବୋଲିଂରେ ହର୍ଷିତ ରାଣା ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୪ ଟି ୱିକେଟ୍ ନେଇଥିଲେ। ଆକାଶ ଦୀପ ୨ଟି ୱିକେଟ୍ ନେଇଥିଲେ। ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏହା ଏକ ଭଲ ସଂକେତ। ବାସ୍ତବରେ, ଜ୍ୟାକ୍ ଏଡୱାର୍ଡସଙ୍କ ନେତୃତ୍ଵାଧୀନ ପ୍ରଧାନମନ୍ତ୍ରୀ ଏକାଦଶ ପ୍ରଥମେ ବ୍ୟାଟିଂ କରି ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ସାମ କୋନଷ୍ଟାସ୍ ଶତକ ହାସଲ କରିଥିଲେ। ସେ ୯୭ ବଲ ସମ୍ମୁଖୀନ ହୋଇ ୧୦୭ ରନ ସ୍କୋର କରିଥିଲେ। ଜ୍ୟାକ୍ କ୍ଲିଟନ୍ ୪୦ ରନ୍ ର ଏକ…
ପୁରୀ: ପୁରୀରେ ନୌସେନା ଦିବସ ପାଳନ ଉପଲକ୍ଷେ ସମୁଦ୍ର ଭିତରେ ୧୫ରୁ ଅଧିକ ଯୁଦ୍ଧ ଜାହାଜ। ଆଇଏନଏସ ଜଳସ୍ୱ, ଦିଲ୍ଲୀ, ମହୀଶୂର, ମୁମ୍ବାଇ, ରଣବୀର, ଶକ୍ତି, ସତପୁରା, ସାହ୍ୟାଦ୍ରୀ, ଘରିଆଲ, କିଲଟନ, ସାବିତ୍ରୀ, ସୁମିତ୍ରା, କୀର୍ଚ୍ଚ, କୁଥାର, କବରେଟି ଯୁଦ୍ଧ ଜାହାଜ ପ୍ରଦର୍ଶନ କରିଛନ୍ତି ଯୁଦ୍ଧ କୌଶଳ। ଏଥି ସହ ମିଗ ୨୯କେ ବିମାନ, ହକ ବିମାନ ସହ ୪୦ରୁ ଅଧିକ ହେଲିକପ୍ଟର ନୌସେନାର ପରାକ୍ରମ ଦେଖାଇବାରେ ସାମିଲ ହୋଇଛନ୍ତି। ଏହାଛଡା ନୌସେନାର ସବମେରାଇନ ସାମିଲ ହୋଇଥିବା ବେଳେ ମାର୍କସ କମାଣ୍ଡୋ ଅପରେସନ ମଧ୍ୟ ଅଭ୍ୟାସ କରାଯାଇଥିଲା। ବହୁ ସଂଖ୍ୟାରେ ଜଣ ସାଧାରଣ ଆଜି ଏହି ନୌସେନାର ଅଭ୍ୟାସ ଯୁଦ୍ଧ କୌଶଳ ଦେଖି ଆତ୍ମବିଭୋର ହୋଇଥିବା ପରିଲକ୍ଷିତ ହୋଇଅଛି।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବନାଞ୍ଚଳର ଭାଲେରି ପାହାଡ଼ ଦେଇ ପ୍ରବେଶ କରି ଉପଦ୍ରବ କରିବା ଫଳରେ ଖଲ୍ଲିକୋଟ ବ୍ଲକରେ ପ୍ରବେଶ କରି ବ୍ଲକର ଖୋଜାପଲ୍ଲୀ, ଭିକାପଡା ଓ ବାଦ ପଲ୍ଲୀ ପଂଚାୟତର କମାର ସିଙ୍ଗିରେ ଥିବା ଆଇତିପୁର ଗ୍ରାମର ଶତାଧିକ ଏକର ଧାନ ଫସଲ ଖାଇବା ସହ ପାଦରେ ଦଳି ନଷ୍ଟ କରିବା ଫଳରେ ଚାଷୀ ମାନଙ୍କ ଗୋଟିଏ ବର୍ଷର କଷ୍ଟ ଅର୍ଜିତ ଖାଦ୍ୟକୁ ହରାଇଥିବା ଚାଷୀ ମାନେ ଦୁଃଖ ଓ ନୈରାଶ୍ୟର ପ୍ରକାଶ କରିଛନ୍ତି। ୨୨ ଟିକିଆ ହାତୀ ପଲଙ୍କ ମଧ୍ୟରୁ ଏବେବି କିଛି ଅମାନିଆ ହାତୀ ରହିଯାଇଥିବା ପ୍ରତ୍ୟକ୍ଷ ଦର୍ଶୀ ଗ୍ରାମବାସୀ ମାନେ ପ୍ରକାଶ କରିବା ସହ ଚାଷ ଜମି କୁ ଯିବାକୁ ଭୟ କରୁଛନ୍ତି। ହାତୀଙ୍କ ବିଚରଣ ପାଇଁ ଗ୍ରାମ ଗୁଡିକରେ ବିଦ୍ୟୁତ କାଟ ହେବା ସାଙ୍ଗକୁ ହାତୀ ଭୟରେ ଗ୍ରାମବାସୀ ମାନେ ସନ୍ଧ୍ୟାରୁ ତାଟି କବାଟ ପକାଇ ଘରେ ରହୁଥିବା ପ୍ରକାଶ। ହାତୀ ପଲ…
ଭୁବନେଶ୍ବର: ରାଜସ୍ୱ, ଲାଭ, ବଜାର ମୂଲ୍ୟ ଏବଂ ସାମାଜିକ ପ୍ରଭାବ ଦୃଷ୍ଟିରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଦେଶରେ ଆଗରେ ରହିବ ସହିତ ୨୦୨୪ ମସିହାରେ ୱିଜିକିର ଭିଜିବିଲିଟି ଇଣ୍ଡେକ୍ସରେ ଏହା ଭାରତର ଅଗ୍ରଣୀ କମ୍ପାନୀ ଭାବେ ସ୍ଥାନପାଇଛି। ୱିଜିକି ହେଉଛି ଏକ ମିଡିଆ ଇଣ୍ଟେଲିଜେନ୍ସ କମ୍ପାନୀ ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତା) ଗଣମାଧ୍ୟମ ଖବରରେ କେଉଁ କମ୍ପାନୀଗୁଡିକ ଅଧିକ ସ୍ଥାନ ପାଇଥାନ୍ତି ତାହା ନିରୂପଣ କରିଥାଏ। ୱିଜିକିର ଭିଜିବିଲିଟି ଇଣ୍ଡେକ୍ସ ଅନୁଯାୟୀ ରିଲାଏନ୍ସ କ୍ରମାଗତ ଭାବରେ ହେଡଲାଇନରେ ବା ଖବରର ଶୀର୍ଷରେ ରହିଆସିଛି ଏବଂ ଅନେକ ବ୍ୟାଙ୍କିଙ୍ଗ୍, ଫାଇନାନ୍ସ ଏବଂ ଉପଭୋକ୍ତା ସାମଗ୍ରୀ କମ୍ପାନୀକୁ ଏହି ପ୍ରସଙ୍ଗରେ ପଛରେ ଛାଡି ଦେଇଛି। ୨୦୨୪ ରେ ରିଲାଏନ୍ସର ନ୍ୟୁଜ୍ ସ୍କୋର ୧୦୦ ମଧ୍ୟରୁ ୯୭.୪୩ ରହିଥିବା ୱିଜିକି ପ୍ରକାଶ କରିଛି। ଏହା ୨୦୨୩ ରେ ୯୬.୪୬, ୨୦୨୨ ରେ ୯୨.୫୬ ଏବଂ ୨୦୨୧ ରେ ୮୪.୯ ଥିଲା ଏବଂ ଏହି ପାଞ୍ଚ ବର୍ଷ…
ରେଢ଼ାଖୋଲ (କୈଳାଶ ଚନ୍ଦ୍ର ଚୌଧୁରୀ): ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ କଦଳୀଗଡ ଠାରେ ୟୁଥ୍ ରେଡ୍ କ୍ରସ୍ ଏବଂ ରେଡ୍ ରିବନ୍ କ୍ଲବ୍ ର ମିଳିତ ଆନୁକୁଲ୍ୟରେ ବିଶ୍ଵ ଏଡ଼ସ୍ ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ କଲେଜ୍ ର ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀ ଯୋଗଦାନ ଦେଇ ଏଡ଼ସ୍ ରୋଗର ନିରାକରଣ ତଥା ସଚେତନତା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ କାର୍ଯକ୍ରମ ରେ ଅଂଶ ଗ୍ରହଣ କରି ଏକ ଶୋଭାଯାତ୍ରା ରେ ଗ୍ରାମ ପରିଭ୍ରମଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ୟୁଥ୍ ରେଡ୍ କ୍ରସ୍ ର ସଂଯୋଜକ ବୈନତେୟ ସାହୁ ପରିଚାଳନା କରିଥିଲେ ଏବଂ ଶିକ୍ଷା ବିଭାଗ ର ଅଧ୍ୟାପକ ସୁଦର୍ଶନ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର କର୍ମଚାରୀ ବେଲାର ସେନ୍ ସାହୁ ଏବଂ ସିକୁନ ବେହେରା ସହଯୋଗ କରିଥିଲେ।
ଭୁବନେଶ୍ଵର: ଢେଙ୍କାନାଳ ସହରରେ ପୋଲିସ ପ୍ରଶାସନ ତରଫରୁ ୧୦୦ ସିସିଟିଭି କ୍ୟାମେରା ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଚାଲିବା ନେଇ ଏସପି ସୂଚନା ଦେଇଛନ୍ତି। ଆସନ୍ତା ମାସ ଶେଷ ସୁଧା ସହରର ସମସ୍ତ ଅଂଚଳରେ ସିସିଟିଭି କ୍ୟାମେରା ଲାଗିଯାଇଥିବ ବୋଲି ଏସପି ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪୦ ସିସିଟିଭି କ୍ୟାମେରା ଲାଗିବ। ଟ୍ରାଫିକ ନିୟନ୍ତ୍ରଣ, ଗାଡି ଚୋରି, ବିଭିନ୍ନ ପ୍ରକାର ଅପରାଧର ଅପରାଧୀଙ୍କୁ ଜାଣିବା ଓ ଅପରାଧ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ସିସିଟିଭି କ୍ୟାମେରା ଶୀଘ୍ର ଲାଗିବ।
ଭୁବନେଶ୍ଵର: କୋରାପୁଟ ଜିଲ୍ଲାର ସମସ୍ତ ସ୍କୁଲ ଗୁଡିକରେ ଶନିବାର ଦିନ ସକାଳୁ ଆରମ୍ଭ ନହୋଇ ଦିନ ୧୦ଟା ରେ ଆରମ୍ଭ ହେବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛନ୍ତି। କ୍ରମାଗତ ଶୀତ ଲାଗି ରହି ଥିବାରୁ ଓ ତାପମାତ୍ରା ସକାଳ ସମୟରେ ହ୍ରାସ ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆସନ୍ତା ଶନିବାର ଠାରୁ ଫେବୃଆରୀ ୧୫ ତାରିଖ ମଧ୍ୟରେ ପଡ଼ୁଥିବା ସମସ୍ତ ଶନିବାରରେ ସ୍କୁଲ ଗୁଡ଼ିକ ସକାଳୁ ଖୋଲିବା ପାଇଁ ନିଷ୍ପତି ନିଆଯାଇଛି।
ନୂଆଦିଲ୍ଲୀ: ଭାରତ ବନାମ ପ୍ରଧାନମନ୍ତ୍ରୀଙ୍କ ଏକାଦଶ ଅଭ୍ୟାସ ମ୍ୟାଚର ପ୍ରଥମ ଦିନ ବର୍ଷାରେ ଧୋଇ ହୋଇଯାଇଥିଲା। ଦ୍ୱିତୀୟ ଦିନରେ ମଧ୍ୟ ବର୍ଷା ବାଧା ସୃଷ୍ଟି କରିଥିଲା, କିନ୍ତୁ ଉଭୟ ଦଳ ପଡ଼ିଆରେ ଖେଳିବାର ସୁଯୋଗ ପାଇଥିଲେ। ପ୍ରଧାନମନ୍ତ୍ରୀ ଏକାଦଶର ପ୍ରଥମ ଇନିଂସ ୨୪୦ ରନରେ ସୀମିତ ଥିଲା, ଯେଉଁଠାରେ ସମୁଦାୟ ୭ ବୋଲର ଭାରତ ପାଇଁ ବୋଲିଂ କରିଥିଲେ, ସେଥିମଧ୍ୟରୁ ୬ ଜଣ ବୋଲର ଅତି କମରେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ମାତ୍ର ସବୁଠାରୁ ପ୍ରଭାବଶାଳୀ ବୋଲିଂ ହର୍ଷିତ ରାଣାଙ୍କଠାରୁ ଆସିଥିଲା, ଯିଏ ମାତ୍ର ୬ ଓଭର ବୋଲିଂ କରି ଚାରି ୱିକେଟ୍ ନେଇଥିଲେ। ହର୍ଷିତ ରାଣାଙ୍କ ବୋଲିଂ ଏତେ ଘାତକ ଥିଲା ଯେ, ସେ ମାତ୍ର ୬ ଟି ବଲରେ ଚାରିଟି ୱିକେଟ୍ ନେଇଥିଲେ। କେବଳ ପାର୍ଥକ୍ୟ ହେଉଛି ହର୍ଷିତ୍ ଗୋଟିଏ ଓଭରରେ ଏହି ଚାରିଟି ୱିକେଟ୍ ନେଇ ନାହାଁନ୍ତି। ବାସ୍ତବରେ ହର୍ଷିତ୍ ୨୩ ଓଭରର ଚତୁର୍ଥ ବଲରେ…
ନୂଆଦିଲ୍ଲୀ: ସାରା ଦେଶରେ ୱାକଫ ବିଲ୍ ଉପରେ ବିତର୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ସରକାର ଆଜି ରାଜ୍ୟ ୱାକଫ ବୋର୍ଡର ପୂର୍ବ ଗଠନକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। କାରଣ କୋର୍ଟଙ୍କ ରହିତାଦେଶ ପରେ ବୋର୍ଡ ଦୀର୍ଘ ଦିନ ଧରି କାର୍ଯ୍ୟ କରୁନଥିଲା। ଜିଓ ୭୫ ଅଧୀନରେ ଜାରି କରାଯାଇଥିବା ଏହି ଆଦେଶରେ, ରାଜ୍ୟ ୱାକଫ ବୋର୍ଡ ଗଠନ ପାଇଁ ସମସ୍ତ ପୂର୍ବ ନିର୍ଦ୍ଦେଶକୁ ରଦ୍ଦ କରାଯାଇଛି। ବୋର୍ଡ ସଦସ୍ୟ ନିର୍ବାଚନକୁ ନେଇ ଏକ ମକଦ୍ଦମା ପରେ ଏହି ପଦକ୍ଷେପ ନିଆଯାଇଛି। ବାସ୍ତବରେ ନଭେମ୍ବର ୩୦ ତାରିଖରେ ଜାରି କରାଯାଇଥିବା ସରକାରୀ ଆଦେଶରେ କୁହାଯାଇଛି ଯେ, ବୋର୍ଡ ଅଧ୍ୟକ୍ଷ ନିର୍ବାଚନରେ ରହିତାଦେଶ ପରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁ ନ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ୱାକଫ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏହି ପ୍ରସଙ୍ଗକୁ ସରକାରଙ୍କ ନଜରକୁ ଆଣିଛନ୍ତି ଏବଂ ମକଦ୍ଦମା ସମାଧାନ ତଥା ପ୍ରଶାସନିକ ଶୂନ୍ୟସ୍ଥାନ…
ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ୟୁଥ ରେଡ଼କ୍ରସ, ରେଡ ରିବନ କ୍ଲବ ଓ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ଉଦ୍ୟମରେ ଆଜି ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଆଜି ପ୍ରାତଃ ସମୟରୁ ଛାତ୍ର ଛାତ୍ରୀମାନେମହାବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଏଡ଼ସ ସଚେତନତା ନାରା ଦେଇ ଚିଲିକାକୂଳର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ। ଏହାପରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଛାତ୍ର ଛାତ୍ରୀମାନେ ଏକାଠି ହୋଇ ଡାକ୍ତର ସୁନୀଲ କୁମାର ସ୍ୱାଇଁଙ୍କ ଠାରୁ ବାଲୁଗାଁ ସମନ୍ୱିତ ଏଚ ଆଇ ଭି କେନ୍ଦ୍ରରେ ପଞ୍ଜିକୃତ ଏଡ଼ସ ସଂକ୍ରମିତଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଏଡ୍ସ ସଚେତନତା ଶୋଭାଯାତ୍ରା ପରେ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଡ୍ସ ରୋଗର ସାମ୍ପ୍ରତିକ ଭୟାବହତା ସମ୍ପର୍କରେ ଡକ୍ଟର ସୁବୁଦ୍ଧି ଆଲୋଚନା କରିବା ସହ ସଠିକ ମାର୍ଗ ଗ୍ରହଣ କଲେ ବିଶ୍ୱ ଏଡ୍ସ ମୁକ୍ତ…
ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସହଯୋଗରେ ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏମ୍.ଇ.ଏ.ଆଇ.) ସଫଳତାର ସହ ୱାମ୍! (ୱେଭସ୍ ଆନିମେ ଏବଂ ମାଙ୍ଗା) ପ୍ରତିଯୋଗିତା ୩୦ ନଭେମ୍ବରରେ ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ଦିଲ୍ଲୀସ୍ଥିତ ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ ପରିସରରେ ଆୟୋଜିତ, ୱାମ୍!ର ଏହି ସଦ୍ୟତମ ସଂସ୍କରଣ ଏକ ଉତ୍ସାହୀ ଭିଡ଼କୁ ଆକର୍ଷିତ କରିଥିଲା ଏବଂ ଭାରତର ମାଙ୍ଗା, ଆନିମେ ଏବଂ ୱେବଟୁନ ସ୍ରଷ୍ଟାମାନଙ୍କର ଅପାର ସୃଜନଶୀଳ ସମ୍ଭାବନା ପ୍ରଦର୍ଶନ କରିଥିଲା। ଗୌହାଟୀ, କୋଲକାତା, ଭୁବନେଶ୍ୱର ଏବଂ ବାରାଣାସୀରେ ଏହାର ସଫଳତାକୁ ଆଧାର କରି, ୱାମ୍! ଦିଲ୍ଲୀରେ ମାଙ୍ଗା (ଜାପାନୀ ଶୈଳୀର କମିକ୍ସ), ୱେବଟୁନ (ଡିଜିଟାଲ୍ କମିକ୍ସ), ଏବଂ ଆନିମେ (ଜାପାନୀ ଶୈଳୀର ଆନିମେସନ୍) ସମେତ ବିଭିନ୍ନ ବର୍ଗରେ ୧୯୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୮ ଜଣ ଜୀବନ୍ତ କସପ୍ଲେ ଏବଂ ଭଏସ୍ ଆକ୍ଟିଂ ପ୍ରଦର୍ଶନ କରିବା ସହିତ ଲୋକପ୍ରିୟ ଆନିମେ…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସ୍ବାସ୍ଥ୍ୟ ସମିତି ଏବଂ ଜିଲ୍ଲା ଏଡସ୍ ପ୍ରତିରୋଧ ଓ ନିୟନ୍ତ୍ରଣ କକ୍ଷର ମିଳିତ ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ମହାବିଦ୍ୟାଳୟ ଓ ନର୍ସିଂ ଛାତ୍ର, ଛାତ୍ରୀ ନେଇ ଏକ ଏଚଆଇଭି/ଏଡସ୍ ସଚେତନ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହାକୁ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ବିଶ୍ବନାଥ ପାଢୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ତତ୍ପରେ କାର୍ଯ୍ୟାଳୟ ସମିଳନୀ କକ୍ଷରେ ଡା. ପାଢୀ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷର ବିଷୟ ବସ୍ତୁ “ଅଧିକାରର ସଠିକ୍ ମାର୍ଗ ଅନୁସରଣ କରିବା” ଉପରେ ଆଲୋଚନା କରଯାଇଥିଲା। ମୁଖ୍ୟ ବକ୍ତା ଭାବେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଜଗଦେବ, କବି ପ୍ରସନ୍ନ ପାଟ୍ଟସାଣି ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଜୟସିଂ ଓ ଖୋର୍ଦ୍ଧା ନର୍ସିଂ ସ୍କୁଲର ସ୍ଵର୍ଣ୍ଣ ପ୍ରଭା ସାହୁ ଏଚଆଇଭି/ଏଡସ୍ ସମ୍ବନ୍ଧୀୟ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ।…
ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରସ୍ଥିତ କଲେଜ ରୋଡ ଅନ୍ତର୍ଗତ ବାବା ବଖାରି କଲ୍ୟାଣ ମଣ୍ଡପ ନିକଟରେ ଟାଙ୍ଗୀ ଇନଷ୍ଟିଚ୍ୟୁଟ ଅଫ ନର୍ସିଂ ଓ ପାରାମେଡିକାଲ ସାଇନ୍ସ ର ନୂତନ ଶାଖା ଉଦଘାଟିତ ହୋଇଯାଇଛି। ଉକ୍ତ ଶିକ୍ଷାନୁଷ୍ଠାନରେ ମୁଖ୍ୟ ଅତିଥି ଭାବେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା, ଗ୍ରାମୀଣ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ସର୍ବେଶ୍ୱର ଷଡ଼ଙ୍ଗୀ, ଓସିସି ଏଫ ନିର୍ଦେଶକ ସନ୍ତୋଷ କୁମାର ନାଥ ଏବଂ ନାଚୁଣୀ ଗାୟତ୍ରୀ ହସ୍ପିଟାଲର ପ୍ରତିଷ୍ଠାତା ମୋନାଲିସା ହରିଚନ୍ଦନ ଯୋଗଦେଇଥିଲେ। ଏହି ଅବସରରେ ସ୍ଥାନୀୟ ବାବା ବଖାରି କଲ୍ୟାଣ ମଣ୍ଡପ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଅତିଥିମାନେ ବାଣପୁର ସହରରେ ଉକ୍ତ ଶିକ୍ଷାନୁଷ୍ଠାନ ଖୋଲିବାଦ୍ୱାରା ବହୁ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ମତଦେଇଥିଲେ। …

