Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫ନଂ ଜାତୀୟ ରାଜପଥ ସମ୍ପ୍ରସାରଣ: ବେଆଇନ ଉଚ୍ଛେଦ ନେଇ ବାଲୁଗାଁରେ ତେଜିଲା ଜନ ଅସନ୍ତୋଷ
ଆଜିର ଖବର

୫ନଂ ଜାତୀୟ ରାଜପଥ ସମ୍ପ୍ରସାରଣ: ବେଆଇନ ଉଚ୍ଛେଦ ନେଇ ବାଲୁଗାଁରେ ତେଜିଲା ଜନ ଅସନ୍ତୋଷ

December 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ୫ନଂ ଜାତୀୟ ରାଜପଥ ବାଲୁଗାଁ ସହରର ମୁଖ୍ୟ ରାସ୍ତା ସମ୍ପ୍ରସାରଣ ନେଇ ଉଭୟ ପାର୍ଶ୍ଵରେ ଥିବା ବେଆଇନ ନିର୍ମାଣ ଉଚ୍ଛେଦ ପ୍ରକ୍ରିୟା ବିଂଜ୍ଞପ୍ତି ଜାରି ହୋଇଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ରବିବାର ଅପରାହ୍ନରେ ବାଲୁଗାଁ ଉତ୍ତରାୟଣୀ ମନ୍ଦିର ନିକଟରେ ଜନ ସୁରକ୍ଷା ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜନ ସୁରକ୍ଷା ମଞ୍ଚ ସଭାପତି ଭୁବନ ସେଠୀଙ୍କ ସଭାପତିତ୍ୱରେ ଉପଦେଷ୍ଟା ଅକ୍ଷୟ କୁମାର ମହାପାତ୍ରଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ସ୍ଥାୟୀ ବାସିନ୍ଦା ଉପସ୍ଥିତ ଥିଲେ।ଉକ୍ତ ସମ୍ମିଳନୀରେ ସରକାରୀ ମୁତାବକ ସମ୍ପୂର୍ଣ୍ଣ ରାସ୍ତାର ଓସାର ସମାନ ରହିବା ନେଇ ଦାବି ଜୋର ଧରିଥିଲା।

ଖବର ମୁତାବକ ବାଲୁଗାଁ ସହରର ମୁଖ୍ୟ ରାସ୍ତା ବାଲୁଗାଁ ଅନ୍ତର୍ଗତ ଗୋବର୍ଦ୍ଧନପୁର ଠାରୁ ଗବପଦର ମୌଜା ପର୍ଯ୍ୟନ୍ତ ଦୀର୍ଘ ୪ କିମି ରାସ୍ତା ୪ ଲେନ ବିଶିଷ୍ଟ ସମ୍ପ୍ରସାରଣ ନିମନ୍ତେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ପାଇଁ ନିର୍ଦ୍ଦେଶ ରହିଥିଲା। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସରକାରୀ ଜାଗା ଚିହ୍ନଟ କରି ଅବରୋଧ କାରୀଙ୍କୁ ସୂଚିତ କରାଯିବା ସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅକ୍ଟୋବର ୪ରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ମାତ୍ର କିଛି ଅନିର୍ବାଯ୍ୟ କାରଣ ଯୋଗୁଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରହିଥିବା ବେଳେ ଆସନ୍ତା ୩ ତାରିଖରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବା ନେଇ ତହସିଲ ପକ୍ଷରୁ କୁହାଯାଇଥିଲା। ହେଲେ ଅଞ୍ଚଳବାସୀଙ୍କ କହିବା ମୁତାବକ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚଳିତ ସେପ୍ଟେମ୍ବର ଠାରୁ ତିନି ତିନି ଥର ବିଭିନ୍ନ ସ୍ଥାନରେ ଜାଗା ଚିହ୍ନଟ କରାଯାଇଥିବା ବେଳେ ପ୍ରକୃତରେ କେତେ ଜାଗା ଉଚ୍ଛେଦ ହେବ ତାହା ଅଦ୍ୟାବଧି ସେମାନେ ଜାଣି ନାହାଁନ୍ତି। ଏନେଇ ସ୍ଥାନୀୟ ତହସିଲଦାର, ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ପାଇ ନଥିବା ଅଭିଯୋଗ କରିଛନ୍ତି।

ଏହି ପ୍ରକଳ୍ପରେ ୭୨ ଫୁଟ ଓସାର ରାସ୍ତା ନିର୍ମାଣ ପ୍ରବନ୍ଧନ ରହିଥିବା ବେଳେ କେଉଁଠି ୮୦ ଫୁଟ ତ କେଉଁଠି ୮୫ ଫୁଟ ଓସାରରେ ଚିହ୍ନଟ କରାଯାଇଛି। ଏପରିକି ବ୍ୟସ୍ତବହୁଳ ଗାନ୍ଧୀ ଛକ ଠାରୁ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ କେତେ ଜାଗା ଉଚ୍ଛେଦ କରାଯିବ ତାହା ଅସ୍ପଷ୍ଟ ରହିଥିବା ଜନ ସୁରକ୍ଷା ମଞ୍ଚ ପକ୍ଷରୁ କହିଛନ୍ତି।

ଏପରିକି ଜନଗହଳି ପୂର୍ଣ୍ଣ ରାସ୍ତାକୁ ଗୁରୁତ୍ୱ ନଦେଇ ଅନ୍ୟ ରାସ୍ତା ସମ୍ପ୍ରସାରଣ ବାହାନାରେ ଉଚ୍ଛେଦ କରିବା ନାଁ କିଛି ମୁଷ୍ଟିମେୟ ଲୋକଙ୍କ କଥାରେ ପଡି ମନଇଚ୍ଛା ଜାଗା ଚିହ୍ନଟ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ସମ୍ପୁର୍ଣ୍ଣ ଚାରି କିମି ରାସ୍ତା ଚାରି ଲେନ ବିଶିଷ୍ଟ ହେବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି। ଯାହାକୁ ନେଇ ଜନ ସୁରକ୍ଷା ମଞ୍ଚ ପକ୍ଷରୁ ବିରୋଧ କରାଯାଉଥିବା ବେଳେ ସାଧାରଣରେ ଘୋର ଅସନ୍ତୋଷ ଦେଖାଦେଇଛି।

ଉତ୍ତରାୟଣୀ ମନ୍ଦିର ଜନ ଅସନ୍ତୋଷ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.