ଭୁବନେଶ୍ବର: ଭୁବନେଶ୍ବରସ୍ଥିତ କୃଷି ଭବନ ପ୍ରେକ୍ଷାଳୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବିଜ୍ଞାନ ଭିତ୍ତିକ ଧାନ ଗବେଷଣା ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଫିଲିପାଇନ୍ସର ମାନିଲାସ୍ଥିତ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନର ମହାନିର୍ଦ୍ଦେଶିକା ଡକ୍ଟର ୟୋଭାନ ପିଣ୍ଟୋ ଯୋଗଦେଇ ଧାନ ଗବେଷଣାର ନୂତନ ଦିଗ ଉପରେ ଆଲୋଚନା କରିଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ ଆଲୋଚନାଚକ୍ରର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ଧାନଚାଷର ଉତ୍ପତ୍ତି ଓ ସଂସ୍କୃତି ସଂପର୍କରେ ଆଲୋଚନା କରିଥିଲେ। କୋରାପୁଟ ଅଞ୍ଚଳରେ ଧାନର ବିଭିନ୍ନ ପାରମ୍ପରିକ ପ୍ରଜାତି କିପରି ବିଶ୍ବ ଧାନଚାଷ ମାନଚିତ୍ରରେ ଓଡ଼ିଶାକୁ ଗର୍ବିତ କରୁଛି ସେ ସଂପର୍କରେ ଉପମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଓଡ଼ିଶାରେ ଏକ ଶାଖା ଖୋଲିବା ପାଇଁ ରାଜ୍ୟ…
Author: SM Network
ବାଣପୁର: ବାଣପୁର ନିକଟସ୍ଥ ବେତୁଲି ଗ୍ରାମରେ ଚାଲିଥିବା ଅଷ୍ଟପ୍ରହରୀ ନାମଯଜ୍ଞ ଆଜି ଶେଷ ହୋଇଛି। ଆଜି ଭୋରରୁ ନାମଜପ ଶେଷ ହେବା ପରେ ନଗର କୀର୍ତ୍ତନ ପରିବେଷଣ କରାଯାଇଥିଲା। ଏଥିରେ ଗ୍ରାମ କଳାକାରମାନେ ବିଭିନ୍ନ ବେଶ ହୋଇ ନଗର ପରିକ୍ରମା କରିଥିଲେ। ଏହାପରେ କଳସ ବିସର୍ଜନ କରାଯାଇଥିଲା। ଏହି ଉପଲକ୍ଷେ ବେତୁଲି ଗ୍ରାମ ତରଫରୁ ହଜାର ହଜାର ଭକ୍ତଙ୍କୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଗତ ଶନିବାରଠାରୁ ଏହି ଅଷ୍ଟପ୍ରହରୀ ନାମ ଯଜ୍ଞ ଆରମ୍ଭ କରାଯାଇଥିଲା। ସେଦିନ ଅଧିବାସ କରାଯାଇ ଭୋରରୁ ନାମ ଧରାଯାଇଥିଲା। ଏଥିରେ ବେତୁଲି ଗ୍ରାମର ସଙ୍କୀର୍ତ୍ତନ ଦଳ ସହିତ ମୋଟ ୫ ଟି ଦଳ ନାମ ସଂକୀର୍ତ୍ତିନ ପରିବେଷଣ କରିଥିଲେ। ବେତୁଲି ଗ୍ରାମରେ ଦୀର୍ଘ ବର୍ଷ ଧରି ଏହି ଅଷ୍ଟପ୍ରହରୀ ନାମଯଜ୍ଞ କରାଯାଇ ଆସୁଛି।
ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏନଡିଏ ସଦସ୍ୟମାନଙ୍କ ସହ ସଂସଦରେ ‘ଦ ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର ଦେଖିଛନ୍ତି। ସେ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି: “ଏନଡିଏ ସଦସ୍ୟମାନଙ୍କ ସହ ‘ଦ ସାବରମତୀ ରିପୋର୍ଟ’ର ସ୍କ୍ରିନିଂରେ ଯୋଗଦେଲି। ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସେମାନଙ୍କ ପ୍ରଚେଷ୍ଟା ପାଇଁ ପ୍ରଶଂସା କରୁଛି।”
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଆଜି ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଓ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ। ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୧୭ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା ସେଥିରୁ ବ୍ୟକ୍ତିଗତ ୯୧ ଗୋଟି ଓ ସାମୂହିତ ୨୪ ଗୋଟି ରହିଥିବା ବେଳେ ୧୦ ଗୋଟି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ୨ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ବେସାମରିକ ଯୋଗାଣ, ଜଳସେଚନ, ସାମାଜିକ ସୁରକ୍ଷା, ପୂର୍ତ୍ତ, ବିଦ୍ୟୁତ, ଶିଶୁ ସୁରକ୍ଷା, ଗ୍ରାମ୍ୟ ଉନ୍ନୟନ, ଅବକାରୀ, ତହସିଲ, ବ୍ଲକ ଇତ୍ୟାଦି ବିଭାଗୀୟ ଅଧୀନରେ କାର୍ଯ୍ୟକାରୀ…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ମୋଦୀ ସରକାରଙ୍କୁ କ୍ଷମତାରୁ ହଟାଇବା ଉଦ୍ଦେଶ୍ୟରେ ଗଠିତ INDIA ମେଣ୍ଟରେ ଫାଟ ଦେଖାଦେଇଛି। ସଂସଦର ଶୀତକାଳୀନ ଅଧିବେଶନ ପାଇଁ ଅନେକ ପ୍ରସଙ୍ଗରେ ବିରୋଧୀ ମେଣ୍ଟରେ କୌଣସି ସହମତି ନାହିଁ। ଗୋଟିଏ ପଟେ କଂଗ୍ରେସ ଚାହୁଁଛି ଯେ, ଗୃହରେ ଗୌତମ ଆଦାନୀ ଏବଂ ଇଭିଏମ୍ ପ୍ରସଙ୍ଗ ଉଠାଯିବା ଉଚିତ୍, ଅନ୍ୟପକ୍ଷରେ ଅନେକ ଦଳ ଚାହୁଁଛନ୍ତି ଯେ, ସାଧାରଣ ଜନତାଙ୍କ ସହ ସିଧାସଳଖ ପ୍ରାସଙ୍ଗିକତା ଥିବା ଗୃହରେ ଏଭଳି ପ୍ରସଙ୍ଗ ଉଠାଯାଉ। ସୂଚନା ଅନୁଯାୟୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଇଣ୍ଡିଆ ବ୍ଲକର ଏକ ବୈଠକ ଡାକିଥିଲେ, ଯେଉଁଥିରେ ରାହୁଲ ଗାନ୍ଧୀ ସ୍ପଷ୍ଟ ଭାବେ ନେତୃତ୍ଵ ନେଇଥିଲେ ଏବଂ ଯୋଜନା ବିଷୟରେ ବର୍ଣ୍ଣନା କରିଥିଲେ। ସୂତ୍ରରୁ ପ୍ରକାଶ ଯେ, ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଏହି ସଭାରେ ଉପସ୍ଥିତ ନେତାଙ୍କୁ କହିଥିଲେ ଯେ, ଗୌତମ ଆଦାନୀ ଏବଂ ଇଭିଏମ୍ ହେଉଛି ଲୋକଙ୍କ ସମସ୍ୟା। ଏହି ବୈଠକରେ ଇଣ୍ଡିଆ ବ୍ଲକର…
ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ରୁ ୭ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। ଡିସେମ୍ବର ୩ ତାରିଖରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି ଅନାବରଣ କରାଯିବ। ଏଥିସହିତ ସେ ଭୁବନେଶ୍ୱରରେ ଆଦିମ ଓୱାର ଜାର୍ପା ଜାହେର ପରିଦର୍ଶନ କରିବେ। ଡିସେମ୍ବର ୪ ତାରିଖରେ ରାଷ୍ଟ୍ରପତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ମଧ୍ୟ ସେ ଯୋଗଦେବେ। ସେହିଦିନ ସେ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ନୌସେନା ଦିବସ ସମାରୋହ ଓ ସମର କୌଶଳ ପ୍ରଦର୍ଶନରେ ଯୋଗଦେବେ। ଆସନ୍ତା ଡିସେମ୍ବର ୫ ତାରିଖରେ ରାଷ୍ଟ୍ରପତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେହିଦିନ ସେ ଭୁବନେଶ୍ୱରରେ ନ୍ୟାୟିକ ଅଦାଲତର ନୂଆ ଅଟ୍ଟାଳିକାକୁ ଉଦଘାଟନ କରିବେ। ଡିସେମ୍ବର ୬ ତାରିଖରେ ରାଷ୍ଟ୍ରପତି ଉପରବେଡାଠାରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ…
ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘରୋଇ ଡାକ୍ତରଖାନା ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ଓ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍) ଦେଶ ସମେତ ବିଦେଶରେ ମଧ୍ୟ ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ଲାଗିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ସମ୍ମମ୍ ପକ୍ଷରୁ ଆୟୋଜିତ ଜାତୀୟ ଇଂଟରଭେନସନାଲ୍ ରେଡିଓଲୋଜି ସମ୍ମିଳନୀ ‘ସମମ୍ଇରକନ୍’ ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ସମ୍ମମ୍ ଓଡିଶା ରେଡିଓଲୋଜିକାଲ୍ ଆଣ୍ଡ ଇମେଜିଂ ଆସୋସିଏସନ୍ ଓ ଇଣ୍ଡିଆନ୍ ସୋସାଇଟି ଅଫ୍ ଇଂଟରଭେନସନାଲ୍ ରେଡିଓଲୋଜିର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳା ପରିପ୍ରେକ୍ଷୀରେ ଡକ୍ଟର ମହାଲିଙ୍ଗ କହିଥିଲେ ଯେ, ରେଡିଓଲୋଜିର ଦୁଇଟି କ୍ଷେତ୍ର ଇମେଜିଂ ଓ ଇଂଟରଭେନସନାଲ୍ ପ୍ରକ୍ରିୟା ଏବେ ଖୁବ୍ ବ୍ୟାପକ ହେବାରେ ଲାଗିଛି। ତେଣୁ ସମ୍ମମ୍ ପକ୍ଷରୁ ଏଭଳି ଜାତୀୟ ସମ୍ମିଳନୀର ଆୟୋଜନ…
ଭୁବନେଶ୍ଵର: କୃଷି ଉଦ୍ୟାନ ବିଭାଗର କର୍ମଚାରୀ ବିଜୟ କୁମାର ନାୟକ ସରକାରୀ ବାସଭବନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ଫୁଲବାଣୀ ଟାଉନ୍ ଥାନା ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ବିଜୟଙ୍କ ଆତ୍ମହତ୍ୟା ଘଟଣାକୁ ତାଙ୍କ ପୁଅ ହତ୍ୟା ଅଭିଯୋଗ କରିଛନ୍ତି। ଗତକାଲି ଅପରାହ୍ନରେ ବିଜୟ, ଝିଅ ଓ ସ୍ତ୍ରୀଙ୍କ ସହ ଫୋନରେ କଥା ହେବା ସହିତ ରାତିରେ ବସରେ ଭୁବନେଶ୍ୱର ଯିବେ ଏବଂ ସେଠାରୁ ଭଦ୍ରକ ନିଜ ଗାଁକୁ ଯିବେ ବୋଲି ସ୍ତ୍ରୀଙ୍କୁ କହିଥିଲେ। କିନ୍ତୁ ଅପରାହ୍ନ ୪ଟା ୧୫ ମିନିଟ୍ ସମୟରେ ବିଜୟ ନିଜ ସରକାରୀ ବାସ ଭବନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ସ୍ତ୍ରୀ ବାସନ୍ତୀ ନାୟକଙ୍କୁ ଜଣାଇଥିଲେ ଉଦ୍ୟାନ କୃଷି ନିର୍ଦ୍ଦେଶକ। ଆଜି ପରିବାର ଲୋକେ ଫୁଲବାଣୀ ପହଁଚିବା ପରେ ପୋଲିସ୍ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଅନ୍ୟପଟେ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭାଷା, ସଂସ୍କୃତି ଓ ଐତିହ୍ୟ କେନ୍ଦ୍ର ‘ପ୍ରାଚୀନ’ ଆନୁକୂଲ୍ୟରେ ପ୍ରକାଶିତ ଦୁଇଟି ପୁସ୍ତକ ‘ଯୁଗଭଞ୍ଜଙ୍କ ଦଶପୋଈ’ ଓ ‘ପ୍ରାଚୀନ ଓଡିଆ ଅଭିଲେଖ’ ଓଡିଆ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି। ଏହି ଦୁଇଟି ପୁସ୍ତକକୁ ସୋମବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉନ୍ମୋଚନ କରିଛନ୍ତି। ଏହି ସମୟରେ ପ୍ରାଚୀନର ମୁଖ୍ୟ ପ୍ରଫେସର (ଡକ୍ଟର) ଗାୟତ୍ରୀବାଳା ପଣ୍ଡା ଉପସ୍ଥିତ ଥିଲେ। ଏହି ପୁସ୍ତକ ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାଁରେ ୧୮୭୫ ମସିହାରେ ପ୍ରକାଶ ପାଇଥିବା ବେଳେ ପୁର୍ନବାର କୋଲକାତାରେ ୧୯୫୨ ମସିହାରେ ପ୍ରକାଶିତ ହୋଇଥିଲା। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ପୁସ୍ତକଟି ଉପେନ୍ଦ୍ର ଭଞ୍ଜଙ୍କ ରଚନା ନୁହେଁ ବରଂ ବଉଦର ତତ୍କାଳୀନ ରାଜା ଯୁଗଭଞ୍ଜ ହେଉଛନ୍ତି ଏହାର ରଚୟିତା। ପ୍ରଥମ ପ୍ରକାଶନର ପ୍ରାୟ ଦେଢଶହ ବର୍ଷ ପରେ ଏହି ପୁସ୍ତକର ସ୍ରଷ୍ଟା ଯେ ଅନ୍ୟ ଜଣେ ବ୍ୟକ୍ତି…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୧୩୮ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୩୦ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୦୬ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୨ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଆଜିର ମିଳିତ ଜନଶୁଣାଣି ଅବସରରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଅଧ୍ୟକ୍ଷତା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ( ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜ୍ୟୋତି ଶଙ୍କର ସାହୁ, ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନସେଠୀ, ସି ଡ଼ି ଏମ୍ଓ (ଭାରପ୍ରାପ୍ତ) ଡଃ ଜୀବନ୍ତ ଆଚାର୍ଜୀ, ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ଖୋର୍ଦ୍ଧା ବିଡିଓ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ତରାଇ, ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଓ ଅନ୍ୟ…
ଭୁବନେଶ୍ଵର: ଉତ୍ତରାଖଣ୍ଡର ହରିଦ୍ଵାର ସ୍ଥିତ ପତଞ୍ଜଳି ଯୋଗ ପୀଠରେ ମୁଖ୍ୟ ଯୋଗ ଶିକ୍ଷକ ଶିବିର ନଭେମ୍ବର ୨୩ ରୁ ୨୭ ପର୍ଯ୍ୟନ୍ତ ପାଞ୍ଚ ଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଓଡିଶାରୁ ୧୩୯ ଜଣ, ଛତିଶଗଡ, ମଧ୍ୟପ୍ରଦେଶ ଓ ଗୁଜୁରାଟରୁ ୬୦୦ ଜଣ ମୂଖ୍ୟ ଯୋଗ ଶିକ୍ଷକ ପ୍ରଶିକ୍ଷଣରେ ଯୋଗଦାନ କରିଥିଲେ। ଜିଲ୍ଲାରେ ଯୋଗର ପ୍ରଚାର ପ୍ରସାର ତଥା ସ୍ବାସ୍ଥ୍ୟ ସଚେତତା ସୃଷ୍ଟି ଓ ସ୍ୱଦେଶୀ ବିଚାର ବିସ୍ତାର ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି। ଯୋଗ ଗୁରୁ ପରମ ପୂଜ୍ୟ ସ୍ବାମୀ ରାମଦେବଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରଶିକ୍ଷଣ ସଫଳତାର ସହ ପରିସମାପ୍ତି ପରେ ସମସ୍ତଙ୍କୁ ମୁଖ୍ୟ ଯୋଗ ଶିକ୍ଷକ ପ୍ରମାଣ ପତ୍ର ସହ ରୁଦ୍ରାକ୍ଷ ମାଳ ପ୍ରଦାନ ପୂର୍ବକ ପରମ ପୂଜ୍ୟ ସ୍ୱାମୀ ରାମଦେବ ସ୍ୱୟଂ ଆଶୀର୍ବାଦ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଇଞ୍ଜିନିୟରିଂ ସ୍କୁଲ ନିକଟସ୍ଥ ଏକ ହୋଟେଲ ଗୃହରେ ନକଲି ବିଦେଶୀ ମଦ ପ୍ରସ୍ତୁତି ଖବର ପାଇ ପୋଲିସ ଆତର୍କିତ ଭାବେ ଚଢ଼ାଉ କରି ସଫଳତା ପାଇଛି। ଉକ୍ତ ଘରେ ଚଢ଼ାଉ କରି ପୋଲିସ ୩ ଜଣ ଯୁବକ ଯଥା ଭଗବାନ ବେହେରା, ତାପସ ସାହୁ ଓ ଅମିତ୍ ଦାସ ସମସ୍ତେ ମିଶି ନକଲି ବିଦେଶୀ ମଦ ପ୍ରସ୍ତୁତି କରୁଥିବା ବେଳ ସେମାନଙ୍କ ନିକଟରୁ ୯୫ ଲିଟର ନକଲି ବିଦେଶୀ ମଦ ପ୍ରସ୍ତୁତି କରୁଥିବା ଅବସ୍ଥାରେ ଧରା ପଡ଼ିଥିଲେ। ମହଜୁଦ ମଦ ସବୁ ନକଲି ବୋଲି ସେମାନେ ରାଜି ହୋଇଥିଲେ। ପୋଲିସ ଉକ୍ତ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନକଲି ବିଦେଶୀ ମଦ କୁ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ଵର: ନୂଆପଡ଼ା ମିନି ଷ୍ଟାଡିୟମ ଠାରେ ୩୩ ତମ ସର୍ବ ଭାରତୀୟ ୱାଇ.ଏମ.ସି. କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତି ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ଜାନୁଆରୀ ୬ରୁ ୧୨, ସାତ ଦିନ ବ୍ୟାପି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ନୂଆପଡା ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରକାଶ କୁମାର ସାହୁ, ସମ୍ପାଦକ ତଥା ୱାଇ.ଏମ. ସି. କନଭେନର ସରୋଜ କୁମାର ସାହୁ (ଭୈରବ), ୱାଇ.ଏମ. ସି. ସଭlପତି ଅମରେଶ ଦାସ, ସମ୍ପାଦକ ତପନ ବଗର୍ତ୍ତି ଉପସ୍ଥିତ ଥିଲେ। ଚଳିତ ବର୍ଷ ଛତିଶଗଡ଼ ରାଜ୍ୟରୁ ବିଲାସପୁର ଓ ଭିଳାଇ ଦଳ, ମହାରାଷ୍ଟ୍ରରୁ ନାଗପୁର ଓ ରାଜ୍ୟରୁ କଟକ, ଭୁବନେଶ୍ୱର, ଝାରସୁଗୁଡ଼ା, ରାଉଲକେଲା ଓ ସମ୍ବଲପୁର ବିଭିନ୍ନ ସୁନାମଧନ୍ୟ କ୍ରିକେଟ ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଚମ୍ପିୟାନ ଦଳକୁ ଟ୍ରଫି ସହ ଆର୍ଥିକ ୮୫ ହଜାର ଟଙ୍କା ଓ ରନରସ ଅପ ଦଳକୁ ଟ୍ରଫି ସହ ୪୫ ହଜାର…
ଭୁବନେଶ୍ଵର: ଚାଷ ପାଇଁ ଉର୍ବର ମାଟି ଓ ପାଣିର ଆବଶ୍ୟକତା ରହିଛି। ଏଥିପାଇଁ ମୃତ୍ତିକା ଓ ବର୍ଷାଜଳ ସଂରକ୍ଷଣ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ତେଣୁ, ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାରେ ‘ସମନ୍ୱିତ ଜଳବିଭାଜିକା ପରିଚାଳନା’ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ପ୍ରକଳ୍ପ କରାଯାଉଛି। ଏହାଦ୍ୱାରା ଚାଷୀ ଓ ସ୍ଥାନୀୟ ଲୋକମାନଙ୍କ ଜୀବିକା ସୁଦୃଢ଼ ହୋଇପାରୁଛି। ‘ସମନ୍ୱିତ ଜଳ ବିଭାଜିକା ପରିଚାଳନା’ କାର୍ଯ୍ୟକ୍ରମ ଅଧୀନରେ କ୍ଷେତ ପୋଖରୀ, ଜଳ ଅମଳ ପ୍ରକଳ୍ପ ଓ ଆଡ଼ିବନ୍ଧ ନିର୍ମାଣ କରାଯାଉଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ଆର୍ଥିକ ସହାୟତା ଯୋଗାଇ ଦେଉଛି। ରାଜ୍ୟର ଏକ ଆଦିବାସୀବହୁଳ ତଥା ଖଣି ପ୍ରଭାବିତ ଜିଲ୍ଲା ହେଉଛି କେନ୍ଦୁଝର। ବଣ ପାହାଡ଼ଘେରା ଏହି ଜିଲ୍ଲାରେ ବର୍ଷସାରା ବିଭିନ୍ନ ପ୍ରକାର ଫସଲ କରିବା ପାଇଁ ସବୁଠୁ ବଡ଼ ଆହ୍ୱାନ ଥିଲା ଜଳ। ଏହି ଆବଶ୍ୟକତା ପୂରଣ ପାଇଁ ଓମ୍ବାଡସି ସହାୟତାରେ କ୍ଷେତ…
ନୂଆଦିଲ୍ଲୀ: ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ପୁଷ୍ପା 2 ଇତିହାସ ରଚିବାକୁ ଯାଉଛି। ଏହି ଯୋଡି ପୁଣି ଥରେ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି। ପୁଷ୍ପା 2 ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛି। ଏହି ଚଳଚ୍ଚିତ୍ରଟି ଡିସେମ୍ବର 5 ରେ ମୁକ୍ତିଲାଭ କରିବାକୁ ଯାଉଛି। ପୁଷ୍ପା 2 ରିଲିଜ୍ ହେବାକୁ ଆଉ କିଛି ଦିନ ବାକି ଅଛି ଏବଂ ଏହା ରିଲିଜ୍ ହେବା ପୂର୍ବରୁ ଏକ ବଡ ବ୍ୟବସାୟ କରିସାରିଛି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ରେକର୍ଡ ଭାଙ୍ଗିବାକୁ ଯାଉଛି। ଫିଲ୍ମଟି ଉଦଘାଟନୀ ଦିବସରେ 30 କୋଟି ଟଙ୍କା ସଂଗ୍ରହ କରିଛି। ରିଲିଜ୍ ପାଇଁ ସମୟ ଥିବା ସତ୍ତ୍ୱେ ଯଦି ଏହା ଏତେ ରୋଜଗାର କରିଛି ତେବେ ରିଲିଜ୍ ଦିନରେ କଣ ଘଟିବ? ସୂଚନା ଅନୁଯାୟୀ ତେଲୁଗୁ ସଂସ୍କରଣ ଏପର୍ଯ୍ୟନ୍ତ ଅଗ୍ରୀମ ବୁକିଂରୁ 10.28 କୋଟି ଟଙ୍କା ସଂଗ୍ରହ କରିଛି। ଯେଉଁଠାରେ ହିନ୍ଦୀ ସଂସ୍କରଣ 7.45 କୋଟି ଟଙ୍କା ରୋଜଗାର…
ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦସ୍ଥିତ ନିଜ ଘରେ ସନ୍ଦେହଜନକ ଅବସ୍ଥାରେ କନ୍ନଡ ଟିଭି ଅଭିନେତ୍ରୀ ଶୋଭିତା ଶିବନାଙ୍କ ମୃତଦେହ ମିଳିଛି। ୨୯ ବର୍ଷ ବୟସ୍କା ଶୋଭିତାଙ୍କ ମୃତଦେହ ଗାଚିବୋଲିର ଶ୍ରୀରାମ ନଗର କଲୋନୀରେ ଥିବା ତାଙ୍କ ଆପାର୍ଟମେଣ୍ଟର ଛାତରୁ ଝୁଲୁଥିବା ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ଶୋଭିତା ଶିବନାଙ୍କ ସହିତ କ’ଣ ହେଲା, ତାଙ୍କ ସ୍ୱାମୀ ତାଙ୍କ ସହ ରହୁ ନଥିଲେ କି? ସର୍ବଶେଷରେ, ଶୋଭିତାଙ୍କ ଫ୍ଲାଟରେ କିଛି ଅଘଟଣ ଘଟିଥିବା ପଡୋଶୀମାନେ କିପରି ଜାଣିଲେ? ଶୋଭିତାଙ୍କ ମୃତ୍ୟୁ ପରେ ଏଗୁଡ଼ିକ ହେଉଛି କିଛି ପ୍ରଶ୍ନ। କିନ୍ତୁ ଏହା ମଧ୍ୟରୁ କୌଣସି ପ୍ରଶ୍ନ ଏପର୍ଯ୍ୟନ୍ତ ଆସିନାହିଁ। ପଡୋଶୀମାନଙ୍କଠାରୁ ସୂଚନା ପାଇବା ପରେ ପୋଲିସ ଆପାର୍ଟମେଣ୍ଟରେ ପହଞ୍ଚିବା ଥିଲା। ଶୋଭିତାଙ୍କ ମୃତଦେହ ଝୁଲୁଲୁଥିବାର ପୋଲିସ ଦେଖିବାକୁ ପାଇଥିଲା। ବ୍ୟବଚ୍ଛେଦ ପାଇଁ ପୋଲିସ ମୃତଦେହକୁ ସରକାରୀ ଓସମାନିଆ ଜେନେରାଲ ହସ୍ପିଟାଲକୁ ପଠାଇଛି। ଯେତେବେଳେ ଶୋଭିତା ଶିବନା ଆତ୍ମହତ୍ୟା କରିଥିଲେ, ତାଙ୍କ ସ୍ୱାମୀ ସୁଧୀର କେଉଁଠାରେ ଥିଲେ?…
ନୂଆଦିଲ୍ଲୀ: କର୍ଣ୍ଣାଟକର ହାସନ ଜିଲ୍ଲାରେ ପ୍ରଥମ କରି କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ଜଣେ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ପୋଲିସ କହିଛି ଯେ, କର୍ଣ୍ଣାଟକ କ୍ୟାଡର ୨୦୨୩ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ହର୍ଷ ବର୍ଦ୍ଧନ (୨୬) ମଧ୍ୟପ୍ରଦେଶର ବାସିନ୍ଦା। ରବିବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି। ସେ କହିଛନ୍ତି ଯେ, ହାସନ ତାଲୁକର କିଟାନ ନିକଟରେ ପୋଲିସ ଗାଡିର ଟାୟାର ଫାଟି ଯାଇଥିଲା, ଯାହା ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇ ଗାଡିଟି ରାସ୍ତା କଡ଼ରେ ଥିବା ଘର ଓ ଗଛକୁ ଧକ୍କା ଦେଇଥିଲା। ପୋଲିସର ସୂଚନାନୁସାରେ, ହୋଲେନରସିପୁରରେ ପ୍ରୋବେସନାରୀ ଆସିଷ୍ଟାଣ୍ଟ ପୋଲିସର ସୁପରିଟେଣ୍ଡେଣ୍ଟ ଭାବରେ ଡ୍ୟୁଟି ପାଇଁ ରିପୋର୍ଟ କରିବାକୁ ବର୍ଦ୍ଧନ ଯାଉଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ବର୍ଦ୍ଧନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ…
ନୂଆଦିଲ୍ଲୀ: ବେଆଇନ ବନ୍ଧୁକ ରଖିବା ଏବଂ ଆୟକର ଛାଡ ମାମଲାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ପୁଅକୁ କ୍ଷମା କରିଛନ୍ତି। ଡିସେମ୍ବର ୧ ତାରିଖରେ ଏକ ବିବୃତ୍ତି ଦେଇ ରାଷ୍ଟ୍ରପତି ବାଇଡେନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ବାଇଡେନଙ୍କ ଏହି ନିଷ୍ପତ୍ତିକୁ ତାଙ୍କର ପୂର୍ବ ପ୍ରତିଶ୍ରୁତି ଉପରେ ୟୁ-ଟର୍ନ କୁହାଯାଉଛି। ଯେଉଁଥିରେ ସେ କହିଥିଲେ ଯେ, ତାଙ୍କ ପରିବାର ପାଇଁ ରାଷ୍ଟ୍ରପତି କ୍ଷମତା ଉପଯୋଗ କରିବେ ନାହିଁ। ଜୋ ବାଇଡେନଙ୍କ ସରକାରୀ ବିବୃତ୍ତି: ଜୋ ବାଇଡେନ ଡିସେମ୍ବର ୧ ତାରିଖରେ ଏକ ସରକାରୀ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, “ଆଜି ମୁଁ ମୋ ପୁଅ ହଣ୍ଟର୍ ପାଇଁ ଏକ କ୍ଷମା ପ୍ରାର୍ଥନା ଉପରେ ହସ୍ତାକ୍ଷର କରିଛି। ଯେବେଠାରୁ ମୁଁ ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କଲି, ମୁଁ କହିଥିଲି ଯେ ନ୍ୟାୟ ବିଭାଗ ଦ୍ୱାରା ନିଆଯାଇଥିବା…
ନୂଆଦିଲ୍ଲୀ: ସମ୍ୱଲରେ ହିଂସା ପୀଡିତଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ପ୍ରତିନିଧୀଙ୍କୁ ପୋଲିସ ଅଟକାଇଛି। ଲକ୍ଷ୍ନୌରେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେପଟେ କଂଗ୍ରେସ ବିଧାୟକ ଆରାଧନା ମୋନା ମିଶ୍ରଙ୍କୁ ଗୃହରେ ରଖାଯାଇଛି। ଏହାପୂର୍ବରୁ ଲକ୍ଷ୍ନୌ ପୋଲିସ ୟୁପି କଂଗ୍ରେସ ସଭାପତି ଅଜୟ ରାୟଙ୍କୁ ନୋଟିସ ଦେଇ ସମ୍ବଲ ନଯିବା ଲାଗି କୁହାଯାଇଛି। ଗୃହ ବନ୍ଦୀ ଉପରେ କଂଗ୍ରେସ ବିଧାୟକ ଆରାଧନା ମିଶ୍ର କହିଛନ୍ତି ଯେ, ସରକାର ଏବଂ ପ୍ରଶାସନର ବିଫଳତା ହେତୁ ସମ୍ୱଲ ହିଂସା ନିଆଁରେ ଜଳୁଛି। ମୁଁ ଶାନ୍ତିପୂର୍ଣ୍ଣ ଭାବରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଚାହୁଁଥିଲି। ମୁଁ ପୀଡିତଙ୍କ ପରିବାର ଲୋକଙ୍କୁ ଭେଟି ସେମାନଙ୍କ ଯନ୍ତ୍ରଣା ବୁଝିବାକୁ ଚାହୁଁଥିଲି, କିନ୍ତୁ ମୁଁ ଏବଂ ଅନେକ କଂଗ୍ରେସ ସହକର୍ମୀଙ୍କୁ ଗୃହବନ୍ଦୀ କରାଯାଇଛି। ବର୍ତ୍ତମାନ ଏହି ସରକାରରେ କାହାର ଯନ୍ତ୍ରଣା ବାଣ୍ଟିବା ଏବଂ ଜନସେବକ ଭାବରେ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା…
ନୂଆଦିଲ୍ଲୀ: ନୋଏଡା ରୁ ଦିଲ୍ଲୀ ଏବଂ ଦିଲ୍ଲୀରୁ ନୋଏଡା ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ବଡ ଖବର। ବାସ୍ତବରେ, ନୋଏଡା, ଗ୍ରେଟର ନୋଏଡା ଏବଂ ଯମୁନା ପ୍ରାଧିକରଣ ଅଞ୍ଚଳର ପ୍ରାୟ ଏକ ଲକ୍ଷ କୃଷକ ସେମାନଙ୍କର ବିଭିନ୍ନ ଦାବି ପାଇଁ ଆଜି ଦିଲ୍ଲୀ ଯାତ୍ରା କରୁଛନ୍ତି। ଯେତେବେଳେ କୃଷକମାନେ ଦିଲ୍ଲୀ ଯାତ୍ରା କରନ୍ତି, ସେତେବେଳେ ସୀମାରେ ଜାମ ହୋଇପାରେ। ଏଭଳି ପରିସ୍ଥିତିରେ ନୋଏଡା ପୋଲିସ ଅନେକ ମାର୍ଗରେ ଟ୍ରାଫିକକୁ ବଦଳାଇ ଦେଇଛି। ଏ ବାବଦରେ ପୋଲିସ ମଧ୍ୟ ଏକ ମାର୍ଗଦର୍ଶିକା ଜାରି କରିଛି। କୃଷକମାନେ କହିଛନ୍ତି ଯେ, ଯେଉଁଠାରେ ପୋଲିସ ଏବଂ ପ୍ରଶାସନ ଦଳ ଆମକୁ ଅଟକାନ୍ତି, ଆମେ ସେଠାରେ ଅଟକିଯିବୁ ଏବଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେଠାରେ ବସିବୁ। ଚାଷୀଙ୍କ ଦାବି କ’ଣ?: – ପୁରୁଣା ଜମି ଅଧିଗ୍ରହଣ ଆଇନ ଅନୁଯାୟୀ, ପ୍ରଭାବିତ ଚାଷୀଙ୍କୁ ୧୦% ପ୍ଲଟ୍ ଏବଂ ୬୪.୭% ବର୍ଦ୍ଧିତ କ୍ଷତିପୂରଣ ଦିଆଯିବା ଉଚିତ୍। – ଜାନୁଆରୀ ୧…
ନୂଆଦିଲ୍ଲୀ: ବର୍ତ୍ତମାନ ବର୍ଡର-ଗାଭାସ୍କର ଟ୍ରଫି ଅଧୀନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଦୃଷ୍ଟିରୁ ଟିମ୍ ଇଣ୍ଡିଆ ପାଇଁ ଏହି ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଦ୍ୟାବଧି, ୨୦୨୩-୨୫ ଚକ୍ରର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆ ଶୀର୍ଷ ସ୍ଥାନରେ ଅଛି, ତଥାପି ଫାଇନାଲରେ ସ୍ଥାନ ପାଇବାକୁ ଦଳକୁ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିବାକୁ ପଡିବ। ତେବେ ଆସନ୍ତୁ ଜାଣିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ସ୍ଥାନ ପାଇବା ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭାରତୀୟ ଦଳକୁ କେତେ ମ୍ୟାଚ୍ ଜିତିବାକୁ ପଡିବ ଏବଂ କେଉଁ ପରିସ୍ଥିତିରେ ଟିମ୍ ଇଣ୍ଡିଆକୁ ଅନ୍ୟ ଦଳର ବିଜୟ ଏବଂ ପରାଜୟ ଉପରେ ନିର୍ଭର କରିବାକୁ ପଡିବ। କୌଣସି ଅସୁବିଧା ବିନା କିପରି ଫାଇନାଲରେ ପହଞ୍ଚିବ ଟିମ ଇଣ୍ଡିଆ: ଷ୍ଟାର୍ ସ୍ପୋର୍ଟସ୍ ମାଧ୍ୟମରେ ପ୍ରକାଶିତ ସମୀକରଣ ଅନୁଯାୟୀ, ଯଦି ଟିମ୍…

