ଭୁବନେଶ୍ୱର: ପୂର୍ବତଟ ରେଳପଥ ଏହାର ନେଟୱାର୍କରେ ଉନ୍ନତ ଲିଲେନ ୱାଶିଂ ସିଷ୍ଟମର ପ୍ରୟୋଗ ସହିତ ଯାତ୍ରୀମାନଙ୍କ ଆରାମ ଏବଂ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେଇଥାଏ। ପରିଷ୍କାର ପରିଚ୍ଛନ୍ନତା ପାଇଁ ଏକ ଦୃଢ଼ ପ୍ରତିବଦ୍ଧତା ସହିତ, ଏହା ନିଶ୍ଚିତ କରେ ଯେ ଶୀତତାପ ନିୟନ୍ତ୍ରିତ କୋଚରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀ ତାଜା, ସ୍ୱଚ୍ଛତା ଏବଂ ସୁପରିଚାଳିତ ଲିଲେନ ଗ୍ରହଣ କରନ୍ତି। ପୂର୍ବତଟ ରେଳପଥ ବର୍ତ୍ତମାନ 2,428 LHB କୋଚ୍ (1,327 ଏସି ଏବଂ 1,101 ନନ୍-ଏସି) ଏବଂ 938 ଆଇସିଏଫ୍ କୋଚ୍ (239 ଏସି ଏବଂ 699 ଅଣ-ଏସି) ର କୋଚ ଚଳାଚଳ କରୁଛି, ଯାହା ରେଲୱେ ବୋର୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଶୀତତାପ ନିୟନ୍ତ୍ରିତ କୋଚରେ ଲିଲେନ ଯୋଗାଇଥାଏ। ଯାତ୍ରୀମାନଙ୍କୁ ଦିଆଯାଇଥିବା ବେଡ଼ରୋଲ ସେଟ୍ ଗୁଡିକରେ 2 ଟି ବେଡ୍ ସିଟ୍, 1ଟି କମ୍ବଳ, 1ଟି ଫେସ ଟାୱେଲ, 1ଟି ତକିଆ କଭର ଏବଂ 1ଟି ତକିଆ ରହିଥାଏ। ମୁଖ୍ୟ ଆକର୍ଷଣ:…
Author: SM Network
ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏସସିଓ ର ୧୬୯ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏକ ସରକାରୀ ବ୍ୟାଙ୍କରେ ଚାକିରି ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ଆସିଷ୍ଟାଣ୍ଟ ମ୍ୟାନେଜର ଇଞ୍ଜିନିୟରଙ୍କ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ଆବେଦନ ପାଇଁ ଶେଷ ତାରିଖ ୧୨ ଡିସେମ୍ବର ୨୦୨୪ ଭାବରେ ସ୍ଥିର କରାଯାଇଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏସବିଆଇର ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ, ସମ୍ପୃକ୍ତ ଟ୍ରେଡରେ ଇଞ୍ଜିନିୟରିଂ ଡିଗ୍ରୀ ଆବଶ୍ୟକ। ଏହା ସହିତ ପ୍ରାର୍ଥୀମାନଙ୍କର ସମ୍ପୃକ୍ତ କ୍ଷେତ୍ରରେ ଅଭିଜ୍ଞତା ରହିବା ଉଚିତ୍। ଏହି ନିଯୁକ୍ତି ଅଭିଯାନ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୦ ବର୍ଷରେ ସ୍ଥିର କରାଯାଇଛି। ଏହି ପଦବୀରେ ମନୋନୀତ ପ୍ରାର୍ଥୀମାନେ…
ଭୁବନେଶ୍ଵର: ଛତିଶଗଡରେ ନକ୍ସଲବାଦ ଉପରେ ସରକାରଙ୍କ ପ୍ରହାର ଜାରି ରହିଛି। ଏହି କ୍ରମରେ ଆଜି ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ପାଇଛନ୍ତି। ସୂଚନାନୁସାରେ, ଛତିଶଗଡ-ତେଲେଙ୍ଗାନା ସୀମା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀଙ୍କ ଦ୍ଵାରା ୭ ଜଣ ନକ୍ସଲ ନିହତ ହୋଇଛନ୍ତି। ସୂଚନାନୁସାରେ, ରବିବାର ସକାଳ ପ୍ରାୟ ସାଢେ ୫ ଟା ବେଳେ ଗ୍ରେହାଉଣ୍ଡ ସୈନିକ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଏନକାଉଣ୍ଟର ପରେ ସୁରକ୍ଷା ବାହିନୀ ସେମାନଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛନ୍ତି। ଶୀର୍ଷ ସୂତ୍ର ଅନୁଯାୟୀ, ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଲୋକଙ୍କ ମଧ୍ୟରେ ମାଓବାଦୀଙ୍କ କେତେକ ପ୍ରତିଷ୍ଠିତ ନେତା ମଧ୍ୟ ଅଛନ୍ତି।
ଭୁବନେଶ୍ଵର: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ଗ୍ରାମ ବାବା ଛକ ଠାରୁ ଏକ କଲରାପତ୍ରିଆ ବାଘଛାଲ ଜବତ କରିଛି ବନବିଭାଗ। ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଫୁଲବାଣୀ ଡି ଏଫ୍ ଓ ପ୍ରଶାନ୍ତ ପଟେଲ। ଗତକାଲି ରାତି ୩ ଟା ସମୟରେ କଳିଙ୍ଗା ବାବା ଛକ ଠାରେ ଜଣେ ବ୍ୟକ୍ତି ବ୍ୟାଗରେ ବାଘଚାଲ ଧରି ବିକ୍ରି ପାଇଁ ଅପେକ୍ଷା କରିଥିବା ବେଳେ ବନବିଭାଗ କର୍ମଚାରୀଙ୍କ ସନ୍ଦେହ ହେବାରୁ ଉକ୍ତ ବ୍ୟକ୍ତିକୁ କାବୁ କରି ବ୍ୟାଗ୍ ତଲାସି କରିଥିଲେ। ବ୍ୟାଗରୁ ଏକ କଲରାପତ୍ରିଆ ବାଘା ଚମଡା ବାହାରିଥିଲା। ବ୍ୟକ୍ତିକୁ ଗିରଫ କରି ପଚରାଉଚରା କରିବାରୁ ଅନ୍ୟ ଜଣେ ସମ୍ପୃକ୍ତ ଥିବା ଏବଂ ଜି. ଉଦୟଗିରି ମୁକୁଲିଙ୍ଗୀଆ ଜଙ୍ଗଲରୁ ବାଘଟିକୁ ଶିକାର କରିଥିବା ସ୍ୱୀକାର କରିଥିଲା। ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଲୋଡେଡ ବନ୍ଧୁକ, ଗୋଟିଏ ବନ୍ଧୁକ ବ୍ୟାଗ୍,…
ଭୁବନେଶ୍ଵର: ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କେନ୍ଦ୍ରପଡା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା “ମିଶନ ବାତ୍ସଲ୍ୟ ଯୋଜନା” ଅଧୀନରେ ପୃଷ୍ଠପୋଷକତା ଲାଭାର୍ଥୀମାନଙ୍କର ପରାମର୍ଶ ଶିବିର ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରୁ ନୂତନ ଭାବେ ପୃଷ୍ଠପୋଷକତାର ଲାଭାର୍ଥୀ ୪୧ ଜଣ ଓ ସେମାନଙ୍କ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଭାଗ ନେବା ସହିତ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ଅର୍ଥରାଶିର ସୁବିନିଯୋଗ ନିମନ୍ତେ ପରାମର୍ଶ ଦିଆଯାଇଥିଲା। ତଥ୍ୟ ଅନୁସାରେ ଜିଲ୍ଲାରେ ୨୦୧୨ ମସିହା ଠାରୁ କାର୍ଯ୍ୟକାରୀ ହେଉଥିବା ସମନ୍ଵିତ ଶିଶୁ ବିକାଶ ବିଭାଗ ତଥା ମିଶନ ବାତ୍ସଲ୍ୟ ଅଧୀନରେ ଏହି ପୃଷ୍ଠପୋଷକତା ଜିଲ୍ଲାରେ ଅବହେଳିତ ତଥା ପିତୃମାତୃହୀନ, ଆଇନ ସହ ଦ୍ଵନ୍ଦରେ ଥିବା ପିଲା, ଅନୁଷ୍ଠାନ ଫେରନ୍ତା, ଜେଲରେ ଥିବା ପିତାମାତାଙ୍କ ଶିଶୁମାନଙ୍କୁ…
ଗରୁଡ ପୁରାଣ: ଗରୁଡ ପୁରାଣ ହିନ୍ଦୁ ଧର୍ମର ଏପରି ଏକ ଶାସ୍ତ୍ର ଯାହାର ମାନବ ଜୀବନ ସହିତ ଗଭୀର ସମ୍ପର୍କ ଅଛି। ଏଥିରେ ଜୀବନ-ମୃତ୍ୟୁ ଏବଂ ମୃତ୍ୟୁ ପରେ ଜଡିତ ଘଟଣାଗୁଡ଼ିକୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ମୃତ୍ୟୁ ପରେ ପ୍ରାଣ ସହିତ କ’ଣ ହୁଏ, ତାହା ଗରୁଡ ପୁରାଣରେ କୁହାଯାଇଛି। ଏହି ଅନୁଯାୟୀ, ଆତ୍ମା ନିଜ କାର୍ଯ୍ୟ ଅନୁଯାୟୀ ସ୍ୱର୍ଗ-ନର୍କ ପାଇଥାଏ, ଯେତେବେଳେ କିଛି ଆତ୍ମା ଲୋକ-ପରଲୋକ ମଧ୍ୟରେ ଘୁରି ବୁଲନ୍ତି। ଏହି ଆତ୍ମା ଅନେକ ଜିନିଷ ଦ୍ୱାରା ଆକର୍ଷିତ ହୋଇପାରନ୍ତି। ଗରୁଡ ପୁରାଣରେ ଜଣେ ବ୍ୟକ୍ତିଙ୍କର ଏପରି ଅଭ୍ୟାସ କୁହାଯାଇଛି, ଯେଉଁଥିପାଇଁ ଆତ୍ମା ଅତି ଶୀଘ୍ର ଆକର୍ଷିତ ହୁଅନ୍ତି। ଏହି ଅଭ୍ୟାସଗୁଡ଼ିକ ବ୍ୟକ୍ତି ଏବଂ ଘର ଭିତରେ ଆତ୍ମାମାନଙ୍କର ପ୍ରବେଶ ହୋଇପାରେ ଏବଂ ଆତ୍ମାମାନେ ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି। ଏହି କାର୍ଯ୍ୟଗୁଡ଼ିକ ଦ୍ୱାରା ଆତ୍ମା ଆକର୍ଷିତ ହୁଅନ୍ତି: ସ୍ନାନ-ଧ୍ୟାନ ନକରିବା: ଏପରି ଲୋକଙ୍କ ଶରୀର ଯେଉଁମାନେ ପ୍ରତିଦିନ ସ୍ନାନ ଏବଂ…
ଭୁବନେଶ୍ୱର: ଓଡ଼ିଶାର ନକ୍ସଲ ପ୍ରବଣ ଅଞ୍ଚଳରେ ସୀମା ସୁରକ୍ଷା ବଳ (ବିଏସଏଫ) ଧନଜୀବନ ସୁରକ୍ଷା ପାଇଁ ସମର୍ପିତ ହୋଇ କାର୍ଯ୍ୟ କରୁଛି । ବିଏସଏଫର ସଫଳତାକୁ ନେଇ ଆଜି ମହାନିରୀକ୍ଷକ ସିଡି ଅଗ୍ରୱାଲ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଏସଏଫ ଚଳିତ ବର୍ଷ ୩ଜଣ କୁଖ୍ୟାତ ନକ୍ସଲଙ୍କୁ ନିପାତ କରିଛି। ସେହିପରି ୨୪ ଜଣ ହାର୍ଡକୋର ନକ୍ସଲଙ୍କୁ ଆତ୍ମସମର୍ପଣ କରିବା ପାଇଁ ବାଧ୍ୟ କରିଛି । ବିଏସଏଫର ସର୍ଚ୍ଚ ଅପରେସନରେ ୩୪ଟି ଆଇଡିଡି, ୧୧୭ଟି ଗ୍ରେନେଡ୍ ଏବଂ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି । ବିଏସଏଫର ସହଯୋଗରେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ଏବେ ରାଜ୍ୟର ମୁଖ୍ୟଧାରା ସହ ଯୋଡ଼ି ହୋଇଛି । ଗୁରୁପ୍ରିୟା ସେତୁ ଦ୍ୱାରା ୧୫୧ଟି ଗାଁର ୩୧ ହଜାର ବାସିନ୍ଦା ଉପକୃତ ହୋଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଆହ୍ୱାନକ୍ରମେ ୨୦୨୬ ସୁଦ୍ଧା ଓଡ଼ିଶାରୁ ନକ୍ସଲବାଦର ବିଲୋପ…
ଭୁବନେଶ୍ବର, ଭାରତୀୟ ସଂସ୍କୃତି ସାରା ପୃଥିବୀରେ ମହାନ। ଏହାର ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ବିରଳ। କାରଣ ଭାରତରେ ବିଭିନ୍ନ ସହରରେ ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ଭିନ୍ନ ଧରଣର ହୋଇଥାଏ। ଏହିପରି ଏକ ମନ୍ଦିର ହେଉଛି ରାମନାରାୟଣମ ମନ୍ଦିର। ଏହି ମନ୍ଦିରଟି ଉପରୁ ଦେଖିଲେ ଲାଗିବ ସତେ ଯେପରି ଏକ ଧନୁରେ ତୀର ଖଞ୍ଜାଯାଇଛି। ଏହି ଭିନ୍ନ ନିର୍ମାଣ ଶୈଳୀରେ ନିର୍ମିତ ମନ୍ଦିରଟି ବିଜୟାନଗରମ ନିକଟସ୍ଥ କୋରୁକୋଣ୍ଡା ରୋଡ ସ୍ଥାନରେ ଅବସ୍ଥିତ। ଏହା ବିଶାଖାପାଟନାମରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ। ପ୍ରାୟ ୧୫ ଏକର ପରିମିତ ସ୍ଥାନରେ ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି ଏନସିଏସ ଚ୍ୟାରିଟେବୁଲ ଟ୍ରଷ୍ଟ।
ବାସ୍ତୁଶାସ୍ତ୍ର: ଘରେ ଥିବା ମନ୍ଦିର ସକରାତ୍ମକତା ଆଣିଥାଏ ଏବଂ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ। କିନ୍ତୁ ଏକ ଭୁଲ୍ ସ୍ଥାନିତ ମନ୍ଦିରଟି କାର୍ଯ୍ୟକୁ ନଷ୍ଟ କରିପାରେ। ଘରେ ଥିବା ମନ୍ଦିର ପାଇଁ କେଉଁ ଜିନିଷଗୁଡିକ ଧ୍ୟାନରେ ରଖିବା ଉଚିତ୍ ଏବଂ ବାସ୍ତୁ କ’ଣ ସଠିକ୍, ଏହା ବିଷୟରେ ଜାଣନ୍ତୁ…. ୧- ଉତ୍ତର-ପୂର୍ବରେ ରଖାଯାଇଥିବା ମନ୍ଦିରକୁ ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ। ଏଥିସହ ମନେରଖନ୍ତୁ ଯେ ମନ୍ଦିରର ମୁଖ ଦକ୍ଷିଣ ଦିଗରେ ରହିବା ଉଚିତ୍ ନୁହେଁ। ପୂଜକଙ୍କ ଚେହେରା ଦକ୍ଷିଣ ଦିଗରେ ରହିବା ଉଚିତ୍ ନୁହେଁ। ୨- ମନ୍ଦିର ରଖିବା ପାଇଁ ସବୁଠାରୁ ସଠିକ୍ ଦିଗ ହେଉଛି ଯେଉଁଠାରେ ପୂଜକଙ୍କ ମୁହଁ ପୂର୍ବ ଆଡକୁ ଥାଏ। ଯଦି ଏହି ଦିଗ ସମ୍ଭବ ନୁହେଁ, ତେବେ ଆପଣ ପୂର୍ବରେ ଥିବା ମନ୍ଦିରକୁ ସାମ୍ନା କରିପାରିବେ, ଯାହାଫଳରେ ପୂଜକଙ୍କ ମୁହଁ ପଶ୍ଚିମରେ ରହିବ। ୩- ଶୋଇବା ଘରେ କଦାପି ମନ୍ଦିର ରଖନ୍ତୁ ନାହିଁ, ଏବଂ ବାଲକୋନି…
ଭୁବନେଶ୍ବର: ଥରେ ଗୋକୁଳର ସମସ୍ତ ଗୋପୀମାନେ ନିଶ୍ଚୟ କଲେ ଯେ, ଶ୍ରୀକୃଷ୍ଣଙ୍କୁ ନିଜ ଦ୍ଵାରା ରଚିତ ଉତ୍ତମୋତ୍ତମ ରୋଷେଇ ପ୍ରେମପୂର୍ବକ ନିଜ ହାତରେ ଖୁଆଇବେ। ସମସ୍ତେ ବିବିଧ ପ୍ରକାର ସୁସ୍ଵାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଯମୁନା ନଦୀ ତଟରେ ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚିଲେ ଓ ପ୍ରାର୍ଥନା କଲେ, “ ହେ ନନ୍ଦଲାଲ! ଆମ ଦ୍ଵାରା ପସ୍ତୁତ ଏହି ସ୍ଵାଦିଷ୍ଟ ଭୋଜନ ଆସ୍ଵାଦନ କରି ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତୁ। ଶ୍ରୀକୃଷ୍ଣ କହିଲେ, “ ପ୍ରିୟ ଗୋପୀଗଣ! ମୁଁ ଏହି ସାଙ୍ଗେ ସଙ୍ଗେ ପିତାଙ୍କ ସହ ଭୋଜନ କରି ଆସିଛି। ପେଟରେ ମୋର ତିଳେ ମାତ୍ର ଜାଗା ନାହିଁ। ତଥାପି ତୁମେ ଯଦି ମୋତେ ସନ୍ତୁଷ୍ଟ କରିବାକୁ ଚାହୁଁଥାଅ, ତେବେ ଏ ଭୋଜନ କୌଣସି ସାଧୁ ସନ୍ନ୍ୟାସୀଙ୍କୁ ଅର୍ପଣ କର। ପ୍ରେମମୟୀ ଗୋପୀମାନେ ପ୍ରିୟତମଙ୍କର ଆଦେଶକୁ ଅବା ଅବମାନନା କରିବେ କିପରି? ସେମାନେ ଜିଜ୍ଞାସା କଲେ ଆମେ କାହାକୁ ଅର୍ପଣ କରିବୁ? ଶ୍ରୀକୃଷ୍ଣ କହିଲେ…
ଗୋଆ: ସମସ୍ତ ଭଲ କାର୍ଯ୍ୟର ନିଶ୍ଚିତ ଭାବେ ଶେଷ ହୋଇଥାଏ। ଆଇଏଫଏଫଆଇ ୨୦୨୪ ମଧ୍ୟ ୨୮, ନଭେମ୍ବର ୨୦୨୪ରେ ଗୋଆର ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଇଣ୍ଡୋର ଷ୍ଟାଡିୟମରେ ଶେଷ ହୋଇଛି । କିନ୍ତୁ ଅବଶ୍ୟ ସିନେମାର ଯାଦୁ ଏବଂ କାହାଣୀର ଭାବନାକୁ ପାଳନ କରିବାରେ ଏହାର ସ୍ଥାୟୀ ପ୍ରଭାବ ଏବଂ ଭବିଷ୍ୟତର ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଅନେକ ମାର୍ଗ ପ୍ରତିଶ୍ରୁତି ଦେଇଯାଇଛି। ଆଇଏଫଏଫଆଇର ୨୦୨୪ ସଂସ୍କରଣରେ ୧୧,୩୩୨ ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ, ଯାହାକି ଆଇଏଫଏଫଆଇ ୨୦୨୩ ତୁଳନାରେ ୧୨% ଅଧିକ । ଭାରତର ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ପ୍ରତିନିଧି ଏବଂ ୨୮ଟି ଦେଶରୁ ଆସିଥିବା ଅନ୍ତର୍ଜାତୀୟ ପ୍ରତିଯୋଗୀମାନେ ଯୋଗ ଦେଇଥିଲେ। ଫିଲ୍ମ ବଜାର କ୍ଷେତ୍ରରେ ପ୍ରତିନିଧିଙ୍କ ସଂଖ୍ୟା ୧୮୭୬କୁ ବୃଦ୍ଧି ପାଇଛି, ଯାହାକି ଗତବର୍ଷ ୭୭୫ ତୁଳନାରେ ଯଥେଷ୍ଟ ଅଧିକ। ବିଦେଶୀ ପ୍ରତିନିଧିମାନେ ୪୨ଟି ଦେଶର ପ୍ରତିନିଧିତ୍ୱ କରିଥିଲେ। ଚଳିତ ବର୍ଷ ଫିଲ୍ମ ବଜାରରେ…
ନୂଆଦିଲ୍ଲୀ: ଶାସ୍ତ୍ରରେ, ଶୁଭ କାର୍ଯ୍ୟରୁ ଦିନ ଆରମ୍ଭ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ବିଶ୍ୱାସ କରାଯାଏ ଯେ, ଯଦି ଆପଣ ସକାଳୁ ଉଠି ଭଲ କାମ କରନ୍ତି, ତେବେ ମନ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ। ଯାହା ଆପଣଙ୍କୁ ଦିନସାରା କାର୍ଯ୍ୟ କରିବା ପାଇଁ ଶକ୍ତି ଦେଇଥାଏ। ସକାଳେ ଜଣେ ଭୁଲ୍ କରିବା ଉଚିତ୍ ନୁହେଁ। ସକାଳେ କଣ ଦେଖିବା ନାହିଁ?: ବିଶ୍ୱାସ କରାଯାଏ ଯେ, ସକାଳେ ଉଠିବା ମାତ୍ରେ ନିଜ ମୁହଁକୁ ତୁରନ୍ତ ଦେଖିବା ଉଚିତ୍ ନୁହେଁ। ଏହା କରିବା ଅନୁଚିତ ବୋଲି ବିବେଚନା କରାଯାଏ। ସକାଳେ ଉଠିବା ମାତ୍ରେ ବଣୁଆ ଜନ୍ତୁର ଚିତ୍ର ଦେଖିବା ଉଚିତ୍ ନୁହେଁ। ଏହା ଦ୍ଵାରା ବିବାଦ ସମ୍ଭାବନା ବଢିଇଥାଏ ବୋଲି ବିଶ୍ୱାସ କରାଯାଏ। ଯେତେବେଳେ ଆପଣ ସକାଳେ ଉଠନ୍ତି, ସେତେବେଳେ ଆପଣ ନିଜ ଛାୟା ମଧ୍ୟ ଦେଖିବା ଉଚିତ୍ ନୁହେଁ। ଛାୟା ଦେଖିବା ଦ୍ଵାରା ଅଜଣା, ଟେନସନର ଭୟ ଥାଏ ବୋଲି ବିଶ୍ୱାସ…
ରେଢ଼ାଖୋଲ: ଜଣେ ଦଶମ ଶ୍ରେଣୀର ଛାତ୍ରୀ (୧୬ ବର୍ଷ) କନ୍ୟା ସନ୍ତାନ ଟିଏ ଜନ୍ମ ଦେଇ ଡାକ୍ତରଖାନାରେ ଚିକିତ୍ସିତ ହେବା ଭଳି ଘଟଣା ନାକଟିଦେଉଳ ଥାନା ଅଂଚଳରେ ଘଟିଛିl ଏ ନେଇ ପୋଲିସ ଜଣେ ଯୁବକକୁ ଅଟକ ରଖିଛିl ପୋଲିସ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଜାମଜୁରୀ ପଞ୍ଚାୟତ ପଥୁରିନାଳି ର ଦଶମ ଶ୍ରେଣୀ ପଢ଼ୁଥିବା ଜୈନିକା ଛାତ୍ରୀ (୧୬) ବର୍ଷ ଘରେ କେହି ନ ଥିବା ସମୟରେ ଗତ କାଲି ଦିନ ୧୨ ଟାରେ ନିଜ ଘରେ ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଥିବା ଜଣାପଡିଛି l ଝିଅର ପେଟରେ ଶିଶୁ ଟିଏ ଥିବା କଥା ଆଗରୁ ପରିବାର ଲୋକେ କେହି ବି ଜାଣି ପାରି ନ ଥିଲେ ବୋଲି ନାବାଳିକା ର ପିତା, ମାତା ଆମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି l ଝିଅର ପେଟ ପୀଡା ହେଉଥିବା ରୁ ମା ପଡିଶା…
ମେଷ: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହ୍ରାସ ପାଇବ, ଚାକିରୀର ସ୍ବରୂପ ବଦଳାଇବା ସମ୍ଭାବନା। ପାରିବାରିକ ଏବଂ ସାମାଜିକ ଜୀବନ ସୁଖଦ ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କମ୍ ହେବ। ବୃଷ: ସ୍ୱାସ୍ଥ୍ୟ ଏକ ଖରାପ ପରିସ୍ଥିତି ସୃଷ୍ଟି କରିପାରେ। ଚାକିରି ଏବଂ ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ପରିବାର ସଦସ୍ୟଙ୍କ ସହିତ ଏକ ଧାର୍ମିକ ଯାତ୍ରା କରିପାରନ୍ତ । ସ୍ୱାସ୍ଥ୍ୟ ଖରାପ ହୋଇପାରେ। ମିଥୁନ: କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯାତ୍ରା କରିବାକୁ ପଡ଼ିବ, ଉତ୍ତମ ସ୍ୱାସ୍ଥ୍ୟ ଯୋଗୁଁ ମନ ମଧ୍ୟ ଖୁସି ହେବ। ଚାକିରୀ କରୁଥିବା ଲୋକମାନେ ଟିକେ ଦୈଡ଼ିବେ। ବ୍ୟବସାୟୀମାନଙ୍କୁ ଯାତ୍ରା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପ୍ରସାରଣ କରିବାକୁ ପଡ଼ିବ। କର୍କଟ: ପାରିବାରିକ ବିବାଦର ସମାଧାନ ହେବ, ବ୍ୟବସାୟୀମାନେ ବ୍ୟବସାୟରେ ଉପକୃତ ହେବେ। ସମାଜରେ ପ୍ରତିଷ୍ଠା ମିଳିବ। ସ୍ୱାସ୍ଥ୍ୟର ଅସ୍ଥିରତା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ। ସିଂହ: ଆତ୍ମ ନିୟନ୍ତ୍ରଣରେ ବୃଦ୍ଧି ହେବାର ଲାଭ ପାଇବେ। ଡବଲ୍ ବେଗରେ ଯେକୈଣସି କାର୍ଯ୍ୟ ସମାପ୍ତ କରିବାର କ୍ଷମତା…
ବାଣପୁର: ବାଣପୁର ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ସାଗର ପ୍ରଧାନଙ୍କ ମୃତ୍ୟୁ ହୋଇଛି l ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଏନେଇ ବାଣପୁର ମେଡିକାଲରୁ ସୂଚନା ପାଇ ପୋଲିସ କେସ ନମ୍ବର 21/24 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି l ସୂଚନା ମୁତାବକ ସାଗରଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାରବର୍ଗ ବାଣପୁର ମେଡିକାଲକୁ ଗତକାଲି ରାତିରେ ଆଣିଥିବା ବେଳେ ଡାକ୍ତର ତାଙ୍କୁ ଭୁବନେଶ୍ୱର ଏମ୍ସ ମେଡିକାଲ ସ୍ଥାନାନ୍ତର କରିଥିଲେ l ତେବେ ବାଟରେ ସାଗରଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଥିଲା ଏବଂ ତାଙ୍କ ଶରୀର କାମ କରିବା ବନ୍ଦ କରିଦେଇଥିଲା l ପରିବାରବର୍ଗ ପୁନଶ୍ଚ ତାଙ୍କୁ ବାଣପୁର ମେଡିକାଲ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ତେବେ ସାଗରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ଶରୀର ହସ୍ତାନ୍ତର କରିଛି l ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ…
ଭୁବନେଶ୍ଵର: ମାଲ୍ୟବନ୍ତ ମହୋତ୍ସବ -୨୦୨୪ ଉଦଘାଟନୀ ଉତ୍ସବରେ ଯୋଗ ଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବରେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିବା ନିମନ୍ତେ ସମ୍ମତି ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଆଜି ଭୁବନେଶ୍ୱର ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଓ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଉପସ୍ଥିତ ଥିଲେ। ସେହିପରି ଉପ ମୁଖ୍ୟମନ୍ତ୍ରୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ମଧ୍ୟ ମହୋତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ଏଥି ନିମନ୍ତେ ବିଭାଗ ପକ୍ଷରୁ ବିଧିବଧ ସମ୍ମତି ନିମନ୍ତେ ଅପେକ୍ଷା କରାଯାଇଛି। ସୂଚନା ଥାଉ କି ମାଲ୍ୟବନ୍ତ ମହୋତ୍ସବ ଡ଼ିସେମ୍ବର ୧୩ ରୁ ୧୫ ଓ…
ନୂଆଦିଲ୍ଲୀ: ଆଇପିଏଲ୍-୨୦୨୫ ମେଗା ନିଲାମ ପରେ ଅନେକ ଦଳ ସେମାନଙ୍କର ବ୍ୟାଟିଂ ଲାଇନ୍ଅପ୍ ମଜବୁତ କରିଛନ୍ତି। ଏଥର ଟି -୨୦ କ୍ରିକେଟର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟରେ ବ୍ୟାଟ୍ସମ୍ୟାନଙ୍କ ଆଧିପତ୍ୟ ବଢିବାକୁ ଯାଉଛି ଏବଂ କେଉଁ ଦଳ ସବୁଠାରୁ ଶକ୍ତିଶାଳୀ ବ୍ୟାଟିଂ ଆକ୍ରମଣ ସହ ପଡ଼ିଆକୁ ଓହ୍ଲାଉଛି ତାହା ଦେଖିବାକୁ ଆକର୍ଷଣୀୟ ହେବ। ପ୍ରତିବର୍ଷ ବ୍ୟାଟ୍ସମ୍ୟାନ୍ ମାନେ ଆଇପିଏଲରେ ନୂଆ ରେକର୍ଡ ସୃଷ୍ଟି କରନ୍ତି ଏବଂ ୨୫୦ ରନ୍ ସଂଖ୍ୟା ବର୍ତ୍ତମାନ ସାଧାରଣ ହୋଇଗଲାଣି। କେବଳ ଏତିକି ନୁହେଁ, ଆଇପିଏଲରେ ବ୍ୟାଟ୍ସମ୍ୟାନଙ୍କ ପାଇଁ ଶତକ ଏବଂ ଅର୍ଦ୍ଧ ଶତକ ମଧ୍ୟ ସାଧାରଣ ହୋଇପାରିଛି। ଏପରି ପରିସ୍ଥିତିରେ, ଆଇପିଏଲ୍ ୨୦୨୫ ରେ କେଉଁ ତିନୋଟି ଦଳର ସବୁଠାରୁ ଶକ୍ତିଶାଳୀ ବ୍ୟାଟିଂ ଆକ୍ରମଣ ଅଛି, ଆସନ୍ତୁ ଜାଣିବା…. ସନରାଇଜର୍ସ ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ଏଥର ଏକ ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ଅପ୍ ସହିତ ପଡ଼ିଆକୁ ପ୍ରବେଶ କରିବ। ହେନ୍ରିଚ୍ କ୍ଲାସେନ୍, ଇଶାନ୍ କିଶାନ୍, ଟ୍ରାଭିସ୍ ହେଡ୍, ଅଭିଷେକ…
ନୂଆଦିଲ୍ଲୀ: ପର୍ଯ୍ୟଟନ କ୍ଷେତ୍ରରେ ଅନେକ ଲୋକଙ୍କ ଜୀବନରେ ସମୃଦ୍ଧତା ଆଣିବାର ସାମର୍ଥ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ସରକାର ଭାରତର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦେବା ଜାରି ରଖିବେ। ଯାହା ଦ୍ୱାରା ଅଧିକରୁ ଅଧିକ ଲୋକ ଅବିଶ୍ୱସନୀୟ ଭାରତର ଚମତ୍କାର ଅନୁଭବର ଆନନ୍ଦ ନେଇପାରିବେ। ଏକ୍ସରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ପୋଷ୍ଟରେ ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି : “ପର୍ଯ୍ୟଟନରେ ଅନେକ ଲୋକଙ୍କ ଜୀବନରେ ସମୃଦ୍ଧି ଆଣିବାର ସାମର୍ଥ୍ୟ ରହିଛି। ଆମ ସରକାର ଭାରତର ପର୍ଯ୍ୟଟନ ଭିତ୍ତିଭୂମି ଢ଼ାଞ୍ଚାକୁ ଅଧିକ ଉନ୍ନତ କରିବା ଉପରେ ଗୁରୁତ୍ୱ ଦେବା ଜାରି ରଖିବ, ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ଅବିଶ୍ୱସନୀୟ ଭାରତର ଆଶ୍ଚର୍ଯ୍ୟଚକିତ କରୁଥିବା ଅନୁଭବର ଆନନ୍ଦ ନେଇପାରିବେ।”
ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ କୋର୍ଟ ପରିସରରେ ପୋକ୍ସୋ ଆଇନ, କିଶୋର ନ୍ୟାୟ ଯତ୍ନ ଓ ସୁରକ୍ଷା ଅଧିନିୟମ ଏବଂ ଉକ୍ତ ଆଇନ ଅଧୀନ ମହିଳା ପୀଡ଼ିତା ଓ ଶିଶୁ ଙ୍କ ନିମନ୍ତେ କ୍ଷତିପୂରଣ ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ, ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ, ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ପୂର୍ବତନ ସମ୍ପାଦକ ଜଗନ୍ନାଥ ଭୋଳ, ସୁଧୀର ପ୍ରଧାନ,ସରକାରୀ ଆଇନଜୀବୀ ଜଳଧର ପ୍ରଧାନ,ବରିଷ୍ଠ ଆଇନଜୀବୀ ବିପ୍ଳବ କୁମାର ମୁଦୁଲି,ସୁନୀଲ ମହାପାତ୍ର,ବିନୋଦ ସ୍ୱାଇଁ,ସୀତାରାମ ଅଗ୍ରୱାଲ, କାମେଶ୍ୱର ଆଚାରୀ,ଶାନ୍ତନୁ ମହାପାତ୍ର ଏବଂ ବହୁ ଆଇନଜୀବୀ ଯୋଗ ଦେଇଥିଲେ। ଏହି ଅବସରରେ ବିଚାରପତି…
ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଅନେକ ବିବାହ ଦେଖିଥିବେ। ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି, ନାଚନ୍ତି, ଗୀତ ଗାଅନ୍ତି ଏବଂ ବଡ ହୋଟେଲ ଓ ଗେଷ୍ଟ ହାଉସରେ ଆୟୋଜିତ ବିବାହକୁ ସ୍ମରଣୀୟ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରନ୍ତି। କେହି କେହି ନିଆରା ଢଙ୍ଗରେ ବିବାହ ଉତ୍ସବ ପାଳନ କରିଥାନ୍ତି। ସେହିଭଳି ୟୁପିର କାନପୁର ଦେହାତ ଜିଲ୍ଲାରେ ନିଆରା ଢଙ୍ଗରେ ବିବାହ ଉତ୍ସବ ପାଳନ କରାଯାଇଥିଲା ଏହାକୁ ସ୍ମରଣୀୟ କରିବା ପାଇଁ ବର ଏବଂ କନ୍ୟା ଏପରି ଏକ ନିଆରା ସଂକଲ୍ପ ନେଇଥିଲେ ଯାହା ସମସ୍ତଙ୍କ ହୃଦୟ ଜିତିଥିଲା। ବିବାହକୁ ସ୍ମରଣୀୟ କରିବା ପାଇଁ ଏହି ନବ ଦମ୍ପତି ୧୧ ଗରିବ ପିଲାଙ୍କୁ ଗ୍ରହଣ କରିଥିଲେ। ଏହି ୧୧ ପିଲାଙ୍କ ଶିକ୍ଷା ଖର୍ଚ୍ଚ ଉଠାଇବା ପାଇଁ ସଂକଳ୍ପ ନେଇଥିଲେ। ଆହୁରି ମଧ୍ୟ ଦମ୍ପତି ଦୁହେଁ ବିବାହ ମଞ୍ଚରେ ପିଲାମାନଙ୍କ ସହିତ ବସିବା ଏବଂ ସେମାନଙ୍କର ଫଟୋ ଉଠାଉଥିବା ଦେଖିବାକୁ…
ନୟାଗଡ଼: ଦଶପଲ୍ଲାର ଆଦିବାସୀ ଗାଁ ରାଇସରରେ ୧୨ ଆଦିବାସୀ ପରିବାର ୬୫ଟି ଭିନ୍ନ ରକମର ଗୋଷ୍ଠୀ ବିହନ ସଂରକ୍ଷଣ କରି ରଖିଛନ୍ତି। ଭାରତୀୟ ଉଦ୍ଭିଦ ବିହନ ସଂରକ୍ଷଣ ପ୍ରାଧିକରଣର ଅଧ୍ୟକ୍ଷ ଡ଼.ତ୍ରିଲୋଚନ ମହାପାତ୍ର, ଓୟୁଏଟିର ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟର ଅଧ୍ୟକ୍ଷ ଡ଼. ପ୍ରସନ୍ନଜିତ ମିଶ୍ର,କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରର ଫସଲ ଉତ୍ପାଦନ ବିଭାଗ ମୁଖ୍ୟ ଡ଼.ପ୍ରତାପ ଚନ୍ଦ୍ର ଭଟ୍ଟାଚାର୍ଯ୍ୟ, ନୟାଗଡ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ଼.ଅନୀଲ କୁମାର ସ୍ବାଇଁ ପ୍ରମୁଖ ଏହି ସ୍ଥାନକୁ ଆସି ବିଭିନ୍ନ ପ୍ରକାର ଧାନ ସଂରକ୍ଷଣ କରି ରଖିଥିବା ଦେଖିଥିଲେ। ଏହା ପରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ନିର୍ମାଣ ଦ୍ବାରା ଆୟୋଜିତ ଦଶପଲ୍ଲା ଦୁର୍ଗାବଜାର କଲୋନୀଠାରେ ପୁରାତନ ଧାନ, ମାଣ୍ଡିଆ, ବିରି, ମୁଗ ପ୍ରଭୃତିର ପ୍ରଦର୍ଶନୀ ମଣ୍ଡପ ଓ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ମଣ୍ଡପ ପରିଦର୍ଶନ କରି ଅଧିକାରୀମାନେ ସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ ଗୋଷ୍ଠୀ ବିହନ ମେଳା-୨୦୨୪ର ସାରସ୍ବତ…

