Author: SM Network

ନୂଆଦିଲ୍ଲୀ: ଡିସେମ୍ବର ମାସ ରବିବାର ଠାରୁ ଆରମ୍ଭ ହେଉଛି ଏବଂ ଏହି ମାସ ହେଉଛି ବର୍ଷର ଶେଷ ମାସ। ଖ୍ରୀଷ୍ଟମାସ ପରି ଏକ ବଡ ପର୍ବ କେବଳ ଏହି ମାସରେ ଆସେ ନାହିଁ, ବରଂ ଅନ୍ୟାନ୍ୟ ଅନେକ ପର୍ବ ହେତୁ ଅନେକ ରାଜ୍ୟରେ ବିଭିନ୍ନ ଦିନରେ ବ୍ୟାଙ୍କ ବନ୍ଦ ହେବାକୁ ଯାଉଛି। ଡିସେମ୍ବରରେ ବହୁତ ବ୍ୟାଙ୍କ ଛୁଟି ଅଛି ଏବଂ ବ୍ୟାଙ୍କଗୁଡିକ ମୋଟ ୧୭ ଦିନ ପାଇଁ ବନ୍ଦ ରହିବାକୁ ଯାଉଛି। ଯଦି ଆପଣ ଏଗୁଡିକ ବିଷୟରେ ଆଗରୁ ଜାଣିଛନ୍ତି, ତେବେ ଆପଣ ଆପଣଙ୍କର ଆର୍ଥିକ ବିଷୟଗୁଡିକ ଆଗରୁ ସମାଧାନ କରିପାରିବେ ଯାହା ଦ୍ଵାରା ଆପଣ ବ୍ୟାଙ୍କ ଛୁଟି ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଦେଖନ୍ତୁ ତାଲିକା….. ଜାଣନ୍ତୁ ବ୍ୟାଙ୍କଗୁଡିକ ଆପଣଙ୍କ ରାଜ୍ୟ ଅନୁଯାୟୀ କେବେ ବନ୍ଦ ରହିବ: – ସେଣ୍ଟ ଫ୍ରାନ୍ସିସ୍ ଜାଭିୟର ଅବସରରେ ୩ ଡିସେମ୍ବର ଅର୍ଥାତ୍ ଶୁକ୍ରବାର ଦିନ ଗୋଆରେ ବ୍ୟାଙ୍କଗୁଡିକ ବନ୍ଦ ହେବ।…

Read More

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ୍ 28 ନଭେମ୍ବରରୁ ଆରମ୍ଭ ହୋଇଥିଲା, ଯାହାକି 2 ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍ ଖ୍ରୀଷ୍ଟଚର୍ଚର ଓଭାଲରେ ଖେଳାଯାଉଛି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମସନ ପ୍ରଥମ ଇନିଂସରେ ଚମତ୍କାର ଇନିଂସ ଖେଳିଥିଲେ। ଯେଉଁଥିପାଇଁ ୱିଲିୟମ୍ସନ୍ ଏକ ବଡ଼ ଇତିହାସ ସୃଷ୍ଟି କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ କୌଣସି ନ୍ୟୁଜିଲ୍ୟାଣ୍ଡର ଖେଳାଳି କରିପାରି ନାହାଁନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମସନ 9000 ରନ୍ ପୂରଣ କରି ଇତିହାସ ସୃଷ୍ଟି କରିଛନ୍ତି। ଏହି ସଫଳତା ହାସଲ କରିବାରେ ୱିଲିୟମସନ ପ୍ରଥମ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଦ୍ୱିତୀୟ ଇନିଂସରେ 26 ରନ୍ ସ୍କୋର କରିବା ପରେ ସେ ଏହି ସଫଳତା ହାସଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର ଶୀର୍ଷ…

Read More

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ୫୩ଟି ପଞ୍ଚାୟତ ଯକ୍ଷ୍ମା ମୁକ୍ତ ଘୋଷଣା ହୋଇଛି। ରାଜ୍ୟ ଏନଏଚଏମ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଜରିଆରେ ଜିଲାର ଏହି ୫୩ଟି ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରାଯାଇଛି। ରାଜ୍ୟର ମୋଟ ୫୨୧ଟି ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ ଘୋଷଣା କରାଯାଇଥିବା ବେଳେ ଗଞ୍ଜାମ ଜିଲା ୩ୟ ସ୍ଥାନରେ ରହିଛି। ଜାତୀୟ ଯକ୍ଷ୍ମା ନିରାକାଣ କାର୍ଯ୍ୟକ୍ରମ ଜରିଆରେ ଦେଶ ଜିତିବ ଯକ୍ଷ୍ମା ହାରିବ ସ୍ଲୋଗାନ ଦେଇ ପଞ୍ଚାୟତସ୍ତରରେ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କରି ଯକ୍ଷ୍ମା ରୋଗ ଏବଂ ଏହାର କାରଣ ନିରାକରଣ ସମ୍ପର୍କରେ ସଚେତନ କରାଇବା ସହ ସେହି ଅଞ୍ଚଳକୁ ଯକ୍ଷ୍ମା ରୋଗୀ ମୁକ୍ତ କରିବାକୁ ଜିଲା ଯକ୍ଷ୍ମା ନିୟନ୍ତ୍ରଣ କକ୍ଷ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଯକ୍ଷ୍ମା ମୁକ୍ତ ଘୋଷଣା ହୋଇଥିବା ଏହି ପଞ୍ଚାୟତଗୁଡ଼ିକୁ…

Read More

ଭୁବନେଶ୍ଵର: କେନ୍ଦୁଝର ପୋଲିସର ବଡ଼ ସଫଳତା। ଚୋରୀ ଓ ହଜି ଯାଇଥିବା ୩୦ଟି ମୋବାଇଲ୍ ଫୋନ୍ ଉଦ୍ଧାର କରିବା ପରେ, ମୋବାଇଲ୍ ମେଳା ଆୟୋଜନ କରି ଏହାର ମାଲିକଙ୍କୁ ପ୍ରଦାନ କରିଛି ପୋଲିସ। କେନ୍ଦୁଝର ସାଇବର୍ ସେଲ୍ ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ମୋବାଇଲ୍ ଫୋନ୍ ହଜିବା ତଥା ଚୋରୀ ହେବା ନେଇ ମାମଲା ରୁଜୁ ହୋଇଥିଲା। ଏହାର ତଦନ୍ତ କରି ଜିଲ୍ଲା ସାଇବର୍ ସେଲ୍ ଦ୍ୱାରା ୩୦ଟି ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଥିଲା। ଏକ ମୋବାଇଲ୍ ମେଳା ଆୟୋଜନ କରି ଉଦ୍ଧାର ମୋବାଇଲ୍ ଫୋନ୍ ଗୁଡିକୁ ସଠିକ୍ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି। ଏସପି ନିତିନ୍ କୁଶଲକର୍ ନିଜେ ଉପସ୍ଥିତ ରହି ଉଦ୍ଧାର ମୋବାଇଲ୍ ଫୋନ୍ ମାଲିକଙ୍କୁ ହସ୍ତାନ୍ତର କରିବା ସହିତ, ଏସମ୍ପର୍କରେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଛନ୍ତି।

Read More

ଭୁବନେଶ୍ଵର: ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୟାଗଡ ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅର୍ଚ୍ଚନା କଅଁର, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ କିଶୋରେ ଚନ୍ଦ୍ର ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିୟନ ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଦିପ୍ତିମୟୀ ଶୁଭଦର୍ଶିନୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଗଣିଆ ଉନ୍ନୟନ ପରିଷଦର ଅଧ୍ୟକ୍ଷା ଉଷା ପଟ୍ଟନାୟକ ମଞ୍ଚାସୀନ ଥିଲେ। ଅନ୍ୟାନ୍ୟ ଅଂଶ ଗ୍ରହଣକାରୀଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ସିଡି଼ପିଓ, ସୁପରଭାଇଜର, ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ବାଲ୍ୟ ବିବାହ ପରି ଏକ ସାମାଜିକ ବ୍ୟାଧକୁ ସମାଜରୁ ସମୂଳେ ଉତ୍ପାଟନ କରିବା…

Read More

ନୂଆଦିଲ୍ଲୀ: ବାଂଲାଦେଶର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ବାଂଲାଦେଶ କର୍ତ୍ତୃପକ୍ଷ ଜଣେ ହିନ୍ଦୁ ନେତା ତଥା ISKCON ସହିତ ଜଡିତ ୧୬ ଜଣ ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୦ ଦିନ ଫ୍ରିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ISKCON ର ୧୬ ଜଣ ସଦସ୍ୟ ପୂର୍ବତନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରିଛନ୍ତି, ଯିଏ ଦେଶଦ୍ରୋହ ଅଭିଯୋଗରେ ଏହି ସପ୍ତାହରେ ଗିରଫ ହୋଇଥିଲେ।

Read More

ଭୁବନେଶ୍ଵର: ନୟାଗଡ଼ ସହରର କ୍ଷୁଦ୍ର ବ୍ୟବସାୟୀ ତଥା ଉଠା ଦୋକାନୀ ଓ ବୁଲା ବିକାଳିଙ୍କ ନିମନ୍ତେ ପିଏମ ସ୍ବନିଧି ଯୋଜନା ସମ୍ପର୍କୀୟ କର୍ମଶାଳା ନୟାଗଡ଼ ସିଦ୍ଧେଶ୍ଵରୀ କଲ୍ଯାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଛି। ଏହା ଡି଼ସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ସେମାନଙ୍କ ବ୍ୟବସାୟକୁ ବୃଦ୍ଧି ସହିତ ଅଧିକ ଆତ୍ମ ନିର୍ଭର ହେବାକୁ କେନ୍ଦ୍ର ସରକାର ଯୋଜନା ଆରମ୍ଭ କରିଛନ୍ତି। ଏବେ ସେମାନଙ୍କୁ ଋଣ ମିଳିବା ପରେ ସେମାନଙ୍କ ପରିବାର ଖୁସି ହେବେ। ଉଠାଦୋକାନୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନାରେ ଆର୍ଥକ ସହାୟତା ପ୍ରଦାନ କରୁଛନ୍ତି। ବିଭିନ୍ନ ବ୍ୟାଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ ଓ ସମନ୍ଵୟ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ଏହାର ଲକ୍ଷ ରହିଛି। ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ,ଉପାଧ୍ଯକ୍ଷ ଗୁରୁପ୍ରସାଦ ଜେନା,ପୌରପରିଷଦ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ କର୍ମଶାଳାରେ ଯୋଗଦେଇ ଉଠା ଦୋକାନୀଙ୍କ ବିକାଶ ଓ ଚଳଣୀ ସମ୍ପର୍କରେ ଆଲୋକପାତ କରିଥିଲେ। ସମସ୍ତ ଉଠା ଦୋକାନୀ ମାନେ…

Read More

ନୂଆଦିଲ୍ଲୀ: ପାକିସ୍ତାନରେ ହିଂସା ଘଟଣାରେ ମୃତ୍ୟୁ ସଂଖ୍ୟା ୧୨୨ କୁ ବୃଦ୍ଧି ପାଇଛି। ଶୁକ୍ରବାର ଦିନ ପୋଲିସ ଏବଂ ହସ୍ପିଟାଲର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଗତ ସପ୍ତାହରେ ସୁନ୍ନି ଏବଂ ଶିଆ ସମ୍ପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା ଏବଂ ଅସ୍ତ୍ରବିରତି ଉଲ୍ଲଂଘନ ସତ୍ତ୍ୱେ ସେମାନଙ୍କ ମଧ୍ୟରେ ସାମାନ୍ୟ ସଂଘର୍ଷ ଜାରି ରହିଛି। ଗୁରୁବାର ଦିନ ଦୁଇ ସମ୍ପ୍ରଦାୟ ମଧ୍ୟରେ ପୁଣି ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଥିଲେ। ଏହା ପରେ ରାଜ୍ୟପାଳ କରିମ କୁଣ୍ଡି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଅଲି ଅମିନ ଗନ୍ଦାପୁରଙ୍କୁ ହିଂସାଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବାକୁ କହିଛନ୍ତି। ନଭେମ୍ବର ୨୧ ତାରିଖର ଆଫଗାନିସ୍ତାନ ସୀମାରେ ଥିବା କୁରମ ଜିଲ୍ଲାର ପାରାଚିନାର ନିକଟରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଭ୍ୟାନ ଉପରେ ଆକ୍ରମଣର ଗୋଟିଏ ଦିନ ପରେ ଜିଲ୍ଲାର ଅଲିଜଇ ଏବଂ ବାଗନ ଆଦିବାସୀ ଗୋଷ୍ଠୀ ମଧ୍ୟରେ…

Read More

ନୂଆଦିଲ୍ଲୀ: ଡିସେମ୍ବର ୬ ତାରିଖରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପିଙ୍କ ବଲ୍ ଟେଷ୍ଟ ଖେଳାଯିବ। ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ଏହା ଦ୍ୱିତୀୟ ମ୍ୟାଚ୍ ହେବ। ଏହି ଟେଷ୍ଟ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଆହତ କାରଣରୁ ଅଷ୍ଟ୍ରେଲିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲରଙ୍କୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ଦିଆଯାଇଛି। କ୍ରିକେଟ୍ ଅଷ୍ଟ୍ରେଲିଆ ଏକ ବିବୃତ୍ତି ଜାରି କରି କହିଛି ଯେ, ଦ୍ରୁତ ବୋଲର ଜୋଶ ହେଜଲଉଡ୍ ଆଡିଲେଡରେ ଖେଳାଯିବାକୁ ଥିବା ଦିବାରାତ୍ରୀ ଟେଷ୍ଟ ଖେଳିବେ ନାହିଁ। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ ହେଜଲଉଡଙ୍କ ବାମ ଗୋଡରେ ଆଘାତ ଲାଗିଛି, ଏହି କାରଣରୁ ସେ ଡିସେମ୍ବର ୬ ତାରିଖରୁ ଆଡିଲେଡରେ ଭାରତ ବିପକ୍ଷ ପିଙ୍କ ବଲ ଟେଷ୍ଟରୁ ବାଦ ପଡିଛନ୍ତି। ଡେବ୍ୟୁ ପରେ ଏହା ପ୍ରଥମ ଥର ହେବ ଯେ, ହେଜଲଉଡ୍ ଘରେ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍ ହରାଇବେ। ହେଜଲଉଡଙ୍କ ଆଘାତ ଯୋଗୁଁ…

Read More

ଭୁବନେଶ୍ଵର: ଲୁପ୍ତପ୍ରାୟ ଲୋକ ନୃତ୍ୟ, ଆଦିବାସୀ ତଥା ପାରମ୍ପରିକ ଲୋକନୃତ୍ୟକୁ ବଞ୍ଚାଇ ରଖିବା ଉଦ୍ଧେଶ୍ୟ ନେଇ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଲୋକକଳାର ମହାକୁମ୍ଭ ‘ନୃତ୍ୟ ସଙ୍ଗମ’ ଉଦ୍‌ଘାଟିତ ହୋଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ଓଡିଶା ସରକାର ଓ ପ୍ରତିଭା ଅନୁଷ୍ଠାନର ମିଳିତ ଉଦ୍ୟମରେ ଆୟୋଜିତ ତିନିଦିନିଆ କାର୍ଯ୍ୟକ୍ରମର ସାଂସ୍କୃତିକ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଉଦ୍‌ଘାଟକ ଭାବରେ ଯୋଗ ଦେଇଥିବା ବେଳେ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ଡା. ନିବେଦିତା ନାଥ ମୁଖ୍ୟ ଅତିଥି ଓ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ଲୁପ୍ତପ୍ରାୟ ଲୋକ କଳା ଓ ଲୋକ ସଂସ୍କୃତି କୁ ବଞ୍ଚାଇ ରଖିବାରେ ଅନେକ ସହାୟକ ହେଉଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଗଙ୍ଗାଧର ଦାଶଙ୍କୁ ଲୋକ କଳା ରତ୍ନ, ଡ. ଉମେଶ ଚନ୍ଦ୍ର ଶତପଥୀଙ୍କୁ ନାଟ୍ୟ ମୁନି, ସଂଗ୍ରାମ…

Read More

ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଳକର ଗମ୍ଭାରୀଗୁଡ଼ା ପଞ୍ଚାୟତ ଖଇରଭାଡ଼ି ଗାଁରେ ପାଣି ରେ ଫ୍ଲୋରାଇଡର ପରିମାଣ ଅଧିକ ଥିବା ଜଣାଯାଇଛି। ଗାଁର ତିନୋଟି ସାହି ଗାଉଁନ୍ତିଆ ପଡା, ସର୍ଗିବାହଲି ଓ ଖଇର ବାଡ଼ି ଥିବା ସମସ୍ତ ୧୨ଟି ନଳକୂଅର ପାଣି ଆଦୌ ପିଇବା ଯୋଗ୍ୟ ନ ଥିବା ଜଣାଯାଇଛି। ନଳକୂପରୁ ବାହାରୁଥିବା ପାଣିରେ ଫ୍ଲୋରାଇଡର ମାତ୍ରା ଅଧିକ ଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ପାଣିରେ ଫ୍ଲୋରାଇଡର ମାତ୍ରା ୨.୦୨ରୁ ୨.୦୫ ଗ୍ରାମ ରହିଛି। ଯାହାକି ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହଁ। ନିକଟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱାସ୍ଥ୍ୟ ମେଳା କରାଯାଇ ୧୦୮ଜଣ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେଥିରୁ ୧୪ ଜଣ ରୋଗୀ ଗୁରୁତର ରୂପେ ଆଣ୍ଠୁ ଗଣ୍ଠି ଜନିତ ଓ ଅନେକ ଦାନ୍ତ ରୋଗ ରେ ପୀଡିତ ହୋଇଥୁବା ଜଣାପଡ଼ିଥିଲା। ପରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ନବକିଶୋର ବେହେରା ଙ୍କ ନେତୃତ୍ୱ ରେ…

Read More

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୬ରୁ ୯ ତାରିଖ ପର୍ଯ୍ୟନ୍ତ ରାଉରକେଲା ସେକ୍ଟର-୬ ସ୍ଥିତ ଇସ୍ପାତ ଷ୍ଟାଡିୟମରେ ସେନା ନିଯୁକ୍ତି ଶିବିର ଅନୁଷ୍ଠିତ ହେବ। ଏଥିରେ ଅନୁଗୁଳ, ବରଗଡ଼, ବଲାଙ୍ଗିର, ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଚୟନ ହୋଇଥିବା ପ୍ରାର୍ଥୀମାନେ ଭାଗ ନେଇପାରିବେ। ଅନଲାଇନ ଏକକ ପ୍ରବେଶିକା ପରୀକ୍ଷା (ସିଇଇ) ଜରିଆରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଶାରୀରିକ ଫିଟନେସ ପରୀକ୍ଷା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡକାଯାଇଛି। ଅନଲାଇନ ଏକକ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ସେମାନଙ୍କର ଇମେଲ୍‌ ଆଇଡିରେ ଆଡମିଟ୍‌ କାର୍ଡ ପଠାଯାଇଛି। ଭାରତୀୟ ସେନାର ନିଯୁକ୍ତି ୱେବସାଇଟ୍‌ www.joinindianarmy.nic.inର ପ୍ରୋଫାଇଲ ସେକ୍ସନରେ ଲଗଇନ୍‌ କରି ମଧ୍ୟ ପ୍ରାର୍ଥୀମାନେ ସେମାନଙ୍କର ଆଡମିଟ କାର୍ଡ ଡାଉନଲୋଡ୍‌ କରିପାରିବେ। କୌଣସି ପ୍ରଶ୍ନ ପାଇଁ ପ୍ରାର୍ଥୀମାନେ ସମ୍ବଲପୁର ଏଆରଓଙ୍କୁ ୦୬୬୩-୨୯୫୦୩୫୯ ଏବଂ ୦୬୬୩-୨୫୨୦୮୪୫ ନମ୍ବରରେ ଯୋଗାଯୋଗ କରିପାରିବେ। ନିଯୁକ୍ତି ପ୍ରକ୍ରିୟା ସମୟରେ ଠକ/ଦଲାଲଙ୍କ ଠକାମିରେ ନପଡ଼ିବା ଲାଗି…

Read More

ନୂଆଦିଲ୍ଲୀ: ଆନିମେସନକୁ ପ୍ରୋତ୍ସାହିତ କରୁଥିବା ୟୁନେସ୍କୋ ସ୍ୱୀକୃତିପ୍ରାପ୍ତ ବିଶ୍ୱସ୍ତରୀୟ ଏନଜିଓ ଆସିଫା ଇଣ୍ଡିଆ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସହଯୋଗରେ କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜର ଏକ ଅଂଶ ଭାବରେ ୱେଭ୍ସ ଆୱାର୍ଡସ ଅଫ୍ ଏକ୍ସଲେନ୍ସ ଆୟୋଜନ କରୁଛି, ଯାହା କି ବିଶ୍ୱସ୍ତରରେ ଭାରତର ସୃଜନଶୀଳ ନେତୃତ୍ୱକୁ ସୁଦୃଢ଼ କରିବା ପାଇଁ ଆନିମେସନ, ଭିଜୁଆଲ ଇଫେକ୍ଟସ ଏବଂ ଏକ୍ସଆରରେ ଅସାଧାରଣ ଉପଲବ୍ଧିକୁ ପାଳନ କରିବ। ଏହି ସମ୍ମାନଜନକ ପୁରସ୍କାର ପାଇଁ ୧୫ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଏଣ୍ଟ୍ରି ଖୋଲା ରହିବ ଏବଂ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ବିଶ୍ୱ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ) ୨୦୨୫ରେ ଏହି ପୁରସ୍କାର ପ୍ରଦାନ କରାଯିବ। ୱେଭ୍ସ ଅଫ୍ ଏକ୍ସଲେନ୍ସ ପୁରସ୍କାର ଛାତ୍ର ଏବଂ ବୃତ୍ତିଗତମାନଙ୍କ ପାଇଁ ଏହି ପୁରସ୍କାରରେ ଶ୍ରେଷ୍ଠ ଚରିତ୍ର ଆନିମେସନ୍, ଶ୍ରେଷ୍ଠ ଭିଜୁଆଲ୍ ଇଫେକ୍ଟସ ଏବଂ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ଭଳି ବର୍ଗ ଅନ୍ତର୍ଭୁକ୍ତ। ବିଜେତାମାନେ ସରକାରଙ୍କ ‘କ୍ରିଏଟ୍ ଇନ୍ ଇଣ୍ଡିଆ’ ଅଭିଯାନ ସହ ଯୋଡ଼ି ହୋଇ ଭାରତର…

Read More

ନୂଆଦିଲ୍ଲୀ: ସୟଦ ମୁସ୍ତାକ ଅଲି ଟ୍ରଫିରେ ଝାଡ଼ଖଣ୍ଡ ମାତ୍ର ୪.୩ ଓଭରରେ ମ୍ୟାଚ ଜିତିଛି। ଦଳର ଏହି ବିଜୟ ପାଇଁ ଇଶାନ କିଶନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୯ ଟି ଛକା ଓ ୫ ଚୌକା ସହାୟତାରେ ଇଶାନ ଏକ ଚମତ୍କାର ଅପରାଜିତ ଇନିଂସ ଖେଳିଛନ୍ତି, ଯେଉଁଥିପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଅରୁଣାଚଳ ପ୍ରଦେଶ ଏବଂ ଝାଡ଼ଖଣ୍ଡ ମଧ୍ୟରେ ଗ୍ରୁପ୍ ସି ମ୍ୟାଚ୍ ଖେଳାଯାଇଥିଲା। ମ୍ୟାଚ ଜିତିବା ପାଇଁ ଝାଡ଼ଖଣ୍ଡକୁ ୯୪ ରନର ଲକ୍ଷ୍ୟ ଥିଲା। ଜବାବରେ ଝାଡ଼ଖଣ୍ଡ କୌଣସି ୱିକେଟ୍ ହରାଇ ୪.୩ ଓଭରରେ ଟାର୍ଗେଟ ପୂରଣ କରିଥିଲା। ଦଳ ପାଇଁ ବ୍ୟାଟିଂ ଆରମ୍ଭ କରିବାକୁ ଆସିଥିବା ଇଶାନ କିଶନ ଏକ ଚମତ୍କାର ଇନିଂସ ଖେଳି ୨୩ ବଲରେ ୭୭ * ରନ୍ ସଂଗ୍ରହ କରିଥିଲେ। ଇଶାନଙ୍କ ଷ୍ଟ୍ରାଇକ୍ ରେଟ ଥିଲା ୩୩୪.୭୮। ଏହି ସମୟରେ ଇଶାନଙ୍କ ସହ କ୍ରିଜରେ…

Read More

ନୂଆଦିଲ୍ଲୀ: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିଂହଙ୍କ ଦ୍ୱାରା ଲିଖିତ ଏକ ଲେଖ ପଢ଼ିବାକୁ ଲୋକଙ୍କ ଅନୁରୋଧ କରିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ପିଲାମାନଙ୍କୁ ସେମାନଙ୍କ ସମ୍ଭାବନା ଜାଣିବାକୁ ଏବଂ ପରିପୂର୍ଣ୍ଣ ଲୋକଙ୍କ ମେଳରେ ବଢ଼ିବା ପାଇଁ ଔପଚାରିକ ଶିକ୍ଷା ସହ କ୍ରୀଡ଼ାକୁ ସମନ୍ୱିତ କରିବା ଜରୁରି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିଂହଙ୍କ ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି: “କେନ୍ଦ୍ର ମନ୍ତ୍ରୀ ଶ୍ରୀ @jayantrld ପିଲାମାନଙ୍କୁ ସେମାନଙ୍କ ସମ୍ଭାବନା ଜାଣିବାକୁ ଏବଂ ପରିପୂର୍ଣ୍ଣ ଲୋକଙ୍କ ମେଳରେ ବଢ଼ିବା ପାଇଁ ଔପଚାରିକ ଶିକ୍ଷା ସହ କ୍ରୀଡ଼ାକୁ ସମନ୍ୱିତ କରିବା ଜରୁରି ବୋଲି ଗୁରୁତ୍ୱ ଦେଇଛନ୍ତି। ଏହା ପଢ଼ନ୍ତୁ।!”

Read More

ଭୁବନେଶ୍ଵର: ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ଗବେଷକମାନେ ଦକ୍ଷିଣ ଓଡିଶାର ଇନ୍ଦ୍ରାବତୀ ନଦୀରୁ ଦୁଇଟି ମହାଶିର ପ୍ରଜାତିର ମାଛ ଆବିଷ୍କାର କରିଛନ୍ତି। ଏହି ମାଛ ସାୟପ୍ରିନୟଡ୍ ପ୍ରଜାତିର ଏବଂ ଏମାନଙ୍କ ଶରୀର ଅପେକ୍ଷାକୃତ ବଡ। ଏମାନଙ୍କ ଦେହର କାତି ମଧ୍ୟ ବଡ ବଡ। ସାଧାରଣତଃ ଏହି ମାଛମାନଙ୍କୁ ଭାରତୀୟ ନଦୀର ରାଜା କୁହାଯାଏ। ଏମାନେ ବିଶ୍ବର ୨୦ଟି ବୃହତ ମାଛ ପରିବାରର ସଦସ୍ୟ। ପ୍ରଫେସର ଶରତ କୁମାର ପଲିତାଙ୍କ ନେତୃତ୍ବରେ ଗବେଷକ ଦଳ ଏହି ମାଛର ସନ୍ଧାନ ପାଇଛନ୍ତି।

Read More

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମଜିଏନ୍ଆରଇଜିଏସ୍)ର କାର୍ଯ୍ୟକାରିତା ଆକଳନ ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ନୂଆଦିଲ୍ଲୀର କୃଷି ଭବନଠାରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ସମେତ ଡିଭିଜନର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଯୋଜନାର ସଫଳତାକୁ ପ୍ରଶଂସା କରିବା ସହିତ ଯୋଜନାର ଫଳପ୍ରଦତା ବୃଦ୍ଧି ପାଇଁ ଅଭିନବ ଉପାୟ ଏବଂ ସଂସ୍କାରକୁ ପ୍ରୋତ୍ସାହିତ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମନରେଗା ଅଧୀନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ପାଣ୍ଠିର ଅପବ୍ୟବହାର ରୋକିବା, ହିତାଧିକାରୀଙ୍କ ସହ ଜବ୍ କାର୍ଡର ହେପାଜତ ସୁନିଶ୍ଚିତ କରିବା ଏବଂ କାର୍ଯ୍ୟସ୍ଥଳରେ ଯନ୍ତ୍ରପାତି ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ ପଦକ୍ଷେପ ନିଆଯିବ। ମନରେଗା ଅଧୀନରେ ୨୦୨୪-୨୫ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇଛି।…

Read More

ଭୁବନେଶ୍ଵର: ନବମ ଓଡ଼ିଶା କଳା ଓ ସାହିତ୍ୟ ମହୋତ୍ସବ ଭୁବନେଶ୍ୱର ଠାରେ ଆରମ୍ଭ ହୋଇଛି। ଏହି ୪ ଦିନ ବ୍ୟାପୀ ମହୋତ୍ସବ ରେ ପ୍ରଥମ ତିନି ଦିନ ଦେଶ ବିଦେଶରୁ ଆସିଥିବା ସାହିତ୍ୟିକ ମାନେ କବିତା, ଉପ ନ୍ୟାସ, ନାଟକ, ଅନୁବାଦ ଓ ଅନ୍ୟାନ୍ୟ ସୃଜନତ୍ମକ କଳା ଉପରେ ଆଲୋଚନା କରିବେ। ୪ର୍ଥ ଦିବସରେ କୋଣାର୍କ ବେଳା ଭୂମିରେ କବିତା ପାଠ ଉତ୍ସବ ” କବିତା ଜନ୍ତାଳ” ସହ ଏହି ଉତ୍ସବ ଉଦଯାପିତ ହେବ। ଚଳିତ ବର୍ଷ ଏହି ଉତ୍ସବରେ ୬ ଟି ଦେଶରୁ ସାହିତ୍ୟିକ ଓ ସମାଲୋଚକ ମାନେ ଯୋଗଦେଇଛନ୍ତି। ଶୁକ୍ରବାର ଉଦ୍ଘାଟନୀ ଉତ୍ସବରେ ଉଦ୍ଘଟକ ଭାବରେ ଜ୍ଞାନପୀଠ ବିଜେତା ବିଶିଷ୍ଟ ସାହିତ୍ୟିକ ଦାମୋଦର ମଉଜ ଯୋଗ ଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ବିଭିନ୍ନ ଦିଗ ତଥା ଏହାକୁ ଲୋକାଭିମୁଖୀ କରିବାରେ ଏହି ଭଳି ମହୋତ୍ସବର ପ୍ରାସଙ୍ଗିକତା ରହିଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ବନଜ ଦେବୀ,…

Read More

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମ.ଭି-୭୯ ଥାନା ଅନ୍ତର୍ଗତ କୁର୍ତ୍ତି ଜଙ୍ଗଲରୁ ପୋଲିସ ଜଣେ ମହିଳା ମାଓବାଦୀକୁ ଗିରଫ କରିଛି। ଗିରଫ ମାଓବାଦୀର ନାମ ଅନ୍ତି ମାଡ଼ବି ଓରଫ ଲାକେ ଓ ତାର ଘର ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାର ପୁଲହାର ଗ୍ରାମ ବୋଲି ଜଣାପଡ଼ିଛି। କୁର୍ତ୍ତି ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ଥିବା ଖବର ପାଇ ପୋଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ କୂମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସମୟରେ ଜଣେ ମହିଳା ସନ୍ଦେହଜନକ ଭାବେ ଜଙ୍ଗଲରେ ବୁଲୁ ଥିବା ଦେଖି ଯବାନମାନେ ଅଟକ ରଖି ପଚରାଉଚରା କରିବା ପରେ ସେ ଜଣେ ମାଓବାଦୀ ବୋଲି ଜଣାପଡିଥିଲା। ଗିରଫ ମହିଳା ମାଓବାଦୀ ଜଣକ ଗତ ୨୦୧୭ ମସିହାରେ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବେଳେ ବର୍ତମାନ ସେ ମାଓନେତା ଉଦୟର ସୁରକ୍ଷା ଦଳରେ ପାର୍ଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲା ଓ ଏକ ଏସ.ଏଲ.ଆର ବନ୍ଧୁକ ଧରୁଥିଲା। ତା ନାମରେ ଓଡିଶା ସରକାର…

Read More

ମେଷ:– ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି। ନୂତନ କାରବାର ଲାଭଦାୟକ ହେବ, ଯାହା ଅର୍ଥନୈତିକ ସ୍ଥିତିକୁ ଦୃଢ କରିବ, ସ୍ୱାସ୍ଥ୍ୟର ଯତ୍ନ ନେବ। ବ୍ୟବସାୟରେ ଛୋଟ ବାଧାବିଘ୍ନ ହୋଇପାରେ। ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ। ପାରିବାରିକ ପରିବେଶ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ। କ୍ରୋଧକୁ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଏହା ବିତର୍କ ହୋଇପାରେ। ଜୀବନ ସାଥୀକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଖାଇବା ଓ ପିଇବା ପାଇଁ ଧ୍ୟାନ ଦିଅନ୍ତୁ। ବୃଷ:– ଆଜି ମିଶ୍ରିତ ଦିନ ହେବ। ବ୍ୟବସାୟ ସ୍ୱାଭାବିକ ହେବ। ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ। କାର୍ଯ୍ୟରେ ସଫଳତା ଆତ୍ମବିଶ୍ୱାସ ବଢାଇବ, କିନ୍ତୁ ଅଧିକ କାର୍ଯ୍ୟ ହେବ, ଯାହା ଆପଣଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ…

Read More

ଭୁବନେଶ୍ଵର: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଭୁବନେଶ୍ୱରରେ ୫୯ତମ ପୁଲିସ ଡିଜି/ଆଇଜି ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଦ୍ୱିତୀୟ ଏବଂ ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ହାଇବ୍ରିଡ୍ ମୋଡରେ ଆୟୋଜିତ ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମୁଖ୍ୟ ଏବଂ ସିଏପିଏଫ୍/ସିପିଓ ର ମୁଖ୍ୟମାନେ ଯୋଗ ଦେଇଛନ୍ତି। ଆହୁରି ମଧ୍ୟ, ସାରା ଦେଶରୁ ଅନେକ ପୁଲିସ ଅଧିକାରୀ ଏହି ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରୁଛନ୍ତି। ଆଜି ହୋଇଥିବା ଆଲୋଚନାରେ ଜାତୀୟ ସୁରକ୍ଷା ପରାମର୍ଶଦାତା, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ମଧ୍ୟ ଯୋଗ ଦେଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଗୁଇନ୍ଦା ବ୍ୟୁରୋ ଅଧିକାରୀମାନଙ୍କୁ ବିଶିଷ୍ଟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରିଥିଲେ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ‘ରାଙ୍କିଙ୍ଗ ଅଫ୍ ପୁଲିସ ଷ୍ଟେସନସ୍ ୨୦୨୪’ ପୁସ୍ତକକୁ ମଧ୍ୟ ଉନ୍ମୋଚନ କରିଥିଲେ। ସେ ଦେଶର ତିନୋଟି ଶ୍ରେଷ୍ଠ ଥାନାକୁ ଟ୍ରଫି ପ୍ରଦାନ କରି ସମ୍ମାନିତ…

Read More