Author: SM Network

ଭୁବନେଶ୍ୱର: ଆଜି ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟିଡେଟ୍ (ଓମ୍ଫେଡ୍)ର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓମ୍ଫେଡ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ଜେନେରାଲ ମ୍ୟାନେଜର (ଡାଏରୀ ଅପରେସନ) ସୌମେନ୍ଦ୍ର ଭୌମିକ, ଜେନେରାଲ ମ୍ୟାନେଜର (ଅର୍ଥ) ସୁରେଶ ଚନ୍ଦ୍ର ଅଲଟିଆ, ଡେପୁଟି ଜେନେରାଲ ମ୍ୟାନେଜର (ମାନବ ସମ୍ବଳ) ଡକ୍ଟର ଜୟକୃଷ୍ଣ ପଟ୍ଟନାୟକଙ୍କ ସମେତ ସମସ୍ତ ଅଧିକାରୀ ଓ ବୋର୍ଡର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ବୋର୍ଡର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଗାମୀ ଦିନରେ ଓମ୍ଫେଡକୁ କିପରି ଆଗେଇ ନେବା ସହ ଉତ୍ତମ ଗୁଣବତ୍ତା ବିଶିଷ୍ଟ ସ୍ୱାଦିଷ୍ଠ ଓ ସ୍ୱାସ୍ଥ୍ୟକର ଉତ୍ପାଦ ମାର୍କେଟକୁ ଯାଇପାରିବ ସେ ସଂପର୍କରେ ବୋର୍ଡର ସଦସ୍ୟ ସଦସ୍ୟାମାନେ ନିଜ ନିଜର ବହୁ ମୂଲ୍ୟ ମତାମତ ଦେବାକୁ…

Read More

ଭୁବନେଶ୍ଵର: ୨୦୨୪ ନଭେମ୍ବର ୨୭ ତାରିଖରେ ତେଲଙ୍ଗାନାର ହାଇଦ୍ରାବାଦର ରାଇଦୁର୍ଗମ୍ ଅଞ୍ଚଳରେ ଜଣେ ପୁରୁଷଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ଆଣି ଜଣେ ମହିଳା ଆତ୍ମହତ୍ୟା କରିଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି) ସ୍ୱତଃସ୍ପୃର୍ତ ଭାବେ ଗ୍ରହଣ କରିଛନ୍ତି। ଓଡ଼ିଶାରୁ ପୀଡ଼ିତାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ୧୦ ଲକ୍ଷ ଟଙ୍କାର ଚୁକ୍ତି ଅନୁଯାୟୀ ସରୋଗେସି ପାଇଁ ଦଲାଲଙ୍କ ଜରିଆରେ ସହରକୁ ଅଣାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ସହରରେ ସ୍ୱାମୀଙ୍କଠାରୁ ଦୂରରେ ଏକ ଅଲଗା ଫ୍ଲାଟରେ ଏକାକୀ ରହିବାକୁ ବାଧ୍ୟ କରାଯାଇଥିଲା। ଆୟୋଗ କହିଛନ୍ତି ଯେ, ଗଣମାଧ୍ୟମ ରିପୋର୍ଟର ବିଷୟବସ୍ତୁ ଯଦି ସତ, ତେବେ ପୀଡ଼ିତା ମହିଳାଙ୍କ ମାନବିକ ଅଧିକାର ଉଲ୍ଲଂଘନ ଭଳି ଏକ ଗମ୍ଭୀର ପ୍ରସଙ୍ଗ ହୋଇଛି। ତେଲଙ୍ଗାନା ର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଏହି ମାମଲାରେ ରୁଜୁ ଏବଂ ଏଫଆଇଆରର ସ୍ଥିତି ସମେତ ଏକ…

Read More

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିର୍ସା ମୁଣ୍ଡାଙ୍କ ବଂଶଧର ମଙ୍ଗଲ ମୁଣ୍ଡାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି : “ଭଗବାନ ବିର୍ସା ମୁଣ୍ଡାଙ୍କ ବଂଶଧର ମଙ୍ଗଲ ମୁଣ୍ଡାଙ୍କ ବିୟୋଗରେ ମୁଁ ଦୁଃଖିତ। ତାଙ୍କର ବିୟୋଗ ତାଙ୍କ ପରିବାର ସହ ଝାଡଖଣ୍ଡର ଜନଜାତୀୟ ସମାଜ ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖ ସମୟରେ ଇଶ୍ୱର ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ। ଓମ୍ ଶାନ୍ତି !”

Read More

ଭୁବନେଶ୍ଵର: ଆଜି ଭୁବନେଶ୍ବରରେ ସର୍ବଭାରତୀୟ ଡିଜି ପୋଲିସ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ଓଡିଶା ଆସିଛନ୍ତି। ତେବେ ଆଜି ଅନୁଷ୍ଠିତ ସର୍ବଭାରତୀୟ ଡିଜି ପୋଲିସ ସମ୍ମିଳନୀରେ ଦେଶର ଶ୍ରେଷ୍ଠ ୧୦ ଥାନାର ନାମ ଘୋଷଣା କରାଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାର ‘ପାଟପୁର ଥାନା’ କୁ ବଡ ସଫଳତା ମିଳିଛି। ଦେଶର ଶ୍ରେଷ୍ଠ ୧୦ ଥାନା ମଧ୍ୟରେ ‘ପାଟପୁର ଥାନା’ ୨ୟ ସ୍ଥାନ ଅଧିକାର କରିଛି। ଯାହାକୁ ନେଇ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସିବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ‘ଏକ୍ସ’ ରେ ଲେଖିଛନ୍ତି ଯେ, ”ଓଡ଼ିଶା ପାଇଁ ଗୌରବର ବିଷୟ। ଗଞ୍ଜାମର ‘ପାଟପୁର ଥାନା’ ସାରା ଦେଶର ଶ୍ରେଷ୍ଠ ୧୦ ଥାନାମାନଙ୍କ ମଧ୍ୟରେ ୨ୟ ସ୍ଥାନ ଅଧିକାର କରିଛି। ଉତ୍ତମ ପୋଲିସ ସେବା ପ୍ରଦାନ କ୍ଷେତ୍ରରେ ଏହି…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସୋରଡ଼ା ଥାନାରେ ଅଭିଯୋଗ ହୋଇଥିବା ନାବାଳିକା ଦୁଷ୍କର୍ମ ମାମଲାରେ ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସ ଅଦାଲତ ଆଜି ଶୁଣାଣି କରିଛନ୍ତି। ଅଭିଯୁକ୍ତ ସୁଦର୍ଶନ ପାତ୍ରକୁ ଜଜ୍ ପ୍ରଣତି ପଟ୍ଟନାୟକ ୨୦ ବର୍ଷ ଜେଲଦଣ୍ଡ ସହ ନଗଦ ୫ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଆଉ ୬ ମାସ ଜେଲଦଣ୍ଡ ଶୁଣାଇଛନ୍ତି। ସୁଚନା ଅନୁଯାୟୀ, ଅଗଷ୍ଟ ୩୦ ତାରିଖ ୨୦୨୩ ରେ ଏହି ଅଞ୍ଚଳର ତୃତୀୟ ଶ୍ରେଣୀ ପଢୁଥିବା ଜଣେ ନାବାଳିକା ନିଜ ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିଲା ବେଳେ ୪୮ ବର୍ଷ ଅଭିଯୁକ୍ତ ସୁଦର୍ଶନ ଏକ ଗଛବୁଦା ମୁଳକୁ ତାକୁ ଟେକି ନେଇ ଦଜବରଦସ୍ତୀ ଦୁଷ୍କର୍ମ କରିଥିଲା। ଘଟଣା ପରେ ନାବାଳିକା ଜଣଙ୍କ କାନ୍ଦି କାନ୍ଦି ଆସି ପରିବାର ଲୋକଙ୍କୁ କହିଲା ପରେ ପରିବାର ଲୋକେ ସୋରଡ଼ା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ତତ୍କାଳୀନ ସୋରଡ଼ା ଥାନା ଅଧିକାରୀ ମାମଲା…

Read More

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥର କୟଥପଲ୍ଲା-ଜୟମଙ୍ଗପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇଟି ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା ହୋଇ ୩୦ ରୁ ଉର୍ଦ୍ଧ୍ଵ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି। “ନମସ୍କାର” ଯାତ୍ରୀବାହୀ ବସ୍ କୁ “ବାଲୁଙ୍କେଶ୍ୱର” ନାମକ ଯାତ୍ରୀବାହୀ ବସ୍ ପଛ ପଟୁ ଧକ୍କା ଦେଇଥିଲା। ଉଭୟ ଯାତ୍ରୀବାହୀ ବସ୍ ଗଞ୍ଜାମରୁ ଭୁବନେଶ୍ୱର ଆସୁଥିଲେ। ଦୁହିଁଙ୍କ ମଧ୍ୟରେ ଆଗ-ପଛ ହୋଇ ଓଭର ଟେକ କରିବା କାରଣରୁ ଦୁର୍ଘଟଣା ହୋଇଥିବା କୁହାଯାଉଛି। ସାମାନ୍ୟ ଆହତମାନେ ଟାଙ୍ଗୀ ମେଡିକାଲରେ ଏବଂ ଗୁରୁତର ଆହତମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

Read More

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫିରେ ପ୍ରଥମ ମ୍ୟାଚ୍ ଖେଳିପାରିନଥିଲେ। ବର୍ତ୍ତମାନ ସେ ଟିମ୍ ଇଣ୍ଡିଆରେ ଯୋଗ ଦେଇଛନ୍ତି। ସେ ଗୁରୁବାର ଅଷ୍ଟ୍ରେଲିଆ ସଂସଦରେ ଅନେକ ବିଷୟ ଉପରେ କହିଥିଲେ। ପ୍ରଥମ ଟେଷ୍ଟରେ ଭାରତର ୨୯୫ ରନ୍ ବିଜୟ ସହ ରୋହିତ ଖୁସି ଅନୁଭବ କରୁଛନ୍ତି। ଏହା ବ୍ୟତୀତ ସେ ଅଷ୍ଟ୍ରେଲୀୟ ସଂସ୍କୃତି ତଥା ଦେଶର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିଜଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ପ୍ରକାଶ ଯେ, ଭାରତ ବନାମ ପ୍ରଧାନମନ୍ତ୍ରୀଙ୍କ ଏକାଦଶର ଅଭ୍ୟାସ ମ୍ୟାଚ୍ ୩୦ ନଭେମ୍ବରରୁ ୧ ଡିସେମ୍ବର ପର୍ଯ୍ୟନ୍ତ ଖେଳାଯିବ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ରୋହିତ ଶର୍ମା କହିଛନ୍ତି ଯେ, “ଆମେ ଅଷ୍ଟ୍ରେଲିଆରେ ସଫଳତା ହାସଲ କରିଛୁ ଏବଂ ନିକଟରେ ଟେଷ୍ଟ ଜିତିଛୁ। ଆମେ ଏହି ଗତି ବଜାୟ ରଖିବାକୁ ଚାହିଁବୁ, କିନ୍ତୁ ସେହି ସମୟରେ ଆମେ ଏଠାରେ ପରିବେଶକୁ ଉପଭୋଗ କରିବାକୁ ଚାହୁଁଛୁ। ମୁଁ ଆଶା କରୁଛି ଯେ, ଆମେ ସମର୍ଥ ହେବୁ।…

Read More

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ବିବାଦ ମଧ୍ୟରେ ପାକିସ୍ତାନକୁ ଏକ ବଡ ଝଟକା ଲାଗିଛି। ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏହାର ଖେଳାଳିଙ୍କୁ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ଏବଂ ଅନ୍ୟାନ୍ୟ ଫ୍ରାଞ୍ଚାଇଜ୍ ଲିଗରେ ଭାଗ ନେବାକୁ ବାରଣ କରିଛି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଇଂଲଣ୍ଡ ଖେଳାଳିମାନେ ଆଉ ଦୁନିଆର ଅନ୍ୟ ଫ୍ରାଞ୍ଚାଇଜ୍ ଲିଗରେ ଅଂଶଗ୍ରହଣ କରିପାରିବେ ନାହିଁ, କିନ୍ତୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପାଇଁ ପୃଥକ ନିୟମ ପ୍ରସ୍ତୁତ କରାଯାଇଛି। ଦି ଟେଲିଗ୍ରାଫ୍ ଅନୁଯାୟୀ, ଇସିବି ସିଇଓ ରିଚାର୍ଡ ଗୋଲ୍ଡ କହିଛନ୍ତି ଯେ ତାଙ୍କୁ ମଧ୍ୟ ଇଂଲଣ୍ଡ ଆଣ୍ଡ ୱେଲ୍ସରେ କ୍ରିକେଟର ଆଧାରକୁ ମଜବୁତ କରିବାକୁ ହେବ ଏବଂ ଏଠାରେ ଆୟୋଜିତ ପ୍ରତିଯୋଗିତାଗୁଡ଼ିକୁ ଏକ ବଡ଼ ସ୍ତରକୁ ନେବାକୁ ପଡ଼ିବ। ରିଚାର୍ଡ କହିଛନ୍ତି ଯେ, “NOC ଜାରି ନକରିବା ଦ୍ଵାରା ଖେଳାଳି ଏବଂ ବୃତ୍ତିଗତ କାଉଣ୍ଟି ଦଳକୁ ସ୍ପଷ୍ଟତା ପ୍ରଦାନ କରିବ। ଏହି ନୀତି ଅନୁଯାୟୀ, ଆମେ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅର୍ନ୍ତଗତ ଗୋରାପଲ୍ଲୀ ଟୋଲ୍ ଗେଟ୍ ଠାରେ ଖଲ୍ଲିକୋଟ ପୋଲିସ ବିଭିନ୍ନ ଗାଡ଼ି ଯାଞ୍ଚ୍ ବେଳେ ଏକ “ଡିଜାଇର୍” କାର୍ କୁ ସନ୍ଦେହରେ ଯାଞ୍ଚ କରିଥିଲେ। ତା ଭିତରୁ ବହୁ ପରିମାଣର ରୁପା ଇଟା ରହିଛି ଓ ଦୁଇ ଜଣ ବ୍ୟକ୍ତିଙ୍କୁ ବାହାରକୁ ଆଣି ଯେରା କରିବା ବେଳେ ସେମାନେ ବ୍ରହ୍ମପୁରରୁ ରୂପା ନେଇ କଲିକତା ରେ ବ୍ୟବସାୟ କରୁଥିବା କହିଥିଲେ। ଯାହାକି ବିନା ଜି ଏସ୍ ଟି ରେ ଏହି ବ୍ୟବସାୟ କରୁଥିବା କହିଥିଲେ। ପୋଲିସ ଗାଡି ଭିତରୁ ନଗଦ ୫ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ସହ ୮୮ କେଜି ରୁପା ଜବତ କରି ଜି ଏସ୍ ଟି ବିଭାଗକୁ ଖବର ଦେଇଥିଲେ ଓ ଖବର ପାଇ ଜି ଏସ୍ ଟି ଅଧିକାରୀ ଖଲ୍ଲିକୋଟ ଥାନା ରେ ପହଞ୍ଚି ଏହି ଠକେଇ ସଂକ୍ରାନ୍ତରେ ଯାଞ୍ଚ୍ ଚଳାଇଛନ୍ତି।

Read More

ନୂଆଦିଲ୍ଲୀ: ଭାରତୀୟ ରାଜନୀତି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ପାକିସ୍ତାନୀ ବିଶେଷଜ୍ଞ କମର ଚୀମା ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ୨୦୩୪ ପର୍ଯ୍ୟନ୍ତ ଭାରତରେ କ୍ଷମତାରେ ରହିବେ, କାରଣ ତାଙ୍କ ରାଜନୀତି ଶୈଳୀରେ ଭାରତର ଲୋକମାନେ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି। ଆଇପିଏଲ ନିଲାମରେ ବାଂଲାଦେଶ ଖେଳାଳିଙ୍କୁ ଭାରତ ଅବହେଳା କରୁଥିବା ବିଷୟରେ କମର ଚୀମା କହିଥିଲେ ଏବଂ କହିଛନ୍ତି ଯେ, ସେ ୨୦୨୯ ପର୍ଯ୍ୟନ୍ତ ଏବଂ ବୋଧହୁଏ ୨୦୩୪ ପର୍ଯ୍ୟନ୍ତ ରହିବେ କାରଣ ଯେପର୍ଯ୍ୟନ୍ତ ପିଏମ ମୋଦୀ କ୍ଷମତାରେ ଅଛନ୍ତି, ପାକିସ୍ତାନୀ ଏବଂ ବାଂଲାଦେଶୀ ଖେଳାଳିମାନେ ଆଇପିଏଲରେ ସ୍ଥାନ ପାଇବେ ନାହିଁ। କମର ଚୀମା ପ୍ରଶ୍ନ ଉଠାଇଛନ୍ତି ଯେ, ଯେପରି ଭାରତ ପାକିସ୍ତାନୀ ଏବଂ ବାଂଲାଦେଶୀ ଖେଳାଳିଙ୍କୁ ଭାରତକୁ ନିମନ୍ତ୍ରଣ କରୁନାହିଁ, ଅନ୍ୟ ଦେଶ ମଧ୍ୟ ଏହା କରିପାରିବେ। ସେ କହିଛନ୍ତି ଯେ, ‘ଯେତେବେଳେ ଭାରତ ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲକୁ ନିମନ୍ତ୍ରଣ କରିନଥିଲା,…

Read More

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଉତ୍ତରପ୍ରଦେଶର ସମ୍ବଲ ଜାମା ମସଜିଦ ଉପରେ ହୋଇଥିବା ସର୍ଭେ ସଂପର୍କରେ ହିଂସା ମାମଲାରେ ଟ୍ରାଏଲ କୋର୍ଟକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଯେପର୍ଯ୍ୟନ୍ତ ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି ସେ ପର୍ଯ୍ୟନ୍ତ ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ଜାମା ମସଜିଦ କମିଟି ହାଇକୋର୍ଟରେ ସିଭିଲ ଜଜଙ୍କ ସର୍ଭେ ଆଦେଶକୁ ଚ୍ୟାଲେଞ୍ଜ କରିଛି। କୋର୍ଟ କହିଛନ୍ତି ଯେ, ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ନିମ୍ନ ଅଦାଲତ କିଛି ପଦକ୍ଷେପ ନେବା ଉଚିତ୍। ଏହି ଅଞ୍ଚଳରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଡଭୋକେଟ୍ କମିଶନରଙ୍କ ରିପୋର୍ଟକୁ ଲଫାପରେ ସିଲ୍ କରି ରଖିବାକୁ ଏବଂ ଏହାକୁ ନଖୋଲିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ୱଲରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବା ପାଇଁ ଉତ୍ତରପ୍ରଦେଶ ସରକାରକୁ କୋର୍ଟ କହିଛନ୍ତି। ନଭେମ୍ବର ୧୯ ତାରିଖରେ ସମ୍ୱଲ…

Read More

ନୂଆଦିଲ୍ଲୀ: ବଲିଉଡରେ ଏକ ସଫଳ କ୍ୟାରିୟର ଉପଭୋଗ କରିବା ପରେ କଙ୍ଗନା ରନାୱତ ବର୍ତ୍ତମାନ ରାଜନୀତିରେ ମଧ୍ୟ ନିଜର ସ୍ଥାନ ସୃଷ୍ଟି କରୁଛନ୍ତି। ଏହି ଅଭିନେତ୍ରୀ ଭାରତୀୟ ଜନତା ପାର୍ଟିର ଜଣେ ସାଂସଦ। ନିଜର ବିବୃତ୍ତି ପାଇଁ ଜଣାଶୁଣା ଏହି ଅଭିନେତ୍ରୀ ନିକଟରେ ତାଙ୍କ ଇନଷ୍ଟାରେ ପିଏମ ମୋଦୀଙ୍କ ପଛରେ ୟୁନିଫର୍ମ ପିନ୍ଧିଥିବା ଜଣେ ମହିଳାଙ୍କ ଫଟୋ ସେୟାର କରିଥିଲେ। ସୋସିଆଲ ମିଡିଆରେ ଏହି ଫଟୋଟି ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ନାରୀ ଶକ୍ତିର ଏକ ଉତ୍ତମ ଉଦାହରଣ ଭାବରେ ବର୍ଣ୍ଣନା କରାଯାଉଛି। ପିଏମ ମୋଦୀଙ୍କ ସୁରକ୍ଷା ପାଇଁ ମହିଳା କମାଣ୍ଡୋ ନିୟୋଜିତ ହୋଇଥିଲେ କି?: ଇନଷ୍ଟାଗ୍ରାମରେ କଙ୍ଗନା ସେୟାର କରିଥିବା ଫଟୋରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁଙ୍କ ସହ ଗାଢ ରଙ୍ଗର ପୋଷାକ ପିନ୍ଧିଥିବା ମହିଳାଙ୍କ ଆଗରେ ବୁଲୁଛନ୍ତି। କେତେକ ଲୋକ ବିଶ୍ୱାସ କରନ୍ତି ଯେ, ୟୁନିଫର୍ମରେ ଥିବା ମହିଳାଜଣଙ୍କ ଏସପିଜି କମାଣ୍ଡୋ।…

Read More

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ପ୍ରଶାସନ ପକ୍ଷରୁ ଆଜିଠାରୁ ଧାନ କିଣା ଆରମ୍ଭ କରାଯିବାକୁ ଯୋଜନା କରାଯାଉଥିବା ବେଳେ ମିଲର୍ସ ଚୁକ୍ତି ନ କଲେ ଧାନ ମଣ୍ଡି ପ୍ରଭାବିତ ହେବାର ଏକ ଅହେତୁକ ପରିକଳ୍ପନା ସୃଷ୍ଟି ହୋଇଯାଇଛି। ମିଲର୍ସ ମାନେ ନିଜ ଜିଦରେ ଆଦି ବସି ପ୍ରଶାସନକୁ ଚାପ ପକାଇବାର ଚେଷ୍ଟା କରୁଥିବା ଆଲୋଚନା ହେଉଛି। କଳାହାଣ୍ଡି ଜିଲ୍ଲାରେ ମାତ୍ର ୭୪ ଜଣ ମିଲର୍ସ କଷ୍ଟମ ମିଲିଙ୍ଗ ପାଇଁ ଜିଲ୍ଲା ପ୍ରଶାସନର ଯୋଗାଣ ବିଭାଗ ସହିତ ଚୁକ୍ତି କରିଥାନ୍ତି। ତଦନୁସାରେ ଆଇନ ଅନୁସାରେ ଧାନ କିଣୂଥିବା ସମବାୟ ସମିତି କିମ୍ବା ମହିଳା ଏସ ଏଚ ଜି ଗୁଡିକ ଚାଷୀଙ୍କ ଧାନ କୁ ମଣ୍ଡି ମାନଙ୍କରେ କିଣିବା ପରେ ନିର୍ଦ୍ଧାରିତ ମିଲର୍ସ ମାନଙ୍କୁ କଷ୍ଟମ ମିଲିଙ୍ଗ ପାଇଁ ଦିଆଯାଇଥାଏ। ପ୍ରାୟ ସମସ୍ତ ସମବାୟ ସମିତି ଗୁଡିକରେ ଗୋଦାମ ଗୃହ ସବୁ ନିର୍ମାଣ କରାଯାଇଥିବା ବେଳେ ପ୍ରାୟ ଅଧିକାଂଶ ମଣ୍ଡିରେ ଆର ଏମ ସି…

Read More

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୬ ତାରିଖରୁ ଆଡିଲେଡରେ ଖେଳାଯିବ, କିନ୍ତୁ ଏହାପୂର୍ବରୁ ଭାରତ ବନାମ ପ୍ରଧାନମନ୍ତ୍ରୀଙ୍କ ଏକାଦଶ ଅଭ୍ୟାସ ମ୍ୟାଚ୍ କେନବେରାଠାରେ ଖେଳାଯିବ। ବର୍ତ୍ତମାନ ଆଶା ସୃଷ୍ଟି ହୋଇଛି ଯେ, ଶୁବମନ ଗିଲଙ୍କୁ ଏହି ଅଭ୍ୟାସ ମ୍ୟାଚରେ ଖେଳୁଥିବା ଦେଖିବାକୁ ମିଳିବ। ପର୍ଥ ଟେଷ୍ଟ ପୂର୍ବରୁ ସେ ଆଙ୍ଗୁଠିରେ ଆଘାତ ପାଇଥିଲେ, ସୁସ୍ଥ ହେବା ପରେ ସେ ପୁନର୍ବାର ଅଭ୍ୟାସ କରୁଥିବା ଦେଖାଯାଇଥିଲେ। ଆଘାତରୁ ମୁକ୍ତି ପାଇବା ପାଇଁ ଗିଲଙ୍କୁ ୧୦-୧୪ ଦିନ ସମୟ ମିଳିଥିଲା ​​ଏବଂ ବର୍ତ୍ତମାନ ଏହା ଲାଗୁଛି ଯେ ଗିଲ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। କେନବେରାଠାରେ ଗିଲ ଗ୍ରାଉଣ୍ଡରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା ​​ଯେଉଁଥିରେ ଭାରତ ବନାମ ପ୍ରଧାନମନ୍ତ୍ରୀଙ୍କ ଏକାଦଶ ଅଭ୍ୟାସ ମ୍ୟାଚ୍ ଖେଳାଯିବ। ଅନୁମାନ କରାଯାଉଥିଲା ଯେ, ସେ ଅଯୋଗ୍ୟ ଥିବାରୁ ସେ ଦ୍ୱିତୀୟ ଟେଷ୍ଟ ଖେଳି ପାରିବେ ନାହିଁ, କିନ୍ତୁ ନେଟକୁ ଫେରିବା ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ…

Read More

କୁଜଙ୍ଗ: କେନ୍ଦ୍ର ଓ ରାଜ୍ୟ ସରକାର ପରିବେଶକୁ ସ୍ବଚ୍ଛତା ଆଣିବା ପାଇଁ ସ୍ୱଚ୍ଛ ଭାରତ ମିଶନ ଜରୀଆରେ ଜନସାଧାରଣ ମାନଙ୍କୁ ସଚେତନ କରିବା ସହ ପୂଳା ପୁଳା ଟଙ୍କା ବ୍ୟୟ ବରାଦ କରୁଥିଲେ ମଧ୍ୟ କୁଜଙ୍ଗ ବ୍ଲକ ମୁଖ୍ୟାଳୟ ରେ ଏହି ଯୋଜନା ପ୍ରହସନରେ ପରିଣତ ହୋଇଛି।ସ୍ୱଚ୍ଛ ଭାରତ ମିଶନକୁ ତ୍ଵରାନିତ କରିବା ପାଇଁ ବିଭିନ୍ନ ପଞ୍ଚାୟତ ଓ ମୁଖ୍ୟାଳୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କରାଯାଇ ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଲୋକ ମାନଙ୍କୁ ବାର୍ତ୍ତା ଦିଆ ଯାଇଛି। ଏଥିପାଇଁ ପ୍ରତି ଆର୍ଥିକ ବର୍ଷରେ ସ୍ବତନ୍ତ୍ର ଅର୍ଥ ବ୍ୟୟ ବରାଦ କରାଯାଉଛି।କିନ୍ତୁ କୁଜଙ୍ଗ ବ୍ଲକ ମୁଖ୍ୟାଳୟର ବ୍ଲକ ପଡିଆ, ତାଳଦଣ୍ଡା କେନାଲ ଭଳି ଗୁରୁତ୍ବପୁର୍ଣ ଅଞ୍ଚଳ ଏବେ ଆବର୍ଜ୍ଜନାମୟ ହୋଇପଡିଛି। ଯୁଆଡେ ଦେଖିବେ ଗଦା ଗଦା ଅଳିଆ ଆବର୍ଜ୍ଜନା ପଡ଼ି ରହିଛି। ପ୍ରଶାସନ ଏହି ଆର୍ବଜନକୁ ସଫେଇ କରିବାର ନାଁ ଗନ୍ଦ ଧରୁନାହିଁ। ଯେମିତି ସ୍ୱଚ୍ଛ ଭାରତ ଅଭିଯାନ ମିଶନ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଆୟୋଜିତ ହେବ ସର୍ବଭାରତୀୟ ଡିଜି ପୋଲିସ ସମ୍ମିଳନୀ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଯୋଗଦେବେ। ସେଥିପାଇଁ ଭୁବନେଶ୍ବରରୁ ବେଶ ସଜେଇ ଦିଆଯିବା ସହିତ କଡା କଟକଣା ମଧ୍ୟ ଜାରୀ କରାଯାଇଛି। ବର୍ତ୍ତମାନ ସାରା ଭୁବନେଶ୍ବରକୁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ଲୋକସେବା ଭବନ, ଏୟାରପୋର୍ଟ, ରାଜଭବନ, ଅତିଥୀ ଭବନ ପରି ସ୍ଥାନରେ ସ୍ବତନ୍ତ୍ର ସୁରକ୍ଷା ଯୋଗାଇ ଦିଆଯାଇଛି। ଆଜି ଏହି ସମ୍ମିଳନୀ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହେବ। ଏହି ସମ୍ମିଳନୀ ପାଇଁ ଭିଭିଆଇପିଙ୍କ ଯାତାୟତ ପାଇଁ ଭୁବନେଶ୍ବରର ଟ୍ରାଫିକ କଟକଣା କରାଯାଇଛି। ବହୁ ରାସ୍ତାକୁ ସାଧାରଣ ଯାତାୟତ ପାଇଁ ବନ୍ଦ କରାଯାଇଥିବା ବେଳେ କେତେକ ସ୍ଥାନରେ ଟ୍ରାଫିକ ପରିବର୍ତ୍ତନ କରାଯାଇଛି। ତାହା ହେଲା…. ଏ ନେଇ ଜନସାଧାରଣ ସମସ୍ତ ସହଯୋଗ କରିବା ପାଇଁ ଭୁବନେଶ୍ବର ପୋଲିସ କମିଶନରେଟ ଅନୁରୋଧ କରିଛି। ଏହି କଟକଣା ଆଜିଠାରୁ ଡିସେମ୍ବର…

Read More

ନୂଆଦିଲ୍ଲୀ: ରାଜ କୁନ୍ଦ୍ରାଙ୍କ ଘର ଏବଂ ତାଙ୍କ ସମ୍ପର୍କୀୟଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଛି। ରାଜ କୁନ୍ଦ୍ରା ହେଉଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ। ପର୍ଣ୍ଣୋଗ୍ରାଫି ମାମଲାରେ ଇଡି ଏହି ପଦକ୍ଷେପ ନେଇଛି। ଏହି ଚଢାଉ ତାଙ୍କ ଘର, କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସ୍ଥାନରେ ହୋଇଛି। ଅଶ୍ଳୀଳ ଭିଡ଼ିଓର ଏହି ବିଷୟ ବହୁ ବର୍ଷ ପୁରୁଣା। ସୂଚନାନୁସାରେ, ଇଡି କେବଳ ରାଜ କୁନ୍ଦ୍ରାଙ୍କ ଘରେ ନୁହେଁ ବରଂ ଅଶ୍ଳୀଳ ଭିଡ଼ିଓ ମାମଲାରେ ଥିବା ଅନ୍ୟ ଅନେକ ଲୋକଙ୍କୁ ମଧ୍ୟ ଖୋଜୁଛି। ଏହି କାର୍ଯ୍ୟାନୁଷ୍ଠାନ ମୋବାଇଲ୍ ଆପ୍ ମାଧ୍ୟମରେ ଅଶ୍ଳୀଳ ବିଷୟବସ୍ତୁ ତିଆରି କରିବା ଏବଂ ପ୍ରଚାର ସହିତ ଜଡିତ। ଏହି ଅନୁସନ୍ଧାନ ମୁମ୍ବାଇ ପୋଲିସର ୨୦୨୧ ମାମଲା ଉପରେ ଆଧାରିତ। ସୂଚନା ଅନୁଯାୟୀ, ଇଡି ଟିମ୍ ଏହି ମାମଲାରେ ମୋଟ ୧୫ ଟି ସ୍ଥାନ ଉପରେ ଚଢାଉ କରିଛି। ବାସ୍ତବରେ, ଏହି କ୍ଷେତ୍ରରେ ଦେଶରେ ସଂଗ୍ରହ ହୋଇଥିବା…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଉତ୍ତରାଖଣ୍ଡର ମସୁରୀସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସିନକ ଏକାଡେମୀ (ଏଲବିଏସଏନଏଏ)ରେ ୯୯ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଯୁବ ଅଧିକାରୀମାନଙ୍କୁ ଉଦବୋଧନ ଦେଇ ଗୃହମନ୍ତ୍ରୀ କହିଛନ୍ତି ଯେ, ଆଜି ଏକ ବିକଶିତ ଓ ଆତ୍ମନିର୍ଭରଶୀଳ ଭାରତ ଗଠନ କରୁଥିବା ସ୍ଥପତିଙ୍କ ଏକ ଗୋଷ୍ଠୀ ଏଠାରେ ଉପସ୍ଥିତ ଅଛନ୍ତି, ଯେଉଁମାନେ ଅଭ୍ୟାସ, ପରିଶ୍ରମ ଏବଂ ଶକ୍ତିରେ ପରିପୂର୍ଣ୍ଣ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ସମସ୍ତଙ୍କ ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଯେ, ୨୦୪୭ରେ ଯେତେବେଳେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ, ସେତେବେଳେ ଭାରତ ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ହେବ। ବିକଶିତ ଓ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଯୁବ ଅଧିକାରୀମାନେ ଆଗାମୀ ୨୫ ବର୍ଷ ମଧ୍ୟରେ କରିଥିବା କାର୍ଯ୍ୟ ଦେଶର ସ୍ୱାଧୀନତା…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଓ ଅଗ୍ରଣୀ ଆଇ.ଟି କମ୍ପାନୀ ୱିପ୍ରୋ ଲିମିଟେଡ୍ ମଧ୍ୟରେ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନଙ୍କର ପ୍ରଶିକ୍ଷଣ ନିମନ୍ତେ ଗୁରୁବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ବୁଝାମଣା ପତ୍ର ଅନୁଯାୟୀ ୱିପ୍ରୋ ପକ୍ଷରୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର ଛାତ୍ରଛାତ୍ରୀ ତଥା ନୂତନ ଭାବେ ପାଠ୍ୟକ୍ରମ ଶେଷ କରିଥିବା ଗ୍ରାଜୁଏଟ୍ ମାନଙ୍କୁ ଜ୍ଞାନ ଗର୍ଭକ ଓ ନିଯୁକ୍ତି ଆଧାରିତ ତାଲିମ ଦିଆଯିବ। ଏହା ଫଳରେ ଛାତ୍ରଛାତ୍ରୀମାନେ ଏହି ଶିଳ୍ପରେ ନିଯୁକ୍ତ ପାଇବା ନିମନ୍ତେ ଆବଶ୍ୟକୀୟ ଦକ୍ଷତା ଓ ଅନ୍ୟାନ୍ୟ ନିପୁଣତା ହାସଲ କରିପାରିବେ। ଏହା ଛଡ଼ା ୱିପ୍ରୋ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ କ୍ଷେତ୍ର ଆଧାରିତ ଜ୍ଞାନ ଓ ଶିକ୍ଷା ପ୍ରଦାନ କରାଯିବ ଯାହା ଫଳରେ ସେମାନେ ଏହି ଶିଳ୍ପରେ ନିଯୁକ୍ତି ପାଇପାରିବେ। ଏହି ପ୍ରଶିକ୍ଷଣ କାର୍ଯ୍ୟ ନିମନ୍ତେ ସୋଆ ପକ୍ଷରୁ ୱିପ୍ରୋକୁ ସମସ୍ତ ସହଯୋଗ…

Read More

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ମହ୍ଲାସାହି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପଥଚାରୀ ମାନଙ୍କ ସୁବିଧା ପାଇଁ ଆଲୋକିକରଣ ବ୍ୟବସ୍ଥା କରାଯାଉଛି। ମାତ୍ର ଏହି ଯୋଜନା ଏବେ ପ୍ରହସନ ପାଲଟିଛି। ଠିକାଦାର ଅଲୋକିକରଣକ ବ୍ୟବସ୍ଥା କରି ଛୁ ଦେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହି ଲାଇଟ୍ ଖୁଣ୍ଟ ଭୁଶୁଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି। ତେବେ ଏହି ଆଲୋକିକରଣ ବ୍ୟବସ୍ଥାର ସ୍ଥାୟୀତ୍ବକୁ ନେଇ ଅଞ୍ଚଳବାସୀ ସନ୍ଦେହ ପ୍ରକଟ କରିଛନ୍ତି। ସୂଚନା ମୁତାବକ, ଗ୍ରାମାଞ୍ଚଳ ଲୋକମାନେ କିଭଳି ଭାବେ ସୁବିଧା ସହଯୋଗ ପାଇବେ ସେଥିପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି। ମାତ୍ର କିଛି ଅସାଧୁ ସରକାରୀ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ପାଇଁ ଆସିଥିବା ସରକାରୀ ଅର୍ଥକୁ ସଠିକ ଉପାୟରେ ବିନିଯୋଗ କରାନଯାଇ ଲୁଟ୍ କରାଯାଉଛି। ଗତ ଆର୍ଥିକ ବର୍ଷର ପଞ୍ଚାୟତ ଅନୁଦାନ ପାଣ୍ଠି ରୁ ୪ ଲକ୍ଷ ୫୪ ହଜାର ୮୦…

Read More

ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍‌ବାନିସ୍‌ଙ୍କର ଭାରତୀୟ ତଥା ପ୍ରଧାନମନ୍ତ୍ରୀଙ୍କ ଏକାଦଶ କ୍ରିକେଟ୍ ଦଳ ସହ ସାକ୍ଷାତକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି। ଅଷ୍ଟ୍ରେଲିଆରେ ଚାଲିଥିବା ଟେଷ୍ଟ ମ୍ୟାଚ୍ ସିରିଜ୍‌ରେ ଉତ୍ସାହଜନକ ଆରମ୍ଭ ପାଇଁ ଶ୍ରୀ ମୋଦୀ ଭାରତୀୟ କ୍ରିକେଟ ଖେଳାଳୀମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍‌ବାନିସ୍‌ଙ୍କ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି: “ମୋର ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ଅଲ୍‌ବୋଏମ୍‌ପିଙ୍କୁ ଭାରତୀୟ ଏବଂ ପ୍ରଧାନମନ୍ତ୍ରୀଙ୍କ ଏକାଦଶ ଦଳ ସହିତ ଦେଖି ଖୁସି ହେଲି। ଭାରତୀୟ ଦଳ ଏହି ସିରିଜରେ ଏକ ଉତ୍ସାହଜନକ ଆରମ୍ଭ କରିଛି ଏବଂ ୧.୪ ବିଲିୟନ ଭାରତୀୟ ମେନ୍ ଇନ୍ ବ୍ଲ୍ୟୁଙ୍କୁ ସମର୍ଥନ କରୁଛନ୍ତି। ମୁଁ ଆଗକୁ ଏକ ରୋମାଞ୍ଚକର ଖେଳକୁ ଅପେକ୍ଷା କରିଛି।”

Read More