Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଲୋକିକରଣ ବ୍ୟବସ୍ଥା ପ୍ରହସନ: ୪୮ ଘଣ୍ଟା ନପୁରୁଣୁ ଖୁଣ୍ଟ ଭୁଶୁଡ଼ି ପଡୁଛି, ସ୍ଥାୟୀତ୍ବକୁ ନେଇ ସନ୍ଦେହ
ଆଜିର ଖବର

ଅଲୋକିକରଣ ବ୍ୟବସ୍ଥା ପ୍ରହସନ: ୪୮ ଘଣ୍ଟା ନପୁରୁଣୁ ଖୁଣ୍ଟ ଭୁଶୁଡ଼ି ପଡୁଛି, ସ୍ଥାୟୀତ୍ବକୁ ନେଇ ସନ୍ଦେହ

November 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ମହ୍ଲାସାହି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପଥଚାରୀ ମାନଙ୍କ ସୁବିଧା ପାଇଁ ଆଲୋକିକରଣ ବ୍ୟବସ୍ଥା କରାଯାଉଛି। ମାତ୍ର ଏହି ଯୋଜନା ଏବେ ପ୍ରହସନ ପାଲଟିଛି। ଠିକାଦାର ଅଲୋକିକରଣକ ବ୍ୟବସ୍ଥା କରି ଛୁ ଦେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହି ଲାଇଟ୍ ଖୁଣ୍ଟ ଭୁଶୁଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି। ତେବେ ଏହି ଆଲୋକିକରଣ ବ୍ୟବସ୍ଥାର ସ୍ଥାୟୀତ୍ବକୁ ନେଇ ଅଞ୍ଚଳବାସୀ ସନ୍ଦେହ ପ୍ରକଟ କରିଛନ୍ତି।

ସୂଚନା ମୁତାବକ, ଗ୍ରାମାଞ୍ଚଳ ଲୋକମାନେ କିଭଳି ଭାବେ ସୁବିଧା ସହଯୋଗ ପାଇବେ ସେଥିପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି। ମାତ୍ର କିଛି ଅସାଧୁ ସରକାରୀ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ପାଇଁ ଆସିଥିବା ସରକାରୀ ଅର୍ଥକୁ ସଠିକ ଉପାୟରେ ବିନିଯୋଗ କରାନଯାଇ ଲୁଟ୍ କରାଯାଉଛି।

ଗତ ଆର୍ଥିକ ବର୍ଷର ପଞ୍ଚାୟତ ଅନୁଦାନ ପାଣ୍ଠି ରୁ ୪ ଲକ୍ଷ ୫୪ ହଜାର ୮୦ ଟଙ୍କା ବ୍ୟୟ ବରାଦ କରାଯାଇ ମହ୍ଲାସାହି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସୋଲାର ଲାଇଟ୍ ବ୍ୟବସ୍ଥା କରାଯାଉଛି। ମାତ୍ର ବ୍ୟବହାର କରାଯାଉଥିବା ଜିଆଇ ପାଇପ୍ ସାମଗ୍ରୀ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ବେଳେ ବେନାମୀ ସୋଲାର ଲାଇଟ୍ ଲଗାଯାଇଥିବା ଅଭିଯୋଗ ହେଉଛି। ଲଗାଯାଇଥିବା ଲାଇଟ୍ ଗୁଡ଼ିକ ଉଜ୍ଜଳ ଆଲୋକ ଦେଉ ନଥିବା ବେଳେ କିଛି ଲାଇଟ୍ ରାତି ସାରା ଅଚଳ ହୋଇ ପଡୁଛି।

ତେବେ ଏହି ଲାଇଟ୍ କିଏ ଲଗାଉଛି, ଏହି କାର୍ଯ୍ୟର ଠିକାଦାର କିଏ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ଲାଇଟ୍ ଲଗାଯିବାର ମାତ୍ର ୪୮ ଘଣ୍ଟା ନପୁରୁଣୁ ଲାଇଟ୍ ଖୁଣ୍ଟ ଗୁଡ଼ିକ ଭୁଶୁଡ଼ି ପଡ଼ିବା ଦେଖିବାକୁ ମିଳିଛି। କହିବାକୁ ଗଲେ ଏହି ଯୋଜନାରେ ବ୍ୟୟ ବରାଦ କରାଯାଇଥିବା ଅର୍ଥ ପାଣିରେ ପଡ଼ିବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି, ଲାଇଟ୍ ଲଗାଇବା ପାଇଁ କେତେ ଜଣ ଠିକାଦାର ଆବେଦନ କରିଥିଲେ? ଏହି ଜିଲ୍ଲା ବାହାର ଠିକାଦାରକୁ କେଉଁ ଆଧାରରେ ଚୟନ କରାଗଲା? ଉକ୍ତ ବେନାମୀ ସୋଲାର ଲାଇଟ୍ ଓ ଜିଆଈ ପାଇପ୍ ଗୁଡ଼ିକ ଲଗାଇବା ପାଇଁ ସରକାରୀ ସ୍ତରରେ ଅନୁମତି ଅଛି କି ନାହିଁ? ଯଦି ଭବିଷ୍ୟତରେ ଏହି ଲାଇଟ୍ ଗୁଡ଼ିକ ଅଚଳ ହୁଏ ଏହା କେଉଁ ଉପାୟରେ ମରାମତି କରାଯିବା ତାହା ନେଇ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

ତୁରନ୍ତ ଉକ୍ତ ସୋଲାର ଲାଇଟ୍ କୁ ଯାଞ୍ଚ କରି ଏହାର ମାନ ଦେଖିବା ସହ ଠିକାଦାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱର ଉଠିଲାଣି। ଏନେଇ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଲାଇଟ୍ ଲଗାଯିବା ସମ୍ପର୍କରେ କିଛି ଅବଗତ ନାହାନ୍ତି। ଯଦି କେହି ଠିକାଦାର ଲାଇଟ୍ ଲଗାଉଥିବ ତାହା ଯାଞ୍ଚ କରାଯିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ଅନ୍ୟ ପକ୍ଷରେ ମଣ୍ଡଳ ଉନ୍ନୟନ ଅଧିକାରୀ ଦୀପକ ପ୍ରସାଦ ସ୍ୱାଇଁ କହିଛନ୍ତି, ଯଦି କିଏ ଠିକାଦାର ନିମ୍ନ ମାନର ଲାଇଟ୍ ଲଗାଉଛି ମୁଁ ଜାଣିନାହିଁ। ଯଦି କିଛି ଅଭିଯୋଗ ଆସେ ତାହା ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।

କୁଜଙ୍ଗ ବ୍ଲକ ଜଗତସିଂହପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ ଯୁଦ୍ଧ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି !

May 20, 2026

ପୁରା ଗାଁ ମିଶି ମାରିଦେଲେ : ଯୁବକଙ୍କୁ ପିଟିପିଟି ହତ୍ୟା

May 20, 2026

ବେଆଇନ ପଥର ଖଣିରେ ରେଡ

May 20, 2026

ଆଜି ମହାପ୍ରଭୁଙ୍କ ବନକଲାଗି

May 20, 2026
Latest News

ଇରାନ ଯୁଦ୍ଧ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି !

May 20, 2026

ପୁରା ଗାଁ ମିଶି ମାରିଦେଲେ : ଯୁବକଙ୍କୁ ପିଟିପିଟି ହତ୍ୟା

May 20, 2026

ବେଆଇନ ପଥର ଖଣିରେ ରେଡ

May 20, 2026

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026

ଆଜି ମହାପ୍ରଭୁଙ୍କ ବନକଲାଗି

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.