Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଯାତ୍ରାଜଗତର ବିଶିଷ୍ଟ ହାସ୍ୟାଭିନେତା ରବି ଶତପଥିଙ୍କ ପରଲୋକ

କୁଜଙ୍ଗ: ଯାତ୍ରା ଜଗତରେ ହଜାର ହଜାର ଦର୍ଶକ ଓ ସାଧାରଣ ଲୋକଙ୍କୁ ହସାଇ ବେଦମ କରୁଥିବା କମେଡି କିଙ୍ଗ୍ ରବି ଶତପଥି ଶୁକ୍ରବାର ସଂନ୍ଧ୍ୟା ୭ଟା ୪୦ରେ ୬୫ ବର୍ଷ ବୟସରେ ନିଜ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଞ୍ଚାୟତ ଅଗପାଳ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଗପାଳ ଗ୍ରାମରେ ଜନ୍ମିତ ଓ ଓଡିଶାରେ ପୁରପଲ୍ଲୀରେ ପରିଚିତ ଏହି ବର୍ଷିୟାନ କଳାକାର ବିଗତ ଛଅ ମାସ ଧରି ଲିଭର ରୋଗରେ ପୀଡୀତ ହୋଇ ଜୀବନ ଯୁଦ୍ଧରେ ସଂଗ୍ରାମ କରି ହାରିଯାଇଛନ୍ତି।

ରବି ଶତପଥିଙ୍କ ପରଲୋକରେ କେବଳ ନିଜ ଜନ୍ମ ମାଟି ଅଗପାଳ ନୁହେଁ ସମଗ୍ର କଳା ଜଗତରେ ଶୋକର ଛାୟା ଖେଳିଯାଇଛି। ମୁଁହଁରେ ପାଉଡର ଲଗାଇ ସାରା ରାଜ୍ୟବାସୀଙ୍କୁ ହସେଇ ହସେଇ ବେଦମ କରୁଥିବା ଏହି ପ୍ରତିଭାବାନ କଳାକାର ଆଉ ମଞ୍ଚକୁ ଚଢିବା ଦେଖିବାକୁ ମଳିବନି। ସାରା ରାଜ୍ୟରେ ଜନତା ଗଣାନାଟ୍ୟରେ ଶାଗୁଣା ବସିଛି ଡେଣାମେଲାଇ ନାଟକରେ ପଦୁ ମହାନ୍ତି ଚରିତ୍ରରେ ଅଭିନୟ କରିଥିବା ଏହି ପ୍ରଥିତଯଶା କଳାକାରଙ୍କ ସଂଳାପ କିଏ ମନେ ନରଖିଛି।

ଏହି ନାଟକ ନବେଦଶକରେ ଏକ ଲକ୍ଷ କ୍ୟାସେଟ୍ ବିକ୍ରି ହୋଈ ରେକର୍ଡ କରିଥିବା ବେଳେ ସହକାଳାକାର ମହେନ୍ଦ୍ର ଦାସ ଭିକୁ ସେଟ୍‌ଙ୍କ ସହ ତାଙ୍କ ଆକର୍ଷଣୀୟ ଅଭିନୟ ଆଜି ରାଜ୍ୟବାସୀ ଭୂଲିପାରୁନାହଁନ୍ତି। ବିଗତ ପାଞ୍ଚ ଦଶନ୍ଧି ଧରି ହାସ୍ୟ ଓ ଚରତ୍ର ଅଭିନୟରେ ରାଜ୍ୟ ବାସୀଙ୍କୁ ହାସାଉଥିବା କଳାକାର ଯେ ଘରେ ଗୁରୁ ଗମ୍ଭୀର ଓ କମ୍ କଥା ହୁଅନ୍ତି ଏକଥା ହୁଏତ ବହୁତ କମ୍ ଲୋକେ ଜାଣିଥିବେ ବୋଲି ତାଙ୍କ ପତ୍ନୀ ବିଦୁଲତା ଶତପଥି କୁହନ୍ତି।

ବିଗତ ୬ ମାସ ହେଲା ପ୍ରଥମେ ପେଟରେ ଯନ୍ତ୍ରଣା ହେବାରୁ ଏଏମ୍‌ସ ମେଡିକାଲରେ ଦେଖାଇବାରୁ ପାକସ୍ତଳି କର୍କଟ ଆକ୍ରାନ୍ତ ହୋଇଥିବା ଘରେ ରହି ଚିକିତ୍ସତ ହେଉଥିଲେ। ଗତ ଦୁର୍ଗାପୂଜା ପୂବରୁ ଏହି କଳାକାରଙ୍କୁ ଯାତ୍ରାଜଗତର ପ୍ରସିଦ୍ଧ ଖଳନାୟକ ଦୈତାରୀ ପଣ୍ଡା, ରତି, ମିଟୁନା, ଜିତେନ୍ଦ୍ର ଦାସଙ୍କ ସହ ବହୁ ନିର୍ଦ୍ଦେଶକ ଓ ଲେଖକ ତାଙ୍କୁ ଦେଖା କରିବାକୁ ଆସିଥିଲେ ଓ ଭଲ ହୋଇ ପୁଣଇ ଯାତ୍ରାକୁ ଫେରିବାକୁ ଉତ୍ସାହ ଦେଇଥିଲେ।

ଅଭିନୟ କଥା କହିଲେ ଠାକୁରାଣୀ ଅପେରାରୁ ଅଶିଦଶକରେ ନିଜର ଅଭିନୟ ଆରମ୍ଭ କରିଥିବା ଏହି କଳାକାର ଏବେ ୬୫ ବର୍ଷରେ ଶେଷ ନିଶ୍ୱସ ତ୍ୟାଗ କରିଛନ୍ତି। ଏହି ସମର୍ପିତ କଳାକାର ଠାକୁରାଣୀ, ତୁଳସୀ, ପାର୍ବତୀ, ଗୌରୀ, ସ୍ୱର୍ଣମହଲ, ମାୟାନଗରୀ ପ୍ରଭୃତି ସାରା ରାଜ୍ୟରେ ୧୫ରୁ ଉର୍ଦ୍ଧ୍ୱ ଯାତ୍ରା ପାର୍ଟିରେ ଅଭିନୟ କରି ଶହ ଶହ ରାତ୍ରି ଅନିଦ୍ରା ହୋଈ ସାରା ରାଜ୍ୟ ବାସୀଙ୍କୁ ହସ ବାଣ୍ଟିଛନ୍ତି।

ଅଶ୍ଲିଳତା କମ ଥିବା ତାଙ୍କର ନିଖୁଣ ଅଭିନୟ କେବେ ବାଜିବ ତୋ ସାହାନେଇ ଯିଏ ଦେଖିବା ସେ ନିଶ୍ଚୟ ବୁଝିବ ଜଣେ ହସ୍ୟ ଅଭିନେତା ଯାତ୍ରା ପାଇଁ କେତେ ଜରୁରୀ। ଅଶ୍ଳୂିଳତା ବିନା ଲୋକଙ୍କୁ ଆମୋଦିତ ବା ହସେଇ ହେବ ତାହା ତାଙ୍କୁ ବେଶ ଭଲଭାବେ ଜଣା ଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ବିଦୁଲତା, ୩ପୁଅ ଓ ଜଣେ ଝିଅ ଉପସ୍ଥିତ ଥିଲେ।

ଗ୍ରାମ ସ୍ମଶାନରେ ଶୋକାକୂଳ ପରିବେଶରେ ଶେଷକୃତ କରାଯାଇଥିବା ବେଳେ ଜ୍ୟେଷ୍ଠ ପୁଅ ସୂଯ୍ୟାଂଶୁ ଶତପଥି ମୁଖାଗ୍ନୀ ଦେଇଥିଲେ।

ତାଙ୍କ ପରଲୋକରେ କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନୀନାରାଣୀ ସାହୁ, ସ୍ଥାନୀୟ ସରପଞ୍ଚ ବିପିନ ବିଶ୍ୱାଳ, ବିଜେଡି ନେତା ଅରୁଣ କୁମାର ବେହେରା, ସୁକାନ୍ତ ମୁଦୁଲି, ଦିଲୀପ ମହାପାତ. ନୀରଞ୍ଜନ ପ୍ରଧାନ, ଇଂ ଲଳିତ ବସ୍ତିଆ ଓ ନକୂଳ ବେହେରା ପ୍ରମୁଖ ଶହ ଶହ ଗ୍ରାମବାସୀ ଓ କଳାକାର ମାନେ ଶେଷଦର୍ଶନ କରିବା ସହ ଶୋକ ବ୍ୟକ୍ତ କରିଛନ୍ତି।

Categories
ଆଞ୍ଚଳିକ

ମନ୍ଦିର ପାଇଁ ଉଦ୍ଧିଷ୍ଟ ଜମିରେ ବ୍ୟାପକ ବୃକ୍ଷ ରୋପଣ

କୁଜଙ୍ଗ: କୁଜଙ୍ଗ ବ୍ଲକ ତାଳଦଣ୍ଡା ସ୍ଥିତ ବ୍ରହ୍ମ ଜଗନ୍ନାଥ ମିଶନ ପକ୍ଷରୁ ଏହି ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଭବ୍ୟ ଜଗନ୍ନାଥ ମନ୍ଦିରର ପରିସରରେ ବ୍ୟାପକ ଫଳ ବୃକ୍ଷ ରୋପଣ କରାଯାଇଛି। ଏହି କାର‌୍ୟ୍ୟକ୍ରମକୁ ତିର୍ତ୍ତୋଲ ଅରିଲୋରୁ ସାଧୁ ନରହରି ଦାସ ଓ କୁଜଙ୍ଗ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେନ୍ଦ୍ର କୁମାର ପରିଡାଙ୍କ କର କମଳରେ ଶୁଭାରମ୍ଭ କରାଯାଇଛି।

ଏହି ବୃକ୍ଷ ରୋପଣରେ ଉନ୍ନତ କିଷମ ଆମ୍ବ ସହ ପଣସ, ସପେଟା, ବିଭିନ୍ନ କୋଳି ଗଛ, ଔଷଧିୟ ବୃକ୍ଷ ଓ ବଉଳ ଗଛ ରୋପଣ କରାଯାଇଥିଲା। ମିଶନ ପକ୍ଷରୁ ସମାଜସେବୀ ସୁଦର୍ଶନ ଦାସ ଅତିଥି ତଥା ସହଯୋଗ କରିଥିବା ଅଞ୍ଚଳର ଯୁବକ ଓ ମୁରବୀ ମାନଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ବର୍ଷା ପରେ ଏହି ପରିସରେ ହେବାକୁ ଥିବା ଭବ୍ୟ ମନ୍ଦିର ନିର୍ମାଣ ସହ ସାଧୁ ସନ୍ଥଙ୍କ ନିବାସ ସ୍ଥଳି ଓ ବୃଦ୍ଧା ଶ୍ରମକୁ ଅଖି ଆଗରେ ରଖି ବ୍ୟାପକ କାର‌୍ୟ୍ୟକ୍ରମ କରାଯାଉଛି ବୋଲି ସୂଚନା ମିଳିଛି।

Categories
ଆଞ୍ଚଳିକ

ରାହାମାର ବ୍ୟବସାୟୀ ପ୍ରତିନିଧି ଥାନା ଅଧିକାରୀଙ୍କୁ ସାକ୍ଷତ

କୁଜଙ୍ଗ: କୁଜଙ୍ଗ ବ୍ଲକର ପ୍ରମୁଖ ବ୍ୟବସାୟିକ ପେଣ୍ଠ ରାହାମା ବଣିକ ସଂଘର ଏକ ପ୍ରତିନିଧି ତିତ୍ତେ୍‌ାଲ ଏସ୍‌ଡିପିଓ ଓ ଥାନା ଅଧିକାରୀ ପ୍ରିୟବ୍ରତ ରାଉତଙ୍କୁ ସାକ୍ଷତ କରିବା ସହ ବଜାର ବିଭିନ୍ନ ସମସ୍ୟା ଓ ଏହାର ଆଶୁ ସମାଧାନ ନେଇ ଆଲୋଚନା କରିଛନ୍ତି। ଏହି ଅବସରରେ ଟ୍ରାଫିକ୍ ମସସ୍ୟା, ବ୍ୟବସାୟୀ ମାନଙ୍କ ସହ ଗ୍ରାହକଙ୍କ ସୁରକ୍ଷା, ଏହା ସହ ଅନ୍ୟାନ ବିଷୟରେ ଏହି ପ୍ରତିନିଧିଚ ଦଳ ଆଲୋଚନା କରିଥିଲେ।

ଏହି ସାକ୍ଷତ ଅବସରରେ ରହାମା ବଣିକ ସଂଘର ସଭାପତି ଜଟାଧାରୀ ଦାସ, ସମ୍ପାଦକ ଡା. ସୁନାକର ବେହେରା, ଉପଦେଷ୍ଠା ଭିକାରୀ ଚରଣ ସେନାପତି, କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ପ୍ରଧାନ, ଯୁଗ୍ମ ସମ୍ପାଦକ ଚିନ୍ମୟ ଦାସ, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ସାହୁ, ବରିଷ୍ଠ ସଭ୍ୟ ଦୁର୍ଯ୍ୟଧନ ସ୍ୱାଇଁ, ବ୍ୟବସାୟୀ ସୁଲେଖ ବେହେରା, କୈଳାସ ନାୟକ ପ୍ରମୁଖ ବଜାର କମିଟିର ଏହି ପ୍ରତିନିଧି ଦଳରେ ଯୋଗଦେଇ ଉଭୟ ଏସ୍‌ଡିପିଓ ଚିନ୍ମୟ ରାଉତ ଓ ଥାନା ଅଧିକାରୀ ପ୍ରିୟବ୍ରତ ରାଉତଙ୍କ ସହ ବିଷଦ ଆଲୋଚନା କରିଥିଲେ।

Categories
ଆଞ୍ଚଳିକ

ଗୀତା ଜ୍ଞାନାଞ୍ଜନ ଷଷ୍ଠ ସଂସ୍କରଣ ଉନ୍ମୋଚନ ଓ ପ୍ରତିଭା ପୂଜନ, ବହୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ

କୁଜଙ୍ଗ: ରାଜ୍ୟର ପ୍ରମୁଖ ଦାତବ୍ୟ ଅନୁଷ୍ଠାନ ବ୍ୟାସ ଫାଉଣ୍ଡେସନ ପକ୍ଷରୁ ରବିବାର କୁଜଙ୍ଗ ବ୍ଲକ ରାହାମା ସ୍ଥିତ ମହାଲକ୍ଷ୍ମୀ ମଣ୍ଡପରେ ପ୍ରତିଷ୍ଠାନର ମୁଖପାତ୍ର ଗୀତା ଜ୍ଞାନାଞ୍ଜନର ଷଷ୍ଠ ସଂସ୍କରଣ ଉନ୍ମୋଚନ ହେବା ସହ ବହୁ ପ୍ରତିଭା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆନ୍ତର୍ଜାତୀୟ ଗୀତା ମିଶନ ସଭାପତି ସ୍ୱାମୀ ଚାଦାନନ୍ଦ ମହରାଜ, ବିଧାୟକ ସୌମ୍ୟଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିବା ସହ ମା’ ମାଟି ଓ ମାତୃଭାଷାକୁ ଭଲପାଇବା ପ୍ରକୃତ ଆଧ୍ୟାତ୍ମିକତା ବୋଲି କହିଥିଲେ।

ଏହି ଅବସରରେ ବ୍ୟାସ ପ୍ରତିଷ୍ଠାନ ଅଧ୍ୟକ୍ଷା ତଥା ଗୀତାଜ୍ଞାନାଞ୍ଜନର ସମ୍ପାଦିକା ସ୍ନେହମୟୀ ଆଚାର୍ଯ୍ୟ ସଭାପତିତ୍ୱ କରିଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନାଲୋକରୋ ପୂର୍ବତନ ପରିଚାଳକ ଜୀବନ କୁମାର ମହାପାତ୍ର, ଗୀତାଶାସ୍ତ୍ରବିଦ୍ ପଣ୍ଡିତ ପ୍ରଶାନ୍ତ କୁମାର ଶତପଥି, ମାନବିକ ଅôଦକାର ପରିଷଦର ସଭାପତି ଇଂ ଗଗନ ବିହାରୀ ପୃଷ୍ଠି, ବ୍ୟାସ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ମଲ୍ଲିକ୍ ପ୍ରମୁଖ ଅଂଶ ଗ୍ରହଣ କରି ବ୍ୟାସ ପ୍ରତିଷ୍ଠାନର ସେବା ଓ ଗୀତାଜ୍ଞାନାଞ୍ଜନ ପ୍ରକାଶନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ।

ପ୍ରତିଷ୍ଠାନର ସଭାପତି ପଣ୍ଡିତ ଡଃ ସିଦ୍ଧେଶ୍ୱର ପଣ୍ଡାଙ୍କ ସଂଯୋଜନାରେ ହୋଇଥିବା ଏହି ଭବ୍ୟ ଉତ୍ସବରେ କବି ନଗେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଉପସଭାପତି ରଶ୍ମିତା ନାୟକ, ଯଶୋବନ୍ତ ରାଉତ, ରଞ୍ଜନ କୁମାର ପ୍ରଧାନ, ବିପିନ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ସାଇଲୋ ସରପଂଚ ସରୋଜ କୁମାର ସେଠୀ, ତାଳପଡା ସରପଂଚଞ୍ଚଦମୟୟନ୍ତୀ ଲେଙ୍କା, ଶିକ୍ଷାବିତ୍ ନବୀନ କୁମାର ପ୍ରଧାନ, ମନୋରଞ୍ଜନ ଦାସ ପ୍ରମୁଖଙ୍କ ସହ ବହୁ ଯୁବ ଓ ବରିଷ୍ଠ ପ୍ରତିଭା ମାନଙ୍କୁ ପ୍ରତିଭା ପୂଜନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରାହାମା ଡାଇନମିକ୍ ଇଂଲିଶ୍ ମିଡିୟମ୍ ବିଦ୍ୟାଳୟକୁ ମିଳିଲା ସରକାରୀ ସ୍ୱୀକୃତି

ରମେଶ ମହାନ୍ତି

ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା ସ୍ଥିତ ଡାଇନମିକ୍ ଇଂଲିଶ୍ ମିଡିୟମ୍ ବିଦ୍ୟାଳୟକୁ ଓଡିଶା ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି। ଏଥିପାଇଁ ବିଦ୍ୟାଳୟର ପରିଚାଳନା କମିଟି, ସମସ୍ତ କର୍ମଚାରୀ, ବିଦ୍ୟାଳୟର ଅଭିଭାବକ ଓ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଧୃବଚରଣ ସ୍ୱାଇଁ ରାଜ୍ୟ ସରକାରଙ୍କୁ ଓ ଶିକ୍ଷା ବିଭାଗର ଉଚ୍ଚ ପଦସ୍ଥ କର୍ମକର୍ତ୍ତାଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ ଏହି ଅନୁଷ୍ଠାନଟି ଏ ଅଞ୍ଚଳର ଏକ ଅଗ୍ରୀମ ଶିକ୍ଷାନୁଷ୍ଠାନରେ ପରିଗଣିତ ହେବାର ଆଶା ଭରସା ରଖି ବିଦ୍ୟାଳୟର ସମ୍ପାଦକ ସରକାରଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭଉଣୀ ଗୋଡରେ ଶିକୁଳି ବାନ୍ଧି ବନ୍ଦି ରଖିଥିଲା ଭାଇ: ଉଦ୍ଧାର କଲା ସ୍ୱେଚ୍ଛାସେବୀ ସଂଗଠନ

ରମେଶ ମହାନ୍ତି

ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଡବାଲିକଣି ଗ୍ରାମରେ ଏକ ହୃଦୟବିଦାରକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭାଇର ମଙ୍ଗଳକାମନା କରିବା ସହ ନିଜର ସୁରକ୍ଷା ପାଇଁ ବହୁ ଆଶା ଭରସା କରି ଭଉଣୀଟିଏ ରାକ୍ଷୀ ବାନ୍ଧିଥାଏ ଭାଇ ହାତରେ। ହେଲେ ସେହି ଭାଇ ଯଦି ଭଉଣୀ ହାତରେ ଲୁହାର ବେଡି ପକେଇ ବନ୍ଦୀ ଜୀବନ ଅତିବାହିତ କରିବାପାଇଁ ବାଧ୍ୟ କରିବ ତେବେ କାହାକୁ ଗୁହାରି କରିବ ଭଉଣୀ। ଶିକୁଳିରେ ବନ୍ଧା ତାଙ୍କର ଲୋମଟାଙ୍କୁରା କାହାଣୀ ସମସ୍ତଙ୍କୁ ବ୍ୟଥିତ କରିଛି।

ସୂଚନାନୁଯାୟୀ ବଡବାଲିକଣି ଗ୍ରାମର ଅର୍ଜୁନ ଦାସ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ପୁଅ ଅଭୟ ଓ ଝିଅ ସୀତା ସେଠାରେ ରହୁଥିଲେ। ହେଲେ ଏମିତି କ’ଣ ଘଟିଲା ଯେ ଦୀର୍ଘ ସାତବର୍ଷ ହେବ ଏକ ପରିତ୍ୟକ୍ତ ଘରେ ଭଉଣୀର ଗୋଡକୁ ଶିକୁଳିରେ ବାନ୍ଧି ରଖିଥିଲା ଭାଇ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶୋଇବାକୁ ଦୁଇଟି ସିମେଣ୍ଟ ଅଖା ଦିଆଯାଇଥିବା ବେଳେ ଶୌଚ ହେବା ସହ ସବୁକିଛି ସେଇ ଗୋଟିଏ ଘରେ। ଖାଇବାକୁ ଦୁଇଓଳି ଦୁଇ ମୁଠା ମିଳିବା ମଧ୍ୟ କଷ୍ଟକର ହୋଇପଡୁଥଲା। ମାତ୍ର ଗାଁର କିଛି ଯୁବକ ଏସବୁ ଜାଣିବା ପରେ ସ୍ୱେଚ୍ଛାସେବୀଙ୍କ ସହାୟତାରେ ସୀତାକୁ ଏହି ଅଜ୍ଞାତବାସରୁ ଉଦ୍ଧାର କରିବା ପାଇଁ ଅଣ୍ଟାଭିଡିଥିଲେ। ଏ

ଭଳି ବନ୍ଦି ଅବସ୍ଥାରେ ସୀତାକୁ ଦେଖି ସେମାନେ ହତବାକ୍ ହୋଇ ଯାଇଥିଲେ। ଦୁର୍ଗନ୍ଧରେ ଘର ଭିତରକୁ ପଶିବା ମୁସ୍କିଲ ହୋଇ ଯାଇଥିଲା। ଦିର୍ଘଦିନ ଧରି ଗାଧୁଆ ପାଧୁଆ ହୋଇନଥିବା କାରଣରୁ ସୀତାଙ୍କ ମୁଣ୍ଡ ଓ ଦେହରେ ପୋକ ସାଲୁବାଲୁ ହେଉଥିଲେ। ଏସବୁ ଦେଖିବା ପରେ ଯୁବକମାନେ ତୁରନ୍ତ ତାଙ୍କୁ ସଫା ସୁତୁରା କରିବାକୁ ଉଦ୍ୟମ କରିଥିଲେ।

ଏମିତିକି ଏତେଦିନ ପର୍ଯ୍ୟନ୍ତ ବନ୍ଦି ଜୀବନ ବିତାଉଥିବାରୁ କଥା କହିବାକୁ ମଧ୍ୟ ସୀତା ସକ୍ଷମ ହୋଇ ପାରୁନଥିଲେ। କେବଳ ସେ ଲୁହ ଗଡାଇ ଚାଲିଥିଲେ। ସୀତା ମାନସିକ ବିକାରଗ୍ରସ୍ତ ବୋଲି କୁହାଯାଉଥିବା ବେଳେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଜଣେ ପଡୋଶୀଙ୍କ ଘରେ ରଖାଯିବା ସହ ଆସନ୍ତା ମଙ୍ଗଳବାର ଦିନ ସୀତାଙ୍କୁ ପାରାଦ୍ବୀପ ସ୍ଥିତ ଜରାନିବାସରେ ରଖାଯିବ ବୋଲି ସୂଚନା ମିଳିଛି।

Categories
ଆଞ୍ଚଳିକ

“ପରିବର୍ତ୍ତନ ଯୋଦ୍ଧା” ପକ୍ଷରୁ ପଣ୍ଡୁଆ ପଞ୍ଚାୟତର ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ

ରମେଶ ମହାନ୍ତି
ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ସ୍ଥିତ ଅଢାଙ୍କୁର ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଇଫକୋ ସହାୟତାରେ ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ “ପରିବର୍ତ୍ତନ ଯୋଦ୍ଧା” ପକ୍ଷରୁ ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଯୋଦ୍ଧାର ସଭାପତି ପରଂବ୍ରହ୍ମ ରାଉତ ଓ ସଦସ୍ୟମାନେ କମ୍ବଳ ବଣ୍ଟନ କରିବା ସହିତ ସମାଜସେବୀ ସୁନାକର ବେହେରା, ବରିଷ୍ଠ ନାଗରିକ ମଞ୍ଚର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଗୌରୀଶ୍ୟାମ ଦାସଙ୍କ ସମେତ ତିର୍ତ୍ତୋଲ ଥାନାର ଏସ୍.ଆଇ ବିବେକାନନ୍ଦ ସାହୁ ,ଏ.ଏସ୍.ଆଇ ସୁବାସ ଦାସ ପ୍ରମୁଖ ଉପସ୍ଥିତ ରହି କମ୍ବଳ ବାଣ୍ଟିବା ସହ”ପରିବର୍ତ୍ତନ ଯୋଦ୍ଧା”ର କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ | ପରେ “ପରିବର୍ତ୍ତନ ଯୋଦ୍ଧା”ର ସଭାପତି ପରଂବ୍ରହ୍ମ ରାଉତ ଉକ୍ତ ଗ୍ରାମର ପାନୀୟଜଳ ସମସ୍ୟା ଉପରେ ଦୃଷ୍ଟି ଦେବା ସହ ଆଲୋଚନା କରି ତାହାର ସମଧାନ ଦିଗରେ କାର୍ଯ୍ୟ କରିବେ ବୋଲି ଗ୍ରାମବାସୀମାନଙ୍କୁ ପ୍ରତିଶୃତି ଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ

କୁଜଙ୍ଗ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ : ଆଜି କୁଜଙ୍ଗ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି ମଧ୍ୟ କରିଥିଲେ । ଏହି ଅଭିଯୋଗ ଶିବିରରେ ମୋଟ 230ଟି ଅଭିଯୋଗ ପଂଜୀକୃତ ହୋଇଥିଲା । ସେଥିମଧ୍ୟରୁ 217ଟି ବ୍ୟକ୍ତିଗତ ସମ୍ପସ୍ୟା ସମ୍ପର୍କିତ, 81ଟି ବିଜୁ ପକ୍କାଘର/ ଇନ୍ଦିରା ଆବାସ ସମ୍ପର୍କିତ, ଜମିଜମା ସମ୍ପନ୍ଧୀୟ 20ଟି, ରାସନ କାର୍ଡ ସମ୍ବନ୍ଧୀୟ 8ଟି, କାଳିଆ ଯୋଜନା ସମ୍ପର୍କିତ 12ଟି ଜମିଜମା ସମ୍ପର୍କିତ 20ଟି, ଘର  ଡିହ ସମ୍ପର୍କିତ 8ଟି, ସ୍ବାସ୍ଥ୍ୟ ସମ୍ପର୍କିତ 6ଟି, ଆଇନ ସହାୟତା ସମ୍ପର୍କିତ 8ଟି ଓ ଅନ୍ୟାନ୍ୟ 48ଟି, ଗ୍ରାମ ସମସ୍ୟା ସମ୍ପର୍କିତ 2ଟି, ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ସହାୟତା ପାଇବା ପାଇଁ 7ଟି, ରେଡକ୍ରସ୍‌ ପାଣ୍ଠିରୁ ସହାୟତା ପାଇଁ 4ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା ।

15ଟି ଅଭିଯୋଗ ଶୁଣାଣି କରାଯାଇ ସଙ୍ଗେ ସଙ୍ଗେ ଫଇସଲା କରାଯାଇଥିଲା । ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର୍‌, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ବି.ଡି.ଓ, ତହସିଲଦାର, ଅଭିଯୋଗ ଅଧିକାରୀ ଶାସ୍ବତ ରଞ୍ଜନ ଦାସ, ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ଅଧିକାରୀ ଓ ଜନସାଧାରଣ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ ।

Categories
ଆଞ୍ଚଳିକ

ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

ସମୀକ୍ଷା ବ୍ୟୁରୋ

ଜଗତସିଂହପୁର, ୩୧/୧୨: ରାଜ୍ୟସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଜଗତସିଂହପୁର ଜିଲ୍ଲା ଗସ୍ତକରିଛନ୍ତି। ଏହି ଗସ୍ତ ଅବସରରେ ସଚିବ ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହିତ ସରକାରୀ ଯୋଜନାର ସମୀକ୍ଷା ମଧ୍ୟ କରିଛନ୍ତି। ଏହି କ୍ରମରେ କୁଜଙ୍ଗ ବ୍ଲକର ହଂସୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଶିପୁରା ଗ୍ରାମର କଦଳୀ ଚାଷ ପରିଦର୍ଶନ କରିବା ସହିତ ଉଦ୍ୟାନ କୃଷି ବିଭାଗ ଦ୍ବାରା ଚାଷୀମାନେ କିପରି ଅଧିକ ଉପକୃତ ହୋଇପାରିବେ ସେହି ସମ୍ପର୍କରେ ଚାଷୀଙ୍କୁ ଜଣାଇଛନ୍ତି। ସେହିପରି ଜଗନ୍ନାଥପୁର ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରି ପିଲାମାନଙ୍କ ପାଠପଢା, ଖାଇବା ପିଇିବା ସମ୍ପର୍କରେ ବୁଝିଥିଲେ। ମହିଳାଙ୍କୁ ଭେଟି ମମତା ଯୋଜନାର ସମ୍ପର୍କରେ ବୁଝିଥିଲେ। ସେହିପରି ଫତେପୁର ଜୀବନଜ୍ୟୋତି ଟେରାକୋଟା ଉତ୍ପାଦକ ଗୋଷ୍ଠୀ ଦ୍ବାରା ତିଆରି ସାଜସଜ୍ଜା ଦ୍ରବ୍ୟ ତଥା ଅନ୍ୟାନ୍ୟ ସାମଗ୍ରୀକୁ ଦେଖି ସେମାନଙ୍କୁ ଅଧିକ ତାଲିମ ପ୍ରଦାନ ଓ ମାର୍କେଟିଂ ସୁବିଧା ଯୋଗାଇ ଦେବା ସମ୍ପର୍କରେ ଜିଲ୍ଲାପାଳ ଓ ଏରମାସ୍‌ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ। ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହଠାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ  ଏକ ସମୀକ୍ଷା  ବୈଠକ କରିଥିଲେ। ମୁଖ୍ୟ ଡାକ୍ତରଖାନା ପରିସରରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବାରୋପ କରିବା ସହିତ ଜିଲ୍ଲାର ଶିକ୍ଷାର ମାନବୃଦ୍ଧି ଦିଗରେ ମଧ୍ୟ ଆଲୋଚନା କରିଥିଲେ। ସେହିପରି ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଉଦ୍ୟାନ ଓ କୃଷି ବିଭାଗରେ ପ୍ରୋତ୍ସାହନ ଯୋଗାଇ ଦେବାକୁ ସମ୍ପୃକ୍ତ ବିଭାଗକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର  ଜିଲ୍ଲାରେ ହୋଇଥିବା ଉନ୍ନତି ତଥା ପ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲ୍ଲାସ୍ତରୀୟ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ବିଡିଓ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ରହିଥିଲେ।