Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ
ଆଞ୍ଚଳିକ

ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

December 31, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଜଗତସିଂହପୁର, ୩୧/୧୨: ରାଜ୍ୟସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଜଗତସିଂହପୁର ଜିଲ୍ଲା ଗସ୍ତକରିଛନ୍ତି। ଏହି ଗସ୍ତ ଅବସରରେ ସଚିବ ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହିତ ସରକାରୀ ଯୋଜନାର ସମୀକ୍ଷା ମଧ୍ୟ କରିଛନ୍ତି। ଏହି କ୍ରମରେ କୁଜଙ୍ଗ ବ୍ଲକର ହଂସୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଶିପୁରା ଗ୍ରାମର କଦଳୀ ଚାଷ ପରିଦର୍ଶନ କରିବା ସହିତ ଉଦ୍ୟାନ କୃଷି ବିଭାଗ ଦ୍ବାରା ଚାଷୀମାନେ କିପରି ଅଧିକ ଉପକୃତ ହୋଇପାରିବେ ସେହି ସମ୍ପର୍କରେ ଚାଷୀଙ୍କୁ ଜଣାଇଛନ୍ତି। ସେହିପରି ଜଗନ୍ନାଥପୁର ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରି ପିଲାମାନଙ୍କ ପାଠପଢା, ଖାଇବା ପିଇିବା ସମ୍ପର୍କରେ ବୁଝିଥିଲେ। ମହିଳାଙ୍କୁ ଭେଟି ମମତା ଯୋଜନାର ସମ୍ପର୍କରେ ବୁଝିଥିଲେ। ସେହିପରି ଫତେପୁର ଜୀବନଜ୍ୟୋତି ଟେରାକୋଟା ଉତ୍ପାଦକ ଗୋଷ୍ଠୀ ଦ୍ବାରା ତିଆରି ସାଜସଜ୍ଜା ଦ୍ରବ୍ୟ ତଥା ଅନ୍ୟାନ୍ୟ ସାମଗ୍ରୀକୁ ଦେଖି ସେମାନଙ୍କୁ ଅଧିକ ତାଲିମ ପ୍ରଦାନ ଓ ମାର୍କେଟିଂ ସୁବିଧା ଯୋଗାଇ ଦେବା ସମ୍ପର୍କରେ ଜିଲ୍ଲାପାଳ ଓ ଏରମାସ୍‌ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ। ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହଠାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ  ଏକ ସମୀକ୍ଷା  ବୈଠକ କରିଥିଲେ। ମୁଖ୍ୟ ଡାକ୍ତରଖାନା ପରିସରରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବାରୋପ କରିବା ସହିତ ଜିଲ୍ଲାର ଶିକ୍ଷାର ମାନବୃଦ୍ଧି ଦିଗରେ ମଧ୍ୟ ଆଲୋଚନା କରିଥିଲେ। ସେହିପରି ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଉଦ୍ୟାନ ଓ କୃଷି ବିଭାଗରେ ପ୍ରୋତ୍ସାହନ ଯୋଗାଇ ଦେବାକୁ ସମ୍ପୃକ୍ତ ବିଭାଗକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର  ଜିଲ୍ଲାରେ ହୋଇଥିବା ଉନ୍ନତି ତଥା ପ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲ୍ଲାସ୍ତରୀୟ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ବିଡିଓ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ରହିଥିଲେ।

କୁଜଙ୍ଗ ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗ ଜଗତସିଂହପୁର ଜିଲ୍ଲା ପ୍ରମୁଖ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଓଡିଶାର ୨ ବୁଣାକାରଙ୍କ ସମେତ ମୋଟ ୨୨ ବୁଣାକାରଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

August 7, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026
Latest News

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026

କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୭୭, ଉଦ୍ଧାର ପାଇଁ ମୁତୟନ ହେଲା ସେନା

August 10, 2026

ବୈଧ ବୀମା ନଥିବା ଗାଡ଼ି ଉପରେ କଡ଼ା ନଜର: ଜବତ ହେବ ଗାଡ଼ି

August 10, 2026

ଏଗ୍ରିଷ୍ଟାକ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ

August 10, 2026

ସ୍ୱାଧୀନତା ଦିବସ ପାଇଁ ବଡ଼ ପ୍ରସ୍ତୁତି: ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.