Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୀତା ଜ୍ଞାନାଞ୍ଜନ ଷଷ୍ଠ ସଂସ୍କରଣ ଉନ୍ମୋଚନ ଓ ପ୍ରତିଭା ପୂଜନ, ବହୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ
ଆଞ୍ଚଳିକ

ଗୀତା ଜ୍ଞାନାଞ୍ଜନ ଷଷ୍ଠ ସଂସ୍କରଣ ଉନ୍ମୋଚନ ଓ ପ୍ରତିଭା ପୂଜନ, ବହୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ

July 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ରାଜ୍ୟର ପ୍ରମୁଖ ଦାତବ୍ୟ ଅନୁଷ୍ଠାନ ବ୍ୟାସ ଫାଉଣ୍ଡେସନ ପକ୍ଷରୁ ରବିବାର କୁଜଙ୍ଗ ବ୍ଲକ ରାହାମା ସ୍ଥିତ ମହାଲକ୍ଷ୍ମୀ ମଣ୍ଡପରେ ପ୍ରତିଷ୍ଠାନର ମୁଖପାତ୍ର ଗୀତା ଜ୍ଞାନାଞ୍ଜନର ଷଷ୍ଠ ସଂସ୍କରଣ ଉନ୍ମୋଚନ ହେବା ସହ ବହୁ ପ୍ରତିଭା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆନ୍ତର୍ଜାତୀୟ ଗୀତା ମିଶନ ସଭାପତି ସ୍ୱାମୀ ଚାଦାନନ୍ଦ ମହରାଜ, ବିଧାୟକ ସୌମ୍ୟଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିବା ସହ ମା’ ମାଟି ଓ ମାତୃଭାଷାକୁ ଭଲପାଇବା ପ୍ରକୃତ ଆଧ୍ୟାତ୍ମିକତା ବୋଲି କହିଥିଲେ।

ଏହି ଅବସରରେ ବ୍ୟାସ ପ୍ରତିଷ୍ଠାନ ଅଧ୍ୟକ୍ଷା ତଥା ଗୀତାଜ୍ଞାନାଞ୍ଜନର ସମ୍ପାଦିକା ସ୍ନେହମୟୀ ଆଚାର୍ଯ୍ୟ ସଭାପତିତ୍ୱ କରିଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନାଲୋକରୋ ପୂର୍ବତନ ପରିଚାଳକ ଜୀବନ କୁମାର ମହାପାତ୍ର, ଗୀତାଶାସ୍ତ୍ରବିଦ୍ ପଣ୍ଡିତ ପ୍ରଶାନ୍ତ କୁମାର ଶତପଥି, ମାନବିକ ଅôଦକାର ପରିଷଦର ସଭାପତି ଇଂ ଗଗନ ବିହାରୀ ପୃଷ୍ଠି, ବ୍ୟାସ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ମଲ୍ଲିକ୍ ପ୍ରମୁଖ ଅଂଶ ଗ୍ରହଣ କରି ବ୍ୟାସ ପ୍ରତିଷ୍ଠାନର ସେବା ଓ ଗୀତାଜ୍ଞାନାଞ୍ଜନ ପ୍ରକାଶନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ।

ପ୍ରତିଷ୍ଠାନର ସଭାପତି ପଣ୍ଡିତ ଡଃ ସିଦ୍ଧେଶ୍ୱର ପଣ୍ଡାଙ୍କ ସଂଯୋଜନାରେ ହୋଇଥିବା ଏହି ଭବ୍ୟ ଉତ୍ସବରେ କବି ନଗେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଉପସଭାପତି ରଶ୍ମିତା ନାୟକ, ଯଶୋବନ୍ତ ରାଉତ, ରଞ୍ଜନ କୁମାର ପ୍ରଧାନ, ବିପିନ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ସାଇଲୋ ସରପଂଚ ସରୋଜ କୁମାର ସେଠୀ, ତାଳପଡା ସରପଂଚଞ୍ଚଦମୟୟନ୍ତୀ ଲେଙ୍କା, ଶିକ୍ଷାବିତ୍ ନବୀନ କୁମାର ପ୍ରଧାନ, ମନୋରଞ୍ଜନ ଦାସ ପ୍ରମୁଖଙ୍କ ସହ ବହୁ ଯୁବ ଓ ବରିଷ୍ଠ ପ୍ରତିଭା ମାନଙ୍କୁ ପ୍ରତିଭା ପୂଜନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

କୁଜଙ୍ଗ ବ୍ଲକ ରାହାମା
Share. Facebook Twitter LinkedIn Email WhatsApp Copy Link

Related Posts

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026

୧୬ ଦାଦନ ଶ୍ରମିକ ଉଦ୍ଧାର

October 9, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026
Latest News

ବନ ବିଭାଗ ଚଢ଼ାଉ: ୧୧୩୦ଟି ବଜ୍ରକାପ୍ତା କାତି ଜବତ, ୩ ଗିରଫ

October 11, 2026

ମହଙ୍ଗା ପଡ଼ିଲା ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇବା: ଅଭିଯୁକ୍ତ ଗିରଫ

October 11, 2026

ବସ୍ କଣ୍ଡକ୍ଟରକୁ ମାରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

October 11, 2026

ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ: ତଥାପି ସିରିଜ ହାରିଲା ଟିମ ଇଣ୍ଡିଆ

October 11, 2026

ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ ମଝିଘରିଆଣୀ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.