Categories
ଆଞ୍ଚଳିକ

ରାହାମାର ବ୍ୟବସାୟୀ ପ୍ରତିନିଧି ଥାନା ଅଧିକାରୀଙ୍କୁ ସାକ୍ଷତ

କୁଜଙ୍ଗ: କୁଜଙ୍ଗ ବ୍ଲକର ପ୍ରମୁଖ ବ୍ୟବସାୟିକ ପେଣ୍ଠ ରାହାମା ବଣିକ ସଂଘର ଏକ ପ୍ରତିନିଧି ତିତ୍ତେ୍‌ାଲ ଏସ୍‌ଡିପିଓ ଓ ଥାନା ଅଧିକାରୀ ପ୍ରିୟବ୍ରତ ରାଉତଙ୍କୁ ସାକ୍ଷତ କରିବା ସହ ବଜାର ବିଭିନ୍ନ ସମସ୍ୟା ଓ ଏହାର ଆଶୁ ସମାଧାନ ନେଇ ଆଲୋଚନା କରିଛନ୍ତି। ଏହି ଅବସରରେ ଟ୍ରାଫିକ୍ ମସସ୍ୟା, ବ୍ୟବସାୟୀ ମାନଙ୍କ ସହ ଗ୍ରାହକଙ୍କ ସୁରକ୍ଷା, ଏହା ସହ ଅନ୍ୟାନ ବିଷୟରେ ଏହି ପ୍ରତିନିଧିଚ ଦଳ ଆଲୋଚନା କରିଥିଲେ।

ଏହି ସାକ୍ଷତ ଅବସରରେ ରହାମା ବଣିକ ସଂଘର ସଭାପତି ଜଟାଧାରୀ ଦାସ, ସମ୍ପାଦକ ଡା. ସୁନାକର ବେହେରା, ଉପଦେଷ୍ଠା ଭିକାରୀ ଚରଣ ସେନାପତି, କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ପ୍ରଧାନ, ଯୁଗ୍ମ ସମ୍ପାଦକ ଚିନ୍ମୟ ଦାସ, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ସାହୁ, ବରିଷ୍ଠ ସଭ୍ୟ ଦୁର୍ଯ୍ୟଧନ ସ୍ୱାଇଁ, ବ୍ୟବସାୟୀ ସୁଲେଖ ବେହେରା, କୈଳାସ ନାୟକ ପ୍ରମୁଖ ବଜାର କମିଟିର ଏହି ପ୍ରତିନିଧି ଦଳରେ ଯୋଗଦେଇ ଉଭୟ ଏସ୍‌ଡିପିଓ ଚିନ୍ମୟ ରାଉତ ଓ ଥାନା ଅଧିକାରୀ ପ୍ରିୟବ୍ରତ ରାଉତଙ୍କ ସହ ବିଷଦ ଆଲୋଚନା କରିଥିଲେ।

Categories
ଆଞ୍ଚଳିକ

ଗୀତା ଜ୍ଞାନାଞ୍ଜନ ଷଷ୍ଠ ସଂସ୍କରଣ ଉନ୍ମୋଚନ ଓ ପ୍ରତିଭା ପୂଜନ, ବହୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ

କୁଜଙ୍ଗ: ରାଜ୍ୟର ପ୍ରମୁଖ ଦାତବ୍ୟ ଅନୁଷ୍ଠାନ ବ୍ୟାସ ଫାଉଣ୍ଡେସନ ପକ୍ଷରୁ ରବିବାର କୁଜଙ୍ଗ ବ୍ଲକ ରାହାମା ସ୍ଥିତ ମହାଲକ୍ଷ୍ମୀ ମଣ୍ଡପରେ ପ୍ରତିଷ୍ଠାନର ମୁଖପାତ୍ର ଗୀତା ଜ୍ଞାନାଞ୍ଜନର ଷଷ୍ଠ ସଂସ୍କରଣ ଉନ୍ମୋଚନ ହେବା ସହ ବହୁ ପ୍ରତିଭା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆନ୍ତର୍ଜାତୀୟ ଗୀତା ମିଶନ ସଭାପତି ସ୍ୱାମୀ ଚାଦାନନ୍ଦ ମହରାଜ, ବିଧାୟକ ସୌମ୍ୟଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିବା ସହ ମା’ ମାଟି ଓ ମାତୃଭାଷାକୁ ଭଲପାଇବା ପ୍ରକୃତ ଆଧ୍ୟାତ୍ମିକତା ବୋଲି କହିଥିଲେ।

ଏହି ଅବସରରେ ବ୍ୟାସ ପ୍ରତିଷ୍ଠାନ ଅଧ୍ୟକ୍ଷା ତଥା ଗୀତାଜ୍ଞାନାଞ୍ଜନର ସମ୍ପାଦିକା ସ୍ନେହମୟୀ ଆଚାର୍ଯ୍ୟ ସଭାପତିତ୍ୱ କରିଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନାଲୋକରୋ ପୂର୍ବତନ ପରିଚାଳକ ଜୀବନ କୁମାର ମହାପାତ୍ର, ଗୀତାଶାସ୍ତ୍ରବିଦ୍ ପଣ୍ଡିତ ପ୍ରଶାନ୍ତ କୁମାର ଶତପଥି, ମାନବିକ ଅôଦକାର ପରିଷଦର ସଭାପତି ଇଂ ଗଗନ ବିହାରୀ ପୃଷ୍ଠି, ବ୍ୟାସ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ମଲ୍ଲିକ୍ ପ୍ରମୁଖ ଅଂଶ ଗ୍ରହଣ କରି ବ୍ୟାସ ପ୍ରତିଷ୍ଠାନର ସେବା ଓ ଗୀତାଜ୍ଞାନାଞ୍ଜନ ପ୍ରକାଶନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ।

ପ୍ରତିଷ୍ଠାନର ସଭାପତି ପଣ୍ଡିତ ଡଃ ସିଦ୍ଧେଶ୍ୱର ପଣ୍ଡାଙ୍କ ସଂଯୋଜନାରେ ହୋଇଥିବା ଏହି ଭବ୍ୟ ଉତ୍ସବରେ କବି ନଗେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଉପସଭାପତି ରଶ୍ମିତା ନାୟକ, ଯଶୋବନ୍ତ ରାଉତ, ରଞ୍ଜନ କୁମାର ପ୍ରଧାନ, ବିପିନ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ସାଇଲୋ ସରପଂଚ ସରୋଜ କୁମାର ସେଠୀ, ତାଳପଡା ସରପଂଚଞ୍ଚଦମୟୟନ୍ତୀ ଲେଙ୍କା, ଶିକ୍ଷାବିତ୍ ନବୀନ କୁମାର ପ୍ରଧାନ, ମନୋରଞ୍ଜନ ଦାସ ପ୍ରମୁଖଙ୍କ ସହ ବହୁ ଯୁବ ଓ ବରିଷ୍ଠ ପ୍ରତିଭା ମାନଙ୍କୁ ପ୍ରତିଭା ପୂଜନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ

ରାହାମାରେ ଲକଡାଉନକୁ ବେଖାତିର କରୁଥିବା ଅମାନିଆଙ୍କୁ ସାବାଡ୍ କଲେ ତହସିଲଦାର ଓ ତିର୍ତ୍ତୋଲ ପୋଲିସ୍

ରମେଶ ମହାନ୍ତି
ଜଗତସିଂହପୁର: କରୋନାର ଦ୍ୱିତୀୟ ଲହରୀ ଦୃତ ଗତିରେ ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ଏନେଇ ସରକାରଙ୍କ ପକ୍ଷରୁ ଲକଡାଉନ୍ ଓ ସଟଡାଉନ୍ ଘୋଷଣା କରାଯିବା ସତ୍ତ୍ୱେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ବଜାରରେ କିଛି ଅମାନିଆଙ୍କ ଉପରେ ଏହାର କିଛି ପ୍ରଭାବ ପଡୁନଥିବା ଦେଖିବାକୁ ମିଳିଥିଲା।

ଖବର ପାଇ କୁଜଙ୍ଗ ତହସିଲଦାର ପ୍ରିତିପର୍ଣ୍ଣା ମିଶ୍ର, ଅତିରିକ୍ତ ତହସିଲଦାର ପୁଜା ଲେଙ୍କା ଓ ତିର୍ତ୍ତୋଲ ପୋଲିସ୍ ରାହାମା ବଜାରରେ ପହଞ୍ଚି ଲକଡାଉନକୁ ବେଖାତିର କରୁଥିବା କିଛି ବ୍ୟବସାୟୀ ଓ ମାସ୍କ୍ ନଲଗାଇ ବିନା କାରଣରେ ବଜାରରେ ବୁଲାବୁଲି କରୁଥିବା କିଛି ଅମାନିଆଙ୍କୁ ପ୍ରଶାସନ ପକ୍ଷରୁ ସାବାଡ୍ କରାଯାଇଥିଲା।

ସେହିପରି ତିର୍ତ୍ତୋଲ ବଜାର, ନିଶାମଣି ସରଣୀ ବଜାର, ନେହେରୁପଡିଆ ବଜାର ସହିତ ସ୍ଥାନୀୟ ଅଞ୍ଚଳରେ କେତେକ ଲୋକ ମାସ୍କ୍ ନଲଗାଇ ଲକଡାଉନକୁ ବେଖାତିର କରି ବିନା କାରଣରେ ବଜାରଘାଟରେ ଘୁରିବୁଲୁ ଥିବା ଅମାନିଆଙ୍କୁ ତିର୍ତ୍ତୋଲ ପୋଲିସ୍ ଯଥାଶୀଘ୍ର ସାବାଡ୍ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ତେଲ ଟ୍ୟାଙ୍କର ଧକ୍କାରେ ବାଇକ୍ ଚାଳକ ମୃତ: ରାତି ପର୍ଯ୍ୟନ୍ତ ରାହାମାରେ କଟକ-ପାରାଦ୍ବୀପ ରାସ୍ତା ଅବରୋଧ

ରମେଶ ମହାନ୍ତି
ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ପଙ୍କପାଳ ଛକ ନିକଟରେ ଏକ ବାଇକ୍ କୁ ତେଲ ଟ୍ୟାଙ୍କର ଧକ୍କା ଦେବାରୁ ଘଟଣା ସ୍ଥଳରେ ବାଇକ୍ ଚାଳକର ମୃତ୍ୟୁ ହୋଇଥିଲା।

ସୂଚନାନୁଯାୟୀ ଶୁକ୍ରବାର ଦିନ ପ୍ରାୟ ୨ଟା ବେଳେ ରାହାମା ତାଳପଡା ପଞ୍ଚାୟତ ଖୁଣ୍ଟଳ ଗ୍ରାମର ହୃଷୀକେଶ ପ୍ରଧାନ ବାଇକ୍ ଚଳାଇ ଆସୁଥିବା ବେଳେ ପାରାଦ୍ଵୀପରୁ କଟକ ଅଭିମୁଖେ ଯାଉଥିବା ଏକ ପିଡିଏସ୍ କିରୋସିନି ଟ୍ୟାଙ୍କର ହୃଷିକେଶଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ହୃଷୀକେଶଙ୍କର ମୃତ୍ୟୁ ହୋଇଥିଲା। ମୃତ ହୃଷିକେଶଙ୍କ ଶବ ବ୍ୟବଚ୍ଛେଦ କରାଯିବାକୁ ଦାବି କରି ପରିବାର ଲୋକେ ଓ ଶତାଧିକ ଗ୍ରାମବାସୀ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ରାହାମା ବଜାର ଠାରେ ସଂନ୍ଧ୍ୟା ବେଳ ଠାରୁ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ।

ପରେ ତିର୍ତ୍ତୋଲ ପୋଲିସ୍ ଓ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ କୁଜଙ୍ଗ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଯିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଏହି ରାସ୍ତା ଅବରୋଧ ହଟିଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରାହାମା ଡାଇନମିକ୍ ଇଂଲିଶ୍ ମିଡିୟମ୍ ବିଦ୍ୟାଳୟକୁ ମିଳିଲା ସରକାରୀ ସ୍ୱୀକୃତି

ରମେଶ ମହାନ୍ତି

ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା ସ୍ଥିତ ଡାଇନମିକ୍ ଇଂଲିଶ୍ ମିଡିୟମ୍ ବିଦ୍ୟାଳୟକୁ ଓଡିଶା ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି। ଏଥିପାଇଁ ବିଦ୍ୟାଳୟର ପରିଚାଳନା କମିଟି, ସମସ୍ତ କର୍ମଚାରୀ, ବିଦ୍ୟାଳୟର ଅଭିଭାବକ ଓ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଧୃବଚରଣ ସ୍ୱାଇଁ ରାଜ୍ୟ ସରକାରଙ୍କୁ ଓ ଶିକ୍ଷା ବିଭାଗର ଉଚ୍ଚ ପଦସ୍ଥ କର୍ମକର୍ତ୍ତାଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ ଏହି ଅନୁଷ୍ଠାନଟି ଏ ଅଞ୍ଚଳର ଏକ ଅଗ୍ରୀମ ଶିକ୍ଷାନୁଷ୍ଠାନରେ ପରିଗଣିତ ହେବାର ଆଶା ଭରସା ରଖି ବିଦ୍ୟାଳୟର ସମ୍ପାଦକ ସରକାରଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।

Categories
ଆଞ୍ଚଳିକ

ବିନା ଲିଜ୍ ରେ ରାହାମା ହରିପୁର ଘାଟରୁ ଦୈନିକ ଶହ ଶହ ଟ୍ରିପ୍ ବାଲି ଚୋରାଚାଲାଣ: ପ୍ରଶାସନ ସ୍ଥାଣୁ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲ୍ ଅଧିନସ୍ଥ ରାହାମା ହରିପୁର ମହାନଦୀ ଘାଟ ପ୍ରଶାସନ ପକ୍ଷରୁ ଲିଜ୍ ହୋଇନଥିବା ବେଳେ ସେଠାରୁ ଦୈନିକ ଶହଶହ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବାରୁ ସରକାରଙ୍କ ବିପୁଳ ରାଜସ୍ବ ହାନି ହେବା ସହ ସ୍ଥାନୀୟ ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ ଏମିତିକି ଦିନ ହେଉ ଅବା ରାତି ସର୍ବ ସମ୍ମୁଖରେ ଦୈନିକ ଶତାଧିକ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ନିରବ କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାନୁଯାୟୀ ରାହାମା ବଜାର ନିକଟସ୍ଥ ହରିପୁର ଜଙ୍ଗଲ ବାଟଦେଇ ମହାନଦୀରୁ ଦିର୍ଘଦିନ ହେବ ଦୈନିକ ଶହଶହ ଟ୍ରିପ୍ ବାଲି ଟ୍ରାକ୍ଟରରେ ଚୋରା ଚାଲାଣ ହେବା ଯୋଗୁଁ ସରକାରଙ୍କ ବିପୁଳ ରାଜସ୍ବ ହାନି ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ କ’ଣ ପାଇଁ ହାତବନ୍ଧି ବସିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ ଉକ୍ତ ସ୍ଥାନରୁ ବାଲି ଚୋରା ଚାଲାଣ କରିବା ପାଇଁ ଟ୍ରାକ୍ଟର ମାଲିକ ମାନଙ୍କ ଠାରୁ ସେହି ଗାଁର କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଦିନକୁ ୪ହଜାର ଟଙ୍କା ଲେଖାଏଁ ଚାନ୍ଦା ନେଉଥିବା ଶୁଣିବାକୁ ମିଳୁଛି। ଏମିତିକି ଭୋର ୪ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାନଦୀର ଏହି ଘାଟରୁ ବାହାରକୁ ବାଲି ଚୋରା ଚାଲାଣ ହେବା ସହିତ ଉକ୍ତ ଗାଁ ମଝିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଶହଶହ ଟ୍ରିପ୍ ବାଲି ବେଆଇନ୍ ବିକ୍ରୟ ପାଇଁ ଷ୍ଟକ୍ ରଖାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏପରିକି ସ୍ଥାନୀୟ ପ୍ରଶାସନର କିଛି ଅସାଧୁ କର୍ମଚାରୀଙ୍କୁ ଉକ୍ତ ବାଲି ମାଫିଆମାନେ କରାୟତ କରି ତାଙ୍କ ଠାରୁ ଅଭୟ ବର ପାଇଥିବାରୁ ନିର୍ଭୟରେ ଏଠାରୁ ଦୈନିକ ଶହଶହ ଟ୍ରିପ୍ ବାଲି ଚୋରାଚାଲାଣ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ଏନେଇ ଉକ୍ତ ତହସିଲ୍ ଅଧିନସ୍ଥ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଜଣାପଡିଛି। ସରକାରଙ୍କ ବିପୁଳ ରାଜସ୍ବ ହାନିକୁ ଦୃଷ୍ଟିରେ ରଖି ଉକ୍ତ ସ୍ଥାନରୁ ହେଉଥିବା ଚୋରା ବାଲି ଚାଲାଣକୁ ଯଥାଶୀଘ୍ର ବନ୍ଦ କରାଯିବା ସହ ଚୋରା ଚାଲାଣକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସାଧାରଣରେ ଦାବୀ ହେଉଛି।