Author: SM Network

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସଦର ଥାନା ଅର୍ନ୍ତଗତ ରୋହିଗାଁରେ ମଧୁସୂଦନ ଯେନା ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଦାଦା ଘନ ଯେନା ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁର୍ବ ଶତୃତାକୁ ନେଇ ନିଜେ ଘନ ଓ ତାଙ୍କ ପୁଅ ମିଶି ଘରେ ଏକୁଟିଆ ଥିବା ବେଳେ ମଧୁସୂଦନଙ୍କୁ ଆତର୍କିତ ଭାବେ କାତିରେ ଚୋଟ ଉପରେ ଚୋଟ ମାରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଖବର ପାଇ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଦେଖିଲା ପରେ ସଦର ଥାନାକୁ ଖବର କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିହତ ଯୁବକଙ୍କ ଶବ ଜବତ କରିଥିଲା। ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇବାର ବ୍ୟବସ୍ଥା କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Read More

ନବରଙ୍ଗପୁର: କାର୍ଯ୍ୟରେ ଅବହେଳା ଦର୍ଶାଇ ୨ ଜଣ ଶିକ୍ଷକ ଏବଂ ୨ ଜଣ କର୍ମଚାରୀଙ୍କ ଗୋଟିଏ ଦିନର ଦରମା ବନ୍ଦ କରିଛନ୍ତି ଡିଇଓ ଛତ୍ରପତି ସାହୁ। ଆସନ୍ତା ତିନିଦିନ ଭିତରେ ଏହାର କୈଫିୟତ ଦେବାକୁ ନିର୍ଦ୍ଦେଶ ହୋଇଛି ସୂଚନା ଅନୁସାରେ, ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସବିତାଞ୍ଜଳି ଭତରା ଓ ପଠାଣଗୁଡା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏମଡି ସିରାଜୁଦ୍ଦିନଙ୍କର ୨୬ତାରିଖ ଗୋଟିଏ ଦିନର ଦରମା ବନ୍ଦ କରାଯାଇଛି। ସେହିପରି, ବାରାଗାଁ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୌରହରି ସୌରାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ବାରାଗାଁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପଢାଇବାରେ ଅବହେଳା, ଲେସନପ୍ଲାନ କରି ନଥିବା, ମଧ୍ୟାହ୍ନ ଭୋଜନ ରିପୋର୍ଟ ଅପରାହ୍ନ ସାଢେ ୨ଟା ସୁଦ୍ଧା ରିପୋର୍ଟ ପ୍ରଦାନ କରା ନଯିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି। ସ୍କୁଲରେ ୧୦୭ଜଣ ଛାତ୍ରଛାତ୍ରୀଙ୍କ ନାମ ଲେଖାଥିବା ବେଳେ ଘଟଣାଦିନ ୫୭ଜଣ ଉପସ୍ଥିତ ଥିଲେ। ୫ଟି ଶ୍ରେଣୀଗୃହ ଥିବା ସତ୍ତ୍ବେ…

Read More

ଭୁବନେଶ୍ଵର: ଆଜି ଢେଙ୍କାନାଳ ଜ଼ିଲ୍ଲା ପ୍ରଶାସନ ତରଫରୁ ଭାରତୀୟ ସେନା ଅଗ୍ନିପଥ ନିଯୁକ୍ତି ନିମନ୍ତେ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଅଗ୍ନିପଥ ଯୋଜନା ଅଧୀନରେ ଢେଙ୍କାନାଳ, ଅନୁଗୁଳ, ବରଗଡ଼, ବଲାଙ୍ଗୀର, ଦେଓଗଡ଼, ଝାରସୁଗୁଡା, ସମ୍ବଲପୁର, କେଉଁଝର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜ଼ିଲ୍ଲାର ମନୋନୀତ ପ୍ରାର୍ଥୀଙ୍କ ପାଇଁ ଭାରତୀୟ ସେନା ନିଯୁକ୍ତି ରାଲି ଇସ୍ପାତ ଷ୍ଟାଡିୟମ ସେକ୍ଟର -୬ ରାଉରକେଲାରେ ଅନୁଷ୍ଠିତ ହେବ। ଭାରତୀୟ ସେନା ନିଯୁକ୍ତି ରାଲି ସମୟ ରେ ପାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ଯେପରି ତାଙ୍କର ଅରଜିନାଲ ଡକ୍ୟୁମେଣ୍ଟସ କୌଣସି ଅଚିହ୍ନା ଲୋକ ବା ଠକେଇକୁ ନଦେବା ପାଇଁ ପ୍ରାର୍ଥୀ ମାନେ କୌଣସି ଠକେଇର ଶିକାର ହୁଅନ୍ତି ତାହାଲେ ସ୍ଥାନୀୟ ପୋଲିସ କିମ୍ବା ସମ୍ବଲପୁର ସ୍ଥିତ ସେନା କାର୍ଯ୍ୟାଳୟରେ ଅଭିଯୋଗ କରିପାରିବେ ବୋଲି ପ୍ରଶାସନ ତରଫରୁ କୁହାଯାଇଛି। ପ୍ରାର୍ଥୀ ମାନେ Join Indian Army website www.joinindianarmy.nic.in ରେ ଲଗଇନ କରି ନିଯୁକ୍ତି ରାଲି ପାଇଁ ସେମାନଙ୍କ…

Read More

ମୁମ୍ବାଇ: ମୁମ୍ବାଇ ପୋଲିସର କଣ୍ଟ୍ରୋଲ ନମ୍ବରରେ ପିଏମ ମୋଦୀଙ୍କୁ ହତ୍ୟା ଷଡଯନ୍ତ୍ର ସମ୍ପର୍କରେ ଏକ ଫୋନ ଆସିଛି। ସୂଚନାନୁସାରେ, ଗତକାଲି ରାତି ୯ଟାରେ ମୁମ୍ବାଇ ପୋଲିସର କଣ୍ଟ୍ରୋଲ ନମ୍ବରରେ ଏହି କଲ ଆସିଥିଲା। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନରେ କଲ୍‌ କରିଥିବା ବ୍ୟକ୍ତି ଦାବି କରିଛନ୍ତି। ଏହାର ଗମ୍ଭୀରତାକୁ ଦେଖି ମୁମ୍ବାଇ ପୋଲିସ କଲ୍ କରୁଥିବା ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଛି। ଏହି ଘଟଣାର ତଦନ୍ତ ଜାରି ରହିଛି।

Read More

ଛତ୍ରପୁର: ମୋଦି ସରକାରଙ୍କ କୃଷକ ଓ ଶ୍ରମିକ ନୀତି ବିରୁଦ୍ଧରେ ଦେଶବ୍ୟାପୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ନିମନ୍ତେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା କମିଟି ଏବଂ ବିଭିନ୍ନ ଶ୍ରମିକ ଓ କୃଷକ ସଂଗଠନ ପକ୍ଷରୁ ଶହ ଶହ ଶ୍ରମିକ ଓ କୃଷକମାନେ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତିବାଦ ରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଭାରତ ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ୪ଟି ଶ୍ରମ କୋଡ଼ର ପ୍ରତ୍ୟାହାର ଏବଂ ଅସଂଗଠିତ କ୍ଷେତ୍ରର ସବୁ ଶ୍ରମିକଙ୍କୁ ପେନସନ ସମେତ ସାମଗ୍ରୀକ ସାମାଜିକ ସୁରକ୍ଷା ପ୍ରଦାନ କରିବା, ଶିଳ୍ପାୟନ ଓ ଖଣି ଖନନ ଫଳ ରେ ଚାଷ ଜମି ଓ ଜଙ୍ଗଲ…

Read More

ଭୁବନେଶ୍ଵର: ବିପର୍ଯ୍ୟୟ ପ୍ରବଣ କେନ୍ଦ୍ରାପଡା ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱରା ସୃଷ୍ଟି ହେଉଥିବା ବଜ୍ରପାତ ଯୋଗୁଁ ପ୍ରତିବର୍ଷ ବ୍ୟାପକ ଧନଜୀବନ କ୍ଷତିଗ୍ରସ୍ତ ହୋଇଆସୁଛି। ରାଜ୍ୟରେ ଏପରି କ୍ଷତିସାଧନ ହେଉଥିବା ସ୍ଥାନ ମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲା ଅନ୍ୟତମ। ରାଜ୍ୟର ମୋହନ ସରକାର ଏଭଳି ବିପର୍ଯ୍ୟୟର ସ୍ଥାୟୀ ନିରାକରଣ ପାଇଁ ବନବିଭାଗ ସ୍ତରରେ ଏବଂ ସାଧାରଣ ଲୋକଙ୍କ ସ୍ତରରେ ଗ୍ରାମଞ୍ଚଳରେ ତାଳମଞ୍ଜି ପ୍ରତିରୋପଣ କରିବାକୁ ଆହ୍ୱାନ ଦେଇଥିଲେ। କାରଣ ତାଳଗଛ ହେଉଛି ବିଦ୍ୟୁତ୍ ସୁପରିବାହୀ। ବଜ୍ରପାତର ପ୍ରଭାବକୁ ନିଜ ମଧ୍ୟକୁ ଟାଣି ନେଇ ତାଳଗଛ ଅନେକ ପରିମାଣର ବଜ୍ରପାତ ଜନିତ କୁପ୍ରଭାବକୁ ନିୟନ୍ତ୍ରଣ କରିଥାଏ। ରାଜ୍ୟ ସରକାର ସରକାରୀ ସ୍ତରରେ ତାଳମଂଜି ପ୍ରତିରୋପଣ ପାଇଁ ଦେଇଥିବା ଆହ୍ୱାନର ସୁଫଳ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଲାଣି। ସରକାରୀ ସ୍ତରରେ ବନବିଭାଗ ତାଳମଂଜି ପ୍ରତିରୋପଣ ପାଇଁ ପଦକ୍ଷେପ ନେଉଥିବା ବେଳେ ସ୍ୱେଛାସେବୀ ଅନୁଷ୍ଠାନ ଏବଂ ଯୁବପିଢୀ ମାନେ ମଧ୍ୟ ତାଳମଂଜି ପ୍ରତିରୋପଣ ପାଇଁ ଆଗ୍ରହ ଦେଖାଇବା…

Read More

ନୂଆଦିଲ୍ଲୀ: କେରଳର ୱାୟନାଡ ଲୋକସଭା ନିର୍ବାଚନମଣ୍ଡଳୀରୁ ନବ ନିର୍ବାଚିତ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଆଜି ତାଙ୍କର ପ୍ରଥମ ଅଧିବେଶନ ପାଇଁ ସଂସଦରେ ପହଞ୍ଚିବେ। କଂଗ୍ରେସ ଦଳର ଜଣେ ପ୍ରମୁଖ ନେତା ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଏବଂ ନେତୃତ୍ୱ ହେତୁ ବିରୋଧୀ ସାଂସଦଙ୍କ ମଧ୍ୟରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ଲୋକସଭାରେ କେଉଁଠାରେ ବସିବେ ସେନେଇ ଆଲୋଚନା ଚାଲିଛି। ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିବା ପରେ ତାଙ୍କ ବସିବା ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଲୋକସଭାରେ ଆସନ ବଣ୍ଟନ ବାଚସ୍ପତିଙ୍କ ନିଷ୍ପତ୍ତି ଅନୁଯାୟୀ କରାଯାଇଛି। ଏହି ନିୟମ ଅନୁଯାୟୀ ବିରୋଧୀ ଦଳର ସାଂସଦମାନେ ବାଚସ୍ପତିଙ୍କ ବାମ ପାର୍ଶ୍ୱରେ ବସିଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ଦିଗରେ ଆସନ ପାଇପାରନ୍ତି। ତେବେ ଏହା ସମ୍ପୂର୍ଣ୍ଣ ରୂପେ ବାଚସ୍ପତି ଏବଂ ଲୋକସଭା କାର୍ଯ୍ୟାଳୟ ଉପରେ ନିର୍ଭର କରିବ। ପ୍ରଥମ ଥର…

Read More

ନୂଆଦିଲ୍ଲୀ: ଆଜି ହେମନ୍ତ ସୋରେନ ଝାଡ଼ଖଣ୍ଡର ୧୪ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଝାଡ଼ଖଣ୍ଡର ରାଜ୍ୟପାଳ ସାନ୍ତୋଷ ଗଙ୍ଗୱର ତାଙ୍କୁ ରାଞ୍ଚିର ଐତିହାସିକ ମୋରହାବାଦୀ ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରାଇବେ। ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଦଳର ବହୁ ପ୍ରତିଷ୍ଠିତ ନେତା ତଥା ବିରୋଧୀ ଦଳଙ୍କୁ ନିମନ୍ତ୍ରଣ କରାଯାଇଛି। ଶପଥ ଗ୍ରହଣ କରିବା ପୂର୍ବରୁ ହେମନ୍ତ ସୋରେନ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ମାଧ୍ୟମରେ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇବା ସହ ସାମାଜିକ ନ୍ୟାୟ, ଏକତା ତଥା ରାଜ୍ୟ ସଂଗ୍ରାମ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେ ଲେଖିଛନ୍ତି ଯେ, “ଆଜି ଏକ ଐତିହାସିକ ଦିନ ହେବ – ଏପରି ଏକ ଦିନ ଯାହାକି ଆମର ସାମୂହିକ ସଂଗ୍ରାମ, ପ୍ରେମ-ଭାଇଚାରା ଏବଂ ନ୍ୟାୟ ​​ପ୍ରତି ଝାଡ଼ଖଣ୍ଡବାସୀଙ୍କ ପ୍ରତିବଦ୍ଧତାକୁ ଆହୁରି ମଜବୁତ କରିବ। ଝାଡ଼ଖଣ୍ଡର ମହାନ ମାଟି ସର୍ବଦା ବିରୋଧ ଏବଂ…

Read More

ଭୁବନେଶ୍ୱର: ଓଡ଼ିଶାରେ ଜିଓର ଲୋକପ୍ରିୟ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ସେବା ଜିଓ ଏୟାରଫାଇବରର ବଢୁଥିବା ଚାହିଦା ସହିତ ଓୟାରଲାଇନ କ୍ଷେତ୍ରରେ ନିଜର ଅଗ୍ରଣୀ ସ୍ଥିତିକୁ ସୁଦୃଢ କରିଛି ରିଲାଏନ୍ସ ଜିଓ। ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ନିକଟରେ ପ୍ରକାଶିତ ହୋଇଥିବା ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୪ ସେପ୍େଟମ୍ବର ମାସରେ ଜିଓ ରାଜ୍ୟରେ ସର୍ବାଧିକ ୧୫୮୦୦ ରୁ ଅଧିକ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ଯୋଡିବା ସହିତ ରାଜ୍ୟରେ ମୋଟ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୩.୫୬ ଲକ୍ଷରେ ପହଞ୍ଚିଛି । ଏଥିସହିତ ଜିଓ ରାଜ୍ୟର ପ୍ରଥମ ଅପରେଟର ଭାବରେ ୩.୫ ଲକ୍ଷରୁ ଅଧିକ ଓୟାରଲାଇନ ଗ୍ରାହକ ହାସଲ କରିଛି। ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର…

Read More

ନୂଆଦିଲ୍ଲୀ: ୨୫ ନଭେମ୍ବରରେ ନେଦରଲ୍ୟାଣ୍ଡସ୍ ର ହେଗ୍ ଠାରେ ଆୟୋଜିତ ଅର୍ଗାନାଇଜେସନ୍ ଫର୍ ପ୍ରୋହିବିଶନ୍ ଅଫ୍ କେମିକାଲ୍ ୱେପନ୍ସ୍ (ଓପିସିଡବ୍ଲ୍ୟୁ)ର ରାଷ୍ଟ୍ର ପକ୍ଷଗୁଡ଼ିକର ସମ୍ମିଳନୀ (ସିଏସପି)ର ୨୯ତମ ଅଧିବେଶନ ଅବସରରେ ଭାରତୀୟ ରାସାୟନିକ ପରିଷଦ (ଆଇସିସି)କୁ ୨୦୨୪ ଓପିସିଡବ୍ଲ୍ୟୁ ଦି ହେଗ୍ ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୧୯୩ଟି ଦେଶର ପ୍ରତିନିଧି ଏବଂ ବିଶ୍ୱର ରାସାୟନିକ ଶିଳ୍ପର ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ କୌଣସି ରାସାୟନିକ ଶିଳ୍ପ ସଂସ୍ଥାର ଉଦ୍ୟମକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓପିସିଡବ୍ଲ୍ୟୁର ମହାନିର୍ଦ୍ଦେଶକ, ରାଷ୍ଟ୍ରଦୂତ ଫର୍ଣ୍ଣାଣ୍ଡୋ ଏରିଆସ୍ ଏବଂ ହେଗ୍ ମ୍ୟୁନିସିପାଲିଟିର ମେୟର ଜାନ୍ ଭାନ୍ ଜାନେନ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପରିଷଦ ତରଫରୁ ଆଇସିସିର ମହାନିର୍ଦ୍ଦେଶକ ଡି ସୋତି ସେଲଭମ୍ ଏହି ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ପ୍ରଦାନ ଉତ୍ସବରେ ଓପିସିଡବ୍ଲ୍ୟୁରେ ଭାରତର ରାଷ୍ଟ୍ରଦୂତ ଓ ସ୍ଥାୟୀ ପ୍ରତିନିଧି ଏବଂ ଭାରତର ଜାତୀୟ ରାସାୟନିକ ଅସ୍ତ୍ର ସମ୍ମିଳନୀ…

Read More

ମୁମ୍ବାଇ: ସୋମବାର ଦିନ ଅନୁଷ୍ଠିତ ଆଇପିଏଲ ଖେଳାଳି ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅନେକ ଯୁବ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ନୀତା ଏମ ଅମ୍ବାନୀ। ସେ ନୂତନ ପ୍ରତିଭା ପ୍ରତିପୋଷଣ ଏବଂ ଭାରତୀୟ କ୍ରିକେଟ୍ ପାଇଁ ବିଶ୍ୱ ସ୍ତରୀୟ ଖେଳାଳି ପ୍ରସ୍ତୁତ କରିବା ଦିଗରେ ଦଳର ରହିଆସିଥିବା ପରମ୍ପରା ଉପରେ ଆଲୋକପାତ କରିଛନ୍ତି। ନୀତା ଅମ୍ବାନୀ କହିଛନ୍ତି, “ମେଗା ନିଲାମର ଅର୍ଥ ହେଉଛି ଏକ ନୂତନ ଆରମ୍ଭ ଏବଂ ଏକ ନୂତନ ଦଳ, କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସର ଉତ୍ସାହ ଏବଂ ଆତ୍ମା​​ସର୍ବଦା ପୂର୍ବ ଭଳି ରହିଛି। କିଛି ନୂତନ ପ୍ରତିଭାବାନ ଚେହେରାକୁ ସ୍ୱାଗତ କରି ଆମେ ଗର୍ବିତ ଏବଂ ଆମର ପୁରୁଣା ଖେଳାଳିଙ୍କୁ ଫେରାଇ ଆଣିବାରେ ମଧ୍ୟ ଆମେ ସଫଳ ହୋଇଛୁ। ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରା, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମାଙ୍କ ପରି ମଜଭୁତ ମୂଳ ଖେଳାଳିଙ୍କୁ କେନ୍ଦ୍ରରେ ରଖି…

Read More

ପୁରୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନ ଠାରେ ମହୋଦଧି ଦିବସର ଅଫିସିଆଲ୍ ପୋଷ୍ଟର ଉନ୍ମୋଚିତ କରିଛନ୍ତି। ପୁରୀ ସ୍ୱର୍ଣ୍ଣାଭ ବେଳାଭୂମି ଠାରେ ଡିସେମ୍ବର ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ମହୋଦଧି ଦିବସ ପାଳିତ ହେବ। ପୁରୀ ଜିଲ୍ଲା ସ୍ବେଛାସେବୀ ସଙ୍ଗଠନ ସାମୁଖ୍ୟ ଦି ବେଲ୍ ତରଫରୁ ଏହି ଦିବସ ଆୟୋଜିତ ହେଉଛି। ଏହି ଦିବସକୁ ଲୋକାଭିମୁଖି କରିବା ପାଇଁ ଆନ୍ତଃରାଷ୍ଟ୍ରୀୟ ବିଚ୍ ସ୍ପୋର୍ଟସ କାର୍ଣ୍ଣିଭାଲ ୨୦୨୪ ଆୟୋଜିତ ହେବ। ଏଥିପାଇଁ ଏହି ଦିବସ ର ଅଫିସିଆଲ୍ ପୋଷ୍ଟରକୁ କେନ୍ଦ୍ରୀୟ ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ମୃଦୁଲା ପ୍ରଧାନ ତାଙ୍କ ତ୍ରିମୂର୍ତ୍ତି ମାର୍ଗର ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଠାରେ ଉନ୍ମୋଚନ କରିଛନ୍ତି। ଏହି ଉନ୍ମୋଚନ ପର୍ବରରେ ମହୋଦଧି ଉତ୍ସବର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଜିତେନ୍ଦ୍ର ମହାପାତ୍ର, ପଣ୍ଡିତ ମହେଶ ସାହୁ, କୃଷ୍ଣଚନ୍ଦ୍ର ଦାଶ,ସତ୍ୟ ରଞ୍ଜନ ଦାଶ ଉପସ୍ଥିତି ଥିଲେ। ସୂଚନା ଯୋଗ୍ୟ…

Read More

ଛତ୍ରପୁର: ଗଞ୍ଜାମ ୧୬ନଂ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଭାରିଯାନ କୁ ପରିବହନ ବିଭାଗର କର୍ମଚାରୀ ଓ ଯୁବକମାନେ ନିୟୋଜିତ ରହି ଟ୍ରକ, ଟ୍ରଲର ଓ ଅନ୍ୟ ଗାଡି ଠାରୁ ଯାଞ୍ଚ କରିବା ବାହାନାରେ ଟଙ୍କା ଆଦାୟ ବେଳେ ଗୋଳନ୍ଥରା ପୋଲିସ ଚଢ଼ାଉ କରି କାବୁ କରିବା ସହ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ରହିଥିବା ଲୋକଙ୍କ ମଧ୍ୟରେ ଜୁନିୟର ଏମଭିଆଇ ଏବଂ ଏଆରଟିଓଙ୍କ ସମେତ ଚାରି ଜଣକୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି। ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ଠାରୁ ସୋରଳ ରୋଡ଼ ମଧ୍ୟ ଛତ୍ରପୁର ସ୍ଥିତ ଆଞ୍ଚଳିକ ପରିବହନ କାର୍ଯାଳୟର ଜୁନିୟର ଏମଭିଆଇ,ଏଆରଟିଓ ଓ କିଛି ଯୁବକ ମାନେ ମିଳିତ ହୋଇ ଜାତୀୟ ରାଜପଥର ଯାତାୟାତ କରୁଥିବା ଟ୍ରକ, ଟ୍ରଲର ଓ ଅନ୍ୟ ଓଭର ଲୋଡିଂ ଗାଡି ଗୁଡିକ ଯାଞ୍ଚ ବାହାନାରେ ଚାଳକଙ୍କ ଠାରୁ ଜୋର ଜବରସ୍ତ ଟଙ୍କା ଆଦାୟ କରୁଥିବା…

Read More

ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗାମୀ ଡିସେମ୍ବର ୪ ତାରିଖରେ ପୁରୀ ଗସ୍ତ ଥିବା ବେଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଡିସେମ୍ବର ୪ ତାରିଖରେ ଶ୍ରୀମନ୍ଦିର ନୀତି ଶୃଙ୍ଖଳା ନେଇ ଆଲୋଚନା କରାଯାଇଥିଲା। ଡିସେମ୍ବର ୪ ତାରିଖରେ ଭୋର ୫ ଟାରେ ଶ୍ରୀମନ୍ଦିର ଦ୍ୱାର ଖୋଲିବା ସହ ଦୈନନ୍ଦିନ ନୀତିକାନ୍ତି ଶୃଙ୍ଖଳିତ ଭାବେ କରାଯିବାକୁ ନିଷ୍ପତ୍ତି ନିଆଗଲା। ସକାଳ ୧୦.୧୫ ରୁ ୧୧ ମଧ୍ୟରେ ରାଷ୍ଟ୍ରପତି ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଗର୍ଭଗୃହ ଭିତରେ ଦର୍ଶନ ନେଇ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ହେତୁ ସକାଳ ୮ ଟାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା କରାଯିବ। ରାଷ୍ଟ୍ରପତି ଦର୍ଶନ ସାରି ଫେରିବା ପରେ ସାଧାରଣ ଭକ୍ତ ଦର୍ଶନ ପାଇଁ ଛଡ଼ାଯିବ।ସେହିପରି ରାଷ୍ଟ୍ରପତି ଙ୍କ କୌଳିକ ପଣ୍ଡାଙ୍କ ସହ ଆଲୋଚନା ହୋଇଥିବା ବେଳେ ନୀତି…

Read More

ମେଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ।  ବୃଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗ…

Read More

ଖୋର୍ଦ୍ଧା: ଇଣ୍ଡିଆନ ଓଭରସିଜ ବ୍ୟାଙ୍କ କାଇପାଦର ଶାଖା ୨୩ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ବୃହତ ଋଣ ମେଳା କାର୍ଯ୍ୟକ୍ରମରେ ୨ କୋଟି ୮ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି। ଆଇ . ଓ . ବି . ଶାଖା ପରିଚାଳକ ପ୍ରଦୀପ୍ତ କୁମାର ବେହେରାଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଗୌରବ ଭରଦ୍ଵାଜ – ମୁଖ୍ୟ କ୍ଷତ୍ରିୟ ପ୍ରବନ୍ଧକ, ଅଜିତ କୁମାର ପାତ୍ର – ସରକାରୀ ପ୍ରବନ୍ଧକ , ଅର୍ଜନା ପାଢୀ – କ୍ଷେତ୍ର ପରିଦର୍ଶକ , ଅଶୋକ ଅଗ୍ରୱାଲା – ଏଲ . ଡି . ଏମ୍ , ଖୋର୍ଦ୍ଧା , ସୌଭାଗିନୀ ହରିଚନ୍ଦନ – ସରକାରୀ ପ୍ରକଳ୍ପ ଅଧିକାରୀ , ଜୀବିକା ମିଶନ୍ , ସନ୍ତୋଷ କୁମାର ଦାଶ ବ୍ଲକ ପ୍ରକଳ୍ପ ସଂଯୋଜକ – ମିଶନ୍ ଶକ୍ତି, ଖୋର୍ଦ୍ଧା ପ୍ରମୁଖ ଯୋଗଦାନ କରି ସ୍ଵୟଂ ସହାୟକ ଗୋଷ୍ଠୀ ଓ ବ୍ୟାଙ୍କ ଋଣ ସହାୟତା ରାଶି ସଂକ୍ରାନ୍ତରେ ବିସ୍ତୃତ…

Read More

ନୂଆଦିଲ୍ଲୀ: “ଡିଜିଟାଲ ଆଡଭାନ୍ସଡ କମ୍ପାନୀ ଅଫ ଦି ଇୟର”, “ସଷ୍ଟେନବ୍ଲି ଗ୍ରୋଇଙ୍ଗ କର୍ପୋରେଟ ଅଫ ଦି ଇୟର”, “ଇନୋଭେଟର ଅଫ ଦି ଇୟର” ଏବଂ “ବେଷ୍ଟ ଷ୍ଟାର୍ଟଅପ୍ ଇନ ଦ ଏନର୍ଜି ସେକ୍ଟର” ସମେତ ୨୦ରୁ ଅଧିକ ପୁରସ୍କାର ବର୍ଗରେ ଉତ୍କର୍ଷତା, ଉଦ୍ଭାବନ ଏବଂ ନେତୃତ୍ୱକୁ ସମ୍ମାନିତ କରୁଥିବା ଏଫ୍ଆଇପିଆଇ ତୈଳ ଏବଂ ଗ୍ୟାସ ପୁରସ୍କାର ସମାରୋହକୁ ସମ୍ବୋଧିତ କରି ମନ୍ତ୍ରୀ ଏହା କହିଛନ୍ତି। ଉଭୟ ପୁରୁଷ ଓ ମହିଳା ବର୍ଗରେ ‘ୟଙ୍ଗ ଆଚିଭର୍ସ ଅଫ୍ ଦି ଇୟର’ ଭଳି ଉଲ୍ଲେଖନୀୟ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ, ଏମଓପିଏନଜି ସଚିବ ପଙ୍କଜ ଜୈନ ଏବଂ ବିଭିନ୍ନ ତୈଳ/ ଗ୍ୟାସ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସିଏମଡିମାନେ ଉପସ୍ଥିତ ଥିଲେ। ଶକ୍ତି କ୍ଷେତ୍ରରେ ଭାରତର ଅଗ୍ରଗତି ସମ୍ପର୍କରେ ଶ୍ରୀ ପୁରୀ କହିଥିଲେ ଯେ ତିନି ବର୍ଷର ରେଫରେନ୍ସ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪’ରେ ‘ଓଡ଼ିଶା ମଣ୍ଡପ’କୁ ମିଳିଛି ରୌପ୍ୟ ପଦକ। ଏହି ବିଶାଳ ବାଣିଜ୍ୟ ମେଳାରେ ଥିମାଟିକ୍‌ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଓଡ଼ିଶା ମଣ୍ଡପ’କୁ ଏହି ପୁରସ୍କାର ମିଳିଛି। ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ ଆୟୁକ୍ତ ବିଶାଲ ଗଗନ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ପୁରସ୍କାର ଗ୍ରହଣ ସମୟରେ ‘ଓଡ଼ିଶା ମଣ୍ଡପ’ର ନିର୍ଦ୍ଦେଶକ ଅଶ୍ୱିନୀ ଭୋଇ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାସ, ପ୍ରଦର୍ଶନୀ ଦାୟିତ୍ୱରେ ଥିବା ଅଧିକାରୀ ଦୀପକ କୁମାର ସାହୁ, ସୂଚନା ଅଧିକାରୀ ହରପ୍ରସାଦ ମହାପାତ୍ର, ଅତିରିକ୍ତ ସେକ୍ସନ ଅଫିସର ନିହାର ରଞ୍ଜନ ଘଡ଼େଇଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନଭେମ୍ବର ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ ୨୭ ତାରିଖରେ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରୁଥିବା ପ୍ରଚଳିତ ଆଇନଗୁଡ଼ିକୁ ସୁଦୃଢ଼ କରିବାର ଜରୁରୀ ଆବଶ୍ୟକତା ରହିଛି। ସମ୍ପାଦକୀୟ ଯାଞ୍ଚଠାରୁ ଆରମ୍ଭ କରି ଅନିୟନ୍ତ୍ରିତ ଅଭିବ୍ୟକ୍ତି ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମେ ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମର ଯୁଗରେ ବାସ କରୁଛୁ । ତେବେ ଗଣତାନ୍ତ୍ରିକ ଅନୁଷ୍ଠାନ ଓ ଗଣମାଧ୍ୟମର ପାରମ୍ପରିକ ରୂପ, ଯେଉଁମାନେ ଏକଦା ସମ୍ପାଦକୀୟ ଯାଞ୍ଚ ଉପରେ ନିର୍ଭର କରି ବିଷୟବସ୍ତୁର ଉତ୍ତରଦାୟିତ୍ୱ ଓ ଶୁଦ୍ଧତା ସୁନିଶ୍ଚିତ କରୁଥିଲେ, ତାହା ସମୟ କ୍ରମେ ହ୍ରାସ ପାଇବାରେ ଲାଗିଛି। ସେ କହିଛନ୍ତି ଯେ ଗଣମାଧ୍ୟମର ସ୍ୱାଧୀନତା ପାଇଁ ସୋସିଆଲ ମିଡିଆ ଏକ ମଞ୍ଚ ପାଲଟିଛି, କିନ୍ତୁ ସମ୍ପାଦକୀୟ ତଦାରଖ ଅଭାବରୁ ଏହା…

Read More

ଖୋର୍ଦ୍ଧା: କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଦେଶବ୍ୟାପୀ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରିଥିବା ବେଳେ ବାଲ୍ୟ ବିବାହ ବିରୋଧରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଓ ରୁଚିକା ସମାଜ ମଙ୍ଗଳ ସଂଗଠନର ମିଳିତ ସହଯୋଗରେ ଏକ ଶୋଭାଯାତ୍ରା ଓ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ଉପସ୍ଥିତ ଥିବା ଜିଲ୍ଲାପାଳ ଚଞ୍ଚଳ ରଣା ଜିଲାକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ସଂକ‌ଳ୍ପ ନେଇଥିଲେ। ଜିଲ୍ଲାପାଳ ଚଞ୍ଚଳ ରଣା ଏହି ସମାରୋହରେ ଯୋଗ ଦେଇ ଖୋର୍ଦ୍ଧା ଜିଲ୍ଲାର ମହିଳା ନେତ୍ରିମାନଙ୍କୁ ବାଲ୍ୟ ବିବାହ ବିରୋଧରେ ଶପଥ ପାଠ କରାଇଥିଲେ। ଜିଲ୍ଲାର ୩୦୦ ରୁ ଉର୍ଦ୍ଧ ଗ୍ରାମବାସୀ, ଗ୍ରାମ ମୁଖୀଆ, ବାଲ୍ୟ ବିବାହ ସୁରକ୍ଷା ଅଧିକାରୀ (CMPO), ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଶିକ୍ଷୟିତ୍ରୀ ଓ ମହିଳାମାନେ ଶପଥ ନେଇ ଜିଲ୍ଲାବ୍ୟାପୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବାଲ୍ୟ ବିବାହ ଉଚ୍ଛେଦ ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣା…

Read More

ଭୁବନେଶ୍ଵର: ପୁରୀର ବ୍ଲୁ ଫ୍ଲାଗ ବିଚରେ ଆଗାମୀ ଡିସେମ୍ବର ୪ତାରିଖ ନୌସେନା ଦିବସ ପାଳନ ହେବ। ପ୍ରଥମ ଥର ପାଇଁ ଓଡ଼ିଶାରେ ନୌସେନାର ପରାକ୍ରମ ଓ ଯୁଦ୍ଧ କୌଶଳ ଦେଖିବାକୁ ମିଳିବ।  ଏଥିପାଇଁ ନୌସେନାର ସମରସଜ୍ଜା ଚାଲିଛି। ନୌସେନାର ଯୁଦ୍ଧଜାହାଜ ପୁରୀ ସମୁଦ୍ର ଉପକୂଳରେ ପହଞ୍ଚିବା ଆରମ୍ଭ କରିଛି। ବୀରତ୍ୱ, ପରାକ୍ରମ, ଯୁଦ୍ଧକୌଶଳର ପ୍ରଦର୍ଶନ ପାଇଁ ପୁରୀ ବେଳାଭୂମିରେ ନୌସେନା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲୁ ଫ୍ଲାଗ ବେଳାଭୂମିରେ ଯୁଦ୍ଧ ଟ୍ୟାଙ୍କ, ମାର୍କୋସ କମାଣ୍ଡୋ ବାହିନୀ ବିଭିନ୍ନ ସାମରିକ ଉପକରଣ ନେଇ ସମରାଭ୍ୟାସ କରିଛି। ନୌସେନା ଦିବସରେ ଏୟାର ଶୋ’ ମଧ୍ୟ ଆକର୍ଷଣ ସାଜିବ। ରାଷ୍ଟ୍ରପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନୌସେନାର ସାମରିକ କଳାକୌଶଳ ଓ ବୀରତ୍ୱର ପ୍ରଦର୍ଶନ ଦେଖିବେ।  ଭାରତୀୟ ନୌସେନାର ସୈନିକଙ୍କ ଦ୍ୱାରା ଚିତାକର୍ଷକ ରାଇଫଲ ଶୋ, ପରେଡ଼ ମଧ୍ୟ ପ୍ରଦର୍ଶିତ ହେବ। ଏଥିପାଇଁ ମଧ୍ୟ ପ୍ରସ୍ତୁତି ଅଭ୍ୟାସ ଅନୁଷ୍ଠିତ ହୋଇଛି। ନୌସେନା ଦିବସ ଆୟୋଜନକୁ…

Read More